Odisha School Transformation - The Sakala

ଓଡ଼ିଶାର ସ୍କୁଲ ରୂପାନ୍ତରଣ ଢାଞ୍ଚାରେ ହେବ କେନ୍ଦ୍ରର ‘ପିଏମ୍‍ ଶ୍ରୀ ସ୍କୁଲ୍‍’ ଯୋଜନା; ବଦଳିବ ସାରା ଦେଶର ୧୪,୫୦୦ ଶିକ୍ଷାନୁଷ୍ଠାନର ରୂପ
ଭୁବନେଶ୍ୱର: ଓଡ଼ିଶା ଢାଞ୍ଚାରେ ବଦଳିବ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ରୂପରେଖ। ପୁରୁଣା ସରକାରୀ ସ୍କୁଲଗୁଡ଼ିକ ମଧ୍ୟ ନୂଆ ରୂପ ପାଇବ। ଓଡ଼ିଶା ସରକାରଙ୍କ ‘୫-ଟି’ ଉପକ୍ରମରେ ହାଇସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟର ନବ କଳେବର ଯୋଜନା କରାଯାଇଛି। ଓଡ଼ିଶା ମଡେଲର ଅନୁକରଣରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ପିଏମ ଶ୍ରୀ ସ୍କୁଲ’ ନାମରେ ଏହି ନୂଆ ଯୋଜନା ଆରମ୍ଭ କରିଛି। ଗୁରୁ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଏହି ପିଏମ୍‍ ଶ୍ରୀ ସ୍କୁଲ୍‍କୁ ଉଦ୍‍ଘାଟନ କରିଛନ୍ତି। ଦେଶର ୧୪ ହଜାର ୫ଶହ ସ୍କୁଲ ରୂପାନ୍ତରଣ ପାଇଁ ଯୋଜନା ରଖାଯାଇଥିବା ବେଳେ ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ବ୍ଲକରୁ ପ୍ରାୟ ୨ଟି ଲେଖାଏଁ ସ୍କୁଲକୁ ଏଥିଲାଗି ଚୟନ କରାଯିବ। ଓଡ଼ିଶାର ପ୍ରାୟ ୫ଶହ ସ୍କୁଲ୍‍ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ରାଜ୍ୟ ସରକାରଙ୍କ ‘କାଳିଆ’, ‘ମମତା’, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଢାଞ୍ଚାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏହିକ୍ରମରେ ରାଜ୍ୟର ଆଉ ଏକ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି। ‘ପିଏମ ଶ୍ରୀ ସ୍କୁଲ’ ଯୋଜନାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅତ୍ୟାଧୁନିକ ଢାଞ୍ଚାରେ ରୂପାନ୍ତରଣ କରାଯିବ। ଏହା ଶୈକ୍ଷିକ ପଦ୍ଧତିକୁ ବିକଶିତ କରି ପିଲାଙ୍କୁ ଯୁଗ ଉପଯୋଗୀ ଶିକ୍ଷା ପ୍ରଦାନ କରିବ। ଉଦ୍ଭାବନ ଆଧାରିତ, ଶିକ୍ଷଣ କୈନ୍ଦ୍ରୀୟ ପଦ୍ଧତିରେ ଶିକ୍ଷାଦାନ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ୍‍ ପ୍ରସ୍ତୁତ ସହ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ହେବ। ଏହି ନୂଆ ଯୋଜନାରେ କେଭି, ଜେଏନଭି ଓ ଏକଲବ୍ୟ ବିଦ୍ୟାଳୟ ଆଦି ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଏଥିରେ ସାମିଲ୍‍ କରାଯିବ।

ଅପରପକ୍ଷେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ‘୫-ଟି’ ସ୍କୁଲ ରୂପାନ୍ତରଣ ଯୋଜନାକୁ ଚାରିଆଡ଼େ ଉଚ୍ଚ ପ୍ରଶଂସା ମିଳିବାରେ ଲାଗିଛି। ଖୋଦ୍‍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶିକା ଋତୁ ସେନ୍‍ ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହି ଯୋଜନାର ଉଚ୍ଚ ପ୍ରଶଂସା କରିବା ସହିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ଗ୍ରହଣ କରିବେ ବୋଲି ସେ କହିଥିଲେ। ସେହିପରି ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସି ହାଇସ୍କୁଲ ରୂପାନ୍ତରଣ ଯୋଜନା ଦେଖି ଅବିଭୂତ ହେବା ସହ ଏହାକୁ ମଧ୍ୟପ୍ରଦେଶରେ ଲାଗୁ କରିବେ ବୋଲି ମଧ୍ୟ କହିଥିଲେ। ଓଡ଼ିଶା ସରକାର ଇତିମଧ୍ୟରେ ପାଖାପାଖି ୪ ହଜାର ହାଇ ସ୍କୁଲ ରୂପାନ୍ତରଣ ସାରିଥିବାବେଳେ ଆସନ୍ତା ବର୍ଷ ସୁଦ୍ଧା ୮ ହଜାର ସ୍କୁଲର ରୂପାନ୍ତରଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ପାଇଁ ଉଦାହରଣ ପାଲଟିଛି ନବୀନ ମଡେଲ : ଓଡ଼ିଶା ସ୍କୁଲ ରୂପାନ୍ତରଣ ଢାଞ୍ଚାରେ କେନ୍ଦ୍ର ସରକାର ଆରମ୍ଭ କରିବେ ‘ପିଏମ୍‍ ଶ୍ରୀ ସ୍କୁଲ’
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ହେଉ ଅବା ‘ମମତା’ କିମ୍ବା ବିପର୍ଯ୍ୟୟ ପରିଚାଳନାର କୌଶଳ। ବିଭିନ୍ନ ସମୟରେ ଓଡ଼ିଶାର ମଡେଲ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ପାଇଁ ଉଦାହରଣୀୟ ହୋଇଛି। ଖଣି କ୍ଷେତ୍ରରେ ଥ୍ରୀ ଏମ୍‍ଏସ୍‍ ସାରା ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିଛି। ଖୋଦ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ଏହାକୁ ପ୍ରଶଂସା କରି ଅନ୍ୟ ରାଜ୍ୟଗୁଡ଼ିକ ଏହାର ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି। ଏହିକ୍ରମରେ ରାଜ୍ୟର ‘ସ୍କୁଲ ରୂପାନ୍ତରଣ’ କାର୍ଯ୍ୟକ୍ରମ ଅନୁରୂପ ଏକ ଜାତୀୟ ଯୋଜନା ପ୍ରଣୟନ ନିମନ୍ତେ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ବାସ୍ତବ ରୂପରେଖ ଚୂଡ଼ାନ୍ତ ହୋଇ ନ ଥିଲେ ହେଁ ‘ପିଏମ ଶ୍ରୀ ସ୍କୁଲ’ ନାମରେ ଏହାକୁ କାର୍ଯ୍ୟକାରୀ କରାଯିବ। ଓଡ଼ିଶା ଯେଉଁଥିରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ନବକଳେବର କରାଯିବ। ନିକଟରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି।

ଓଡ଼ିଶାର ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଆଧାରରେ ଦେଶର ସରକାରୀ ସ୍କୁଲଗୁଡ଼ିକ ରୂପାନ୍ତରଣ କରାଯିବ। ଦେଶର ୧୫ ହଜାର ସରକାରୀ ସ୍କୁଲକୁ ଏହି ଯୋଜନାରେ ସାମିଲ କରାଯିବ। ପ୍ରତି ବ୍ଲକରୁ ପ୍ରାୟ ୨ଟି ଲେଖାଏଁ ସ୍କୁଲଗୁଡ଼ିକୁ ଏଥିଲାଗି ବଛାଯିବ ଏବଂ ଏଥିରେ ଓଡ଼ିଶାର ପ୍ରାୟ ୫ଶହ ସ୍କୁଲ୍‍ ସାମିଲ ହେବ ବୋଲି ସୂଚନା ମିଳିଛି। ଗତ ୧୧ ତାରିଖରେ ଭୁବନେଶ୍ୱର ଆଇଆଇଟି ପରିସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଅବସରରେ କେନ୍ଦ୍ରଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ପ୍ରାୟ ୧୫ ହଜାର ପିଏମ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି। ଦେଶର ପ୍ରତ୍ୟେକ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରତି ବ୍ଲକରୁ ସ୍କୁଲଗୁଡ଼ିକୁ ଏଥିଲାଗି ଚୟନ କରାଯିବ।  ନୂଆ ସ୍କୁଲ ନୁହେଁ ବରଂ ପୁରୁଣା ସ୍କୁଲରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ନେଇ ଭାରତ ସରକାର ସହଯୋଗୀ ହେବେ। କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଏକଲବ୍ୟ ବିଦ୍ୟାଳୟ ସହ ରାଜ୍ୟ ସରକାରଙ୍କ ପରିଚାଳିତ ସରକାରୀ ସ୍କୁଲଗୁଡ଼ିକୁ ଏଥିରେ ସାମିଲ କରାଯିବ।

ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ‘୫-ଟି’ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସାରା ଦେଶରେ ପ୍ରଶଂସିତ ହୋଇଛି। ଖୋଦ୍‍ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଶିକ୍ଷା ଓ ସାକ୍ଷରତା ବିଭାଗ ନିର୍ଦ୍ଦେଶକ ରିତୁ ସେନ୍‍ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନାର ଉଚ୍ଚ ପ୍ରଶଂସା କରିବା ସହିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମକୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କାର୍ଯ୍ୟକାରୀ କରିବା ଲାଗି ସେ ପଦକ୍ଷେପ ଗ୍ରହଣ କରିବେ ବୋଲି ଘୋଷଣା କରିଛନ୍ତି। ସେହିପରି ମଧ୍ୟପ୍ରଦେଶ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗର ପ୍ରତିନିଧି ଦଳ ଗତ ମେ’ ମାସରେ ଓଡ଼ିଶା ଗସ୍ତରେ ଆସି ହାଇସ୍କୁଲ ରୂପାନ୍ତରଣ ଯୋଜନାକୁ ଭୁରିଭୁରି ପ୍ରଶଂସା କରିବା ସହ ଏହାକୁ ମଧ୍ୟପ୍ରଦେଶରେ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ‘୫-ଟି’ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଢ଼ାଞ୍ଚାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ‘ପିଏମ ଶ୍ରୀ ସ୍କୁଲ’ ଯୋଜନା କାର୍ଯ୍ୟକାରୀ ହୋଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

ଇତିମଧ୍ୟରେ ‘ମୋ ସ୍କୁଲ’ ଓ ‘୫-ଟି’ ହାଇ ସ୍କୁଲ ରୂପାନ୍ତର ଯୋଜନା ରାଜ୍ୟରେ ଅଭୂତପୂର୍ବ ସଫଳତା ଆଣିଛି। ଯୋଜନା କାର୍ଯ୍ୟକାରୀ ପରେ ସରକାରୀ ଶିକ୍ଷାନୁଷ୍ଠାନର ରୂପରେଖ ବଦଳିଛି। ଶୈକ୍ଷିକ ଭିତ୍ତିଭୂମି ସୁଦୃଢ଼ ହୋଇଛି। ଉତ୍ତମ ପରିବେଶ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପ୍ରତି ଆକୃଷ୍ଟ କରୁଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ଏହାର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ରାଜ୍ୟ ସରକାରଙ୍କ ପ୍ରାୟାସ ଏବେ ଜାତୀୟସ୍ତରରେ ବେଶ୍‍ ପ୍ରସଂଶା ସାଉଁଟିଛି। ଗାଁ ଓ ସହରର ସ୍କୁଲ ମଧ୍ୟରେ ଦୂରତା କମିଥିବାବେଳେ ଘରୋଇ ସ୍କୁଲ ସହ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସମକକ୍ଷ ହୋଇଛି। ଗ୍ରାମାଞ୍ଚଳର ପିଲାଙ୍କୁ ସ୍କୁଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ମିଳୁଛି। କଳା ପଟା ଓ ଚକ୍‍ ଖଡ଼ି ବଦଳରେ ଛାତ୍ରଛାତ୍ରୀ ପ୍ରଜେକ୍ଟର ଓ ଇ-କଣ୍ଟେଣ୍ଟ ଦ୍ୱାରା ପାଠ ପଢ଼଼ୁଛନ୍ତି। ସ୍ମାର୍ଟ କ୍ଲାସରୁମ, ଅତ୍ୟାଧୁନିକ ଲାଇବ୍ରେରୀ, ସ୍କୁଲ ବଗିଚା, ଖେଳପଡ଼ିଆ ଆଦି ସବୁ କିଛି ନୂଆ ରୂପ ନେଉଛି। ଏକ ସୁନ୍ଦର ଶୈକ୍ଷିକ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାର ‘୫-ଟି’ ସରକାରୀ ହାଇ ସ୍କୁଲ ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟଗୁଡ଼ିକର କାୟାକଳ୍ପ ବଦଳାଉଛନ୍ତି।

ପ୍ରଥମ ପର୍ଯ୍ୟାୟରେ ୧୦୭୫ଟି ଦ୍ୱିତୀୟ ପର୍ଯ୍ୟାୟରେ ୨,୯୦୮ ସରକାରୀ ହାଇ ସ୍କୁଲର ରୂପାନ୍ତରଣ ପ୍ରକ୍ରିୟା ସରିଛି। ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲ ରୂପାନ୍ତରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପିଏମ ଶ୍ରୀ ସ୍କୁଲ ସମ୍ପର୍କରେ କେବଳ ଘୋଷଣା ହୋଇଛି। ଏହାର ବାସ୍ତବ ଚିତ୍ର ସମ୍ପର୍କିତ କୌଣସି ମାର୍ଗଦର୍ଶିକା ସାମ୍ନାକୁ ଆସିନି। କେଉଁ ସ୍କୁଲ ଚିହ୍ନଟ ହେବ? କଣ କଣ ଯୋଜନା ରହିବ? ଏନେଇ ସବିଶେଷ ସୂଚନା ଆସିବା ପରେ ରାଜ୍ୟ ସରକାର ଏଦିଗରେ ଚିନ୍ତା କରିବେ ବୋଲି ସେ କହିଛନ୍ତି। ତେବେ ପର୍ଯ୍ୟାୟକ୍ରମେ ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରଣରେ ସାମିଲ୍‍ କରାଯାଉଥିବା ସେ କହିଛନ୍ତି। ସେହିପରି ଅବସରପ୍ରାପ୍ତ ଅଧ୍ୟାପକ ଚିନ୍ତାମଣି ଜେନା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ’ ଓ ରୂପାନ୍ତରଣ କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବା ଏଥିରୁ ପ୍ରମାଣିତ ହୋଇଛି। ରାଜ୍ୟର ଢ଼ାଞ୍ଚା କେନ୍ଦ୍ର ଅନୁସରଣ କରିବା ଭଲ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି।