4th T20 Match - The Sakala

ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ୪ର୍ଥ ଟି-୨୦ ମ୍ୟାଚ୍, ବିଜୟ ଧାରା ବଜାୟ ଲକ୍ଷ୍ୟରେ ଭାରତ
ବିଶାଖାପାଟନା: ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି-୨୦ ସିରିଜର ୪ର୍ଥ ମ୍ୟାଚ ଆଜି ବିଶାଖାପାଟନାରେ ଖେଳାଯିବ। ସିରିଜର ପ୍ରଥମ ୩ଟି ମ୍ୟାଚ ଜିତି ଭାରତ ୩-୦ରେ ଆଗୁଆ ସିରିଜ କବ୍‌ଜା କରିସାରିଛି। ବିଶ୍ୱକପ୍‌ ପୂର୍ବରୁ ସିରିଜ ବିଜୟୀ ହୋଇସାରିଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଖେଳାଳିଙ୍କ ମନୋବଳ ବେଶ୍‌ ଦୃଢ଼ ରହିଛି। ତେଣୁ ଭାରତ ବିଶ୍ୱକପ୍‌ ପୂର୍ବରୁ ଏହାର ଶେଷ ଦୁଇଟି ମ୍ୟାଚ୍‌ରେ କମ୍ବିନେସନ ଉପରେ ଗୁରୁତ୍ୱ ଦେବ।

ବିଶେଷ କରି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ବରିଷ୍ଠ ୱିକେଟକିପର ସଞ୍ଜୁ ସାମସନଙ୍କ ଫର୍ମକୁ ନେଇ ଟିମ୍‌ ମ୍ୟାନେଜମେଣ୍ଟ ଚିନ୍ତିତ ରହିଛି। ସାମସନ ପ୍ରଥମ ଦୁଇଟି ମ୍ୟାଚରେ ୧୦ ଓ ୬ ରନ କରିଥିବାବେଳେ ଶେଷ ଟି-୨୦ରେ ‘ଗୋଲ୍ଡେନ ଡକ୍‌’ରେ ଆଉଟ୍‌ ହୋଇଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୱିକେଟ୍‌କିପର ଇଶାନ କିଶାନ ୨ୟ ଟି-୨୦ରେ ୩୨ ବଲରେ ୭୬ ରନର ବିସ୍ଫୋରକ ପାଳି ଖେଳି ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଅପରପକ୍ଷରେ ଚଳିତ ସିରିଜରେ ଦୁଇ ଅଭିଜ୍ଞ ସ୍ପିନର କୁଲଦୀପ୍‌ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କ ଶ୍ରେଷ୍ଠ ଫର୍ମକୁ ଫେରିବା ଲାଗି ସଂଘର୍ଷ କରୁଛନ୍ତି। ତେଣୁ ଶେଷ ଦୁଇ ମ୍ୟାଚ ଉଭୟଙ୍କ ଲାଗି ବେଶ୍‌ ଗୁରୁତ୍ୱବହନ କରୁଛି। ସେହିଭଳି ସିରିଜ ବିଜୟୀ ହୋଇସାରିଥିବାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍‌ ମ୍ୟାନେଜମେଣ୍ଟ ଶେଷ ଦୁଇ ମ୍ୟାଚରେ ବିଶ୍ରାମ ଦେଇପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଅପରପକ୍ଷରେ ମିଚେଲ ସାଣ୍ଟନରଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସିରିଜ ହାରିସାରିଛି। କିନ୍ତୁ ଶେଷ ଦୁଇ ମ୍ୟାଚରେ ବିଜୟୀ ହୋଇ ଦଳ ମନୋବଳ ଦୃଢ଼ ମନୋବଳ ସହ ବିଶ୍ୱକପ୍‌ ଖେଳିବାକୁ ଲକ୍ଷ୍ୟ ରଖିଛି। ତେବେ ପ୍ରଥମ ୩ଟି ମ୍ୟାଚରେ କିୱି ଦଳର ବୋଲିଂ ବିଭାଗ ଫେଲ୍‌ ମାରିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: କ୍ରମାଗତ ବିଜୟ ଲକ୍ଷ୍ୟରେ ଭାରତ
ରାଜକୋଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‍ ବିଶିଷ୍ଟ ଟି-୨୦ ସିରିଜ୍‍ର ଚତୁର୍ଥ ମୁକାବିଲା ଏଠାରେ ଶୁକ୍ରବାର ଖେଳାଯିବ। ଏହା ପୂର୍ବରୁ ଖେଳାଯାଇଥିବା ୩ଟି ମ୍ୟାଚ୍‍ ମଧ୍ୟରେ ଭାରତ ଗୋଟିକରେ ଜିତିଥିଲାବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ୨ଟି ମ୍ୟାଚ୍‍ ଜିତି ଆଗୁଆ ରହିଛି। ଘରୋଇ ଦଳ ସିରିଜ୍‍ ବଞ୍ଚାଇବାକୁ ହେଲେ ଏଠାରେ ଆଉ ଏକ ବିଜୟ ଆବଶ୍ୟକ କରୁଛି। ଏହି ମ୍ୟାଚ୍‍ ଭାରତ ଜିତିଲେ ସିରିଜ୍‍ ବରାବର ସ୍ଥିତିକୁ ଆସିବ, ଦକ୍ଷିଣ ଆଫ୍ରିକା ଜିତିଲେ ସିରିଜ୍‍ କବ୍‍ଜା କରିବ। ଏଣୁ ଭାରତ ଲାଗି ଏହି ମ୍ୟାଚଟି ଅଧିକ ଗୁରୁତ୍ୱ ରଖୁଛି।

ଏହି ସିରିଜ୍‍ରେ ଭାରତର ଏକାଧିକ ନିୟମିତ ଓ ସିନିଅର ଖେଳାଳି ଭିନ୍ନ ଭିନ୍ନ କାରଣରୁ ଖେଳୁ ନାହାନ୍ତି। କିନ୍ତୁ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ରେ ସଫଳ ହୋଇଥିବା ଖେଳାଳିଙ୍କୁ ନେଇ ଗଠିତ ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନାହିଁ। ବିଶାଖାପାଟଣାରେ ତୃତୀୟ ଦିନିକିଆରେ ଭାରତୀୟ ଯୁବ ଓପନର ଋତୁରାଜ ଗାଏକ୍ୱାଡ ଓ ଇଶାନ କିସାନ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ପାର୍ଟନରସିପ ହାସଲ କରିବା ଏବଂ ଦୁଇ ସ୍ପିନର ଯୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲଙ୍କ ପ୍ରଭାବୀ ହେବା ଯୋଗୁଁ ଭାରତ ସିରିଜ୍‍ରେ ତିଷ୍ଠି ରହିଛି। ସିରିଜ୍‍ ବରାବର କରିବାକୁ ହେଲେ ଏମାନଙ୍କଠାରୁ ଆଉ ଏକ ଧମାକାଦାର ପ୍ରଦର୍ଶନ ଆଶା କରୁଛି ଘରୋଇ ଦଳ।

ଘରୋଇ ଦଳର ସବୁଠାରୁ ବଡ଼ ବିଫଳତା ହେଉଛି ଋଷଭ ପନ୍ତ୍‍ଙ୍କ ବ୍ୟାଟିଂ। ଲୋକେଶ ରାହୁଲଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଥିବା ପନ୍ତ୍‍ ଏଯାଏ ତାଙ୍କ ବିଭାଗରେ କ୍ଲିକ୍‍ କରିନାହାନ୍ତି। ସେ ଭଲ ବ୍ୟାଟିଂ କରିପାରି ନଥିଲାବେଳେ ନେତୃତ୍ୱ ନେବାରେ ସଫଳ ହୋଇ ନାହାନ୍ତି। ତାଙ୍କର ଦୁର୍ବଳତାକୁ ଦକ୍ଷିଣ ଆଫ୍ରିକା ବୋଲର ଭଲଭାବେ ଜାଣିପାରିଛନ୍ତି। ଏଣୁ ତାଙ୍କୁ ସହଜରେ ଆଉଟ କରିଦେଉଛନ୍ତି। ସମାନ ଅବସ୍ଥା ହେଉଛି ଶ୍ରେୟସ ଆୟରଙ୍କର। ଆୟରଙ୍କର ଆରମ୍ଭ ଭଲ ହେଉଛି, ସେ କିନ୍ତୁ ଫାଷ୍ଟ ବୋଲରଙ୍କ ବିପକ୍ଷରେ ଭଲ ଖେଳିପାରୁ ନାହାନ୍ତି। ଏହି ଦୁଇ ବ୍ୟାଟରଙ୍କ ଉପରେ ଦଳର ସିରିଜ୍‍ ନିର୍ଭର କରୁଛି। ଅନ୍ୟମାନେ ସେମାନଙ୍କ ଦାୟିତ୍ୱ ଏଯାଏ ଭଲ ଭାବେ ନିର୍ବାହ କରିଆସିଛନ୍ତି।

ବୋଲିଂରେ ଭୁବନେଶ୍ୱର କୁମାରଙ୍କ ଚମକ ରହିଛି। ଦକ୍ଷିଣ ଆଫ୍ରିକା ଖେଳିଥିବା ୩ଟି ଯାକ ମ୍ୟାଚ୍‍ ପାୱାର ପ୍ଲେ’ରେ ସେ ବ୍ରେକ୍‍ ଥ୍ରୁ ଦେଇଛନ୍ତି। ଯାହା ଫଳରେ ଦକ୍ଷିଣ ଆଫ୍ରିକା ଓପନିଂ ପାର୍ଟନରସିପ୍‍ରୁ ଯଥାକ୍ରମେ ୨୨, ୫ ଓ ୨୩ ରନ୍‍ କରିଛି। କଟକରେ ବେଷ୍ଟ ବୋଲିଂ ମଧ୍ୟ ଭୁବନେଶ୍ୱରଙ୍କ ନାମରେ ଲିପିବଦ୍ଧ ହୋଇଛି। କିନ୍ତୁ ଶୀର୍ଷବ୍ୟାଟରଙ୍କ ବିଫଳତାକୁ ମିଡଲ ଓ ଟେଲ ଏଣ୍ଡର ସମ୍ଭାଳିନେଇଛନ୍ତି। ଏବେ ଶୀର୍ଷ ଖେଳାଳି ସଫଳ ନ ହେଲେ ସିରିଜ୍‍ କବ୍‍ଜା କରିବା କଷ୍ଟକର ହୋଇ ପଡ଼ିବ। ଦଳର ୪ଜଣ ତାରକା ଖେଳାଳି ଏହି ସିରିଜ୍‍ରେ ନିଷ୍କ୍ରିୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବ୍ୟାଟର ଆଇଡେନ୍‍ ମାର୍କରାମ ସିରିଜ୍‍ରୁ ବାଦ୍‍ ପଡ଼ିଛନ୍ତି। ସେ କରୋନାରେ ଆକ୍ରାନ୍ତ ଥିଲାବେଳେ ସୁସ୍ଥ ହୋଇ ନାହାନ୍ତି। ଓପନର ତଥା ୱିକେଟ କିପର କ୍ୱିଣ୍ଟନ ଡି କକ୍‍ ପ୍ରଥମ ମ୍ୟାଚ୍‍ରେ ଆହତ ହେବା ପରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍‍ ଖେଳି ନାହାନ୍ତି। ଚତୁର୍ଥ ମ୍ୟାଚ୍‍ରେ ଖେଳିବେ କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଦୁଇ ଫାଷ୍ଟ ବୋଲର କାଗିସୋ ରାବାଡ଼ା କେବଳ ରନ୍‍ ନିୟନ୍ତ୍ରଣ କରିବା ଉପରେ ମନୋନିବେଶ କରୁଛନ୍ତି। ଆନରିଚ୍‍ ନୋର୍ଜେ ଆହତ ହୋଇ ଫେରିବା ପରେ ପୂର୍ବଭଳି ବ୍ୟାଟ୍ସମ୍ୟାନ୍‍ଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇ ନାହାନ୍ତି। ଏହା ପରୋକ୍ଷରେ ଭାରତର ନୂଆ ଖେଳାଳିମାନଙ୍କୁ ସୁହାଉଛି।

ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟର ମାନସିକତା ଯାହା ସେଥିରେ ଖେଳାଳି ପରିବର୍ତ୍ତନର ଆଶା କମ୍‍। ଏଣୁ ଉମରାନ ମଲିକ କିମ୍ବା ଅର୍ଶଦୀପ ସିଂଙ୍କୁ ଡେବ୍ୟୁ କରିବା ଲାଗି ଆଉ କିଛି ସମୟ ଲାଗିବ। ଡି କକ୍‍ ଫିଟ୍‍ ନହେଲେ ଉଭୟ ଦଳରେ ଏହି ମ୍ୟାଚ୍‍ ଲାଗି କୌଣସି ଖେଳାଳି ପରିବର୍ତ୍ତନ ହେବାର ଆଶା କମ୍‍। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ କ୍ରିକେଟ ଗ୍ରାଉଣ୍ଡ ବ୍ୟାଟରଙ୍କୁ ସହାୟତା କରିଥାଏ। ଏହି ମ୍ୟାଚ୍‍ରେ ମଧ୍ୟ ବଡ ସ୍କୋର ହେବାର ସମ୍ଭାବନା ରହିଛି। ଭାରତର ରେକର୍ଡ ଏଠାରେ ଭଲ ଥିଲାବେଳେ ଏହାକୁ କେତେ ପରିମାଣରେ ବଜାୟ ରଖିପାରିବ ତାହା ମ୍ୟାଚ୍‍ ପରେ ଜଣା ପଡ଼ିବ।