AgnipathFire - The Sakala
ଭୁବନେଶ୍ବର:  ଭାରତୀୟ ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରି ଏବେ ବିଭିନ୍ନ ରାଜ୍ୟରେ ନିଆଁ ଲାଗିଛି। ଏଥିରି ବାଦ ପଡିନି ଓଡ଼ିଶା। ଓଡ଼ିଶାରେ ମଧ୍ଯ ଅଗ୍ନିପଥ ନିଆଁ ଲାଗିଛି। କଟକରେ ଥିବା ଆର୍ମି ରିକୃଟମେଣ୍ଟ ଅଫିସକୁ ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀ ଘେରିଛନ୍ତି। ପରିସ୍ଥିତି ଅଣାୟତ୍ତ ପରେ ପୁଲିସର ଲାଠିଚାର୍ଜ କରିଥିବା ଜଣାପଡ଼ିଛି। ଏହା ପରେ ଡିସିପି ଅଫିସ ଆଗରେ ବିକ୍ଷୋଭକାରୀଙ୍କ ରାସ୍ତାରୋକ କରିଛନ୍ତି।
ବିଶେଷକରି ଏହି ଯୋଜନାକୁ ନେଇ ନିଯୁକ୍ତି ଆଶୟୀ ଯୁବପିଢିଙ୍କ ମଧ୍ୟରେ ଆକ୍ରୋଶର ନିଆଁ ଜଳିଥିବା ବେଳେ ଏହା ତୀବ୍ର ହେବାରେ ଲାଗିଛି। ଏହି ଯୋଜନାକୁ ବିରୋଧ କରି ଗୁରୁବାର ୭ଟି ରାଜ୍ୟରେ ହିଂସା ଘଟିଛି। ଅଗ୍ନିପଥ ଯୋଜନା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ମଙ୍ଗଳବାର ଘୋଷଣା କରିବା ପରେ ପ୍ରଥମେ ଗତକାଲି ବିହାରରେ ଏହାକୁ ବିରୋଧ କରି ବିକ୍ଷୋଭ କରାଯାଇଥିଲା। ଉତ୍ତ୍ୟକ୍ତ ଯୁବକମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ କରିବା ସହିତ ବହୁ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ।
ସାରନ ଜିଲ୍ଲାର ଛାପ୍ରାରେ ବିକ୍ଷୋଭକାରୀ ଏକ ଟ୍ରେନରେ ନିଆଁ ଲଗାଇ ଦେଇଥିଲା ବେଳେ ଭାଭୁଆରେ ମଧ୍ୟ ଏକ ଇଣ୍ଟରସିଟି ଏକ୍ସପ୍ରେସର ବଗି ଜାଳି ଦେଇଥିଲେ। ସେହିପରି ଗୟା, ମୁଙ୍ଗେର,ସିୱାନ,ବକ୍ସର ଏବଂ ଭାଗଲପୁର ଆଦି ଜିଲ୍ଲାରେ ଉତ୍ତ୍ୟକ୍ତ ଲୋକେ ବିଭିନ୍ନ ଷ୍ଟେସନରେ ଭଙ୍ଗାରୁଜା କରିବା ସହିତ ପଥରମାଡ଼ କରିଥିଲେ। ଏହାବ୍ୟତୀତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ରାଜନେତାଙ୍କ ଘର ଉପରେ ବିକ୍ଷୋଭାକରୀମାନେ ଭଙ୍ଗାରୁଜା କରିଥିଲେ। ଗୁରୁବାର ମଧ୍ୟ କେତେକ ସ୍ଥାନରେ ପୁଣି ବିକ୍ଷୋଭ କରାଯାଇଥିଲା। ନୱାଡ଼ା ଜିଲ୍ଲାରେ ବିକ୍ଷୋଭକାରୀମାନେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ବିହାର ପରେ ଅଗ୍ନିପଥ ଯୋଜନା ବିରୋଧୀ ବିକ୍ଷୋଭ ଏବେ ଅନ୍ୟାନ୍ୟ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ହରିୟାଣା,ମଧ୍ୟପ୍ରଦେଶ,ରାଜସ୍ଥାନ ଆଦି ରାଜ୍ୟରେ ବିକ୍ଷୋଭ କରାଯାଇଛି। ମଧ୍ୟପ୍ରଦେଶ ଗ୍ବାଲିୟରର ବିରଳାନଗର ରେଳ ଷ୍ଟେସନରେ ବ୍ୟାପକ ଭଙ୍ଗାରୁଜା କରାଯାଇଛି। ପ୍ରାୟ ଦୁଇ ହଜାର ବିକ୍ଷୋଭକାରୀ ଏହି ଷ୍ଟେସନରେ ଟେକାପଥର ମାଡ଼ କରିବାରୁ ଏହା ଛିନଛତ୍ର ହୋଇଯାଇଛି। ସେହିପରି ବିକ୍ଷୋଭକାରୀମାନେ ରେଳପଥ ଅବରୋଧ କରିବାରୁ ବହୁ ଟ୍ରେନକୁ ମଧ୍ୟ ବାତିଲ କରି ଦିଆଯାଇଛି। ହରିୟାଣା ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀମାନେ ରାଜପଥ ଏବଂ ରେଳପଥ ଅବରୋଧ କରିବାରୁ ବିଭିନ୍ନ ସ୍ଥାନରେ ଯାତାୟତ ବ୍ୟବସ୍ଥା ବ୍ୟାହତ ହୋଇଛି। ହରିୟାଣାର ରେୱାରି ଠାରେ ବିକ୍ଷୋଭକାରୀମାନେ ବସ ଷ୍ଟାଣ୍ଡ ଘେରାଉ କରିବାକୁ ପୁଲିସ ଲାଠିଚାର୍ଜ କରିଛି।
ସେହିପରି ଗୁରୁଗ୍ରାମ-ଜୟପୁର ରାଜପଥକୁ ଅବରୋଧ କରାଯିବାର ଅନେକ ବିକ୍ଷୋଭାକରୀଙ୍କୁ ପୁଲିସ ଅଟକ ରଖିଛି ପଲୱାଲ ଜିଲ୍ଲାପାଳଙ୍କ ବାସଭବନ ଉପରକୁ ବିକ୍ଷୋଭକାରୀମାନେ ଟେକାପଥର ମାଡ଼ କରିବାରୁ ପୁଲିସ ଗୁଳି ଚଳାଇବାକୁ ବାଧ୍ୟ ହୋଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି। ରାଜସ୍ଥାନର ସିକର, ଜୟପୁର, ଆଜମୈର, ନାଗଉର, ଯୋଧପୁର ଏବଂ ଝୁନଝୁନୱାଲା ଆଦି ବିଭିନ୍ନ ସହରରେ ବିକ୍ଷୋଭ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ସାଧାରଣରେ ବିରୋଧ ପ୍ରକାଶ ପାଇବା ପରେ ବହୁ ବିରୋଧୀ ଦଳ ମଧ୍ୟ ଏଥିରେ ସାମିଲ ହେବାରେ ଲାଗିଛନ୍ତି। ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଘେରିବାକୁ ବିରୋଧୀଙ୍କୁ ସୁଯୋଗ ମିଳିଥିବାରୁ ସେମାନେ ଏହାକୁ ହାତଛଡ଼ା କରିବାକୁ ପଛାଇ ନାହାନ୍ତି।
ବିରୋଧ କାହିଁକି
-ନିଯୁକ୍ତି ସର୍ତ୍ତାବଳୀକୁ ନେଇ ଆକ୍ରୋଶ ଦ୍ବିଗୁଣିତ
– ନିଯୁକ୍ତି ଶେଷ ପରେ ଭବିଷ୍ୟତକୁ ନେଇ ପ୍ରଶ୍ନ
-କେବଳ ୨୫ ପ୍ରତିଶତଙ୍କୁ ମିଳିବ ପରବର୍ତ୍ତୀ ସୁଯୋଗ
-ବାକି ୭୫ ପ୍ରତିଶତ ଯୁବକଙ୍କ ଭବିଷ୍ୟତ କ’ଣ ହେବ ?
-ନିଯୁକ୍ତି ଫେରନ୍ତା ଯୁବକ ଅବାଟକୁ ଚାଲିଯିବାର ଆଶଙ୍କା ଅଧିକ
-ମାନସିକ ସ୍ତରରେ ପ୍ରଭାବିତ ହେବାର ସମ୍ଭାବନା ଅଧିକ