5G - The Sakala
ଭୁବନେଶ୍ୱର: କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ  ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ ପରିଚିତ ଓଡ଼ିଶାରେ ଜିଓ ‘ଟ୍ରୁ-୫ଜି’ ସେବାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜିଓ ଟ୍ରୁ-୫ଜିର ପ୍ରତିଶ୍ରୁତିପୂର୍ଣ୍ଣ ବ୍ୟବହାରର ଅନୁଭୂତି ମଧ୍ୟ ହାସଲ କରିଛନ୍ତି। ଆଜିଠାରୁ ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ରୁପାର ସହର କଟକ ଜିଓ ଟ୍ରୁ-୫ଜି ସେବା ହାସଲ କରିବାରେ ଓଡ଼ିଶାର ପ୍ରଥମ ସହର ହୋଇଛନ୍ତି ।
ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାରେ ୫ଜି ସେବାର ଉଦ୍‌ଘାଟନ କରାଯାଇଥିବା ବେଳେ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରୁ-୫ଜି ଏକ୍ସପେରିଏନ୍ସ ଜୋନ୍ ସ୍ଥାପନ କରାଯାଇଛି ଯେଉଁଠାରେ ଜିଓ କମ୍ୟୁନିଟି କ୍ଲିନିକ୍ ମେଡିକାଲ୍ କିଟ୍ ଜରିଆରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ୫ଜି ର ଉପଯୋଗୀତା ପ୍ରଦର୍ଶନ ସହିତ ଶିକ୍ଷା, କ୍ଲାଉଡ୍ ଗେମିଂ, ସ୍ମାର୍ଟ ଅଫିସ୍‌, ସ୍ମାର୍ଟ ସିଟି, ସ୍ମାର୍ଟ ମିଟରିଂ ଓ ଲାଇଟିଙ୍ଗ୍ ଏବଂ ବୈପ୍ଳବିକ ଏଆର-ଭିଆର ଡିଭାଇସ୍ ଜିଓ ଗ୍ଲାସ୍ ମାଧ୍ୟମରେ ୫ଜିର ଚମତ୍କାର ପ୍ରୟୋଗ ଓ ସୁବିଧାଗୁଡ଼ିକୁ ପ୍ରଦର୍ଶନ କରାଯାଇଛି । ଏହି ସୁବିଧାଗୁଡ଼ିକ ଓଡ଼ିଶାର ଲୋକମାନଙ୍କ ଜୀବନରେ ଉଲ୍ଲେଖନୀୟ ପରିବର୍ତନ ଆଣିବ । ଏହି ଅବସରରେ ୫ଜି ଲ୍ୟାବ୍ ଏବଂ ୫ଜିର ବ୍ୟବହାର ସହଯୋଗିତାକୁ ନେଇ ରିଲାଏନ୍ସ ଜିଓ ଏବଂ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଛି ।
ବହୁସଂଖ୍ୟକ ଛାତ୍ରଛାତ୍ରୀ ରହିଥିବା ତଥା ପୂର୍ବ ଭାରତର ଆଇଟି ଓ ଶିକ୍ଷା ହବ୍ ଭାବେ ପରିଚିତ ଭୁବନେଶ୍ୱରରେ ଜିଓ ଟ୍ରୁ-୫ଜି ଉଭୟ ନାଗରିକ ଏବଂ ସହର ପରିଦର୍ଶନକାରୀମାନଙ୍କୁ ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ ଓ ବାସ୍ତବରେ ଯୁଗାନ୍ତକାରୀ ସାବ୍ୟସ୍ତ ହେବ । ଜିଓର ଟ୍ରୁ-୫ଜି ଡାଟା ଭୁବନେଶ୍ୱରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଶୁଭାରମ୍ଭ କରାଯାଇଛି ଯେତେବେଳେ ଭାରତର ଏହି ଦ୍ରୁତ ଉଦୀୟମାନ କ୍ରୀଡ଼ା ରାଜଧାନୀ ଆସନ୍ତା କିଛି ଦିନ ମଧ୍ୟରେ ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଆୟୋଜନ ଲାଗି ପ୍ରସ୍ତୁତ ହେଉଛି । ସେହିପରି, ୧୦୦୦ ବର୍ଷ ପୁରୁଣା ଐତିହାସିକ କଟକ ସହରର ଜନସାଧାରଣ ଏବେ ପରବର୍ତୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ହାସଲ କରିପାରିବେ ।
ଏହି ଅବସରରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଦ୍ୱେତ ସହର ଭୁବନେଶ୍ୱର ଓ କଟକ ସହ ଓଡ଼ିଶାରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରି ଆମେ ବେଶ୍ ଆନନ୍ଦିତ । ଓଡଶାରେ ଟ୍ରୁ-୫ଜି ସେବା ଆରମ୍ଭ କରିବା ଆମ ପାଇଁ ଗର୍ବର ବିଷୟ ଏବଂ ଖୁବ୍‌ଶୀଘ୍ର ଓଡ଼ିଶାର କୋଣ ଅନୁକୋଣକୁ ଦ୍ରୁତ ଗତିରେ ଟ୍ରୁ-୫ଜି ନେଟ୍‌ୱର୍କର ସମ୍ପ୍ରସାରଣ କରାଯିବ । ଜିଓ ପକ୍ଷରୁ ୨୦୨୩ ଫେବ୍ରୁଆରୀ ସୁଦ୍ଧା ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଓ ବାଲେଶ୍ୱର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯିବା ସହିତ ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାର ପ୍ରତି ତହସିଲ ଓ ତାଲୁକା ପର୍ଯ୍ୟନ୍ତ ଜିଓ ଟ୍ରୁ-୫ଜି ସେବାକୁ ସମ୍ପ୍ରସାରିତ କରିବା ଯୋଜନା ରହିଛି ।’’
ଓଡ଼ିଶାରେ ଜିଓ ଯେଉଁ ଭଲ ପାଇବା ହାସଲ କରିଛି ତାହାକୁ ନେଇ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ । ଓଡିଶାରେ ବ୍ୟବହାର ହେଉଥିବା ମୋଟ ଡାଟାର ଦୁଇ ତୃତୀୟାଂଶ ବଜାର ଅଂଶ ଜିଓ ଦ୍ୱାରା ପରିଚାଳିତ । ଓଡ଼ିଶାରେ ପ୍ରତି ତିନି ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି ।
ଓଡ଼ିଶାର ପ୍ରତିଟି ଲୋକଙ୍କ ପାଖରେ ଜିଓ ଟ୍ରୁ-୫ଜି ସେବାକୁ ପହଞ୍ଚାଇବା ଲାଗି ଜିଓର ଇଞ୍ଜିନିୟରମାନେ ଚବିଶ ଘଂଟା କାର୍ଯ୍ୟ କରୁଛନ୍ତି, ଯାହା ପଛରେ ରହିଛି ଏହି ପ୍ରଯୁକ୍ତିର ପରିବର୍ତନକାରୀ ଶକ୍ତି ଏବଂ ଏହା ପ୍ରଦାନ କରୁଥିବା ଉଲ୍ଲେଖନୀୟ ଲାଭ ।’’
୨୦୨୩ ଜାନୁଆରି ୫ ତାରିଖରୁ ଜିଓ ୱେଲକମ୍ ଅଫରରେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ଡାଟାର ଅନୁଭୂତି ହାସଲ କରିବା ଲାଗି ଭୁବନେଶ୍ୱର ଓ କଟକର ଜିଓ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯିବ ।
ଜିଓ ଟ୍ରୁ-୫ଜିର ତିନି-ସୂତ୍ରୀ ଲାଭ ରହିଛି ଯାହା ଏହାକୁ ଭାରତର ଏକମାତ୍ର ଟ୍ରୁ-୫ଜି ନେଟ୍‌ୱର୍କରେ ପରିଣତ କରିଛି:
୧. ଉନ୍ନତ ୫ଜି ନେଟ୍‌ୱର୍କ ସହ ୪ଜି ନେଟ୍‌ୱର୍କ ଉପରେ ଶୂନ ନିର୍ଭରଶୀଳତା ସହ ଷ୍ଟାଣ୍ଡ୍‌-ଏଲୋନ୍ ୫ଜି ନେଟ୍‌ୱର୍କ
୨. ୭୦୦ ମେଗାହର୍ଜ, ୩୫୦୦ ମେଗାହର୍ଜ ଓ ୨୬ ଗିଗାହର୍ଜ ବ୍ୟାଣ୍ଡ୍‌ରେ ୫ଜି ସ୍ପେକ୍ଟ୍ରମ୍‌ର ସର୍ବବୃହତ ଓ ଶ୍ରେଷ୍ଠ ମିଶ୍ରଣ
୩. କ୍ୟାରିୟର ଏଗ୍ରିଗେସନ ଭଳି ଉନ୍ନତ ପ୍ରଯୁକ୍ତିକୁ ବ୍ୟବହାର କରି ନିରବଚ୍ଛିନ୍ନ ଭାବେ ୫ଜି ଫ୍ରିକ୍ୟୁଏନ୍‌ସିକୁ ଏହା ଏକ ଏକକ ଦୃଢ଼ ‘ଡାଟା ହାଇୱେ’ ରେ ପରିଣତ କରୁଛି
‘୫-ଜି’ ସିମ୍‍ ଆଳରେ ଠକିବାକୁ ସାଇବର ଠକଙ୍କ ଯୋଜନା
ଭୁବନେଶ୍ୱର : ଏବେ ବଡ଼ ବଡ଼ ସହରରେ ୫-ଜି ଆସିବା ପରେ ସାଇବର ଠକ ଏହା ମାଧ୍ୟମରେ ଠକେଇ କରିବାକୁ ନୂଆ ଯୋଜନା କରିଛନ୍ତି। ସେମାନେ ୪-ଜି ସିମ୍‍କୁ ୫-ଜି ସିମ୍‍ରେ ଅପ୍‍ଡେଟ କରିବା ଆଳରେ ମେସେଜ୍‍ରେ ଲିଙ୍କ୍‍ ପଠାଇ ଟଙ୍କା ଠକେଇ କରୁଛନ୍ତି। ଏପରି ଘଟଣା ନଜରକୁ ଆସିବା ପରେ ରାଜ୍ୟ ସରକାରଙ୍କ ଆଇଟି ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ନିର୍ଦ୍ଦଶାବଳୀକୁ ଅନୁସରଣ କରି ଠକେଇରୁ ବର୍ତ୍ତିବାକୁ ଟୁଇଟର୍‍ ଜରିଆରେ ପରାମର୍ଶ ଦିଆଯାଇଛି।
କିପରି ଠକୁଛନ୍ତି ସାଇବର ଠକ
ସାଇବର ଠକମାନେ ଫୋନ୍‍ କରିବା ସହ ଫେସ୍‍ବୁକ୍‍, ହ୍ୱାଟ୍ସଆପ୍‍ ଜରିଆରେ ଲିଙ୍କ୍‍ ପଠାଉଛନ୍ତି। ଲୋକମାନେ ଅଜାଣତରେ ଫୋନ୍‍ କଲ୍‍ ରିସିଭ୍‍ କଲେ ୪-ଜି ପ୍ଲାନ୍‍ରୁ ୫-ଜି ପ୍ଲାନ୍‍କୁ ସିମ୍‍କୁ ଅପ୍‍ଡେଟ କରିବାକୁ ପରାମର୍ଶ ଦେଉଛନ୍ତି। ଏ ନେଇ ଫୋନ୍‍ ନମ୍ବରରେ ବା ମେସେଜ୍‍ ମାଧ୍ୟମରେ ଲିଙ୍କ୍‍ ପଠାଉଛନ୍ତି। ଉକ୍ତ ଲିଙ୍କ୍‍ରେ କ୍ଲିକ୍‍ କରିବା ପରେ ଓଟିପି ମାଗୁଛନ୍ତି। ଓଟିପି ଦେବା ପରେ ସିମ୍‍ ୫-ଜି ହେବାର ଲୋଭ ଦେଖାଇ ସାଇବର ଠକମାନେ ଓଟିପି ସଂଗ୍ରହ କରିନେଉଛନ୍ତି। ଆଉ ଓଟିପି ନେବା ପରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଠକି ନେବା ସହ ଲୋକମାନେ ସର୍ବଶ୍ୱାନ୍ତ ହେଉଛନ୍ତି।
କିଭଳି ଠକେଇରୁ ବର୍ତ୍ତିବେ
ଯଦି କୌଣସି ଅଜଣା ନମ୍ବରରୁ କଲ୍‍ କିମ୍ବା ମେସେଜ୍‍ ଆସୁଛି, ସେହି ନମ୍ବରକୁ ବ୍ଲକ୍‍ କରନ୍ତୁ। କୌଣସି ସୋସିଆଲ ମିଡିଆରେ କିମ୍ବା ଫୋନ୍‍କୁ କେହି ମେସେଜ୍‍ ଜରିଆରେ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ଏପରିକି ଜଣାଶୁଣା ଲୋକ ମଧ୍ୟ ଲିଙ୍କ୍‍ ପଠାଇଲେ କ୍ଲିକ୍‍ କରନ୍ତୁ ନାହିଁ। ମନେରଖନ୍ତୁ ଟେଲିକମ୍‍ କମ୍ପାନୀ ୫-ଜି ସେବା ପାଇଁ କୌଣସି ଓଟିପି ମାଗେନାହିଁ। ଯଦି କୌଣସି ଅଜଣା ଲୋକ ଏଭଳି ଲୋଭନୀୟ କଥା କହୁଛନ୍ତି, ତେବେ ଆପଣ ବୁଝିନିଅନ୍ତୁ ସେ ଜଣେ ସାଇବର ଠକ।
ରୋଗୀ ପହଞ୍ଚିବା ପୂର୍ବରୁ ଡାକ୍ତରଖାନାକୁ ଗୁରୁତ୍ତ୍ବପୂର୍ଣ୍ଣ ସୂଚନା ଦେବ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ
ନୂଆଦିଲ୍ଲୀ/ ଭୁବନେଶ୍ୱର: ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଆମ୍ବୁଲାନ୍ସ ଉପସ୍ଥାପନ କରାଯାଇଛି। ଏହା ଏଭଳି ଏକ ଆମ୍ବୁଲାନ୍ସ ଯାହା ଡାକ୍ତରଖାନାରେ ରୋଗୀ ପହଞ୍ଚିବା ପୂର୍ବରୁ ରୋଗୀଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ବାସ୍ତବ ସମୟରେ ଡିଜିଟାଲ୍ ମାଧ୍ୟମରେ ହସ୍ପିଟାଲ୍‌କୁ ପ୍ରଦାନ କରିବ। ଫଳରେ ଜରୁରୀକାଳୀନ ମେଡିକାଲ୍ ପରିସ୍ଥିତିରେ ରୋଗୀ ଡାକ୍ତରଖାନାରେ ପହଞ୍ଚିବ।  ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଡାକ୍ତର ସବୁ ଆବଶ୍ୟକ ମେଡିକାଲ୍ ପ୍ରସ୍ତୁତି କରିପାରିବେ । ଭବିଷ୍ୟତରେ ମେଡିକାଲ୍ ଶିଳ୍ପର ଚେହେରା କେଉଁଭଳି ଭାବେ ବଦଳିବ ତାହା ଏହି ଆମ୍ବୁଲାନ୍ସରୁ ସହଜରେ ଅନୁମାନ କରାଯାଇପାରିବ ।
ଇଣ୍ଡିଆ ମୋବାଇଲ କଂଗ୍ରେସର ଜିଓ ପାଭିଲିଅନରେ ଏକ ରୋବୋଟିକ୍ସ ଆର୍ମ ମଧ୍ୟ ଦେଖିବାକୁ ମିଳିବ ଯାହା ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ କରିବାରେ ସିଦ୍ଧହସ୍ତ । ଜିଓର ଟ୍ରୁ-୫ଜି ଜରିଆରେ ହଜାର ହଜାର କିଲୋମିଟର ଦୂରରେ ଥିବା ରେଡିଓଲୋଜିଷ୍ଟ କିମ୍ବା ସୋନୋଗ୍ରାଫର ତାହାକୁ ଅତି ସହଜରେ ପରିଚାଳନା କରିପାରିବେ । ଏହି ରୋବୋଟିକ୍ ଆର୍ମ ସହରରେ ଥିବା ରେଡିଓଲୋଜିଷ୍ଟଙ୍କୁ ସିଧାସଳଖ ଗ୍ରାମୀଣ ରୋଗୀଙ୍କ ସହ ଯୋଡ଼ିପାରିବ । ଏକ୍ସ-ରେ ଓ ଅଲ୍‌ଟ୍ରାସାଉଣ୍ଡ୍ ଭଳି ମୌଳିକ ମେଡିକାଲ୍ ଆବଶ୍ୟକତା ପାଇଁ ଗ୍ରାମାଞ୍ଚଳର ଲୋକମାନଙ୍କୁ ଆଉ ସହର ଆସିବାକୁ ପଡ଼ିବନି ଏବଂ ସେମାନେ ଘରେ ବସି ରିପୋର୍ଟ ହାସଲ କରିପାରିବେ ।
ରିଲାଏନ୍ସ ପକ୍ଷରୁ ଦୀପାବଳିରେ ୫ଜି ସେବାର ଶୁଭାରମ୍ଭ କରାଯିବ । ନିଜର ଟ୍ରୁ-୫ଜି ନେଟୱର୍କର ହାଇ-ସ୍ପିଡ୍ ଓ ଲୋ-ଲେଟେନ୍ସି ଜରିଆରେ ଜୀବନର ନିତିିଦିନିଆ କାମରେ ଲାଗୁଥିବା ବହୁ ବୈଷୟିକ ସମାଧାନ ଉପରେ ମଧ୍ୟ ରିଲାଏନ୍ସ ଜିଓ କାର୍ଯ୍ୟ କରୁଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ଜିଓ ୫ଜି ହେଲ୍‌ଥକେୟାର ଅଟୋମେସନ । କୋଭିଡ୍ ମହାମାରୀ ସମୟରେ ହସ୍ପିଟାଲ୍‌ର ଆଇସୋଲେସନ୍ ୱାର୍ଡରେ କିଛି ଆଗ ଧାଡ଼ିର କର୍ମୀଙ୍କୁ ଜୀବନ ହରାଇବାକୁ ପଡ଼ିଥିଲା । ରିଲାଏନ୍ସ ଜିଓ ଏଭଳି ରୋବୋଟ୍ ପ୍ରଯୁକ୍ତି ଉପରେ କାର୍ଯ୍ୟ କରୁଛି ଯାହା ସେହିଭଳି ଆଇସୋଲେସନ ୱାର୍ଡ ସହିତ ଅନ୍ୟ ରୋଗୀମାନଙ୍କ ପାଖରେ ଔଷଧ ଓ ଖାଦ୍ୟପାନୀୟ ପ୍ରଦାନ କରିବା କାର୍ଯ୍ୟ କରିପାରିବ ।
କ୍ଲାଉଡ୍ ଭିତିକ ୫ଜି ନିୟନ୍ତ୍ରିତ ରୋବଟ୍‌ଙ୍କ ବ୍ୟବହାର ଯୋଗୁଁ ତ୍ରୁଟିର କୌଣସି ଆଶଙ୍କା ହିଁ ରହିବ ନାହିଁ ବୋଲି କହିଲେ ଭୁଲ ହେବନାହିଁ । ରୋବଟ୍ ଫ୍ଲିଟ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଦ୍ୱାରା ରକ୍ଷଣାବେକ୍ଷଣ ଓ ସାନିଟାଇଜେସନ ମାନବମାନଙ୍କ ତୁଳନାରେ ଅଧିକ ସହଜ ହେବ ଏବଂ ସବୁଠୁ ବଡ଼ କଥା ହେଉଛି ଏହା ଦ୍ୱାରା ହଜାର ହଜାର ଆଗଧାଡ଼ିର କର୍ମୀ ଏବଂ ରୋଗୀଙ୍କ ଜୀବନ ରକ୍ଷା କରାଯାଇପାରିବ ।
ଭାରତରେ ଆରମ୍ଭ ହେଲା ବହୁପ୍ରତୀକ୍ଷିତ 5G ସେବା, ଗ୍ରାହକଙ୍କୁ ମିଳିବ ଅତ୍ୟାଧୁନିକ ଟେଲିକମ୍ ସର୍ଭିସ
ନୂଆଦିଲ୍ଲୀ: ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ । ଆଜି ଦେଶରେ ଶୁଭାରମ୍ଭ ହେଲା ବହୁପ୍ରତୀକ୍ଷିତ ୫ଜି ସେବା। ଏହି ସେବାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନମେଦ୍ର ମୋଦି । ଦିଲ୍ଲୀର ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ୍ କଂଗ୍ରେସ କାର୍ଯ୍ୟକ୍ରମରେ ମୋଦି ୫ଜି ସେବାର ଶୁଭ ଉଦଘାଟନ କରିଛନ୍ତି । ଅତ୍ୟାଧୁନିକ ଟେଲିକମ୍ ସର୍ଭିସ ସହ ଭାରତ ମଧ୍ୟ ସେହି ଦେଶ ତାଲିକାରେ ଯୋଡି ହୋଇଛି, ଯେଉଁଠି 5G ସେବା ଉପଲବ୍ଧ ହେଉଥିଲା।
ପ୍ରଥମ ପର୍ଯ୍ୟାୟରେ ଏହା ୧୩ଟି ସହରରେ ଆରମ୍ଭ ହୋଇଛି। ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକତା, ଚେନ୍ନାଇ, ଲକ୍ଷ୍ମୌ, ପୁନେ, ଦିଲ୍ଲୀ ଓ ମୁମ୍ବାଇରେ 5G ସେବା ଆରମ୍ଭ ହୋଇଛି। ୨୦୩୦ ସୁଦ୍ଧା ପର୍ଯ୍ୟାୟ କ୍ରମେ ଏହି ସେବା ଧୀରେ ଧୀରେ ସମଗ୍ର ଦେଶରେ ଆରମ୍ଭ ବୋଲି ଆଶା କରାଯାଉଛି। ଏୟାରଟେଲ ପକ୍ଷରୁ ବାରାଣସୀ ଓ ଜିଓ ପକ୍ଷରୁ ଅହମ୍ମଦାବାଦରେ 5-G ନେଟୱର୍କ ସେବା ଆରମ୍ଭ ହେବ । ଆଜିର ଏହି 5-G ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ବିଶିଷ୍ଟ ଶିଳ୍ପପତୀ ମୁକେଶ ଅମ୍ୱାନୀ ପ୍ରମୁଖ ସାମିଲ ହୋଇଥିଲେ ।
୫-ଜି ସେବା ୪-ଜିଠୁ ୧୦ ଗୁଣା ସ୍ପିଡ୍ ସେବା ଦେବା। ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ବଢିପାରିବ। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ ୫ଜି।
ନୂଆଦିଲ୍ଲୀ: ଆଜିଠୁ ଭାରତରେ ଆରମ୍ଭ ହେବ 5G ସେବା। ଭାରତୀୟ ଟେକ୍ନୋଲୋଜି କ୍ଷେତ୍ରରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଚୁଟକିରେ ଖୋଲିବ ଓ୍ବେବସାଇଟ । ଆଜି ଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ୫G ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନି ପ୍ରମୁଖ ଟେଲିକମ ଅପରେଟର୍ ପ୍ରଧାନମନ୍ତ୍ରୀଙ୍କ ଆଗରେ ୫-ଜି ଜ୍ଞାନକୌଶଳର ଉପସ୍ଥାପନ କରିବେ । ଏହି ଅବସରରେ ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ, ଏୟାରଟେଲର ସୁନୀଲ ମିତଲ ଓ ଭୋଡାଫୋନ୍-ଆଇଡିଆର କୁମାର ମଙ୍ଗଳମ ଉପସ୍ଥିତ ରହିବେ । ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଚେନ୍ନାଇ ଆଦି କିଛି ନିର୍ଦ୍ଦିଷ୍ଟ ସହରରେ ୫G ସେବା ମିଳିପାରିବ । ଏହା ପରେ ପର୍ଯ୍ୟାୟକ୍ରମେ ଆସନ୍ତା ଦୁଇ ବର୍ଷ ଭିତରେ ଏହି ସେବା ‌ସାରା ଦେଶରେ ପହଞ୍ଚିବ। କେଉଁ କମ୍ପାନୀର ୫ଜି ସେବା ଆଜିଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ରିଲାଏନ୍ସ ଜିଓର ସେବା ମିଳିବ ବୋଲି ଅନୁମାନ କରାଯାଉଛି।
ମୟୂରଭଞ୍ଜର ଝିଅ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ହେବା ପରେ ବାମନଘାଟୀ ଉପଖଣ୍ଡ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲୁ ରହିଛି। ଯେଉଁଥିପାଇଁ ରାଷ୍ଟ୍ରପତିଙ୍କ ପୈତୃକ ଗାଁ ଉପରବେଡ଼ା ଏବଂ ଶଶୁର ଗାଁ ପାହାଡ଼ପୁର ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଛି। ସବୁଠୁ ଖୁସିର ବିଷୟ, ଆଜି ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ବାଦାମପାହାଡ଼ ସନ୍ନିକଟ ପାହାଡ଼ପୁରସ୍ଥିତ ରାଷ୍ଟ୍ରପତିଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ସ୍ମୃତିରେ ନିର୍ମିତ ଏସ୍‌‌ଏଲ୍‌‌ଏସ୍‌‌ ଆବାସିକ ବିଦ୍ୟାଳୟ ପରିସରରୁ ଦିନ ୧୧ଟା ବେଳେ ରାଜ୍ୟର ପ୍ରଥମ ‘୫-ଜି’ ମୋବାଇଲ୍‌‌ ସେବାର ଶୁଭାରମ୍ଭ ହେବାକୁ ଯାଉଛି। ଓଡ଼ିଶାରେ ପ୍ରଥମ 5G ସେବା ଏହି ସ୍କୁଲ ପାଇବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ।
ଏହି ‘୫-ଜି’ ସେବା ‘୪-ଜି’ ମୋବାଇଲ୍‌‌ ସେବାଠାରୁ ପ୍ରାୟ ୧୦ ଗୁଣ ଅଧିକ ରହିବ ବୋଲି ଆଶା କରାଯାଉଛି। ୟୁଜର୍ସଙ୍କ ପାଇଁ ଡାଉନଲୋଡ୍ ସ୍ପିଡ ବଢ଼ାଇବ 5G। ୨ଜି ନେଟଓ୍ୱର୍କରେ ଯେଉଁ ଫାଇଲ୍ ଡାଉନ୍‌ଲୋଡ ପାଇଁ ୨ଦିନ ୮ ଘଣ୍ଟା ଲାଗୁଥିଲା, ୩ଜି ସେବାରେ ୨ ଘଣ୍ଟା ଏବଂ ୪ଜିରେ ୪୦ ମିନିଟ ଲାଗୁଥିଲା, ଏବେ ଫାଇଭ୍-ଜିରେ ସେହି ଫାଇଲ ଡାଉନ୍ଲୋଡ୍ ପାଇଁ ମାତ୍ର ୩୫ ସେକେଣ୍ଡ ସମୟ ଲାଗିବ।
‘୫ଜି’ ସ୍ପେକ୍‌ଟ୍ରମ୍‌ ନିଲାମକୁ କ୍ୟାବିନେଟ୍‌ ମଞ୍ଜୁରୀ : ୧୦ ଗୁଣ ବେଗରେ ଦୌଡ଼ିବ ଇଣ୍ଟର୍‌ନେଟ୍‌
ନୂଆଦିଲ୍ଲୀ : ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର କ୍ୟାବିନେଟ ବୁଧବାର ୫ଜି ସ୍ପେକ୍ଟ୍ରମ ନିଲାମ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ନିଲାମ ଜରିଆରେ ସର୍ବୋଚ୍ଚ ମୂଲ୍ୟ ଦେବାକୁ ପ୍ରସ୍ତାବ ଦେଇଥିବା ବିଡରଙ୍କୁ ୫ଜି ସେବା ଦେଶରେ ପ୍ରଦାନ କରିବାର ଅଧିକାର ମିଳିବ। ଆସନ୍ତାବର୍ଷ ସୁଦ୍ଧା ଦେଶର ଜନସାଧାରଣ ଓ ଉଦ୍ୟୋଗ ସମୂହ ଏହି ସେବା ପାଇପାରିବେ। ୫ଜିର ବେଗ ୪ଜିଠାରୁ ୧୦ ଗୁଣା ଅଧିକ ରହିବ। ଏଥିରେ ୧୦ ସେକେଣ୍ଡ୍‌ରେ ଡାଉନ୍‌ଲୋଡ୍‌ ହେବ ୨ଜି ଫିଲ୍ମ । ଆହୁରିମଧ୍ୟ ଏଥିରେ ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ୨ଠ ବର୍ଷ ପାଇଁ ନିଲାମ କରାଯିବ। ୨ଠ୧୫ରେ ସମଗ୍ର ଦେଶରେ ୪ଜି ସେବାର ଦ୍ରୁତ ସମ୍ପ୍ରସାରଣ କରାଯାଇଥିଲା।
୨ଠ୧୪ରେ ଦେଶରେ ବ୍ରଡବ୍ୟାଣ୍ଡ ବ୍ୟବହାରକାରୀଙ୍କ ସଂଖ୍ୟା ୧ଠ କୋଟି ଥିବାବେଳେ ଏବେ ଏହା ୮ଠ କୋଟିରେ ପହଞ୍ଚିଛି। ସ୍ୱଦେଶୀ କାରିଗରୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ଦ୍ୱାରା ଭାରତ ୪ଜିରୁ ୫ଜି ଟେକ୍ନୋଲୋଜିକୁ ପ୍ରବେଶ କରୁଛି। ଘରୋଇ ୫ଜି ଟେକ୍ନୋଲୋଜି ସେବା ଆରମ୍ଭ କରିବାକୁ ସରକାର ଦେଶର ୮ଟି ଶ୍ରେଷ୍ଠ ଟେକ୍ନୋଲୋଜି ପ୍ରତିଷ୍ଠାନରେ ୫ଜି ଟେଷ୍ଟ ବେଡ୍‌ ସେଟ୍‌ ଅପ୍‌ (ପରୀକ୍ଷାମୂଳକ ବ୍ୟବସ୍ଥା) ସ୍ଥାପନ ୫ଜି ସେବା ଦେଶରେ ନ୍ୟୁ ଏଜ୍‌ ବିଜନେସ ସୃଷ୍ଟି କରିବାର ସାମର୍ଥ୍ୟ ରଖିବ। ସ୍ପେକ୍ଟ୍ରମ ନିଲାମ କାମ ୨୦୨୨ ଜୁଲାଇ ଶେଷ ସୁଦ୍ଧା ଶେଷ ହେବ। ୬୦୦, ୭୦୦, ୮୦୦, ୯୦୦, ୧୮୦୦, ୨୧୦୦ ଓ ୨୩୦୦ ମେଗାହର୍ଜ ଆଦି ବିଭିନ୍ନ ବର୍ଗରେ ଏହି ସ୍ପେକ୍ଟ୍ରମ ନିଲାମ କରାଯିବ। ମଧ୍ୟମ ବର୍ଗରେ ୩୩୦୦ ମେଗାହର୍ଜ ଓ ଉଚ୍ଚ ବର୍ଗରେ ୨୬ (ଗିଗାହର୍ଜ) ଫ୍ରିକୁଏନ୍ସି ବ୍ୟାଣ୍ଡ ମଧ୍ୟ ନିଲାମ ପାଇଁ ଉପଲବ୍ଧ ହେବ।
ଆଶା କରାଯାଉଛି ଯେ ମଧ୍ୟମ ଓ ଉଚ୍ଚ ବ୍ୟାଣ୍ଡ ସ୍ପେକ୍ଟ୍ରମକୁ ଟେଲିଫୋନ ସେବା ଯୋଗାଣକାରୀ ବ୍ୟବହାର କରି ଦେଶରେ ୫ଜି ସେବା ଯୋଗାଣ ଆରମ୍ଭ କରିବେ। ଏହି ୫ଜି ସେବା ଅଧିକ ବେଗ (ସ୍ପିଡ) ଓ ଦକ୍ଷତା ପ୍ରଦାନ କରିବାକୁ ସମର୍ଥ। ବର୍ତ୍ତମାନର ୪ଜି ସେବାଠାରୁ ଏହା ୧ଠ ଗୁଣ ଦ୍ରୁତତ୍ତର ବେଗ ପ୍ରଦାନ କରିବାକୁ ସକ୍ଷମ। ଆଗାମୀ ନିଲାମରେ ସ୍ପେକ୍ଟ୍ରମ ବ୍ୟବହାର ଦେୟ (ଏସ୍‌ୟୁସି)କୁ ଶୂନ୍ୟ କରାଯିବ । ଅର୍ଥାତ ସ୍ପେକ୍ଟ୍ରମ ବ୍ୟବହାର ବାବଦ ଦେୟ ବ୍ୟବସ୍ଥା ଆଉ ରହିବନାହିଁ । ତେଣୁ ଏହାଦ୍ୱାରା ନିଲାମଧାରୀ ସେବା ପ୍ରଦାନକାରୀମାନଙ୍କଠୁ ପରିଚାଳନା ଖର୍ଚ୍ଚ ହ୍ରାସ ପାଇବ। ଆହୁରି ମଧ୍ୟ ନିଲାମ ପାଇଁ ବିଡରଙ୍କୁ ଯେଉଁ ଆର୍ଥିକ ବ୍ୟାଙ୍କ ଗ୍ୟାରେଣ୍ଟି ଆଉ ଦେବାକୁ ପଡୁଥିଲା ତାହା ଆଉ ଦେବାକୁ ହେବ ନାହିଁ।
ଆଗରୁ ଏ ବାବଦରେ ନିଲାମଧାରୀଙ୍କୁ ନିଲାମର ବାର୍ଷିକ କିସ୍ତି ସହିତ ସମାନ ପରିମାଣର ଅର୍ଥ ରାଶି ଜମା କରିବାକୁ ପଡୁଥିଲା। ପ୍ରଥମ ଥର ପାଇଁ ସଫଳ ବିଡରଙ୍କୁ ସିଧାସଳଖ ସବୁ ଅର୍ଥ ଜମା ଦେବାକୁ ପଡ଼ିବ ନାହିଁ । ସେମାନେ ସମାନ ୨ଠ କିସ୍ତିରେ ପ୍ରତିବର୍ଷ ଆରମ୍ଭରେ ଅଗ୍ରିମ ଏହି ଅର୍ଥ ଦାଖଲ କରିବେ। ଯଦି କେହି ନିଲାମଧାରୀ ୧ଠ ବର୍ଷ ପରେ ସ୍ପେକ୍ଟ୍ରମ ଫେରାଇବାକୁ ଚାହାନ୍ତି ସେଥିପାଇଁ ତାଙ୍କୁ ସୁଯୋଗ ମିଳିବ । ସ୍ପେକ୍ଟ୍ରମ ଫେରାଇବା ପୂର୍ବରୁ ସଂଯୁକ୍ତ ନିଲାମଧାରୀଙ୍କୁ ପରିଶୋଧ ହୋଇ ନ ଥିବା ସମସ୍ତ ଦେୟ ପୈଠ କରିବାକୁ ହେବ । ତେବେ ଅବଶିଷ୍ଟ ୧ଠ ବର୍ଷ ପାଇଁ ତାଙ୍କୁ ଆଉ କିସ୍ତି ଦେବାକୁ ପଡ଼ିବନାହିଁ।