Successful Blog - The Sakala
ବ୍ଲଗ୍‌ ହେଉଛି ଏକ ଡିଜିଟାଲ୍‌ ଆର୍ଟିକଲ୍‌। ଯେ କୌଣସି ଏକ ବିଷୟକୁ ନେଇ ବ୍ଲଗ୍‌ ଲେଖାଯାଇପାରେ, ଯାହା ନିଜର ବ୍ୟକ୍ତିଗତ ୱେବ୍‌ସାଇଟ୍‌ରେ ପ୍ରକାଶ ହୋଇଥାଏ। ଆପଣଙ୍କ ପେଜ୍‌ରେ ଅନୁଗାମୀଙ୍କ ସଂଖ୍ୟା ଯେତେ ଅଧକ ହେବେ, ସେତିକି ଲାଇକ୍ ପାଇବେ। ଏହା ବ୍ୟତୀତ ବ୍ଲଗିଙ୍ଗ୍ ଯୋଗୁଁ ଆଜିକାଲି ଅନେକ ଜଣ ଭଲ ରୋଜଗାର ମଧ୍ୟ କରୁଛନ୍ତି। ତେଣୁ ଭଲ ବ୍ଲଗିଙ୍ଗ୍‌ କରିବାକୁ ହେଲେ କିଛି ଦିଗ ପ୍ରତି ଧ୍ୟାନ ଦେବା ଉଚିତ।
-ପ୍ରଥମେ ନିଜ ପସନ୍ଦ ଓ ଆଗ୍ରହ ଥିବା ବିଷୟକୁ ଚୟନ କରନ୍ତୁ। ଉକ୍ତ ବିଷୟ ଉପରେ ଯଥେଷ୍ଟ ଜ୍ଞାନ ଆହରଣ କରିବା ପରେ ଲେଖିବା ଆରମ୍ଭ କରନ୍ତୁ।
-ଲୋକପ୍ରିୟ ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ କିମ୍ବା ନିଜର ୱେବ୍‌ସାଇଟ୍‌ କରନ୍ତୁ। ପ୍ରାରମ୍ଭିକ ସମୟରେ ସାଧାରଣ ବ୍ଲଗିଙ୍ଗ୍‌ ୱେବ୍‌ସାଇଟ୍‌ ଗୁଡ଼ିକରେ ନିଜର ଲେଖା ପ୍ରକାଶ କରନ୍ତୁ।
-ନିଜ ୱେବ୍ ବ୍ଲଗ୍‌କୁ ସାଦାସିଧା, କିନ୍ତୁ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ କରନ୍ତୁ। ଏହାଦ୍ବାରା ଶୀଘ୍ର ଓ ସହଜରେ ନିଜର ଲେଖାକୁ ପୋଷ୍ଟ୍‌ କରିପାରିବେ। ଏଥିରେ କିଛି ପ୍ରି ଡିଜାଇନ୍‌ ଟେମ୍ପ୍‌ଲେଟ୍‌ ଓ ଥିମ୍‌ର ବ୍ୟବହାର କରନ୍ତୁ। ଏକ ଆକର୍ଷଣୀୟ ଲୋଗୋ ମଧ୍ୟ ରଖନ୍ତୁ।
-ବ୍ଲଗ୍‌ ଲେଖିବା ପ୍ରକ୍ରିୟାରେ ନିୟମିତତା ଅବଲମ୍ବନ କରନ୍ତୁ। ଗୋଟିଏ ବ୍ଲଗ୍‌ ପୋଷ୍ଟ୍‌ କରିସାରିବା ପରେ ଅଧିକ ଦିନ ବ୍ୟବଧାନରେ ଆଉ କିଛି ବ୍ଲଗ୍‌ ପୋଷ୍ଟ୍‌ କରିବା ମନୋବୃତ୍ତି ରଖନ୍ତୁ ନାହିଁ। କାରଣ ଏହା ଅନ୍ୟମାନଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ।
-ନିଜ ବ୍ଲଗିଙ୍ଗ୍‌ ଚ୍ୟାନେଲ୍‌କୁ ଅନ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା ପାଇଁ ଚେଷ୍ଟା କରନ୍ତୁ।
-ସର୍ଚ୍ଚ ଇଞ୍ଜିନ୍‌ ଅପ୍ଟିମାଇଜେସନ୍‌ (ଏସ୍‌ଇଓ)ର ସହାୟତା ନିଅନ୍ତୁ। ଗୁଗୁଲ୍‌ରୁ ଏ ସମ୍ପର୍କିତ ତଥ୍ୟ ହାସଲ କରି ନିଜ ବ୍ଲଗ୍‌ ଚ୍ୟାନେଲ୍‌ର ପ୍ରମୋସନ୍‌ ପାଇଁ ‘ଏସ୍‌ଇଓ’ର ସାହାଯ୍ୟ ନେଇପାରିବେ।
-ବ୍ଲଗିଙ୍ଗ୍‌ ମାଧ୍ୟମରେ ଲୋକପ୍ରିୟତା ହାସଲ କରିବା ପରେ ଫ୍ରିଲାନ୍ସିଙ୍ଗ୍‌ କରି ନିଜ ଲେଖାକୁ ଅନ୍ୟ କୌଣସି ବଡ଼ ୱେବ୍‌ସାଇଟ୍‌କୁ ଦେଇ ରୋଜଗାରକ୍ଷମ ହୋଇପାରିବେ।