FIFA - The Sakala

ଫିଫା ବିଶ୍ୱକପ୍‌ ୨୦୨୬: ଇଂଲଣ୍ଡ, କଲୋମ୍ବିଆ ଏବଂ ଘାନା ବିଜୟୀ; ପର୍ତ୍ତୁଗାଲର ଚମକହୀନ ପ୍ରଦର୍ଶନ
ମେକ୍ସିକୋ ସିଟି: ଉତ୍ତର ଆମେରିକାରେ ଚାଲିଥିବା ଫିଫା ବିଶ୍ୱକପ୍‌ ୨୦୨୬ରେ ବୁଧବାର ରାତି ଓ ଗୁରୁବାର ଏକାଧିକ ରୋମାଞ୍ଚକର ମ୍ୟାଚ୍‌ ଦେଖିବାକୁ ମିଳିଛି। ଇଂଲଣ୍ଡ ଓ କଲୋମ୍ବିଆ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଘାନା ଶେଷ ମୁହୂର୍ତ୍ତରେ ଗୋଲ୍‌ ଦେଇ ପାନାମାକୁ ପରାସ୍ତ କରିଛି। ଅନ୍ୟପଟେ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପର୍ତ୍ତୁଗାଲ୍‌ କଙ୍ଗୋ ବିପକ୍ଷରେ ମ୍ୟାଚ୍‌ ଡ୍ର’ ରଖିବାକୁ ବାଧ୍ୟ ହୋଇ ଚମକହୀନ ପ୍ରଦର୍ଶନ କରିଛି।

କଲୋମ୍ବିଆ ବନାମ ଉଜବେକିସ୍ତାନ (୩-୧): ମେକ୍ସିକୋ ସିଟିର ଏଷ୍ଟାଡିଓ ଆଜ୍‌ଟେକାଠାରେ ଖେଳାଯାଇଥିବା ଏହି ଗ୍ରୁପ୍‌ ‘କେ' ମ୍ୟାଚ୍‌ରେ କଲୋମ୍ବିଆ ୩-୧ ଗୋଲ୍‌ରେ ବିଶ୍ୱକପ୍‌ରେ ପଦାର୍ପଣ କରିଥିବା ଉଜବେକିସ୍ତାନକୁ ପରାସ୍ତ କରିଛି। କଲୋମ୍ବିଆ ପକ୍ଷରୁ ଡାନିଏଲ୍‌ ମୁନୋଜ୍‌, ଲୁଇସ୍‌ ଡିଆଜ୍‌ ଏବଂ ଜାମିଣ୍ଟନ କାମ୍ପାଜ୍‌ ଗୋଲ୍‌ କରିଥିଲେ। ଉଜବେକିସ୍ତାନ ପକ୍ଷରୁ ଏକମାତ୍ର ଗୋଲ୍‌ ଆବୋସବେକ ଫାୟଜୁଲାଭେଭ୍‌ ଦେଇଥିଲେ। ଏହି ବିଜୟ ସହ କଲୋମ୍ବିଆ ନିଜ ଗ୍ରୁପ୍‌ର ଶୀର୍ଷରେ ପହଞ୍ଚିଛି।

ଇଂଲଣ୍ଡ ବନାମ କ୍ରୋଏସିଆ (୪-୨): ଆମେରିକାର ଟେକ୍ସାସ ସ୍ଥିତ ଡାଲାସ୍‌ ଷ୍ଟାଡିୟମରେ ପ୍ରାୟ ୭୦,୦୦୦ ଦର୍ଶକଙ୍କ ସମ୍ମୁଖରେ ଇଂଲଣ୍ଡ ୪-୨ ଗୋଲ୍‌ରେ କ୍ରୋଏସିଆକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଅଧିନାୟକ ହ୍ୟାରୀ କେନ୍‌ ଦୁଇଟି ଗୋଲ୍‌ ଦେଇଥିବା ବେଳେ ଜୁଡ୍‌ ବେଲିଂହାମ ଏବଂ ମାର୍କସ ରାଶଫୋର୍ଡ ଦ୍ୱିତୀୟାର୍ଦ୍ଧରେ ଗୋଲ୍‌ କରି ଦଳର ବିଜୟ ସୁନିଶ୍ଚିତ କରିଥିଲେ। କ୍ରୋଏସିଆ ପକ୍ଷରୁ ମାର୍ଟିନ ବାତୁରିନା ଓ ପେତାର ମୁସା ଗୋଲ୍‌ ପରିଶୋଧ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ।

ଘାନା ବନାମ ପାନାମା (୧-୦): ଗ୍ରୁପ୍‌ ‘ଏଲ୍‌'ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଘାନା ୧-୦ ଗୋଲ୍‌ରେ ପାନାମାକୁ ହରାଇଛି। ସମ୍ପୂର୍ଣ୍ଣ ମ୍ୟାଚ୍‌ ଗୋଲ୍‌ଶୂନ୍ୟ ରହିବା ପରେ ଅତିରିକ୍ତ ସମୟର (ଷ୍ଟପେଜ୍‌ ଟାଇମ୍‌) ୫ମ ମିନିଟ୍‌ରେ କାଲେବ ୟିରେନକି ଚମତ୍କାର ଗୋଲ୍‌ ଦେଇ ଦଳକୁ ଏକ ନାଟକୀୟ ବିଜୟ ଭେଟି ଦେଇଥିଲେ। ଘାନାର ଅଭିଜ୍ଞ ପ୍ରଶିକ୍ଷକ କାର୍ଲସ କୁଇରୋଜ୍‌ଙ୍କ ପାଇଁ ଏହା ଏକ ସ୍ମରଣୀୟ ମ୍ୟାଚ୍‌ ଥିଲା, କାରଣ ସେ ଲଗାତାର ୫ଟି ବିଶ୍ୱକପ୍‌ରେ ପ୍ରଶିକ୍ଷକ ସାଜିବାରେ ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ହୋଇଛନ୍ତି।

ପର୍ତ୍ତୁଗାଲ ବନାମ କଙ୍ଗୋ (୧-୧): ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ତାରକା ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ପର୍ତ୍ତୁଗାଲ ଦଳ ଡେମୋକ୍ରାଟିକ୍‌ ରିପବ୍ଲିକ ଅଫ୍‌ କଙ୍ଗୋ ବିପକ୍ଷରେ ୧-୧ ଗୋଲ୍‌ରେ ଡ୍ର’ ରଖି ପଏଣ୍ଟ ଭାଗ କରିଛି। ଏହି ମ୍ୟାଚ୍‌ରେ ରୋନାଲ୍‌ଡୋ ଗୋଲ୍‌ କରିବାରେ ବିଫଳ ହୋଇଥିଲେ। ବିଶ୍ୱକପ୍‌ର ପ୍ରଥମ କେତେକ ମ୍ୟାଚ୍‌ରୁ ହିଁ ଫୁଟବଲ୍‌ର ରୋମାଞ୍ଚ ଚରମ ସୀମାରେ ପହଞ୍ଚିଛି। ଇଂଲଣ୍ଡ ଓ କଲୋମ୍ବିଆ ଭଳି ଶକ୍ତିଶାଳୀ ଦଳଗୁଡ଼ିକ ବିଜୟ ସହ ଟ୍ରଫି ଦାବିଦାର ଭାବେ ନିଜର ସ୍ଥିତି ଜାହିର କରିଥିବା ବେଳେ ଉଜବେକିସ୍ତାନ ଓ ପାନାମା ଭଳି ଦଳ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ବଡ଼ ଦଳକୁ କଡ଼ା ଟକ୍କର ଦେବାର ସଙ୍କତ ଦେଇଛନ୍ତି।

ଫିଫା ବିଶ୍ୱକପ୍‌ ୨୦୨୬: ଫୋକସରେ ବିଶ୍ୱର ଏହି ୫ ତାରକା ଡିଫେଣ୍ଡର...
ନୂଆଦିଲ୍ଲୀ: ବିଶ୍ୱ ଫୁଟବଲ୍‌ର ସବୁଠାରୁ ବଡ଼ ମହାକୁମ୍ଭ ଫିଫା ବିଶ୍ୱକପ୍‌ ୨୦୨୬ ଆରମ୍ଭ ହେବାକୁ ଯାଉଛି। ଆମେରିକା, ମେକ୍ସିକୋ ଓ କାନାଡାରେ ଆରମ୍ଭ ହେବାକୁ ଥିବା ଏହି ବିଶ୍ୱକପ୍‌ରେ ୪୮ଟି ଦଳ ଖେଳିବେ ଓ ମୋଟ୍‌ ଉପରେ ୧୦୪ଟି ମ୍ୟାଚ୍‌ ଖେଳାଯିବ। ସାଧାରଣତଃ ଗୋଲ୍‌ ସ୍କୋରର ଓ ମିଡ଼ଫିଲ୍ଡରମାନେ ଅଧିକ ଚର୍ଚ୍ଚାରେ ରହୁଥିବାବେଳେ, ଆଧୁନିକ ଫୁଟବଲ୍‌ରେ ରକ୍ଷକମାନଙ୍କ ଭୂମିକା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଏଥର ବିଶ୍ୱକପ୍‌ରେ କିଛି ଡିଫେଣ୍ଡର ନିଜ ପ୍ରଦର୍ଶନ ଦ୍ୱାରା ସବୁଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି।

ଗାବ୍ରିଏଲ୍‌ ମାଗାଲହାଏସ୍‌ (ବ୍ରାଜିଲ୍‌)
ବ୍ରାଜିଲ୍‌ର ଏହି କେନ୍ଦ୍ରୀୟ ରକ୍ଷକ ଗତ ଋତୁରେ ନିଜ କ୍ଲବ୍‌ ପାଇଁ ଦୁର୍‌ଦ୍ଦାନ୍ତ ପ୍ରଦର୍ଶନ କରିଥିଲେ। ଆକାଶମାର୍ଗରେ ବଲ୍‌?କୁ ନିୟନ୍ତ୍ରଣ କରିବା ଓ ବିପକ୍ଷ ଆକ୍ରମଣକୁ ରୋକିବାରେ ସେ ଦକ୍ଷ। ବ୍ରାଜିଲ୍‌?ର ଷଷ୍ଠ ବିଶ୍ୱକପ୍‌ ସ୍ୱପ୍ନ ପୂରଣରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ।

ୱିଲିୟମ୍‌ ସାଲିବା (ଫ୍ରାନ୍ସ)
ଫ୍ରାନ୍ସର ରକ୍ଷଣଭାଗର ମୁଖ୍ୟ ଭରସା ହେଉଛନ୍ତି ସାଲିବା। ଦୃଢ଼ ରକ୍ଷଣ ଓ ଖେଳକୁ ପଢ଼ିବାର କ୍ଷମତା ତାଙ୍କୁ ବିଶ୍ୱର ଶ୍ରେଷ୍ଠ ରକ୍ଷକମାନଙ୍କ ମଧ୍ୟରେ ସ୍ଥାନ ଦେଇଛି। ଚୋଟରୁ ସୁସ୍ଥ ହୋଇ ସେ ବିଶ୍ୱକପ୍‌ରେ ଫେରୁଛନ୍ତି।

ଭର୍ଜିଲ୍‌ ଭାନ୍‌ ଡାଇକ୍‌ (ନେଦରଲ୍ୟାଣ୍ଡସ)
ଅଭିଜ୍ଞ ଭାନ୍‌ ଡାଇକ୍‌ ଏବେ ବି ନେଦରଲ୍ୟାଣ୍ଡ ଦଳର ମେରୁଦଣ୍ଡ। ତାଙ୍କ ନେତୃତ୍ୱ, ଶାରୀରିକ ଦକ୍ଷତା ଓ ସଠିକ୍‌ ସ୍ଥାନ ଚୟନ କ୍ଷମତା ଦଳକୁ ବଡ଼ ସଫଳତା ଦେଇପାରେ। ନେଦରଲ୍ୟାଣ୍ଡର ପ୍ରଥମ ବିଶ୍ୱକପ୍‌ ଜିତିବା ଆଶାରେ ସେ ମୁଖ୍ୟ ଅସ୍ତ୍ର।

ଆଶ୍ରାଫ୍‌ ହାକିମି (ମୋରୋକ୍କୋ)
ଦ୍ରୁତଗତି ଓ ଆକ୍ରମଣାତ୍ମକ ଖେଳ।ଇଁ ପରିଚିତ ହାକିମି ୨୦୨୨ ବିଶ୍ୱକପ୍‌ରେ ମୋରୋକ୍‌କୋକୁ ସେମିଫାଇନାଲ୍‌?ରେ ପହଞ୍ଚାଇବାରେ ବଡ଼ ଭୂମିକା ନେଇଥିଲେ। ଡାହାଣ ପାର୍ଶ୍ୱରୁ ତାଙ୍କ ଆକ୍ରମଣ ବିପକ୍ଷ ଦଳ ପାଇଁ ସବୁବେଳେ ବିଦ ସୃଷ୍ଟି କରେ।

ନୁନୋ ମେଣ୍ଡେସ୍‌ (ପର୍ତ୍ତୁଗାଲ୍‌)
ବାମ।ର୍ଶ୍ୱର ଏହି ଯୁବ ରକ୍ଷକ ଗତି, ଶକ୍ତି ଓ ସଠିକ୍‌ କ୍ରସ୍‌ ପାଇଁ ଜଣାଶୁଣା। ଶାନ୍ତ ଭାବେ ନିଜ କାମ କରୁଥିବା ମେଣ୍‌ଡେସ୍‌ ପର୍ତ୍ତୁଗାଲ୍‌?ର ବିଶ୍ୱକପ୍‌ ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରନ୍ତି। ଫିଫା ବିଶ୍ୱକପ୍‌ ୨୦୨୬ରେ ଗୋଲ୍‌ ସ୍କ?ରରମାନଙ୍କ ସହ ଏହି ରକ୍ଷକମାନେ ମଧ୍ୟ ନିଜ ଦକ୍ଷତାର ଛା ଛାଡ଼ିବାକୁ ପ୍ରସ୍ତୁତ। ଦଳର ସଫଳତାରେ ରକ୍ଷଣଭାଗର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏହି ତାରକା ଖେଳାଳିମାନେ ପୁଣିଥରେ ପ୍ରମାଣ କରିବାକୁ ଚେଷ୍ଟା କରିବେ।

ଆଜିଠୁ ଆରମ୍ଭ ହେଉଛି ଫିଫା ବିଶ୍ବକପର ୨୩ତମ ସଂସ୍କରଣ: ମେକ୍ସିକୋ- ଦ.ଆଫ୍ରିକା ମଧ୍ୟରେ ଉଦଘାଟନୀ ମୁକାବିଲା
ମେକ୍ସିକୋ ସିଟି: ଆଜିଠାରୁ ଫୁଟ୍‌ବଲ୍‌ ମହାକୁମ୍ଭ । ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ଫୁଟବଲ ପ୍ରତିଯୋଗିତାର ବରିଷ୍ଠ ବିଭାଗ ପୁରୁଷ ବିଶ୍ବକପ୍‌ ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି । ଫୁଟବଲ ଖେଳର ସର୍ବୋଚ୍ଚ ସଂସ୍ଥା ଦ୍ୱାରା ଏହା ଆୟୋଜିତ ହେଉଥିବାରୁ ଫିଫା ବିଶ୍ୱକପ୍‌ ନାମରେ ପରିଚିତ ଏହି ମେଗା ଇଭେଣ୍ଟ ଜୁନ୍‌ ୧୧ରୁ ଆରମ୍ଭ ହୋଇ ଜୁଲାଇ ୧୯ରେ ଶେଷ ହେବ। ପ୍ରଥମଥର ୩ଟି ଦେଶ ଯଥା ଆମେରିକା, ମେକ୍ସିକୋ ଓ କାନାଡ଼ା ଏହି ବିଶ୍ୱକପ୍‌ ଆୟୋଜନ କରୁଥିବାରୁ ୩ଟି ଟାଇମିଂ ଜୋନ୍‌ରେ ଖେଳ ଦେଖିବା ଦର୍ଶକଙ୍କ ଲାଗି କଷ୍ଟକର ହେଉଛି। ତଥାପି ଅଂଶଗ୍ରହଣକାରୀ ଦେଶର ସମୟ ଅନୁଯାୟୀ ଏହି ମ୍ୟାଚ୍‌ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥର ୩ଟି ଦେଶର ମୋଟ ୧୬ଟି ଭେନ୍ୟୁରେ ମ୍ୟାଚ୍‌ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ବିଶ୍ୱକପ୍ର ଉଦଘାଟନୀ ଉତ୍ସବ ଏକ ସଙ୍ଗେ ୩ଟି ଦେଶରେ ଆୟୋଜିତ ହେବ। ଆମେରିକାରରେ ସର୍ବାଧିକ ୧୧ଟି ଷ୍ଟାଡିୟମ୍‌ରେ ସର୍ବାଧିକ ୭୮ଟି ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

ମେକ୍ସିକୋରେ ଉଦ୍‌ଘାଟନୀ, ନ୍ୟୁ ଜର୍ସୀରେ ଫାଇନାଲ
ବିଶ୍ୱକପ୍‌ରେ ଏଥର ସର୍ବାଧିକ ୪୮ଟି ଦେଶ ଭାଗନେଉଥିବାରୁ ସ୍ୱାଭାବିକ ଭାବେ ସର୍ବାଧିକ ୧୦୪ଟି ମ୍ୟାଚ୍‌ ଖେଳାଯିବ। ଏହା ମଧ୍ୟରୁ ଆମେରିକାରେ ୭୮ଟି ଓ ଅନ୍ୟ ଦୁଇ ସହଯୋଗୀ ଦେଶରେ ୧୩ଟି ଲେଖାଏଁ ମ୍ୟାଚ୍‌ ଆୟୋଜିତ ହେବ। ରାଉଣ୍ଡ ଅଫ୍‌ ୩୨ ଓ ରାଉଣ୍ଡ ଅଫ୍‌ ୧୬ରେ ୩ଟି ନକ୍‌ଆଉଟ ମ୍ୟାଚ୍‌ ଆମେରିକା ବାହାରେ ଓ ଅନ୍ୟ ସମସ୍ତ ନକ୍‌ଆଉଟ ମୁକାବିଲା ଆମେରିକାରେ ଅନୁଷ୍ଠିତ ହେବ। ରେକର୍ଡ ତୃତୀୟଥର ଉଦ୍‌ଘାଟନୀ ଉତ୍ସବ ସହ ଉଦ୍‌ଘାଟନୀ ମୁକାବିଲା କରିବାକୁ ଯାଉଥିବା ମେକ୍ସିକୋ ସିଟିର ଆଜ୍‌ଟେକା ଷ୍ଟାଡିୟମ୍‌ରେ ଆୟୋଜକ ମେକ୍ସିକୋ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଭାରତୀୟ ସମୟ ରାତି ୧୨ଟା ୩୦ ମିନିଟ୍‌ରେ ଖେଳାଯିବ। ସେହିପରି ପ୍ରତିଯୋଗିତା ଶେଷରେ ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ଆମେରିକାର ନ୍ୟୁ ଜର୍ସିୀରେ ଥିବା ମେଟ୍‌ଲାଇଫ୍‌ ଷ୍ଟାଡିୟମ୍‌ରେ ଫାଇନାଲ ମୁକାବିଲା ଜୁଲାଇ ୧୯ ତାରିଖ ରାତି ୧୨ଟା ୩୦ ମିନିଟ୍‌ରେ ଖେଳାଯିବ।

ଉଦ୍‌ଘାଟନୀ ଉତ୍ସବର ଆକର୍ଷଣ ସାକିରା
ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଗାୟିକା ସାକିରା ଫିଫା ବିଶ୍ୱକପ୍‌ ପୂର୍ବର ଉଦ୍‌ଘାଟନୀ ସମାରୋହରେ ସଙ୍ଗୀତ ପରିବେଷଣ କରିବେ। ଫିଫା ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସଙ୍ଗୀତ ଦାଏ ଦାଏ’କୁ ଗାଇବେ ସାକିରା। ତାଙ୍କ ସହ ନରୱେର ବୁର୍ଣ୍ଣା ବୟ ମଧ୍ୟ ଫିଫା ସଙ୍ଗୀତ ପରିବେଷଣ କରିବେ।  ଅନ୍ୟ ତାରକାମାନଙ୍କ ମଧ୍ୟରେ ଆଲେଜାଣ୍ଡ୍ରୋ ଫର୍ଣ୍ଣାଣ୍ଡିଜ୍‌, ବେଲିଣ୍ଡା, ଡାନ୍ନି ଓସେନ୍‌, ଜେ. ବାଲଭିନ୍‌, ଲିଳା ଡାଉନ୍ସ, ଲସ୍‌ଆଞ୍ଜିଲ୍ସ ଆଜୁଲେସ୍‌, ମାନା ଓ ଟିଲା ମଧ୍ୟ ଅଫିସିଆଲ ଫିଫା ସଙ୍ଗୀତ ପରିବେଷଣରେ ସହଯୋଗ କରିବେ। ଉଦ୍‌ଘାଟନୀ ଉତ୍ସବ ମେକ୍ସିକୋ ସିଟିରେ ଭାରତୟ ସମୟ ରାତି ୧୦.୩୦ରୁ ଆରମ୍ଭ ହେବ। ପ୍ରତ୍ୟେକ ଦେଶରେ ଖେଳାଯିବାକୁ ଥିବା ଉଦ୍‌ଘାଟନୀ ମୁକାବିଲା ପୂର୍ବରୁ ଉଦ୍‌ଘାଟନୀ ଉତ୍ସବ ଆୟୋଜିତ ହେବ। କାନାଡାରେ ଟରଣ୍ଟୋ ଓ ଆମେରିକାରେ ଲସ୍‌ଏଞ୍ଜେଲ୍ସରେ ଏହି ଉତ୍ସବ ଓ ପରେ ମ୍ୟାଚ୍‌ ଖେଳାଯିବ। ଟରଣ୍ଟୋରେ ଗାୟକ ଓ ଲେଖକ ମାଇକେଲ ବବଲ ଓ ଆଲାନିସ୍‌ ମୋରିଷ୍ଟେ, ଆମେରିକାର ସୋଫି ଷ୍ଟାଡିୟମ୍‌ରେ ପପ୍‌ ଷ୍ଟାର କାଟି ପେର, ରାପର ଫ୍ୟୁଚର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରିବେଷଣ କରିବେ। କାନାଡା ଜନ୍ମିତ ବଲିଉଡ୍‌ ଷ୍ଟାର ନୋରା ଫତେହୀ ଟରଣ୍ଟୋ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ କରିବେ।

ହାଇତି ଜର୍ସିରେ ରହିବ ପୋଲାଣ୍ଡ ପତାକା
ୱାଶିଂଟନ: ଦୀର୍ଘ ୫୨ ବର୍ଷ ପରେ ହାଇତି ଫିଫା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ଏହି କାରବୀୟ ରାଷ୍ଟ୍ର ପ୍ରଥମ ଓ ଶେଷଥର ଲାଗି ୧୯୭୪ ଫିଫା ବିଶ୍ୱକପ୍‌ରେ ଅଂଶଗ୍ରହଣ କରି ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ୫୨ ବର୍ଷ ପରେ ପୁଣିଥରେ ଏହି ମେଗା ଇଭେଣ୍ଟକୁ ଯୋଗ୍ୟତା ଅର୍ଜନ କରିଥିବାରୁ ଏଥର ହାଇତି ପ୍ରଦର୍ଶନର ଛାପ ଛାଡ଼ିବା ଲକ୍ଷ୍ୟରେ ରହିଛି। କିନ୍ତୁ ହାଇତି ଖେଳାଳିମାନେ ପିନ୍ଧିବାକୁ ଥିବା ଜର୍ସିରେ ପୋଲାଣ୍ଡର ଜାତୀୟ ପତାକା ରହିବା ଫୁଟବଲପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରଥମତଃ ଏହା କିଟ୍‌ ନିର୍ମାତାଙ୍କ ଦ୍ୱାରା କୌଣସି ତ୍ରୁଟି ନୁହେଁ। ପ୍ରକୃତରେ ଏହା ଡିଜାଇନର ଏକ ଅଂଶ। ହାଇତି ଦଳର ଜର୍ସିରେ ପୋଲାଣ୍ଡର ଜାତୀୟ ପତାକାର ଉପସ୍ଥିତିର ଏକ ଐତିହାସିକ ଗୁରୁତ୍ୱ ରହିଛି। ତାହା ହେଉଛି ୧୮୦୪ ମସିହାରେ ହାଇତିକୁ ସ୍ୱାଧୀନତା ହାସଲ କରିବାରେ ୫,୦୦୦ ପୋଲାଣ୍ଡ ସୈନିକଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ହାଇତିର ପ୍ରତିଷ୍ଠାତା ନେତା ଜିନ୍‌-ଜ୍ୟାକ୍‌ ଡେସାଲିନ୍ସ୍‌ ପୋଲାଣ୍ଡମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମର୍ଥନକୁ ସ୍ୱୀକାର କରିଥିଲେ। ତେଣୁ ଏଥର ହାଇତିର ଜର୍ସି ଡିଜାଇନ୍‌ ପୋଲାଣ୍ଡ ସୈନିକଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ଭାବରେ ଦେଖାଯାଉଛି। ଯେଉଁମାନେ ସ୍ୱାଧୀନତା ପାଇଁ ସେମାନଙ୍କ ଲଢେ଼ଇ ସମୟରେ ହାଇତିଙ୍କ ସହିତ ଠିଆ ହୋଇଥିଲେ। ଅପରପକ୍ଷରେ ଏକ ଉଲ୍ଲେଖନୀୟ ଘଟଣା ହେଉଛି ଏଥର ପୋଲାଣ୍ଡ ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। କିନ୍ତୁ ହାଇତି ଜର୍ସିରେ ଏହାର ପରୋକ୍ଷ ପ୍ରତିନିଧିତ୍ୱ ରହିଛି।

ଚାରିଥରର ଚାମ୍ପିଅନ ଇଟାଲୀର ଅଲୋଡ଼ା ହ୍ୟାଟ୍ରିକ
ଏଥର ଫିଫା ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। ଚାରିଥରର ପୂର୍ବ ବିଜେତା ଇଟାଲୀ ଏଥର ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି। ଏହାକୁ ମିଶାଇ ଇଟାଲୀ କ୍ରମାଗତ ୩ୟ ସଂସ୍କରଣ ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିପାରିନାହିଁ। ଏଥିପୂର୍ବରୁ ୨୦୧୮ ଓ ୨୦୨୨ ବିଶ୍ୱକପ ମଧ୍ୟ ଇଟାଲୀ ଖେଳିପାରି ନ ଥିଲା। ବିଶ୍ୱ ମାନ୍ୟତାର ୧୨ତମ ସ୍ଥାନରେ ଥିବା ଏହି ୟୁରୋପୀୟ ଦଳ ଲାଗି ଏହା ଶକ୍ତ ଝଟକା ସଦୃଶ ହୋଇଛି। ସେହିଭଳି ଚଳିତ ବିଶ୍ୱକପ୍‌କୁ ଯୋଗ୍ୟତା ହାସଲ କରିପାରି ନ ଥିବା ଅନ୍ୟ କିଛି ପ୍ରମୁଖ ଦେଶ ହେଲେ ଡେନମାର୍କ, ନାଇଜେରିଆ, ୟୁକ୍ରେନ ଓ ପୋଲାଣ୍ଡ। ୨୦୨୨ ବିଶ୍ୱକପ୍‌ରେ ଡାର୍କହର୍ସ ଥିବା ଡେନମାର୍କ ବର୍ତ୍ତମାନ ଫିଫା ର‍୍ୟାଙ୍କିଙ୍ଗ୍‌ରେ ୨୦ତମ ସ୍ଥାନରେ ରହିଛି। କିନ୍ତୁ ଯୋଗ୍ୟତା ପର୍ଯ୍ୟାୟରେ ଚେକ୍‌ ରିପବ୍ଲିକ ନିକଟରୁ ସୁଟ୍‌ ଆଉଟ୍‌ରେ ହାରିବା ପରେ ଡେନମାର୍କର ବିଶ୍ୱକପ୍‌ ଖେଳିବା ଆଶା ଧୂଳିସାତ୍‌ ହୋଇଯାଇଥିଲା। ଆଫ୍ରିକ ମହାଦେଶର ଅନ୍ୟତମ ଶକ୍ତିଶାଳୀ ଦଳ ନାଇଜେରିଆ ବର୍ତ୍ତମାନ ଫିଫା ର‍୍ୟାଙ୍କିଙ୍ଗ୍‌ରେ ୨୬ତମ ସ୍ଥାନରେ ରହିଛି। କିନ୍ତୁ ୪୮ ଜଣିଆ ବିଶ୍ୱକପ୍‌କୁ ଦଳ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ‘କାଫ୍‌’ ଫ୍ଲେ ଅଫ୍‌ ଫାଇନାଲରେ କଙ୍ଗୋଠାରୁ ହାରିବା ନାଇଜେରିଆ ପାଇଁ ମହଙ୍ଗା ପଡ଼ିଥିଲା। ନାଇଜେରିଆ ୨୦୨୨ ବିଶ୍ୱକପ୍‌କୁ ମଧ୍ୟ ଟିକଟ୍‌ ହାସଲ କରି ନ ଥିଲା। ଅପରପକ୍ଷରେ ୪ ବର୍ଷ ଧରି ରୁଷ ସହ ଯୁଦ୍ଧରେ ସଂଘର୍ଷ କରୁଥିବା ୟୁକ୍ରେନକୁ ମଧ୍ୟ ଏଥର ବିଶ୍ୱକପ୍‌ ଟିକଟ୍‌ ମିଳିନି। ବିଶ୍ୱ ମାନ୍ୟତାର ୩୨ତମ ସ୍ଥାନରେ ଥିବା ଏହି ୟୁରୋପୀୟ ରାଷ୍ଟ୍ର ଶେଷଥର ଲାଗି ୨୦୦୬ ସଂସ୍କରଣ ଖେଳିଥିଲା। ପୋଲାଣ୍ଡ ମଧ୍ୟ ଏଥର ବିଶ୍ୱକପ୍‌ ବସ୍‌ ମିସ୍‌ କରିଛି। ଫିଫା ର‍୍ୟାଙ୍କିଙ୍ଗରେ ୩୨ତମ ସ୍ଥାନରେ ଥିବା ପୋଲାଣ୍ଡ ଯୋଗ୍ୟତା ପର୍ଯ୍ୟାୟର ଫାଇନାଲ ମ୍ୟାଚରେ ୨-୩ ଗୋଲ୍‌ରେ ସ୍ୱିଡେନଠାରୁ ହାରିବା ପୋଲାଣ୍ଡ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

ଫିଫା ବିଶ୍ୱକପ୍‌-୨୦୨୬; ଚାମ୍ପିଅନ ଦଳକୁ ୪୫୧ କୋଟି ଓ ରନର୍ସଅପ୍‌କୁ ମିଳିବ ୨୯୭ କୋଟି ଟଙ୍କା....
ଜୁରିକ: ଫିଫା ବିଶ୍ୱକପ୍‌ର ୨୩ତମ ସଂସ୍କରଣ ଆରମ୍ଭ ହେବାକୁ ଆହୁରି ୧୭୪ ଦିନ ବାକି ରହିଛି। କିନ୍ତୁ ୬ ମାସ ପୂର୍ବରୁ ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ସଂସ୍ଥା ‘ଫିଫା’ ପକ୍ଷରୁ ଏହି ମେଗା ଟୁର୍ଣ୍ଣାମେଣ୍ଟ ଲାଗି ପୁରସ୍କାର ରାଶି ବଢ଼ିଛି। ଆଗାମୀ ବିଶ୍ୱକପ୍‌ରେ ପୁରସ୍କାର ଆକାରରେ ମୋଟ୍‌ ୬୫୫ ମିଲିୟନ ଡଲାର ପ୍ରଦାନ କରାଯିବ। ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୫,୯୦୮ କୋଟି ଟଙ୍କା ହେବ। ଚାମ୍ପିଅନ ଦଳ ପୁରସ୍କାର ବାବଦକୁ ୫୦ ମିଲିୟନ ଡଲାର (ପାଖାପାଖି ୪୫୧ କୋଟି) ଘରକୁ ନେବ। ଯାହାକି ୨୦୨୨ ଓ ୨୦୧୮ ସଂସ୍କରଣ ତୁଳନାରେ ଢେର ଅଧିକ। ୨୦୨୨ ଓ ୨୦୧୮ ସଂସ୍କରଣରେ ଯଥାକ୍ରମେ ୪୨ ମିଲିୟନ ଓ ୩୮ ମିଲିୟନ ଡଲାର ଚାମ୍ପିଅନ ଦଳକୁ ମିଳିଥିଲା। ସେହିଭଳି ଯଦି ମୋଟ୍‌ ପୁରସ୍କାର ଉପରେ ନଜର ପକାଯାଏ ତେବେ ୨୦୨୨ରେ ୪୪୦ ମିଲିୟନ ଡଲାର ପୁରସ୍କାର ଆକାଦରରେ ଦିଆଯାଇଥିଲା। ଅପରପକ୍ଷରେ ଯୋଗ୍ୟତା ଅର୍ଜନ କରିଥିବା ସମସ୍ତ ୪୮ଟି ମହାସଂଘକୁ ପୂର୍ବ ପ୍ରସ୍ତୁତି ସକାଶେ ୧.୫ ମିଲିୟନ ଦିଆଯିବ।

ମୋଟ୍‌ ପୁରସ୍କାର: ୫,୯୦୮
ଚାମ୍ପିଅନ: ୪୫୧
ରନର୍ସଅପ୍‌: ୨୯୭
ତୃତୀୟ ସ୍ଥାନ: ୨୬୧
ଚତୁର୍ଥ ସ୍ଥାନ: ୨୪୩
କ୍ୱାର୍ଟର ଫାଇନାଲିଷ୍ଟ: ୧୭୧
ପ୍ରି-କ୍ୱାର୍ଟର: ୧୩୫
ରାଉଣ୍ଡ- ୩୨: ୯୯
ଗ୍ରୁପ୍‌ ପର୍ଯ୍ୟାୟ: ୮୧
ପ୍ରସ୍ତୁତି ଲାଗି: ୧୩

ଆଜି ଫିଫା ବିଶ୍ୱକପ୍‍ର ଗ୍ରାଣ୍ଡ୍‌ ଫାଇନାଲ୍‌; ଆର୍ଜେଣ୍ଟିନା-ଫ୍ରାନ୍ସ ମଧ୍ୟରେ ଟାଇଟଲ୍‌ ପାଇଁ ହେବ ମୁକାବିଲା
ଦୋହା: କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ଆଜି ସ୍ଥାନୀୟ ଲୁସେଲ ଷ୍ଟାଡିୟମରେ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଓ ପୂର୍ବତନ ଚାମ୍ପିଅନ ଆର୍ଜେଣ୍ଟିନା ମୁହାଁମୁହିଁ ହେବେ। ଟାଇଟଲ ପାଇଁ ଲାଟିନ ଆମେରିକା ଓ ୟୁରୋପର ଦୁଇ ଫୁଟବଲ ପାୱାର ହାଉସ୍‍ ମଧ୍ୟରେ ଜବରଦସ୍ତ ସଂଘର୍ଷ ହେବା ଆଶା କରାଯାଉଛି। ଏହି ନିର୍ଣ୍ଣାୟକ ମୁକାବିଲାରେ ଆର୍ଜେଣ୍ଟିନା ଅଧିନାୟକ ତଥା ସୁପରଷ୍ଟାର ଲିଓନେଲ ମେସି ଓ ଫ୍ରାନ୍ସ ଯୁବ ପରୱାର୍ଡ କିଲିଆନ ଏମ୍‍ବାପ୍ପେଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ତାରକା ବିଶ୍ୱକପ୍‍ ରେ ଏପର୍ଯ୍ୟନ୍ତ ଦମ୍‍ଦାର ପ୍ରଦର୍ଶନ କରି ୫ଟି ଲେଖାଏ ଗୋଲ ସ୍କୋର କରିଛନ୍ତି।

ମେସି କ୍ୟାରିୟରର ପଞ୍ଚମ ତଥା ଅନ୍ତିମ ବିଶ୍ୱକପ୍‍ ଖେଳୁଛନ୍ତି। ଟାଇଟଲ ହାସଲ କଲେ ଆର୍ଜେଣ୍ଟିନା ତୃତୀୟଥର ପାଇଁ ଚାମ୍ପିଅନ ହେବ ଓ ଦୀର୍ଘ ୩୬ ବର୍ଷ ପରେ ଟାଇଟଲ ହାସଲ କରିବ। ସେହିପରି ଫ୍ରାନ୍ସ ବିଜୟୀ ହେଲେ କ୍ରମାଗତ ଦ୍ୱିତୀୟ ଓ ମୋଟ ଉପରେ ତୃତୀୟଥର ପାଇଁ ଟାଇଟଲ ହାସଲ କରିବ। ବିଶ୍ୱକପ୍‍ର ଗତ ୪ଟି ସଂସ୍କରଣରେ ଫ୍ରାନ୍ସ, ଜର୍ମାନୀ, ସ୍ପେନ୍‍ ଓ ଇଟାଲୀ ଚାମ୍ପିୟନ ହୋଇଛନ୍ତି। ଏଥର ୟୁରୋପର ଆଧିପତ୍ୟ ଶେଷ କରିବାକୁ ଆର୍ଜେଣ୍ଟିନା ଲକ୍ଷ୍ୟ ରଖିଛି। ଆର୍ଜେଣ୍ଟିନା ସେମିଫାଇନନାଲରେ ୩- ୦ ଗୋଲରେ କ୍ରୋଏସିଆକୁ ଓ ଫ୍ରାନ୍ସ ୨-୦ ଗୋଲରେ ମରୋକ୍କୋକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

ଉଭୟ ଦଳ ଏହି ଫିଫା ବିଶ୍ୱକପ୍‍କୁ ଦୁଇଥର ଲେଖାଏଁ ବିଜୟୀ ହୋଇଛନ୍ତି। ଯେଉଁ ଦଳ ଏଠାରେ ଜିତିବାକୁ ସମର୍ଥ ହେବ ଏହା ସେମାନଙ୍କ ଲାଗି ହେବ ତୃତୀୟ ଟାଇଟଲ। ଆର୍ଜେଣ୍ଟିନା ଜିତିଲେ ଏହାର ଅଧିନାୟକ ମେସିଙ୍କ ଲାଗି ଏହା ହେବ ସର୍ବଶ୍ରେଷ୍ଠ ପୁରସ୍କାର ଏବଂ ଦଳୀୟ ଖେଳାଳିଙ୍କ ଉପହାର। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ କବ୍‍ଜା କଲେ ବିଶ୍ୱଯୁଦ୍ଧର ଯୁଗ ପରେ ପ୍ରଥମ ଦଳ ଭାବେ କ୍ରମାଗତ ଦୁଇଥର ଚାମ୍ପିଅନ ହେବ। ଏହା ପୂର୍ବରୁ ୧୯୩୪ ଓ ୧୯୩୮ରେ ଇଟାଲୀ ଏବଂ ୧୯୫୮ ଓ ୧୯୬୨ରେ ବ୍ରାଜିଲ କ୍ରମାଗତ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟରେ ୨୧ଟି ସଂସ୍କରଣ ଆୟୋଜିତ ହୋଇଥିଲାବେଳେ କେବଳ ଦୁଇଟି ମହାଦେଶ ଯଥା ୟୁରୋପ ଓ ଦକ୍ଷିଣ ଆମେରିକୀୟ ଦଳ ଗୁଡ଼ିକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏହି ୨୧ଟି ମଧ୍ୟରୁ ୟୁରୋପ ୧୨ଟି, ଦକ୍ଷିଣ ଆମେରିକା ୯ଟି ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି।

ବିଶ୍ୱରେ ନିଜ ଲାଗି ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଲିଓନେଲ ମେସି ଏହି ବିଶ୍ୱକପ୍‍ ଟାଇଟଲ ଜିତନ୍ତୁ ବୋଲି ଫୁଟବଲ ପ୍ରେମୀଙ୍କ ଇଛା। ୧୯୮୬ରେ ଡିଏଗୋ ମାରାଡୋନା ଯେପରି ଆର୍ଜେଣ୍ଟିନାକୁ ବିଶ୍ୱକପ୍‍ ଜିତାଇଥିଲେ ଠିକ୍‍ ସେହିପରି ମେସିଙ୍କ ଲାଗି ଏହା ଶେଷ ସୁଯୋଗ। ଏବେ ତାଙ୍କୁ ୩୫ ବର୍ଷ। ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୫ଟି ଗୋଲ୍‌ କରିବା ଓ ଏକାଧିକ ଗୋଲ୍‌ କରାଇବାରେ ସହାୟତା କରି ବେଶ ଫର୍ମରେ ଅଛନ୍ତି ସେ। ଆଉ ସବୁଠାରୁ ବଡ଼ କଥା ହେଲା ଏବେ ଏହି ଦଳରେ ଯୁବ ତଥା ପ୍ରତିଭାବାନ ଖେଳାଳି ଅଛନ୍ତି, ଯେଉଁମାନଙ୍କ ନିକଟରେ ବିରାଟ ଭବିଷ୍ୟତ ଅପେକ୍ଷା କରି ରହିଛି। କେବଳ ମେସି ନୁହଁନ୍ତି ଆର୍ଜେଣ୍ଟିନା ଦଳର ଅନ୍ୟ ୧୦ କିମ୍ବା ୧୫ ଖେଳାଳିଙ୍କ ଭାଗ୍ୟ ରେଖାରେ ପରିବର୍ତ୍ତନ ହୋଇଯିବ ଓ ସେମାନଙ୍କୁ ବିଶ୍ୱ ସମ୍ମାନ ଦେବ। କୋଚ୍‍ ଲିଓନେଲ ସ୍କୋଲାନି ଏହି ଦଳକୁ ଏକ ବିଶ୍ୱବିଜେତା ଦଳରେ ପରିଣତ କରିବାର ଶ୍ରେୟ ମଧ୍ୟ ନେବେ। ଅନ୍ୟପକ୍ଷରେ ଫ୍ରାନ୍ସକୁ ଫେବରାଇଟ ଦଳ ଭାବେ ବିବେଚନା କରାଯାଉ ନଥିଲାବେଳେ ଏହି ଦଳ ଶ୍ରେଷ୍ଠ ଦଳ ଭାବେ ବିବେଚିତ ହୋଇଛି। ୪ ବର୍ଷ ତଳେ ରୁଷରେ ଚାମ୍ପିଅନ ହୋଇଥିଲା ଏବଂ ଏଠାରେ ପୁଣିଥରେ ଫାଇନାଲ ଖେଳିବାକୁ ଯାଉଛି। କିଲିଆନ ଏମ୍‍ବାପ୍ପେ ଶ୍ରେଷ୍ଠ ଖେଳାଳି ହୋଇଥିଲେ ମଧ୍ୟ ଗତ ଦୁଇଟି ମ୍ୟାଚ୍‍ରେ ଗୋଲ୍‌ ଦେଇ ପାରି ନାହାନ୍ତି। ଏହାର ଅର୍ଥ ଫ୍ରାନ୍ସ କେବଳ ଏମ୍‍ବାପ୍ପେଙ୍କ ଉପରେ ନିର୍ଭର କରୁନାହିଁ। ତାରକା ଖେଳାଳି ଆଣ୍ଟୋନି ଗ୍ରିଜ୍‍ମ୍ୟାନ୍‍ ଏବେ ନୂଆ ରୂପରେ ମିଡ୍‍ଫିଲ୍ଡରେ ଖେଳୁଛନ୍ତି। ଏଣୁ ଏହା ଦଳଗତ ଖେଳ ଉପରେ ଅଧିକ ନିର୍ଭର କରୁଛି।

ଚଳିତ ବିଶ୍ୱକପ୍‍ରେ ଉଭୟ ଦଳ ଗ୍ରୁପ୍‍ ପର୍ଯ୍ୟାୟ ଲିଗ୍‍ ମ୍ୟାଚ୍‍ରେ ଥରେ ଲେଖାଏଁ ପରାଜିତ ହୋଇଛନ୍ତି। ପ୍ରଥମ ମ୍ୟାଚରେ ସାଉଦି ଆରବଠାରୁ ଆର୍ଜେଣ୍ଟିନା ଓ ଶେଷ ଲିଗ୍‍ ମ୍ୟାଚ୍‍ରେ ଟ୍ୟୁନିସିଆଠାରୁ ଫ୍ରାନ୍ସ ପରାଜିତ ହୋଇଥିଲା। ଉଭୟ ଦଳ ଏହି ମ୍ୟାଚରେ ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରି ନଥିଲେ। ଏହା ପରେ ଉଭୟ ଦଳ ସେମାନଙ୍କ ଟିମ୍‍ କମ୍ବିନେସନ ଓ ଷ୍ଟାର ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରି ସଫଳତା ପାଇଛନ୍ତି। ଆର୍ଜେଣ୍ଟିନା ପ୍ରି-କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ, କ୍ୱାର୍ଟରରେ ନେଦରଲାଣ୍ଡ୍‍ସକୁ ଓ ସେମିଫାଇନାଲରେ କ୍ରୋଏସିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଠିକ୍‍ ସେହିପରି ଫାଇନାଲରେ ସ୍ଥାନ ସୁରକ୍ଷିତ ରଖିବା ପୂର୍ବରୁ ଡିଫେଣ୍ଡିଂ ଚାମ୍ପିଅନ୍‍ ଫ୍ରାନ୍ସ ପ୍ରି-କ୍ୱାର୍ଟରରେ ପୋଲାଣ୍ଡକୁ, କ୍ୱାର୍ଟରରେ ଇଂଲଣ୍ଡକୁ ଏବଂ ସେମିଫାଇନାଲରେ ମରୋକ୍କୋକୁ ସହଜରେ ପରାସ୍ତ କରିଛି। ଫର୍ମ, ଖେଳ ସମନ୍ୱୟ ଏବଂ ସଫଳତା ପାଇବାରେ ଉଭୟ ଦଳ ସମାନ ସ୍ଥିତିରେ ଅଛନ୍ତି। ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି କୌଣସି କାରଣରୁ ଅଭ୍ୟାସକୁ ଆସି ନାହାନ୍ତି। ଫ୍ରାନ୍ସର ଏକାଧିକ ଖେଳାଳି ଥଣ୍ଡା କିମ୍ବା ଏହିପରି ରୋଗରେ ପୀଡିତ ଅଛନ୍ତି। ଏମାନେ ଖେଳିବେ କି ନାହିଁ ଜଣାପଡ଼ିନାହିଁ। ମ୍ୟାଚ୍‍ ଆରମ୍ଭ ହେବାକୁ ଆହୁରି ଗୋଟିଏ ଦିନ ବାକିଥିଲାବେଳେ ଖେଳ ଜୀବନରେ ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇଥିବା ଏହି ଖେଳାଳିମାନେ ଠିକଣା ସମୟରେ ଲଢ଼େଇ ଲାଗି ପ୍ରସ୍ତୁତ ହୋଇଯିବେ ବୋଲି ଆଶା କରାଯାଉଛି।

ଫିଫା ବିଶ୍ୱକପ ୨୦୨୨: ଏଥର ପୁରସ୍କାର ବାବଦରେ ୩୫୦୦ କୋଟି ଟଙ୍କା ଦେବ ଫିଫା
ଦୋହା : କତାରରେ ଚାଲିଥିବା ଫିଫା ବିଶ୍ୱକପର ୨୨ତମ ସଂସ୍କରଣ ଅନ୍ତିମ ସୋପାନରେ ପହଞ୍ଚିଛି। ରବିବାର ଆର୍ଜେଣ୍ଟିନା ଓ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ। ପାଖାପାଖି ଗୋଟିଏ ମାସ ଧରି ଚାଲିଥିବା ଏହି ବିଶ୍ୱକପ୍‍ରେ ୫ଟି କନ୍‍ଫେଡେରେସନର ୩୨ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମେ ୧୬ଟି ଦଳ ଗ୍ରୁପ୍‍ ପର୍ଯ୍ୟାୟରୁ ବାଦ୍‍ ପଡ଼ିଥିଲେ। ଆଉ ୮ଟି ଦଳ ରାଉଣ୍ଡ ଅଫ୍‍ ୧୬ରୁ ବିଦା ନେଇଥିଲେ। ସେହିପରି କ୍ୱାର୍ଟର ଫାଇନାଲରେ ୪ଟି ଦଳ ଓ ସେମିଫାଇନାଲରେ ୨ଟି ଦଳ ପର୍ଯ୍ୟାୟ କ୍ରମେ ବିଶ୍ୱକପରୁ ବିଦାୟ ନେଇଛନ୍ତି। ଶେଷରେ ଦୁଇଟି ଦଳ ଫାଇନାଲକୁ ଉତୀର୍ଣ୍ଣ ହୋଇଛନ୍ତି।

ଏଥର ବିଶ୍ୱକପ୍‍ ଶେଷ ହେବା ପରେ ଫିଫା ମୋଟ୍‍ ଉପରେ ୩୫୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବ। ବିଶ୍ୱ ଫୁଟବଲର ଏହି ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଚାମ୍ପିଅନ ଦଳକୁ ୩୪୪ କୋଟି ଟଙ୍କା (୪୨ ମିଲିଅନ ଆମେରିକୀୟ ଡଲାର) ପୁରସ୍କାର ପ୍ରଦାନ କରିବ। ସେହିପରି ଫାଇନାଲରେ ପରାସ୍ତ ହୋଇଥିବା ରନର୍ସଅପ ଦଳକୁ ୨୪୫ କୋଟି ଟଙ୍କା (୩୦ ମିଲିଅନ ଡଲାର) ପୁରସ୍କାର ପ୍ରଦାନ କରାଯିବ। ବିଶ୍ୱକପରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଦଳକୁ ଫିଫା କିଛି ନା କିଛି ପୁରସ୍କାର ଦେଇଥାଏ। ତୃତୀୟ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୨୦ କୋଟି, ଚତୁର୍ଥ ସ୍ଥାନ ଅଧିକାର କରିବାକୁ ଥିବା ଦଳକୁ ୨୦୪ କୋଟି ଟଙ୍କା ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥାଏ।

ସେହିପରି ପଞ୍ଚମରୁ ଅଷ୍ଟମସ୍ଥାନରେ ରହିବାକୁ ଥିବା ଦଳଗୁଡିକୁ ୧୩୮ କୋଟି ଟଙ୍କା ଲେଖାଏ ପ୍ରଦାନ କରାଯିବ। ସେହିପରି ୯ମ ରୁ ୧୬ତମ ସ୍ଥାନରେ ରହିଥିବା ଦଳଗୁଡିକୁ ୧୦୬ କୋଟି ଲେଖାଏ ଟଙ୍କା, ୧୭ରୁ ୩୨ତମ ସ୍ଥାନରେ ଥିବା ଦଳଗୁଡିକୁ ୭୪ କୋଟି ଲେଖାଏ ଟଙ୍କା ପ୍ରଦାନ କରାଯିବ ବୋଲି ଫିଫା ଘୋଷଣା କରିଛି। ଏହାପୂର୍ବରୁ ୨୦୧୮ ବିଶ୍ୱକପ୍‍ରେ ଚାମ୍ପିଅନ ଫ୍ରାନ୍ସ ଦଳ ୩୮ ମିଲିଅନ ଓ ରନର୍ସଅପ କ୍ରୋଏସିଆ ୨୮ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ଜିତିଥିଲା। ୨୦୦୬ ବିଶ୍ୱକପ୍‍ ପୂର୍ବରୁ ଚାମ୍ପିଅନ ଦଳ କେବେବି ୧୦ମି ଆମେରିକୀୟ ଡଲାରରୁ ଅଧିକ ପୁରସ୍କାର ପାଇ ନଥିଲେ। ୧୯୮୨ ଚାମ୍ପିଅନ ଦଳ ଇଟାଲୀକୁ ମାତ୍ର ୨.୨ ମିଲିଅନ ଡଲାର ପୁରସ୍କାର ଦିଆଯାଇଥିଲା। ୨୦୦୨ରେ ଫିଫା ପୁରସ୍କାର ରାଶିରେ ବୃଦ୍ଧି କରିବାକୁ ଘୋଷଣା କରିଥିଲା।

୨୦୨୩ ମହିଳା ବିଶ୍ୱକପ୍‍ରେ ପୁରସ୍କାର ରାଶି ଦୁଇଗୁଣା ବୃଦ୍ଧି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯିବାକୁ ଥିବା ୨୦୨୩ ମହିଳା ଫିଫା ବିଶ୍ୱକପ୍‍ରେ ପୁରସ୍କାର ରାଶିରେ ଦୁଇଗୁଣା ବୃଦ୍ଧି କରାଯାଇଛି। ଏହି ମେଗା ଇଭେଣ୍ଟରେ ମୋଟ ଉପରେ ୬୦ ମିଲିଅନ ଆମେରିକୀୟ ଡଲାର ପୁରସ୍କାର ପ୍ରଦାନ କରାଯିବ। ଫ୍ରାନ୍ସରେ ଅନୁଷ୍ଠିତ ୨୦୧୯ ମହିଳା ବିଶ୍ୱକପ୍‍ରେ ୩୦ ମିଲିଅନ ଡଲାର ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୩ ମହିଳା ବିଶ୍ୱକପ୍‍ରେ ପୁରସ୍କାର ରାଶିରେ ଆହୁରି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଏହି ମୋଗ ଇଭେଣ୍ଟର ମୋଟ ଉପରେ ୧୦୦ମି ଡଲାର ପୁରସ୍କାର ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଫିଫା ଟେଲିଭିଜନ ରାଇଟ୍ସ, ମାର୍କେଟିଂ ରାଇଟ୍ସ, ଲାଇସେନ୍ସିଂ ରାଇଟ୍ସ ଓ ଟିକେଟ ବିକ୍ରିରୁ ଅର୍ଥ ଉପାର୍ଜନ କରିଥାଏ।

ଆଜିଠୁ ଫିଫା ବିଶ୍ୱକପ୍‍ ସେମିଫାଇନାଲ : ଆର୍ଜେଣ୍ଟିନାକୁ ଅଟକାଇବ କ୍ରୋଏସିଆ
ଆଲ୍‍ ଖୋର୍‍, ଦୋହା : ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ନେମାରଙ୍କର ଫିଫା ବିଶ୍ୱକପ୍‍ ଜିତିବା ଆଶା ଧୂଳିସାତ କରିଛି କ୍ରୋଏସିଆ। କ୍ୱାର୍ଟର ଫାଇନାଲରେ ଏହି ୨୦୧୮ ରନର୍ସ ଅପ୍‍ ବ୍ରାଜିଲକୁ ୪-୨ ପେନାଲ୍ଟି ସୁଟ୍‍ଆଉଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ କ୍ରୋଏସିଆ ସହ ମୁକାବିଲା ହେବ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ସହ। ଏହି ମ୍ୟାଚ୍‍କୁ ନିଜ କବ୍‍ଜାରେ ରଖି କ୍ରୋଏସିଆ ମଧ୍ୟ ମେସିଙ୍କ ବିଶ୍ୱକପ୍‍ ଜିତିବା ଆଶାକୁ ଧୂଳିସାତ କରିବା ଲକ୍ଷ୍ୟରେ ରହିଛି। ଏହି ଛୋଟିଆ ଦେଶର ଲକ୍ଷ୍ୟ ସ୍ୱତନ୍ତ୍ର। ଏହା କେଉଁଠାରେ ବଡ଼ିମା ଦେଖାଉ ନାହିଁ କିମ୍ବା ବଡ଼ ବଡ଼ ଆକ୍ରମଣକୁ ପ୍ରତିହତ କରିବାରେ ସମର୍ଥ ହୋଇଛି। ଏଭଳି ସମୟରେ ୭ଥର ବିଶ୍ୱର ଶ୍ରେଷ୍ଠ ଖେଳାଳି ମେସି ତାଙ୍କ ଜୀବନରେ ଶେଷଥର ଲାଗି ଏହି ଟ୍ରଫି ହାସଲ କରିବାକୁ ଲଢ଼ିବେ। ଟ୍ରଫି ହାସଲ କରିବାରେ କ୍ରୋଏସିଆ ଏବେ ବଡ଼ ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଛି।

ଏହାର ଖେଳାଳିମାନେ ମଧ୍ୟ ମ୍ୟାଚ୍‍କୁ ନେଇ ବେଶି ଉତ୍ସାହିତ ନୁହଁନ୍ତି। ‘ଆମେ କୌଣସି ଦଳ କିମ୍ବା ଖେଳାଳିଙ୍କୁ ଭୟ କରୁନାହୁଁ। ଆମେ କେବଳ ନିଜର ଶ୍ରେଷ୍ଠ ଖେଳ ଉପରେ ନିର୍ଭର କରୁଛୁ’ ବୋଲି କ୍ରୋଏସିଆର ରକ୍ଷଣଭାଗ ଖେଳାଳି ଜୋସିପ୍‍ ଜୁରାନୋଭିଚ୍‍ କହନ୍ତି। ସେ ଆହୁରି କହନ୍ତି, ଆମେ ମ୍ୟାଚ୍‍ ଖେଳିଲାବେଳେ ଗୋଟିଏ ପରିବାର ଭଳି ଏକତ୍ର ହୋଇ ଖେଳିଥାଉ। ଏହା ହିଁ ଆମର ଶକ୍ତି ଓ ସଫଳତାର ମୂଳମନ୍ତ୍ର ବୋଲି ଜୁରାନୋଭିଚ୍‍ଙ୍କ ମତ। କ୍ୱାର୍ଟର ଫାଇନାଲରେ ବ୍ରାଜିଲ ସହ ନିର୍ଦ୍ଧାରିତ ଓ ଅତିରିକ୍ତ ସମୟ ଖେଳ ୧-୧ ଗୋଲରେ ସମାନ ସ୍ତରରେ ରହିଥିଲା। କିନ୍ତୁ ପେନାଲ୍ଟି ସୁଟ୍‍ଆଉଟରେ କ୍ରୋଏସିଆ ୪-୨ ଗୋଲରେ ବିଜୟୀ ହେବା ଫଳରେ ନେମାରଙ୍କ ବିଶ୍ୱକପ୍‍ ଖେଳିବା ଆଶା ଧୂଳିସାତ ହୋଇଯାଇଥିଲା।

ଅନ୍ୟପକ୍ଷରେ ଆର୍ଜେଣ୍ଟିନାକୁ ସେମିଫାଇନାଲ୍‍ରେ ପ୍ରବେଶ କରାଇବାରେ ମେସିଙ୍କ ଭୂମିକା ଢ଼େର ଅଧିକ। ସେ ୫ଟି ମ୍ୟାଚ୍‍ରେ ୪ଟି ଗୋଲ କରିଛନ୍ତି ଓ ନେଦରଲାଣ୍ଡ୍‍ସ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ଗୋଲ ଦେଇଥିବା ନାହୁଏଲ ମୋଲିନାଙ୍କୁ ସହାୟତା ଦେଇଥିଲେ। ଏହା ମେସିଙ୍କ ମ୍ୟାଜିକ୍‍ ବୋଲି ଧରିବାକୁ ହେବ। ୧୯୮୬ରେ ଶେଷଥର ଆର୍ଜେଣ୍ଟିନା ବିଶ୍ୱକପ୍‍ ଟାଇଟଲ ଜିତିଥିଲା। ଏବେ ମେସିଙ୍କ ସମୟରେ ଆର୍ଜେଣ୍ଟିନା ଥରେ ଫାଇନାଲ ୨୦୧୪ରେ ଖେଳି ମଧ୍ୟ ପଡୋଶୀ ବ୍ରାଜିଲଠାରୁ ୧-୦ ଗୋଲରେ ପରାଜିତ ହୋଇଥିଲା। ମେସିଙ୍କର ଏହା ହୁଏତ ଶେଷ ଟୁର୍ଣ୍ଣାମେଣ୍ଟ। ଏଣୁ ସେ ଓ ତାଙ୍କ ଟିମ୍‍ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି। ଏଣୁ ଆଉ ଦୁଇଟି ମ୍ୟାଚ୍‍ ଜିତିପାରିଲେ ମେସିଙ୍କ ଟ୍ରଫି ଜିତିବାର ସ୍ୱପ୍ନ ସାର୍ଥକ ହୋଇପାରିବ।

ଲୁସେଲ ଷ୍ଟାଡିୟମ୍‍ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‍ ପୂର୍ବରୁ କ୍ରୋଏସିଆ ଚୁପ୍‍ଚାପ୍‍ ରହିଛି। କ୍ରୋଏସିଆ ଷ୍ଟ୍ରାଇକର ବ୍ରୁନୋ ପେଟ୍‍କୋଭିଚ୍‍ଙ୍କ ମତରେ ଆର୍ଜେଣ୍ଟିନାର ଷ୍ଟାର ଖେଳାଳି ଲିଓନେଲ ମେସିଙ୍କୁ ଅଟକାଇବା ଲାଗି ଆମେ କିଛି ସ୍ୱତନ୍ତ୍ର ଯୋଜନା କରିନାହୁଁ କିମ୍ବା ଆମେ କୌଣସି ବ୍ୟକ୍ତି ବିଶେଷଙ୍କ ଲାଗି ଯୋଜନା କରି ନଥାଉ। ଗୋଟିଏ ଦଳ ବିପକ୍ଷରେ ଆମର ଯୋଜନା ହୋଇଥାଏ। ଏଣୁ ଏବେ ଆମେ ଆର୍ଜେଣ୍ଟିନାକୁ କିପରି ହରାଇବୁ ତାହା ଉପରେ ଲକ୍ଷ୍ୟ ରଖିଛି। ଆର୍ଜେଣ୍ଟିନା କହିଲେ କେବଳ ମେସିଙ୍କୁ ବୁଝାଏ ନାହିଁ। ତାଙ୍କ ପରି ଆହୁରି ଅନେକ ଖେଳାଳି ଦଳରେ ଅଛନ୍ତି। ଏଣୁ ଗୋଟିଏ ଦଳକୁ ଅଟକାଇବା ଲକ୍ଷ୍ୟ ନେଇ ଆମେ ଖେଳିବାକୁ ଆସିବୁ ବୋଲି ପେଟ୍‍କୋଭିଚ୍‍ କହନ୍ତି।

କ୍ରୋଏସିଆର ଶ୍ରେଷ୍ଠ ବଳ ହେଲା ମିଡ୍‍ଫିଲ୍ଡ। ୨୦୧୮ ବିଶ୍ୱକପ୍‍ର ଶ୍ରେଷ୍ଠ ଖେଳାଳି ଲୁକା ମୋଡ୍ରିଚ୍‍ଙ୍କ ନେତୃତ୍ୱରେ ଗଠିତ କ୍ରୋଏସିଆ ମିଡ୍‍ ଫିଲ୍ଡ ବିଶ୍ୱରେ ଶ୍ରେଷ୍ଠ ବୋଲି କହନ୍ତି କୋଚ୍‍ ଜ୍ଲାଟ୍‍କୋ ଡାଲିଚ୍‍। ଲୁକାଙ୍କ ସହ ମାଟେଓ କୋଭାସିଚ୍‍ ଓ ମାର୍ସେଲୋ ବ୍ରୋଜୋଭିଚ୍‍ଙ୍କୁ ନେଇ ଗଠିତ ମିଡ୍‍ ଫିଲ୍ଡ କ୍ୱାର୍ଟର ଫାଇନାଲରେ ନେମାର ଓ ବ୍ରାଜିଲଙ୍କୁ ଅଚଳ କରିଦେଇଥିଲେ।

ସେମିଫାଇନାଲରେ କେମିତି ପହଞ୍ଚିଥିଲା  ଆର୍ଜେଣ୍ଟିନା

ଗ୍ରୁପ୍‌ ଲିଗ୍‍ ପର୍ଯ୍ୟାୟରେ

୧- ସାଉଦି ଆରବଠାରୁ ୧-୨ ଗୋଲରେ ପରାସ୍ତ

୨- ମେକ୍ସିକୋ ବିପକ୍ଷରେ ୨-୦ ଗୋଲରେ ବିଜୟୀ

୩- ପୋଲାଣ୍ଡ ବିପକ୍ଷରେ ୨-୦ ଗୋଲରେ ବିଜୟୀ

ପ୍ରି-କ୍ୱାର୍ଟର ଫାଇନାଲରେ

୪-ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ ଗୋଲରେ ବିଜୟୀ

କ୍ୱାର୍ଟର ଫାଇନାଲ

୫- ନେଦରଲାଣ୍ଡ୍‍ସ ବିପକ୍ଷରେ ୪-୩ ପେନାଲ୍ଟିରେ ବିଜୟୀ

(ନିର୍ଦ୍ଧାରିତ ସମୟରେ ଖେଳ ୨-୨ରେ ବରାବର)

ସେମିଫାଇନାଲରେ କେମିତି ପହଞ୍ଚିଥିଲା କ୍ରୋଏସିଆ

ଗ୍ରୁପ୍‌ ଲିଗ୍‍ ପର୍ଯ୍ୟାୟରେ

୧- ମରୋକ୍କୋ ସହ ୦-୦ ଗୋଲରେ ମ୍ୟାଚ୍‍ ଡ୍ର

୨- କାନାଡ଼ା ବିପକ୍ଷରେ ୪-୧ ଗୋଲରେ ବିଜୟୀ

୩- ବେଲଜିୟମ ସହ ୦-୦ ଗୋଲରେ ମ୍ୟାଚ୍‍ ଡ୍ର

ପ୍ରି-କ୍ୱାର୍ଟର ଫାଇନାଲରେ

୪- ଜାପାନ ବିପକ୍ଷରେ ୩-୧ ପେନାଲ୍ଟିରେ ବିଜୟୀ

(ନିର୍ଦ୍ଧାରିତ ସମୟରେ ଖେଳ ୧-୧ରେ ବରାବର)

କ୍ୱାର୍ଟର ଫାଇନାଲରେ

୫- ବ୍ରାଜିଲ ବିପକ୍ଷରେ ୪-୨ ପେନାଲ୍ଟିରେ ବିଜୟୀ

(ନିର୍ଦ୍ଧାରିତ ସମୟରେ ଖେଳ ୧-୧ରେ ବରାବର)

ଆଜିଠୁ ଫିଫା ବିଶ୍ୱକପ୍‍ ଆରମ୍ଭ; କତାର-ଇକ୍ୱେଡର ମଧ୍ୟରେ ଉଦ୍‍ଘାଟନୀ ମୁକାବିଲା
ଦୋହା(ଏଜେନ୍ସି): ବିଶ୍ୱ ସର୍ବଶ୍ରେଷ୍ଠ ଫୁଟବଲ ମହାକୂମ୍ଭ ଫିଫା ବିଶ୍ୱକପ୍‍ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟର କ୍ଷୁଦ୍ର ଦେଶ କତାରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‍ର ଏହି ୨୨ତମ ସଂସ୍କରଣ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ବିଭିନ୍ନ ଦୃଷ୍ଟିକୋଣରୁ ଏହି ବିଶ୍ୱକପ୍‍ ବେଶ୍‍ ଗୁରୁତ୍ୱ ବହନ କରୁଛି। ପ୍ରଥମଥର ପାଇଁ ସମଗ୍ର ଆରବ ତଥା ମଧ୍ୟପ୍ରାଚ୍ୟରେ ବିଶ୍ୱକପ୍‍ ଖେଳଯାଉଥିବାରୁ ଏଠାରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଆୟୋଜନ ଅଧିକାର ପାଇବା ପରଠାରୁ କତାର ବିଭିନ୍ନ ସମାଲୋଚନାର ସମ୍ମୁଖୀନ ହୋଇଆସିଛି। ତେବେ ଏ ସବୁକୁ ପଛରେ ପକାଇ କତାର ବିଶ୍ୱକପ୍‍ ଆୟୋଜନ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରିଛି। ବିଶ୍ୱକପ୍‍ର ମ୍ୟାଚ୍‍ ଆୟୋଜନ ପାଇଁ ୮ଟି ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଇଛି। ଗ୍ରୀଷ୍ମ କାରଣରୁ ପ୍ରଥମଥର ପାଇଁ ବିଶ୍ୱକପ୍‍ ଶୀତଋତୁରେ ଆୟୋଜନ ହେବାକୁ ଯାଉଛି।

ବିଭିନ୍ନ ପ୍ରକାର ଦୃଷ୍ଟିକୋଣର ଏହି ବିଶ୍ୱକପ୍‍ ନିଆରା ହେବାକୁ ଯାଉଛି। ଇତିମଧ୍ୟରେ ସବୁ ଦଳ କତାରରେ ପହଞ୍ଚି ସାରିଛନ୍ତି। ନଭେମ୍ବର ୨୦ରୁ ଆରମ୍ଭ ହୋଇ ବିଶ୍ୱକପ୍‍ ଡିସେମ୍ବର ୧୮ ତାରିଖରେ ଶେଷ ହେବ। ଦୀର୍ଘ ୨୯ ଦିନଧରି ଚାଲିବାକୁ ଥିବା ଏହି ବିଶ୍ୱକପ ଦ୍ୱିତୀୟଥର ପାଇଁ ଏସିଆରେ ଆୟୋଜନ ହେବ। ଆୟୋଜକ ଭାବେ କତାର ବିଶ୍ୱକପ୍‍ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଅଲ ଖୋର ସହରର ଅଲ ବାୟତ ଷ୍ଟାଡିୟମରେ ଉଦ୍‍ଘାଟନୀ ମ୍ୟାଚ୍‍ରେ ଆୟୋଜକ କତାର ଓ ଇକ୍ୱେଡର ମୁହାଁମୁହିଁ ହେବେ। ବିଶ୍ୱକପ୍‍ର ମାସ୍କଟ ରହିଛି ଲାଇବ। ଲାଇବର ଅର୍ଥ ହେଉଛି ଜଣେ କୁଶଳୀ ଖେଳାଳି। କତାରର ପରମ୍ପରା ଓ ବୈଭବକୁ ଦୃଷ୍ଟିରେ ରଖି ଲାଇବର ଡିଜାଇନ କରାଯାଇଛି। ବିଶ୍ୱକପର ସଫଳ ଆୟୋଜନ କରି କତାର ଇତିହାସ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି।

ଲାଟିନ ଆମେରିକା- ୟୁରୋପ ମଧ୍ୟରେ ଟକ୍କର

ବିଶ୍ୱକପ୍‍ରେ ୟୁରୋପୀୟ, ଲାଟିନ ଆମେରିକୀୟ ଦେଶଗୁଡିକର ପ୍ରଭାବ ଦେଖିବାକୁ ମିଳିଥାଏ। କିନ୍ତୁ ଏଥର କେତୋଟି ଏସୀୟ, ଆଫ୍ରିକୀୟ, କେନ୍ଦ୍ର ଆମେରିକୀୟ ଓ ଉତ୍ତର ଆମେରିକୀୟ ଦେଶ କଡ଼ା ଚ୍ୟାଲେଞ୍ଜ ଦେବା ପାଇଁ ପ୍ରସ୍ତୁତ ରହିଛନ୍ତି। ଆଜେଣ୍ଟିନାର ଲିଓନେଲ ମେସି ଓ ପର୍ତ୍ତୁଗାଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋଙ୍କ ଭଳି ସୁପରଷ୍ଟାରଙ୍କ ପାଇଁ ଏହା ଅନ୍ତିମ ବିଶ୍‍କପ୍‍ ହେବାକୁ ଯାଉଛି। ଏହି ଦୁଇ ଅଭିଜ୍ଞ ତଥା ତାରକା ଫୁଟବଲର ବିଶ୍ୱକପ ଜିତିବାର ଶେଷ ସୁଯୋଗର ସଦବ୍ୟବହାର କରିବାକୁ ଆପ୍ରାଣେ ପ୍ରୟାସ କରିବେ। ତେଣୁ ଏଥର ବିଶ୍ୱକପ୍‍ ବେଶ୍‍ ରୋମାଞ୍ଚକ ଓ ମଜାଦାର ହେବ ବୋଲି ଆଶା କରାଯାଉଛି। ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ସମେତ ଇଟାଲୀ, ସ୍ପେନ, ଇଂଲଣ୍ଡ, ଜର୍ମାନୀ ଭଳି କେତେକ ୟୁରୋପୀୟ ଦେଶ ଟାଇଟଲ ଜିତିବାକୁ ଟାର୍ଗେଟ ରଖିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୩୨ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡିକ ୮ଟି ଗ୍ରୁପ୍‍ରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‍ରେ ୪ଟି ଲେଖାଏ ଦଳ ସ୍ଥାନ ପାଇଛନ୍ତି। କ୍ଷମତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଗ୍ରୁପ୍‍ରେ ସନ୍ତୁଳନ ରଖିବାକୁ ପ୍ରୟାସ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍‍ର ଶ୍ରେଷ୍ଠ ଦୁଇଟି ଦଳ ନକ୍‍ ଆଉଟ ତଥା ରାଉଣ୍ଡ ଅଫ୍‍ ୧୬ ବା ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଏହି ବିଶ୍ୱକପ୍‍ରେ କେତେଜଣ ତାରକା ଖେଳାଳି ବିଦାୟ ନେବେ ଓ ଆଉ କେତେ ନୂଆ ତାରକାଙ୍କ ଅବିର୍ଭାବ ହେବ। ୬୪ଟି ମ୍ୟାଚ୍‍ ଖେଳାଯିବା ପରେ ଡିସେମ୍ବର ୧୮ରେ ଚାମ୍ପିଅନ କିଏ ତାହା ସ୍ପଷ୍ଟ ହେବ।

ଅଂଶଗ୍ରହଣ କରିବେ ୫ ଏସୀୟ ଦେଶ

ଲାଟିନ ଆମେରିକାରୁ ବ୍ରାଜିଲ, ଆର୍ଜେଣ୍ଟିନା ଓ ୟୁରୋପରୁ ଫ୍ରାନ୍ସ ସମେତ ଜର୍ମାନୀ, ସ୍ପେନ୍‍, ବେଲଜିୟମ, ନେଦରଲାଣ୍ଡ୍‍ସ, ଇଂଲଣ୍ଡ, କ୍ରୋଏସିଆ ଓ ପର୍ତ୍ତୁଗାଲ ଭଳି ଦେଶଗୁଡିକ ନକ୍‍ଆଉଟରେ ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ଏମାନଙ୍କ ମଧ୍ୟରୁ ବ୍ରାଜିଲ, ଆର୍ଜେଣ୍ଟିନା, ଫ୍ରାନ୍ସ, ସ୍ପେନ୍‍, ଜର୍ମାନୀ ସେମିଫାଇନାଲକୁ ଉଠିବେ ଏବଂ ପରସ୍ପରକୁ କଡ଼ା ଟକ୍କର ଦେବେ ବୋଲି ଆଶା କରାଯାଉଛି। କିନ୍ତୁ ସ୍ପଷ୍ଟ ଭାବେ କିଛି କହିବା ଅସମ୍ଭବ। ଏପରି କେତେକ ଦଳ ରହିଛନ୍ତି ଯେଉଁମାନେ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖୁଛନ୍ତି। କେତେକ ତାରକା ଖେଳାଳି ଇଞ୍ଜୁରି କାରଣରଚୁ ବିଶ୍ୱକପ୍‍ର ବାଦ୍‍ ପଡିଛନ୍ତି। ତେଣୁ ବିଶ୍ୱକପ୍‍ ଫଳାଫଳ ଉପରେ ଏହାର ପ୍ରଭାବ ପଡିବ। ମୋଟାମୋଟି ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଶ୍ୱକପ୍‍ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଏସିଆରୁ କତାର ସମେତ ଜାପାନ, ଇରାନ, ସାଉଦି ଆରବ ଓ ଦକ୍ଷିଣ କୋରିଆ ମଧ୍ୟ ଅଂଶଗ୍ରହଣ କରିବେ।

କଳିଙ୍ଗରେ ହେବ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ବକପ ମ୍ଯାଚ୍, ଖୁସିବ୍ଯକ୍ତ କଲେ ମୁଖ୍ଯମନ୍ତ୍ରୀ
ଭୁବନେଶ୍ୱର: ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳାଙ୍କ ବିଶ୍ୱକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି) ପକ୍ଷରୁ ଏହି ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଂଟ୍‌ର ସାରଣୀକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ଓ ଭାରତ ମ୍ୟାଚ୍‌ଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜନ କରାଯିବ । ଅକ୍ଟୋବର ୩୦ରେ ନଭି ମୁମ୍ବାଇ ଠାରେ ଖୋଳାଯିବାକୁ ଥିବା ଭାରତର ପ୍ରଥମ ଫିଫା ମହିଳା ଟୁର୍ଣ୍ଣାମେଣ୍ଟର ଉଭୟ ସେମି ଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍‌କୁ ଗୋଆ ଖେଳିବ ।

ଏହି ମହତ୍ୱପୂର୍ଣ୍ଣ ମୁହୁର୍ତ ସମ୍ପର୍କରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, “ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳାମାନଙ୍କ ବିଶ୍ୱକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚ୍‌ଗୁଡ଼ିକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଂଟ୍ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ।’’

ପୂର୍ବରୁ ଉଭୟ ଜୁନିୟର ଓ ସିନିୟର ପୁରୁଷଙ୍କ ହକି ବିଶ୍ୱକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ ଯୋଡ଼ିଛି । ଏହି ରାଜ୍ୟ ପ୍ରମୁଖ ଘରୋଇ ଫୁଟବଲ୍ ଟୁର୍ଣ୍ଣାମେଂଟ୍ ଯଥା ଆଇଏସ୍‌ଏଲ୍‌, ଆଇ-ଲିଗ୍‌, ଇଣ୍ଡିଆନ୍ ସୁପର କପ୍ ଓ ଇଣ୍ଡିଆନ୍ ଓମେନ୍‌ସ ଲିଗ୍ ଆଦି ଆୟୋଜନ କରିଛି ।

ଏ ସମ୍ପର୍କରେ ଏଲ୍‌ଓସିର ପ୍ରକଳ୍ପ ନିର୍ଦେଶକ ଅଙ୍କୁଶ ଅରୋରା ଓ ନନ୍ଦିନୀ ଅରୋରା କହିଛନ୍ତି ଯେ, “ମହିଳା ଫୁଟବଲକୁ ଆଗକୁ ବଢ଼ାଇବା ଲକ୍ଷ୍ୟ ଅନୁସାରେ ସମର୍ଥନ ପ୍ରଦାନ କରିଥିବାରୁ ଫିଫା, ଆୟୋଜକ ରାଜ୍ୟ ଓ ସମସ୍ତ ଅଂଶୀଦାରଙ୍କ ନିକଟରେ ଆମେ କୃତଜ୍ଞ । ଏହି ଐତିହାସିକ ଟୁର୍ଣ୍ଣାମେଂଟ୍ ପ୍ରତି ସାରଣୀ ଘୋଷଣା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱିତୀୟ ଫିଫା ପ୍ରତିଯୋଗିତା ଯୋଜନା ଅନୁସାରେ ଭାରତରେ ଆୟୋଜନ କରିବା ଲାଗି ପ୍ରସ୍ତୁତି ଆଗେଇ ଚାଲିଛି ଓ ଏକ ସଫଳ ଟୁର୍ଣ୍ଣାମେଂଟ୍ ପ୍ରଦାନ କରିବାକୁ ଆମେ ଦୃଢ଼ ନିଶ୍ଚିତ ରହିଛୁ ଯାହା ଭବିଷ୍ୟତର ଫୁଟବଲ ତାରକାଙ୍କୁ ଚମକିବା ଲାଗି ମଞ୍ଚ ପ୍ରଦାନ କରିବ ।’’

ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ ଓ ଏହି ମ୍ୟାଚ୍‌ଗୁଡ଼ିକୁ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଂଟ୍‌ର କ୍ୱାଟର ଫାଇନାଲ୍ ଅକ୍ଟୋବର ୨୧ ଓ ୨୨ରେ ଅନୁଷ୍ଠିତ ହେବ ଓ ତା’ ପରେ ଫଟୋର୍ଦାର ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରେ ଅକ୍ଟୋବର ୨୬ରେ ସେମିଫାଇନାଲ୍ ଖେଳାଯିବ । ତା’ର ଚାରି ଦିନ ପରେ ତୃତୀୟ ସ୍ଥାନ ପାଇଁ ଏକ ମ୍ୟାଚ୍ ହେବ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍‌ରେ ଚାରି ୮ଟାରେ ଫାଇନାଲ୍ ମ୍ୟାଚ୍ ଅନୁ୍‌ଷ୍ଠିତ ହେବ । ଓଡ଼ିଶାରେ କିକ୍ ଅଫ୍ ଦି ଡ୍ରିମ୍ ଫୁଟବଲ୍ କାର୍ନିଭାଲ୍‌ର ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା ଯାହା ୨୫୦୦ ପିଲାଙ୍କ ପାଖରେ ପହଂଚିଥିଲା ।