e-governance - The Sakala

ରାଜ୍ୟ ଅବକାରୀ ବିଭାଗକୁ ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର
ଭୁବନେଶ୍ୱର:  ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଏବଂ ଏନଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ନୂଆଦିଲ୍ଲୀର ଶାହାବାଦଦୌଲତପୁର ସ୍ଥିତ ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ବି.ଆର.ଆମ୍ବେଦକର ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ୨୦ତମ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠି ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଗ୍ରହଣ କରିଛନ୍ତି ।

ଅବକାରୀ ବିଭାଗରେ ଇ-ଅବକାରୀ କମ୍ପ୍ୟୁଟରୀକରଣ ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ କାର୍ଯ୍ୟକାରିତା ପାଇଁ କମ୍ପ୍ୟୁଟର ସୋସାଇଟି ଅଫ୍‍ ଇଣ୍ଡିଆର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ପ୍ୟାନେଲର ସୁପାରିଶ୍‍ ଆଧାରରେ ବିଭାଗକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହି ସମ୍ମାନଜନକ ପୁରସ୍କାର ବ୍ୟତିତ ରାଜ୍ୟ ଅବକାରୀ ବିଭାଗ ଚଳିତ ଆର୍ଥିକ ବର୍ଷରେ ଜାତୀୟ ସ୍ତରରେ ଆଉ ଦୁଇଟି ପୁରସ୍କାର ଗ୍ରହଣ କରିଛି । ଇ-ଅବକାରୀର ସଫଳ କାର୍ଯ୍ୟକାରିତା ପାଇଁ ଅବାକାରୀ ବିଭାଗ ସମ୍ମାନଜନକ ଡିଜିଟାଲ୍‌ ଇଣ୍ଡିଆ ସ୍ୱଣ୍ଣଁ ପୁରସ୍କାର ପାଇଛି ଏବଂ ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କ ଠାରୁ ୭ ଜାନୁୟାରୀ ୨୦୨୩ ରେ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି ଏବଂ ଅବକାରୀ କମିଶନର ଆଶିଷ କୁମାର ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଅବକାରୀ ବିଭାଗରେ ଆଇସିଟି କାର୍ଯ୍ୟକାରିତା ପାଇଁ ୨୦୨୨ ଡିସେମ୍ବର ୨୫ ତାରିଖରେ ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ ସେଣ୍ଟର ଠାରେ ରାଜ୍ୟ ଅବକାରୀ ବିଭାଗକୁ ସ୍କଚ୍‍ ଗ୍ରୁପ୍‍ର ରୌପ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଉଲ୍ଲେଖନୀୟ ଯେ, ସରକାରଙ୍କ ୫ଟି ପଦକ୍ଷେପ ସହିତ ରାଜ୍ୟ ଅବକାରୀ ବିଭାଗ ୨୦୧୯-୨୦ ରୁ ଏନ୍‍ଆଇସି ସହାୟତାରେ ଇ-ଅବକାରୀ ଡିଜିଟାଲ କାର୍ଯ୍ୟକ୍ଷେତ୍ରରେ ରୂପାନ୍ତରିତ ହୋଇଛି ଏବଂ ଇ-ଲଟେରୀ ଭଳି ୪୦ ରୁ ଅଧିକ ଅନଲାଇନ୍‍ ମଡ୍ୟୁଲ ଯଥା ତକ୍ରାଳ ଇସ୍ୟୁ ଏବଂ ନବୀକରଣ, ବ୍ରାଣ୍ଡ ଲେବଲ୍‌ ରେଜିଷ୍ଟ୍ରେସନ୍‌ ସହିତ ୧୦୦% ଅନଲାଇନ୍‍ ଦେୟ ପ୍ରଦାନ, ଡିପିଆର, ସିସିଆଇଏସ୍‍, ଏସ୍‍ଆଇଆର ଏବଂ ରେଡ୍‌ ସ୍ପଟ୍‌ ଏବଂ ଅବକାରୀ ଦୋକାନ ଇତ୍ୟାଦି ଟ୍ରାକିଂ ପାଇଁ ମୋବାଇଲ୍‌ ଆପ୍‌ ବିକାଶ କରାଯାଇଛି । ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛତା ଉପାୟରେ କାର୍ଯ୍ୟକାରୀ ହେବା ସହିତ, ଧାର୍ଯ୍ୟ ସମୟରେ ସେବା ଯୋଗାଣ, ଶାରୀରିକ କାର୍ଯ୍ୟ ହ୍ରାସ, ତକ୍ରାଳନ ଫଏସଲା ଗ୍ରହଣ ଆଦି ସେବା ପ୍ରଦାନ କରୁଛି ।

ଏହା ଦ୍ୱାରା ଏନ୍‍ଫୋର୍ସମେଣ୍ଟ କାର୍ଯ୍ୟକଳାପର ସଠିକ କାର୍ଯ୍ୟକାରିତା ଏବଂ ମନିଟରିଂ, ବିଷାକ୍ତ ଓ ଚୋରା ମଦକୁ ରୋକିବା, ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ବିତରଣ, ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ ସର୍ବୋପରି, ବ୍ୟବସାୟରେ ସହଜତା ଏବଂ ବିଭାଗ ପ୍ରତି ଜନସାଧାରଣଙ୍କ ଧାରଣାରେ ପରିବର୍ତ୍ତନ କରାଯାଇ ପାରିଛି । ଅବକାରୀ ବିଭାଗରେ ପ୍ରଯୁକ୍ତିବିଦ୍ୟାର ସଫଳ ପ୍ରୟୋଗ ଯୋଗୁଁ ସଫଳ ମନିଟରିଂ ଏବଂ ଏନଫୋର୍ସମେଣ୍ଟ ବ୍ୟବସ୍ଥାକୁ ସୁଦୃଢ ସହିତ ବିଭାଗରେ ସ୍ୱଚ୍ଛତା ଅଣାଯାଇ ପାରିଛି ।

ମୋ ସରକାର ଏବଂ ୫-ଟି ଉପକ୍ରମ ଆଣିଛି ସଫଳତା : ଇ-ଗଭର୍ଣ୍ଣାନ୍ସରେ ଓଡ଼ିଶା ନମ୍ବର ୱାନ୍‍
ଭୁବନେଶ୍ୱର : ଦେଶର ଏକାଧିକ ବୃହତ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଇ-ଗଭର୍ଣ୍ଣାନ୍ସ ପ୍ରଦାନ କ୍ଷେତ୍ରରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଓଡ଼ିଶା ପଛକୁ ଏହି ପୁଲ୍‍ରେ ୟୁପି, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ ଭଳି ରାଜ୍ୟ ରହିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶ ପାଇଥିବା ଜାତୀୟ ଇ-ଗଭର୍ଣ୍ଣାସ ସେବା ପ୍ରଦାନ ନିରୀକ୍ଷଣ-୨୦୨୧ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

ବିଶେଷ କରି ସଚିବାଳୟ କର୍ମଚାରୀମାନଙ୍କ ସୁବିଧା ପାଇଁ ଓସୱାସ ପଦ୍ଧତି ବ୍ୟବହାର କରାଯାଉଛି। ବିଭିନ୍ନ ବିଭାଗର ସ୍ୱତନ୍ତ୍ର ଆପ୍‍ ରହିଛି। ସାଧାରଣ ଜନତା କିମ୍ବା କୌଣସି ହିତାଧିକାରୀଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡିବାକୁ ପଡୁନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ‘୫-ଟି’ ଉପକ୍ରମ ଏବଂ ‘ମୋ ସରକାର’ ଅଧିନରେ ଥାନା, ବ୍ଲକ, ତହସିଲ ଆଦିରେ କର୍ମଚାରୀଙ୍କ ବ୍ୟବହାର, ଦକ୍ଷତା ସାଧାରଣ ଜନତା ମାପୁଛନ୍ତି। ହିତାଧିକାରୀଙ୍କ ଫିଡ୍‍ବ୍ୟାକ୍‍ ତଥା ମତାମତ ଉପରେ ହିଁ ସରକାରୀ କର୍ମଚାରୀଙ୍କ ପଦୋନ୍ନତି ନିର୍ଭର କରୁଛି। କେବଳ ୱେବସାଇଟ୍‍ ଗଠନ ନୁହେଁ, ଏହାର ସୁରକ୍ଷାକୁ ମଧ୍ୟ ରାଜ୍ୟ ସରକାର ପ୍ରାଧାନ୍ୟ ଦେଇଛନ୍ତି।

ସହଜରେ ପାଇବା (ଆକ୍ସେସିବିଲିଟି), ବିଷୟ ଉପଲବ୍ଧିତା(କଣ୍ଟେଣ୍ଟ ଆଭେଲେବଲିଟି), ବ୍ୟବହାରରେ ସୁଲଭତା (ଇଜ୍‍ ଅଫ୍‍ ୟୁଜ୍‍)ଏବଂ ଗୋପନୀୟତା (ସିକ୍ୟୁରିଟି/ସିକ୍ରେସି)। ଏହି ଚାରୋଟି ମାପଦଣ୍ଡରେ ଭାରତ ସରକାର ଓ ନାସକମ୍‍ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦକ୍ଷତା ମାପିଥାନ୍ତି। ୨୦୨୧ ବର୍ଷର ରିପୋର୍ଟରେ ଓଡ଼ିଶା ସବୁ କ୍ଷେତ୍ରରେ ଉଲ୍ଲଖନୀୟ ପ୍ରଦର୍ଶନ କରିଛି। ୯୮ ପ୍ରତିଶତ ସହ ନମ୍ୱର ଓଡ଼ିଶା ନିଜ ପୁଲ୍‍ରେ ନମ୍ବର ୱାନ ହୋଇଛି। ଓଡ଼ିଶା ପଛରେ ଉତ୍ତରପ୍ରଦେଶ ୮୬ ପ୍ରତିଶତରେ ୨ ନମ୍ୱର ସ୍ଥାନରେ ରହିଛି। ଓଡ଼ିଶା ସରକାରଙ୍କ ଇ-ଗଭର୍ଣ୍ଣାନ୍ସ ମଡ଼୍ୟୁଲକୁ ବ୍ୟବହାର କରିବା ଶତ ପ୍ରତିଶତ ସହଜ ହୋଇଥିବା ବେଳେ ଅନ୍ୟ ରାଜ୍ୟର ମଡ଼୍ୟୁଲ ୫୦ ପ୍ରତିଶତରୁ କମ୍‍ ରହିଛି। ଜନସେବା ଅଧିକାର ଆଇନ ଲାଗୁ କରି ବିଭିନ୍ନ ସେବା ଯୋଗାଇବାର ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ସାମ୍ପ୍ରତିକ ସମୟରେ ସାଇବର ଅପରାଧ ପୁଲିସ୍‍ ବ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଅପ ବ୍ୟବହାର ଅପରାଧିଙ୍କ ପାଇଁ ପ୍ରମୁଖ ମାଧ୍ୟମ ପାଲଟିଛି। ତେଣୁ ସାଇବର ଅପରାଧ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ‘୫-ଟି’ ଉପକ୍ରମରେ ନିକଟରେ ଏକ ବଳିଷ୍ଠ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଗତ ମେ ମାସ ୨୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଇବର ସୁରକ୍ଷା ପରିଚାଳନା କେନ୍ଦ୍ର(ସିଏସଓସି) ଲୋକାର୍ପଣ କରାଯାଇଛି। ବିଶେଷ କରି ରାଜ୍ୟ ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ହ୍ୟାକରମାନଙ୍କ ଠାରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓକାକ୍‍ର ମିଳିତ ଉଦ୍ୟମରେ ଏହା କରାଯାଇଛି।

ରାଜ୍ୟ ପ୍ରଶାସନ ଦ୍ୱାରା ସେବା ଗୁଡ଼ିକ ‘୫-ଟି’ ଉପକ୍ରମ ଦ୍ୱାରା ବହୁମାତ୍ରାରେ ଲୋକାଭିମୁଖି ହୋଇପାରିଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ହେଉଛି-‘୫-ଟି’ର ପ୍ରମୁଖ ଉପାଦାନ। ରାଜ୍ୟର ଡାଟା ସେଣ୍ଟର, ଷ୍ଟେଟ୍‍ ୱାଇଡ୍‍ ଏରିଆ ନେଟୱାର୍କ ଏବଂ ସଚିବାଳୟ ନେଟୱାର୍କର ସମସ୍ତ ଗତିବିଧିକୁ ସାଇବର ସିକ୍ୟୁରିଟି ଅପରେସନ ସେଣ୍ଟର ମାଧ୍ୟମରେ ତଦାରଖ କରାଯାଉଛି। ଏହି ସ୍ୱୟଂ ସମ୍ପୂର୍ଣ୍ଣ ଭିତ୍ତିଭୂମି ଦ୍ୱାରା ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିଜର ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି। ସାଇବର ସିକ୍ୟୁରିଟି ଅପରେସନ୍‍ ସେଣ୍ଟର ଦ୍ୱାରା ଡାଟା ସୁରକ୍ଷା ସମ୍ବଦ୍ଧୀୟ ଲଗ୍‍ ସଂଗ୍ରହ କରାଯାଇ ତାହାର ଠିକ୍‍ ବିଶେଷ୍ଳଣ କରାଯିବ ବୋଲି ଜଣାପଡ଼ିଛି। ସେହିପରି ବିପଦପୂର୍ଣ୍ଣ ଆଇପି ଗୁଡ଼ିକର ଠିକଣା ଚିହ୍ନଟ ଏବଂ ଏହି ଆଇପି ଦ୍ୱାରା ଅନଧିକାର ପ୍ରବେଶ ତଥା ସାଇବର ଆକ୍ରମଣକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ବୋଲି ଜଣାପଡ଼ିଛି। ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଇ-ଗଭର୍ଣ୍ଣାସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିଛି।