5G Services - The Sakala

ବର୍ଷ ଶେଷ ସୁଦ୍ଧା ଦେଶର ୨୫ ସହରରେ ଉପଲବ୍ଧ ହେବ ୫-ଜି ସେବା; ସୂଚନା ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ: ଭାରତରେ ଅତ୍ୟାଧୁନିକ ୫ଜି ସେବାକୁ ନେଇ ଉତ୍ସୁକତା ଲାଗି ରହିଥିବା ବେେ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ରୁ ସେପ୍ଟମ୍ବର ମଧ୍ୟରେ ଏହାର ଆରମ୍ଭ କରାଯିବା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ରୁ ୨୫ ସହରରେ ୫ ଜି ସେବା ଉପଲବ୍ଧ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କହିଛନ୍ତି। ଟିଭି-୯ ପକ୍ଷରୁ ଆୟୋଜିତ ‘ ହ୍ବାଟ ଇଣ୍ଡିଆ ଥିଙ୍କସ୍‌ ଟୁଡେ ଗ୍ଳୋବାଲ ସମିଟ୍‌’ରେ ଯୋଗ ଦେଇ ଅଶ୍ୱିନୀ କହିଛନ୍ତି ଯେ, କେନ୍ଦ୍ର ସରକାର ଭାରତରେ ୪ ଜି ଏବଂ ୫ଜି ଉନ୍ନତ ବ୍ୟବସ୍ଥାକୁ ନେଇ ଗୁରୁତ୍ବ ଦେବା ସହିତ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି।

ଡିଜିଟାଲ ନେଟୱର୍କ କ୍ଷେତ୍ରରେ ସାରା ବିଶ୍ୱରେ ଭାରତର ସ୍ଥାନ ଅଦ୍ବିତୀୟ କରିବା ଲକ୍ଷ୍ୟରେ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ବର୍ତ୍ତମାନ ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି ମଞ୍ଜୁରି ଦିଆଯାଇସାରିଛି। କେବଳ ସେତିକି ନୁହେଁ , ୪ ଜି ଏବଂ ୫ ଜି ସେବାକୁ ଆଧାର କରି ଉନ୍ନତ ସରଞ୍ଜାମ ଉତ୍ପାଦନ ପାଇଁ ମଧ୍ୟ ଗୁରୁତ୍ବ ଦିଆଯାଇ କାର୍ଯ୍ୟ ଜାରି ରହିଛି। ଦେଶରେ ୫ଜି ସେବା ଉପଲବ୍ଧ ହେଲେ ଅନେକ କ୍ଷେତ୍ରରେ ଉପଭୋକ୍ତାଙ୍କୁ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି। ବର୍ତ୍ତମାନ କୌଣସି ଅଜଣା ମୋବାଇଲ କଲକୁ ନେଇ ଅନେକ ସମସ୍ୟା ରହିଛି। କିନ୍ତୁ ୫ଜି ସେବାରେ କଲ କରୁଥିବା ବ୍ୟକ୍ତିର ସମ୍ପୂର୍ଣ୍ଣ ‘କେୱାଇସି’ ଜଣାପଡ଼ିଯିବ। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଗ୍ରାହକମାନଙ୍କୁ କାରବାର କ୍ଷେତ୍ରରେ ନୂତନତ୍ବ ମିଳିବ।

ଆଗାମୀ ଦିପାବଳୀ ସୁଦ୍ଧା ସରକାର ଲୋକଙ୍କୁ ୫ଜି ସେବା ଉପହାର ଦେଇପାରନ୍ତି ବୋଲି ସେ କହିଛନ୍ତି। ଆଗାମୀ ଜୁଲାଇରୁ ୫ଜି ସ୍ପେକଟ୍ରମ୍‌ ନିଲାମ ହେବାକୁ ଯାଉଥିଲା ବେଳେ ଏଥିରେ ୭୨ ଜିଗା ହର୍ଜରୁ ଅଧିକ ସ୍ପେକଟ୍ରମ ୨୦ ବର୍ଷର ବୈଧତା ସହ ନିଲାମ କରାଯିବ। ନିମ୍ନ ,ମଧ୍ୟମ ଏବଂ ହାଇଫ୍ରିକ୍ୱେନ୍ସି ବ୍ୟାଣ୍ଡରେ ସ୍ପେକଟ୍ରମ ନିଲାମ କରାଯିବ। ଏହାଦ୍ବାରା ଦେଶରେ ଇଣ୍ଟରନେଟ୍‌ ବ୍ୟବସ୍ଥା ୪ଜି ତୁଳନାରେ ୧୦ ଗୁଣ ଅଧିକ ଗତିଶୀଳ ହୋଇପାରିବ। ଯାହାକି ବୈଷୟିକ ଏବଂ ବ୍ୟାବସାୟିକ କ୍ଷେତ୍ର ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ। ତେବେ ୫ଜି ସେବା ମୂଲ୍ୟକୁ ନେଇ ସେ କହିଛନ୍ତି ଯେ, ସାରା ବିଶ୍ବରେ ଏବେ ମଧ୍ୟ ଭାରତରେ ଡାଟା ପ୍ୟାକେଜ ମୂଲ୍ୟ ସବୁଠୁ କମ୍‌ ରହିଛି। ବିଶ୍ୱସ୍ତରରେ ହାରାହାରି ଡାଟା ପ୍ୟାକେଜ୍‌ ମୂଲ୍ୟ ୨୫ ଆମେରିକୀୟ ଡଲାର ରହିଥିବା ବେଳେ ଭାରତରେ ଏହି ମୂଲ୍ୟ ମାତ୍ର ୨ ଡଲାର ରହିଛି। ଏହିକ୍ରମରେ ୫ଜି ମୂଲ୍ୟସୂଚୀ ନିର୍ଦ୍ଧାରଣ କରାଯିବ ବୋଲି ଅଶ୍ୱିନୀ କହିଛନ୍ତି। ଦିଲ୍ଲୀ, ଗୁରୁଗ୍ରାମ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ହାଇଦରାବଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଓ ପୁଣେ ଆଦି ସହରରେ ପ୍ରଥମେ ଏହି ସେବା ଉପଲବ୍ଧ କରାଯିବ ବୋଲି କୁହାଯାଇଛି।

ଦିୱାଲୀ ସୁଦ୍ଧା ଦେଶବାସୀଙ୍କୁ ମିଳିବ ‘୪ଜି’ ଠାରୁ ୧୦ଗୁଣ ଦ୍ରୁତ ‘୫ଜି’ ସେବା, ସ୍ପେକ୍ଟ୍ରମ ନିଲାମୀକୁ ମିଳିଲା କ୍ୟାବିନେଟର ମଞ୍ଜୁରୀ
ନୂଆଦିଲ୍ଲୀ : ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ କରିବା ଦିଗରେ କେନ୍ଦ୍ର କ୍ୟାବିନେଟ୍ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। 5G ସ୍ପେକ୍ଟ୍ରମର ନିଲାମକୁ ମୋଦୀ କ୍ୟାବିନେଟ୍ ଅନୁମୋଦନ କରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସବୁ ଠିକ୍ ହୁଏ, ତେବେ ଚଳିତ ବର୍ଷ ଦିୱାଲୀ ସୁଦ୍ଧା ଦେଶବାସୀ 5G ଟେଲିକମ୍ ସେବା ପାଇପାରିବେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଭାରତରେ ୫ଜି ସ୍ପେକ୍ଟ୍ରମର ନିଲାମକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ଜୁଲାଇ ଶେଷରେ ୫ଜି ସ୍ପେକ୍ଟ୍ରମ ନିଲାମ ହେବ। ଏହା ମାଧ୍ୟମରେ ସବୁଠାରୁ ଅଧିକ ଦାମରେ ନିଲାମୀ ଡାକିଥିବା କମ୍ପାନୀକୁ ୫ ଜି ସେବା ପ୍ରଦାନ କରିବାକୁ ସ୍ପେକ୍ଟ୍ରମ ମିଳିବ । ୫ଜି ପାଇଁ ୭୨ ଗିଗା ହର୍ଜର ନିଲାମ ହେବ ଏବଂ ଏହାର ୨୦ ବର୍ଷର ବୈଧତା ରହିବ । ସରକାର କହିଛନ୍ତି ଯେ ୫ଜି ସ୍ପିଡ୍ ୪ଜି ଠାରୁ ୧୦ ଗୁଣ ଅଧିକ ହେବ ଏବଂ ଖୁବ୍ ଶୀଘ୍ର ଏହି ସେବା ଆରମ୍ଭ ହେବ ।

ସୂଚନା ମୁତାବକ ୨୦ ବର୍ଷ ବୈଦ୍ଧତା ଅବଧି ସହ ମୋଟ ୭୨୦୯୭.୮୫ ମୋଗହର୍ଟେଜ ସ୍ପେକ୍ଟ୍ରମର ନିଲାମ ୨୦୨୨ ଶେଷ ସୁଦ୍ଧା ହେବ । ଏହି କ୍ରମରେ ସ୍ପେକ୍ଟ୍ରମ ପାଇଥିବା କମ୍ପାନୀକୁ ୨୦ ମାସ ମଧ୍ୟରେ ୫ଜି ପାଇଁ ଅର୍ଥ ପ୍ରଦାନ କରିବାକୁ ପଡିବ ।ନିଲାମରେ ସଫଳ ବିଡରମାନେ ଦେଶର ଜନସାଧାରଣ ତଥା ଉଦ୍ୟୋଗମାନଙ୍କୁ 5G ଟେଲିକମ୍ ସେବା ଯୋଗାଇବା ପାଇଁ ଲାଇସେନ୍ସପ୍ରାପ୍ତ ସ୍ପେକ୍ଟ୍ରମ ପାଇବେ।

ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଡିଜିଟାଲ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଡିଜିଟାଲ୍ କନେକ୍ଟିଭିଟି ସରକାରଙ୍କ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।  ବାଇଲ୍ ବ୍ରଡବ୍ୟାଣ୍ଡ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପାରିଛି, ବିଶେଷ କରି ଭାରତରେ। ୨୦୧୫ ରୁ ୪ଜି ର ସମ୍ପ୍ରସାରଣ ଯୋଗୁଁ ଏହି ସେବା ତ୍ୱରାନ୍ୱିତ ହୋଇଛି । ୨୦୧୪ ରେ ୧୦ କୋଟି ଗ୍ରାହକଙ୍କ ତୁଳନାରେ ବ୍ରଡବ୍ୟାଣ୍ଡରେ ବର୍ତ୍ତମାନ ୮୦ କୋଟି ଗ୍ରାହକ ଅଛନ୍ତି ।

ନିଲାମରୁ ୫ ଲକ୍ଷ କୋଟି ଟଙ୍କା ପାଇବାକୁ ଆଶା

ଏହା ସହିତ ଦେଶରେ ଏକ ନୂଆ ଟେଲିକମ୍ ବିପ୍ଳବ ଆରମ୍ଭ ହୋଇଛି । ଟେଲିକମ୍ ମନ୍ତ୍ରଣାଳୟ ଏହି ସପ୍ତାହରୁ ଆଗ୍ରହୀ ଟେଲିକମ୍ କମ୍ପାନୀଗୁଡିକର ଆବେଦନଗୁଡିକୁ ଆମନ୍ତ୍ରଣ କରିବ। ଜୁଲାଇ ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସ୍ପେକ୍ଟ୍ରମର ମୋଟ ମୂଲ୍ୟ ୫ ଲକ୍ଷ କୋଟିରେ ରଖାଯାଇଛି | ଏହା ଅଧୀନରେ ସରକାର ନଅଟି ସ୍ପେକ୍ଟ୍ରମ ନିଲାମ କରିବେ। ଏହି ନିଲାମ 20 ବର୍ଷ ବୈଦ୍ଧତା ଅବଧି ସହ ହେବ ।ଏହି ନିଲାମରେ ଟେଲିକମ୍ କମ୍ପାନୀଗୁଡିକ ୬୦୦ ରୁ ୧୮୦୦ ମେଗାହର୍ଜ୍ଜ ବ୍ୟାଣ୍ଡ ଏବଂ 2100, 2300, 2500 ମେଗାହର୍ଜ୍ଜ ବ୍ୟାଣ୍ଡ ନିଲାମ ପାଇଁ ଆବେଦନ କରିବେ | 5G ସ୍ପେକ୍ଟ୍ରମର କଲିଂ ଏବଂ ଭିଡିଓ କଲିଂ ସହିତ ଭାରତ ସରକାର ଉନ୍ନତ ସେବା ପରୀକ୍ଷା କରିସାରିଛନ୍ତି।