Agneepath Scheme - The Sakala

ସୁପ୍ରିମକୋର୍ଟରେ ପହଞ୍ଚିଲା ଅଗ୍ନିପଥ ଯୋଜନା, ଆସନ୍ତା ସପ୍ତାହରେ ହେବ ଶୁଣାଣି
ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂତନ ଯୋଜନାକୁ ନେଇ ବିବାଦ ପରେ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଅଗ୍ନିପଥ ଯୋଜନା ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରୁ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବେ। ଅଗ୍ନିପଥ ଯୋଜନାକୁ ବିହାର, ୟୁପି, ହରିୟାଣା ସମେତ ଅନେକ ରାଜ୍ୟରେ ଆଶାୟୀ ପ୍ରାର୍ଥୀ ମାନଙ୍କ ପକ୍ଷରୁ ହିଂସାତ୍ମକ ବିକ୍ଷୋଭ ହୋଇଥିଲା । ବିକ୍ଷୋଭକାରୀ ଅନେକ ଟ୍ରେନ୍ ପୋଡ଼ି ଦେଇଥିଲେ ।

ଅଗ୍ନିପଥ ଯୋଜନାକୁ ଚ୍ୟାଲେଞ୍ଜ କରି ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର ହୋଇଛି । ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି ଯୋଜନା ଦ୍ବାରା ଅନେକ ଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି । ବିଶେଷକରି ବାୟୁସେନା ପାଇଁ ପ୍ରସ୍ତୁତ ଯୁବକମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଛି । ଆବେଦନକାରୀ କହିଛନ୍ତି, ୨୦୧୭ ପରଠାରୁ ୭୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇଥିଲା। ଟ୍ରେନିଂ ପରେ ଛାତ୍ରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କିନ୍ତୁ ଏବେ ଏହି ଯୋଜନା (ଅଗ୍ନିପଥ) ଅଣାଯାଇଛି।

ଅଗ୍ନିପଥ ଯୋଜନା ବିରୋଧରେ ଆବେଦନକାରୀଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଆସନ୍ତା ସପ୍ତାହରେ ଶୁଣାଣି ପାଇଁ ଆବେଦନ ତାଲିକାଭୁକ୍ତ କରିବାକୁ ବେଞ୍ଚ ପକ୍ଷରୁ କୁହାଯାଇଛି।

ଏହା ପୂର୍ବରୁ ମଧ୍ୟ ଅଗ୍ନିପଥ ଯୋଜନା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରାଯାଇଥିଲା । ଏ ସମ୍ବନ୍ଧରେ ଜୁନ୍ ୨୦ରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏଥିରେ ଅଗ୍ନିପଥ ଯୋଜନା ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ବାତିଲ କରିବାକୁ ଦାବି ହୋଇଥିଲା। ସଂସଦର ଅନୁମୋଦନ ବିନା ଅଣାଯାଇଥିବା ଅଗ୍ନିପଥ ଯୋଜନା ଅସାମ୍ବିଧାନିକ ଏବଂ ବେଆଇନ। ତେଣୁ ସୁପ୍ରିମକୋର୍ଟ ଏହି ଯୋଜନାକୁ ବାତିଲ କରିବା ଉଚିତ୍ ବୋଲି ଆବେଦନକାରୀ ଓକିଲ ଏମ.ଏଲ୍ ଶର୍ମା ନିଜ ପିଟିସନରେ ଯୁକ୍ତି ବାଢ଼ିଥିଲେ।

ବିଜେପି ପାର୍ଟି ଅଫିସରେ ସିକ୍ୟୁରିଟ୍‌ ଗାର୍ଡ ଦରକାର ହେଲେ ‘ଅଗ୍ନିବୀର’ଙ୍କୁ ଅଗ୍ରାଧିକାର ଦିଆଯିବ : କୈଳାଶ ବିଜୟବର୍ଗୀୟ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ପ୍ରତିବାଦ ରାଜନିତୀରେ ପରିଣତ ହୋଇଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ କଂଗ୍ରେସ ବିରୋଧ କରି ସତ୍ୟାଗ୍ରହ କରୁଛି। ଦଳ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତର ଠାରେ ସତ୍ୟାଗ୍ରହ କରାଯାଉଛି। ଏଥିରେ ଦଳର ଅନେକ ବରିଷ୍ଠ ନେତା ଯୋଗ ଦେଇଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ମଧ୍ୟ ଟ୍ୱିଟରରେ ବିଜେପି ସରକାରକୁ କଡା ଭାଷାରେ ଟାର୍ଗେଟ କରିଛନ୍ତି ।ରାହୁଲ ଗାନ୍ଧି ଟ୍ୱିଟରରେ ଲେଖିଛନ୍ତି, ‘କେନ୍ଦ୍ର ସରକାର ବାରମ୍ବାର ନିଯୁକ୍ତି ଦେବା ନାମରେ ଦେଶରେ ବେରୋଜଗାରଙ୍କୁ ପ୍ରତାରିତ କରୁଛନ୍ତି। ମୋଦି ସରକାର ଦେଶର ବେରୋଜଗାର ଯୁବକଙ୍କୁ ଅଗ୍ନିପଥ ଉପରେ ଚାଲିବାକୁ ବାଧ୍ୟ କରୁଛନ୍ତି। ଏହାସହ ସେ କହିଛନ୍ତି ମୋଦି ସରକାର ଶାସନର ୮ ବର୍ଷ ମଧ୍ୟରେ ୧୬ କୋଟି ଚାକିରି ମିଳିବା କଥା, କିନ୍ତୁ ସେ କେବଳ ଯୁବକମାନଙ୍କୁ ‘ପକୁଡି ଛାଣିବା’ ପାଇଁ ଜ୍ଞାନ ବାଣ୍ଟୁଛନ୍ତି। ଦେଶର ଏଭଳି ପରିସ୍ଥିତି ପାଇଁ କେବଳ ପ୍ରଧାନମନ୍ତ୍ରୀ ଦାୟୀ ବୋଲି କଂଗ୍ରେସ ୟାଇନାଡ ସାଂସଦ ରାହୁଲ ଗାନ୍ଧି କହିଛନ୍ତି।’

ଦେଶର ବିଭିନ୍ନ ବିରୋଧୀଦଳ ଦେଶବ୍ୟାପୀ ଜଳୁଥିବା ଅଗ୍ନିପଥ ନିଆଁକୁ ସମର୍ଥନ କରୁଥିବା ବେଳେ ବିଜେପି ନେତା ମଧ୍ୟ ନିଜ ସରକାରଙ୍କ ପଦକ୍ଷେପ ସପକ୍ଷରେ ବାହାରିଛନ୍ତି। ଅଗ୍ନିପଥ ଯୋଜନାକୁ ନେଇ ବିରୋଧୀ ଦଳମାନେ ଲଗାତାର ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗୀୟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ସେ ଅଗ୍ନିପଥ ଯୋଜନା ଦେଶ ପାଇଁ ଠିକ୍ ବୋଲି କହିଛନ୍ତି।

ବରିଷ୍ଠ ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ବିବାଦୀୟ ବୟାନ :ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିକ୍ଷୋଭ ଓ ହିଂସା ମଧ୍ୟରେ କହିଛନ୍ତି ‘ ଯଦି ତାଙ୍କୁ ବିଜେପି କାର୍ଯ୍ୟାଳୟରେ ସିକ୍ୟୁରିଟ୍‌ଗାର୍ଡ ରଖିବାକୁ ପଡିବ, ତେବେ ସେ ଅଗ୍ନିବୀରଙ୍କୁ ଅଗ୍ରାଧିକାର ଦେବେ #AgnipathScheme #Agnipath #AgnipathProtests #Agniveers pic.twitter.com/6dJXwVzg7m

— Sakala (ସକାଳ) (@TheSakala) June 19, 2022

ସେ କହିଛନ୍ତି ଯେ ଆମେରିକା, ଚୀନ୍ ଏବଂ ଫ୍ରାନ୍ସରେ ଚୁକ୍ତିନାମା ଆଧାରରେ ସେନା ନିଯୁକ୍ତ କରାଯାଏ। ଆମ ସେନାବାହିନୀରୁ ଅବସର ବୟସ ଅଧିକ ଥିଲା। ଯାହାକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହା ଫଳରେ ସେନାରେ ଅଧିକ ଯୁବକ ସାମିଲ ହୋଇପାରିବେ। ଯାହା ଫଳରେ ସେନାର ସାମର୍ଥ୍ୟ ବଢିବ। ତେବେ ସେନାରେ କାମ କରି ୪ ବର୍ଷ ପରେ ଜଣେ ଯୁବକ କ’ଣ କରିବ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ଜଣେ ଅଗ୍ନିବୀର ଟ୍ୟାଗ୍ ସହିତ ସେନାରୁ ଅବସର ନେବ, ସେହି ସମୟରେ ଯଦି ବିଜେପି କାର୍ଯ୍ୟାଳୟରେ ସିକ୍ୟୁରିଟ୍‌ ଗାର୍ଡ ରଖିବାକୁ ପଡିବ, ତେବେ ମୁଁ କେବଳ ଅଗ୍ନିବୀରଙ୍କୁ ଅଗ୍ରାଧିକାର ଦେବି।

ଅଗ୍ନିପଥ ଯୋଜନାରେ ‘ଅଗ୍ନିବୀର’ମାନଙ୍କୁ ବର୍ଷକୁ ମିଳିବ ୩୦ ଦିନ ଛୁଟି, କ୍ୟାଣ୍ଟିନ ସୁବିଧା ମଧ୍ୟ ହେବ ଉପଲବ୍ଧ
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହି ଯୋଜନାକୁ ବିରୋଧ କରି ବିଗତ ୪ ଦିନ ହେଲା ବିକ୍ଷୋଭ, ହିଂସା ଲାଗି ରହିଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ଏହାରି ମଧ୍ୟରେ ସରକାର ଆନ୍ଦୋଳନକାରୀଙ୍କୁ ମନାଇବା ପାଇଁ ଅଣ୍ଟା ଭିଡ଼ି ଛନ୍ତି । ବାୟୁସେନା ପକ୍ଷରୁ ଏହି ଯୋଜନାକୁ ନେଇ ଜାରି କରାଯାଇଛି ସମ୍ପୂର୍ଣ୍ଣ ତଥ୍ୟ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଶସ୍ତ୍ର ସୀମାବଳରେ ଭର୍ତ୍ତି ପାଇଁ ହୋଇଥିବା ଏହି ନୂଆ ଯୋଜନାକୁ ନେଇ ବିରୋଧ ହେଉଥିବା ବେଳେ ଭାରତୀୟ ବାୟୁ ସେନା ଏହି ଯୋଜନା ସମ୍ପର୍କିତ ପୂରା ତଥ୍ୟ ଜାରି କରିଛି । ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବ । ଅଗ୍ନିବୀରଙ୍କୁ ବର୍ଷରେ ୩୦ ଦିନର ଛୁଟି ମିଳିବ । ଏହା ସହ କ୍ୟାଣ୍ଟିନର ସୁବିଧା ମଧ୍ୟ ଉପଲବ୍ଧ ହେବ । ବାୟୁସେନା ପକ୍ଷରୁ ସେମାନଙ୍କୁ ୟୁନିଫର୍ମ ଆଲାଉନ୍ସ, ବୀମା ମଧ୍ୟ ପ୍ରଦାନ କରାଯିବ ଏକ ସାଧାରଣ ସୈନିକଙ୍କ ପାଇଁ ଉପଲବ୍ଧ ଥିବା ସମସ୍ତ ସୁବିଧା ଅଗ୍ନିପଥ ଯୋଜନାରୁ ଆସିଥିବା ଅଗ୍ନିବୀରମାନଙ୍କୁ ସେହି ସମସ୍ତ ସୁବିଧା ଯୋଗାଇ ଦିଆଯିବ।

The Indian Air Force releases details on 'Agnipath' recruitment scheme

1/2 pic.twitter.com/YKFtJZ2OzP

— ANI (@ANI) June 19, 2022

ଭାରତୀୟ ବାୟୁସେନାର ତଥ୍ୟ ଅନୁସାରେ ଅଗ୍ନିବୀରଙ୍କୁ ମାସିକ ବେତନ ସହ ହାର୍ଡସିପ୍ ଆଲାଉନ୍ସ, ୟୁନିଫର୍ମ ଆଲାଉନ୍ସ, କ୍ୟାଣ୍ଟିନ, ମେଡିକାଲ ସୁବିଧା ପ୍ରଦାନ କରାଯିବ। ଅଗ୍ନିବୀରଙ୍କୁ ଟ୍ରିପଲ ଆଲାଉନ୍ସ ମଧ୍ୟ ମିଳିବ। ବର୍ଷରେ ୩୦ ଦିନ ଛୁଟି ମିଳିବା ସହ ମେଡିକାଲ ଛୁଟି ମଧ୍ୟ ପ୍ରଦାନ କରାଯିବ।ମେଡିକାଲ ଛୁଟି ମେଡିକାଲ ଚେକଅପ୍ ଉପରେ ନିର୍ଭର କରିବ। ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ବୟସ ୧୭.୫ ବର୍ଷରୁ ୨୧ ବର୍ଷ ହୋଇଛି।

ଅନ୍ୟପଟେ ଅଗ୍ନିପଥ ଯୋଜନାରେ ୪ ବର୍ଷର ଚାକିରି କାଳ ଭିତରେ ଯଦି ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥାଏ ତେବେ ବୀମା ସୁବିଧା ଉପଲବ୍ଧ ହେବ। ତାଙ୍କ ପରିବାରକୁ ୧ କୋଟିର ଆର୍ଥିକ ସୁବିଧା ଉପଲବ୍ଧ ହେବ। ଡ୍ୟୁଟି ବେଳେ ବିକଳାଙ୍ଗ ହେଲେ ଏକ୍ସ-ଗ୍ରାସିଆରେ ୪୪ ଲକ୍ଷ ଟଙ୍କା ମିଳିବ। ଆଉ ଅବଶିଷ୍ଟ ଚାକିରି ସମୟର ପୂରା ଦରମା ମିଳିବ। ସେବା ନିଧି ପ୍ୟାକେଜର ପୂରା ଅର୍ଥ ମଧ୍ୟ ମିଳିବ। ଅଗ୍ନିବୀରଙ୍କୁ ମୋଟ ୪୮ ଲକ୍ଷର ବୀମା ସୁବିଧା ମିଳିବ।

ଏଥିସହ ଟ୍ରନିଂ ଅବଧି ବେଳେ ଯୁବପିଢ଼ି ଅଧାରୁ ଟ୍ରେନିଂ ଛାଡିପାରିବେ ନାହିଁ। ଅଗ୍ନିପଥ ଯୋଜନା ଅଧୀନରେ ସେ ପ୍ରଥମ ବର୍ଷର ସେବା ପାଇଁ ବେତନ ହିସାବରେ ୩୦ହଜାର ଟଙ୍କା ପାଇବେ, ସେଥିମଧ୍ୟରୁ ୨୧ହଜାର ସିଧାସଳଖ ତାଙ୍କ ଆକାଉଣ୍ଟକୁ ଏବଂ ୯୦୦୦ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ। ପ୍ରତିବର୍ଷ ଦରମା ବୃଦ୍ଧି ପାଇବ। ତାଲିମର ଶେଷ ବର୍ଷରେ, ଅଗ୍ନିବୀରଙ୍କ ଦରମା ୪୦ହଜାର ଟଙ୍କା ହେବ ।

ଗୃହ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ଅଗ୍ନିବୀରଙ୍କୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଆଉ ଏକ ବଡ ଘୋଷଣା
ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ବିରୋଧ କରି ସାରା ଦେଶର ଜଳୁଛି ପ୍ରତିବାଦର ନିଆଁ । ସେନାରେ ସୈନିକ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ଏବେ ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟି ଯାଇଛି । ଅଗ୍ନିପଥ ଯୋଜନା ବିରୋଧରେ ଦେଶବ୍ୟାପୀ ହିଂସାତ୍ମକ ପ୍ରଦର୍ଶନ ଉଗ୍ର ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଆଶାୟୀ ଯୁବକଙ୍କ କ୍ରୋଧକୁ ପ୍ରଶମିତ କରିବା ପାଇଁ ସରକାର ଏହି ନିଯୁକ୍ତି ଯୋଜନାରେ ବହୁ ପ୍ରକାର କୋହଳ କରିବା ସହ ବିଭିନ୍ନ ନୂତନ ଘୋଷଣାମାନ ମଧ୍ୟ କରୁଛନ୍ତି।

साथ ही गृह मंत्रालय ने CAPFs और असम राइफल्स में भर्ती के लिए अग्निवीरों को निर्धारित अधिकतम प्रवेश आयु सीमा में 3 वर्ष की छूट देने का निर्णय किया है। और अग्निपथ योजना के पहले बैच के लिए यह छूट 5 वर्ष होगी।

— गृहमंत्री कार्यालय, HMO India (@HMOIndia) June 18, 2022

ଦିନକୁ ଦିନ ଆନ୍ଦୋଳନ ତୀବ୍ର ହେଉଥିବା ବେଳେ ଏହାକୁ ପ୍ରଶମିତ କରିବାକୁ କେନ୍ଦ୍ର ସରକାର ଉଦ୍ୟମ କରିଛନ୍ତି। ଏହିକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅଗ୍ନିବୀରଙ୍କ ପାଇଁ ନୂଆ ସଂରକ୍ଷଣ ନିୟମ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି। ୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ବିଭିନ୍ନ ବିଭାଗରେ ଅଗ୍ରାଧୀକାରଭିତ୍ତିରେ ଚାକିରି ଦେବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଥମେ  ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (ସିଏପିଏଫ୍) ଏବଂ ଆସାମ ରାଇଫଲ୍ସରେ ୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଥିଲା । ଅଗ୍ନିପଥ ଯୋଜନାରେ ଚାରି ବର୍ଷର କାର୍ଯ୍ୟକାଳ ପରେ ଅଗ୍ନିବୀର ମାନଙ୍କୁ ସିଏପିଏଫ୍ ଓ ଆସାମ ରାଇଫଲ୍ସରେ ନିଯୁକ୍ତି ମିଳିବ । ଏହା ସହିତ ପ୍ରାର୍ଥୀଙ୍କ ବୟସ ସୀମା ମଧ୍ୟ କୋହଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିସହ ‘ଅଗ୍ନିବୀର’ଙ୍କ ନିଯୁକ୍ତି ବେଳେ ବୟସ ସୀମାକୁ ୩ ବର୍ଷ ଯାଏ କୋହଳ କରାଯିବ। ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ପାଇଁ ନିଯୁକ୍ତି ବେଳେ ବୟସ ସୀମାକୁ ୫ ବର୍ଷ କୋହଳ କରାଯିବ।

The 10% reservation will be implemented in the Indian Coast Guard and defence civilian posts, and all the 16 Defence Public Sector Undertakings. This reservation would be in addition to existing reservation for ex-servicemen.

— रक्षा मंत्री कार्यालय/ RMO India (@DefenceMinIndia) June 18, 2022

ଗୃହମନ୍ତ୍ରଣାଳୟ ପରେ ପ୍ରତିରକ୍ଷା ବିଭାଗରେ ମଧ୍ୟ ଅଗ୍ନିବୀରଙ୍କୁ ୧୦% ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।୪ ବର୍ଷ ପରେ ସେନାରୁ ଅବ୍ୟାହତି ନେଉଥିବା ଅଗ୍ନିବୀରଙ୍କୁ ପ୍ରତିରକ୍ଷା ବିଭାଗରେ ଚାକିରି ମିଳିବ। ସେମାନଙ୍କ ପାଇଁ ୧୦% ପଦ ସଂରକ୍ଷଣ କରି ରଖାଯିବ ବୋଲି ଆଜି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ସୂଚନା ଦେଇଛନ୍ତି। ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେଉଥିବାରୁ ଆଜି ଶ୍ରୀ ସିଂହ ୩ ସେନା ବାହିନୀର ମୁଖ୍ୟଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ଅଗ୍ନିବୀରଙ୍କ ପାଇଁ ପ୍ରତିରକ୍ଷା ବିଭାଗରେ ୧୦% ଚାକିରି ସଂରକ୍ଷଣ ହୋଇ ରହିବ ବୋଲି ନିଷ୍ପତ୍ତି ହୋଇଛି। ଅଗ୍ନିବୀରମାନଙ୍କ ପାଇଁ ତଟରକ୍ଷୀ ବାହିନୀ, ଡିଫେନ୍ସ ସିଭିଲିଆନ ପୋଷ୍ଟ ଓ ସମସ୍ତ ୧୬ଟି ଡିଫେନ୍ସ ପବ୍ଲିକ ସେକ୍ଟରରେ ୧୦% ଚାକିରି ସଂରକ୍ଷିତ ହୋଇ ରହିବ।

Civil Aviation is looking forward to inducting the highly skilled, disciplined and motivated #Agniveers into its various services and give them wings to fly.#AgnipathScheme #Agnipath #Agniveer #BharatKeAgniveer pic.twitter.com/UqRdvjSQ0w

— MoCA_GoI (@MoCA_GoI) June 18, 2022

ତେବେ ଗୃହ ଏବଂ ପ୍ରତିରକ୍ଷା ବିଭାଗ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଧ୍ୟ ଅଗ୍ନିବୀର ମାନଙ୍କପାଇଁ ଏକ ବଡ ଘୋଷଣା କରିଛି। ଚାରି ବର୍ଷ ଚାକିରି ପରେ ଅଗ୍ନିବୀରଙ୍କୁ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନେକ ସେବାରେ ନିଯୁକ୍ତି ଦିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଅନେକ ମନ୍ତ୍ରଣାଳୟ ମଧ୍ୟ ଅଗ୍ନିପଥ ଯୋଜନାରେ ଅଗ୍ନିବୀରଙ୍କ ପାଇଁ ଚାକିରି ବ୍ୟବସ୍ଥା କରିବାର ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରଣାଳୟ କହିଛି, ଏୟାର ଟ୍ରାଫିକ ଏବଂ ବିମାନ ଜ୍ଞାନ କୌଶଳ ସେବାରେ ଅଗ୍ନିବୀରଙ୍କ ପାଇଁ ଭଲ ନିଯୁକ୍ତିର ସୁଯୋଗ ରହିଛି । ଅଗ୍ନିବୀରଙ୍କୁ ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ମୋଟାମୋଟି ସବୁ କାମରେ ସାମିଲ୍ କରାଯାଇପରେ । ଏପରିକି ସେମାନଙ୍କୁ ପାଣିପାଗ ବିଜ୍ଞାନ ଏବଂ ବିମାନ ଦୁର୍ଘଟଣା ଅନୁସନ୍ଧାନ ସେବାରେ ମଧ୍ୟ ସାମିଲ୍ କରାଯାଇପାରେ ।

‘ଅଗ୍ନିପଥ ସ୍କିମ୍’ରେ ୪ ବର୍ଷ କାମ କରିବା ପରେ ‘ଅଗ୍ନିବୀର’ମାନଙ୍କୁ ପାରାମିଲିଟାରୀ ଫୋର୍ସ ଓ ଆସାମ ରାଇଫଲ୍ସରେ ଚାକିରି ପାଇଁ ଦିଆଯିବ ପ୍ରାଥମିକତା
ନୂଆଦିଲ୍ଲୀ : ସେନାରେ ସାମିଲ ହେବାକୁ ଚାହୁଁଥିବା ଯୁବପିଢିଙ୍କ ପାଇଁ ଗତକାଲି କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଥିଲେ। ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ସୈନିକ ନିଯୁକ୍ତି ପାଇଁ ଭାରତ ସରକାର ଏକ ନୂଆ ‘ଅଗ୍ନିପଥ ଯୋଜନା’ ଘୋଷଣା କରିବା ସହ ଏହା ଅଧିନରେ ଚାରି ବର୍ଷ ପାଇଁ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବାର ବ୍ୟବସ୍ଥା କରିଥିଲେ। ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବାର ସୁଯୋଗ ପାଇବେ।

ଦେଶର ୧୭-୨୧ ବର୍ଷୀୟ ମହିଳା ଓ ପୁରୁଷ ଏହି ସ୍କିମର ଲାଭ ଉଠାଇପାରିବେ। ସେମାନଙ୍କୁ କେବଳ ୪ବର୍ଷ ପାଇଁ ନିଯୁକ୍ତି ମିଳିବ। ମାସିକ ଦରମା ୩୦,୦୦୦-୪୦,୦୦୦ ରହିବ। ସେମାନଙ୍କ ଚାକିରି ଅବଧି ସମୁଦାୟ ୪ ବର୍ଷ ରହିବ। ଏହା ମଧ୍ୟରେ ୬ ମାସର ପ୍ରଶିକ୍ଷଣ ସମୟ ମଧ୍ୟ ରହିବ। ୪ ବର୍ଷ ପରେ ୨୫% ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ। ଏଥିନିମନ୍ତେ ଆଉ ଥରେ ସେମାନଙ୍କର ସ୍କ୍ରିନିଂ କରାଯିବ। ବାକି ୭୫%ଙ୍କୁ ପ୍ୟାକେଜ ସହ ସେବା ନିବୃତ କରାଯିବ, ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ ବୋଲି ଗତକାଲି ଘୋଷଣା କରାଯାଇଥିଲା।

ତେବେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ରକ୍ଷା ବିଶେଷଜ୍ଞ ନାପସନ୍ଦ କରିଛନ୍ତି। ଗତକାଲି ରକ୍ଷା ବିଶେଷଜ୍ଞ ପି.କେ ସେହଗଲ କହିଥିଲେ  ଏହା ଏକ ଖରାପ ଯୋଜନା । ସେ କହିଛନ୍ତି କି ଦେଶରେ କୋଟି କୋଟ ଯୁବକ ଚାକିରି ସନ୍ଧାନରେ ଅଛନ୍ତି । ସରକାର ତେଣୁ ଏଭଳି ଯୋଜନା କରି ସେନାରେ ଏକାଥରକେ ୪୬ ହଜାର ନିଯୁକ୍ତି ଦେଇଦେବେ । ହେଲେ ୪ ବର୍ଷ ପରେ ସେମାନେ ନିରାଶ ହୋଇ ଫେରିବେସେ ଆହୁରି କହିଛନ୍ତି କି ଆଜି ଯେଉଁ ବେକାର ଯୁବକ ଯୁବତୀମାନେ ସରକାରଙ୍କର ଏହି ଯୋଜନାକୁ ନେଇ ପ୍ରଶଂସା କରୁଛନ୍ତି ୪ ବର୍ଷ ପରେ ସେମାନେ ପୁଣି ଏହି ଯୋଜନାକୁ ପଶ୍ଚାତାପ କରିବେ । ସେମାନଙ୍କୁ ଅତିବେଶିରେ କେଉଁଠି ସିକ୍ୟୁରିଟି ଗାର୍ଡର ଜବ ମିଳିବ ଓ ତାହାକୁ ସେମାନେ ସହଜରେ ଗ୍ରହଣ କରିପାରିବେ ନାହିଁ । ପୁଣି ଦେଶରେ ବେରୋଜଗାରକୁ ନେଇ ସମାନ ପରିସ୍ଥିତି ଦେଖାଦେବ ।

‘अग्निपथ योजना’ युवाओं के उज्ज्वल भविष्य के लिए @narendramodi जी का एक दूरदर्शी व स्वागत योग्य निर्णय है।

इसी संदर्भ में आज गृह मंत्रालय ने इस योजना में 4 साल पूरा करने वाले अग्निवीरों को CAPFs और असम राइफल्स में भर्ती में प्राथमिकता देने का निर्णय लिया है।#BharatKeAgniveer

— गृहमंत्री कार्यालय, HMO India (@HMOIndia) June 15, 2022

ତେବେ ଆଜି ‘ଅଗ୍ନିପଥ’ ସ୍କିମରେ ୪ ବର୍ଷ ଚାକିରି ପରେ ସେବା ନିବୃତ ହେଉଥିବା ୭୫% ‘ଅଗ୍ନିବୀର’ମାନଙ୍କ ପାଇଁ ବଡ ଘୋଷଣା କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ। ‘ଅଗ୍ନିପଥ’ ଯୋଜନାରେ ୪ ବର୍ଷ ପରେ ଚାକିରି ପୂରଣ କରିବା ପରେ ଅଗ୍ନିବୀର’ମାନଙ୍କୁ  ପାରାମିଲିଟାରୀ ଫୋର୍ସ ଓ ଆସାମ ରାଇଫଲ୍ସରେ ଚାକିରି ପାଇଁ  ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ଘୋଷଣା କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିଜ ଟ୍ୱିଟରେ ଲେଖିଛି ଯେ ଯୁବକମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହା ଏକ ଦୂରଦୃଷ୍ଟିସମ୍ପନ୍ନ ତଥା ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଏହି ପରିପ୍ରେକ୍ଷୀରେ, ଆଜି ଗୃହ ମନ୍ତ୍ରଣାଳୟ CAPF ଏବଂ ଆସାମ ରାଇଫଲ୍ସର ନିଯୁକ୍ତିରେ ଏହି ଯୋଜନା ଅଧୀନରେ ଚାରି ବର୍ଷ ପୂରଣ କରିଥିବା ଅଗ୍ନିବୀର’ମାନଙ୍କୁ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ନେଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନ୍ୟ ଏକ ଟୁଇଟରେ ଲେଖିଛନ୍ତି ଯେ ଗୃହମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସହିତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ‘ଅଗ୍ନିପଥ ଯୋଜନା’ ଦ୍ୱାରା ତାଲିମ ପ୍ରାପ୍ତ ଯୁବକମାନେ ଦେଶର ସେବା ତଥା ନିରାପତ୍ତାରେ ଆହୁରି ସହଯୋଗ କରିପାରିବେ। ଏହି ନିଷ୍ପତ୍ତି ଉପରେ ବିସ୍ତୃତ ଯୋଜନା କାର୍ଯ୍ୟ ଆରମ୍ଭ ହୋଇଛି ।

प्रधानमंत्री @narendramodi जी के मार्गदर्शन में गृह मंत्रालय के इस निर्णय से ‘अग्निपथ योजना’ से प्रशिक्षित युवा आगे भी देश की सेवा और सुरक्षा में अपना योगदान दे पायेंगे। इस निर्णय पर विस्तृत योजना बनाने का काम शुरू हो गया है।#BharatKeAgniveer

— गृहमंत्री कार्यालय, HMO India (@HMOIndia) June 15, 2022

ଅଗ୍ନିପଥ ଯୋଜନା କଣ?

‘ଅଗ୍ନିପଥ ନିଯୁକ୍ତି ଯୋଜନା’ ଅଧୀନରେ ଯୁବକମାନେ ଚାରି ବର୍ଷ ପର୍ଯ୍ୟନ୍ତ ସେନାରେ ଯୋଗଦେବାର ସୁଯୋଗ ପାଇବେ। ଦେଶର ୧୭-୨୧ ବର୍ଷ ବୟସର ଯୁବକ ଏବଂ ଯୁବତୀମାନେ ଏଥିପାଇଁ ଯୋଗ୍ୟ ହେବେ। ଏଥିପାଇଁ ଦଶମରୁ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଛାତ୍ରମାନେ ଆବେଦନ କରିପାରିବେ ।ପ୍ରଥମ ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ। ସେମାନଙ୍କୁ କେବଳ ୪ବର୍ଷ ପାଇଁ ନିଯୁକ୍ତି ମିଳିବ। ମାସିକ ଦରମା ୩୦,୦୦୦-୪୦,୦୦୦ ରହିବ। ଅଗ୍ନିବୀର ହୋଇ ଦେଶର ସେବା କରିବା ସମୟରେ ଅର୍ଜନ କରାଯାଇଥିବା କୌଶଳ ଏବଂ ଅଭିଜ୍ଞତା ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଚାକିରି ସମୟ ମଧ୍ୟରେ ସେମାନଙ୍କୁ ଭଲ ଦରମା ଓ ବିଭିନ୍ନ ସୁବିଧା ସୁଯୋଗ ମିଳିବା ସହ ୪ବର୍ଷ ପରେ ମଧ୍ୟ ସେମାନଙ୍କୁ ଭଲ ପ୍ୟାକେଜ ସହ ସେବାରୁ ମୁକ୍ତ କରାଯିବ। ତିରକ୍ଷା ମନ୍ତ୍ରଣାଳୟର ଅଗ୍ନିପଥ ଯୋଜନା ଅନୁସାରେ ଯୁବପୀଢିଙ୍କୁ ପ୍ରଥମ ବର୍ଷ ୪.୭୬ଲକ୍ଷ ଦରମାର ବାର୍ଷିକ ପ୍ୟାକେଜ୍ ମିଳିବ। ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ବଢି ଏହା ୬.୯୨ ଲକ୍ଷରେ ପହଁଞ୍ଚିଯିବ। ୪ ବର୍ଷରେ ଚାକିରୀ ପରେ ୧୧.୭ ଲକ୍ଷ ଟଙ୍କା ସେବାନିଧି ପ୍ରଦାନ କରାଯିବ। ଏହା ଉପରେ କୌଣସି ଟାକ୍ସ ଲାଗିବ ନାହିଁ।

‘ଅଗ୍ନିବୀର’ଙ୍କ ୟୁନିଫର୍ମରେ ଲାଗିବାକୁ ଥିବା ଚିହ୍ନ ତିନି ବାହିନୀଠାରୁ ପୃଥକ ହେବ। ସେମାନଙ୍କ ଚାକିରି ଅବଧି ସମୁଦାୟ ୪ ବର୍ଷ ରହିବ। ଏହା ମଧ୍ୟରେ ୬ ମାସର ପ୍ରଶିକ୍ଷଣ ସମୟ ମଧ୍ୟ ରହିବ। ୪ ବର୍ଷ ପରେ ୨୫% ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ। ଏଥିନିମନ୍ତେ ଆଉ ଥରେ ସେମାନଙ୍କର ସ୍କ୍ରିନିଂ କରାଯିବ। ବାକି ୭୫%ଙ୍କୁ ପ୍ୟାକେଜ ସହ ସେବା ନିବୃତ କରାଯିବ, ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ। ମାତ୍ର ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ। ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି କାର୍ଯ୍ୟ କରିବାର ସୁଯୋଗ ପାଇବେ। ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ। ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ। ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ।