armed forces - The Sakala

ସେନାରେ ସାମିଲ ହେବାକୁ ଚାହୁଁଥିବା ଯୁବପିଢିଙ୍କ ପାଇଁ ବଡ଼ ସୁଯୋଗ : ଆରମ୍ଭ ହେଲା ‘ଅଗ୍ନିପଥ ସ୍କିମ୍’, ଜାଣନ୍ତୁ କ’ଣ ମିଳିବ ଫାଇଦା
ନୂଆଦିଲ୍ଲୀ : ସେନାରେ ସାମିଲ ହେବାକୁ ଚାହୁଁଥିବା ଯୁବପିଢିଙ୍କ ପାଇଁ ବଡ଼ ସୁଯୋଗ। ସ୍ଥଳସେନା, ନୌସେନା ଏବଂ ବାୟୁସେନାରେ ସୈନିକ ନିଯୁକ୍ତି ପାଇଁ ଭାରତ ସରକାର ଏକ ନୂଆ ‘ଅଗ୍ନିପଥ ଯୋଜନା’ ଘୋଷଣା କରିଛନ୍ତି। ଏହା ଅଧୀନରେ ଚାରି ବର୍ଷ ପାଇଁ ସୈନିକମାନଙ୍କୁ ନିଯୁକ୍ତି ଦିଆଯିବ। କୋଭିଡ୍ ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବା ସେନା ନିଯୁକ୍ତି ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି।ଆଜି ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା ‘ଅଗ୍ନିପଥ’ ସ୍କିମ ଘୋଷଣା କରାଯାଇଛି। ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ତିନି ସେନା ମୁଖ୍ୟଙ୍କ ଉପସ୍ଥିତିରେ ‘ଅଗ୍ନିପଥ ସ୍କିମ’ର ଘୋଷଣା କରିଛନ୍ତି।

ସେନାକୁ ଆସିବାକୁ ଚାହୁଁଥିବା ଯୁବକଙ୍କୁ ସୁଯୋଗ ଦେବ ‘ଅଗ୍ନିପଥ’ ସ୍କିମ। ଏଥିରେ ଯୁବତୀମାନେ ବି ସାମିଲ ହୋଇପାରିବେ।ସେନାରେ ସାମିଲ ହେବାକୁ ଇଚ୍ଛୁକ ଥିବା ଯୁବବର୍ଗ ‘ଅଗ୍ନିପଥ’ ଯୋଜନା ଜରିଆରେ ଶର୍ଟ ଟର୍ମ ପାଇଁ ସେନାରେ ଭର୍ତ୍ତି ହୋଇପାରିବେ। ସେମାନେ ଦେଶର ସଶସ୍ତ୍ର ବାହିନୀକୁ ସୁଦୃଢ କରିବେ, ଦେଶବାସୀଙ୍କୁ ସୁରକ୍ଷା ଯୋଗାଇବେ। ‘ଅଗ୍ନିବୀର’ଙ୍କ ନିମନ୍ତେ ଭଲ ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ଏହାଦ୍ୱାରା ଦେଶରେ ରୋଜଗାର ବଢ଼ିବ ବୋଲି କହିଛନ୍ତି ମନ୍ତ୍ରୀ ରାଜନାଥ ସିଂହ।

ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଆଗ୍ନିବୀର ନିୟୋଜିତ ହେବେ। ବିଶେଷ କଥା ହେଉଛି ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ସହିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଏବେ ବି ବିବାଦ ଲାଗି ରହିଥିବା ବେଳେ ଭାରତ ଅଗ୍ନିପଥ ସ୍କିମ ଆଣିଛି। ଏହା ଜରିଆରେ ସୀମାର ସୁରକ୍ଷା କରିବା ସହଜ ହେବ। ତେବେ ଅଗ୍ନିବୀର ହୋଇ ଦେଶର ସେବା କରିବା ପାଇଁ କିଛିଟା ସର୍ତ୍ତ ରହିଛି। କେବଳ ୧୭-୨୧ବର୍ଷୀୟ ମହିଳା ଓ ପୁରୁଷ ଏହି ସ୍କିମର ଲାଭ ଉଠାଇପାରିବେ। ସେମାନଙ୍କୁ କେବଳ ୪ବର୍ଷ ପାଇଁ ନିଯୁକ୍ତି ମିଳିବ। ମାସିକ ଦରମା ୩୦,୦୦୦-୪୦,୦୦୦ ରହିବ। ଅଗ୍ନିବୀର ହୋଇ ଦେଶର ସେବା କରିବା ସମୟରେ ଅର୍ଜନ କରାଯାଇଥିବା କୌଶଳ ଏବଂ ଅଭିଜ୍ଞତା ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଚାକିରି ସମୟ ମଧ୍ୟରେ ସେମାନଙ୍କୁ ଭଲ ଦରମା ଓ ବିଭିନ୍ନ ସୁବିଧା ସୁଯୋଗ ମିଳିବା ସହ ୪ବର୍ଷ ପରେ ମଧ୍ୟ ସେମାନଙ୍କୁ ଭଲ ପ୍ୟାକେଜ ସହ ସେବାରୁ ମୁକ୍ତ କରାଯିବ। ପ୍ରତିରକ୍ଷା ମନ୍ତ୍ରଣାଳୟର ଅଗ୍ନିପଥ ଯୋଜନା ଅନୁସାରେ ଯୁବପୀଢିଙ୍କୁ ପ୍ରଥମ ବର୍ଷ ୪.୭୬ଲକ୍ଷ ଦରମାର ବାର୍ଷିକ ପ୍ୟାକେଜ୍ ମିଳିବ। ଚତୁର୍ଥ ବର୍ଷ ପର୍ଯ୍ୟନ୍ତ ବଢି ଏହା ୬.୯୨ ଲକ୍ଷରେ ପହଁଞ୍ଚିଯିବ। ୪ ବର୍ଷରେ ଚାକିରୀ ପରେ ୧୧.୭ ଲକ୍ଷ ଟଙ୍କା ସେବାନିଧି ପ୍ରଦାନ କରାଯିବ। ଏହା ଉପରେ କୌଣସି ଟାକ୍ସ ଲାଗିବ ନାହିଁ।

‘ଅଗ୍ନିବୀର’ଙ୍କ ୟୁନିଫର୍ମରେ ଲାଗିବାକୁ ଥିବା ଚିହ୍ନ ତିନି ବାହିନୀଠାରୁ ପୃଥକ ହେବ। ସେମାନଙ୍କ ଚାକିରି ଅବଧି ସମୁଦାୟ ୪ ବର୍ଷ ରହିବ। ଏହା ମଧ୍ୟରେ ୬ ମାସର ପ୍ରଶିକ୍ଷଣ ସମୟ ମଧ୍ୟ ରହିବ। ୪ ବର୍ଷ ପରେ ୨୫% ଅଗ୍ନିବୀରଙ୍କ ନିଯୁକ୍ତି ଅବଧି ବୃଦ୍ଧି କରାଯିବ। ଏଥିନିମନ୍ତେ ଆଉ ଥରେ ସେମାନଙ୍କର ସ୍କ୍ରିନିଂ କରାଯିବ। ବାକି ୭୫%ଙ୍କୁ ପ୍ୟାକେଜ ସହ ସେବା ନିବୃତ କରାଯିବ, ସେମାନଙ୍କୁ ଏକକାଳୀନ ୧୧ ଲକ୍ଷ ଟଙ୍କା ମିଳିବ। ମାତ୍ର ସେମାନଙ୍କ ଲାଗି କୌଣସି ପେନସନ୍ ବ୍ୟବସ୍ଥା ରହିବ ନାହିଁ। ଯେଉଁମାନଙ୍କ ନିଯୁକ୍ତି ଅବଧି ବଢିବ, ସେମାନେ ଆଉ ୧୫ ବର୍ଷ ଲାଗି କାର୍ଯ୍ୟ କରିବାର ସୁଯୋଗ ପାଇବେ। ଅବସର ପରେ ସେମାନଙ୍କୁ ପେନସନ୍ ମିଳିବ। ଅଗ୍ନିବୀରମାନେ ମାସକୁ ୩୦ରୁ ୪୦ ହଜାର ଟଙ୍କା ଯାଏଁ ଦରମା ପାଇବେ। ସେମାନଙ୍କୁ ବିନା ଦେୟରେ ୪୮ ଲକ୍ଷ ଟଙ୍କାର ବୀମା ମିଳିବ।

ପ୍ରଥମ ପର୍ଯ୍ୟାୟରେ ୩ ବାହିନୀରେ ପ୍ରାୟ ୪୫ ହଜାର ଅଗ୍ନିବୀରଙ୍କୁ ନିଯୁକ୍ତି ଦିଆଯିବ। ଅବସର ପରେ ସେମାନଙ୍କୁ ଅଗ୍ନିବୀର ସ୍କିଲ ପ୍ରମାଣପତ୍ର ମିଳିବ। ସେବାମୁକ୍ତ ହେବା ପରେ ଅଗ୍ନିବୀରମାନେ ଅନ୍ୟାନ୍ୟ ସଂସ୍ଥାରେ ଚାକିରି କରିପାରିବେ। ଏହି ଯୋଜନା ଦ୍ୱାରା ଦେଶର ଯୁବପିଢ଼ିଙ୍କୁ ଅଧିକ ସଂଖ୍ୟାରେ ସାମିଲ କରାଯାଇ ଦେଶର ସଶସ୍ତ୍ର ବଳକୁ ଅଧିକ ଶକ୍ତିଶାଳୀ କରାଯାଇ ପାରିବ। ଏହି ଟ୍ରେନିଂ ସମୟରେ ହାସଲ କରିଥିବା ଦକ୍ଷତା, ଅନୁଭବ, ସ୍କିଲ୍‌କୁ ଉପଯୋଗ କରି ଯୁବ ପିଢ଼ି ନିଜ ଜୀବନରେ ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି ମନ୍ତ୍ରୀ। ଏହି ଯୋଜନାରେ ଭର୍ତ୍ତି ହେବାକୁ ଚାହୁଁଥିବା ଯୁବବର୍ଗ ମାନସିକ ଓ ଶାରୀରିକ ଭାବେ ଫିଟ୍‌ ହେବା ଆବଶ୍ୟକ। ବିଭିନ୍ନ ଦେଶର ସେନାକୁ ଷ୍ଟଡି କରିବା ପରେ ଭାରତୀୟ ସେନାକୁ ଶକ୍ତିଶାଳୀ କରିବା ପାଇଁ ଏପରି ସ୍କିମ୍‌ ବାହାର କରାଯାଇଛି।