Chhattisgarh Borewell Incident: - The Sakala

ରାହୁଲ ପାଖରେ ରେସକ୍ୟୁ ଟିମ୍‌ , ଖୁବ୍‌ କମ୍‌ ସମୟ ମଧ୍ୟରେ ରାହୁଲଙ୍କୁ ଉଦ୍ଧାର କରାଯିବା ନେଇ ଆଶା
ରାୟପୁର: ଦୀର୍ଘ ୫ ଦିନ ଧରି ଗର୍ତ୍ତ ଭିତରେ ସଂଘର୍ଷ କରୁଛି ୧୧ ବର୍ଷର ବାଳକ ରାହୁଲ। ବୋରୱେଲ ଭିତରୁ ବାଳକଟିକୁ ଉଦ୍ଧାର ପାଇଁ ପ୍ରାୟ ୯୦ ଘଣ୍ଟାରୁ ବି ଅଧିକ ସମୟ ବିତିସାରାଲାଣି। ସେପଟେ ଗତକାଲି ଠାରୁ ଖାଇ ନ ଥିବାରୁ ପିଲାଟିର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ବିଗିଡିବାରେ ଲାଗିଛି। ତେବେ ରାହୁଲଙ୍କ ଶ୍ୱାସ ପ୍ରକ୍ରିୟା ସ୍ୱାଭାବିକ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ରାହୁଲଙ୍କୁ ଉଦ୍ଧାର ପାଇଁ ରେସ୍କ୍ୟୁ ଟିମ୍‌ ଜୋରଦାର ଉଦ୍ୟମ ଚଳାଇଛି। ଟନେଲ୍ ଭିତରେ ଲଗାତାର ଖନନ କାର୍ଯ୍ଯ ଚାଲିଛି। ଦୁଇ ପାଖରୁ ରାହୁଲଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ଧାରକାରୀ ଦଳ ଉଦ୍ୟମ ଚଳାଇଛନ୍ତି। ରାହୁଲଠାରୁ ୮ ଇଞ୍ଚ୍‌ ଦୂରରେ ପହଞ୍ଚି ସାରିଛନ୍ତି ଉଦ୍ଧାରକାରୀ ଦଳ। ଏନ୍‌ଡିଆର୍‌ଏଫ୍‌, ସେନା ଏବଂ ପୁଲିସ୍‌ ଟିମ୍‌ ସାବ୍‌ଧାନର ସହ କାର୍ଯ୍ଯ କରୁଛି। ଆଉ ଖୁବ୍‌ କମ୍‌ ସମୟ ମଧ୍ୟରେ ରାହୁଲଙ୍କ ଉଦ୍ଧାର କରାଯିବ ବୋଲି ଆଶା ରହିଛି। ରାହୁଲକୁ ଡାକ୍ତରଖାନାରେ ତ୍ବରିତ ପହଞ୍ଚାଇବା ପାଇଁ ଗ୍ରୀନ୍ କରିଡର ପ୍ରସ୍ତୁତ କରାଯାଇଛି।

ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଳାଙ୍କ ପ୍ରତ୍ୟକ୍ଷ ତଦାରଖରେ ଉଦ୍ଧାର କାର୍ଯ୍ୟ ଚାଲିଛି। ନିଜେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଉଦ୍ଧାର କାର୍ଯ୍ୟ ଉପରେ ମଧ୍ୟ ନଜର ରଖିଛନ୍ତି। ଜିଲ୍ଲାପାଳ ଶ୍ରୀ ଶୁକ୍ଲା ଟନେଲ ମଧ୍ୟରେ ଉପସ୍ଥିତ ଅଛନ୍ତି। ତୁରନ୍ତ ରାହୁଲକୁ ବୋର୍‌ୱେଲରୁ ବାହାର କରାଯିବ ବୋଲି ଆଶା କରାଯାଉଥିଲେ ମଧ୍ୟ ତା’ ନିକଟରେ ପହଞ୍ଚିବା ପାଇଁ ସମୟ ଲାଗୁଛି। ବୋର୍‌ୱେଲ ଭିତରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଉଦ୍ଧାର କାର୍ଯ୍ୟରେ ସାମାନ୍ୟ ସମସ୍ୟା ହେଉଛି।

ସୂଚନା ଯୋଗ୍ୟ, ଝାରସୁଗୁଡ଼ା ସୀମାଠାରୁ ପ୍ରାୟ ୬୦ କିଲୋମିଟର ଦୂର ଛତିଶଗଡ଼଼ର ଜାଞ୍ଜଗିରି-ଚମ୍ପା ଜିଲ୍ଲା ମାଲଖାଦାରୁଆ ଥାନା ଅଧୀନ ପିହରିଡ୍‍ ଗାଁରେ ଗଭୀର ନଳକୂପ ପାଇଁ ଖୋଳା ଯାଇଥିବା ବୋରୱେଲରେ ଏକ ୧୧ ବର୍ଷ ବୟସର ଜଣେ ଭିନ୍ନକ୍ଷମ ବାଳକ ୩ ଦିନ ହେଲା ଫସି ରହିଥିଲେ। ଶୁକ୍ରବାର ବାଡ଼ିପଟେ ଥିବା ଉକ୍ତ ବୋରୱେଲ ପାଖରେ ରାହୁଲ ଖେଳୁଥିବା ବେଳେ ଖସିପଡ଼ି ଥିଲା। ପରିବାର ଲୋକ ତାକୁ ଖୋଜାବା ବେଳେ ସେ ଖସି ପଡ଼ିଥିବା ଜାଣିବାକୁ ପାଇଥିଲେ। ଏହାପରେ ପରିବାର ଲୋକ ତୁରନ୍ତ ୧୧୨ ନମ୍ୱରକୁ ଫୋନ କରି ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଖବର ପାଇ ପୁଲିସ, ଏନ୍‍ଡିଆରଏଫ୍‍, ଏସଡିଆରଏଫ ଦଳ ଏବଂ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ। ପରେ ସେଠାରେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଗୁଜରାଟରୁ ଏକ ସ୍ୱତନ୍ତ୍ର ରୋବୋଟିକ ଉଦ୍ଧାରକାରୀ ଦଳ ଉଦ୍ଧାର କାମରେ ସାମିଲ ହୋଇଥିଲା। ତେବେ ପରିସ୍ଥିତି ଅନୁକୂଳ ନ ହେବାରୁ ଏହି ଟିମ୍ ଉଦ୍ଧାର କାର୍ଯ୍ୟରୁ ଓହରି ଯାଇଥିଲା। ରାହୁଲର ଉଦ୍ଧାର ପାଇଁ ଓଡ଼ିଶାର ଦୁଇଟି ଏଡିଆରଏଫ୍‍ ଓ ଏସଡିଆରଏଫ ଦଳ ମଧ୍ୟ ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ। ସେହିପରି ଉଦ୍ଧାର କାର୍ଯ୍ୟରେ ପୋକଲିନ, ଜେସିବି ଓ ଡ୍ରିଲିଂ ମେସିନ ନିୟୋଜିତ କରାଯାଇଛି। ଉଦ୍ଧାରକାରୀ ଦଳ ରାହୁଲଠାରୁ ମାତ୍ର ୪ରୁ ୬ ଫୁଟ ଦୂରରେ ପହଞ୍ଚି ସାରିଥିବା ବେଳେ ଏକ ବିଶାଳ ପଥର ଚଟାଣ ବାଧକ ସୃଷ୍ଟି କରିଥିଲା। ତେଣୁ ଉକ୍ତ ଚଟାଣକୁ ଡ୍ରିଲିଂ ମେସିନ ସାହାଯ୍ୟରେ କାଟି ରାହୁଲ ନିକଟରେ ପହଞ୍ଚିବାକୁ ଏକ ସୁଡ଼ଙ୍ଗ ତିଆରି ହୋଇଥିଲା। ସେହି ରାସ୍ତା ଦେଇ ରାହୁଲକୁ ଉଦ୍ଧାର କରାଯିବାର ଯୋଜନା କରାଯାଇଥିଲା।