CUTTACK BALIJATRA - The Sakala
ଜମୁଛି କଟକ ଐତିହାସିକ ବାଲିଯାତ୍ରା: ଅନ୍ତରା ଚକ୍ରବର୍ତ୍ତୀଙ୍କ ସଂଗୀତରେ ମତୁଆଲା ହେଲେ ଦର୍ଶକ
କଟକ: ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବିଭିନ୍ନ ପ୍ରକାର ସାମଗ୍ରୀର କିଣାବିକା ସହ ଚଟପଟି ଖାଦ୍ୟର ମଜା ନେଉଛନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତର ଲୋକେ । ଚଳିତବର୍ଷ ତଳ ପଡ଼ିଆରେ ଖଚାଖଚ ଭିଡ଼ ଜମୁଥିବାବେଳେ ଉପର ପଡ଼ିଆ ଖାଁ ଖାଁ ପଡ଼ିଛି ।  ପ୍ରତ୍ୟେକ ଦିନ ବଲିଉଡ ଓ ଓଲିଉଡ କଳାକାର ଧୁମ ମଚାଉଛନ୍ତି । ଗତକାଲି ଓଲିଉଡ୍‌’ର ଆଗଧାଡ଼ିର ପ୍ରଚ୍ଛଦପଟ୍ଟ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ ଆଜି ସନ୍ଧ୍ୟାରେ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ଗୋଟିଏ ପରେ ଗୋଟିଏ ହିଟ୍‌ ନମ୍ବର ଗାଇଥିଲେ।  ରାତି ୧୨ଟାରେ ତୁ ଆସିବୁ ବୋଲି ଖଜୁରୀ ବଣରେ ତତେ ଡୁଙ୍ଗୁଥିଲି, ଭିଟାମିନ୍‌-ଏ ମିଳିବ, ଉଡ଼ି ଉଡ଼ି ବିମାନରେ ଯିବା...ଭଳି ଏକାଧିକ ଡ୍ୟାନ୍ସ ନମ୍ବର ଦର୍ଶକଙ୍କୁ ଭେଟି ଦେଇଥିଲେ। ସେହିପରି ବୈଷ୍ଣବ ପାଣି ମଞ୍ଚରେ ସୁବାସ ଦାସ ଭାବପୂର୍ଣ୍ଣ ସଂଗୀତ ପରିବେଷଣ କରିଥିଲେ। ତାଙ୍କ ସଂଗୀତର ମୂର୍ଚ୍ଛନାରେ ଦର୍ଶକମାନେ ବିମୋହିତ ହୋଇଥିଲେ। ଭଜନ ସହିତ ପଲ୍ଲୀ ଓ ସଂସ୍କୃତିଭିତ୍ତିକ ସଂଗୀତ ଥିଲା ଆଜି ସନ୍ଧ୍ୟାର ପ୍ରମୁଖ ଆକର୍ଷଣ।
ସେହିପରି ହମ୍‌ସୁଫି ବ୍ୟାଣ୍ଡ୍‌ର ରକ୍‌ ଥିମକୁ ଦର୍ଶକ ବେଶ୍‌ ପ୍ରଂଶସା କରିଥିଲେ।  ବାଲିଯାତ୍ରା ପଡ଼ିଆରେ ଥିବା ଗଣକବି ବୈଷ୍ଣବ ପାଣି ମଞ୍ଚରେ ଆଜି ଦିନ ଏକ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା ଦେଖିବାକୁ ମିଳିଥିଲା। ହମସୁଫି ବ୍ୟାଣ୍ଡ ମଞ୍ଚରେ ଦର୍ଶକମାନଙ୍କୁ ଦେଇଥିଲା ପାରମ୍ପରିକ ଏବଂ ସମସାମୟିକ ସଙ୍ଗୀତର ମିଶ୍ରଣ; ଯାହା ବିମୋହିତ କରିଥିଲା। ସମ୍ପୂର୍ଣ୍ଣ ସନ୍ଧ୍ୟାଟି ଭୁବନେଶ୍ୱରର ଶରଦ ଆଡଭର୍ଟାଇଜିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ପରିଚାଳିତ ହୋଇଥିଲା। ପରମ୍ପରା ଓ ପ୍ରତିଭାର ମିଶ୍ରଣ ଏହି ବାଲିଯାତ୍ରାରେ ଆଣିଥିଲା ଏକ ନୂଆ ରଙ୍ଗ, ଯାହା ଯାତ୍ରା ଆସିଥିବା ସମସ୍ତଙ୍କୁ ଦେଇଥିଲା ଏକ ନୂଆ ଅନୁଭୂତି।
ଚଳିତ ବର୍ଷ କଟକ ବାଲିଯାତ୍ରାରେ ଯୁବପିଢ଼ିଙ୍କ ପାଇଁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଜୋନ୍‌ ଆୟୋଜନ କରାଯାଇଛି, ଯାହା ବାଲିଯାତ୍ରାର ଏକ ପ୍ରମୁଖ ଆକର୍ଷଣ ପାଲଟିଛି। ଏହି ଜୋନ୍‌ରେ ଇଲେକ୍ଟ୍ରୋନିକ୍‌ ଢୋଲକ୍‌ ଏବଂ ଚମକ୍ରାର ଆନାମୋର୍ଫିକ୍‌ ସ୍କ୍ରିନ୍‌ ଭଳି ଅଭିନବ ଆକର୍ଷଣ ରହିଛି, ଯାହା ପ୍ରଯୁକ୍ତିବିଦ୍ୟା ଏବଂ ମନୋରଞ୍ଜନର ମିଶ୍ରଣ ପ୍ରଦାନ କରୁଛି ଓ ଭିଡ଼କୁ ଆକର୍ଷିତ କରିଛି। ଉତ୍ସାହକୁ ଆହୁରି ବଢାଇବା ପାଇଁ, ଆସନ୍ତା ସୋମବାର ସ୍ୱତନ୍ତ୍ର ଆକର୍ଷଣ ଭାବରେ ଏକ ଚମକ୍ରାର ସୋମବାର ଦିନ ସ୍ୱତନ୍ତ୍ର ଲେଜର ଶୋ’ ଆୟୋଜନ କରାଯାଇଛି। ଚମକ୍ରାର ଆଲୋକ ଏବଂ ସଂଗୀତ ଏକ ଅବିସ୍ମରଣୀୟ ଦୃଶ୍ୟ ଚଳିତ ବର୍ଷର ବାଲିଯାତ୍ରାର ସବୁଠାରୁ ଚର୍ଚ୍ଚିତ ବୈଶିଷ୍ଟ୍ୟ କରିବ ବୋଲି ଆୟୋଜକ କହିଛନ୍ତି।
ଆକ୍ସନ ମୋଡରେ ଖାଦ୍ୟ ସୁରକ୍ଷା ୟୁନିଟ୍, କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍
କଟକ: ଆକ୍ସନ ମୋଡରେ ଖାଦ୍ୟ ସୁରକ୍ଷା ୟୁନିଟ୍ । କଟକ ବାଲିଯାତ୍ରାରେ ବିଭିନ୍ନ ଷ୍ଟଲରେ ରେଡ୍ । ରେଡ୍ ବେଳେ ଷ୍ଟଲରେ ଥିବା ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍‌ ମଧ୍ୟ କଟାଯାଇଛି । କଟକ ବାଲିଯାତ୍ରା ତଳ ପଡ଼ିଆରେ ସିଏମସି ସ୍ୱାସ୍ଥ୍ୟ ବିଭାଗ ବିଭିନ୍ନ ଖାଦ୍ୟ ଷ୍ଟଲ ଉପରେ ଚଢ଼ାଉ କରିଛି । ଅପମିଶ୍ରିତ ଓ ବାସୀ ଖାଦ୍ୟ ଯାଞ୍ଚ କରୁଛି ଟିମ । ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ମାନ ଖରାପ ଥିବା ଖାଦ୍ୟକୁ ନଷ୍ଟ କରୁଛି ଟିମ ।
କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରସିଦ୍ଧ ଯାତ୍ରା ବୁଲିବା ସହ ଅନେକ କିଣାକିଣି ମଧ୍ୟ କରୁଛନ୍ତି । ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସିଏମ୍ ସି ଖାଦ୍ୟ ସୁରକ୍ଷା ୟୁନିଟ୍ ।
ଆଜିଠୁ ଐତିହାସିକ କଟକ ବାଲିଯାତ୍ରା: ମହାନଦୀ ତଟରେ ଜମିବ ମୁକ୍ତାକାଶ ମେଳା
କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟର ଅମଳିନ ସ୍ୱାକ୍ଷର ବହନ କରୁଥିବା ଐତିହାସିକ କଟକ ବାଲିଯାତ୍ରା ଆଜି ଉଦ୍‌ଘାଟିତ ହେବ। ମହାନଦୀ ତଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ୮ଦିନ ଧରି ଚାଲିବ ଏହି ମୁକ୍ତାକାଶ ମହାବାଣିଜ୍ୟ ମେଳା । ଲକ୍ଷଲକ୍ଷ ଲୋକଙ୍କ ପାଦ ପଡ଼ିବ ମେଳା ପଡ଼ିଆରେ। ଶହେ କୋଟିରୁ ଅଧିକ ଟଙ୍କାର ବେପାର ବଣିଜ୍ୟ ହେବ। ବେପାରୀମାନେ ମେଳା ପଡ଼ିଆରେ ଷ୍ଟଲ୍‌ ବାନ୍ଧି ସାରିଥିବା ବେଳେ ପୁଲିସ ଓ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଆଜି ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରେଣ୍ୟ ବ୍ୟକ୍ତିବିଶେଷ, ରାଜନେତାଙ୍କ ସମେତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ୍‌. କୃଷ୍ଣମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏଥର ବାଲିଯାତ୍ରା କେବଳ ତଳପଡ଼ିଆରେ ଆୟୋଜନ ହେଉଛି। ଉପର ପଡ଼ିଆରେ ମେଳା ଆୟୋଜନ ହେବ ବୋଲି ପୂର୍ବରୁ ପ୍ରଶାସନ ଘୋଷଣା କରିଥିଲେ ହେଁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ। ଏଣୁ, ତଳପଡ଼ିଆରେ ହେବାକୁ ଥିବା ୧୬୫୪ ଷ୍ଟଲ ବାଲିଯାତ୍ରାର ଆକର୍ଷଣକୁ ବଜାୟ ରଖିବ। ଚଳିତଥର ବାଲିଯାତ୍ରାରେ କଳା ଏବଂ ସଂସ୍କୃତି ସହ ସାହିତ୍ୟର ଝଲକ ଦେଖିବାକୁ ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ କାଳଜୟୀ ପୁସ୍ତକଗୁଡ଼ିକ ବିଷୟରେ ସମସ୍ତେ ଜାଣିବେ। ଓଡ଼ିଆ ଘରର ପରମ୍ପରା ସାଙ୍ଗକୁ ଲୋକ ସଂସ୍କୃତି ବିଷୟରେ ଦିଆଯିବ ବାର୍ତ୍ତା। ଏଥିପାଇଁ ଏଥର ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍‌ କଟକ’। ନୂଆବୋହୂ ଭଳି ଏହି ପାଭିଲିୟନ୍‌ ସଜେଇ ହୋଇଛି। ସବୁଜିମା କୋଳରେ କଳା କାରୁକାର୍ଯ୍ୟର ଛିଟା ଦିଆଯାଇଛି।
ଏତଦ୍‌ବ୍ୟତୀତ, ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କେତେକ ଅଭିନବ ଉଦ୍ୟମ କରିଛି। ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ମାଳଦୀପ ଆଦି ରାଷ୍ଟ୍ର ସହ ପ୍ରାଚୀନ କଳିଙ୍ଗର ବାଣିଜ୍ୟିକ ସମ୍ପର୍କକୁ ଆଧାର କରି ମହାନଦୀ କୂଳରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟିକ ମେଳାରେ ଏଥର ବିଦେଶୀ ପରମ୍ପରାକୁ ପ୍ରତିଫଳିତ କରାଯିବ। ବାଲିଯାତ୍ରାରେ ସହଭାଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆକୁ ସାମିଲ କରାଯାଇଛି। ଇଣ୍ଡୋନେସିଆର ବାସିନ୍ଦା ଚଳିତଥର କଟକ ବାଲିଯାତ୍ରାରେ ଦେଖିବାକୁ ମିଳିବେ। ଏପରିକି, ଇଣ୍ଡୋନେସିଆର କଳାକୃତିକୁ ନେଇ ଏକ ସ୍ୱତନ୍ତ୍ର ଷ୍ଟଲ ବାଲିଯାତ୍ରାରେ ରହିଛି।
ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ପୁରୀ ରଥଯାତ୍ରା ଓ କଟକ ବାଲିଯାତ୍ରା
ଭୁବନେଶ୍ୱର: ଜାତୀୟ ଅତୁଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ପୁରୀ ରଥଯାତ୍ରା ଓ କଟକ ବାଲିଯାତ୍ରା । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତର ସର୍ବୋଚ୍ଚ ସାଂସ୍କୃତିକ ସଂସ୍ଥା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୋମବାର ସମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ପୂର୍ବରୁ ସଂସ୍କୃତି ମନ୍ତ୍ରାଳୟକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଏନେଇ ପ୍ରସ୍ତାବ ପଠାଇଥିଲା
ମହାପ୍ରଭୁଙ୍କ ରଥଯାତ୍ରାକୁ ଯୁନେସ୍କୋ ଦ୍ବାରା ବୈଶ୍ବିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା (Intangible Cultural Heritage of Humanity) ପ୍ରଦାନ ନେଇ ପ୍ରଥମ ସୋପାନ ସଫଳତାର ସହ ଅତିକ୍ରମ ହୋଇଛି । ୟୁନେସ୍କୋ ମାନ୍ୟତା ପାଇଁ ପ୍ରଥମେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଙ୍ଗୀତ ନାଟକ ଏକାଡେମୀର ଜାତୀୟ ଐତିହ୍ଯ ତାଲିକାଭୁକ୍ତ ହେବାକୁ ପଡୁଥିବା ବେଳେ ଆଜି ବିଧିବଦ୍ଧ ଭାବେ ଏହି ତାଲିକାଭୁକ୍ତ ହୋଇଛି ରଥଯାତ୍ରା । ଆବେଦନ ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଠିକଣା ସମୟରେ ନାମାଙ୍କନ ପତ୍ର (Nomination Dossier) ଦାଖଲ ହୋଇଥିଲା ।
Very excited to learn that the Sangeet Natak Akademi, India’s apex cultural body under the Ministry of Culture, Government of India has listed Ratha Jatra and Bali Jatra from Odisha in its “National Inventory of Intangible Cultural Heritage”. pic.twitter.com/62kxRcvx8d
— Arabinda K Padhee (@arvindpadhee) March 31, 2025
ଗଜପତି ମହାରାଜାଙ୍କ ମାର୍ଗଦର୍ଶନ ତଥା ମୁଖ୍ୟ ଶାସନ ସଚିବଙ୍କ ପରାମର୍ଶ ଅନୁସାରେ, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକଙ୍କ ନେତୃତ୍ବରେ କମ୍ ଅବଧି ମଧ୍ଯରେ ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ମହାପ୍ରଭୁଙ୍କ ସେବକମାନେ ମଧ୍ଯ ଏଥିଲାଗି ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ। ଏଥିପାଇଁ ସମସ୍ତ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତ, ସେବକଙ୍କ ସହ ସହଯୋଗର ହାତ ବଢ଼ାଇଥିବା ବ୍ଯକ୍ତି ତଥା ଅନୁଷ୍ଠାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ ।
କଟକ ବାଲିଯାତ୍ରାରେ ଅପ୍ରୀତିକର ପରିସ୍ଥିତି; କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ
କଟକ: ରଙ୍ଗୀନ ଆଲୋକମାଳା ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଉଠୁଛି ପଡ଼ୁଛି କଟକର ଐତିହାସିକ ବାଲିଯାତ୍ରା। ସନ୍ଧ୍ୟା ହେଲେ ବଡ଼ ବଡ଼ କଳାକାରଙ୍କ ନାଚଗୀତ ଦେଖିବାକୁ ଜମୁଛିଭିଡ଼। ଏହିକ୍ରମରେ ଶନିବାର ବୈଷ୍ଣବ ପାଣୀ ମଂଚରେ ଚାଲିଥିଲା କାର୍ଯ୍ୟକ୍ରମ। ଷ୍ଟେଜ ଉପରେ ଗୀତ ଗାଇବାକୁ ଚଢ଼ିଥିଲେ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ଅସୀମାଙ୍କ ଗୀତ ଆରମ୍ଭରୁ ତାଙ୍କ କଣ୍ଠସ୍ୱରରେ ତାଳେ ତାଳେ ଝୁମୁଥିଲେ ଦର୍ଶକ। ହେଲେ ହଠାତ୍‌ ଅଧାରୁ ବନ୍ଦ ହେଲା କାର୍ଯ୍ୟକ୍ରମ। ଅସୀମାଙ୍କୁ ମଂଚରୁ ଓହ୍ଲାଇଦେଲେ ପୋଲିସ ପ୍ରଶାସନ। କାର୍ଯ୍ୟକ୍ରମ ଅଧାରୁ ବୈଷ୍ଣବ ପାଣି ମଂଚରୁ ଅସୀମାଙ୍କୁ ଓହ୍ଲାଇଦେବା ସହ କାର୍ଯ୍ୟକ୍ରମ ବନ୍ଦ କରିଛି କମିଶନରେଟ ପୋଲିସ। ସମୟ କଟକଣା ନେଇ କାର୍ଯ୍ୟକ୍ରମ ବନ୍ଦ କରିଛି ପୋଲିସ।
ଐତିହାସିକ କଟକ ବାଲିଯାତ୍ରାର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। କମିଶନରେଟ ପୋଲିସର ଗାଇଡଲାଇନ ଅନୁଯାୟୀ ରାତି ୧୦ ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରାଯିବା ନେଇ ଅନୁମତି ମିଳିଥିବାବେଳେ ଅସୀମା ରାତି ୧୦ଟା ୨୦ ପର୍ଯ୍ୟନ୍ତ ଗୀତ ଗାଉଥିଲେ ଯାହାକୁ ବିରୋଧ କରି କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିଥିଲା କମିଶନରେଟ ପୋଲିସ। ଯାହାକୁ ନେଇ ହଜାର ହଜାର ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। କମିଶନରେଟ ପୋଲିସର କଟକଣାକୁ ବିରୋଧ କରି ବୈଷ୍ଣବ ପାଣି ମଂଚରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି।
ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା, ଉଦଘାଟନ କଲେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ
କଟକ: ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ମଧ୍ୟରେ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନୀ ସନ୍ଧ୍ୟାରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ । ଐତିହାସିକ ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଲୋକଙ୍କ ମଧ୍ୟରେ ଉତ୍ସାହ ବହୁତ ଅଧିକା ଥିବା ଜଣାପଡିଛି ।
ଚଳିତ ବର୍ଷ ବାଲିଯାତ୍ରାରେ ୧୨୦୦ରୁ ଉର୍ଦ୍ଧ୍ବ ଷ୍ଟଲ ଖୋଲିଛି । ପ୍ରଥମ ଦିନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି ଓରମାସ ଓ ମିଶନ ଶକ୍ତିର ଷ୍ଟଲ । ପାଗ ଅନୁକୂଳ ଥିବାରୁ ଉଦଘାଟନୀ ସନ୍ଧ୍ୟାରେ ଲକ୍ଷାଧିକ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ଐତିହାସିକ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ ଅଧିକ କଡାକଡି କରାଯାଇଛି ।
ଉତ୍କଳୀୟ ସାଧବ ପୁଅମାନେ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ବୋଇତରେ ସୁଦୂର ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ (ଏବେକାର ଇଣ୍ଡୋନେସିଆ) ଯାତ୍ରା କରୁଥିଲେ। ସାଧବପୁଅ ମାନଙ୍କର ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସହ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଓଡ଼ିଆମାନେ ଆ-କା-ମା-ବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି। ଏଇଠୁ ଅୟମାରମ୍ଭ ହୋଇଥାଏ ବାଲିଯାତ୍ରା। ବାଲିରେ ଯାତରା-ବାଲିଯାତ୍ରା। ଓଡ଼ିଶାର ଗୌରବମୟ ଐତିହ୍ୟର ମୁକସାକ୍ଷୀ ହେଉଛି ଏହି ଯାତ୍ରା। ବାଲିଯାତ୍ରା ଏପରି ଏକ ଗଣମହୋତ୍ସବ ଯାହା ଓଡ୍ର, କଳିଙ୍ଗ, ଉତ୍କଳ, ତୋଷାଳୀ, କଙ୍ଗୋଦ ଓ କୋଶଳର ସମନ୍ୱୟଭିତ୍ତିକ ଯାତ୍ରା। ଡଙ୍ଗାଭସା ବା ବୋଇତ ବନ୍ଦାଣ ଉତ୍ସବର ସ୍ମାରକୀ ବହନ କରେ ଏହି ପର୍ବ। ଏହା ମେଳା ନୁହେଁ ଏକ ମହାମେଳ। ଛୁଞ୍ଚି ଠାରୁ ଆରମ୍ଭ କରି ଶିଳପୁଆ ପର୍ଯ୍ୟନ୍ତ ପ୍ରତ୍ୟେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାଲିଯାତ୍ରାରେ ଉପଲବ୍ଧ ହୋଇଥାଏ। (ପ୍ରସ୍ତୁତି: ଅଶୋକ)
କଟକ ସହରରେ ବୋଇତ ବନ୍ଦାଣ ବା ବାଲିଯାତ୍ରାରେ ବିପୁଳ ଜନସମାଗମ ଦେଖିବାକୁ ମିଳିଥାଏ। କଟକଠାରେ ବାଲିଯାତ୍ରା ପ୍ରତିବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ଆସି ନିଜ ପସରା ମେଲାଇଥାନ୍ତି। ଦେଶର ବିଭିନ୍ନ ପ୍ରାନ୍ତର ହସ୍ତଶିଳ୍ପର ସମ୍ଭାର ଏହି ମେଳାରେ ଦେଖିବାକୁ ମିଳିଥାଏ। ବାଲିଯାତ୍ରାରେ କଟକ ପ୍ରସିଦ୍ଧ ଦହିବରା ଆଳୁଦମ, ଠୁଙ୍କାପୁରି ଛେନା ତରକାରୀର ସ୍ୱାଦ ନିଆରା।
ଏଥର ଅଣ୍ଡରୱାଟର୍‌‌ ଟନେଲ୍‌‌ ଆକ୍ୱାରିୟମ୍‌, ୨ଶହ ଫୁଟ୍‌ ଲମ୍ବ, ୫ ଶହ ପ୍ରଜାତିର ୨ ହଜାର ମାଛ
ପ୍ରତିବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯାଉଛି। ଏଥିରେ ଦେଖିବାକୁ ମିଳୁଛି ନିଆରା ଦୃଶ୍ୟ। ଚଳିତବର୍ଷ ବାଲିଯାତ୍ରାରେ ଲୋକମାନେ ଅଣ୍ଡର୍‌‌ୱାଟର୍‌‌ ଫିସ୍‌‌ ଟନେଲ ଆକ୍ୱାରିୟମରେ ମଜା ଉଠାଇପାରିବେ। ପ୍ରଥମଥର ନିମନ୍ତେ ଏହି ଆକ୍ୱାରିୟମ ବାଲିଯାତ୍ରାକୁ ଆସିବ। ଯାହାର ଲମ୍ବ ୨୫୦ ଫୁଟ୍‌‌ ରହିଥିବାବେଳେ ଓସାର ୬୦ ଫୁଟ ରହିଛି। ଲୋକମାନେ ଆକ୍ୱାରିୟମ ମଧ୍ୟରେ ପ୍ରବେଶ କରି ବିଭିନ୍ନ ପ୍ରଜାତିର ମାଛ ବୁଲି ଦେଖି ପାରିବେ। ପ୍ରାୟ ୫ଶହ ପ୍ରଜାତିର ୨ହଜାରରୁ ଅଧିକ ମାଛ ଦେଖିବା ସହ ଫଟୋ ଉଠାଇପାରିବେ। ଜଣକ ପ୍ରତି ଟିକଟ୍‌‌ର ମୂଲ୍ୟ ୧୫୦ ଟଙ୍କା ରହିଛି। ଉଭୟ ଅନ୍‌‌ଲାଇନ ଏବଂ ଅଫ୍‌‌ଲାଇନ ମାଧ୍ୟମରେ ଟିକଟ ଉପଲବ୍ଧ ହେବ। ଯେଉଁମାନେ ଅନ୍‌‌ଲାଇନ୍‌‌ରେ ଟିକଟ୍‌‌ କରିଥିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଥିବା ଆୟୋଜକ ସଂସ୍ଥା ପକ୍ଷରୁ କୁହାଯାଇଛି। ଏହି ଆକ୍ୱାରିୟମ ଆନୁମାନିକ ମୂଲ୍ୟ ୪.୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବାବେଳେ ଏଥିରେ ସାର୍କ, ଗୁରାମି ଭଳି ମାଛ ଦେଖିବାକୁ ମିଳିବ।
‘କଟକ ଇନ୍‌‌ କଟକ ’ରେ ଗ୍ରାମୀଣ ବଜାର
‘କଟକ ଇନ୍‌‌ କଟକ’ ପରିସରରେ ସିଏମ୍‌‌ସି ଦ୍ୱାରା ଗ୍ରାମୀଣ ବଜାର ଖୋଲିବାର ବ୍ୟବସ୍ଥା କରାଯାଇଛି। ସ୍ୱୟଂସହାୟିକା ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି) ସଦସ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକ ବିକ୍ରି କରିବେ। ଏଥିରେ ପ୍ରାୟ ୬୦ଟି ଷ୍ଟଲର ବ୍ୟବସ୍ଥା କରାଯିବ। ସୁରକ୍ଷା ଜମାଭିତ୍ତିରେ ଏସ୍‌‌ଏଜ୍‌‌ଜିଗୁଡ଼ିକୁ ୨ ହଜାର ଟଙ୍କା ଲେଖାଏ ଦେବାକୁ ହେବ। ଏଥିସହ ସେମାନଙ୍କ ନିମନ୍ତେ ବୀମା ସୁବିଧା ରହିବ ବୋଲି ସିଏମ୍‌‌ସି ନିଷ୍ପତ୍ତି ନେଇଛି।
ମଞ୍ଚରେ ସଚିନ୍‌-ଜିଗର୍‌, ଅନୁ ମଲିକ୍‌
ଚଳିତବର୍ଷ ବାଲିଯାତ୍ରାରେ ଦୁଇରାତି ବଲିଉଡ୍‌‌ ନାଇଟ ଶୋ’ ହେବ। ଡିସେମ୍ବର ୨ତାରିଖ ମଞ୍ଚରେ ବଲିଉଡର ଯୋଡ଼ି ସଚିନ-ଜିଗର ସଙ୍ଗୀତ ପରିବେଷଣ କରିବେ। ତେରେ ଭାସତେ’, ‘ଫିର୍‌‌ ଔର କ୍ୟା ଚାହିଏ’, ‘ଆପନା ବନା ଲେ’, ‘ଇକ୍‌‌ ଜିନ୍ଦେଗୀ’ ଭଳି ମନୁଛୁଆଁ ହିନ୍ଦୀ ଗୀତ ଶୁଣିବାକୁ ମିଳିବ। ସେହିଭଳି ୩ ତାରିଖରେ ବଲିଉଡ୍‌‌ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକଙ୍କୁ ବାଲିଯାତ୍ରା ସାଂସ୍କୃତିକ ମଞ୍ଚରେ ଦେଖିବାକୁ ମିଳିବ। ‘ତୁମ୍‌‌ ସେ ମିଲକେ ଦିଲା କା ଜୋ ହାଲ’, ‘ମୋ ହୁଁ ନା’, ‘ବାଜିଗର ଓ ବାଜିଗର’ ଭଳି ଗୀତ ଶୁଣିବାକୁ ପାଇବେ ଶ୍ରୋତା। ସେ ତାଙ୍କ ପୂରା ଟିମ୍‌‌ ସହ ଏଥର ବାଲିଯାତ୍ରାରେ ସାମିଲ ହେବେ।
ସ୍ୱରୂପଙ୍କ ସ୍ମୃତିରେ ମ୍ୟୁଜିକାଲ୍‌‌ ନାଇଟ୍‌‌
ଓଲିଉଡ୍‌‌ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ସ୍ମୃତିରେ ଏଥର ବାଲିଯାତ୍ରାରେ ମ୍ୟୁଜିକାଲ୍‌‌ ନାଇଟ୍‌‌ ଆୟୋଜନ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱରୂପ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ ସଙ୍ଗୀତ ପରିବେଷଣ କରାଯିବ। ସୀତା ଲୋ’ ଆଜି ଜଳୁଛି ଯାହାର ଚିତା ଲୋ…, ଗାଁ ମଝିରେ ଚାନ୍ଦିନୀ…, ନୀଳ ନୟନା… ଭଳି ପୁରୁଣା ଓ ବହୁ ଶ୍ରୁତିମଧୁର ସଙ୍ଗୀତ ବାଲିଯାତ୍ରାର ସାଂସ୍କୃତିକ ମଞ୍ଚରେ ପରିବେଷଣ କରାଯିବ।
ଦୋଳିର ମଜା
ବିଭିନ୍ନ ପ୍ରକାର ଦୋଳିର ମଜା ଲୋକମାନେ ନେଇପାରିବେ। ପ୍ରାୟ ୩୦ ପ୍ରକାର ଦୋଳି ଏଥର ବାଲିଯାତ୍ରାକୁ ଆସିଛି। ୧୦୦ ଫୁଟ୍‌‌ ଉଚ୍ଚର ରାମ ଦୋଳି ଏଥର ମୁଖ୍ୟ ଆକର୍ଷଣ ହେବ। ଏଥିରେ ୧୨୦ଜଣ ଏକାସାଙ୍ଗରେ ବସି ପାରିବେ। ସେହିଭଳି ‘ଫ୍ରିସ୍‌‌ ବି ଝୁଲା’ ମଧ୍ୟ ଏଥିର ନୂଆ। ଡଙ୍ଗା ଆକୃତିର ଏହି ଦୋଳି ରହିଥିବାବେଳେ ଏଥର ଏହାର ଲୋକଙ୍କ ପସନ୍ଦ ଆସିବ ବୋଲି ଆଶା କରାଯାଉଛି। ଟୋରାଟୋରା, ବ୍ରେକ୍ସ ଡ୍ୟାନ୍ସ, ଚାନ୍ଦ ତାରା, ଡ୍ରାଗନ୍‌‌ ଆଦି ଦୋଳି ଦେଖିବାକୁ ମିଳିବ। ୭ଟି ସଂସ୍ଥାର ବ୍ୟବସାୟୀମାନେ ଏଥର ଦୋଳି ବ୍ୟବସାୟ ପାଇଁ ବାଲିଯାତ୍ରାକୁ ଆସିଛନ୍ତି।
ଯାତ୍ରାରେ ମିଳିବ ଗାଁର ଅନୁଭୂତି
ଗାଁ ଧୂଳି ଦାଣ୍ଡରୁ ଆରମ୍ଭ କରି ଭାଗବତ ଟୁଙ୍ଗି ପର୍ଯ୍ୟନ୍ତ। ତା ମଧ୍ୟରେ ଗାଁ ପୋଖରୀ ଆଉ ଅଙ୍ଗନବାଡ଼ି ଓ ସ୍କୁଲ୍‌‌। ଆଲୋକୀକରଣ ବ୍ୟବସ୍ଥା ସମେତ ଗାଁ ପରିବେଶର ଏକ ଅନନ୍ୟ ଅନୁଭବ। ସହରୀ ଜାକଜମକରେ ଦେଖିବାକୁ ମିଳିବ ଗାଁ ପରିବେଶ। ଏଥିପାଇଁ ‘କଟକ ଇନ୍‌‌ କଟକ’ରେ ଜାରିରହିଛି କାର୍ଯ୍ୟ। ଏଥିରେ ବିଭିନ୍ନ ସମ୍ପ୍ରଦାୟର ପ୍ରାର୍ଥନାଗୃହ ନିର୍ମାଣ ହୋଇଥିଲା ବେଳେ ପ୍ରାୟ ୭୦ଟି ବିଭିନ୍ନ ଘର ତିଆରି କରାଯାଉଛି। ଭାଗବତ ଟୁଙ୍ଗିରୁ ଆରମ୍ଭ କରି ‘ମୋ ସ୍କୁଲ୍‌‌’ ମଧ୍ୟ ସ୍ଥାନ ପାଇବ।
ଆକର୍ଷଣରେ ସେଲ୍‌ଫି ଜୋନ୍‌‌ ଓ ମତ୍ସ୍ୟକନ୍ୟା
ବାଲିଯାତ୍ରାରେ ଲୋକମାନଙ୍କୁ ଅଧିକ ଆକୃଷ୍ଟ କରିବ ବିଭିନ୍ନ ପ୍ରକାରର ସେଲ୍‌ଫଫି ଜୋନ। ପ୍ରାୟ ୧୦ଟିରୁ ଅଧିକ ସେଲ୍‌ଫଫି ଜୋନ୍‌‌ ‘କଟକ ଇନ୍‌‌ କଟକ’ ମଧ୍ୟରେ କରାଯିବ। ସେହିଭଳି ବାଲିଯାତ୍ରା ପଡ଼ିଆର ପ୍ରବେଶ ପଥଗୁଡ଼ିକରେ ଆକର୍ଷଣ ସାଜିବ ମତ୍ସ୍ୟକନ୍ୟା। ପାଖାପାଖି ୧୩ଫୁଟ୍‌‌ ଉଚ୍ଚତା ବିଶିଷ୍ଟ ଏହି ମତ୍ସ୍ୟକନ୍ୟାରେ ରହିବ ସଚେତନତା ବାର୍ତ୍ତା। ଯେଉଁଥିରେ ୮ଟି ମତ୍ସ୍ୟକନ୍ୟା ଗଢ଼ାଯିବ।
ଥ୍ରୀ-ଡି ଇଫେକ୍ଟ ସୋ’
ବାଲିଯାତ୍ରାରେ ଏଥର ଦେଖିବାକୁ ମିଳିବ ଥ୍ରୀ-ଡି ଇଫେକ୍ଟ ସୋ। ଏହା ସାଙ୍ଗକୁ ଲୋକମାନେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଜା ନେଇପାରିବେ। ଏକ ବଡ଼ ହଲ୍‌‌ ଭିତରେ ଡିଜିଟାଲ ଥ୍ରୀ-ଡି ଇଫେକ୍ଟ ଜରିଆରେ ବିଭିନ୍ନ ବିଷୟବସ୍ତୁ ପ୍ରଦର୍ଶିତ ହେବ। ସେହିଭଳି ପାଖାପାଖି ଦୁଇଟି ଆମ୍ୟୁସ୍‌‌ମେଣ୍ଟ ତିଆରି ହେବ। ଆବଦ୍ଧ ପରିସରରେ ସମୁଦ୍ରକୂଳ ସମେତ ବିଭିନ୍ନ ସ୍ଥାନରେ ବୁଲିବାର ଅନୁଭବ ମିଳିବ। ଏଥିପାଇଁ ୫ ମିନିଟ୍‌‌ ଲେଖାଏଁ ପ୍ରଦର୍ଶିତ ହେବ ୩-ଡି ପାନାରୋମିକ୍‌‌ ସୋ।
ବୈଷ୍ଣବ ପାଣି ମଞ୍ଚରେ ବସ୍ତିର ପିଲା
ବାଲିଯାତ୍ରାର ଐତିହାସିକ ବୈଷ୍ଣବ ପାଣି ମଞ୍ଚରେ ପ୍ର୍ରଥମଥର ପାଇଁ ନିଆରା ନାଚଗୀତ ପରିବେଷଣ କରାଯିବ। ଏଥିପାଇଁ କୁନିକୁନି ବସ୍ତିର ପିଲାମାନେ ପ୍ରସ୍ତୁତି ଚଳାଇଛନ୍ତି। ଯାହା ଏଥର ବୈଷ୍ଣବ ପାଣି ମଞ୍ଚର ଆକର୍ଷଣ ହେବା ସହିତ ଅଭିଜ୍ଞ ନାଚଗୀତ କଳାକାର ଭଳି ମଞ୍ଚ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କୁ ଝୁମାଇବେ କୁନି ପିଲା। ଏ ନେଇ ପିଲାମାନଙ୍କୁ ସିଏମ୍‌‌ସି ଓ କଳା ବିକାଶ କେନ୍ଦ୍ର ପକ୍ଷରୁ ପ୍ରଶିକ୍ଷଣ ଦିଆଯାଇଛି। ସମ୍ବଲପୁରୀ ସାଙ୍ଗକୁ ଓଡ଼ିଆ ଆଧୁନିକ ଗୀତ। ଆକର୍ଷଣୀୟ ପୋଷାକ ସାଙ୍ଗକୁ ସୁନ୍ଦର ନାଚ। ତା’ ସହିତ ମନଛୁଆଁ ଗୀତ ଲୋକମାନେ ଶୁଣିବାକୁ ପାଇବେ।
ସବୁଜ ବାଣ ସାଙ୍ଗକୁ ଫାୟାର୍‌‌ ସୋ’
ପ୍ରଥମଥର ନିମନ୍ତେ ବାଲିଯାତ୍ରାରେ ହେବ ଫାୟାର ସୋ। ପ୍ରାୟ ୭ଦିନ ଧରି ଏହି ସୋ କରାଯିବ। ସେହିଭଳି ଗ୍ରୀନ୍‌‌ କ୍ରାକର ସୋ ବା ସବୁଜ ବାଣ ସୋ’ ହେବ। ବିଭିନ୍ନ ରଙ୍ଗର ସବୁଜ ବାଣ ଫୁଟାଯିବ। ଲୋକମାନଙ୍କୁ ବାଲିଯାତ୍ରାରେ ମନୋରଞ୍ଜନ ଯୋଗାଇ ଦେବାକୁ ସିଏମ୍‌‌ସି ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଏଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯିବାକୁ ଯୋଜନା ହୋଇଛି।
ପ୍ରଚାରପ୍ରସାର କରୁଛି ପ୍ରଜ୍ଞାପନ ମେଢ଼
ଐତିହାସିକ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ଐତିହାସିକ ଯାତ୍ରାର ପ୍ରଚାର ଓ ପ୍ରସାର ପାଇଁ ଗଡ଼ଗଡ଼ିଆ ମନ୍ଦିରରେ ପ୍ରଜ୍ଞାପନ ମେଢ଼ର ଉଦଘାଟନ ହୋଇଯାଇଛି। ଏହି ପ୍ରଜ୍ଞାପନ ମେଢ଼ କଟକ ସହିତ ପୁରୀ, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ପାରାଦ୍ୱୀପ ଆଦି ଅଞ୍ଚଳ ବୁଲି ଐତିହାସିକ ବାଲିଯାତ୍ରା ସମ୍ପର୍କିତ ବାର୍ତ୍ତା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବ।
ସୂଚନା ଦେବ ‘ ଆମ ବାଲିଯାତ୍ରା’
ଚଳିତବର୍ଷ ବାଲିଯାତ୍ରା ସମ୍ପର୍କିତ ସମସ୍ତ ସୂଚନା ଲୋକମାନେ ନିଜ ମୋବାଇଲରେ ପାଇପାରିବେ। କେଉଁ ସ୍ଥାନରେ ପାର୍କିଂ ରହିଛି, କେଉଁ ଦୋଳି ପଡ଼ିଛି ତାହାର ସମସ୍ତ ତଥ୍ୟ ଲୋକମାନେ ଏକ ଆପ୍ଲିକେସନ ମାଧ୍ୟମରେ ଜାଣିପାରିବେ। କଟକର ଯୁବକ ସୂର୍ଯ୍ୟନାରାୟଣ ବାରିକଙ୍କ ଦ୍ୱାରା ଏହି ଆପ ପ୍ରସ୍ତୁତ ହୋଇଥିବାବେଳେ ଏହାର ନାମ ରହିଛି ‘ଆମ ବାଲିଯାତ୍ରା’ ଆପ୍‌‌। ୨ ବର୍ଷ ଧରି ବାଲିଯାତ୍ରା ସମ୍ପର୍କିତ ସବୁ ତଥ୍ୟ ଲୋକମାନେ ଏହି ଆପ୍‌‌ରୁ ଜାଣିପାରୁଥିଲେ। ତେବେ ଏଥର ମଧ୍ୟ ଏହି ଆପ୍‌‌ କାର୍ଯ୍ୟକାରୀ ହୋଇଛି। ସିଏମ୍‌‌ସି ପକ୍ଷରୁ ମଧ୍ୟ ଏଭଳି ଆପ୍‌‌କୁ କମିସନର ନିଖିଲ ପୱନ କଲ୍ୟାଣ ପ୍ରଶଂସା କରିଛନ୍ତି। ବାଲିଯାତ୍ରା ବୁଲିବାକୁ ଆସୁଥିବା ଲୋକମାନେ ଦୋକାନର ଏକ ବିସ୍ତୃତ ତାଲିକା, ସରଳୀକୃତ ସ୍ଥାନ ପାଇପାରିବେ। ବ୍ୟବସାୟ ଏବଂ ଅଫରଗୁଡ଼ିକ ପ୍ରଦର୍ଶିତ ହେବ। ପାର୍କିଂ କ୍ଷେତ୍ର, ଶୌଚାଳୟ ସାଂସ୍କୃତିକ ମଞ୍ଚ, ପ୍ରବେଶ ଓ ପ୍ରସ୍ଥାନ ଫାଟକ, ଷ୍ଟଲ୍‌‌ ଆଦିର ତଥ୍ୟ ଏହି ଆପ୍‌‌ ଭିତରେ ରହିଛି। ଲୋକଙ୍କୁ ରିଅଲ୍‌‌-ଟାଇମ୍‌‌ ଟ୍ରାଫିକ୍‌‌ ଅପ୍‌‌ଡେଟ୍‌‌ ଏବଂ ପାର୍କିଂ ସ୍ଥାନ ପ୍ରଦାନ କରାଯିବ। ଏଥିନିମନ୍ତେ କଟକ ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିବା ସୂର୍ଯ୍ୟନାରାୟଣ କହିଛନ୍ତି।
ଐତିହାସିକ କଟକ ବାଲିଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା, ଆସନ୍ତା ୧୫ ପର୍ଯ୍ୟନ୍ତ ଚାଲିବ
କଟକ: ଐତିହାସିକ କଟକ ବାଲିଯାତ୍ରା ପାଇଁ ଆଜିଠୁ ଆରମ୍ଭ ହେଲା ପ୍ଲଟ ନିଲାମ ପ୍ରକ୍ରିୟା। ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ନିଲାମ ପ୍ରକ୍ରିୟା । ଦିନ ୧୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା। ନିଲାମ ପ୍ରକ୍ରିୟା ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ, କର୍ମଚାରୀମାନଙ୍କୁ ନେଇ ୧୦ଟି ଟିମ କରାଯାଇଛି। ୧୦ ଟି ସ୍ଥାନରେ ଚାଲିଛି ପ୍ଲଟ ନିଲାମ ପ୍ରକ୍ରିୟା। । ୮୯୪ ଜଣ ଆବେଦନକାରୀ ମୋଟ ୧୬୦୦ ପ୍ଲଟ ପାଇଁ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ବାଲିଯାତ୍ରାରେ ମୋଟ ୧୪୦୦ ପ୍ଲଟ ଆବଣ୍ଟନ କରିବ ଜିଲ୍ଲା ପ୍ରଶାସନ। ନଭେମ୍ବର ୨୭ରୁ କଟକରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା।
ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା, ଏଥର ୮ ଦିନ ଧରି ଚାଲିବ ବାଲିଯାତ୍ରା
କଟକ : ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ  ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ ବାଲିଯାତ୍ରା।
ବିଗତ ବର୍ଷ ତୁଳନାରେ ଚଳିତ ବର୍ଷର ବାଲିଯାତ୍ରାକୁ ଅଧ‌ିକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ଵୟ ରକ୍ଷା କରିବା ଉପରେ ଗୁରୁତ୍ବାରୋପ ପୂର୍ବକ ଚଳିତ ବାଲିଯାତ୍ରାର ପ୍ରଥମ ଆଭାସୀ ପ୍ରସ୍ତୁତି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଏସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ସମ୍ପୃକ୍ତ ବିଭାଗ ଓ ବିଭାଗୀୟ କାର୍ୟ୍ୟାଳୟ, ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ନିୟମାବଳୀ ଅନୁପାଳନ ପୂର୍ବକ ସମ୍ପାଦନ କରିବା ସହ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ନ୍ୟସ୍ତ କରାଯାଇଥିବା ଦାୟିତ୍ବ ସୂଚାରୁରୂପେ ପରିଚାଳନା କଲେ ତାହା ବାଲିଯାତ୍ରାକୁ ଏକ ଉତ୍‌କୃଷ୍ଟ ସଫଳ ଆୟୋଜନର ପରିଚୟ ଦେବ ।
କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ବୈଠକରେ ଯୋଗଦେଇ ଏଭଳି ବୈଠକର ଯଥେଷ୍ଟ ଆବଶ୍ୟକତା ଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦ୍ବାରା ଅନୁରୋଧ କରିଥିଲେ । ବିଗତ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତଥିବା ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ଅବତାରଣା କରି ଭୂୟସୀ ପ୍ରଶଂସା କରିଥିଲେ । କଟକ ମହାନଗର ନିଗମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ‘କାଗଜ ଡଙ୍ଗା ତିଆରି କାର୍ୟ୍ୟକ୍ରମ’ ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡରେ ସ୍ଥାନୀତ ହୋଇଥିବା ଏବଂ କଟକ ମହାନଗର ନିଗମର ଆୟୁକ୍ତ  ନିଖିଲ ପୱନ କଲ୍ୟାଣ ବାଲିଯାତ୍ରା ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ସୁଚାରୂରୂପେ ପରିଚାଳନା କରିବା, ଏକ ଆନନ୍ଦର ବିଷୟ । ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧ‌ିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ. ଭବାନୀ ଶଙ୍କର ଚୟନୀଙ୍କ ଦ୍ବାରା ଆହୂତ ଏହି ବୈଠକରେ ଅଧ୍ୟକ୍ଷ କଟକ ଉନ୍ନୟନ କର୍ତ୍ତୃପକ୍ଷ  ଅନୀଲ କୁମାର ସାମଲ ବିଗତ ବର୍ଷର ଅନୁଭବକୁ ପାଥେୟ କରି ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ସରସ ସୁନ୍ଦର ଭାବରେ ସଂଗଠିତ କରିବା ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗ ତତ୍ପରତାର ସହିତ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦୃଢ ଆଶା ପୋଷଣ କରିଥିଲେ । ନିରବଚ୍ଛିନ୍ନ, ସୁରକ୍ଷିତ ଓ ଦେୟମୁକ୍ତ ବିଦ୍ୟୁତ ଯୋଗାଣ ଦିଗରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଯୋଗଦେଇ ବିଗତ ବର୍ଷ ଭଳି ଚଳିତ ବର୍ଷ ସମ୍ପୃକ୍ତ ସମସ୍ତେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ସହ ବାଲିଯାତ୍ରାକୁ ନୂତନ ଢଙ୍ଗରେ, ଶୃଙ୍ଖଳିତ ଭାବରେ ସଂଗଠିତ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବାଲିଯାତ୍ରାର ଐତିହ୍ୟକୁ ଉଦଭାସିତ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ ଭବାନୀ ଶଙ୍କର ଚୟନୀ ରାସ୍ତାଘାଟ ମରାମତି, ବାଲିଯାତ୍ରା ପଡ଼ିଆର ଭିତିଭୂମି, ୱାଟକୋ ଦ୍ଵାରା ପାନୀୟଜଳ ଯୋଗାଣ, ଟିପିସିଓଡିଏଲ ଦ୍ଵାରା ଆଲୋକିକରଣ, ଓରମାସ ଆନୁକୂଲ୍ୟରେ ପଲ୍ଲିଶ୍ରୀ ମେଳା ଆୟୋଜନ ଓ ଷ୍ଟଲ ସଂଖ୍ୟା ୪୦୦କୁ ବୃଦ୍ଧି କରିବା, ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜିକାରେ ସ୍ଥାନୀତ କରିବା ଓ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ବିଜ୍ଞାପନ ମାଧ୍ୟମରେ ଏହାର ବ୍ୟାପକ ପ୍ରଚାର ପ୍ରସାର ଏବଂ ଏହି ଉତ୍ସବକୁ ଜାତୀୟସ୍ତରୀୟ ମାନ୍ୟତା ପ୍ରଦାନ ନିମନ୍ତେ ହେଉଥ‌ିବା ଉଦ୍ୟମକୁ ଦୃଷ୍ଟିରେ ରଖ୍ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧୁମାନଙ୍କୁ ନେଇ ଏକ ସଞ୍ଚାଳିତ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ତେବେ ବିଶାଳ ଆୟୋଜନକୁ ଦୃଷ୍ଟିରେ ରଖୁ ଆର୍ଥିକ ଅନୁଦାନକୁ ଏଥି ନିମନ୍ତେ ବୃଦ୍ଧି କରିବା ଲାଗି ସେ ଅନୁରୋଧ କରିଥିଲେ । ସଂଗଠିତ କ୍ଷେତ୍ରରୁ ଅଧିକ ଯୋଗଦାନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଡଃ ଚୟନୀ ପ୍ରକାଶ କରିଥିଲେ ।
ଡିସିପି ପିନାକ ମିଶ୍ର ବୈଠକରେ ଯୋଗଦେଇ କହିଲେ ଯେ, ଲକ୍ଷ ଲକ୍ଷ ଦର୍ଶକ ଏହି ବାଲିଯାତ୍ରାକୁ ଆଗମନ କରୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖ୍ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ଘଟଣାମୁକ୍ତ ବାଲିଯାତ୍ରା ସଂଗଠିତ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଗାଡିରହଣୀସ୍ଥଳ ଚିହ୍ନଟ, ଯାନବାହାନ ନିୟନ୍ତ୍ରଣ ଓ ୱାଚ ଟାୱାର ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବା ସହ ଆବଶ୍ୟକସ୍ଥଳେ ଅତିରିକ୍ତ ଫୋର୍ସ ନିୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ବିଗତ ବର୍ଷର ଅଭିଜ୍ଞତା ଏ ଦିଗରେ ସହାୟକ ହେବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଏବଂ ରାଜସ୍ଵ ଉମାକାନ୍ତ ରାଜ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ  ସୁବାସ ଚନ୍ଦ୍ର ରାୟ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ  ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, ତହସିଲଦାର ବାରଙ୍ଗ  ସଙ୍କଳ୍ପ ସ୍ବସ୍ତିକ ସାହୁ, ତହସିଲଦାର କଟକ ସଦର ସୁଜୟ କୁମାର ପତି ଓ ଜିଲ୍ଲା ସଂସ୍କୃତି ଅଧ୍ବକାରୀ  ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ବାଲିରେ ପ୍ରଧାନମନ୍ତ୍ରୀଙ୍କ ବାଲିଯାତ୍ରା ଚର୍ଚ୍ଚା, କହିଲେ- କଟକର ବାଲିଯାତ୍ରା ଭାରତ-ଇଣ୍ଡୋନେସିଆ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କର ନିଦର୍ଶନ
ନୂଆଦିଲ୍ଲୀ : ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ବାଲିଯାତ୍ରା ଚର୍ଚ୍ଚା।ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆର ବାଲି ଗସ୍ତରେ ଅଛନ୍ତି। ଏଠାରେ ଭାରତୀୟ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟନକୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ପ୍ରଧାନମନ୍ତ୍ରୀ କଟକର ବାଲିଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି ପର୍ବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଉତ୍ସବ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବାଲିଯାତ୍ରା ଭଲ ଏବଂ ଖରାପ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ମଜବୁତ ରହିଛି।
The accomplishments of Indian diaspora make us proud. Addressing a community programme in Bali, Indonesia. https://t.co/2VyKTGDTVA
— Narendra Modi (@narendramodi) November 15, 2022
ଇଣ୍ଡୋନେସିଆର ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି।ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି ହେଉଥିବେ । କୋଭିଡ ପାଇଁ ଦୁଇବର୍ଷ ଏଥିରେ ବାଧା ଉପୁଜିଥିଲେ ମଧ୍ୟ ଚଳିତବର୍ଷ ଧୁମଧାମରେ ଏହା ପାଳନ ହେଉଛି। ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇ ଏହାକୁ ଭବ୍ୟ କରିଛନ୍ତି। ଓଡ଼ିଶାରେ ଆଜି ଯେଉଁମାନେ ବାଲି ଯାତ୍ରାରେ ଏକାଠି ହୋଇଛନ୍ତି, ସେମାନଙ୍କ ଶରୀର ସେଠାରେ ଅଛି କିନ୍ତୁ ମନ ଏଠାରେ(ବାଲି) ରହିଛି ବୋଲି ମୋଦୀ କହିଛନ୍ତି।
When people of Indonesia see photos of this yr's Bali Jatra on internet,they'll be proud & happy. Due to the issues arising due to COVID, some hurdles had cropped up. After several yrs, Bali Jatra Mahotsav is being celebrated on a grand scale with mass participation in Odisha: PM pic.twitter.com/Q355eMrKHV
— ANI (@ANI) November 15, 2022
ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ବାଲିରେ ଏକ ଅଲଗା ମାହୋଲ ରହିଛି ଏବଂ ଆମକୁ ଏହି ମାହୋଲ ଭିନ୍ନ ପ୍ରକାର ଶକ୍ତି ଦେଉଛି। ଆଜି ଆମେ ବାଲିର ପରମ୍ପରାର ଗୀତ ଗାଉଛୁ। ଭାରତର କଟକ ସହରରେ ମହାନଦୀ କୂଳରେ ବାଲିଯାତ୍ରା ଚାଲିଛି। ଓଡ଼ିଶାର ଲୋକମାନଙ୍କ ମନ ବାଲିରେ ରହିଛି। ତରଙ୍ଗ ଭଳି ଇଣ୍ଡୋନେସିଆ ସହ ଆମର ସମ୍ପର୍କ ରହିଛି ବୋଲି ମୀଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଇଣ୍ଡୋନେସିଆର ବାଲି ଆସିବା ପରେ ହିନ୍ଦୁସ୍ତାନୀଙ୍କୁ ଏକ ଅଲଗା ପ୍ରକାରର ଅନୁଭୂତି ମିଳିଥାଏ ଏବଂ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ। ମୁଁ ବି ସେହି କମ୍ପନ ଅନୁଭବ କରୁଛି ବୋଲି ମୋଦୀ କହିଛନ୍ତି।
ଲୋକଙ୍କ ଆଗ୍ରହ ଓ ଉତ୍ସାହକୁ ଦୃଷ୍ଟିରେ ରଖି କଟକ ବାଲିଯାତ୍ରାକୁ ଆଉ ୨ ଦିନ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ
କଟକ: କଟକ ବାଲିଯାତ୍ରା ଆସନ୍ତା ୧୬ ତାରିଖରେ ସରିବାକୁ ଥବାବେଳେ ଯାତ୍ରୀଙ୍କ ଉତ୍ସାହ ଓ ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ୨ ଦିନ ବୃଦ୍ଧି କରିବା ପାଇଁ କଟକ ମହାନଗର ନିଗମ ପରିଷଦ ବୈଠକରେ ଆଜି ଏକ ପ୍ରସ୍ତାବ ଗୃହିତ ହୋଇଛି। ପରିଷଦର ଏହି ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ। ଏହା ପରେ ଔପଚାରିକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ବାଲିଯାତ୍ରାର ଅବଧି ବୃଦ୍ଧି ସମ୍ପର୍କରେ ଘୋଷଣା କରାଯିବ। ଯଦି ବାଲିଯାତ୍ରାର ଅବଦ୍ଧି ଆଉ ଦୁଇ ଦିନ ବୃଦ୍ଧି ହୁଏ ବୁଧବାର ବଦଳରେ ଶୁକ୍ରବାର ଯାଏଁ ମେଳା ଜମିବ ।
ରବିବାର ବାଲିଯାତ୍ରାରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା । ୧୫ ଲକ୍ଷରୁ ଅଧିକ ଲୋକ ମେଳା ବୁଲିଥିଲେ । ସେହିପରି ସୋମବାର ପ୍ରାୟ ୫ ଲକ୍ଷ ଲୋକ ଯାତ୍ରା ବୁଲିଛନ୍ତି । ତେଣୁ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆଉ ଦୁଇ ଦିନ ବୃଦ୍ଧି ପାଇଁ ଦାବି କରାଯାଉଛି । ଏହାଦ୍ୱାରା ବ୍ୟବସୟୀଙ୍କ ବ୍ୟବସାୟ ବଢିବା ସହ ଲୋକମାନେ ମଧ୍ୟ ଯାତ୍ରାର ମଜାନେଇପାରିବେ ।
କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ କାଗଜ ଡଙ୍ଗା ତିଆରି କରାଯିବ । ୪ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ଡଙ୍ଗା ତିଆରି କରିବେ । ୧୫ ମିନିଟ ମଧ୍ୟରେ ୧୦ ହଜାର ଡଙ୍ଗା ତିଆରି କରିପାରିଲେ ଗିନିଜ ୱାର୍ଲ୍ଡ ବୁକ ଅଫ ରେକର୍ଡରେ କଟକର ନାମ ସ୍ଥାନ ପାଇବ । ଦିନ ୧୦ ଟା ରୁ ଦିନ ୧ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଲିଯାତ୍ରା ପଡିଆର ‘କଟକ ଇନ୍‌ କଟକ’ ପାଭିଲିୟନ ପରିସରରେ ଆୟୋଜିତ ହୋଇଥିବା ସିଏମସି ସ୍ୱତନ୍ତ୍ର ସମୀକ୍ଷା ବୈଠକରେ ଏହି କାର୍ଯ୍ୟକ୍ରମର ପ୍ରସ୍ତୁତି ଚୂଡାନ୍ତ ହୋଇସାରିଥିବା ଆଲୋଚନା କରାଯାଇଛି । ମେୟର ସୁବାସ ସିଂ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ସିଏମସି କମିସନର ନିଖିଳ ପବନ କଲ୍ୟାଣ ଉକ୍ତ ବୈଠକରେ ଯୋଗ ଦେଇ କହିଲେ, ବାଲିଯାତ୍ରାର ୬ ଦିନ ଶୃଙ୍ଖଳାର ସହିତ ପ୍ରଥମ ଥର ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇପାରିଛି। ଆଗକୁ କିପରି ଭାବରେ ସଫଳତାର ସହିତ ସମ୍ପୂର୍ଣ୍ଣ ହୋଇପାରିବ ସେଥି ପାଇଁ ସିଏମସିର ସମସ୍ତ କର୍ମକର୍ତ୍ତା, କର୍ପୋରେଟର, ସବ- କମିଟି ସଦସ୍ୟ ସେମାନଙ୍କର ପ୍ରଚେଷ୍ଟା ଜାରି ରଖିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଡେପୁଟି ମେୟର ଦମୟନ୍ତୀ ମାଝୀ ଧନ୍ୟବାଦ ଦେଇଥିଲେ ।
ଆଜିଠୁ ଐତିହାସିକ ‘କଟକ ବାଲିଯାତ୍ରା’; ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ
କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା। ମହାନଦୀ କୂଳର ଏକ ବିଶାଳ ମହୋତ୍ସବ। ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ। ସାଧବପୁଅଙ୍କ ବୋଇତ ଯାତ୍ରାର ନିରବ ନିଦର୍ଶନ। ଆବାହମାନ କାଳରୁ ଅୟୋଜିତ ହୋଇ ଆସୁଛି ବାଲିଯାତ୍ରା। ବାଲିରେ ଯାତ୍ରା ଆରମ୍ଭ ହୋଇଥିବାରୁ ଏହାର ନାଁ ବୋଧେ ବାଲିଯାତ୍ରା। ପୁଣି କୁହାଯାଏ ଯେ ବାଲି ଦ୍ୱୀପକୁ ଏଠାରୁ ସାଧବପୁଅମାନେ ଯାତ୍ରା କରୁଥିବାରୁ ଏହା ବାଲିଯାତ୍ରା ନାମରେ ଖ୍ୟାତ। ହଜାରବର୍ଷର ସହର କଟକରେ କେବେ ଠାରୁ ଏହା ଆୟୋଜନ ହେଉଛି ତାହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ। କିଲ୍ଲା ପଡ଼ିଆରୁ ଆରମ୍ଭ ହୋଇଥିବା ଯାତ୍ରା ଏବେ ବିଶାଳ ରୂପ ନେଇ ସାରିଛି। ଦୁଇଟି ପଡ଼ିଆରେ ମେଳା ଆୟୋଜିତ ହୋଇଛି। କରୋନା ମହାମାରୀ ଯୋଗୁଁ ବିଗତ ଦୁଇବର୍ଷ ବାଲିଯାତ୍ରା ଆୟୋଜନ ହୋଇ ପାରି ନଥିଲା। ଏଥରକୁ ସମସ୍ତେ ଅପେକ୍ଷା କରି ରହିଥିଲେ । ୯ଦିନ ଧରି ହେବାକୁ ଥିବା ଏହି ଯାତ୍ରା ଚଳିତଥର ବେଶ୍‌ ଆକର୍ଷଣୀୟ ହେବ।
ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇ ସାରିଛି । ମେଳା ପଡ଼ିଆ ଷ୍ଟଲ ମେଳରେ ପରିପୂର୍ଣ୍ଣ ଦେଖାଗଲାଣି । ବ୍ୟବସାୟୀମାନେ ପସରା ମେଲି ସାରିଲେଣି। କେବଳ ଲୋକଙ୍କୁ ଅପେକ୍ଷା। ପ୍ରଥମ ଦିନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଚନ୍ଦ୍ରଗ୍ରହଣ ହେତୁ ପାକତ୍ୟାଗ ହେବ। ସନ୍ଧ୍ୟା ୬.୧୮ ପରେ ଦେବନୀତି ଆରମ୍ଭ ହେବା ସହ ରୋଷେଇ କରିହେବ । ତଥାପି ସଞ୍ଜ ବୁଡ଼ିବା ଆଗରୁ ମେଳା ପଡ଼ିଆକୁ ଲୋକେ ଛୁଟିବେ ବୋଲି ଆଶା କରାଯାଉଛି।
ଧୂଳି ଉଡ଼ିବନି ବୋଲି..
ବାଲିଯାତ୍ରାରେ ପ୍ରବଳ ଧୂଳି ଉଡେ। ମୁହଁରେ ରୁମାଲ କିମ୍ବା କପଡ଼ା ନବାନ୍ଧିଲେ ମେଳା ପଡ଼ିଆରେ ପାଦ ପକାଇ ହୁଏନି। ଧୂଳି ନଉଡିବା ପାଇଁ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତ୍ୟେକ ଦିନ ପଡ଼ିଆରେ ସିଞ୍ଚନ କରାଯିବ ୪୪ହଜାର ଲିଟର ପାଣି। ୧୧ଟି ଟ୍ୟାଙ୍କର ବ୍ୟବହାର କରାଯିବ। ଏତଦବ୍ୟତୀତ କିଛି ସ୍ଥାନ ଉପରେ ସିଏମସି ଅଧିକ ଗୁରୁତ୍ୱ ଦେଇଛି। ଯେଉଁଠାରେ ପାଣି ସିଞ୍ଚନ ଦ୍ୱାରା ଧୂଳି ଉଡିବାକୁ ରୋକିହେବ ନାହିଁ । ଏଭଳି ୧୦ ଏକର ଯାଗାରେ ସ୍ୱତନ୍ତ୍ର ଧରଣର କେମିକାଲ ସିଞ୍ଚନ ହେବ ବୋଲି ସିଏମସି ପକ୍ଷରୁ କୁହାଯାଇଛି।
ଘୋଡା ସବାରୀର ଦର ବଢ଼ିଛି
ବାଲିଯାତ୍ରାକୁ ଘୋଡା ଏବଂ ଓଟ ଧରି ଆସିଛନ୍ତି ବେପାରୀ। ହେଲେ ମହଙ୍ଗା ଯୁଗ ହେତୁ ଘୋଡା ସବାରୀର ଦର ମଧ୍ୟ ବଢ଼ି ଯାଇଛି । ପୁରୀରୁ ପ୍ରାୟ ୧୫ ଜଣିଆ ଦଳ ବାଲିଯାତ୍ରା ପଡିଆକୁ ଆସିଛନ୍ତି୤ ସେମାନେ ସାଙ୍ଗରେ ଆଣିଛନ୍ତି ୯ଟି ଘୋଡା ଆଉ ୭ଟି ଓଟ। ତେବେ ଗତ ବର୍ଷ ଠାରୁ ଚଳିତ ବର୍ଷ ଏହାର ଦର ବୃଦ୍ଧି ପାଇଛି। ୨ଶହ ମିଟର ଓଟ କିମ୍ବା ଘୋଡା ଉପରେ ସବାରୀ ପାଇଁ ୫୦ ଏବଂ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବଡଙ୍କ ପାଇଁ ୧୦୦ ଟଙ୍କା ରହିଥିବା ବେଳେ ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଛି।
ମୋବାଇଲ୍‌ ଆପ୍‌ ରେ ମେଳା ପଡ଼ିଆର ନକ୍ସା
ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଲୋକାଭିମୁଖୀ କରିବା ନିମନ୍ତେ ପ୍ରଶାସନ ଦ୍ୱାରା ପ୍ରଥମ ଥର ପାଇଁ ଏକ ସ୍ୱତନ୍ତ୍ର ମୋବାଇଲ ଆପ୍‌ର ବ୍ୟବସ୍ଥା କରାଯାଇଛି। ଏହି ଆପ ଜରିଆରେ ଜନସାଧାରଣମାନେ ସମସ୍ତ ପ୍ରକାର ସୁବିଧା ପାଇବା ସହ ଏହାର ଉପଯୁକ୍ତ ବ୍ୟବହାର ମଧ୍ୟ ପାଇପାରିବେ। ବିଶେଷ କରି ବ୍ୟବସାୟ ସଂସ୍ଥାଗୁଡିକର ଲୋକେସନ ଚିହ୍ନଟ ପାଇଁ ସେମାନଙ୍କୁ ଜିପିଆରଏସରେ ଅନ୍ତର୍ଭୁକ୍ତ କରାଯିବ। ଯାହାଫଳରେ ବାଲିଯାତ୍ରାକୁ ଆସୁଥିବା ଲୋକମାନେ ସେମାନଙ୍କର ଆବଶ୍ୟକ ସଂସ୍ଥାଗୁଡିକୁ ସହଜରେ ଠାବ କରି ପାରିବେ। ଏହି ବ୍ୟବସ୍ଥା ଜରିଆରେ ବ୍ୟବାସାୟୀ ବିକ୍ରି ପାଇଁ ରଖିଥିବା ସାମଗ୍ରୀଗୁଡିକୁ ତାଲିକାଭୁକ୍ତ କରିପାରିବେ। କମିଶନରେଟ ପୋଲିସ ସହାୟତାରେ ଜନସାଧାରଣ ନିୟମିତ ଭାବେ ପାର୍କିଂ ବ୍ୟବସ୍ଥା ଓ ଟ୍ରାଫିକ ପରିଚାଳନା ସମ୍ପର୍କରେ ସୂଚନା ପାଇପାରିବେ।
ବାଲିଯାତ୍ରାର ମୁଖ୍ୟସ୍ଥାନ ଯଥା ସରକାରୀ ବିକ୍ରି କେନ୍ଦ୍ର, ପାର୍କିଂସ୍ଥଳ, ଶୌଚାଳୟ, ସୂଚନାକେନ୍ଦ୍ର ଓ ସବୁଜ ଅଞ୍ଚଳ ପ୍ରଭୃତି ସ୍ୱତନ୍ତ୍ର ସ୍ଥାନଭାବେ ଚିହ୍ନଟ କରାଯାଇଛି। ଗୁଗୁଲ ମ୍ୟାପ ଜରିଆରେ ସେସବୁ ସହଜରେ ଖୋଜି ପାଇବା ପାଇଁସୁବିଧା ଉପଲବ୍ଧ କରାଯାଇଛି। ବାଲିଯାତ୍ରାରେ ହେଉଥିବା ବିଭିନ୍ନ ସାଂସ୍କୃତିକ ଓ ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ଏହି ଆପରେ ସୂଚନା ଦିଆଯିବ। ସେଥିରେ କୌଣସି ପରିବର୍ତ୍ତନ ହେଲେ ତାହା ମଧ୍ୟ ପ୍ରତିଫଳିତ ହେବ। ହେଲ୍ପ ଡେସ୍କର ନମ୍ବର ସମ୍ପର୍କରେ ଗୁରତ୍ୱପୂର୍ଣ୍ଣ ସୂଚନା ଏହି ଆପରେ ରହିବା ସହ କ୍ଲିକ କଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ବ୍ୟବସାୟୀ ସେମାନଙ୍କ ବିକ୍ରି ସାମଗ୍ରୀ ସହ ବିଭିନ୍ନ ବ୍ରାଣ୍ଡର ଜିନିଷ ସମ୍ପର୍କରେ ଏହି ଆପରେ ବିଜ୍ଞାପନ ଦେଇପାରିବେ ବୋଲି ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ମୋବାଇଲ ଆପ୍‌ ମେଳା ପଡ଼ିଆର ଏକ ନକ୍ସା ଭାବେ ବ୍ୟବହାର କରିହେବ।
କଟକ-ଇନ୍‌-କଟକରେ ୪୦ଟି ସେଲଫି ଜୋନ୍‌
ରଙ୍ଗବେରଙ୍ଗ ଆଲୋକ ସହ ବିଭିନ୍ନ କଳାକୃତିରେ ସଜେଇ ହୋଇଛି ବାଲିଯାତ୍ରା ପଡିଆ। କଟକର ବିଭିନ୍ନ ଐତିହ୍ୟ ଲୋକଙ୍କ ମନ ମୋହୁଛି। ଅନୁଷ୍ଠାନିକ ଭାବରେ ବାଲିଯାତ୍ରା ମଙ୍ଗଳବାର ଉଦଘାଟନ ହେବାକୁଥିବା ବେଳେ ସୋମବାର ସନ୍ଧ୍ୟାରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି। ତଳପଡ଼ିଆରେ ରହିଛି କଟକ-ଇନ-କଟକ ପ୍ୟାଭିଲିୟନ ସିଏମସି ପକ୍ଷରୁ କରାଯାଇଛି। ଏହା ଭିତରେ କଟକ ଜିଲ୍ଲାର ବିଭିନ୍ନ ଐତିହ୍ୟ ସ୍ଥାନ ପାଇଛି। ଏହାଛଡ଼ା ୪୦ଟି ସ୍ୱତନ୍ତ୍ର ସେଲଫି ଜୋନ୍‌ କରାଯାଇଛି। ଯାହା ଅତ୍ୟନ୍ତ ଆକର୍ଷଣୀୟ ହୋଇଛି।