BALIYATRA - The Sakala

ପୁରୀ କୃଷ୍ଣପ୍ରସାଦରେ ଦ୍ଵିତୀୟ ବାଲିଯାତ୍ରା: ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଇକ ଆଖଡାରେ ଦର୍ଶକ ବିଭୋର
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ତିତିପ ପଞ୍ଚାୟତ ଦେଉଳପଡା ଠାରେ ମହାସମାରୋହରେ ପାଳିତ ହେଉଛି ଦ୍ଵିତୀୟ ବାଲିଯାତ୍ରା ବା ପଣାଯାତ୍ରା। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାର ଦ୍ବିତୀୟ ଦିବସରେ ଯାତ୍ରା ପଡ଼ିଆରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି। ବିଶେଷ କରି ଅଞ୍ଚଳର ପାରମ୍ପରିକ ସମରକଳା ପାଇକ ଆଖଡା, ଲୋକନୃତ୍ୟ ଭାରତ ଲୀଳା ଏବଂ ସଂକୀର୍ତ୍ତନ ପରିବେଷଣ ମାହୋଲକୁ ଆଧ୍ୟାତ୍ମିକ ତଥା ଉତ୍ସବମୁଖର କରିତୋଳିଥିଲା।

ଯାତ୍ରାର ଅନନ୍ୟ ପରମ୍ପରା ଓ ସ୍ୱତନ୍ତ୍ର ନୀତିକାନ୍ତି

ଏହି ଦ୍ଵିତୀୟ ବାଲିଯାତ୍ରାର ଏକ ନିଆରା ସ୍ୱତନ୍ତ୍ରତା ରହିଛି, ଯାହା ଓଡ଼ିଶାର ଅନ୍ୟ କୌଣସି ଯାତ୍ରାରେ ସାଧାରଣତଃ ଦେଖିବାକୁ ମିଳେନାହିଁ। ବିଭିନ୍ନ ଦୋଳ, ପଞ୍ଚଦୋଳ କିମ୍ବା ଦଶଦୋଳ ଯାତ୍ରାରେ ଠାକୁରମାନେ ନିଜ ଆସ୍ଥାନରେ ଅବସ୍ଥାନ କରୁଥିବା ବେଳେ ସେଠାରେ ଅନ୍ନ ଭୋଗ ହୋଇନଥାଏ। ମାତ୍ର ଏହି ବାଲିଯାତ୍ରାରେ ପ୍ରତ୍ୟହ ସକାଳ ୭ଟାରୁ ଠାକୁରମାନେ ମନ୍ଦିର ପରିସରରେ ଥିବା ଏକ ସ୍ୱତନ୍ତ୍ର କୋଠରୀରେ ବିଜେ କରିଥାନ୍ତି ଏବଂ ସେଠାରେ ପ୍ରତିଦିନର ମନ୍ଦିର ନୀତି ଅନୁଯାୟୀ ଅନ୍ନ ନୀତି ଭୋଗ ସମର୍ପଣ କରାଯାଇଥାଏ। ପରବର୍ତ୍ତୀ ସମୟରେ, ଅର୍ଥାତ୍ ସନ୍ଧ୍ୟା ୭ଟାରେ ପ୍ରଭୁ ପୁନର୍ବାର ଯାତ୍ରା ପଡ଼ିଆର ଆସ୍ଥାନକୁ ବିଜେ କରିଥାନ୍ତି।

ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନା

ଉତ୍ସବକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଯାତ୍ରା ପଡ଼ିଆରେ ଅଘଟଣ ଏବଂ ବିଶୃଙ୍ଖଳା ରୋକିବା ନିମନ୍ତେ ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି। କୃଷ୍ଣପ୍ରସାଦ ଥାନା ଆଇଆଇସି ବିଚିତ୍ରାନନ୍ଦ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବେପରୁଆ ଗାଡି ଚାଳକଙ୍କୁ ତାଗିଦ କରାଯାଉଛି। ଏହାବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଯାତ୍ରା ପଡ଼ିଆର ସ୍ୱଚ୍ଛତା ଉପରେ କଡ଼ା ନଜର ରଖିଛନ୍ତି।

ପଣା ଯାତ୍ରା ମହୋତ୍ସବରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସମେତ ବ୍ଲକ, ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନର ଅଧିକାରୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ବିଶାଳ ଉତ୍ସବକୁ ୩୫ ମୌଜା ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର ନାଥ ମାଝୀ ଏବଂ ସମ୍ପାଦକ ଦିଲ୍ଲୀପ କୁମାର ଦାଶ ସୁଚାରୁରୂପେ ପରିଚାଳନା କରୁଥିବା ବେଳେ କମିଟିର ଅନ୍ୟ ୧୪୭ ଜଣ ସଦସ୍ୟ ଏଥିରେ ସକ୍ରିୟ ସହଯୋଗ କରୁଛନ୍ତି।

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା: ମହାନଦୀ ତଟରେ ଜମିବ ମୁକ୍ତାକାଶ ମେଳା
କଟକ: ଆଜିଠୁ ଐତିହାସିକ କଟକ ବାଲିଯାତ୍ରା । ଉତ୍କଳୀୟ ପରମ୍ପରାର ମୂକସାକ୍ଷୀ, ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟର ଅମଳିନ ସ୍ୱାକ୍ଷର ବହନ କରୁଥିବା ଐତିହାସିକ କଟକ ବାଲିଯାତ୍ରା ଆଜି ଉଦ୍‌ଘାଟିତ ହେବ। ମହାନଦୀ ତଟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରୁ ୮ଦିନ ଧରି ଚାଲିବ ଏହି ମୁକ୍ତାକାଶ ମହାବାଣିଜ୍ୟ ମେଳା । ଲକ୍ଷଲକ୍ଷ ଲୋକଙ୍କ ପାଦ ପଡ଼ିବ ମେଳା ପଡ଼ିଆରେ। ଶହେ କୋଟିରୁ ଅଧିକ ଟଙ୍କାର ବେପାର ବଣିଜ୍ୟ ହେବ। ବେପାରୀମାନେ ମେଳା ପଡ଼ିଆରେ ଷ୍ଟଲ୍‌ ବାନ୍ଧି ସାରିଥିବା ବେଳେ ପୁଲିସ ଓ ପ୍ରଶାସନର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆଜି ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରେଣ୍ୟ ବ୍ୟକ୍ତିବିଶେଷ, ରାଜନେତାଙ୍କ ସମେତ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏଚ୍‌. କୃଷ୍ଣମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଥର ବାଲିଯାତ୍ରା କେବଳ ତଳପଡ଼ିଆରେ ଆୟୋଜନ ହେଉଛି। ଉପର ପଡ଼ିଆରେ ମେଳା ଆୟୋଜନ ହେବ ବୋଲି ପୂର୍ବରୁ ପ୍ରଶାସନ ଘୋଷଣା କରିଥିଲେ ହେଁ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ବ୍ୟବସ୍ଥା ହୋଇପାରିଲା ନାହିଁ। ଏଣୁ, ତଳପଡ଼ିଆରେ ହେବାକୁ ଥିବା ୧୬୫୪ ଷ୍ଟଲ ବାଲିଯାତ୍ରାର ଆକର୍ଷଣକୁ ବଜାୟ ରଖିବ। ଚଳିତଥର ବାଲିଯାତ୍ରାରେ କଳା ଏବଂ ସଂସ୍କୃତି ସହ ସାହିତ୍ୟର ଝଲକ ଦେଖିବାକୁ ମିଳିବ। ଓଡ଼ିଆ ଭାଷା, ସାହିତ୍ୟ ଓ କାଳଜୟୀ ପୁସ୍ତକଗୁଡ଼ିକ ବିଷୟରେ ସମସ୍ତେ ଜାଣିବେ। ଓଡ଼ିଆ ଘରର ପରମ୍ପରା ସାଙ୍ଗକୁ ଲୋକ ସଂସ୍କୃତି ବିଷୟରେ ଦିଆଯିବ ବାର୍ତ୍ତା। ଏଥିପାଇଁ ଏଥର ମୁଖ୍ୟ ଆକର୍ଷଣ ସାଜିବ ‘କଟକ ଇନ୍‌ କଟକ’। ନୂଆବୋହୂ ଭଳି ଏହି ପାଭିଲିୟନ୍‌ ସଜେଇ ହୋଇଛି। ସବୁଜିମା କୋଳରେ କଳା କାରୁକାର୍ଯ୍ୟର ଛିଟା ଦିଆଯାଇଛି।

ଏତଦ୍‌ବ୍ୟତୀତ, ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ କେତେକ ଅଭିନବ ଉଦ୍ୟମ କରିଛି। ଜାଭା, ସୁମାତ୍ରା, ଇଣ୍ଡୋନେସିଆ, ମାଳଦୀପ ଆଦି ରାଷ୍ଟ୍ର ସହ ପ୍ରାଚୀନ କଳିଙ୍ଗର ବାଣିଜ୍ୟିକ ସମ୍ପର୍କକୁ ଆଧାର କରି ମହାନଦୀ କୂଳରେ ଆରମ୍ଭ ହୋଇଥିବା ଏହି ବାଣିଜ୍ୟିକ ମେଳାରେ ଏଥର ବିଦେଶୀ ପରମ୍ପରାକୁ ପ୍ରତିଫଳିତ କରାଯିବ। ବାଲିଯାତ୍ରାରେ ସହଭାଗୀ ରାଷ୍ଟ୍ର ଭାବେ ଇଣ୍ଡୋନେସିଆକୁ ସାମିଲ କରାଯାଇଛି। ଇଣ୍ଡୋନେସିଆର ବାସିନ୍ଦା ଚଳିତଥର କଟକ ବାଲିଯାତ୍ରାରେ ଦେଖିବାକୁ ମିଳିବେ। ଏପରିକି, ଇଣ୍ଡୋନେସିଆର କଳାକୃତିକୁ ନେଇ ଏକ ସ୍ୱତନ୍ତ୍ର ଷ୍ଟଲ ବାଲିଯାତ୍ରାରେ ରହିଛି।

ବାଲିରେ ପ୍ରଧାନମନ୍ତ୍ରୀଙ୍କ ବାଲିଯାତ୍ରା ଚର୍ଚ୍ଚା, କହିଲେ- କଟକର ବାଲିଯାତ୍ରା ଭାରତ-ଇଣ୍ଡୋନେସିଆ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କର ନିଦର୍ଶନ
ନୂଆଦିଲ୍ଲୀ : ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ବାଲିଯାତ୍ରା ଚର୍ଚ୍ଚା।ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଇଣ୍ଡୋନେସିଆର ବାଲି ଗସ୍ତରେ ଅଛନ୍ତି। ଏଠାରେ ଭାରତୀୟ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମୁଦାୟନକୁ ସମ୍ବୋଧନ କରିଛନ୍ତି। ଏହି ସମ୍ବୋଧନ ପ୍ରଧାନମନ୍ତ୍ରୀ କଟକର ବାଲିଯାତ୍ରା ବିଷୟରେ ଆଲୋଚନା କରିଥିଲେ। ଏହି ପର୍ବ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ହଜାରେ ବର୍ଷର ବାଣିଜ୍ୟ ସମ୍ପର୍କର ଉତ୍ସବ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବାଲିଯାତ୍ରା ଭଲ ଏବଂ ଖରାପ ସମୟରେ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କ ମଜବୁତ ରହିଛି।

The accomplishments of Indian diaspora make us proud. Addressing a community programme in Bali, Indonesia. https://t.co/2VyKTGDTVA

— Narendra Modi (@narendramodi) November 15, 2022

ଇଣ୍ଡୋନେସିଆର ବାଲି ଦ୍ବୀପରେ ପ୍ରବାସୀ ଭାରତୀୟଙ୍କୁ ଭେଟିବା ଅବସରରେ ମୋଦୀ କହିଛନ୍ତି, “ ମୁଁ ଏଠାରେ ଆପଣମାନଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ଏଠାରୁ ୧୫୦୦ କିଲୋମିଟର ଦୂର କଟକଠାରେ ଐତିହାସିକ ବାଲିଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି।ଏହି ମହୋତ୍ସବ ହଜାର ହଜାର ବର୍ଷର ଭାରତ-ଇଣ୍ଡୋନେସିଆ ବାଣିଜ୍ୟିକ ସଂପର୍କକୁ ପାଳନ କରିଥାଏ । ଇଣ୍ଡୋନେସିଆର ଲୋକମାନେ ଏହି ବାଲିଯାତ୍ରାର ଫଟୋ ଇଣ୍ଟରନେଟରେ ଦେଖି ନିଶ୍ଚିତ ଖୁସି ହେଉଥିବେ । କୋଭିଡ ପାଇଁ ଦୁଇବର୍ଷ ଏଥିରେ ବାଧା ଉପୁଜିଥିଲେ ମଧ୍ୟ ଚଳିତବର୍ଷ ଧୁମଧାମରେ ଏହା ପାଳନ ହେଉଛି। ଲକ୍ଷାଧିକ ଲୋକ ଏହି ମହୋତ୍ସବରେ ସାମିଲ ହୋଇ ଏହାକୁ ଭବ୍ୟ କରିଛନ୍ତି। ଓଡ଼ିଶାରେ ଆଜି ଯେଉଁମାନେ ବାଲି ଯାତ୍ରାରେ ଏକାଠି ହୋଇଛନ୍ତି, ସେମାନଙ୍କ ଶରୀର ସେଠାରେ ଅଛି କିନ୍ତୁ ମନ ଏଠାରେ(ବାଲି) ରହିଛି ବୋଲି ମୋଦୀ କହିଛନ୍ତି।

When people of Indonesia see photos of this yr's Bali Jatra on internet,they'll be proud & happy. Due to the issues arising due to COVID, some hurdles had cropped up. After several yrs, Bali Jatra Mahotsav is being celebrated on a grand scale with mass participation in Odisha: PM pic.twitter.com/Q355eMrKHV

— ANI (@ANI) November 15, 2022

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ବାଲିରେ ଏକ ଅଲଗା ମାହୋଲ ରହିଛି ଏବଂ ଆମକୁ ଏହି ମାହୋଲ ଭିନ୍ନ ପ୍ରକାର ଶକ୍ତି ଦେଉଛି। ଆଜି ଆମେ ବାଲିର ପରମ୍ପରାର ଗୀତ ଗାଉଛୁ। ଭାରତର କଟକ ସହରରେ ମହାନଦୀ କୂଳରେ ବାଲିଯାତ୍ରା ଚାଲିଛି। ଓଡ଼ିଶାର ଲୋକମାନଙ୍କ ମନ ବାଲିରେ ରହିଛି। ତରଙ୍ଗ ଭଳି ଇଣ୍ଡୋନେସିଆ ସହ ଆମର ସମ୍ପର୍କ ରହିଛି ବୋଲି ମୀଦି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଇଣ୍ଡୋନେସିଆର ବାଲି ଆସିବା ପରେ ହିନ୍ଦୁସ୍ତାନୀଙ୍କୁ ଏକ ଅଲଗା ପ୍ରକାରର ଅନୁଭୂତି ମିଳିଥାଏ ଏବଂ ଭିନ୍ନ ପ୍ରକାରର ଅନୁଭବ ହୋଇଥାଏ। ମୁଁ ବି ସେହି କମ୍ପନ ଅନୁଭବ କରୁଛି ବୋଲି ମୋଦୀ କହିଛନ୍ତି।

ରାଜଧାନୀବାସୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା: ଦୁଇ ବର୍ଷ ପରେ ଭୁବନେଶ୍ବର ଅନୁଷ୍ଠିତ ହେବ ବାଲିଯାତ୍ରା
ଭୁବନେଶ୍ବର: ଦୁଇ ବର୍ଷ ପରେ ଭୁବନେଶ୍ବର ବାଲିଯାତ୍ରା ଅନୁଷ୍ଠିତ ହେବ। ୮ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ୫ ଶହରୁ ଊର୍ଦ୍ଧ୍ବ ଷ୍ଟଲ୍‌ ପଡ଼ିବା ସହ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେହିପରି ପିଲାଙ୍କ ମନୋରଞ୍ଜନ ପାଇଁ ମୀନାବଜାରର ବ୍ୟବସ୍ଥା ମଧ୍ୟ କରାଯାଇଛି। ପ୍ରବଳ ଜନସମାଗମ ସମ୍ଭାବନା ଥିବାରୁ ମେଳାକୁ ଶାନ୍ତିଶୃଙ୍ଖଳାର ସହସମାପନ କରିବାକୁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି। ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଆଜି ବାଲିଯାତ୍ରା ପଡିଆ ବୁଲି ସମୀକ୍ଷା କରିଛନ୍ତି । କିଭଳି ଶାନ୍ତି ଶୃଙ୍ଖଳାର ସହ ଲୋକେ ଯାତ୍ରା ବୁଲି ଦେଖିବେ, ସେ ନେଇ ଗୁରୁତ୍ୱ ଦେଇଛନ୍ତି ଡିସିପି । ଏହାସହ ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ପ୍ରସଙ୍ଗରେ ନେଇ ନିଜେ ବୁଲି ଦେଖିଛନ୍ତି ଡିସିପି । ଖାଇବା ଷ୍ଟଲ, ପିଇବା ପାଣି, ସାଂସ୍କୃତିକ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ହୋଇପାରିବ ସେ ନେଇ କମିଶନରେଟ ପୋଲିସ ସଦାସର୍ବଦା ସଜାଗ ଥିବା କହିଛନ୍ତି ଡିସିପି ।

ଚଳିତବର୍ଷ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା
କଟକ : ଚଳିତବର୍ଷ କଟକରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ। କୋଭିଡ୍‌ କଟକଣା କାରଣରୁ ୨ ବର୍ଷ ଧରି ବାଲି ଯାତ୍ରାର ଆୟୋଜନ କରାଯାଇ ନାହିଁ । ୨୦୨୦ରେ ବାଲିଯାତ୍ରା ବାତିଲ୍‌ କରାଯାଇଥିବା ବେଳେ ୨୦୨୧ରେ ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । କିନ୍ତୁ ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଉଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ।

ଆଜି ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷ ବାଲିଯାତ୍ରା ହେବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ କରୋନା କାରଣରୁ ଗତ ଦୁଇ ବର୍ଷ ହେବ ବାଲିଯାତ୍ରା ଆୟୋଜନ କରିହୋଇନଥିଲା। ଚଳିତ ବର୍ଷ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବାକୁ ଯୋଜନା କରାଯାଉଛି। କରୋନା କାରଣରୁ ଦୁଇ ବର୍ଷ ବାଲିଯାତ୍ରା ବନ୍ଦ ହେବା କାରଣୁ ବହୁତ ବ୍ୟବସାୟ ମାନେ ତାଙ୍କର ଜୀବିକା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। କିନ୍ତୁ ଚଳିତ ଥର ବାଲିଯାତ୍ରା ହେବ। ଏବେ ଠାରୁ ଆମକୁ ଏହା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ପ୍ରଶାସନ ଏ ନେଇ ତାହାର ପ୍ରସ୍ତୁତି ଆରମ୍ଭ କରିଦେଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନାଯୋଗ୍ୟ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷକୁ ପ୍ରସିଦ୍ଧ ବାଲି ଯାତ୍ରାର ଆୟୋଜନ କରାଯାଏ । ଏଥିରେ ବହୁ ବ୍ୟବସାୟୀଙ୍କ ସମାଗମ ହେବା ସହିତ ବହୁ ଲୋକ ଏହି ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି । ୧୦ ଦିନ ବ୍ୟାପି ଆୟୋଜନ ହେଉଥିବା ରାଜ୍ୟର ଏହି ସର୍ବବୃହତ ଯାତ୍ରାରେ ଛୋଟବଡ଼ ମିଶି ୨ ହଜାରରୁ ଅଧିକ ବ୍ୟବସାୟୀ ବ୍ୟବସାୟ କରିଥାନ୍ତି। ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହୋଇଥାଏ। ହେଲେ କରୋନା କାରଣରୁ ଦୁଇ ବର୍ଷ ଧରି ବାଲିଯାତ୍ରା ଆୟୋଜନ ନ ହେବା କାରଣରୁ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଏବଂ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ନିରାଶ ହୋଇଥିଲେ । ବାଲିଯାତ୍ରାରେ ଭଲ ବ୍ୟବସାୟ ହେଉଥିବାରୁ ଏଥିପାଇଁ ମାସ ମାସ ଆଗରୁ ପ୍ରସ୍ତୁତ ହୋଇଥାନ୍ତି ବ୍ୟବସାୟୀ । ଏପରିସ୍ଥଳେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଚାତକ ପରି ଚାହିଁ ବସିଥିବା ବ୍ୟବସାୟୀ ଦୁଇ ବର୍ଷ ଧରି ହତାଶ ହୋଇଥିଲେ ।