2nd T20I - The Sakala
ଆଜି ଭାରତ- ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦, ପୁଣି ବର୍ଷା ଆଶଙ୍କା
ଗକେବେରା: ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଭାରତ ମଧ୍ୟରେ ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡରେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଖେଳାଯିବ। ଡର୍ବାନରେ ବର୍ଷା ଓ ଓଦା ପଡିଆ କାରଣରୁ ରବିବାର ପ୍ରଥମ ଟି-୨୦ ଧୋଇଯିବା କାରଣରୁ ଏହି ମ୍ୟାଚ୍‌ର ଗୁରୁତ୍ୱ ବଢିଯାଇଛି । ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଜିତିବାକୁ ହେଲେ ବିଜୟ ଜରୁରୀ ବୋଲି ଉଭୟ ଦଳ ହୃଦୟଙ୍ଗମ କରିଥିବେ । ଫଳରେ ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଓ ରୋମାଞ୍ଚ ଦେଖିବାକୁ ମିଳିବ । ଜୁ୍‌ନରେ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ରେ ଟି-୨୦ ବିଶ୍ୱକପ୍‌ ଖେଳାଯିବ । ଏହି ବିଶ୍ୱକପ୍‌ ପୂର୍ବରୁ ଭାରତକୁ ମାତ୍ର ୫ଟି ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିବ । ଉଭୟ ଦଳରେ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତୀୟ ବ୍ୟାଟର ଓ ବୋଲରମାନେ ଅଧିକ କିଛି କରି ଦେଖାଇବେ ବୋଲି ଆଶା କରାଯାଉଛି । ଆଗକୁ ଆଇପିଏଲ ଖେଳାଳି ନିଲାମୀ ରହିଥିବାରୁ ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରି ନିଜର ମୂଲ୍ୟ ବଢାଇବାକୁ ପ୍ରୟାସ କରିବେ । ବୋଲିଂ, ବ୍ୟାଟିଂରେ ଉଭୟ ଦଳରେ ପ୍ରତିଭାସମ୍ପର୍ଣ୍ଣ ଖେଳାଳିମାନେ ରହିଛନ୍ତି ।
ପୁଣି ବର୍ଷା ଆଶଙ୍କା
ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ତେଣୁ ପାଗ ଉପରେ ସମସ୍ତଙ୍କ ନଜର ରହିଛି । ଦକ୍ଷିଣ ଆଫ୍ରିକାରେ ଭାରତର ଟି-୨୦ ପ୍ରଦର୍ଶନ ଭଲ ରହିଛି । ବ୍ୟାଟର ରିଙ୍କୁ ସିଂ ଓ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ଉପରେ ସମସ୍ତଙ୍କ ନଜରରେ ରହିଛନ୍ତି । ଏହି ପିଚ୍‌ରେ ଦ୍ରୁତ ବୋଲରଙ୍କ ପ୍ରଭାବ ଦେଖିବାକୁ ମିଳିବ । ସଦ୍ୟ ସମାପ୍ତ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ୪-୧ରେ ସିରିଜ ବିଜୟୀ ହୋଇଥିଲା । ପୁଣି ଥରେ ଏହି ପ୍ରଦର୍ଶନକୁ ଭାରତ ଦୋହରାଇବ ବୋଲି ଆଶା କରାଯାଉଛି ।
ଖେଳାଳି ଦଳ
ଭାରତ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଶୁବମାନ ଗିଲ୍‌, ଋତୁରାଜ ଗାଏକ୍ୱାଡ, ତିଳକ ବର୍ମା, ରିଙ୍କୁ ସିଂ, ଶ୍ରେୟସ ଆୟର, ଇଶାନ କିଶାନ ଓ ଜିତେଶ ଶର୍ମା (ୱିକେଟକିପର), ରବିନ୍ଦ୍ର ଜାଡେଜା (ଉପଅଧିନାୟକ), ୱାଶିଂଟନ ସୁନ୍ଦର, ରବି ବିଷ୍ଣୋଇ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ମହମ୍ମଦ୍‌ ସିରାଜ, ମୁକେଶ କୁମାର ଓ ଦୀପକ ଚହର ।
ଦକ୍ଷିଣ ଆଫ୍ରିକା: ଆଇଡେନ୍‌ ମାର୍କରାମ (ଅଧିନାୟକ), ଓଟ୍ଟନିଏଲ ବାର୍ଟମ୍ୟାନ୍‌, ମାଥ୍ୟୁ ବ୍ରିଜ୍‌କେ, ନାନ୍ଦ୍ରେ ବର୍ଗର, ଜେରାଲ୍ଡ କୋଏଜୀ, ଡୋନୋଭାନ ଫେରେରା, ରୀଜା ହେଣ୍ଡ୍ରିକ୍ସ, ମାର୍କୋ ଜାନ୍‌ସେନ, ହେନରିକ୍‌ କ୍ଲାସେନ, କେଶବ ମହାରାଜ, ଡେଭିଡ୍‌ ମିଲର, ଆନ୍ଦିଲ ଫେଲୁକୱାଅ, ତାବ୍ରେଜ ସାମ୍‌ସୀ, ଟ୍ରିଷ୍ଟାନ ଷ୍ଟବ୍ସ ଓ ଲିଜାଡ ୱଲିୟମ୍ସ ।
ଖେଳ ଆରମ୍ଭ : ରାତି ୮ଟା ୩୦
ସ୍ଥାନ: ଗକେବେରା
ପ୍ରସାରଣ : ଷ୍ଟାର ସ୍ପୋର୍ଟ୍ସ, ହଟ୍‌ ଷ୍ଟାର
ଆଜି ଭାରତ- ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦, ବୋଲିଂ ବାହିନୀକୁ ନେଇ ଚିନ୍ତାରେ ଭାରତ
ଥିରୁଅନନ୍ତପୁରମ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ଦ୍ୱିତୀୟ ମୁକାବିଲା ସ୍ଥାନୀୟ ଗ୍ରୀନ୍‌‌ଫିଲ୍ଡ ଷ୍ଟାଡିୟମ୍‌‌ରେ ଆଜି ଖେଳାଯିବ। ବିଶାଖାପାଟଣାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌‌ରେ ଯେପରି ପିଚ୍‌‌ ଫ୍ଲାଟ ଥିଲା, ଏଠାରେ ମଧ୍ୟ ସମାନ ଅବସ୍ଥା। କେବଳ ଏଠାରେ ସ୍ପିନ ବୋଲରଙ୍କ କିଛିଟା ଭଲ ପ୍ରଦର୍ଶନ ରହିଛି। ମ୍ୟାଚ୍‌‌ ପୂର୍ବରୁ ଅର୍ଥାତ୍‌‌ ଶନିବାର ଏଠାରେ ଭଲଧରଣର ବର୍ଷା ହେବାରୁ ପଡ଼ିଆରେ କିଛି ସ୍ଥାନରେ ପାଣି ଜମି ରହିଛି। ରବିବାର ସନ୍ଧ୍ୟାରେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି। ଏଣୁ ମ୍ୟାଚ୍‌‌ ବାଧାପ୍ରାପ୍ତ ହେବାର ଆଶଙ୍କାକୁ ଏଡ଼ାଇଦେଇ ହେବ ନାହିଁ।
ପ୍ରଥମ ଟି-୨୦ରେ ଭାରତ ଅଳ୍ପକେ ବିଜୟୀ ହୋଇଥିଲା। ବିଜୟ ବ୍ୟବଧାନ ଥିଲା ୨ ୱିକେଟ। କିନ୍ତୁ ଅଷ୍ଟ୍ରେଲିଆ ଏତେ ବଡ଼ ସ୍କୋର କରିବାରେ ଭାରତୀୟ ବୋଲରଙ୍କ ପ୍ରଭାବହୀନ ପ୍ରଦର୍ଶନକୁ ଦାୟୀ କରାଯାଉଛି। ଦଳରେ ସ୍ଥାନ ପାଇଥିବା ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରିଷ୍ଣା ଓ ଲେଗ୍‌‌ ସ୍ପିନର ରବି ବିଷ୍ଣୋଇ ସଂଘର୍ଷ କରିଥିଲେ। ୩ଜଣ ଯାକ ବୋଲର ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଏମାନେ ମିଳିତ ଭାବେ ୧୨ ଓଭର ବୋଲିଂ କରି ୧୪୫ ରନ୍‌‌ ବ୍ୟୟ କରିଥିଲେ। ଏହାର ଅର୍ଥ ଏମାନେ ଓଭର ପ୍ରତି ୧୨ ରନ୍‌‌ ଲେଖାଏଁ ଦେଇଥିଲେ। ଏଭଳି ବୋଲିଂ କଲେ ଭାରତକୁ ମ୍ୟାଚ ଜିତିବା କଷ୍ଟକର। କେବଳ ପେସର ମୁକେଶ କୁମାର ଓ ବାମହାତୀ ସ୍ପିନର ଅକ୍ଷର ପଟେଲ କିଛିଟା ମିତବ୍ୟୟୀ ଓ ନିୟନ୍ତ୍ରିତ ବୋଲିଂ କରିବା ଫଳରେ ଦଳ ମ୍ୟାଚ୍‌‌ରେ ନିୟନ୍ତ୍ରଣ ରଖିବାରେ ସମର୍ଥ ହୋଇଥିଲା। ବିଷ୍ଣୋଇଙ୍କ ସ୍ଥାନରେ ଅଫ୍‌‌ ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିବାର ସୁଯୋଗ ରହିଛି। କିନ୍ତୁ ଅନ୍ୟ କୌଣସି ବୋଲରଙ୍କୁ ପରିବର୍ତ୍ତନ କରିବାର ସମ୍ଭାବନା କମ୍‌‌। ଏଣୁ ଏମାନଙ୍କୁ ମ୍ୟାଚ୍‌‌ ଜିତିବାକୁ ହେଲେ ଶୃଙ୍ଖଳିତ ବୋଲିଂ ପ୍ରଦର୍ଶନ କରିବାକୁ ହେବ।
ଦଳରେ ବ୍ୟାଟିଂ ସୁଦୃଢ଼ ରହିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଦମ୍‌‌ଦାର ପ୍ରଦର୍ଶନ କରିଛି। ଟପ୍‌‌ ଅର୍ଡର ବ୍ୟାଟର ଇଶାନ କିଶାନ ଅଧିକ ଡଟ୍‌‌ ବଲ ଖେଳିଛନ୍ତି। ଏଥିରୁ ତାଙ୍କୁ ନିବୃତ ରହିବାକୁ ହେବ। କୌଣସି ବଲ ଖେଳିବା ପୂର୍ବରୁ ଋତୁରାଜ ଗାଏକ୍ୱାଡ଼୍‌‌ ରନ୍‌‌ଆଉଟ ହୋଇଯାଇଥିଲେ। ତାଙ୍କୁ ଦ୍ୱିତୀୟ ମ୍ୟାଚ୍‌‌ରେ ଏଭଳି ଅଭାବନୀୟ ପରିସ୍ଥିତିକୁ ଏଡ଼ାଇବାକୁ ହେବ। ଯଶସ୍ୱୀ ଜୟସ୍ୱାଲ ଓ ତିଳକ ବର୍ମାଙ୍କୁ ବଡ଼ ସ୍କୋର କରିବାକୁ ହେବ। ରିଙ୍କୁ ସିଂ ମ୍ୟାଚ୍‌‌ ଫିନିସର ଭୂମିକା ନେଇଥିବାରୁ ଭାରତୀୟ ଟିମ୍‌‌ ମ୍ୟାନେଜମେଣ୍ଟ ଆଶ୍ୱସ୍ତ।
ଅନ୍ୟପକ୍ଷରେ ବିଶ୍ୱକପ୍‌‌ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଦଳର ୩ ପ୍ରମୁଖ ସଦସ୍ୟ ଟ୍ରାଭିସ ହେଡ୍‌‌, ଗ୍ଲେନ୍‌‌ ମ୍ୟାକ୍ସୱେଲ ଓ ଆଦାମ ଜାମ୍ପା ପ୍ରଥମ ମ୍ୟାଚ୍‌‌ରେ ଖେଳିନାହାନ୍ତି। ଯାହା ଫଳରେ ଜୋଶ ଇଂଲିଶ ଓ ଷ୍ଟିଭେନ ସ୍ମିଥଙ୍କୁ ପାଳି ଆରମ୍ଭ କରିବାକୁ ପଡ଼ିଥିଲା। ଏହି ୩ଜଣ ଦଳରେ ସାମିଲ ହେଲେ ଶକ୍ତିବୃଦ୍ଧି ହେବ। ଅଷ୍ଟ୍ରେଲିଆର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ ଅଟକାଇବାକୁ ହେଲେ ଭାରତର ଅନଭିଜ୍ଞ ବୋଲରଙ୍କୁ କିଛିଟା ଚମତ୍କାରିତା ଦେଖାଇବାକୁ ପଡ଼ିବ। ଅଷ୍ଟ୍ରେଲିଆର ବୋଲରମାନେ ମଧ୍ୟ ବିଶାଖାପାଟଣାରେ ସଂଘର୍ଷ କରିଥିଲେ। ଏଠାରେ ପୂର୍ବ ତ୍ରୁଟିକୁ ସୁଧାରିବାକୁ ଉଭୟ ଦଳ ଚେଷ୍ଟା କରିବେ।
ଭାରତ ଓ ଆୟର୍ଲାଣ୍ଡ ଦ୍ଵିତୀୟ ଟି-୨୦: ଆୟର୍ଲାଣ୍ଡକୁ ୧୮୬ ରନର ଟାର୍ଗେଟ ଦେଲା ଭାରତ
ନୂଆଦିଲ୍ଲୀ: ଭାରତ ଓ ଆୟରଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ଵିତୀୟ ମ୍ୟାଚ୍ ଆଜି ଡବଲିନରେ ଖେଳାଯାଉଛି।  ଟସ୍ ଜିତି ଆୟରଲାଣ୍ଡ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୮୫ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଆୟରଲାଣ୍ଡକୁ ୧୮୬ ରନର ଆବଶ୍ୟକତା ରହିଛି।
ଭରାତ ପକ୍ଷରୁ ଯଶସ୍ଵୀ ଜୟସଓ୍ଵାଲ ୧୧ ବଲରେ ୧୮ ରନ କରି ଆଉଟ ହୋଇଥିଲେ । ଋତୁରାଜ ଗାଏକଓ୍ଵାଡ଼ ୪୩ ବଲରେ ୫୮ ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୨୬ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ରିଙ୍କୁ ସିଂ ଓ ଶିବମ ଦୁବେ ଆଗକୁ ନେଇଥିଲେ। ରିଙ୍କୁ ସିଂ ୨୧ ବଲରେ ୩୮ ରନ କରି ଆଉଟ ହୋଇଥିଲେ। ଶିବମ ଦୁବେ ୧୬ ବଲରେ ୨୨ ରନ କରି ଅପରାଜିତ ରହିଥିଲେ।
ଆୟରଲାଣ୍ଡ ପକ୍ଷରୁ ବାରି ମାକାର୍ଥି ୨ଟି ୱିକେଟ ନେଇଥିବା ବେଳେ ବେଞ୍ଜାମିନ ହ୍ଵାଇଟ୍, ମାର୍କ ଆଡେର ଓ କ୍ରେଗ୍ ୟୋଙ୍ଗ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଦ୍ବିତୀୟ ଟ୍ବେଣ୍ଟି-୨୦: ଓ୍ୱେଷ୍ଟଇଣ୍ଡିଜକୁ ୧୫୩ ରନର ଟାର୍ଗେଟ୍ ଦେଲା ଭାରତ
ତ୍ରିନିବାଦ: ରବିବାର ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ହରାଇ ୧୫୨ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଓ୍ୱେଷ୍ଟଇଣ୍ଡିଜକୁ ୧୫୩ ରନର ଆବଶ୍ୟକତା ରହିଛି।
ଭାରତ ପକ୍ଷରୁ ଶୁଭମନ ଗିଲ୍ ୯ ବଲରୋ ୭ ରନ କରି ଆଉଟ ହୋଇଥିଲେ। ଇଶାନ କିଷନ ୨୩ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୩ ବଲରେ ୧ ରନ କରି ଆଉଟ ହୋଇଥିଲେ। ତିଳକ ବର୍ମା ଏକ ଅର୍ଦ୍ଧ ଶତକୀୟ ଇଂନିସ ଖେଳିଥିଲେ। ତିଳକ ବର୍ମା  ୪୧ ବଲରେ ୫୧ ରନ କରି ଆଉଟ ହୋଇଥିଲେ। ସଞ୍ଜୁ ସାମସନ ୭ ବଲରେ ୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲ୍ ସମ୍ଭାଳିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୮ ବଲରେ ୨୪ ରନ କରି ଆଉଟ ହୋଇଥିଲେ। ଅକ୍ଷର ପଟେଲ୍ ୧୨ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ପରେ ଅର୍ଶଦୀପ ସିଂ ୩ ବଲରେ ୬ ରନ କରି ଅପରାଜିତ ରହିଥିଲେ। ରବି ବିଷ୍ଣୋଇ ୪ ବଲରେ ୮ ରନ କରି ଅପରାଜିତ ରହିଥିଲେ।
ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଅକିଲା ହୋସେନ, ରୋମାରିଓ ସେଫାର୍ଡ ଓ ଅଲଜାରୀ ଯୋଶେଫ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଆଜି ଭାରତ -ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦: ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ ଭାରତ
ଲକ୍ଷ୍ନୌ: ଭାରତ ଓ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌‌ରେ ଭାରତ ୨୧ ରନ ପରାସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ୍‌‌ ବିଶିଷ୍ଟ ଏହି ସିରିଜରେ ଭାରତ ୦-୧ରେ ପଛରେ ପଡ଼ିଛି। ତେଣୁ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌‌ ଜିତି ଭାରତ ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବେ। ପ୍ରଥମ ମ୍ୟାଚ୍‌‌ରେ ଭାରତୀୟ ପେସ୍‌‌ ବୋଲର ଓ ଟପ୍‌‌ ଅର୍ଡର ବ୍ୟାଟରମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଦ୍ରୁତ ବୋଲର ଉମ୍ରାନ ମଲିକ ଓ ଅର୍ଶଦୀପ ସିଂ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ। ଶୁବମାନ ଗିଲ, ଇଶାନ କିଷନ ଓ ରାହୁଲ ତ୍ରିପାଠୀ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ତେଣୁ ଦ୍ୱିତୀୟ ମ୍ୟାଚ୍‌‌ରେ ଟପ୍‌‌ ଅର୍ଡର ବ୍ୟାଟରଙ୍କୁ ଓ ବୋଲରମାନଙ୍କୁ ଭଲ ପ୍ରଦର୍ଶନ କରିବାକୁ ହେବ।
ତେବେ ଅଲରାଉଣ୍ଡର ୱାସିଂଟନ ସୁନ୍ଦର ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‌‌ଦାର ପ୍ରଦର୍ଶନ କରିଥିଲେ। ଏହା ଭାରତ ପାଇଁ ଏକ ଭଲ ଖବର। ୨୮ ବଲରୁ ୫୦ ରନ କରିବା ସହ ସେ ୪ ଓଭର ବୋଲିଂ କରି ୨୨ ରନ ବ୍ୟୟ କରି ୪ ୱିକେଟ ଅକ୍ତିଆର କରିଥିଲେ। ସେ ମଧ୍ୟ ଏକ ଫଲୋଥ୍ରୁରେ ଏକ ଅବିଶ୍ୱସନୀୟ କ୍ୟାଚ୍‌‌ ଧରିଥିଲେ। ଟି-୨୦ ନଂ ୧ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କୁ ବଡ଼ ଇନିଂସ ଖେଳିବାକୁ ହେବ। ଅପରପକ୍ଷରେ ପ୍ରଥମ ମ୍ୟାଚ୍‌‌ ଜିତି ନ୍ୟୁଜିଲାଣ୍ଡ ତା’ର ଆତ୍ମବିଶ୍ୱାସକୁ ଆହୁରି ଦୃଢ କରିଛି। ଏହି ମ୍ୟାଚ୍‌‌ ଜିତି ସିରିଜ ବିଜୟୀ ହେବା ସହ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପରାଜୟ ତଥା ହ୍ୱାଇଟ୍‌‌ୱାସ୍‌‌ର ପ୍ରତିଶୋଧ ନେବାକୁ ପ୍ରୟାସ କରିବ। ସ୍ଥାନୀୟ ଏକ୍‌‌ନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌‌ ହାଇସ୍କୋରିଂ ହେବ ବୋଲି ଆଶା କରାଯାଉଛି। ଆସନ୍ତା ଅକ୍ଟୋବର- ନଭେମ୍ବରରେ ଦିନିକିଆ ବିଶ୍ୱକପ୍‌‌ ଖେଳାଯିବାର କାର୍ଯ୍ୟକ୍ରମଥିବାରୁ ଭାରତ ଟି-୨୦ ଫର୍ମାଟ ଉପରେ ଅବଶ୍ୟ ସେତେଟା ଗୁରୁତ୍ୱ ଦେବ ନାହିଁ। ଏହି ମ୍ୟାଚ୍‌‌ କିନ୍ତୁ ରୋମାଞ୍ଚକ ଓ ସଂଘର୍ଷ ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପ- ଅଧିନାୟକ), ଇଶାନ କିସାନ, ଶୁବମନ ଗିଲ, ପୃଥ୍ୱୀ ଶ, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଜିତେଶ ଶର୍ମା (ୱିକେଟକିପର), ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଉମ୍ରାନ ମଲିକ, ଶିବମ ମାଭି ଓ ମୁକେଶ କୁମାର।
ନ୍ୟୁଜିଲାଣ୍ଡ ଦଳ: ମିଚେଲ ସାଣ୍ଟନର (ଅଧିନାୟକ), ଫିନ ଆଲେନ, ଡେଭନ କନୱେ (ୱିକେଟକିପର), ଗ୍ଲେନ ଫିଲିପ୍ସ, ଡେନ୍‌‌ କ୍ଲେଭର (ୱିକେଟକିପର), ମାର୍କ ଚାପ୍‌‌ମ୍ୟାନ, ମାଇକେଲ ବ୍ରେସୱେଲ, ଡାରିଲ ମିଚେଲ, ମାଇକେଲ ରିପ୍ପନ, ଲୋକି ଫର୍ଗୁସନ, ଇଶ ସୋଧୀ, ବ୍ଲେୟର ଟିକନର, ଜ୍ୟାକବ ଡଫି, ହେନେରୀ ସିପ୍ଲେ ଓ ବେନ୍‌‌ ଲିଷ୍ଟର।
ଦ୍ବିତୀୟ ଟି-୨୦: ଅକ୍ଷରଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ୱେ ଶ୍ରୀଲଙ୍କାଠାରୁ ହାରିଲା ଟିମ ଇଣ୍ଡିଆ
ପୁଣେ: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଇଥିଲା। ଶ୍ରୀଲଙ୍କ ଆଜି ଭାରତକୁ ହରାଇ ମ୍ୟାଚ ବରାବର କରିଛି। ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଭାରତକୁ ୨୦୭ ରନର ଟାର୍ଗେଟ ଦେଇଥିଲା । ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୯୦ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ଶ୍ରୀଲଙ୍କା ୧୬ ରନରେ ମ୍ୟାଚକୁ ସହଜରେ ଜିତି ନେଇଛି।
ଭାରତ ପକ୍ଷରୁ ଇଶାନ କିଷନ ୫ ବଲରେ ୨ ରନ କରି ଆଉଟ ହୋଇଥିଲେ। ଶୁଭମନ ଗିଲ ୩ ବଲରେ ୫ ରନ କରି ଆଉଟ ହୋଇଥିବା ବେଳେ ରାହୁଲ ତ୍ରିପାଠୀ ୫ ବଲରେ ୫ରନ କରି ଆଉଟ ହୋଇଥିଲେ। ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୨ ରନ କରି ଆଉଟ ହୋଇଥିଲେ। ଦୀପକ ହୁଡ଼ା ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଅକ୍ଷର ପଟେଲ  ଓ ସୂର୍ଯ୍ୟକୁମାର ଯାଦବ ପାରିକୁ ସମ୍ଭାଳିଥିଲେ। ପରେ ସୂର୍ଯ୍ୟକୁମାର ୩୬ ବଲରେ ୫୧ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ସମ୍ଭାଳିଥିବା ଅକ୍ଷର ପଟେଲ ୩୧ ବଲରେ ୬୫ ରନ କରି ଆଉଟ ହୋଇଥିଲେ। ଶିବମ ମାଭି ୧୫ ବଲରେ ୨୬ ରନ କରି ଆଉଟ ହୋଇଥିଲେ।
ଶ୍ରୀଲଙ୍କା ପକ୍ଷରୁ ଡାସୁନ ଶଣକା , କାସୁନ ରଜିଥା ଓ ଦିଲସାନ ମଦୁସଙ୍କା  ୨ଟି ଲେଖାଏଁ ୱିକେଟ ନେଇଥିଲେ। ଚାମିକା କରୁଣାରତ୍ନେ  ଓ ୱାନିଣ୍ଡୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ପୁଣେ: ଆଜି ଘରୋଇ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ଖେଳାଯାଉଛି। ଭାରତ ପ୍ରଥମ ମ୍ୟାଚ୍‌ ଜିତି ୧-୦ରେ ଆଗୁଆ ରହିଛି । ବିଜୟ ସହ ସିରିଜ କବ୍‌ଜା କରିବାକୁ ଯୁବ ଦଳ ଯୋଜନା କରିଛି । ଅନ୍ୟପଟରେ ଶ୍ରୀଲଙ୍କା ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଶ୍ରୀଲଙ୍କା ପ୍ରଥମେ ବ୍ଯାଟିଂ କରି ୬ ୱିକେଟ ହରାଇ ୨୦୬ ରନ କରିଛି। ଏହ ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୨୦୭ ରନର ଆବଶ୍ୟକତା ରହିଛି।
ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶଙ୍କା ୩୫ ବଲରେ ୩୩ ରନ କରି ଆଉଟ ହୋଇଥିଲେ। କୁଶଲ ମେଣ୍ଡିସ ୩୧ ବଲରେ ୫୨ ରନ କରି ଆଉଟ ହୋଇଥିଲେ। ଭାନୁକା ରାଜାପାକ୍ସା ୩ ବଲରେ ୨ ରନ କରି ଆଉଟ ହୋଇଥିବା ବେଳେ ଚରିଥ ଆଶାଲଙ୍କା ୧୯ ବଲରେ ୩୭ ରନ କରି ଆଉଟ ହୋଇଥିଲେ। ଧନଞ୍ଜୟ ଡି ସିଲଭା ୬ ବଲରେ ୩ ରନ କରି ଆଉଟ ହୋଇଥିଲେ। ୱାନିଣ୍ଡୁ ହସରଙ୍ଗା କୌଣସି ରନ ନ କରି ଆଉଟ ହୋଇଥିଲେ। ଡାସୁନ ଶଣକା  ଓ ଚାମିକା କରୁଣାରତ୍ନେ ପାରିକୁ ସମ୍ଭାଳିଥିଲେ। ଅଧିନାୟ ଡାସୁନ ଶଣକା ବିସ୍ଫୋରକ ବ୍ୟାଟିଂ କରି ୨୧ ବଲରେ ୫୬ ରନ କରିଥିଲେ। ଚାମିକା କରୁଣାରତ୍ନେ ୧୦ ବଲରେ ୧୧ ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ଉମ୍ରାନ ମଲିକ ସର୍ବାଧିକ ୩ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ୨ଟି ଓ ୟୁଝବେନ୍ଦ୍ର ଚହଲ  ଗୋଟିଏ ୱିକେଟ ନେଇଥିଲେ।
ଭାରତର ବିସ୍ଫୋରକ ବ୍ଯାଟିଂ: ଦ. ଆଫ୍ରିକାକୁ ୨୩୮ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ
ଗୌହାଟି: ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିପାକ୍ଷିକ ସିରିଜ୍‌ର ଦ୍ଵିତୀୟ ଟି-୨୦ ମ୍ୟାଚ୍ ଆଜି ଖେଳାଯାଉଛି। ଆଜିର ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି  ୨୩୭ ରନ କରିିଛି। ଦକ୍ଷିଣ ଆଫ୍ରିକା ଏହି ମ୍ଯାଚକୁ ଜିତିବାକୁ ହେଲେ ୨୩୮ ରନର ଆବଶ୍ୟକତା ରହିଛି।
ଭରତ ପକ୍ଷରୁ କେଏଲ ରାହୁଲ ଓ  ଅଧିନାୟକ ରୋହିତ ଶର୍ମା ପାରିକୁ ଆରମ୍ଭ କରିଥିଲେ। ରୋହିତ ଶର୍ମା ୩୭ ବଲରେ ୪୩ ରନ କରି ଆଉଟ ହୋଇଥିଲେ। ଏହା ପରେ କେଏଲ ରାହୁଲ ୨୮ ବଲରେ ୫୭ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ସୂର୍ଯ୍ଯକୁମାର ଯାଦବ ସମ୍ଭାଳିଥିଲେ। ସୂର୍ଯ୍ଯକୁମାର ଯାଦବ ଏକ ବିସ୍ଫୋରକ ଇଂନିସ ଖେଳିଥିଲେ। ମାତ୍ର ୧୮ ବଲ ଖେଳି ଅର୍ଦ୍ଧ ଶତକ ହାସଲ କରିଥିଲ। ଏହି ଅର୍ଦ୍ଧ ଶତକୀୟ ଇଂନିସରେ ସୂର୍ଯ୍ଯକୁମାର ୫ଟି ଚୌକା ଓ ୫ଟି ଛକା ମାରିଥିଲେ।  ସୂର୍ଯ୍ଯକୁମାର ଯାଦବ ୨୨ ବଲରେ ୬୨ ରନ କରି ରନ ଆଉଟ ହୋଇଥିଲେ। ପରେ ଦିନେଶ କାର୍ତ୍ତିକ ଆସି ବିରାଟ କୋହଲିଙ୍କ ସହ ପାରିକୁ ସମ୍ଭାଳିଥିଲେ। ଦିନେଶ କାର୍ତ୍ତିକ ୭ ବଲରେ ୧୭ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ୨୮ ବଲରେ ୪୯ ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ , କେଶବ ମହାରାଜ ୨ଟି ୱିକେଟ ନେଇଥିଲେ।
ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍‍ ଦ୍ୱିତୀୟ ଟି-୨୦: ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ
ସେଣ୍ଟ କିଟ୍ସ,: ସ୍ଥାନୀୟ ୱାର୍ନର ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍‍ ସୋମବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‍ରେ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍‍ ଜିତି ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ମ୍ୟାଚ୍‍ ଜିତି ଭାରତ ଏହି ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମୁକାବିଲାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‍ଦାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ଚକ୍‍ମା ଦେଇଥିଲା। ରୋହିତଙ୍କ ନେତୃତ୍ୱ ମଧ୍ୟ ଉଚ୍ଚକୋଟୀର ଥିଲା। ସେ ୩ ସ୍ପିନର ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିଷ୍ଣୋଇଙ୍କୁ ଖେଳାଇଥିଲେ ଓ ଏହା କାମ ଦେଇଥିଲା। ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ସିରିଜ ଦଳର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟ ହେବ। ଇଂଲଣ୍ଡ ବିପକ୍ଷ ଟି-୨୦ରେ ୱିକେଟକିପର ବ୍ୟାଟର ରିଷଭ ପନ୍ତ ରୋହିତଙ୍କ ସହ ଇନିଂସ ଓପନ କରିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‍ କରିଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ଭାରତ ପାଇଁ ସପ୍ତମ ଓପନର ସାବ୍ୟସ୍ତ ହୋଇଛନ୍ତି। ଯଦି ଲୋକେଶ ରାହୁଲ ଉପଲବ୍ଧ ନ ହୁଅନ୍ତି ତେବେ ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟ ଓପନିଂ ନେଇ ଏକ୍ସପେରିମେଣ୍ଟ ଜାରି ରଖିବ କି ନା ତାହା ଦେଖିବାକୁ ବାକି ରହିଲା।
ବାମହାତୀ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂ ଟି-୨୦ ଫର୍ମାଟ୍‍ରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରମାଣ କରିଛନ୍ତି। ଦୀର୍ଘଦିନ ଧରି ଭାରତୀୟ ଦଳରେ ଜଣେ କ୍ୱାଲିଟି ବାମହାତୀ ଦ୍ରୁତ ବୋଲରଙ୍କ ଅଭାବ ରହିଥିଲା। ୨୩ ବର୍ଷୀୟ ପଞ୍ଜାବର ଅର୍ଶଦୀପ ଏହି ଅଭାବ ପୁରଣ କରିଛନ୍ତି। ସେ ଆଗାମୀ ମ୍ୟାଚ୍‍ଗୁଡିକରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ପ୍ରଥମ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୪ ରନ ଦେଇ ସେ ୨ ୱିକେଟ ଅକ୍ତିଆର କରିଥିଲେ। ସେହିପରି ଦୀନେଶ କାର୍ତ୍ତିକ ଫିନିସର ଭୂମିକାକୁ ବେଶ୍‍ ଉତ୍ତମ ଢଙ୍ଗରେ ସମ୍ପାଦିତ କରିଛନ୍ତି। ପ୍ରଥମ ମ୍ୟାଚ୍‍ରେ ସେ ଦ୍ରୁତ ଗତିରେ ରନ (୧୯ ବଲରୁ ୪୧ ରନ) କରି ଦଳର ସ୍କୋରକୁ ୧୯୦ ପାର କରାଇଥିଲେ। ୩୭ ବର୍ଷୀୟ କାର୍ତ୍ତିିକ ଟି-୨୦ ବିଶ୍ୱକପ୍‍ ଦଳରେ ସାମିଲ ହେବା ନିଶ୍ଚିତ ମନେ ହେଉଛି। ସ୍ପିନ ବୋଲିଂରେ ଯୁବ ସ୍ପିନର ବିଷ୍ଣୋଇ ଓ ଅଶ୍ୱିନ ମଧ୍ୟ ଦମ୍‍ଦାର ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ୪ ଓଭର ବୋଲିଂ କରି ୨୨ ରନ ଦେଇ ୨ ଓ ବିଷ୍ଣୋଇ ୨୬ ରନ ଦେଇ ୨ ୱିକେଟ ହାସଲ କରିଥିଲେ। ଦ୍ୱିତୀୟ ମ୍ୟାଚ୍‍ରେ ଜାଡେଜା, ଅଶ୍ୱିନ ଓ ବିଷ୍ଣୋଇଙ୍କୁ ଟିମ୍‍ ମ୍ୟାନେଜମେଣ୍ଟ ଖେଳାଇବା ଜାରି ରଖିବ ନା ଅକ୍ଷର ପଟେଲ ଓ କୁଲଦୀପଙ୍କୁ ଖେଳାଇବା ତାହା ଦେଖିବାକୁ ବାକି ରହିଲା।
ବାରବାଟୀ ଟି-୨୦: ଚମକିଲେ ଭୁବନେଶ୍ବର, ଜିତିଲା ଦକ୍ଷିଣ ଆଫ୍ରିକା
କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଥିଲା। ୬ ୱିକେଟ ହରାଇ ୧୮.୨ ଓଭରରେ ମ୍ଯାଚକୁ ଦକ୍ଷିଣ ଆଫ୍ରିକା ଜିତି ନେଇଥିଲା। ଫଳରେ ସିରିଜରେ ୦-୨ରେ ଟିମ୍ ଇଣ୍ଡିଆପଛୁଆ ରହିଛି।
ଦକ୍ଷିଣ ଆଫ୍ରିକା  ପକ୍ଷରୁ ତେମ୍ବା ବାଭୁମା ଓ ରିଜା ହେଣ୍ଡରିସ୍କ ଓପନିଂ କରିଥିଲେ। ରିଜା ହେଣ୍ଡରିସ୍କ  ୩ ବଲରେ ୪ ରନ କରି ଆଉଟ ହୋଇଥିଲେ।  ପରେ ଡ୍ୱେନ ପ୍ରିଟୋରିୟସ ୫ ବଲରେ ୪ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ରାସି ଭାନ ଡର ଡସେନ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ତେମ୍ବା ବାଭୁମା ୩୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ।  ହେନରିକ କ୍ଲାସେନ ଓ ଡେଭିଡ୍ ମିଲର ଶେଷ ପର୍ଯ୍ଯନ୍ତ ପାରିକୁ ସମ୍ଭାଳିଥିଲେ। ହେନରିକ କ୍ଲାସେନ ୪୬ ବଲରେ ୮୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍ ମିଲର ୧୫ ବଲରେ ୧୮ ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଘାତକ ବୋଲିଂ ୪ଟି ୱିକେଟ ନେଇଥିଲେ। ହେଲେ ଅନ୍ଯ କୌଣସି ବୋଲରଙ୍କୁ ସେଭଳି  ସଫଳତା ମଳି ନ ଥିଲା।  ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୪୯ ରନର ଟାର୍ଗେଟ ଦେଲା ଭାରତ
କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଉଛି। ଏହି ମଇଦାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା  ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଛି।
ଭାରତ ପକ୍ଷରୁ ଇଶାନ କିଷନ ଓ ଋତୁରାଜ ଗାଏକୱାଡ ଓପନିଂ କରିଥିଲେ। ଋତୁରାଜ ଗାଏକୱାଡ ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଫର୍ମରେଥିବା ଇଶାନ କିଷନ ୨୧ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ନିରାଶ କରିଥିଲେ। ୭ ବଲରେ ୫ରନ କରି ପନ୍ତ ଆଉଟ ହୋଇଥିଲେ। ଶ୍ରେୟସ ଆୟର ୩୫ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଅକ୍ଷର ପଟେଲ ଓ ଦିନେଶ କାର୍ତ୍ତିକ ସମ୍ଭଳିଥିଲେ। ଅକ୍ଷର ପଟେଲ ୧୧ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ହର୍ଷଲ ପଟେଲ୍‌ ଓ ଦିନେଶ କାର୍ତ୍ତିକ ପାରିକୁ ସମ୍ଭାଳିଥିଲେ। ହର୍ଷଲ ପଟେଲ୍‌ ୯ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ଦିନେଶ କାର୍ତ୍ତିକ ୨୧ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ ନର୍ତ୍ତୋଜେ ୨ଟି ୱିକେଟ ନେଇଥିବା ବେଳେ କାଗିସୋ ରାବଡା, ୱେନ ପାର୍ନେଲ, ଡ୍ୱେନ ପ୍ରିଟୋରିୟସ ଓ କେଶବ ମହାରାଜ ପକ୍ଷରୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲା।