YSR Congress - The Sakala

ରାଷ୍ଟ୍ରପତି ନିର୍ବାଚନ : ନିର୍ଣ୍ଣାୟକ ଭୂମିକାରେ ବିଜେଡି ଓ ୱାଇଏସଆର କଂଗ୍ରେସ, ବିରୋଧୀଙ୍କୁ ଏକାଠି କରି ଏନଡିଏକୁ ଚକ୍‌ମା ଦେବାକୁ ମମତାଙ୍କ ଉଦ୍ୟମ
ଭୁବନେଶ୍ୱର : ଆସନ୍ତା ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନକୁ ମାସେରୁ ଅଧିକ ସମୟ ରହିଛି; ତେବେ ଏହାକୁ ନେଇ ଏବେଠୁ ଚଳଚଞ୍ଚଳ ହୋଇଉଠିଛି ଜାତୀୟ ରାଜନୀତି। ରାଷ୍ଟ୍ରପତି ନିର୍ବାଚନର ସଂଖ୍ୟାଗରିଷ୍ଠତା ଖେଳରେ ବିଜୁ ଜନତା ଦଳ(ବିଜେଡି) ଏବଂ ୱାଇଏସଆର କଂଗ୍ରେସ ନିର୍ଣ୍ଣାୟକ ସ୍ଥିତିରେ ଅଛନ୍ତି। ବିଶେଷକରି ବିଜେଡିର ଭୋଟ ଯେକୌଣସି ଶିବିରକୁ ଖୁସି କରିଦେଇପାରେ। ତେବେ ଦେଶର ଦୁଇ ପ୍ରମୁଖ ରାଜନୈତିକ ମେଣ୍ଟ ଯଥା- ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ଏବଂ କଂଗ୍ରେସ ନେତୃତ୍ୱାଧୀନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ(ଉପା) ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଉପରେ ନଜର ରଖିଛନ୍ତି। ସଂଖ୍ୟାଦୃଷ୍ଟିରୁ ଯଥେଷ୍ଟ ଭଲ ସ୍ଥିତିରେ ଥିବା ଏନଡିଏ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ବିରୋଧୀ ମେଣ୍ଟ ମଧ୍ୟ କୌଣସି ପ୍ରାର୍ଥୀଙ୍କୁ ନେଇ ସହମତି ପ୍ରକାଶ କରିନାହିଁ।

ଏହିକ୍ରମରେ ଶନିବାର ଆଉ ଏକ ରାଜନୈତିକ ଘଟଣାକ୍ରମ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗକୁ ଅଧିକ ସରଗରମ କରିଦେଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ୨୨ ଜଣ ନେତାଙ୍କୁ ଚିଠି ଲେଖି ସାମ୍ପ୍ରତିକ ସ୍ଥିତିରେ ଗଣତନ୍ତ୍ରକୁ ଅଧିକ ମଜଭୁତ କରିବା ପାଇଁ ଏକ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ଥିବା ଉଲ୍ଲେଖ କରିଛନ୍ତି। ଏହା ମାଧ୍ୟମରେ ମମତା ରାଷ୍ଟ୍ରପତି ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେବାକୁ ଇଙ୍ଗିତ ଦେଇଥିବା ବାରି ହୋଇପଡ଼ୁଛି। ରାଷ୍ଟ୍ରପତି ନିର୍ବାଚନ ଆଢୁଆଳରେ ବିରୋଧୀଙ୍କୁ ଏକାଠି କରିବା ପାଇଁ ମମତା ଉଦ୍ୟମ କରୁଥିବା ଜଣାପଡ଼ିଛି। ଅଣବିଜେପି ଦଳ ସହିତ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରୁଥିବା ସମସ୍ତ ଆଞ୍ଚଳିକ ଦଳର ମଧ୍ୟ ସହଯୋଗ ଲୋଡ଼ିଛନ୍ତି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଚିଠି ଲେଖି ଏହି ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚଳିତ ମାସ ୧୫ ତାରିଖରେ ନୂଆଦିଲ୍ଲୀଠାରେ ଏନେଇ ବୈଠକ ପାଇଁ ମମତା ସମସ୍ତଙ୍କ ସହମତି ଲୋଡିଛନ୍ତି।

ଚିଠି ମାଧ୍ୟମରେ ମମତା ଉଲ୍ଲେଖ କରିଛନ୍ତି ଯେ ଏକ ପ୍ରଗତିଶୀଳ ଗଣତାନ୍ତ୍ରିକ ଚଳଣି ପାଇଁ ସଶକ୍ତ ଏବଂ ଦୃଢ଼ ବିରୋଧୀ ଦଳର ଆବଶ୍ୟକତା ରହିଛି। ଦେଶକୁ ବିଭାଜନକାରୀ ଶକ୍ତିଙ୍କ ଠାରୁ ରକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦେଶର ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସିକୁ ବିରୋଧୀ ନେତାଙ୍କ ବିରୋଧରେ ବ୍ୟବହାର କରାଯାଉଛି। କେତେକ ଘଟଣା ଅନ୍ତର୍ଜାତୀୟସ୍ତରରେ ଦେଶକୁ ନିନ୍ଦିତ କରିଛି। ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନର ସମୟ। ଭାରତୀୟ ଗଣତନ୍ତ୍ର ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏଭଳି ସମୟରେ ଏକ ମିଳିତ ବିରୋଧୀ ମେଣ୍ଟର ଆବଶ୍ୟକତା ରହିଥିବା ସୁଶ୍ରୀ ବାନାର୍ଜୀ କହିଛନ୍ତି। ନବୀନଙ୍କ ବ୍ୟତୀତ ମମତା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପ୍ରମୁଖଙ୍କୁ ଚିଠି ଲେଖିଛନ୍ତି। ଏପରିକି ମମତା ତାଙ୍କର ପାରମ୍ପରିକ ବିରୋଧୀ ବାମପନ୍ଥୀ ଦଳ ସିପିଆଇ-ସିପିଏମ ନେତମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି। ଏହିସବୁ ନେତାଙ୍କୁ ସେ ଦିଲ୍ଲୀର କନ୍‌ଷ୍ଟିଚ୍ୟୁସନ୍‍ କ୍ଲବରେ ଆସନ୍ତା ୧୫ ତାରିଖ ଅପରାହ୍ନ ୩ଟା ବେଳେ ଏକାଠି ହେବାକୁ ନିବେଦନ କରିଛନ୍ତି।

୨୦୧୨ ମସିହାରେ ନବୀନ ପି.ଏ ସାଙ୍ଗମାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। ସେ ସମୟରେ ସଂସଦରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ସମେତ ଏନଡିଏର ଏକାଧିକ ଦଳ ନବୀନଙ୍କ ପସନ୍ଦର ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲେ। ଏହିକ୍ରମରେ ୨୦୧୭ ଏନଡିଏର ଆନୁଷ୍ଠାନିକ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମଧ୍ୟ ସମର୍ଥନ କରି ପୂର୍ବ ରାଜନୈତିକ ଋଣ ଶୁଝିଥିଲେ। ହେଲେ ସେହିବର୍ଷ ହୋଇଥିବା ଉପରାଷ୍ଟ୍ରପତି ନିର୍ବାଚନରେ ଉପାର ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ବିଜେଡି ସମର୍ଥନ କରିଥିଲା। ତେଣୁ ତତ୍କାଳ ରାଜନୈତିକ ପରିସ୍ଥିତି, ରାଜ୍ୟର ସ୍ୱାର୍ଥ ଏବଂ ପ୍ରାର୍ଥିତ୍ୱକୁ ବିଚାର କରି ନବୀନ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଉପଯୁକ୍ତ ନିଷ୍ପତ୍ତି ନେବେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ରଖିଛନ୍ତି। ନିକଟରେ ନବୀନ ନୂଆଦିଲ୍ଲୀ ଗସ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଏହାର କିଛି ସପ୍ତାହ ପୂର୍ବରୁ ସଂସଦର ଅଧିବେଶନ ସମୟରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‍ ଗସ୍ତ କରିଥିଲେ। ଏହି ଗସ୍ତରେ ଅନ୍ୟ ଜାତୀୟ ଏବଂ ଆଞ୍ଚଳିକ ରାଜନୈତିକ ନେତୃବୃନ୍ଦ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର ସୁଯୋଗ ହାତଛଡ଼ା କରି ନ ଥିଲେ।

ରାଷ୍ଟ୍ରପତି ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ଜାତୀୟ ରାଜନୀତିରେ ନବୀନଙ୍କୁ ନେଇ ଚର୍ଚ୍ଚା ସେତିକି ଜୋର୍‌ ଧରୁଛି। ନବୀନଙ୍କ ବିଗତ ୨ଟି ଦିଲ୍ଲୀ ଗସ୍ତରେ ଜାତୀୟ ଗଣମାଧ୍ୟମ ତାଙ୍କ ଆଭିମୁଖ୍ୟ ଠଉରାଇବାକୁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଛି। ପ୍ରଥମ ଗସ୍ତ ଅବସରରେ ପ୍ରାର୍ଥିତ୍ୱକୁ ବିଚାର କରି ବିଜେଡି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ। ଏହା ପର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ସହ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କିତ କୌଣସି ଆଲୋଚନା କରି ନ ଥିବା ନବୀନ ସ୍ପଷ୍ଟ କରିଥିଲେ। ନବୀନଙ୍କ ବିଶ୍ୱାସ ଜିତିବା ପାଇଁ ଉଭୟ ମେଣ୍ଟ ଓଡ଼ିଆ କିମ୍ବା ଓଡ଼ିଶା ସହ ଜଡିତ ଥିବା କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିବାକୁ ପଛାଇବେ ନାହିଁ ବୋଲି ଜାତୀୟ ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ନେଇ ଗତ ୯ ତାରିଖରେ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯାଇଛି। ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବାବେଳେ ସେହି ମାସ ୨୧ ତାରିଖରେ ଭୋଟ ଗଣତି କରାଯିବ। ଏହି ନିର୍ବାଚନରେ ୪୧୨୦ ଜଣ ବିଧାୟକ ଓ ୭୭୬ ଏମପି ଭୋଟ ଦାନ କରିବେ। ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୨୪ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି।