Barabati Match - The Sakala
ବାରବାଟୀ ଟି-୨୦; କଡା ସୁରକ୍ଷା, କଟକରେ ୭୪ ପ୍ଲାଟୁନ ଓ ଭୁବନେଶ୍ୱରରେ ମୁତୟନ ହେବେ ୨୨ ପ୍ଲାଟୁନ ପୁଲିସ ଫୋର୍ସ...
ଭୁବନେଶ୍ବର: ବାରବାଟୀରେ ହେବାକୁ ଥିବା କ୍ରିକେଟ ମ୍ୟାଚ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ବମ ସ୍କ୍ବାଡ ସହ ସୁରକ୍ଷା ବଳୟକୁ ଯାଞ୍ଚ କରିବେ ସ୍ପେଶାଲ ଟାକ୍ଟିକାଲ ୟୁନିଟ। କଟକରେ ୭୪ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୨ ପ୍ଲାଟୁନ ଫୋର୍ସ ରହିବ। ସୁରକ୍ଷା ବେଳେ ଏରିଏଲ ସର୍ଭେ କରାଯିବ। ଆଜି ଓ କାଲି ଭୁବନେଶ୍ୱର ଆସିବେ ଖେଳାଳି। ସେଥିପାଇଁ ଏୟାରଫୋର୍ଟ ଠାରୁ ଆରମ୍ଭ କରି ହୋଟେଲ ଓ ହୋଟେଲରୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ବ୍ୟାପକ ସୁରକ୍ଷା ବ୍ୟବସ୍ଥା। ଯିବା ଆସିବା ବାଟ, ଷ୍ଟାଡିୟମ ଓ ଷ୍ଟାଡିୟମ ଭିତରେ ନଜର ରଖିବ ଡ୍ରୋନ୍। ଏହି କ୍ୟାମେରାଗୁଡ଼ିକ କଣ୍ଟ୍ରୋଲ ରୁମ୍ ସହିତ ସଂଯୋଗ କରାଯାଇ ସେଠାରୁ ନିୟନ୍ତ୍ରଣ କରାଯିବ। ପୁଲିସ ସହିତ ମେଡିକାଲ୍ ଟିମ୍ ଓ ଅଗ୍ନିଶମ ଟିମ୍ ନିୟୋଜିତ ହେବେ। ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ ୬ ଜଣିଆ ଟିମ୍ ନିୟୋଜିତ ହେବେ। ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ । ହଜାର ହଜାର କ୍ରୀଡ଼ା ପ୍ରେମୀ ଏକାଠି ହେବାକୁ ଥିବା ବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର୍ ।
ଭାରତର ବାରବାଟୀ ବିଜୟ: ଇଂଲଣ୍ଡକୁ ୪ ୱିକେଟରେ ହରାଇ ସିରିଜ ଜିତିଲା ଟିମ୍ ଇଣ୍ଡିଆ
କଟକ: ବାରବାଟୀରେ ଭାରତର ଦମଦାର ବିଜୟ । ଇଂଲଣ୍ଡକୁ ୪ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ । ଏହାସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଜିତିନେଇଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦେଇଥିବା ୩୦୫ ରନର ବିଜୟ ଲକ୍ଷ୍ୟକୁ ୬ ୱିକେଟ ହରାଇ ମ୍ୟାଚ ଜିତିବା ସହ ସିରିଜକୁ ମଧ୍ୟ ହାତେଇଛି ଭାରତ । କ୍ୟାପଟେନ ରୋହିତ ଶର୍ମା ୯୦ ବଲ୍ ଖେଳି ବିସ୍ଫୋରକ ୧୧୯ ରନ କରି ଭାରତକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇବାରେ ସଫଳ ଭୂମିକା ଗ୍ରହଣ କରିଥିଲେ ।
କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଦିନିକିଆରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ। ଆରମ୍ଭରୁ ଦମଦାର ପ୍ରଦର୍ଶନ କରିଥିଲା ଇଂଲଣ୍ଡ । ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍ ପାଳି ଅରମ୍ଭ କରିଥିଲେ। ଆରମ୍ଭରୁ ଇଂଲଣ୍ଡ ଦଳ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଜୋରଦାର ପ୍ରହାର କରିଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଡକେଟ୍‌ ୬୫ ରନ କରିଥିବାବେଳେ ଜୋ ରୁଟ୍‌ ୬୯ ରନ କରିଥିଲେ । ପ୍ରଥମ ଇଂନିଙ୍ଗସରେ ଇଂଲଣ୍ଡ ୪୯.୫ ଓଭରରେ ସମସ୍ତ ଵିକେଟ ହରାଇ ୩୦୪ ରନ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ବୋଲିଂ କରି ରବୀନ୍ଦ୍ର ଜାଡେଜା ୩ଟି ଵିକେଟ ନେଇଥିବାବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡ୍ୟା, ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏଁ ଵିକେଟ ନେଇଥିଲେ ।
ଜବାବରେ ଭାରତ ମଧ୍ୟ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲା । ଭାରତର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍। ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍ ସଂଗ୍ରହ କରିଥିଲେ। କ୍ୟାପଟେନ ରୋହିତ ଶର୍ମା ୯୦ ବଲ୍ ଖେଳି ବିସ୍ଫୋରକ ୧୧୯ ରନ କରିଥିବାବେଳେ ଶୁଭମନ ଗୀଲ ୬୦ ରନ କରିଥିଲେ । ସେହିପରି ଶ୍ରେୟାସ ଆୟର ୪୪ ରନ କରିଥିବାବେଳେ ଅକ୍ଷର ପଟେଲ ୪୧ ରନ କରି ଭାରତକୁ ବିଜୟୀ କରିଥିଲେ ।
ଆଜି ବାରବାଟୀ ଫାଇଟ୍‌ : ବିଜୟ ସହ ୫ଟିକିଆ ସିରିଜ୍‌ରେ କମ୍ ବ୍ୟାକ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
କଟକ : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି। ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବ ମହା ମୁକାବିଲା। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପିଚ୍ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ଗତକାଲି ଉଭୟ ଦଳ ବାରବାଟୀରେ ନେଟ୍ ପ୍ରାକ୍ଟିସ୍ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।
ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା। ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି। ଗତକାଲି ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁମାର ମଧ୍ୟ ଏହି କଥା କହିଥିଲେ। ସେ କହିଥିଲେ ଯେ ପ୍ରଥମ ମ୍ୟାଚ୍‌ରେ ଦଳ ଭଲ ବୋଲିଂ କରି ନଥିବାରୁ ହାରିଲା। ଏଥର ବ୍ୟାଟିଂ ସହ ଭଲ ବୋଲିଂ କରି ଦଳ ବିଜୟ ଧାରାକୁ ଫେରିବ ଓ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବ।
ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ। ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍‌ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ। ଗତକାଲି ଦୁଇ ଦଳର ଖେଳାଳି ବାରବାଟୀ ଯାଇ ପଡ଼ିଆରେ ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।
ଏହି ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରାଧାନ୍ୟ ଭରା ବିଜୟ ହାସଲ କରିଥିବାରୁ ଋଷଭ ପନ୍ତ୍‌ଙ୍କ ଦଳକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ରମୁଖ ତଥା ବରିଷ୍ଠ ଖେଳାଳିଙ୍କ ବିନା ଏହି ଶୃଙ୍ଖଳା ଖେଳୁଥିବାରୁ ଯୁବ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ତଥାପି ଅଧିନାୟକ ଋଷଭ ପନ୍ତ୍‌ଙ୍କ ସହ ହାର୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ଈଶାନ କିଶନ, ଦୀନେଶ କାର୍ତ୍ତିକ, ୟୁଝବେନ୍ଦ୍ର ଚହଲଙ୍କ ଭଳି ବରିଷ୍ଠଙ୍କ ଉପରେ ଘରୋଇ ଦଳର ଆଶା ଭରସା ରହିଛି।
ସେପେଟ ଆଇପିଏଲ୍‌ରେ ନିଜର ଦ୍ରୁତ ବୋଲିଂ ଲାଗି ଚର୍ଚ୍ଚାରେ ରହିଥିବା ଉମ୍ରାନ ମଲିକଙ୍କ ଲାଗି ବାରବାଟୀ ଭାଗ୍ୟଶାଳୀ ହେବାକୁ ଯାଉଛି। ଆଜି ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶେଷ କରି ପ୍ରଥମ ଟି-୨୦ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ଅଭେସ ଖାନଙ୍କୁ ଦଳରୁ ବାଦ୍‍ ଦିଆଯିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ଉମ୍ରାନଙ୍କୁ ସୁଯୋଗ ମିଳିପାରେ। ଯଦି ସେ ଏଠାରେ ଖେଳନ୍ତି ତେବେ ବାରବାଟୀ ତାଙ୍କ ଲାଗି ଲକି ଗ୍ରାଉଣ୍ଡ ହେବ। କାହିଁକି ନା ଉମ୍ରାନଙ୍କର ଏହା ପଦାର୍ପଣ ଅନ୍ତର୍ଜାତୀୟ ମ୍ୟାଚ୍‍ ହେବ। ଆଇପିଏଲ୍‍ରେ ନିଜର କମାଲ ଦେଖାଇ ସାରିଥିବା ଏହି ଡାହାଣହାତୀ ବୋଲରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
ଦିଲ୍ଲୀରେ ଭାରତ ୨୧୧ ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଜବରଦସ୍ତ ବ୍ୟାଟିଂ କରି ଅନାୟାସରେ ଏହାକୁ ଅତିକ୍ରମ କରିଥିବାରୁ ଭାରତ ଉପରେ ଚାପ ରହିଛି। ବିଶେଷ କରି ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳିଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଜଣଙ୍କୁ ଛାଡ଼ି (ଅଭେସ୍‌ ଖାନ୍‌) ସମସ୍ତ ଭାରତୀୟ ବୋଲର ଓଭର ପିଛା ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିଥିଲେ। ରାସି ଭାନ୍ ଡର୍ ‌ଡସେନ୍‌ଙ୍କ କ୍ୟାଚ୍‌କୁ ଶ୍ରେୟସ ଆୟର ହାତଛଡ଼ା କରିବା ମ୍ୟାଚ୍‌କୁ ଏକତରଫା କରିଦେଇଥିଲା। ଏହି ଦୃଷ୍ଟିରୁ ବ୍ୟାଟରଙ୍କ ତୁଳନାରେ ବୋଲରଙ୍କ ଉପରେ ଅଧିକ ଚାପ ରହିବ। ଦିଲ୍ଲୀ ଭଳି ଫ୍ଲାଟ ବ୍ୟାଟିଂ ପିଚ୍‌ କିନ୍ତୁ ବାରବାଟୀରେ ମିଳିବ ନାହିଁ ବୋଲି ବିଶ୍ବାସ କରାଯାଉଛି।
ଅନ୍ୟପକ୍ଷରେ ସତେଜ ଶାରୀରିକ ଓ ମାନସିକ ଦୃଢ଼ତାରେ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ସହ ଆଇପିଏଲ୍‌-୧୫ର ସଫଳ ତାରକା ଡେଭିଡ୍‌ ମିଲରଙ୍କ ଯୋଗଦାନ ଭ୍ରମଣକାରୀ ଦଳକୁ ଘରଠୁ ଦୂରରେ ରହି ଘରୋଇ ପରିବେଶରେ ଖେଳିବାର ଅନୁଭବ ଦେଇଛି। ଭାରତ ମାଟିରେ କେବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନଥିବା ଏହି ଦଳ ଏବେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି। ତେମ୍ବା ବଭୂମାଙ୍କ ଦଳର ମନୋବଳ ମଧ୍ୟ ଆକାଶଛୁଆଁ ରହିଛି। ବ୍ୟାଟିଂରେ କ୍ବିଣ୍ଟିନ୍ ଡି’କକ୍‌, ତେମ୍ବା ବଭୂମା, ରାସି ଭାନ୍‌ ‌ଡର୍‌ ଦସେନ୍‌, ଡେଭିଡ୍ ମିଲରଙ୍କ ଉପସ୍ଥିତି ମଧ୍ୟ ଏହି ଦଳକୁ ଏକ ବ୍ୟାଟିଂ ଶକ୍ତିରେ ପରିଣତ କରିଛି। ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେଁଙ୍କ ଭଳି ଖେଳାଳିଙ୍କୁ ବି ବାହାରେ ବସିବାକୁ ପଡ଼ିଛି। ବୋଲିଂରେ ମଧ୍ୟ କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଡ୍ବାନ୍ ପ୍ରିଟୋରିୟସ, କେଶବ ମହାରାଜ, ତାବ୍ରାଇଜ ସାମସୀଙ୍କୁ ନେଇ ବଭୂମାଙ୍କ ଦଳ ସନ୍ତୁଳିତ ରହିଛି।
୨୦୧୫ ପରାଜୟର ପ୍ରତିଶୋଧ ସୁଯୋଗ
ଦୀର୍ଘ ୭ ବର୍ଷ ପରେ ଭାରତ ନିକଟରେ ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି। ଯଦି ରବିବାର ମ୍ୟାଚରେ ଭାରତ ବିଜୟୀ ହୁଏ ତେବେ ୭ ବର୍ଷ ପରେ ବାରବାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ପ୍ରତିଶୋଧ ନେବ। ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅନୁଷ୍ଠିତ ଟି-୨୦ରେ ସାମ୍ନାସାମ୍ନି ହୋଇଥିଲେ। ଏହାଥିଲା ବାରବାଟୀରେ ପ୍ରଥମ ଟ-୨୦ ଅର୍ନ୍ତଜାତୀୟ ମ୍ୟାଚ୍‍। ଏଥିରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‍ରେ ବିଜୟୀ ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଭାରତ ପ୍ରଥମେ ବ୍ୟାଟିଂ କରି ଦୟନୀୟ ପ୍ରଦର୍ଶନ କରି ମାତ୍ର ୯୨ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ୱିକେଟ୍‍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।
କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଟିକେଟ ବିକ୍ରି ସମୟରେ ଯେଉଁଭଳି ଭିଡ ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ ବାରବାଟୀରେ ଖଚାଖଚ ଦର୍ଶକ ରହିବେ । ବହୁ ଦର୍ଶକଙ୍କ ଆଗମନ ହେବାକୁ ଥିବାରୁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅପରାହ୍ନ ୩ଟାରୁ ସମସ୍ତ ଗେଟ୍ ଖୋଲାଯିବ। ଦର୍ଶକମାନେ ଯେଭଳି ବିନା ଭିଡ଼ରେ ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ, ସେହି ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଇଥିବା ଡିସିପି ପିନାକ୍ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରବାଟୀରେ ମ୍ୟାଚ୍ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ଡିସିପି ଦାୟିତ୍ବରେ ରହିବେ। ତାଙ୍କ ସହିତ ୭ ଜଣ ଅତିରିକ୍ତ ଏଡିସିପି, ୩୨ ଏସିପି, ୪୫ ଇନ୍‌ସ୍ପେକ୍ଟର, ୨୭୦ ଏସଆଇ, ୧୧୩ ଟ୍ରାଫିକ, ୬୨ ପ୍ଲାଟୁନ୍ ଫୋର୍ସ, ୪୩ ମହିଳା କନଷ୍ଟେବଳ, ୧୭୦ ହୋମଗାର୍ଡ ନିୟୋଜିତ ହେବେ। ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନରହିବ, ସେ ଦିଗରେ ଦୃଢ ପଦକ୍ଷେପ ନିଆଯିବ ‌ବୋଲି ଡିସିପି ସୂଚନା ଦେଇଛନ୍ତି।
କଟକ ବାହାର ଦର୍ଶକ କେଉଁବାଟେ ଷ୍ଟାଡିୟମକୁ ଆସିବେ?
କଟକକୁ ଭୁବନେଶ୍ବର କିମ୍ବା ଜଗତପୁର ପଟୁ କେହି ଆସୁଥିଲେ ଜାତୀୟ ରାଜପଥରେ ଶିଖରପୁର ଦେଇ ଗୁରୁଦ୍ବାରା-ଯୋବ୍ରା- ମାତାମଠ-ଗଡ଼ଗଡ଼ିଆ ମନ୍ଦିର-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ଷ୍ଟାଡିୟମକୁ ପ୍ରବେଶ କରିବେ। ସେଠୁ ବାରବାଟୀର ବିଭିନ୍ନ ଗେଟ୍‌ରେ ଷ୍ଟାଡିୟମ୍‌କୁ ଟିକେଟ୍‌ରେ ଉଲ୍ଲେଖ ଥିବା ଗ୍ୟାଲେରି ଅନୁଯାୟୀ ପ୍ରବେଶ କରିବେ। ସେହିଭଳି ପଟିଆ ପଟୁ ଆସିଲେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୂଳିଆ-ବେଲଭ୍ୟୁ-ସତୀଚଉରା-ଚହଟା-କ୍ୟାଣ୍ଟନମେଣ୍ଟ-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ପ୍ରବେଶ କରିବେ।
କେଉଁଠି କିଏ କରିବେ ଗାଡି ପାର୍କିଂ
୧. ତଳ ବାଲିଯାତ୍ରା ପଡ଼ିଆରେ ସର୍ବସାଧାରଣଙ୍କ ପାଇଁ ସିଏମ୍‌ସି ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।
୨. ଉପର ବାଲିଯାତ୍ରା ପଡ଼ିଆରେ ଜରୁରିକାଳୀନ ସେବା ଯୋଗାଉଥିବା ସରକାରୀ ସଂସ୍ଥାର ଅଧିକାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେମିତିକି ଅଗ୍ନିଶମ, ପୁଲିସ, ଆମ୍ବୁଲାନ୍ସ ଭଳି ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀ ଗାଡ଼ି ପାର୍କିଂ କରିବେ।
୩. ଗେଟ୍ ନଂ ୧ରେ ପ୍ରବେଶ କଲା ପରେ କ୍ରିକେଟ୍ ଏକାଡେମିରେ ଓସିଏ ସଦସ୍ୟଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି।
୪. ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା ରହିଛି।
୫. ୧୪ ନଂ ଗେଟ୍‌ରେ ପ୍ରବେଶ କରି ସେଣ୍ଟ ଜାଭିଅର ସ୍କୁଲ ପରିସରରେ ବିସିସିଆଇର ଅଧିକାରୀ, ମ୍ୟାଚ୍ ରେଫରି, ଅମ୍ପେୟାର, ଓସିଏ ଅଧିକାରୀ ଓ ଅତିଥିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
୬. ହର୍ସ ଗେଟ୍ ସାମନାରେ ବିଚାରପତି ଏବଂ ଟିଭି କ୍ରିଉଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
କେଉଁ ଗାଡି ପାଇଁ କେତେ ପାର୍କିଂ ଫି
ତଳ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଯାନ ଅନୁଯାୟୀ ଚାରି ପ୍ରକାର ମୂଲ୍ୟ ସ୍ଥିର ହୋଇଛି। ଚାରି ଚକିଆ ଗାଡ଼ି ପାଇଁ ୫୦ ଟଙ୍କା, ତିନି ଚକିଆ ଗାଡ଼ି ପାଇଁ ୩୦ ଟଙ୍କା, ଦୁଇ ଚକିଆ ଗାଡ଼ି ପାଇଁ ୨୦ ଟଙ୍କା, ବାଇସାଇକେଲ୍ ପାଇଁ ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ସକାଳ ୮ଟାରୁ ରାତି ୧୧ଟା ଯାଏ ପାର୍କିଂ ଖୋଲା ରହିବ। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଯଦି ପାର୍କିଂ ଦାୟିତ୍ବରେ ଥିବା ବ୍ୟକ୍ତି ନିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଟ୍ରାଫିକ୍ ପୁଲିସ ଓ ସିଏମ୍‌ସିର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ।
କେଉଁ ଷ୍ଟାଣ୍ଡକୁ କେଉଁ ବାଟେ ଯିବେ
ଓସିଏ ବକ୍ସ, ନ୍ୟୁ ପ୍ୟାଭିଲିୟନ୍‍, ପୁରୁଣା ପ୍ୟାଭିଲିୟନ୍‍: ଗେଟ୍‍ ନମ୍ବର ୧ ( ୱାଇଏମ୍‍ସିଏ ସାମ୍ନା)
ଗ୍ୟାଲେରୀ ନଂ ୫: ଗେଟ୍‍ ନମ୍ବର ୨ (ଆର୍ମି ରିକ୍ରୁଟିଂ ଅଫିସ)
ଗ୍ୟାଲେରୀ ନଂ ୭ ଓ ସ୍ପେସାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ଏ: ଗେଟ୍‍ ନମ୍ବର ୩ (ବାରବାଟୀ ପ୍ୟାଲେସ୍‍ ପାର୍ଶ୍ବ)
ଗ୍ୟାଲେରୀ ନଂ ୬: ଗେଟ୍‍ ନମ୍ବର ୪(ଆଦିତ୍ୟ କ୍ୟାଣ୍ଟିନ)
ସ୍ପେଶାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ବି: ଗେଟ୍‍ ନମ୍ବର ୫( ହର୍ସ ଗେଟ୍‍ ପାର୍ଶ୍ବ)
କର୍ପୋରେଟ୍‍ ବକ୍ସ, ଅଲିମ୍ପିକ୍‍ ବକ୍ସ ଏ: ଗେଟ୍‍ ନମ୍ବର ୬( ହର୍ସ ଗେଟ୍‍ ପାର୍ଶ୍ବ)
ଟିଭି କ୍ରିଉ: ଗେଟ୍‍ ନମ୍ବର ୭( ହର୍ସ ଗେଟ ପାର୍ଶ୍ବ)
କର୍ପୋରେଟ ବକ୍ସ ଓ ଅଲିମ୍ପିକ ବକ୍ସ ବି: ଗେଟ ନଂ ୮
ଗ୍ୟାଲେରୀ ନଂ ୧: ଗେଟ୍‍ ନମ୍ବର ୯
ଗ୍ୟାଲେରୀ ନଂ ୨: ଗେଟ୍‍ ନମ୍ବର ୧୦
ଏସି ବକ୍ସ(ଗ୍ୟାଲେରୀ ୨), କ୍ଲବ୍‍ ହାଉସ୍‍, ଏମ୍‍ଜିଏମ୍‍ ବକ୍ସ: ଗେଟ ନମ୍ବର ୧୧
ଗ୍ୟାଲେରୀ ନଂ ୩: ଗେଟ ନମ୍ବର ୧୨
ଗ୍ୟାଲେରୀ ନଂ ୪: ଗେଟ୍‍ ନମ୍ବର ୧୩
Basic idea about entry gates and parking arrangement at Barabati Stadium for 2nd T20 international Cricket Match between #INDvSA. pic.twitter.com/TSWnf88vq9
— DCP CUTTACK (@dcp_cuttack) June 11, 2022
ଷ୍ଟାଡିୟମ୍ ଭିତରକୁ ଯାଉଥିବା ଦର୍ଶକଙ୍କ ଉପରେ କଟକଣା
ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାକୁ ଥିବା କ୍ରୀଡ଼ାପ୍ରେମୀଙ୍କ ଉପରେ ଲାଗିଛି ଅନେକ କଟକଣା।ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ଦର୍ଶକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ଏହିସବୁ ସୁବିଧା ମିଳିବ
ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଦର୍ଶକ ଟଙ୍କା ଦେଇ ଖାଦ୍ୟ, ପାଣି କିଣି ପାରିବେ। ଷ୍ଟାଡିୟମ ଭିତରେ ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି। ଦର୍ଶକ ଖେଳ ସମୟରେ ଷ୍ଟାଡିୟମ ବାହାରକୁ ଆସି ପୁଣି ଭିତରକୁ ଯିବାର ଅନୁମତି ନଥିବାରୁ ଓସିଏ ପକ୍ଷରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି।
ସୁପର ସଣ୍ଡେରେ ଆଜି ବାରବାଟୀ ମହାଲଢେଇ: ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ମୁହାମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା
କଟକ: ସୁପର ସଣ୍ଡେରେ ଆଜି ବାରବାଟୀ ଷ୍ଟାଡିୟମରେ ହେବ ସୁପର ଫାଇଟ୍ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଆଜି ମୁହାମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ପ୍ରତୀକ୍ଷାର ସମୟ ଯେତିକି ସରି ସରି ଆସୁଛି, କ୍ରିକେଟ୍‌ପ୍ରେମୀଙ୍କ ମହଲରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରହିଛି ଟିମ୍ ଇଣ୍ଡିଆ । ଗତକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଦୁଇ ଦେଶର ଖେଳାଳି ।
ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ୱିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ସେହିପରି ଆଜିର ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ପେସର ଭୁବନେଶ୍ୱର କୁମାର । ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଓ୍ବେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ପ୍ରବେଶ କରିପାରିବେ ଦର୍ଶକ । ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯାଇଥିଲା । ଆଉ ଭାରତୀୟ ଟିମ୍ ପରାଜୟ ବରଣ କରିଥିଲା । ଆଜି ଦ୍ୱିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ । ଏହି ପିଚରେ ଦୁଇ ଦଳ ମଧ୍ୟରେ ଗୋଟିଏ ଭଲ ମ୍ୟାଚ ଖେଳାଯିବ ବୋଲି ସମସ୍ତ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।