Justin Bieber - The Sakala

୧୦ ମିଲିୟନ ଡଲାର ଫି' ନେଇ ଜଷ୍ଟିନ ବିବର କଲେ 'ଅଳସୁଆ' ପ୍ରଦର୍ଶନ, ସମାଲୋଚନାର ଶିକାର
ପପ୍ ଷ୍ଟାର ଜଷ୍ଟିନ ବିବର (Justin Bieber) ନିଜର କୋଚେଲା ୨୦୨୬ (Coachella 2026) ର ପ୍ରଦର୍ଶନ ପାଇଁ ବର୍ତ୍ତମାନ କଡ଼ା ସମାଲୋଚନାର ଶିକାର ହେଉଛନ୍ତି। ଏହି ମ୍ୟୁଜିକ୍ ଫେଷ୍ଟିଭାଲ୍‌ରେ ସେ ଇତିହାସର ସବୁଠାରୁ ମହଙ୍ଗା କଳାକାର ଭାବେ ରେକର୍ଡ କରିଥିଲେ ମଧ୍ୟ ତାଙ୍କର ପ୍ରଦର୍ଶନ ପ୍ରଶଂସକମାନଙ୍କୁ ନିରାଶ କରିଛି। ରିପୋର୍ଟ ଅନୁଯାୟୀ, ଗାୟକ ଏହି ଇଭେଣ୍ଟ ପାଇଁ ରେକର୍ଡ ୧୦ ମିଲିୟନ ଡଲାର ଫି' ନେଇଛନ୍ତି, କିନ୍ତୁ ଷ୍ଟେଜ୍ ଉପରେ ତାଙ୍କର 'ଅଳସୁଆ' ଶୈଳୀକୁ ନେଇ ସୋସିଆଲ୍ ମିଡିଆରେ ଅସନ୍ତୋଷ ପ୍ରକାଶ ପାଇଛି।

ଷ୍ଟେଜ୍‌ରେ କେବଳ ଲାପଟପ୍ ଆଉ ୟୁଟ୍ୟୁବ୍ ଭିଡିଓ

ବିବରଙ୍କ ଏହି ବହୁ ପ୍ରତୀକ୍ଷିତ କମ୍‌ବ୍ୟାକ୍ ପ୍ରଦର୍ଶନ ଅତ୍ୟନ୍ତ ସାଧାରଣ ଥିଲା। ଶନିବାର ରାତିରେ ସେ ଏକ ହୁଡି ଏବଂ ସର୍ଟସ୍ ପିନ୍ଧି ଷ୍ଟେଜ୍‌ରେ ପହଞ୍ଚିଥିଲେ। କୌଣସି ଡ୍ୟାନ୍ସର କିମ୍ବା ଲାଇଭ୍ ବ୍ୟାଣ୍ଡ ବିନା, ସେ କେବଳ ଗୋଟିଏ ଷ୍ଟୁଲ୍ ଉପରେ ବସି ନିଜ ଲାପଟପ୍‌ରୁ ପୁରୁଣା ୟୁଟ୍ୟୁବ୍ ଭିଡିଓ (YouTube Videos) ଚଲାଇଥିଲେ। ନିଜର ନୂଆ ଆଲବମ୍ 'ସ୍ୱାଗ୍-୨' (SWAG II) ସମେତ ତାଙ୍କର କିଛି ଲୋକପ୍ରିୟ ଗୀତଗୁଡ଼ିକୁ ସେ ଲାପଟପ୍ ମାଧ୍ୟମରେ ପ୍ରଦର୍ଶନ କରିଥିଲେ, ଯାହା ଉପସ୍ଥିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଦର୍ଶକଙ୍କ ତୀବ୍ର ସମାଲୋଚନା ଓ 'ଡବଲ୍ ଷ୍ଟାଣ୍ଡାର୍ଡ' ବିତର୍କ

ଏହି ପ୍ରଦର୍ଶନ ପରେ ଟ୍ୱିଟର (X) ଓ ଅନ୍ୟାନ୍ୟ ସୋସିଆଲ୍ ମିଡିଆରେ ଦର୍ଶକଙ୍କ ପ୍ରତିକ୍ରିୟାର ସୁଅ ଛୁଟିଥିଲା। ଅନେକ ପ୍ରଶଂସକ କହିଥିଲେ ଯେ ବିବର କେବଳ ୟୁଟ୍ୟୁବ୍ ଗୀତ ବଜାଇବା ପାଇଁ ୧୦ ମିଲିୟନ ଡଲାର୍ ନେଇ ଆୟୋଜକଙ୍କୁ ଠକିଛନ୍ତି। ଏହାସହ ଇଣ୍ଡଷ୍ଟ୍ରିରେ ଥିବା 'ଡବଲ୍ ଷ୍ଟାଣ୍ଡାର୍ଡ' (ଦୈତ୍ୟ ନୀତି) କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।

ପ୍ରଶଂସକମାନେ ବିବରଙ୍କ ଏହି ପ୍ରଦର୍ଶନକୁ ମହିଳା କଳାକାର ସାବ୍ରିନା କାର୍ପେଣ୍ଟର (Sabrina Carpenter) ଙ୍କ ସହ ତୁଳନା କରିଛନ୍ତି। ସାବ୍ରିନାଙ୍କୁ ଏହି ଇଭେଣ୍ଟ ପାଇଁ କେବଳ ୫ ମିଲିୟନ ଡଲାର ମିଳିଥିବାବେଳେ ସେ ଚମତ୍କାର ଆଉଟଫିଟ୍, କୋରିଓଗ୍ରାଫି ଓ ବାସ୍ତବିକ ଭୋକାଲ୍ସ ସହ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇଥିଲେ। ଗୋଟିଏ କମେଣ୍ଟରେ ଲେଖାଯାଇଛି ଯେ, 'ଯଦି ସାବ୍ରିନା କାର୍ପେଣ୍ଟର ବିବରଙ୍କ ଭଳି ଲାପଟପ୍ ଧରି ବସିଥାନ୍ତେ, ତେବେ ତାଙ୍କ କ୍ୟାରିଅର୍ ଶେଷ ହୋଇଯାଇଥାନ୍ତା'। ଆଉ କିଛି ଲୋକ ଏହାକୁ ଇତିହାସର ସବୁଠାରୁ 'ବୋରିଂ' ଏବଂ 'ଅସମ୍ମାନଜନକ' କୋଚେଲା ହେଡଲାଇନର୍ ବୋଲି କହିଛନ୍ତି।

କୋଚେଲାର ସର୍ବାଧିକ ପାରିଶ୍ରମିକପ୍ରାପ୍ତ କଳାକାର

ସମାଲୋଚନା ସତ୍ତ୍ୱେ, ଜଷ୍ଟିନ ବିବର ଏହି ଶୋ' ପାଇଁ ବିୟୋନ୍ସେ (Beyoncé) ଏବଂ ଲେଡି ଗାଗା (Lady Gaga) ଙ୍କ ଭଳି ପୂର୍ବତନ ହେଡଲାଇନର୍ସଙ୍କ ଆୟକୁ ପଛରେ ପକାଇଛନ୍ତି। ସେ କୋଚେଲା ଇତିହାସରେ ଏପର୍ଯ୍ୟନ୍ତ ସର୍ବାଧିକ ଅର୍ଥ ଗ୍ରହଣ କରିଥିବା କଳାକାର ପାଲଟିଛନ୍ତି। ତାଙ୍କ ପ୍ରଦର୍ଶନ ସମୟରେ ଷ୍ଟେଜ୍‌ରେ ଡିଜୋନ୍ (Dijon) ଏବଂ ଟେମ୍‌ସ୍ (Tems) ମଧ୍ୟ ଅତିଥି ଭାବେ ନଜର ଆସିଥିଲେ। ତାଙ୍କର ଏହି ଶୋ' ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଥିଲା ଏବଂ କିଛି ରିପୋର୍ଟର ଟ୍ରାଫିକରେ ଘଣ୍ଟା ଘଣ୍ଟା ଫସି ରହିଥିବା ଖବର ମଧ୍ୟ ଆସିଛି।

ଜଷ୍ଟିନ୍ ବିବରଙ୍କ ଫ୍ୟାନଙ୍କୁ ବଡ଼ ଝଟକା: ମୁଖ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ ପପ୍ ଗାୟକ ଜଷ୍ଟିନ ବିବର୍
ନ୍ୟୁୟର୍କ: ଜଷ୍ଟିନ୍ ବିବରଙ୍କ ଫ୍ୟାନକୁ ବଡ଼ ଝଟକା । ଆଉ ହସି ପାରୁନାହାନ୍ତି କି ଠିକରେ ଆଖି ଖୋଲି ପାରୁନାହାନ୍ତି ଜଷ୍ଟିନ୍, । ୨୮ ବର୍ଷୀୟ ଲୋକପ୍ରିୟ ହଲିଉଡ୍ ଗାୟକ ଜଷ୍ଟିନ ବିବରଙ୍କୁ ହୋଇଛି ଭୟଙ୍କର ରୋଗ । ପପ୍ ଗାୟକ ଜଷ୍ଟିନ ବିବର୍ ମୁଖ ପକ୍ଷାଘାତର ଶିକାର ହୋଇଛନ୍ତି । ତେଣୁ ଏହି ସପ୍ତାହର ଶୋ’ ତାଙ୍କୁ ବାତିଲ କରିବାକୁ ପଡ଼ିଛି । ୨୮ ବର୍ଷ ବୟସ୍କ ଏହି ଲୋକପ୍ରିୟ ଗାୟକ ଏକ ଇନଷ୍ଟାଗ୍ରାମ ଭିଡିଓରେ ତାଙ୍କ ମୁଖ ପକ୍ଷାଘାତ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ‘ରାମସେ ହଣ୍ଟ୍ ସିଣ୍ଡ୍ରୋମ୍’ ଯୋଗୁଁ ଏହି ଅବସ୍ଥା ଘଟିଛି।

ସେ ଏହି ଭିଡ଼ିଓରେ କହୁଛନ୍ତି, “ଯେପରି ଆପଣ ଦେଖୁଥିବେ ମୁଁ ଗୋଟିଏ ଆଖି ପକାଇ ପାରୁନି। ମୁଁ ମୋ ମୁହଁର ଗୋଟିଏ ପାର୍ଶ୍ୱରେ ମଧ୍ୟ ହସି ପାରୁନାହିଁ, ତେଣୁ ମୋ ମୁହଁର ଗୋଟିଏ ପାର୍ଶ୍ୱ ସଂପୂର୍ଣ୍ଣ ପକ୍ଷାଘାତ ହୋଇଯାଇଛି। ” ବିଶେଷଜ୍ଞମାନେ କହିଛନ୍ତି ଯେ ଜଣେ ‘ରାମସେ ହଣ୍ଟ୍ ସିଣ୍ଡ୍ରୋମ୍’ରେ ସେତେବେଳେ ଆକ୍ରାନ୍ତ ହୁଅନ୍ତି ଯେତେବେଳେ ସିଙ୍ଗଲେସ୍ (ଏକ ପ୍ରକାର ଚର୍ମରୋଗ) ରୋଗର କାନ ପାଖରେ ଥିବା ମୁଖର ସ୍ନାୟୁକୁ ପ୍ରଭାବିତ କରିଥାଏ |

ବିବର ଜଷ୍ଟିସ୍ ୱାର୍ଲ୍ଡ ଟୁରର ତିନୋଟି ଶୋ’କୁ ଏହି ସପ୍ତାହ ପୂର୍ବରୁ ସ୍ଥଗିତ ରଖିବାକୁ ଘୋଷଣା କରାଯାଇଥିଲା | କାନାଡାର ଏହି ପପ୍ ଷ୍ଟାର୍ ତାଙ୍କ ମୁହଁର ଡାହାଣ ପାର୍ଶ୍ୱକୁ ଦେଖାଇଥିବା ତିନି ମିନିଟର ଭିଡିଓରେ କହିଛନ୍ତି ଯେ ଏହି ଭାଇରସ୍ ମୋ କାନ ଉପରେ ଏବଂ ମୋର ମୁଖ ସ୍ନାୟୁ ଉପରେ ଆକ୍ରମଣ କରିଛି ଏବଂ ମୋର ମୁଖ ପକ୍ଷାଘାତ ହୋଇଛି।

ସେ ତାଙ୍କ ପ୍ରଶଂସକମାନଙ୍କୁ ଧୈର୍ଯ୍ୟ ଧରିବାକୁ ଅନୁରୋଧ କରି କହିଛନ୍ତି ଯେ ତାଙ୍କର ଆଗାମୀ ଶୋ’ ବିଷୟରେ କହିଥିଲେ ଯେ ସେ ଶାରୀରିକ ଭାବରେ ଏହି ସୋ କରିବାକୁ ସକ୍ଷମ ହୋଇ ନାହାଁନ୍ତି।