Family Violence - The Sakala

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ସ୍ୱାମୀ
ଜଳେଶ୍ୱର: ସ୍ତ୍ରୀକୁ ଅତି ନିର୍ମମ ଭାବେ ହାଣିଲା ନୃଶଂସ ସ୍ୱାମୀ । ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଉଛନ୍ତି ଲିଲି ଦଣ୍ଡପାଟ । ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଠାକୁ ଅଟକ ରଖି ତଦନ୍ତ କରୁଛି ଜଳେଶ୍ୱର ପୋଲିସ।

ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅ ଲିଲିଙ୍କୁ ଗତ ୧୦ବର୍ଷ ତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ବିବାହ କରିଥିଲେ। ବିବାହ ପର ଠାରୁ ଲିଲିଙ୍କୁ ସ୍ଵାମୀ ଓ ଶାଶୁ ଘର ଲୋକେ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଳହ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ଅର୍ଜୁନ ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ପାରିବାରିକ କଳହର କରୁଣା ପରିଣତି, ସ୍ତ୍ରୀର ଗଳାକାଟି ହତ୍ୟା କରିବାପରେ ଆତ୍ମହତ୍ୟା କଲା ସ୍ୱାମୀ
ଭଦ୍ରକ: ଉଗ୍ର ହେଲା ପାରିବାରିକ କଳହ । ସ୍ତ୍ରୀକୁ କଟୁରିରେ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମୌଲାନା ସାହି ଠାରେ । ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ ଶୋଇବା ଘର ଭିତରେ କଟୁରୀରେ ହତ୍ୟା କଲା ପରେ ଘରେ ଚାବି ଦେଇ ନିଜେ ଗାଁ ପାଖ ବିଲରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛି।

ସୂଚନା ଅନୁଯାୟୀ, ସେହି ଗାଁର ଭାସ୍କର ସାମଲଙ୍କର ସ୍ତ୍ରୀ ସସ୍ମିତାଙ୍କ ସହ ମନମାଳିନ୍ୟ ଥିଲା । ଏମିତି କି କିଛି ମାସ ପୂର୍ବରୁ ଭଦ୍ର ଲୋକଙ୍କ ସମ୍ମୁଖରେ ସମାଧାନ ହୋଇଥିଲା । କିନ୍ତୁ ଆଜି ସକାଳୁ ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ । ବେକ , ଛାତି ଓ ହାତରେ ଗଭୀର ଆଘାତ ଥିବା ସୂଚନା ମିଳିଛି । ତେବେ ପରେ ସ୍ବାମୀ ଭାସ୍କର ସାମଲଙ୍କର ମୃତ ଦେହ ଘର ନିକଟରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ତେବେ ଏହି ଘଟଣା ପାରିବାରିକ କଳହ ପାଇଁ ହୋଇଥିବା କୁହାଯାଉଛି । ସ୍ତ୍ରୀ ସସ୍ମିତାକୁ ହତ୍ୟା ପରେ ଘର ବାହାରୁ ତାଲା ପଡିଥିଲା । ଲୋକେ ଭାସ୍କରଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ଘରେ ତାଲା ପଡିଥିଲା ଓ ସସ୍ମିତାଙ୍କ ବିଷୟରେ କୌଣସି ଖବର ନମିଳିବାରୁ, ଘରର ତାଲା ଭଙ୍ଗା ଯାଇଥିଲା । ଘର ଭିତରେ ସସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବା ପାଇଁ ମିଳିଥିଲା । ଧାମନଗର ପୋଲିସ ଘଟଣାସ୍ଥଳରେ ପହଁଚିଛି ଓ ତଦନ୍ତ ଆରମ୍ଭ କରିଛି ।

ପାରିବାରିକ କଳହର କରୁଣ ପରିଣତି; ମଦ୍ୟପ ସ୍ଵାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ
ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ଅଧୀନ କାୟାଲମ୍ବା ଗାଁ କ୍ରାଣ୍ଡିବାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି I ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ୍ୟୁବରଣ କରିଛି I ମୃତକ ଜଣକ ଫିରିଙ୍ଗିଆ ବ୍ଲକ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗାଁର ମିନତୀ କହଁର ବୋଲି ଜଣାପଡିଛି । ପ୍ରାୟ ୧୫ ବର୍ଷ ତଳେ ମୃତ ମିନତୀ କାୟାଲମ୍ବା କ୍ରାଣ୍ଡିବାଲି ସାହିର ସଦାଶିବ ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ତାଙ୍କାର ଏକ ୧୦ ବର୍ଷର ଝିଅ ରହିଛି। ତେବେ ଉଭୟ ସ୍ୱାମୀ ସ୍ତ୍ରୀ ଅଲଗା ଅଲଗା ଜାତିର ହୋଇଥିବାରୁ ଉଭୟ ପରିବାର ଲୋକଙ୍କ ଅନିଚ୍ଛା ସତ୍ୱେ ସେମାନେ ପ୍ରେମ ବିବାହ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ମନୋମାଳିନ୍ୟ ରହିଥିଲେ ବି ପରେ ଉଭୟ ପରିବାର ମଧ୍ୟରେ ସମ୍ପର୍କ ସୁଧୁରିଥିଲା ।

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ତିନିଟାରେ ମୃତ ମିନତୀ କହଁର ତାଙ୍କ କକାଙ୍କୁ ଫୋନ ଯୋଗେ ସ୍ୱାମୀ ମାଦ୍ୟପାନ କରିଥିବା କହିଥିଲେ । ରାତିରେ ମଦ୍ୟପ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଲାଗିରହିଥିବା ପାରିବାରିକ କଳହକୁ ନେଇ ବଚସା ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ମଦ୍ୟପ ସ୍ୱାମୀ ଏକ ଟାଙ୍ଗିଆ ବେଣ୍ଟରେ ମାଡ ମାରିଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣା ସ୍ଥଳରେ ହିଁ ସ୍ତ୍ରୀ ମିନତୀର ମୃତ୍ୟୁ ହୋଇଥିଲା I ହତ୍ୟା କରିସାରିବା ପରେ ହତ୍ୟାକାରୀ ସ୍ୱାମୀ ଫିରିଙ୍ଗିଆ ଥାନାରେ ଆତ୍ମ ସମର୍ପଣ କରିଥିବା ଜଣାପଡିଛି I ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ମୃତଦେହ ଜବତ କରିଛନ୍ତି । ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛନ୍ତି l

ଦମ୍ପତିଙ୍କ ମଧ୍ୟରେ ବୁଝାମଣାର ଅଭାବରୁ ଘଟୁଛି ହତ୍ୟାକାଣ୍ଡ; ୫ ବର୍ଷରେ ପାରିବାରିକ କଳହରୁ ୮୪ ହତ୍ୟା
ଭୁବନେଶ୍ୱର: ରାଜଧାନୀରେ ପାରିବାରିକ କଳହ ଉତ୍କଟ ରୂପ ନେଲାଣି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ହାତଧରି ବିବାହ କରିଥିବା ପତ୍ନୀର ଜୀବନ ନେଉଛି ସ୍ୱାମୀ। କେବଳ ପତ୍ନୀ ନୁହେଁ ଛୋଟ ଶିଶୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ବର୍ଷ ହେବ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଯେଉଁଥି ପାଇଁ ଅନାଥ ହୋଇଯାଉଛନ୍ତି କୁନି ପୁଅ ଏବଂ ଝିଅ। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଜେଲ୍‍ ଯାଉଥିବା ବେଳେ ପିଲାର ଭବିଷ୍ୟତ ଅନ୍ଧାର ହୋଇଯାଉଛି। ଏଭଳି ଘଟଣା ଘଟିବାର ମୁଖ୍ୟ କାରଣ ହେଲା ଯୌଥ ପରିବାରର ଅଭାବ। କାରଣ ପତି,ପତ୍ନୀ ବିବାହ କରିବା ପରେ ଏକଲା ରହିବାକୁ ହିଁ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ସେମାନେ ପରିବାର ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଉଛନ୍ତି। ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲେ ଏହାକୁ ସମାଧାନ କରିବାକୁ କେହି ନାହାନ୍ତିଁ। ଦମ୍ପତିଙ୍କ ମଧ୍ୟରେ କଥା କଟାକଟି ପରେ ସବୁ କିଛି ଓଲଟପାଲଟ ହୋଇଯାଉଛି। ସ୍ୱାମୀ ଧାରୁଆ ଛୁରିରେ ସ୍ତ୍ରୀର ବେକ କାଟି ହତ୍ୟା କରୁଛି।

୨୦୨୧ରେ ୪୭ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୪୭ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୧୬ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୨୦ରେ ୪୯ଟି ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୬୫ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ପ୍ରାୟ ୧୪ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୧୯ରେ ୩୯ ହତ୍ୟା ମାମଲା ହୋଇଥିବା ବେଳେ ୫୯ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୨୦ଟି ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୧୮ରେ ୪୩ଟି ହତ୍ୟା ମାମଲା ହୋଇଥିବା ବେଳେ ୪୩ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ପାରିବାରିକ କଳହ ପାଇଁ ୨୦ଟି ହତ୍ୟାକାଣ୍ଡ ଘଟିଥିଲା। ସେହିପରି ୨୦୧୭ରେ ୨୯ଟି ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୩୬ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୧୪ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା।

ଛୁରି ଭୁସି ସ୍ତ୍ରୀକୁ ହତ୍ୟା

ପାରିବାରିକ କଳହକୁ କେନ୍ଦ୍ରକରି ଗତକାଲି ଭରତପୁର ଥାନା ଘାଟିକିଆରେ ସ୍ତ୍ରୀ ସରସ୍ୱତୀ ଦାଶଙ୍କୁ ଛୁରି ଭୁସି ହତ୍ୟା କରିଛି ସ୍ୱାମୀ ସଞ୍ଜିତ୍‍ ଦାଶ। ଏଥିସହ ୫ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି। ୨୦୧୫ରେ ସଞ୍ଜିତ୍‍ ପ୍ରେମ ବିବାହ କରିଥିଲେ। ସ୍ତ୍ରୀ ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଚାକିରି ନ କରି ନିଶା ଖାଉଥିଲେ। ଯେଉଁଥି ପାଇଁ ପାରିବାରିକ କଳହ ହେଉଥିଲା। ଶେଷରେ ଗତକାଲି ଛୁରିରେ ସ୍ତ୍ରୀକୁ ଭୁସି ହତ୍ୟା କରିଥିଲା ସଞ୍ଜିତ।

କୁନି ଝିଅ ଆଗରେ ମା’କୁ ହତ୍ୟା

ଗତ ଏପ୍ରିଲ ମାସ ୩୦ ତାରିଖରେ ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ କୁନି ଝିଅ ଆଗରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲା। ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନ ଦାଶ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପତ୍ନୀ ନିଳୀମା ଦାଶ ଓରଫ ଲିଲିକୁ ପିଟାପିଟି କରୁଥିଲା। ହେଲେ ଘଟଣା ଦିନ ଲିଲି କୌଣସି କାରଣ ପାଇଁ କୁନି ଝିଅକୁ ଗାଳି ଦେଇଥିଲେ। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଥିଲା।

ପତ୍ନୀ ଏବଂ ଶାଳୀଙ୍କୁ ବୀଭତ୍ସ ହତ୍ୟା

ଗତ ଏପ୍ରିଲ ୭ ତାରିଖରେ ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଡବଲ ମର୍ଡର ହତ୍ୟାକାଣ୍ଡ ଘଟିଥିଲା। ଏସି ଅପରେଟର ଭାବେ କାମ କରୁଥିବା ବିଜୟ କେତନ ସେଠୀ ତାଙ୍କ ପତ୍ନୀ ଗାୟତ୍ରୀ ଓ ଶାଳୀ ସରସ୍ୱତୀଙ୍କୁ ଟାଙ୍ଗିଆରେ ହାଣୀ ହତ୍ୟା କରିଥିଲା। ଅଭିଯୁକ୍ତ ୨୦୧୧ରେ ଗାୟତ୍ରୀଙ୍କୁ ବିବାହ କରିଥିଲେ। ବିବାହର ୧୧ବର୍ଷ ପରେ ପିଲାଛୁଆ ହେଉନଥିଲା। ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ତେଣୁ ଏହି କାରଣକୁ ନେଇ ଅଭିଯୁକ୍ତ ସ୍ତ୍ରୀ ଏବଂ ଶାଳୀକୁ ହତ୍ୟା କରିଥିଲା।

ଛୁଆକୁ ହତ୍ୟା କରି ଝୁଲି ପଡ଼ିଥିଲେ ଦମ୍ପତି

ଏପ୍ରିଲ ୨୮ରେ ପାରିବାରିକ କଳହକୁ କେନ୍ଦ୍ରକରି ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରରେ ଦୁଃଖଦ ଘଟଣା ଦେଖିବାକୁ ମଳିଥିଲା। ୧୫ ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ବେକରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ। ମୃତକମାନେ ହେଲେ ମହାରାଷ୍ଟ୍ରର ତୁଷାର ରାଜେନ୍ଦ୍ର ଜଗତବ(୨୬), ସ୍ତ୍ରୀ ନୀଳା ତୁଷାର ଜଗ୍‍ତବ୍‍(୨୨) ଓ ଝିଅ ଶିବିନ୍ୟା।