Family Dispute - The Sakala

ଦେବଗଡ଼ରେ ଟ୍ରିପଲ ମର୍ଡର: ପାରିବାରିକ କଳହକୁ କେନ୍ଦ୍ରକରି ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା
ଦେବଗଡ଼: ପାରିବାରିକ କଳହକୁ କେନ୍ଦ୍ରକରି ଦେବଗଡ଼ରେ ଟ୍ରିପଲ ମର୍ଡର । ଗୋଟିଏ ପରିବାରର ୩ ଜଣଙ୍କୁ ହାତୁଡ଼ିରେ ପିଟିପିଟି  ନିର୍ମମ ହତ୍ୟା । ହାତୁଡ଼ିରେ ପିଟି ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହତ୍ୟା। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଘଟିଛି ଏପରି ଜଘନ୍ୟ ହତ୍ୟାକାଣ୍ଡ । ନିର୍ମମ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଶ୍ବଶୁର ରମେଶ ଗରିଆ ଫେରାର ହୋଇଯାଇଛି। ଖବର ପାଇ କୁଣ୍ଢେଇଗୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଗରିଆପାଲି ଗାଁରେ ରମେଶ ଗରିଆ ଘରେ କୌଣସି କାରଣକୁ ନେଇ ପାରିବାରିକ ବିବାଦ ଦେଖାଦେଇଥିଲା । ପରେ ବିବାଦ ଏତେ ଉଗ୍ରରୂପ ନେଇଥିଲା ଯେ, ରମେଶ ରାଗି ଯାଇ ଘରେ ଥିବା ଏକ ହାତୁଡ଼ିରେ ପ୍ରଥମେ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା । ଯାହାକୁ ବୋହୂ ବିରୋଧ କରିଥିଲେ । ବୋହୂ ବିରୋଧ କରିବା ଦେଖି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ନୃଶଂସ ଶ୍ୱଶୁର । ସେହି ଆକ୍ରମଣରେ ବୋହୂଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା । ଏସବୁ ଭିତରେ ସ୍ତ୍ରୀ ଓ ବୋହୂଙ୍କ ପାଖରେ ଥିବା ନାତୁଣୀକୁ ବି ହାତୁଡ଼ିରେ ଆକ୍ରମଣ କରିଥିଲା । ଯେଉଁଥିରେ ନାତୁଣୀର ମଧ୍ୟ ଜୀବନ ଚାଲିଯାଇଛି । ତିନିଜଣଙ୍କୁ ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଅଭିଯୁକ୍ତ । ଘଟଣା ସଂପର୍କରେ ପଡୋଶୀ ଲୋକ ତୁରନ୍ତ କୁଣ୍ଢେଇଗୋଳ ଥାନାକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି ।

ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ
କଣ୍ଟାବାଞ୍ଜି: ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ନୃଶଂସ ସ୍ୱାମୀ । ସିନ୍ଧେକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଜାମପଡ଼ା ଗାଁରେ ଘଟିଛି ଏପରି ଅଘଟଣ । ମୃତକ ହେଉଛନ୍ତି ପୁଷ୍ପାଞ୍ଜଳି ରଣା । ଅଭିଯୁକ୍ତ ସ୍ୱାମୀ ବୈଶାଖୁ ରଣାକୁ ଅଟକ ରଖିଛି ସିନ୍ଧେକେଲା ଥାନା ପୋଲିସ । ମିଳିଥିବା ସୂଚନା ଅନୁସାରେ, ଗତ କିଛି ବର୍ଷ ହେଲା ଉଭୟ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାରିବାରିକ କଳହ ଲାଗିରହୁଥିବା ବେଳେ ବିଭିନ୍ନ ସମୟରେ ମଦ ପିଇ ସ୍ତ୍ରୀ କୁ ମାରପିଟ୍ କରୁଥିଲା । ଗତକାଲି ରାତିରେ ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ । ସିନ୍ଧେକେଲା ପୋଲିସ ଓ ଟିଟିଲାଗଡ଼ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ହତ୍ୟା ପରେ ସ୍ୱାମୀ ବୈଶାଖୁ ରଣା ଘରେ ଲୁଚି ରହିଥିବା ବେଳେ ତାକୁ ପୋଲିସ କାବୁ କରିଥିଲା ।

ବେଙ୍ଗାଲୁରୁରେ ରକ୍ତର ସମ୍ପର୍କରେ ଲାଗିଲା ଦାଗ: ବାପା-ମା’ଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସଫ୍ଟୱେୟାର ଇଞ୍ଜିନିୟର ପୁଅ
ବେଙ୍ଗାଲୁରୁ: ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା। ଯେଉଁ ବାପା ମା’ ପିଲାଟି ଦିନରୁ କଷ୍ଟ କରି ପାଠ ପଢ଼ାଇ ମଣିଷ କଲେ, ଶେଷରେ ସେହି ପୁଅ ହାତରେ ସେମାନଙ୍କ ଜୀବନ ଯାଇଛି। ବେଙ୍ଗାଲୁରୁରେ ଏକ ଅତ୍ୟନ୍ତ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୩ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟର ପୁଅ ନିଜର ବାପା ଏବଂ ମା’ଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ନୌସେନା ଅଧିକାରୀ ନବୀନ ଚନ୍ଦ୍ର ଭଟ୍ଟ (୬୦) ଏବଂ ତାଙ୍କ ପତ୍ନୀ ଦାନ୍ତ ଡାକ୍ତର ଶ୍ୟାମଳା ଭଟ୍ଟ (୫୫)।

ପାରିବାରିକ କଳହର କରୁଣ ପରିଣତି

ପୁଲିସ ସୂଚନା ଅନୁଯାୟୀ, ହାଲ୍‌ ପୁଲିସ୍‌ ଷ୍ଟେସନ ଅଧୀନରେ ଥିବା ବିଜ୍ଞାନ ନଗର ସ୍ଥିତ ଏକ ଆପାର୍ଟମେଣ୍ଟରେ ବୁଧବାର ସକାଳେ ଏହି ଘଟଣା ଘଟିଛି। ଅଭିଯୁକ୍ତ ପୁଅ ରୋହନ ଚନ୍ଦ୍ର ଭଟ୍ଟ (୩୩) ପାରିବାରିକ ବିବାଦକୁ କେନ୍ଦ୍ର କରି ଉତକ୍ଷିପ୍ତ ହୋଇ ଘର ଭିତରେ ବାପା-ମା’ଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ପୁଅର ଛୁରାମାଡ଼ରେ ଉଭୟ ଗୁରୁତର ଆହତ ହୋଇପଡିଥିଲେ। ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ତୁରନ୍ତ ମଣିପାଲ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସକାଳ ୮.୧୫ରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ ଗିରଫ, ତଦନ୍ତ ଜାରି

ସେହି ଆପାର୍ଟମେଣ୍ଟରେ ରହୁଥିବା ଡାକ୍ତର ମାଧବୀ ନାଏରଙ୍କ ଅଭିଯୋଗ ଆଧାରରେ ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ଅଭିଯୁକ୍ତ ରୋହନକୁ ଗିରଫ କରିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରୁ ଏହା ପାରିବାରିକ କଳହର ପରିଣାମ ବୋଲି ଅନୁମାନ କରାଯାଉଛି।

ଆମେରିକାରୁ ଝିଅ ଆସିବା ପରେ ହେବ ଶବ ବ୍ୟବଚ୍ଛେଦ

ମୃତ ଦମ୍ପତିଙ୍କ ଝିଅ ଆମେରିକାରେ ବସବାସ କରନ୍ତି। ବର୍ତ୍ତମାନ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବୋୱରିଙ୍ଗ ହସ୍ପିଟାଲର ଶବାଗାରରେ ରଖିଛି। ଝିଅ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏବଂ ତାଙ୍କ ଅନୁମତି ମିଳିବା ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନୃଶଂସ ସ୍ୱାମୀ
ଜଳେଶ୍ୱର: ସ୍ତ୍ରୀକୁ ଅତି ନିର୍ମମ ଭାବେ ହାଣିଲା ନୃଶଂସ ସ୍ୱାମୀ । ପାରିବାରିକ କଳହର କରୁଣ ପରିଣତି। ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ୍ୟୁବରଣ କରିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ହେଉଛନ୍ତି ଲିଲି ଦଣ୍ଡପାଟ । ଅଭିଯୁକ୍ତ ସ୍ୱାମୀ ଅର୍ଜୁନ ଦଣ୍ଡପାଠାକୁ ଅଟକ ରଖି ତଦନ୍ତ କରୁଛି ଜଳେଶ୍ୱର ପୋଲିସ।

ସୂଚନା ଅନୁଯାୟୀ, ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅ ଲିଲିଙ୍କୁ ଗତ ୧୦ବର୍ଷ ତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ବିବାହ କରିଥିଲେ। ବିବାହ ପର ଠାରୁ ଲିଲିଙ୍କୁ ସ୍ଵାମୀ ଓ ଶାଶୁ ଘର ଲୋକେ ଯୌତୁକ ଜନିତ ନିର୍ଯାତନା ଦେଇ ଆସୁଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକଙ୍କ ଉପସ୍ଥିତିରେ କୌଣସି କାରଣକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଓ କଳହ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ୱାମୀ ଅର୍ଜୁନ ସ୍ତ୍ରୀ ଲିଲିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି ।

ପାରିବାରିକ କଳହର କରୁଣା ପରିଣତି, ସ୍ତ୍ରୀର ଗଳାକାଟି ହତ୍ୟା କରିବାପରେ ଆତ୍ମହତ୍ୟା କଲା ସ୍ୱାମୀ
ଭଦ୍ରକ: ଉଗ୍ର ହେଲା ପାରିବାରିକ କଳହ । ସ୍ତ୍ରୀକୁ କଟୁରିରେ ହାଣି ମାରିବା ପରେ ନିଜେ ଗଛରେ ଝୁଲି ପଡିଲା ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନ ମୌଲାନା ସାହି ଠାରେ । ଗତ କାଲି ରାତିରେ ପାରିବାରିକ କଳହ ଯୋଗୁ ଭାସ୍କର ସାମଲ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ସସ୍ମିତାକୁ ଶୋଇବା ଘର ଭିତରେ କଟୁରୀରେ ହତ୍ୟା କଲା ପରେ ଘରେ ଚାବି ଦେଇ ନିଜେ ଗାଁ ପାଖ ବିଲରେ ଥିବା ଏକ ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛି।

ସୂଚନା ଅନୁଯାୟୀ, ସେହି ଗାଁର ଭାସ୍କର ସାମଲଙ୍କର ସ୍ତ୍ରୀ ସସ୍ମିତାଙ୍କ ସହ ମନମାଳିନ୍ୟ ଥିଲା । ଏମିତି କି କିଛି ମାସ ପୂର୍ବରୁ ଭଦ୍ର ଲୋକଙ୍କ ସମ୍ମୁଖରେ ସମାଧାନ ହୋଇଥିଲା । କିନ୍ତୁ ଆଜି ସକାଳୁ ସ୍ଥାନୀୟ ଲୋକେ ସସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିଥିଲେ । ବେକ , ଛାତି ଓ ହାତରେ ଗଭୀର ଆଘାତ ଥିବା ସୂଚନା ମିଳିଛି । ତେବେ ପରେ ସ୍ବାମୀ ଭାସ୍କର ସାମଲଙ୍କର ମୃତ ଦେହ ଘର ନିକଟରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି । ତେବେ ଏହି ଘଟଣା ପାରିବାରିକ କଳହ ପାଇଁ ହୋଇଥିବା କୁହାଯାଉଛି । ସ୍ତ୍ରୀ ସସ୍ମିତାକୁ ହତ୍ୟା ପରେ ଘର ବାହାରୁ ତାଲା ପଡିଥିଲା । ଲୋକେ ଭାସ୍କରଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବା ପରେ ଘର ଲୋକଙ୍କୁ ଖବର ଦେଇଥିଲେ । ପରେ ଘରେ ତାଲା ପଡିଥିଲା ଓ ସସ୍ମିତାଙ୍କ ବିଷୟରେ କୌଣସି ଖବର ନମିଳିବାରୁ, ଘରର ତାଲା ଭଙ୍ଗା ଯାଇଥିଲା । ଘର ଭିତରେ ସସ୍ମିତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଦେଖିବା ପାଇଁ ମିଳିଥିଲା । ଧାମନଗର ପୋଲିସ ଘଟଣାସ୍ଥଳରେ ପହଁଚିଛି ଓ ତଦନ୍ତ ଆରମ୍ଭ କରିଛି ।

ପାରିବାରିକ କଳହର କରୁଣ ପରିଣତି: ପୁଅର ଗୁଳିମାଡ଼ରେ ଗଲା ବାପାଙ୍କ ଜୀବନ
ଗୁଣପୁର: ପୁଅର ଗୁଳି ମାଡ଼ରେ ବାପାଙ୍କ ମୃତ୍ୟୁ । ଗୁଣପୁରର ପୁଟାସିଂ ଥାନା କୁଲୁସିଂ ପଞ୍ଚାୟତର ଗୁଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ଜଣକ ହେଲେ କାଞ୍ଚିନୋ ଦଳ ବେହେରା। ପାରିବାରିକ କଳହକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ପୁଟାସିଂ ଆଇଆଇସି ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ଗୁଣପୁର ଡାକ୍ତରଖାନାକୁ ପଠାଇଛନ୍ତି। ଘଟଣାସ୍ଥଳରେ ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପୋଲିସ ସହ ତଦନ୍ତ କରିଛନ୍ତି।

ଦମ୍ପତିଙ୍କ ମଧ୍ୟରେ ବୁଝାମଣାର ଅଭାବରୁ ଘଟୁଛି ହତ୍ୟାକାଣ୍ଡ; ୫ ବର୍ଷରେ ପାରିବାରିକ କଳହରୁ ୮୪ ହତ୍ୟା
ଭୁବନେଶ୍ୱର: ରାଜଧାନୀରେ ପାରିବାରିକ କଳହ ଉତ୍କଟ ରୂପ ନେଲାଣି। ଛୋଟ ଛୋଟ କଥାକୁ କେନ୍ଦ୍ରକରି ହାତଧରି ବିବାହ କରିଥିବା ପତ୍ନୀର ଜୀବନ ନେଉଛି ସ୍ୱାମୀ। କେବଳ ପତ୍ନୀ ନୁହେଁ ଛୋଟ ଶିଶୁ ଏବଂ ତାଙ୍କ ସମ୍ପର୍କୀୟଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି। ଗତ କିଛି ବର୍ଷ ହେବ ରାଜଧାନୀରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଯେଉଁଥି ପାଇଁ ଅନାଥ ହୋଇଯାଉଛନ୍ତି କୁନି ପୁଅ ଏବଂ ଝିଅ। ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଜେଲ୍‍ ଯାଉଥିବା ବେଳେ ପିଲାର ଭବିଷ୍ୟତ ଅନ୍ଧାର ହୋଇଯାଉଛି। ଏଭଳି ଘଟଣା ଘଟିବାର ମୁଖ୍ୟ କାରଣ ହେଲା ଯୌଥ ପରିବାରର ଅଭାବ। କାରଣ ପତି,ପତ୍ନୀ ବିବାହ କରିବା ପରେ ଏକଲା ରହିବାକୁ ହିଁ ପସନ୍ଦ କରୁଛନ୍ତି। ଯେଉଁଥିପାଇଁ ସେମାନେ ପରିବାର ଲୋକଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଉଛନ୍ତି। ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଲେ ଏହାକୁ ସମାଧାନ କରିବାକୁ କେହି ନାହାନ୍ତିଁ। ଦମ୍ପତିଙ୍କ ମଧ୍ୟରେ କଥା କଟାକଟି ପରେ ସବୁ କିଛି ଓଲଟପାଲଟ ହୋଇଯାଉଛି। ସ୍ୱାମୀ ଧାରୁଆ ଛୁରିରେ ସ୍ତ୍ରୀର ବେକ କାଟି ହତ୍ୟା କରୁଛି।

୨୦୨୧ରେ ୪୭ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୪୭ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୧୬ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୨୦ରେ ୪୯ଟି ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୬୫ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ପ୍ରାୟ ୧୪ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୧୯ରେ ୩୯ ହତ୍ୟା ମାମଲା ହୋଇଥିବା ବେଳେ ୫୯ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୨୦ଟି ପାରିବାରିକ କଳହ ପାଇଁ ଘଟିଥିଲା। ସେହିପରି ୨୦୧୮ରେ ୪୩ଟି ହତ୍ୟା ମାମଲା ହୋଇଥିବା ବେଳେ ୪୩ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ପାରିବାରିକ କଳହ ପାଇଁ ୨୦ଟି ହତ୍ୟାକାଣ୍ଡ ଘଟିଥିଲା। ସେହିପରି ୨୦୧୭ରେ ୨୯ଟି ହତ୍ୟା ମାମଲା ରୁଜୁ କରାଯାଇଥିବା ବେଳେ ୩୬ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ଏଥିରୁ ୧୪ଟି ମାମଲା ପାରିବାରିକ କଳହ ପାଇଁ ଘଟିଥିଲା।

ଛୁରି ଭୁସି ସ୍ତ୍ରୀକୁ ହତ୍ୟା

ପାରିବାରିକ କଳହକୁ କେନ୍ଦ୍ରକରି ଗତକାଲି ଭରତପୁର ଥାନା ଘାଟିକିଆରେ ସ୍ତ୍ରୀ ସରସ୍ୱତୀ ଦାଶଙ୍କୁ ଛୁରି ଭୁସି ହତ୍ୟା କରିଛି ସ୍ୱାମୀ ସଞ୍ଜିତ୍‍ ଦାଶ। ଏଥିସହ ୫ବର୍ଷର ଝିଅର ତଣ୍ଟି କାଟି ହତ୍ୟା ଉଦ୍ୟମ କରିଛି। ୨୦୧୫ରେ ସଞ୍ଜିତ୍‍ ପ୍ରେମ ବିବାହ କରିଥିଲେ। ସ୍ତ୍ରୀ ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଚାକିରି ନ କରି ନିଶା ଖାଉଥିଲେ। ଯେଉଁଥି ପାଇଁ ପାରିବାରିକ କଳହ ହେଉଥିଲା। ଶେଷରେ ଗତକାଲି ଛୁରିରେ ସ୍ତ୍ରୀକୁ ଭୁସି ହତ୍ୟା କରିଥିଲା ସଞ୍ଜିତ।

କୁନି ଝିଅ ଆଗରେ ମା’କୁ ହତ୍ୟା

ଗତ ଏପ୍ରିଲ ମାସ ୩୦ ତାରିଖରେ ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ କୁନି ଝିଅ ଆଗରେ ସ୍ତ୍ରୀକୁ ହତ୍ୟା କରିବା ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇଥିଲା। ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନ ଦାଶ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପତ୍ନୀ ନିଳୀମା ଦାଶ ଓରଫ ଲିଲିକୁ ପିଟାପିଟି କରୁଥିଲା। ହେଲେ ଘଟଣା ଦିନ ଲିଲି କୌଣସି କାରଣ ପାଇଁ କୁନି ଝିଅକୁ ଗାଳି ଦେଇଥିଲେ। ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ହତ୍ୟା କରିଥିଲା।

ପତ୍ନୀ ଏବଂ ଶାଳୀଙ୍କୁ ବୀଭତ୍ସ ହତ୍ୟା

ଗତ ଏପ୍ରିଲ ୭ ତାରିଖରେ ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଡବଲ ମର୍ଡର ହତ୍ୟାକାଣ୍ଡ ଘଟିଥିଲା। ଏସି ଅପରେଟର ଭାବେ କାମ କରୁଥିବା ବିଜୟ କେତନ ସେଠୀ ତାଙ୍କ ପତ୍ନୀ ଗାୟତ୍ରୀ ଓ ଶାଳୀ ସରସ୍ୱତୀଙ୍କୁ ଟାଙ୍ଗିଆରେ ହାଣୀ ହତ୍ୟା କରିଥିଲା। ଅଭିଯୁକ୍ତ ୨୦୧୧ରେ ଗାୟତ୍ରୀଙ୍କୁ ବିବାହ କରିଥିଲେ। ବିବାହର ୧୧ବର୍ଷ ପରେ ପିଲାଛୁଆ ହେଉନଥିଲା। ଯେଉଁଥି ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ତେଣୁ ଏହି କାରଣକୁ ନେଇ ଅଭିଯୁକ୍ତ ସ୍ତ୍ରୀ ଏବଂ ଶାଳୀକୁ ହତ୍ୟା କରିଥିଲା।

ଛୁଆକୁ ହତ୍ୟା କରି ଝୁଲି ପଡ଼ିଥିଲେ ଦମ୍ପତି

ଏପ୍ରିଲ ୨୮ରେ ପାରିବାରିକ କଳହକୁ କେନ୍ଦ୍ରକରି ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱରରେ ଦୁଃଖଦ ଘଟଣା ଦେଖିବାକୁ ମଳିଥିଲା। ୧୫ ମାସର ଶିଶୁ କନ୍ୟାକୁ ହତ୍ୟା କରିବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ବେକରେ କପଡ଼ା ଲଗାଇ ଝୁଲି ପଡ଼ିଥିଲେ। ମୃତକମାନେ ହେଲେ ମହାରାଷ୍ଟ୍ରର ତୁଷାର ରାଜେନ୍ଦ୍ର ଜଗତବ(୨୬), ସ୍ତ୍ରୀ ନୀଳା ତୁଷାର ଜଗ୍‍ତବ୍‍(୨୨) ଓ ଝିଅ ଶିବିନ୍ୟା।