billionaire - The Sakala

ଦେଶରେ ବଢୁଛନ୍ତି ଅରବପତି: ୨୦୨୩ରେ ପ୍ରତି ୫ ଦିନରେ ସୃଷ୍ଟି ହୋଇଛନ୍ତି ଜଣେ ଅରବପତି
ନୂଆଦିଲ୍ଲୀ: ଭାରତରେ ଅତି ଧନୀ ବା ବିଲିୟନେୟାର (ଅରବପତି)ଙ୍କ ସଂଖ୍ୟା ଖୁବ୍‌‌ ଜୋରରେ ବୃଦ୍ଧି ପାଇବାରେ ଲାଗିଛି। ମୁକେଶ ଅମ୍ବାନୀଙ୍କୁ ଅତିକ୍ରମ କରି ଗୌତମ ଆଦାନୀ ହୋଇଛନ୍ତି ଦେଶର ସବୁଠାରୁ ଧନୀ ବ୍ୟକ୍ତି। ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୪ ରିପୋର୍ଟ ଅନୁଯାୟୀ, ୨୦୨୩ରେ ପ୍ରତି ୫ ଦିନରେ ଭାରତରେ ଜଣେ କୋଟିପତି ସୃଷ୍ଟି ହୋଇଛନ୍ତି। ଏହାଫଳରେ ବର୍ତ୍ତମାନ ଦେଶରେ ବିଲିୟନେୟାରଙ୍କ ସଂଖ୍ୟା ୩୩୪ରେ ପହଞ୍ଚିଛି। ଅର୍ଥାତ୍‌ ଭାରତ ଇତିମଧ୍ୟରେ ୩୩୪ ବିଲିୟନେୟାରଙ୍କ ବାସସ୍ଥଳୀ ପାଲଟିଯାଇଛି। ହୁରୁନ୍ ଇଣ୍ଡିଆ ୨୦୨୪ ଧନୀ ତାଲିକା ଅନୁଯାୟୀ, ଗତ ବର୍ଷ ତୁଳନାରେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟାରେ ୨୯ ପ୍ରତିଶତ ବୃଦ୍ଧି ଘଟିଛି। ଯାହା ପରେ ଦେଶରେ ମୋଟ ବିଲିୟନେୟାରଙ୍କ ସଂଖ୍ୟା ୩୩୪କୁ ବୃଦ୍ଧି ପାଇଛି।

ହୁରୁନ୍ ଇଣ୍ଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ଅନୁସନ୍ଧାନକାରୀ ଅନାସ ରେହମାନ ଜୁନାଦ କହିଛନ୍ତି ଯେ ‘ଧନ ସୃଷ୍ଟିର ଏହି ଅଲିମ୍ପିକ୍ସ’ରେ ଭାରତ ସ୍ୱର୍ଣ୍ଣ ପଦକ ଜିତିବାରେ ଲାଗିଛି। ଧନୀ ତାଲିକାରେ ସମସ୍ତ ଶ୍ରେଷ୍ଠ ୨୦ କ୍ଷେତ୍ରରେ ନୂଆ ଚେହେରା ଯୋଡିହୋଇଛନ୍ତି। ଏସିଆର ଧନ ସୃଷ୍ଟି ଇଞ୍ଜିନ୍ ଭାବରେ ଭାରତ କିପରି ଉଦୀୟମାନ ହେଉଛି ତାହା ହୁରୁନ୍ ରିପୋର୍ଟରେ ଦର୍ଶାଯାଇଛି। କୋଟିପତିଙ୍କ ସଂଖ୍ୟାରେ ଚାଇନାରେ ୨୫ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଭାରତରେ ୨୯ ପ୍ରତିଶତ ବୃଦ୍ଧି ଘଟି ୩୩୪ରେ ପହଞ୍ଚିଛି। ପ୍ରଥମ ଥର ପାଇଁ ୧୫୩୯ ଜଣ ହୁରୁନ୍ ଇଣ୍ଡିଆ ଧନୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ପରିବାର ଦ୍ୱାରା ପରିଚାଳିତ ବ୍ୟବସାୟ ଏବଂ ଷ୍ଟାର୍ଟଅପ୍ ପ୍ରତିଷ୍ଠାତା ଠାରୁ ଆରମ୍ଭ କରି ବ୍ୟକ୍ତିଗତ ଇକ୍ୱିଟି ନିବେଶକ, ନିବେଶକ, ପରବର୍ତ୍ତୀ ପିଢ଼ିର ଜନନେତା, ଚଳଚ୍ଚିତ୍ର ତାରକା ଏବଂ ଆହୁରି ଅନେକ ବ୍ୟକ୍ତି ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ବର୍ତ୍ତମାନ ଭାରତରେ ୧୦୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିଧାରୀଙ୍କ ସଂଖ୍ୟା ୧୫୦୦ରୁ ଅଧିକ। ଦେଶର ସବୁଠାରୁ ଧନୀ ଲୋକମାନଙ୍କର ସମୁଦାୟ ସମ୍ପତ୍ତିରେ ୪୬ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ହାରାହାରି ସମ୍ପତ୍ତିରେ ୨୫ ପ୍ରତିଶତ ବୃଦ୍ଧି ପାଇଥିବା ଏହି ତଥ୍ୟରୁ ଜଣାପଡ଼ିଛିି

ବିଶ୍ବର ସର୍ବକନିଷ୍ଠ କୋଟିପତି ଆଲେକ୍ସଜେଣ୍ଡର୍ ୱାଙ୍ଗ: ଖରାଛୁଟିରେ ଆରମ୍ଭ କରିଥିଲେ କମ୍ପାନୀ, ୬ ବର୍ଷରେ କମ୍ପାନୀର ମୂଲ୍ଯ ୫୬ ହଜାର କୋଟି
ୱାସିଙ୍ଗଟନ୍: ଫୋର୍ବସ୍ ମାଗାଜିନ୍ ନିକଟରେ ଆମେରିକାର ଆଲେକ୍ସଜେଣ୍ଡର୍ ୱାଙ୍ଗଙ୍କୁ ବିଶ୍ୱର ସର୍ବକନିଷ୍ଠ  ବିଲେନିୟର ଭାବରେ ଘୋଷଣା କରିଛି। ୨୫ ବର୍ଷ ବୟସ୍କ ଏସୀୟ ଜନ୍ମିତ ଆଲେକ୍ସଜେଣ୍ଡର କୋଟିପତି ହେବାର କାହାଣୀ ମଧ୍ଯ ନିଆରା । ଆଲେକ୍ସଜେଣ୍ଡର ପିଲାଟି ଦନରୁ ଗଣିତ ପ୍ରତି ଆଗ୍ରହୀ ଥିଲେ। ସେ ଡିସ୍ନି ୱାର୍ଲ୍ଡରୁ ମାଗଣା ଟିକେଟ ପାଇବା ପାଇଁ  ଷଷ୍ଠ ଶ୍ରେଣୀରୁ ଜାତୀୟ ଗଣିତ ଏବଂ କୋଡିଂ ପ୍ରତିଯୋଗିତାରେ ଅଂଶ ଗ୍ରହଣ ଜାରି ରଖିଥିଲେ। ସେ ପ୍ରତିଯୋଗିତାରେ ଜିତିପାରି ନଥି ଲେ ହେଲେ ତାଙ୍କର କୋଡିଂ ପ୍ରତି ଆଗ୍ରହ ଆହୁରି ବଢିଯାଇଥିଲା।

୧୭ବର୍ଷ ବୟସରେ ସେ ପ୍ରଶ୍ନର ଉତ୍ତର ୱେବସାଇଟ୍ କୋରା ପାଇଁ  ଫୁଲ ଟାଇମ କୋଡିଂ ଆରମ୍ଭ କରିଥିଲେ। ଏହି ସମୟରେ, ମେସିନ୍ ଲର୍ନିଂ ଶିଖିବା ପାଇଁ MITରେ ନାମ ଲେଖାଇଥିଲେ। ଏକ ବର୍ଷ ପଢିବା ପରେ ସେ ଗ୍ରୀଷ୍ମ ଛୁଟି ସମୟରେ ଲୁସି ଗୁଆଙ୍କ ସହ କମ୍ପାନୀ ‘ସ୍କେଲ ଏଆଇ’ ଆରମ୍ଭ କରିଥିଲେ। ଫୋର୍ବସ୍ ଅନୁଯାୟୀ ଦୁହିଁଙ୍କ ସାକ୍ଷାତ କ୍ବୋରାରେ ହୋଇଥିଲେ।

ୱାଙ୍ଗଙ୍କ ପାଇଁ MIT ଛାଡି ଏକ କମ୍ପାନୀ ଆରମ୍ଭ କରିବାର ନିଷ୍ପତ୍ତି ସହଜ ନ ଥିଲା । ତାଙ୍କ ଅଧ୍ୟୟନ ଆଧାରୁ ଛାଡିଯାଉ ବୋଲି ବାପା-ମାଆ ରାଜି ନଥିଲେ। ୱାଙ୍ଗ କୁହନ୍ତି, ‘ମୁଁ ସେମାନଙ୍କୁ  ବୁଝାଇଥିଲି ଯେ ମୁଁ ପ୍ରତ୍ୟେକ ଗ୍ରୀଷ୍ମ ଦିନରେ କରୁଥିବା କାମ କରିବି। କଲେଜ ଆରମ୍ଭ ହେବା ମାତ୍ରେ ମୁଁ ଏହାକୁ ଛାଡ଼ିଦେବି। କିନ୍ତୁ ଏହା ବାସ୍ତାବରେ ଆଉ ସମ୍ଭବ ହୋଇ ନଥିଲା।  ୱାଙ୍ଗଙ୍କ କମ୍ପାନୀକୁ ଫଣ୍ଡିଙ୍ଗ ମିଳିଯାଇଥିଲା। ପରେ ସେ ଆଉ କଲେଜକୁ ଫେରିବାରେ ସକ୍ଷମ ହୋଇ ନ ଥିଲେ।

ତେବେ ୱାଙ୍ଗର ପ୍ରାରମ୍ଭିକ ସଫଳତା ଦେଖିବା ପରେ ତାଙ୍କ ପିତାମାତା ତାଙ୍କୁ ଉତ୍ସାହିତ କରିଥିଲେ।  ୱାଙ୍ଗ ପିଲାଦିନରୁ ବିଜ୍ଞାନ ଏବଂ ଗଣିତ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ତାଙ୍କର ପିତାମାତା ଆମେରିକାର ଏକ ନ୍ୟାସନାଲ ଲ୍ୟାବରେ ସୈନ୍ୟବାହିନୀର ଅସ୍ତ୍ରଶସ୍ତ୍ର ତିଆରି କରିବା ପାଇଁ ଏକ ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିଲେ। ଏହି ଲ୍ୟାବରେ ହିଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଆମେରିକା ପ୍ରଥମ ପରମାଣୁ ବୋମା ତିଆରି କରିଥିଲା। ୱାଙ୍ଗ ବର୍ତ୍ତମାନ ସେନାକୁ ସାହାଯ୍ୟ କରୁଛନ୍ତି । ଏଥିପାଇଁ ସେ  AIକୁ ଧନ୍ୟବାଦ ଜଣାଇଛନ୍ତି।

ତାଙ୍କ କମ୍ପାନୀ ସାଟେଲାଇଟ୍ ପ୍ରତିଛବି ମାନଙ୍କର ଅନ୍ଯ ତୁଳନାରେ ଖୁବ ଶୀଘ୍ର ବିଶ୍ଳେଷଣ କରିଥାଏ। ସମ୍ପ୍ରତି ତାଙ୍କ କମ୍ପାନୀ ୟୁକ୍ରେନ ଓ ଋଷର ମଧ୍ଯରେ ଚାଲିଥିବା ଯୁଦ୍ଧରେ କେତେ କ୍ଷତି ହୋଇଛି ତାହାର ବିଶ୍ଲେଷଣ କରିଛି। ଫର୍ଚ୍ୟୁନ୍ ମାଗାଜିନ୍ ଅନୁଯାୟୀ ୱାଙ୍ଗ ଆମେରିକାର ବାୟୁସେନା, ଆର୍ମି, ଜେନେରାଲ ମୋଟର୍ସ ସମେତ ୩୦୦ରୁ ଅଧିକ କମ୍ପାନୀକୁ ଡାଟାକୁ ଆନାଲିସିସ କରୁଛନ୍ତି। ୱାଙ୍ଗଙ୍କ କହିବା ଅନୁଯାୟୀ, ସମଗ୍ର ବିଶ୍ୱରେ ବିଛା ଯାଇଥିବା ସୂଚନା ଜାହାଜରେ ପ୍ୟାକ୍ ହୋଇଥିବା ଡକ୍ୟୁମେଣ୍ଟ ପରି। ଆମେ ଏହି ତଥ୍ୟ ସଂଗ୍ରହ କରୁ ଏବଂ କମ୍ପାନୀଗୁଡିକ ପାଇଁ ବିଶ୍ଳେଷଣ କରୁ।

ୱାଙ୍ଗ ୬ ବର୍ଷ ପୂର୍ବେ କମ୍ପାନୀ ଆରମ୍ଭ କରିଥିଲେ। ସେବେଠାରୁ ସେ ୮୪୭ କୋଟି ଟଙ୍କା ମୂଲ୍ୟର ତିନୋଟି ଚୁକ୍ତିନାମା କରିସାରିଛନ୍ତି। ସମୟେସମୟେ ଆମେରିକାର ସେନାକୁ ସାହାଯ୍ଯ କରିଥାନ୍ତି। ଗତ ବର୍ଷ ୨୫୦୦ କୋଟି ଟଙ୍କାର ଫଣ୍ଡିଙ୍ଗ ପାଇବା ପରେ ତାଙ୍କ କମ୍ପାନୀ ୭୭୦କୋଟିର ରାଜସ୍ବ ପାଇଛି। ବର୍ତ୍ତମାନର କମ୍ପାନୀର ମୂଲ୍ୟ ୫୬,୨୧୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୱାଙ୍ଗଙ୍କ ଅଂଶଧନ ୧୫%, ଯାହା ପ୍ରାୟ ୭,୭୦୦କୋଟି ଟଙ୍କାସହିତ ସମାନ ।