Presidential Election - The Sakala

ରାଷ୍ଟ୍ରପତି ନିର୍ବାଚନ ଫଳାଫଳ : ଦ୍ୱିତୀୟ ରାଉଣ୍ଡରେ ବି ବହୁ ଆଗରେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଗଣତିର ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି । ପ୍ରଥମ ରାଉଣ୍ଡ ଭଳି ଦ୍ୱିତୀୟ ରାଉଣ୍ଡରେ ବି ବହୁ ଆଗରେ ଦ୍ରୌପଦୀ ମୁର୍ମୁ । ଦ୍ୱିତୀୟ ପର୍ଯ୍ୟାୟରେ ବି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ଠାରୁ ଆଗରେ ଅଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ମୁତାବକ ଦ୍ରୌପଦୀ ମୁର୍ମୁଙ୍କୁ ୧୩୪୯ ଭୋଟ ମିଳିଥିବା ବେଳେ ୟଶୱନ୍ତ ସିହ୍ନାଙ୍କୁ ୫୩୭ ଭୋଟ ମିଳିଛି ।

ରାଜ୍ୟସଭା ସେକ୍ରେଟାରୀ ଜେନେରାଲ ପିସି ମୋଦୀଙ୍କ ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ପ୍ରଥମେ ୧୦ଟି ରାଜ୍ୟର ବାଲାଟ ପେପର କ୍ରମାନ୍ୱୟରେ ଗଣାଯାଇଥିଲା। ଏଥିମଧ୍ୟରୁ ମୋଟ ୧୧୩୮ ବୈଧ ଭୋଟ୍ ପଡ଼ିଛି ଯାହାର ମୂଲ୍ୟ ୧,୪୯,୫୭୫ । ଏଥିମଧ୍ୟରୁ ଦ୍ରୌପଦୀ ମୁର୍ମୁ ୮୦୯ ଭୋଟ୍ ପାଇଛନ୍ତି, ଯାହାର ମୂଲ୍ୟ ୧,୦୫,୨୯୯ ଏବଂ ଯଶୱନ୍ତ ସିହ୍ନାଙ୍କୁ ୩୨୯ ତଥା ୪୪,୨୭୬ ମୂଲ୍ୟର ଭୋଟ୍ ମିଳିଛି । ଏହା ପୂର୍ବରୁ ପ୍ରଥମ ରାଉଣ୍ଡରେ ସାଂସଦ ମାନଙ୍କ ଭୋଟ୍ ଗଣନା ହୋଇଥିଲା । ଏଥିରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଭୋଟ୍ ପାଇଥିବା ବେଳେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ କେବଳ ୨୦୮ ଭୋଟ୍ ମିଳିଥିଲା ।

ଅନ୍ୟପଟେ ଦେଶର ୧୫ତମ ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଦ୍ରୌପଦୀଙ୍କ ବିଜୟ ଉତ୍ସବ ମନାଇବାକୁ ୧ ଲକ୍ଷ ୩୫ ହଜାର ଗ୍ରାମରେ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । କୁହାଯାଉଛି କି , ଯେଉଁ ଗ୍ରାମ ମାନଙ୍କରେ ଆଦିବାସୀ ସଂପ୍ରଦାୟର ଅଧିକ ଲୋକ ରହୁଛନ୍ତି ସେହିସବୁ ଗ୍ରାମରେ ବିଜେପି ବିଜୟ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତି କରୁଛି ।

କାଲି ରାଷ୍ଟ୍ରପତି ନିର୍ବାଚନ : ବିଧାନସଭାରେ ୧୪୬ ବିଧାୟକ ଦେବେ ଭୋଟ, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ
ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାରେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାୟକ ଓ ଏମପି ମାନେ ମତଦାନ କରିପାରିବେ। ବିଧାନସଭା ଜାରି ରହିଥିବାରୁ ଉଭୟ ଅଧିବେଶନ ଏବଂ ରାଷ୍ଟ୍ରପତି ନିର୍ବାଚନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଓଡ଼ିଶା ବିଧାନସଭାର ୧୪୬ ଜଣ ବିଧାୟକ ନିଜର ମତ ବିଧାନସଭା ପରିସରରେ ପ୍ରଦାନ କରିବେ। ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ଅସୁସ୍ଥତା କାରଣରୁ ଦିଲ୍ଲୀରେ ସ୍ୱତନ୍ତ୍ର ଭାବେ ମତଦାନ କରିବେ। ରାଜ୍ୟର ସମସ୍ତ ଏମପି ଦିଲ୍ଲୀରେ ଭୋଟ ଦେବେ ବୋଲି ବିଧାନସଭା ସଚିବାଳୟ ପକ୍ଷରୁ କୁହାଯାଇଛି। ବିଧାନସଭାର ପ୍ରଥମ ମହଲାରେ ଥିବା ୫୪ ନଂ ରୁମ୍କୁ ମତଦାନ ପ୍ରକୋଷ୍ଠ କରାଯାଇଛି।

ବିଧାୟକମାନେ ନିଜ ପରିଚୟ ପ୍ରଦାନ କରି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ବାଲଟ ଆଣି ମତଦାନ ପ୍ରଦାନ କରିବେ। ପ୍ରତି ପ୍ରମୁଖ ଦଳର ଏଜେଣ୍ଟ ମତଦାନ କେନ୍ଦ୍ର ନିକଟରେ ରହିବେ। ବିଧାୟକମାନେ ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା କଲମ ଦ୍ୱାରା ବାଲଟ କାଗଜରେ ଠିକ୍ ଚିହ୍ନ ମାରିବାକୁ ନିର୍ଦ୍ଦେଶ ରହିଛି। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମଟିକୁ ଠିକ୍ ଚିହ୍ନ ମାରିବା ପରେ ବିଧାୟକମାନେ ନିର୍ବାଚନ ଅଧିକାରୀଙ୍କୁ ଫେରାଇବେ। କୌଣସି ପ୍ରାର୍ଥୀ ଭୋଟ ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ନାଁ ନିକଟରେ ଥିବା ଖାଲି ସ୍ଥାନରେ ଯଦି ଭୁଲ୍ ଚିହ୍ନ ଦେଉଛନ୍ତି, ତେବେ ତାହାକୁ ନାକଚ ବୋଲି ଧରି ନିଆଯିବ। ନିର୍ବାଚନ କମିସନଙ୍କ ଦ୍ୱାରା ପ୍ରଦତ୍ତ କଲମ ବ୍ୟତୀତ ଅନ୍ୟ କୌଣସି କଲମ ଦ୍ୱାରା ଠିକ୍ ଚିହ୍ନ ମରାଯାଇଥିଲେ, ତାହାକୁ ବୈଧ ବୋଲି ବିଚାର କରାଯିବ ନାହିଁ ।

କୌଣସି ସଦସ୍ୟ ବୁଥ୍ ଭିତରକୁ ନିଜର କ୍ୟାମେରା/ମୋବାଇଲ ନେଇ ପାରିବେ ନାହିଁ। ବୁଥ୍ ଭିତରକୁ ଯିବା ପୂର୍ବରୁ ବିଧାୟକମାନେ ନିଜ ପରିଚୟ ପତ୍ର ଆଣିବାକୁ ବାଧ୍ୟ। ପ୍ରାର୍ଥୀଙ୍କ ନାମ ନିକଟରେ ନିଜ ପସନ୍ଦ ତଥା ପ୍ରିଫରେନ୍ସ ପାଇଁ ୧ କିମ୍ବା ୨ ଲେଖିପାରିବେ। ବାଲଟରେ ଥିବା ଅର୍ଡର ଅଫ ପ୍ରିଫରେନ୍ସ ତଳେ ପସନ୍ଦ ଲେଖିବା ପାଇଁ କମିସନଙ୍କ ପକ୍ଷରୁ କୁହାଯାଇଛି। ପସନ୍ଦ କଲମରେ ଠିକ୍ କିମ୍ବା ଭୁଲ୍ ଚିହ୍ନ ପ୍ରଦାନ କରିବାକୁ ବାରଣ କରାଯାଇଛି। ବାଲଟ ପେପର ଉପରେ କୌଣସି ପ୍ରାର୍ଥୀ ନିଜ ନାଁ, ଦସ୍ତଖତ କିମ୍ବା ଅନ୍ୟ କିଛି ଲେଖିବାକୁ ବାରଣ କରାଯାଇଛି। ବାଲଟ ପେପରକୁ କୌଣସି ପରିସ୍ଥିତିରେ ନଷ୍ଟ ନ କରିବାକୁ କୁହାଯାଇଛି। ବୁଥ୍ ମଧ୍ୟରୁ ବାଲଟ ପେପର ଅନ୍ୟ କୌଣସି ସ୍ଥାନକୁ ନିଆଯାଇପାରିବ ନାହିଁ। ମତଦାନ ସରିବା ପରେ ବାଲଟ ଗୁଡ଼ିକ ଏକାଠି କରି ସ୍ଥାନୀୟ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯିବ। ଏହାର ପରଦିନ ଅର୍ଥାତ ମଙ୍ଗଳବାର ବିମାନ ଜରିଆରେ ବାଲଟ ବକ୍ସ ନୂଆଦିଲ୍ଲୀ ପଠାଯିବ।

ପ୍ରତି ୫ ବର୍ଷରେ ହେଉଥିବା ଏହି ନିର୍ବାଚନରେ ଦେଶର ସମସ୍ତ ବିଧାୟକ ଓ ସାଂସଦ ମାନେ ମତଦାନ କରିଥାନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବାକୁ ଯାଉଛନ୍ତି। ସେ ୧୯୯୭ ମସିହାରୁ ଭୋଟ ଦେଇ ଆସୁଛନ୍ତି। ବିଜେଡି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ୫ମ ଥର ପାଇଁ ମତଦାନ କରିବାକୁ ଯାଉଛନ୍ତି। ବିଧାୟକମାନଙ୍କ ମଧ୍ୟରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୬ଷ୍ଠ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ୪ର୍ଥ ଥର ପାଇଁ, ଚନ୍ଦ୍ରଶେଖର ସାହୁ ଏବଂ ଅନୁଭବ ମହାନ୍ତି ୨ୟ ଥର ପାଇଁ ମତଦାନ କରିବେ। ବିଜେଡିର ବହୁ ସାଂସଦ ଏବଂ ବିଧାୟକ ପ୍ରଥମଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିବେ। ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଶାସକ ବିଜେଡିର ୧୧୩ ବିଧାୟକ ରହିଛନ୍ତି। ସେହିପରି ବିଜେପିର ୨୨, କଂଗ୍ରେସର ୯, ସିପିଏମରେ ଜଣେ ଏବଂ ୨ ଜଣ ସ୍ୱାଧୀନ ବିଧାୟକ ରହିଛନ୍ତି। ୨୦୧୯ରେ ବିଜେଡି ଟିକେଟରେ ଜିତିଥିବା ଗୋପାଳପୁର ଏମଏଲଏ ପ୍ରଦୀପ ପାଣିଗ୍ରାହୀ ଦଳରୁ ନିଲମ୍ବିତ ହୋଇଥିବାରୁ ତାଙ୍କୁ ସ୍ୱାଧିନ ଭାବେ ଗଣାଯାଉଛି।

ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିବା ଜଣାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମଗ୍ର ଦେଶ ତଥା ସମାଜର ସମସ୍ତ ବର୍ଗରୁ ବିପୁଳ ସମର୍ଥନ ମିଳୁଛି ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି । ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା ମୁର୍ମୁଙ୍କର ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ମହତ୍ୱପୂର୍ଣ୍ଣ । ସେପଟେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି ଶ୍ରୀମତି ମୁର୍ମୁ । ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ ଏହା ପୂର୍ବରୁ ଅନ୍ୟ ବରିଷ୍ଠ ନେତାଙ୍କୁ ସାକ୍ଷାତ୍ କରି ପାରନ୍ତି ଦ୍ରୌପଦୀ ମୁର୍ମୁ ।

ସୂଚନାଯୋଗ୍ୟ ଯେ, ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପକ୍ଷରୁ ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ସେପଟେ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହୋଇଛନ୍ତି ଯଶୱନ୍ତ ସିହ୍ନା । ନିଜ ପ୍ରାର୍ଥୀଙ୍କୁ ରାଷ୍ଟ୍ରପତି ଭାବେ ବିଜୟୀ କରିବାକୁ ଆବଶ୍ୟକ ମୋଟ ଭୋଟ୍‌ରୁ ପ୍ରାୟ ୧.୨ ପ୍ରତିଶତ କମ୍‌ ରହିଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ପାଖରେ । ଆଉ ବିଜେଡି ପାଖରେ ଅଛି ୨.୮୮% ଭୋଟ୍‌ । ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ଆଜି ସମର୍ଥନ ଘୋଷଣା କରିଛି ।

ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଓ ପରାଜୟ ମୁଖ୍ୟତଃ ବିଜେଡି ସମର୍ଥନ ଉପରେ ରହିଛି । ଏମିତି ସ୍ଥିତିରେ ଉଭୟ ବିଜେପି ଓ ବିରୋଧୀ, ନବୀନ ପଟ୍ଟନାୟକଙ୍କୁ ତାଙ୍କ କ୍ୟାମ୍ପକୁ ନେବାକୁ ସତ ଚେଷ୍ଟା କରିଥିଲେ । ତେବେ ଓଡ଼ିଆ ଝିଅ ତଥା ଗରିବ, ଆଦିବାସୀଙ୍କ ପାଇଁ ସଂଗ୍ରାମ କରି ଆସିଥିବା ଦ୍ରୋପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ଅଣ ଏନଡିଏ ଶାସିତ ରାଜ୍ୟ ଭାବେ ବିଜେଡି ପ୍ରଥମ ଦଳ ଭାବେ ମୁର୍ମୁଙ୍କ ପ୍ରାର୍ଥିତ୍ବକୁ ଖୋଲା ସମର୍ଥନ ଜଣାଇଛି । ଏପରିକି ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସରକା ଏବଂ ଟୁକୁନି ସାହୁ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି । ଆସନ୍ତାକାଲି ଯଦି ମୁର୍ମୁ ନାମାଙ୍କନପତ୍ର ଦାଖଲ କରନ୍ତି, ତେବେ ବିଜେଡିର ଏହି ଦୁଇ ମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ନବୀନଙ୍କ ସହ କଥା ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ନନ୍ଦିଘୋଷ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏସମ୍ପର୍କରେ ନବୀନ ପଟ୍ଟନାୟକଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଲୋଚନା କରିଛନ୍ତି । ଆଲୋଚନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ସୂଚନା ଦେଇଛନ୍ତି । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାନଙ୍କ ସମ୍ପର୍କରେ ଫୋନ୍ ଯୋଗେ କଥା ହୋଇଛନ୍ତି ନଡ୍ଡା । ନାମାଙ୍କନ ସମୟରେ ଉପସ୍ଥିତ ରହିବାକୁ ନବୀନଙ୍କୁ ଅନୁରୋଧ କରିଥିଲେ ।

ଅନୁରୋଧକ୍ରମେ ନବୀନ ପଟ୍ଟନାୟକ ଦୁଇ ମନ୍ତ୍ରୀଙ୍କୁ କାଲି ଦିଲ୍ଲୀ ପଠାଇବେ । ନାମାଙ୍କନ ସମୟରେ ସେମାନେ ମୁର୍ମୁଙ୍କ ସହ ଉପସ୍ଥିତ ରହିବେ  । ଆଜି କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ ଓ ଜଗନ୍ନାଥ ସରକା ନାମାଙ୍କନ ପତ୍ରରେ ଦସ୍ତଖତ କରିବେ  । ଆସନ୍ତାକାଲି ନାମାଙ୍କନ ସମୟରେ ଉପସ୍ଥିତ ରହିବେ  । ସୂଚନା ଥାଉକି ଗତକାଲି ନବୀନ ପଟ୍ଟନାୟକ ଏନଡିଏ ପ୍ରାର୍ଥୀ ତଥା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଦେବେ ବୋଲି ଘୋଷଣା କରିଥିଲା  ।

ବଢିଲା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା : ‘ଜେଡ୍‌ ପ୍ଲସ୍‌’ ସିକ୍ୟୁରିଟି ଯୋଗାଇଲେ କେନ୍ଦ୍ର ସରକାର
ଭୁବନେଶ୍ବର: ‘ଏନ୍‌ଡିଏ’ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଆଜି କେନ୍ଦ୍ର ସରକାର ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିଛନ୍ତି। ଦ୍ରୌପଦୀ ମୁର୍ମୁଙ୍କୁ ଏଣିକି ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବେ ସିଆରପିଏଫ ଯବାନ । ଆଜି ସକାଳୁ ସକାଳୁ ଯେତେବେଳେ ମନ୍ଦିର ଯିବା ପାଇଁ ବାହାରିଥିଲେ ଦ୍ରୌପଦୀ ମୁର୍ମୁ ତାଙ୍କୁ ଜେଡ ପ୍ଲସ ସିକ୍ୟୁରିଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ବନ୍ଧୁକଧାରୀ ସିଆରପିଏଫ ଯବାନ ତାଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ।

‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ହେଉଛି କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ମଧ୍ୟରେ ଦ୍ବିତୀୟ ସର୍ବୋଚ୍ଚସ୍ତରର ସୁରକ୍ଷା ବ୍ୟବସ୍ଥା। ଆଜି ସକାଳୁ ସଶସ୍ତ୍ର କମାଣ୍ଡୋମାନେ ୬୪ ବ‌ର୍ଷୀୟ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ହୋଇଛନ୍ତି ବୋଲି ଜଣାପଡିଛି। ଯେଉଁଥିରେ ୧୦ରୁ ଅଧିକ ଏନ୍ଏସଜି ସହ ସିଆରପିଏଫ୍ କମାଣ୍ଡୋ ରହିଛନ୍ତି । ଆଜି ରାଇରଙ୍ଗପୁର ବାସଭବନରୁ ନିକଟସ୍ଥ ମନ୍ଦିର ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଦ୍ରୌପଦୀଙ୍କ ସହ ଏହି ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଥିଲା । କମାଣ୍ଡୋମାନେ କର୍ଡନ୍ କରି ଦ୍ରୋପଦୀଙ୍କୁ ବିଭିନ୍ନ ସ୍ଥାନକୁ ନେଇ ଯାଇଥିଲେ । ଏହି ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ଭାବେ ତାଙ୍କ ସହ ରହିବ। ରାଇରଙ୍ଗପୁରରୁ ଭୁବନେଶ୍ୱର ଓ ପରେ ଦିଲ୍ଲୀ ଯାଏଁ କମାଣ୍ଡୋମାନେ ତାଙ୍କୁ ସୁରକ୍ଷା ଯୋଗାଇବେ ।

ଗତକାଲି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ସକାଳୁ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର, ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ପ୍ରଥମେ ସେ ପୂର୍ଣ୍ଣନ୍ଦେଶ୍ୱର ଶିବମନ୍ଦିର ପରିସରରେ ଓଳାଇଥିଲେ । ଏହା ପରେ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ । ଏହି ସମୟରେ ତାଙ୍କ ସହ କମାଣ୍ଡୋମାନେ ନଜର ଆସିଥିଲେ। ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ୧୦ ଜଣ କମାଣ୍ଡୋଙ୍କୁ ମିଶାଇ ମୋଟ୍ ୧୫୦ ଜଣ ସୁରକ୍ଷାକର୍ମୀ ଥାନ୍ତି । ୫ଟି ବୁଲେଟ୍ ପ୍ରୁଫ୍ କାର୍ ବି ସୁରକ୍ଷାରେ ମୁତୟନ ହୋଇଥାଏ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ରାହୁଲ ଗାନ୍ଧି, ବ୍ୟବସାୟୀ ମୁକେଶ ଅମ୍ବାନୀ ଭଳି ବ୍ୟକ୍ତି ବିଶେଷଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଦିଆଯାଉଛି।

ମଙ୍ଗଳବାର ସନ୍ଧ୍ୟାରେ ବିଜେପି ନେତୃତ୍ବାଧୀନ ‘ଡିଏନ୍‌ଏ’ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଘୋଷଣା କରିଛି। ସେହିପରି, ବିରୋଧୀ ଦଳମାନଙ୍କର ପ୍ରାର୍ଥୀ ଭାବେ ତାଙ୍କ ସହିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା।ସାନ୍ତାଳ ସମ୍ପ୍ରଦାୟରେ ଜନ୍ମିତା ଦ୍ରୌପଦୀ ମୁର୍ମୁ ୧୯୯୭ ମସିହାରେ ରାଇରଙ୍ଗପୁର ନଗର ପଞ୍ଚାୟତର ଜଣେ କାଉନ୍‌ସିଲ୍‌ ଭାବେ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ୨୦୦୦ ମସିହରେ ସେ ଓଡ଼ିଶା ସରକାରରେ ଜଣେ ମନ୍ତ୍ରୀ ଏବଂ ୨୦୧୫ରେ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଥିଲେ। ଯଦି ନିର୍ବାଚିତ ‌ହୁଅନ୍ତି, ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ।

ବିରୋଧୀଙ୍କୁ ପୁଣି ଝଟକା: ଶରଦ ଓ ଫାରୁକଙ୍କ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଗୋପାଳକୃଷ୍ଣ ଗାନ୍ଧୀ
ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ବିରୋଧୀଙ୍କୁ ପୁଣି ଏକ ଝଟକା ଲାଗିଛି । ଜଣେ ପରେ ଜଣେ ନେତା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅମଙ୍ଗ ହେବା, ବିରୋଧୀଙ୍କୁ ଚିନ୍ତାରେ ପକାଇଛି। ବିରୋଧୀଙ୍କ ପାଇଁ ପ୍ରାର୍ଥୀ ମିଳିବା କଷ୍ଟକର ହୋଇଯାଇଛି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଏମିତି ପ୍ରାର୍ଥୀ ଦିଆଯାଉ ଯାହାଙ୍କୁ ଜାତୀୟ ସ୍ଥରରେ ସହମତି ଓ ବିରୋଧୀଙ୍କ ଏକତା ଶୁନିଶ୍ଚିତ ରହିଥିବ।

ପ୍ରଥମେ ଏନସିପି ମୁଖ୍ୟ ଶରଦ ପୱାର ପରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଆଉ ଏବେ ଗୋପାଳକୃଷ୍ଣ ଗାନ୍ଧି ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳକୃଷ୍ଣ ସୋମବାର ବିରୋଧୀ ଦଳ ନେତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି ।

ସେ କହିଛନ୍ତି କି, ବିରୋଧୀ ଦଳର ଅନେକ ସମ୍ମାନିତ ନେତା ରାଷ୍ଟ୍ରପତି ପଦ ପାଇଁ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ହେବା ଲାଗି ଅନୁରୋଧ କରିବା ତାଙ୍କୁ ସମ୍ମାନିତ ଓ ଗୌରବାନ୍ଵିତ କରିଛି। ‘ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କିନ୍ତୁ ଏହା ଉପରେ ଗଭୀର ଚିନ୍ତନ ପରେ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଛି । ବିରୋଧୀଙ୍କ ପ୍ରାର୍ଥୀ ଏପରି ହେବା ଆବଶ୍ୟକ ଯିଏ ବିରୋଧୀ ଏକତା ସହ ରାଷ୍ଟ୍ରୀୟ ସ୍ତରରେ ସର୍ବ ସହମତି ସୃଷ୍ଟି କରିପାରିବେ । ମୋ ଠାରୁ ଅନେକ ଉତ୍ତମ ବ୍ୟକ୍ତି ଅଛନ୍ତି । ଏହି କାରଣରୁ ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି କି ଭଲ ପ୍ରାର୍ଥୀ ଚୟନ କରନ୍ତୁ । ତେଣୁ ମୁଁ ବିରୋଧୀଦଳର ନେତାମାନଙ୍କୁ ଅନୁରୋଧ କରିଛି ଯେ ଏପରି ବ୍ୟକ୍ତିଙ୍କୁ ସୁଯୋଗ ଦିଅନ୍ତୁ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆମର ପ୍ରଥମ ରାଷ୍ଟ୍ରପତି ଭାବରେ ଉଦଘାଟନ କରିଥିବା କାର୍ଯ୍ୟାଳୟ ପାଇଁ ଜଣେ ଯୋଗ୍ୟ ରାଷ୍ଟ୍ରପତି ପାଆନ୍ତୁ । ଗୋପାଳକୃଷ୍ଣ ଗାନ୍ଧୀଙ୍କ ପ୍ରତ୍ୟାଖାନ ପରେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାକୁ ନେଇ ଆଶଙ୍କା ଦେଖାଯାଇଛି ।

ରାଷ୍ଟ୍ରପତି ନିର୍ବାଚନ ବିଜ୍ଞପ୍ତି ପ୍ରକାଶ, ନିରବ ନବୀନଙ୍କ ଉପରେ ନଜର
ଭୁବନେଶ୍ୱର : ରାଷ୍ଟ୍ରପତି ନିର୍ବାଚନ ନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୧୮ ତାରିଖରେ ହେବାକୁଥିବା ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ସାରା ଦେଶରେ ରାଜନୀତି ସରଗରମ ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‍ସି ନେତ୍ରୀ ମମତା ବାନାର୍ଜୀଙ୍କ ଆହ୍ୱାନରେ ଦେଶର ୧୭ ପ୍ରମୁଖ ବିରୋଧୀ ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‍ ଅବଦୁଲ୍ଲା ଓ ମହାତ୍ମାଗାନ୍ଧୀଙ୍କ ନାତି ତଥା ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ ମଧ୍ୟରୁ ଜଣକୁ ରାଷ୍ଟ୍ରପତି ପଦ ନିମନ୍ତେ ପ୍ରାର୍ଥୀ କରିବାକୁ ସହମତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଏନ୍‍ଡ଼ିଏ ପକ୍ଷରୁ କାହାକୁ ପରବର୍ତ୍ତୀ ରାଷ୍ଟ୍ରପତି ପଦ ଲାଗି ପ୍ରାର୍ଥୀ କରାଯିବ ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ବିଜେପି ଏଥିପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଛି।

ଏହିକ୍ରମରେ ବିଜେପିର ବରିଷ୍ଠ ନେତା ତଥା ରାଜନାଥ ସିଂହ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିବା ମଧ୍ୟ ସୂଚନା ମିଳିଛି। ଆଲୋଚନାର ବିଷୟବସ୍ତୁ ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଏନ୍‍ଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବା ନିମନ୍ତେ ନବୀନଙ୍କୁ ରାଜନାଥ ଅନୁରୋଧ କରିଥିବା ଜଣାପଡ଼ିଛି। ରାଷ୍ଟ୍ରପତି ନିର୍ବାଚନ ଗଣିତ ଅନୁସାରେ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଲୋକସଭାର ୫୪୩ ଓ ରାଜ୍ୟସଭାର ୨୩୩ ସାଂସଦ ଏବଂ ବିଭିନ୍ନ ବିଧାନସଭାର ୪୮୦୯ ବିଧାୟକ ମତଦାନ କରିବେ। ସାଂସଦ ଓ ବିଭିନ୍ନ ରାଜ୍ୟର ବିଧାୟକଙ୍କ ସଂଖ୍ୟା ଆଧାରରେ ନିର୍ଦ୍ଧାରିତ ଭୋଟ ମୂଲ୍ୟକୁ ଆକଳନ କଲେ ରାଷ୍ଟ୍ରମତି ନିର୍ବାଚନ ନିମନ୍ତେ ମୋଟ ଭୋଟ ପରିମାଣ ୧୦୮୬୪୩୧ ରହିଛି। ୫,୪୩,୨୧୬ ଭୋଟ ପାଉଥିବା ବ୍ୟକ୍ତି ହିଁ ରାଷ୍ଟ୍ରପତି ନିମନ୍ତେ ନିର୍ବାଚିତ ହେବେ।

ଭୋଟ ଗଣିତକୁ ଦେଖିଲେ ୟୁପିଏ ଓ ଅନ୍ୟ ବିରୋଧୀ ଦଳଙ୍କ ନିକଟରେ ୫୧% ଭୋଟ ଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ନିକଟରେ ରହିଛି ୪୯% ଭୋଟ। ମାତ୍ର ବିରୋଧୀ ମେଣ୍ଟରୁୁ ବିଜେଡ଼ି, ଟିଆର୍‍ଏସ୍‍, ଆପ୍‍, ଶିରୋମଣି ଅକାଳୀ ଦଳ, ୱାଇଏସ୍‍ଆର୍‍ ଆଦି ଦଳ ବିଭିନ୍ନ କାରଣରୁ ଦୂତ୍ୱ ଅବଲମ୍ବନ କରୁଛନ୍ତି। ଗୋଆ ନିର୍ବାଚନରେ ତୃଣମୂଳ ଦଳର ପ୍ରବେଶ ଯୋଗୁଁ ଆପ୍‍ ବିରୋଧୀ ମେଣ୍ଟରେ ସାମିଲ ହୋଇ ନ ଥିଲେ ହେଁ ବିଜେପିକୁ ସମର୍ଥନ କରିବା ସମ୍ଭାବନା କମ୍‍। ବିରୋଧୀ ମେଣ୍ଟରେ କଂଗ୍ରେସ ସାମିଲ ଥିବା ଯୋଗୁଁ କଂଗ୍ରେସ ଓ ଟିଆର୍‍ଏସ୍‍ ନିଜକୁ ଦୂରେଇ ରଖିଛି। ଏହି ପରିପ୍ରେକ୍ଷୀରେ ବିଜେଡ଼ି ନିକଟରେ ୩୧୦୦୦ ଓ ୱାଇଏସ୍‍ଆର୍‍ କଂଗ୍ରେସ ନିକଟରେ ଥିବା ୪୩୦୦୦ ଭୋଟ ମୂଲ୍ୟ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି।

ମାତ୍ର ରାଷ୍ଟ୍ରପତି ନିର୍ବାଚନରେ ବିଜେଡି କେଉଁ ଭୂମିକାରେ ଅବତ୍ତୀର୍ଣ୍ଣ ହେବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ସ୍ପଷ୍ଟ କରିଛନ୍ତି। ବିଜେଡି ଗତଥର ଏନ୍‍ଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଦେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ସମର୍ଥନ ଦେଇଥିଲା। ଏହି ସ୍ଥିତିରେ ଓଡ଼ିଶାର ସ୍ୱାର୍ଥ ଏବଂ ଉପଯୁକ୍ତ ପ୍ରାର୍ଥୀତ୍ୱକୁ ଦେଖି ନବୀନ ନିଜ କାର୍ଡ ଖୋଲିବେ ବୋଲି ସ୍ପଷ୍ଟ ହୋଇଯାଇଛି। ଏହା ସତ୍ତ୍ବେ ନବୀନଙ୍କ ନିରବତା ଉଭୟ ବିଜେପି ନେତୃତ୍ୱାଧୀନ ଏନ୍‍ଡ଼ିଏ ଓ ବିରୋଧୀ ମେଣ୍ଟ ନିମନ୍ତେ ରହସ୍ୟମୟ ମନେ ହେଉଛି। ନିରବ ନବୀନଙ୍କ ଉପରେ ଉଭୟ ପକ୍ଷର ଦୃଷ୍ଟି ନିବଦ୍ଧ ରହିଛି।

ବିଜେଡିର ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦ କହିଛନ୍ତି ଯେ, କେବଳ ଗଣମାଧ୍ୟମ ନୁହେଁ, ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସାରା ଦେଶ ଅପେକ୍ଷା କରି ରହିଛି। ଠିକ୍‍ ସମୟରେ ମୁଖ୍ୟମନ୍ତ୍ରୀ ଉଚିତ ନିଷ୍ପତ୍ତି ନେବେ। ରାଜ୍ୟ ସ୍ୱାର୍ଥ ଦୃଷ୍ଟିକୋଣରୁ ବିଚାର କରି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ଶ୍ରୀ ନନ୍ଦ କହିଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରପତି ନିର୍ବାଚନ ବିଜ୍ଞପ୍ତି ପରେ ବିଧାନସଭାର ୧୪୭ ଜଣ ସଦସ୍ୟଙ୍କ ଭୋଟଦାନ ସୁରୁଖୁରରେ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ରାଜ୍ୟରେ ଭୋଟ ଦେବାକୁ ଇଚ୍ଛା କରୁଥିବା ସାଂସଦମାନେ ବିଧାନସଭାରେ ଭୋଟ ଦେବାର ବ୍ୟବସ୍ଥା ମଧ୍ୟ ରହିଛି। ଏଥିପାଇଁ ନିର୍ବାଚନର ୧୦ ଦିନ ପୂର୍ବରୁ ସାଂସଦ ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିବେ।

ଏଥିପାଇଁ ବିଧିବଦ୍ଧ ଅନୁମତି ମିଳିଲେ ସାଂସଦଟିଏ ନିଜ ରାଜ୍ୟରେ ମଧ୍ୟ ଭୋଟ ଦେଇପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ଜୁଲାଇ ୧୮ ତାରିଖରେ ପୂର୍ବାହ୍ନ ୧୦ ଘଣ୍ଟାରୁ ଅପରାହ୍ନ ୫ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ କରାଯାଇପାରିବ। ଏହି ନାମାଙ୍କନ ଆସନ୍ତା ୨୯ ତାରିଖ ଯାଏଁ ଜାରି ରହିବ। ଏହାର ପରଦିନ ଅର୍ଥାତ ୩୦ ତାରିଖରେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ସେହିପରି ଜୁଲାଇ ମାସ ୨ ଅପରାହ୍ନ ୩ଟା ମଧ୍ୟରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ।

ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା
ନୂଆଦିଲ୍ଲୀ : ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଏନେଇ ଅପରାହ୍ନ ୩ଟାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ହେବ ପ୍ରେସମିଟ୍ । ଆସନ୍ତା ଜୁଲାଇ ୨୪ ତାରିଖରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ସେପଟେ ଦେଶର ୧୫ତମ ରାଷ୍ଟ୍ରପତି କିଏ ହେବେ ତାହାକୁ ନେଇ ଚାଲିଛି ଅଙ୍କକଷା । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୪ରେ ଶେଷ ହେଉଛି । ଗତ ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୭ରେ ହୋଇଥିବାବେଳେ ଫଳାଫଳ ଜୁଲାଇ ୨୦ରେ ଘୋଷିତ ହୋଇଥିଲା । ସମ୍ବିଧାନର ଧାରା ୬୨ ଅନୁସାରେ ପଦାସୀନ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନୂଆ ରାଷ୍ଟ୍ରପତି ଦାୟିତ୍ବ ନେବା ଆବଶ୍ୟକ ।