elephnat attack - The Sakala

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ
ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ରାଇପାଳ ଗ୍ରାମର ଚାମୁରୁ ମୁର୍ମୁଙ୍କ ପତ୍ନୀ ମାୟାଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବୁଧବାର ରାତିରେ ରାସଗୋବିନ୍ଦପୁର ବଜାରରେ ଉପଦ୍ରବ କରିଥିବା ଦନ୍ତା ହାତୀ ଜମ୍ଭୀରା ନଦୀ ପାର ହୋଇ ଖୁଣ୍ଟାପାଳ ପଞ୍ଚାୟତକୁ ପ୍ରବେଶ କରିଥିଲା। ବିଭାଗର କର୍ମଚାରୀ ହାତୀକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ଥିବାବେଳେ ହାତୀଟି ଛାତନା ପଞ୍ଚାୟତ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ମାୟା ଭୋର ସମୟରେ ଘର ନିକଟରେ ଥିବା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ। ଏହି ସମୟରେ ମାୟା ହାତୀ ହାବୁଡ଼ରେ ପଡି ଯାଇଥିଲେ। ଉତ୍ୟକ୍ତ ହାତୀଟି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ବନ ବିଭାଗ କର୍ତ୍ତୃପକ୍ଷ ଗୁରୁତର ଅବସ୍ଥାରେ ମାୟା ମୁର୍ମୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ବାରିପଦା ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ହାତୀ ପାଇଁ ଅକାଳରେ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ବେଳେ ବନବିଭାଗ ଚେତା ନ ପଶିବା ବାସ୍ତବରେ ପରିତାପର ବିଷୟ। ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରାକାଶ ପାଇଛି।