Congress President - The Sakala
ମଲ୍ଲିକାର୍ଜୁନ ଖଡଗେ ହେଲେ କଂଗ୍ରେସ ଅଧ୍ୟକ୍ଷ, ୨୪ ବର୍ଷ ପରେ ଅଣଗାନ୍ଧୀ ଧରିଲେ କଂଗ୍ରେସ ମଙ୍ଗ
ନୂଆଦିଲ୍ଲୀ : ୨୪ ବର୍ଷ ପରେ କଂଗ୍ରେସକୁ ମିଳିଲା ନୂଆ ସଭାପତି। ଅଣ ଗାନ୍ଧି ପରିବାରରୁ ମଲ୍ଲିକାର୍ଜୁନ ଖଡଗେ ହୋଇଛନ୍ତି କଂଗ୍ରେସର ନୂଆ ମୁଖିଆ। ନୂଆ କଂଗ୍ରେସ ସଭାପତି ନେଇ ହୋଇଥିବା ଭୋଟ ଆଜି ଗଣତି କରାଯାଇଛି, ଯେଉଁଥିରେ ସର୍ବାଧିକ ଭୋଟ ପାଇଁ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।
୧୯୯୮ରୁ ଲଗାତାର ଭାବେ ସୋନିଆ ଗାନ୍ଧି ଓ ପରେ ପୁଅ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହୋଇଥିଲେ । ୨୦୧୪, ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ, ଦଳରେ ଅସ୍ଥିରତା, ସଂଗଠନ ଦୁର୍ବଳ ଭଳି ଅନେକ ସମସ୍ୟାରେ ଘେରି ରହିଥିବା କଂଗ୍ରେସ ନୂଆ ସଭାପତି ପଦ ପାଇଁ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ସେଥିପାଇଁ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ନିର୍ବାଚନ ଲଢେଇକୁ ଓହ୍ଲାଇଥିଲେ। ହେଲେ ପ୍ରଥମରୁ ହିଁ ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ସୁନିଶ୍ଚିତ ବୋଲି ଜଣାପଡିଥିଲା। ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟରେ ମୁଖ୍ୟ ଭୂମିକା ଗାନ୍ଧୀ ପରିବାର ବୋଲି ବିବେଚନା କରାଯାଉଛି। କାରଣ ଖଡଗେଙ୍କୁ ଗାନ୍ଧୀ ପରିବାରର ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରାହୁଲ ଗାନ୍ଧୀ, ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ରହିଛି।ଅନ୍ୟପଟେ ଜି-୨୩ ନେତା ମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ରହିଥିଲେ।
ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ। କଂଗ୍ରେସ ସଭାପତି ନିର୍ବାଚନ ଲାଗି ଲଢେଇ ପାଇଁ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।   ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ଜଣେ ଦଳିତ ନେତା ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏଥିସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ମଲ୍ଲିକାର୍ଜୁନ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସୁଛନ୍ତି। ଯିଏ ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ଦଳର ସଭାପତି ଭାବେ ନିର୍ବାଚିତ ହେବାପରେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳ କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନଥିଲେ। କୁହାଯାଉଛି, ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ମିଳିପାରେ ସଞ୍ଜିବନୀ ।
ସୂଚନାଯୋଗ୍ୟ କଂଗ୍ରେସ ଅଧ୍ୟକ୍ଷ ପାଇଁ ଗତ ସୋମବାର ଭୋଟ୍‌ ଗ୍ରହଣ ହୋଇଥିଲା। ଦେଶର ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥ୍‌ ହୋଇଥିଲା। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି।ଭୋଟ ପ୍ରତିଶତ ୯୬ ପ୍ରତିଶତ ଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଥିଲା। ତେବେ ଆଜି କଂଗ୍ରେସ ମୁଖ୍ୟାଳୟରେ ଭୋଟ ଗଣତି କରାଯାଇଥିଲା। ମଲ୍ଲିକାର୍ଜୁନ ଖଡ଼ଗେ ବହୁ ଆଗରେ ରହିବା ସହ ୭୮୯୭ ଭୋଟ ପାଇ ବଡ଼ ବିଜୟ ହାସଲ କରିଛନ୍ତି।ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ସାଂସଦ ଶଶି ଥରୁରଙ୍କୁ ମାତ୍ର ୧ ହଜାର ୭୨ଟି ଭୋଟ ମିଳିଛି।
ମଲ୍ଲିକାର୍ଜୁନ ଖଡଗେଙ୍କ ନାମରେ ରହିଛି କେତେ ସମ୍ପତ୍ତି ?
କଂଗ୍ରେସ ରାଜନୀତିରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଜଣେ ସ୍ୱଚ୍ଛ ଓ ନିର୍ବିବାଦୀୟ ନେତା ଭାବେ ସମସ୍ତେ ଜାଣନ୍ତି । ସେ କେନ୍ଦ୍ର ସରକାରରେ ରେଳମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ରହୁଥିବା ଖଡଗେ ୨୦୧୯ ରାଜ୍ୟସଭା ନିର୍ବାଚନ କ୍ରମରେ ନିର୍ବାଚନ କମିଶନକୁ ଦେଇଥିବା ସମ୍ପତ୍ତି ତାଲିକା ମୁତାବକ ତାଙ୍କ ନିକଟରେ ମୋଟ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।
ଖଡଗେ ନିର୍ବାଚନକୁ ଦେଇଥିବା ଘୋଷଣାପତ୍ର ମୁତାବକ ତାଙ୍କ ନାମରେ କୌଣସି ଗାଡି ନାର୍ହି । ଖଡଗେଙ୍କ ପତ୍ନୀ ଜଣେ ଗୃହିଣୀ ଓ ତାଙ୍କ ନାମରେ ବି କୌଣସି ଗାଡି ନାହିଁ । ସେପଟେ ଏବେ ଜଣେ ଜଣେ ଜିଲ୍ଲା ସ୍ତରୀୟ ନେତା ନିଜ ଜୀବନର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ନିଜ ନାମରେ ରଖୁଥିବା ବେଳେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଖଡଗେଙ୍କ ନିକଟରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ । ସେପଟେ ଖଡଗେଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ପେଶାରେ ଜଣେ ଓକିଲ । ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ଦଳର ନେତା ଥିଲେ ।
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଗତକାଲିଠୁ ଶେଷ ହୋଇଛି ନାମାନଙ୍କନ ଦାଖଲ ପ୍ରକ୍ରିୟା। ସେପ୍ଟମ୍ବର ୩୦ ତାରିଖରେ ଦଳର ଅଧ୍ୟକ୍ଷ ପଦ ଲାଗି ନାମାଙ୍କନ ଦାଖଲ କରିଥିଲେ ଦଳର ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ,ଲୋକସଭା ସାଂସଦ ଶଶୀ ଥରୁର ଏବଂ ପୂର୍ବତନ ଝାଡଖଣ୍ଡ ମନ୍ତ୍ରୀ କେ.ଏନ ତ୍ରିପାଠୀ। ତେବେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ତ୍ରିମୁଖୀ ଲଢେଇ ଆଶା କରାଯାଉଥିବା ବେଳେ ଆଜି ଝାଡଖଣ୍ଡ ନେତା କେ ଏନ୍ ତ୍ରିପାଠୀଙ୍କ ନାମାଙ୍କନ ରଦ୍ଦ କରାଯାଇଛି। ଯାହା ଫଳରେ ଏବେ ମଲ୍ଲିକାର୍ଜୁନ ଖଡଗେ ଓ ଶଶୀ ଥରୁର ହେବେ ମୁହାଁମୁହିଁ । ଏହି ଦୁଇ ନେତାଙ୍କ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ଜୋରଦାର ଲଢେଇ ଆଶା କରାଯାଉଥିଲେ ମଧ୍ୟ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟ ନିଶ୍ଚିତ ପରି ଲାଗୁଛି।
ମଲ୍ଲିକାର୍ଜୁନ ଖଡଗେଙ୍କ ବିଜୟରେ ମୁଖ୍ୟ ଭୂମିକା ଗାନ୍ଧୀ ପରିବାର ବୋଲି ବିବେଚନା କରାଯାଉଛି। କାରଣ ଖଡଗେଙ୍କୁ ଗାନ୍ଧୀ ପରିବାରର ନିକଟତର ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ରାହୁଲ ଗାନ୍ଧୀ, ସୋନିଆ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥନ ରହିଛି।ଅନ୍ୟପଟେ ଜି-୨୩ ନେତା ମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ଥିବା ଜଣାପଡିଛି। ଏଣୁ ସେ ହିଁ କଂଗ୍ରେସର ନୂଆ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।
ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଥିଲେ। କଂଗ୍ରେସ ସଭାପତି ନିର୍ବାଚନ ଲାଗି ଲଢେଇ ପାଇଁ ସେ ଆଜି ଏହି ପଦରୁ ଇସ୍ତଫା ଦେଇଛନ୍ତି।  ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ଜଣେ ଦଳିତ ନେତା ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏଥିସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ମଲ୍ଲିକାର୍ଜୁନ ଦକ୍ଷିଣ ଭାରତୀୟ ରାଜ୍ୟ କର୍ଣ୍ଣାଟକରୁ ଆସୁଛନ୍ତି। ଯିଏ ଦଳର ଜଣେ ଦଳିତ ଚେହେରା ଭାବେ ଜଣାଶୁଣା। ଯଦି ସେ ଦଳର ସଭାପତି ଭାବେ ନିର୍ବାଚିତ ହୁଅନ୍ତି ତାହେଲେ କଂଗ୍ରେସ ୫୧ ବର୍ଷ ପରେ ଜଣେ ଦଳିତ ଅଧ୍ୟକ୍ଷ ପାଇବ। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁ ଜଗଜୀବନ ରାମଙ୍କ ପରେ ଦଳ କୌଣସି ଦଳିତ ନେତା କଂଗ୍ରେସ ନେତା ନେତୃତ୍ୱ ନେଇ ନାହାଁନ୍ତି।
ଏଥି ସହିତ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଦଳୀୟ ମଙ୍ଗୁଆଳ ଦାୟିତ୍ୱ ପ୍ରଦାନ କରି କଂଗ୍ରେସ ଦେଶର ୨୨ ପ୍ରତିଶତ ଦଳିତଙ୍କୁ ଦଳ ସହ ଯୋଡିବାକୁ ଚେଷ୍ଟା କରିବ। ଏହା ସହିତ ଦଳ ଦକ୍ଷିଣ ଭାରତୀୟ ରାଜନୀତିରେ ସ୍ଥିତି ମଜବୁତ କରିବାକୁ ପ୍ରୟାସ କରିବ। ତାଙ୍କର ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ଅନ୍ୟ ଦଳ ସହ ଯୋଗାଯୋଗ କରିବାରେ ବେଶ ସହାୟକ ହେବ।
ଅନ୍ୟପଟେ ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ଲାଗି ନାମାନଙ୍କନ ଦାଖଲ କରିବା ପରେ ପ୍ରତିକ୍ରିୟା ରଖି କଂଗ୍ରେସ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ  “ମୁଁ ସର୍ବଦା ଦଳିତ ଲୋକଙ୍କ ଅଧିକାର ପାଇଁ ଲଢିଛି ଏବଂ କଂଗ୍ରେସ ଦଳର ନୀତିକୁ ସମର୍ଥନ କରିବା ପାଇଁ ମୁଁ ଅଧିକ ସଂଗ୍ରାମ କରିବାକୁ ପ୍ରସ୍ତୁତ ଅଛି ଯାହା ସହିତ ମୁଁ ପିଲାଦିନରୁ ଜଡିତ ରହିଛି। ମୁଁ ଦଳର ସେହି ସମସ୍ତ ନେତା, କର୍ମକର୍ତ୍ତା, ପଦାଧିକାରୀଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ମୋ ନାମାଙ୍କନ ସମୟରେ ମୋ ସହିତ ଉପସ୍ଥିତ ରହିଛନ୍ତି। ଆସନ୍ତା ୧୭ ଅକ୍ଟୋବରରେ ମତଦାନ ଅନୁଷ୍ଠିତ ହେବ ଏବଂ ୧୯ ଅକ୍ଟୋବରରେ ନିର୍ବାଚନର ଫଳାଫଳ ଆସିବ। ମୁଁ ଆଶା କରୁଛି ଯେ ମୁଁ ଏହି ନିର୍ବାଚନରେ ​​ଜିତିବି।
ହାର୍‌ ମାନିଯିବାକୁ ପ୍ରସ୍ତୁତ ନୁହଁନ୍ତି ଥରୁର
ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଥିଲେ ମଧ୍ୟ ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ଲୋକସଭା ସାଂସଦ ଶଶୀ ଥରୁର। ନିଜର ବାକଚାତୁରୀ ପାଇଁ ବେଶ୍ ପ୍ରସିଦ୍ଧ ଥରୁର କହିଛନ୍ତି ଯେ, ଯଦି ଦଳର ବର୍ତ୍ତମାନର ସ୍ଥିତି ନେଇ କଂଗ୍ରେସ କର୍ମୀମାନେ ସନ୍ତୁଷ୍ଟ ଅଛନ୍ତି, ତାହେଲେ ଖଡ଼ଗେଙ୍କ ସପକ୍ଷରେ ଭୋଟ୍ ଦିଅନ୍ତୁ, ହେଲେ ଯଦି ପରିବର୍ତ୍ତନ ଚାହାନ୍ତି, ତାହେଲେ ତାଙ୍କ ସପକ୍ଷରେ ମତ ଯିବା ଉଚିତ ବୋଲି ଥରୁର କହିଛନ୍ତି । ତେବେ ଏଥିରେ ବିଚାରଧାରାର କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ଶଶୀ ଥରୁର ।
କଂଗ୍ରେସ ଦଳରେ ଥିବା ଯୁବ କର୍ମୀଙ୍କ କଥାକୁ ଶୁଣିବାର ସମୟ ଆସିଯାଇଛି। କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ଲୋକସଭା ସାଂସଦ ଶଶି ଥରୁର ଆଜି ନାଗପୁରରେ ଏହି କଥା କହିଛନ୍ତି। ସେ କହିଛନ୍ତି, ଆମେ ବଡ଼ ନେତାମାନଙ୍କୁ ସମ୍ମାନ ଦେଉ। କିନ୍ତୁ ଏବେ ଦଳର ଯୁବକର୍ମୀଙ୍କ କଥା ଶୁଣିବାର ବେଳ ଆସିଛି। ଆମେ ଦଳ ସାଂଗଠନିକ ରୂପରେଖକୁ ବଦଳାଇବା ଦିଗରେ କାର୍ୟ୍ୟ କରିବୁ। ଦଳର କର୍ମୀମାନଙ୍କୁ ଗୁରୁତ୍ୱ ଦିଆଯିବା ଉଚିତ୍‌।ଏହା ପୂର୍ବରୁ ଶଶି ଥରୁର କହିଥିଲେ ଯେ ସେ ଦଳର ସଭାପତି ହେଲେ ‘ହାଇକମାଣ୍ଡ’ ବ୍ୟବସ୍ଥାକୁ ହଟାଇ ଦେବେ। ୨୦୧୪ ନିର୍ବାଚନରେ ପରାଜୟ ପରଠୁ କଂଗ୍ରେସ ଏକାଧିକ ନିର୍ବାଚନରେ ପରାଜୟ ବରଣ କରିଥିବା ବେଳେ ଦଳର ସାଂଗଠନିକ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ବୋଲି ଜି-୨୩ ନେତାଏ ଦାବି କରି ଆସୁଛନ୍ତି।
କାହିଁକି ନାକଚ ହେଲା କେଏନ୍ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର
କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଶଶି ଥରୁରଙ୍କ ସହିତ ଝାରଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଏହି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ମଧୁସୂଦନ ମିସ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିସ୍ତ୍ରୀ କହିଛନ୍ତି, ପ୍ରାର୍ଥିପତ୍ର ଗୁଡ଼ିକର ଯାଞ୍ଚ କାର୍ୟ୍ୟ ଶେଷ ହୋଇଛି। କେଏନ୍ ତ୍ରିପାଠୀ ଯେଉଁ ୨୦ଟି ଫର୍ମ ଦାଖଲ କରିଥିଲେ ସେଥିରୁ ୪ଟିରେ ଥିବା ହସ୍ତାକ୍ଷର ଗୁଡ଼ିକ ଭିନ୍ନ ଭିନ୍ନ ଥିଲା। ଏହି କାରଣରୁ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଦିଆଯାଇଛି।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : ଓହରିଲେ ଦିଗବିଜୟ, ଥରୁର ଓ ଖଡଗେଙ୍କ ମଧ୍ୟରେ ହେବ ଟକ୍କର
ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଅନ୍ତିମ ଦିନ। ଶେଷ ଦିନର ଅଧ୍ୟକ୍ଷ ନିର୍ବାଚନକୁ ନେଇ ଲଢ଼େଇ ଜୋରଦାର ହେବାକୁ ନେଇ ଚର୍ଚ୍ଚା ମଧ୍ୟରେ ଏକ ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ପାଇଁ ରେସରେ ଥିବା ଅଶୋକ ଗେହଲଟ ଓ ଦଗବିଜୟ ସିଂହ ଓହରି ଯାଇଛନ୍ତି। ଏଥି ସହିତ ଗାନ୍ଧୀ ପରିବାରର ବିଶ୍ବସ୍ତ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷ ରେସ୍‌ରେ ପ୍ରବେଶ କରିଛନ୍ତି। ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଏଣ୍ଟ୍ରି ପରେ ଦିଗବିଜୟ ଏଥିରୁ ଓହରି ଯାଇଛନ୍ତି । ଖଡଗେ ତାଙ୍କର ନେତା ଓ ସେ ତାଙ୍କ ପାଇଁ ପ୍ରସ୍ତାବକ ହେବେ ବୋଲି କହିଛନ୍ତି ଦିଗବିଜୟ ସିଂ ।
ଆଜି ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଥିରୁଭନନ୍ତପୁରମ ସାଂସଦ ଶଶି ଥରୁର। ଦିଲ୍ଲୀ ଏଆଇସିସି ଅଫିସ୍‌କୁ ଯାଇ ଥରୁର ତାଙ୍କ ନାମାନଙ୍କନ ପତ୍ର ଦାଖଲ କରିଛନ୍ତି। ଅନ୍ୟପଟେ ଆଜି ଅପରାହ୍ଣ ୩ ଟାରେ ନାମାଙ୍କନ ଦାଖଲ କରିଛନ୍ତି ମଲିକାର୍ଜୁନ ଖଡଗେ। ସବୁଠୁ ବଡ କଥା ହେଉଛି ଖଡଗେଙ୍କ ପଛରେ ଗାନ୍ଧୀ ପରିବାରର ସମର୍ଥନ ରହୁଥିବାରୁ ସେ ହିଁ କଂଗ୍ରେସର ନୂଆ ସଭାପତି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ସେପଟେ ପ୍ରମୋଦ ତିୱାରୀଙ୍କ ନାଁ ଚର୍ଚ୍ଚା ହେଉଥିବା ବେଳେ ସେ ମଧ୍ୟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ବୋଲି ସୂଚନା ମିଳିଛି ।
ମଲ୍ଲିକାର୍ଜୁନ ଖଡ଼ଗେ ବର୍ତ୍ତମାନ ରାଜ୍ୟସଭାରେ ବିରୋଧୀ ଦଳ ନେତା ଭାବେ କାମ କରୁଛନ୍ତି। ସେ ୮ଥରର ବିଧାୟକ ଓ ୨ ଥରର ଲୋକସଭା ସାଂସଦ। ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଜଣେ ଦଳିତ ନେତା ଭାବେ ଜଣାଶୁଣା ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକାର ପିସିସି ସଭାପତି, ପୂର୍ବତନ ଗୃହମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭାବେ କାମ କରିବାର ଅଭିଜ୍ଞତା ରଖିଛନ୍ତି। ଏଥିସହ ସେ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ଗେହଲଟ ରାଜସ୍ଥାନର ବିବାଦୀୟ ପରିସ୍ଥିତି ଯୋଗୁ ଅଧ୍ୟକ୍ଷ ରେସ୍‌ରୁ ବାଦ ପଡ଼ିଛନ୍ତି। ସେ ଗାନ୍ଧି ପରିବାରର ବିଶ୍ୱସ୍ତ ଭାବେ ଜଣାଶୁଣା ଥିଲେ। ସେ ବାଦ ପଡ଼ିଥିବାରୁ ଗାନ୍ଧି ପରିବାରର ଅନ୍ୟତମ ବିଶ୍ୱସ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଧ୍ୟକ୍ଷ କରାଯିବା ସପକ୍ଷରେ ବରିଷ୍ଠ ନେତା ଥିବା କୁହାଯାଉଛି।
ଅନ୍ୟପଟେ ଜି-୨୩ ନେତା ମାନେ ମଧ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସପକ୍ଷରେ ଥିବା ଜଣାପଡିଛି। ଜି-୨୩ ନେତା ପୃଥ୍ୱୀରାଜ ଚୌହାନ, ମନୀଷ ତିୱାରୀ, ଭୂପିନ୍ଦର ସିଂହ ହୁଡ୍ଡା ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସପୋର୍ଟ କରୁଛନ୍ତି। ଯାହା ଫଳରେ ମଲ୍ଲିକାର୍ଜୁନ ଖଡ଼ଗେ କଂଗ୍ରେସ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ନିର୍ବାଚନରୁ ଓହରିବା ପରେ ଦିଗବିଜୟ ସିଂ କହିଲେ ….
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରୁ ଦିଗବିଜୟ ସିଂ ଓହରିବା ପରେ କହିଛନ୍ତି ଯେ ମୁଁ ସାରା ଜୀବନ କଂଗ୍ରେସ ପାଇଁ କାମ କରିଛି ଏବଂ ଏହା ଜାରି ରଖିବି। ଆମର ଆଦର୍ଶ ସମାନ, ଆମେ ଚାହୁଁ ଦଳ ସୁଦୃଢ଼ ହେଉ; ସ‌ୌହାର୍ଦ୍ଦ୍ୟପୂଣ୍ଣ ପ୍ରତିଦ୍ବନ୍ଦ୍ବିତ‌ା, ଶତ୍ରୁତା ନାହିଁ। ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚନରେ ପ୍ରବେଶ କରିବା କଥା ପଚାରିବାରୁ ସେ କହିଲେ, ମଲ୍ଲିକାର୍ଜୁନ ଖଡ଼ଗେ ଖୁବ୍‌ ସମ୍ମାନସ୍ପଦ ସହଯୋଗୀ। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଅଧିକ ଲୋକ ପ୍ରତିଦ୍ବନ୍ଦ୍ବିତା କରିବା ଭଲ କଥା। ଯେତେ ଅଧିକ ପ୍ରାର୍ଥୀ ହେବେ, ସେତେ ଉତ୍ତମ।
ଦିଗବିଜୟ ସିଂ କହିଛନ୍ତି, ମଲ୍ଲିକାର୍ଜୁନ ଖଡ଼ଗେଜୀ ମୋର ସିନିୟର। ଗତକାଲି ମୁଁ ତାଙ୍କ ବାସଭବନକୁ ଯାଇ କହିଥିଲି ଯେ ଯଦି ସେ କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରୁଛନ୍ତି, ତେବେ ମୁଁ କରିବି ନାହିଁ। ତା’ପରେ ସେ ନାମ ଲେଖାଉ ନାହାଁନ୍ତି ବୋଲି କହିଥିଲେ। ଏହା ପରେ ମୁଁ ଗଣମାଧ୍ୟମରୁ ଜାଣିଲି ଯେ ସେ ଏହି ପଦ ପାଇଁ ପ୍ରାର୍ଥୀ ଅଟନ୍ତି। ମୁଁ ତାଙ୍କୁ କହିଲି ଯେ ମୁଁ ତାଙ୍କ ସହିତ ଛିଡା ହୋଇଛି ଏବଂ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଚିନ୍ତା କରିପାରିବି ନାହିଁ । ମୁଁ ତାଙ୍କର ସମର୍ଥକ ହେବି ।
ନାମାଙ୍କନ ଦାଖଲ କଲେ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ ତ୍ରିପାଠୀ
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ନାମାଙ୍କନ ପ୍ରକ୍ରିୟା। ଏହିକ୍ରମରେ ଆଜି ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ ତ୍ରିପାଠୀ। ଏନେଇ ସେ ଆଜି ଏଆଇସିସି ମୁଖ୍ୟାଳୟରେ ପହଞ୍ଚି ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ମୁଁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିଛି। ଦଳର ସମସ୍ତ ନେତାଙ୍କ ନିଷ୍ପତ୍ତି କୁ ସମ୍ମାନ ଦେବି ବୋଲି ସେ କହିଛନ୍ତି। ତେବେ ଶ୍ରୀ ତ୍ରିପାଠୀ ଙ୍କ ନାମ ଚର୍ଚ୍ଚାରେ ନଥିବା ବେଳେ ସେ ଆଜି ସରପ୍ରାଇଜ ଫ୍ୟାକ୍ଟର ଭାବେ ନାନଙ୍କନ ଦାଖଲ କରିଛନ୍ତି।
ଗେହଲଟ୍‌ ହୋଇପାରନ୍ତି କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ; ଆଜିଠୁ ୩୦ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା
ନୂଆଦିଲ୍ଲୀ: ଏଆଇସିସି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ । ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ହେବ । ଦୁଇ ଦଶନ୍ଧି ପରେ ଅଣଗାନ୍ଧୀଙ୍କ ହାତକୁ ଯିବ କଂଗ୍ରେସ କମାଣ । ଏଆଇସିସି ସଭାପତି ରେସରେ ଗେହଲଟ, ଥରୁର, ଦିଗବିଜୟଙ୍କ ପରି ହେଭିୱେଟ ରହିଛନ୍ତି । କିନ୍ତୁ ସବୁଠୁ ଆଗରେ ଅଶୋକ ଗେହଲଟ । ସେ ହିଁ କଂଗ୍ରେସ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗତ କିଛି ଦିନ ହେଲା ସ୍ଥିତି ରୋଚକ ହୋଇପଡ଼ିଥିବା ବେଳେ ଦଳର ନେତୃତ୍ବ ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ହାତକୁ ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ଅଧ୍ୟକ୍ଷ ପଦ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ପୂର୍ବରୁ ଗେହଲଟ ସ୍ପଷ୍ଟ କରି ନଥିଲା ବେଳେ ଶୁକ୍ରବାର ନିର୍ବାଚନରେ ଭାଗ ନେବାକୁ ଘୋଷଣା କରିଛନ୍ତି। ଏଥିପାଇଁ ସେ ଖୁବଶୀଘ୍ର ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ବର୍ତ୍ତମାନ ଦେଶ ପାଇଁ ଏକ ଶକ୍ତ ବିରୋଧୀ ଦଳର ଆବଶ୍ୟକତା ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଏବଂ ଦଳର ଆଭିମୁଖ୍ୟକୁ ବିଚାରକୁ ନେଇ ସେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତାକୁ କରିବାକୁ ସ୍ଥିର କରିଥିବା କହିଛନ୍ତି। ଏହାବ୍ୟତୀତ ନିର୍ବାଚନରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଭାଗ ନେବେ ନାହିଁ ବୋଲି ସେ ସ୍ପଷ୍ଟ କରିଥିବାରୁ ଗେହଲତ ହିଁ ଦଳର ପରବର୍ତ୍ତୀ ମୁଖିଆ ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଯଦିଓ ଶଶୀ ଥରୁର, ଦିଗ ବିଜୟ ସିଂ, ମନୀଷ ତିୱାରୀ, କମଳନାଥଙ୍କ ଭଳି କିଛି ବରିଷ୍ଠ ନେତା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବେ ବୋଲି କୁହାଯାଉଛି, ତେବେ ଗେହଲଟ ହିଁ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି।
ଦୀର୍ଘ ୫୦ ବର୍ଷ ଧରି କଂଗ୍ରେସ ସହ ଜଡ଼ିତ ଥିବା ଗେହଲଟ ସୋନିଆଙ୍କ ପ୍ରତି ମଧ୍ୟ ଯଥେଷ୍ଟ ଆନୁଗତ୍ୟ ରହିଛନ୍ତି। ତେଣୁ ତାଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରିବାକୁ ସୋନିଆଙ୍କ ଇସାରା କାମ କରିବ ବୋଲି କୁହାଯାଉଛି। ତେବେ ବହୁ ଦଶନ୍ଧି ପରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବା ସହିତ ଗାନ୍ଧୀ ପରିବାର ହାତରୁ ନେତୃତ୍ବ ଯିବା ଘଟଣା ଅନେକଙ୍କ ପାଇଁ ବୋଧଗମ୍ୟ ହୋଇପାରିନି। କେବଳ ୨୦୧୭ ଏବଂ ୨୦୧୯ ଛାଡିଲେ ୧୯୯୮ ରୁ ସୋନିଆ ଗାନ୍ଧୀ ଦଳର ନେତୃତ୍ବ ନେଇ ଆସିଛନ୍ତି। କିନ୍ତୁ ସାଂପ୍ରତିକ ସ୍ଥିତିରେ ନିର୍ବାଚନ କରି ଅଧ୍ୟକ୍ଷ ବାଛିବାକୁ ଦାବି ହୋଇ ଆସିଥିବାରୁ ଆସନ୍ତା ମାସରେ ନିର୍ବାଚନ କରିବା ସହିତ ସୋନିଆ ନିଜ ପଦବୀରୁ ହଟିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ ଘୋଷଣା ପରେ ହରିଶ ରାୱତଙ୍କ ପ୍ରତିକ୍ରିୟା, କହିଲେ ଏହି ନେତା ହିଁ ହେବେ କଂଗ୍ରେସ ସଭାପତି
ନୂଆଦିଲ୍ଲୀ : କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ। ଦିପାବଳୀ ପୂର୍ବରୁ ଜଣାପଡିବ କିଏ ହେବ କଂଗ୍ରେସର ନୂଆ ଅଧ୍ୟକ୍ଷ। ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି । ୨୨ ସେପ୍ଟେମ୍ବରରେ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ୨୪ ଏବଂ ୩୦ରେ ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଗସ୍ତରେ ଥିବାରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିଲେ । ଆଉ ସାଙ୍ଗରେ ଥିଲେ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପାଇଁ ବଡ ଚ୍ୟାଲେଞ୍ଜ ଚଳିତ ବର୍ଷ ଶେଷରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଏବଂ ପରେ କର୍ଣ୍ଣାଟକ ଓ ହିନ୍ଦୀ ହାର୍ଟଲ୍ୟାଣ୍ଡ ନିର୍ବାଚନ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ସହିତ କର୍ଣ୍ଣାଟକରେ ଗେରୁଆ ଗଡରେ ଧସେଇ ପଶିଥିଲା କଂଗ୍ରେସ । ପରେ କିନ୍ତୁ ରାଜନୈତିକ ସମୀକରଣ ଭିତରେ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବଦଳିଯାଇଛି ସରକାର । ଏହି ସମୟରେ ଦଳର ଅଧ୍ୟକ୍ଷ ଥିଲେ ରାହୁଲ ଗାନ୍ଧି । କିନ୍ତୁ ୨୦୧୯ ନିର୍ବାଚନ ହାରିବା ପରେ ସେ ଇସ୍ତଫା ଦେଇଛନ୍ତି । ଏବେ କିନ୍ତୁ ସେ ଅଧ୍ୟକ୍ଷ ପଦ ପାଇଁ ରାଜି ନହେଉଥିବାରୁ ଜଣେ ଅଣ ଗାନ୍ଧି ନେତାଙ୍କୁ ଦଳର ଅଧ୍ୟକ୍ଷ କରିବାକୁ କଂଗ୍ରେସ ଯୋଜନା କରୁଥିବା ସୂଚନା ରହିଛି । ଆଉ ଏହି ତାଲିକାରେ ଆଗରେ ରହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ । ଅନ୍ୟପଟେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ ପଦରେ ବସାଇବାକୁ ଗୋଟିଏ ବଡ ଗୋଷ୍ଠୀ ପ୍ରୟାସ କରୁଥିବା କୁହାଯାଉଛି ।
ଅନ୍ୟପଟେ କଂଗ୍ରେସର ଅଧ୍ୟକ୍ଷ ପଦକୁ ପାଇଁ ରାହୁଲ ଗାନ୍ଧୀ ହିଁ ପ୍ରଥମ ପସନ୍ଦ ବୋଲି କିଛି ବରିଷ୍ଠ ନେଥା ମତବ୍ୟକ୍ତ କରୁଛନ୍ତି। ଆଜି ସଭାପତି ନିର୍ବାଚନ ପାଇଁ ମତଦାନ ତାରିଖ ଘୋଷଣା ପରେ  ଦଳର ବରିଷ୍ଠ ନେତା ହରିଶ ରାୱତ କହିଛନ୍ତି ଯେ ରାହୁଲ ଗାନ୍ଧୀ ଶୀଘ୍ର କଂଗ୍ରେସ ସଭାପତି ହେବେ। ସେ କହିଛନ୍ତି ଯେ, ଖୁବ୍ ଶୀଘ୍ର ରାହୁଲଜୀ କଂଗ୍ରେସର ସଭାପତି ହେବେ। ଦଳର ସମସ୍ତ କର୍ମୀ ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ପଦ ଗ୍ରହଣ କରିବାକୁ ଅନୁରୋଧ କରିଛୁ।
ସେପଟେ ଗତ କିଛି ଦିନ ହେବ ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ରାହୁଲଙ୍କୁ ସମର୍ଥନ କରି ଗତ କିଛି ଦିନ ହେବ ଏହି କଥା କହିଆସୁଛନ୍ତି। ଖଡ଼ଗେ  କହିଛନ୍ତି, ସମସ୍ତ କଂଗ୍ରେସ କର୍ମୀଙ୍କ ସହ ମୋର ବ୍ୟକ୍ତିଗତ ମତ ହେଉଛି ରାହୁଲ ଗାନ୍ଧୀ ଆଗକୁ ଯାଇ କଂଗ୍ରେସ ସଭାପତି ହେବା ଉଚିତ୍ । ସେ ଏକଜୁଟ ହୋଇ କଂଗ୍ରେସ ଦଳକୁ ମଜବୁତ କରିପାରିବେ । ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ସଭାପତି କରିବାପାଇଁ ବାଧ୍ୟ କରାଯିବ। ଦଳର ନେତୃତ୍ବ ନେବାପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି। ଯେଭଳି ଭାବେ ସୋନିଆଙ୍କୁ ଦଳର ସଭାପତି ପଦରେ ରହିବା ପାଇଁ ବାଧ୍ୟ କରାଯାଇଥିଲା ଠିକ୍‌ ସେମିତି ରାହୁଲଙ୍କୁ ମଧ୍ୟ ବାଧ୍ୟ କରାଯିବ ବୋଲି ଖଡ଼ଗେ କହିଛନ୍ତି।
ଉଲ୍ଲେଖନୀୟ କଥା ହେଉଛି, ୨୦୧୯ ରେ ଦଳ ବିଧାନସଭା ନିର୍ବାଚନରେ ​​କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବା ପରେ ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇ ଦେଇଥିଲେ ।ରାହୁଲଙ୍କ ଇସ୍ତଫା ପରେ ସୋନିଆ ଗାନ୍ଧୀ ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବରେ ଦଳର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ସେ ମଧ୍ୟ ଜି -୨୩ ନେତାଙ୍କ ବିଦ୍ରୋହ ପରେ ଅଗଷ୍ଟ ୨୦୨୦ ରେ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ CWC ତାଙ୍କୁ ଦାୟିତ୍ୱ ଜାରି ରଖିବାକୁ ଅନୁରୋଧ କରିଥିଲା ।
ଅକ୍ଟୋବରରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ : ଘୋଷଣା ହେଲା ନିର୍ବାଚନ ତାରିଖ
ନୂଆଦିଲ୍ଲୀ : ଦେଶରେ କଂଗ୍ରେସ ଧରାଶାୟୀ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ଦଳ। ଏହାରି ଭିତରେ କଂଗ୍ରେସର କିଏ ହେବ ପରବର୍ତ୍ତୀ ଅଧ୍ୟକ୍ଷ। ସେନେଇ ବହୁ କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ଆଜି ଘୋଷଣା ହୋଇଛି ନିର୍ବାଚନ ତାରିଖ। ଆଜି ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ନିର୍ବାଚନ ତାରିଖ ଚୂଡାନ୍ତ ହୋଇଛି। ସୂଚନା ମୁତାବକ ବୈଠକରେ ଅକ୍ଟୋବର ୧୭ ତାରିଖରେ ନିର୍ବାଚନ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଅକ୍ଟୋବର ୧୯ ରେ ଭୋଟ ଗଣତି ହେବ। ଏନେଇ ସେପ୍ଟେମ୍ବର ୨ ତାରିଖରେ ବିଜ୍ଞପ୍ତି ଜାରି କରାଯିବ ବୋଲି ଜଣାପଡିଛି । ଏହାପରେ ସେପ୍ଟେମ୍ବର ୧୩ ତାରିଖରେ ନାମାଙ୍କନ ଦାଖଲ କରାଯିବ । କଂଗ୍ରେସ କାର୍ଯ୍ୟକାରୀ କମିଟିର ମୋହର ଲାଗିବା ପରେ ଏହା ଔପଚାରିକଭାବେ ଘୋଷଣା କରାଯିବ ।
ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ରହିଛି। ଏହାରି ଭିତରେ ଦଳ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଥିଲା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ବିଦେଶରେ ଥିବା ବେଳେ ଭର୍ଚୁଆଲ ମୋଡରେ ଏହି ବୈଠକରେ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ବୈଠକରେ ହରୀଶ ରାୱତ, ସଲମାନ ଖୁର୍ସିଦ, ମୁକୁଲ ବାସନିକ , ମଲ୍ଲିକାର୍ଜୁନ ଖଡଗେ, କୁମାରୀ ଶୈଲଜା, ମଧୁସୁଦନ ମିସ୍ତ୍ରୀ, କେ,ସି ବେଣୁଗୋପାଳ, ଜୟରାମ ରମେଶ, ଅଜୟ ମାକେନ, ଅଭିଷେକମନୁ ସଂଘଭୀଙ୍କ ସମେତ ଅନେକ କଂଗ୍ରେସ ନେତା ଉପସ୍ଥିତ ଅଛନ୍ତି ।
ମିଳିଥିବା ସୂଚନା ଅନୁସାରେ ସିଡବ୍ଲୁସି ବୈଠକରେ ଅନେକ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଅଧ୍ୟକ୍ଷ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ ରାହୁଲ ଏଥି ପାଇଁ ରାଜି ନଥିବାରୁ ତାଙ୍କୁ ରାଜି କରାଇବେ ବୋଲି ଜଣାପଡିଛି। ଅନ୍ୟପଟେ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ‘ରାହୁଲଙ୍କୁ ପୁଣି ଥରେ କଂଗ୍ରେସ ସଭାପତି ହେବା ପାଇଁ ବାଧ୍ୟ କରାଯିବ। ତାଙ୍କୁ ମନାଇବା ପାଇଁ ଚେଷ୍ଟା ଚାଲିଛି। ଦଳର ନେତୃତ୍ୱ ନେବା ପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି।’
ଇଡିରେ ହାଜର ହେଲେନି ସୋନିଆ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍‌ଡ ଦୁର୍ନୀତି ମାମଲାରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିକଟରେ ହାଜର ହୋଇନାହାନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେ ହାଜର ହେବା ପାଇଁ ଅଧିକ ସମୟ ମାଗିଛନ୍ତି। କାରଣ ସେ ଏ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇନାହାନ୍ତି। ଗତ ଗୁରୁବାର ସୋନିଆ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ସେ ବୁଧବାର ଇଡିରେ ହାଜର ହେବେ ବୋଲି କୁହାଯାଇଥିଲା। ଏବେ ନୂତନ ସମନ ଜାରି କରାଯାଇ ତିନି ସପ୍ତାହ ପରେ ହାଜର ହେବା ପାଇଁ ସୋନିଆଙ୍କୁ କୁହାଯିବ ବୋଲି ଇଡି ସୂତ୍ରରୁ ସୂଚନା ମିଳିଛି।