JAGARAYATRA - The Sakala

ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା: ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ଉଠିବ ମହାଦୀପ
ଆରଡି: ଆସନ୍ତାକାଲି ଜାଗର ଯାତ୍ରା । ବାବା ଆଖଣ୍ଡଳମଣୀଙ୍କ ନୀତିକାନ୍ତି  ଓ ମହାଦୀପ କେତେ ବେଳେ ଉଠିବ ତାହାର ଚୂଡ଼ାନ୍ତ ଚିଠା ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

ମଙ୍ଗଳବାର ଭୋର ୪ଟାରେ ହେବ ବାବାଙ୍କ  ଆଳତି ଅନୁଷ୍ଠିତ ହେବ। ୪ଟା ୩୦ ମିନିଟରେ କନିକା ରାଜାଙ୍କର ପହିଲି ଘର୍ଷଣଲାଗି ହେବ । ସକାଳ ୫ଟାରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡ଼ି ଅନ୍ନନୀତି ଭୋଗ ଲାଗି ହେବ । ସକାଳ ୫ଟାରୁ ୧୧ଟା ପର୍ଯ୍ଯନ୍ତ ସର୍ବସାଧାରଣ ବାବାଙ୍କ ଦର୍ଶନ କରିପାରିବେ ।

ସନ୍ଧ୍ୟା ୬ଟାରେ ପ୍ରଥମ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ପଞ୍ଚ ଉପଚାର ପୂଜା କରାଯିବ । ସନ୍ଧ୍ୟା ୮ଟାରେ ଦ୍ବିତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷାକ, ମଧୁସ୍ନାନ, ପଞ୍ଚ ଉପଚାର ପୂଜା ନୀତି ସମ୍ପନ୍ନ ହେବ । ରାତି ୧୦ଟାରେ ତୃତୀୟ ପ୍ରହର ଘର୍ଷଣଲାଗି, ଜଳାଭିଷେକ, ଦୁଗ୍ଧସ୍ନାନ, ପଞ୍ଚ ଉପଚାର ରୀତି ହେବ । ସେହିପରି ରାତି ୧୧ଟାରେ ବାବାଙ୍କ ଚତୁର୍ଥ ପ୍ରହର ପୂଜା, ଘୃତସ୍ନାନ, ଘର୍ଷଣଲାଗି, ୧୦୮ କଳସ ଜଳଲାଗି, ପଞ୍ଚ ଉପଚାର ପୂଜା ସମ୍ପନ୍ନ ହେବ ।

ରାତି ୧୨ଟାରେ ମଣିବାବାଙ୍କ ସୁନାବେଶ ଆରମ୍ଭ ହେବ । ରାତି ଗୋଟାଏ ୩୦ରେ ବାବାଙ୍କ ସୁନାବେଶ ସମ୍ପନ୍ନ ଓ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ରାତି ୨ଟାରେ ମହାଦୀପ ପ୍ରସ୍ତୁତି ହେବ । ରାତି ୩ଟା ୧୫ ମିନିଟରେ ମହାଦୀପ ଷୋଡଶ ଉପଚାରରେ ପୂଜା ପ୍ରତିଷ୍ଠା, ଅଗ୍ନି ସଂଯୋଗ, ଯଜ୍ଞ ଆରମ୍ଭ । ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବ । ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ ।

ଜାଗର ଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ସୁରକ୍ଷା କଡାକଡି
ଭୁବନେଶ୍ବର : ଆସନ୍ତାକାଲି ମହା ଶିବରାତ୍ରୀ । ସମଗ୍ର ରାଜ୍ୟ ସମେତ ଏକାମ୍ରକ୍ଷେତ୍ର ଭୁବନେଶ୍ବରରେ ପାଳନ ହେବ ଜାଗର । ପବିତ୍ର ଜାଗର ପାଇଁ ଭୁବନେଶ୍ବର କମିସନରେଟ ପୁଲିସ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାଗର ପାଇଁ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ ୩୪ ପ୍ଲାଟୁନ ଫୋର୍ସ ।

ଭୁବନେଶ୍ବର ଡିସିପିଙ୍କ ଅଧୀନରେ ୫ ଜଣ ଅତିରିକ୍ତ ଡିସିପି ଓ ୧୩ ଜଣ ଏସିପି ଆଇନଶୃଙ୍ଖଳା ପରିସ୍ଥିତିର ତଦାରଖ କରିବେ । ସେହିପରି ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ରହିବେ ୧୭ ଜଣ ଇନ୍ସପେକ୍ଟର ଓ ୮୬ ଜଣ ସବଇନ୍ସପେକ୍ଟର । ଏହାଛଡ଼ା ଟ୍ରାଫିକ ନିୟନ୍ତ୍ରଣ ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା ।

ଅନ୍ୟପଟେ କରୋନା କଟକଣା ପାଇଁ ମନ୍ଦିରରେ ଭିଡ଼ ନ କରିବାକୁ ଜନସାଧାରଣଙ୍କୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । କୋଭିଡ ନିୟମ ମାନି ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ମନ୍ଦିର ବେଢ଼ାରେ ଜାଗର ଦୀପ ଜାଳି ପାରିବେ ଶ୍ରଦ୍ଧାଳୁ । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ ।