Credit card - The Sakala
RBI ର ନୂଆ ଗାଇଡ୍‌ଲାଇନ୍‌: କ୍ରେଡିଟ୍‌ କାର୍ଡରେ ଦେଇହେବନି ଘର ଭଡ଼ା, ସେବା ବନ୍ଦ କଲା ରେଣ୍ଟ ପେମେଣ୍ଟ ଆପ୍ସ
ନୂଆଦିଲ୍ଲୀ: ଯଦି ଆପଣ ଫୋନ୍‌ ପେ’,  ପେଟିଏମ୍‌, କ୍ରେଡ୍‌ ଏବଂ ଆମାଜନ୍‌ ପେ’ ଭଳି ମୋବାଇଲ୍ ଆପ୍ ବ୍ୟବହାର କରି ଘର ଭଡା ଦେଉଥାନ୍ତି, ତେବେ ଆଗକୁ ଆଉ ଏହା କରିପାରିବେନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପେମେଣ୍ଟ ସେବା ସହିତ ଜଡିତ ଏକ  ନୂତନ ନିୟମ ଲାଗୁ କରିଛି। ନୂତନ ନିୟମ ଅନୁଯାୟୀ, ଫିନ୍‌ଟେକ୍ ପ୍ଲାଟଫର୍ମଗୁଡ଼ିକ ସେମାନଙ୍କର ଆପ୍ସରେ କ୍ରେଡିଟ୍ କାର୍ଡ ଭଡା ପେମେଣ୍ଟ ବା ଦେୟ ସେବା ବନ୍ଦ କରିଦେଇଛନ୍ତି।
ଆର୍‌ବିଆଇ ଭଡା ସେବା ସମ୍ପର୍କରେ ଏକ ନୂତନ ସର୍କୁଲାର ଜାରି କରିଛି। ଏହି ଅନୁଯାୟୀ, ପେମେଣ୍ଟ ଏଗ୍ରିଗେଟର୍ ଏବଂ ପେମେଣ୍ଟ ଗେଟୱେଗୁଡ଼ିକ ବର୍ତ୍ତମାନ କେବଳ ସେହି ବ୍ୟବସାୟୀଙ୍କ ସହିତ କାରବାର ପ୍ରକ୍ରିୟାକରଣ କରିପାରିବେ ଯାହାଙ୍କ ସହିତ ସେମାନଙ୍କର ସିଧାସଳଖ ସମ୍ପର୍କ ଅଛି କିମ୍ବା ଯାହାର କେୱାଇସି ସମାପ୍ତ ହୋଇଛି। ଏହାର ଅର୍ଥ ହେଉଛି ଯେ ଘରମାଲିକମାନେ ସାଧାରଣତଃ ପଞ୍ଜୀକୃତ ବ୍ୟବସାୟୀ ନୁହଁନ୍ତି, ତେଣୁ ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ କ୍ରେଡିଟ୍ କାର୍ଡ ପେମେଣ୍ଟ ସେମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇପାରିବନାହିଁ। ପୂର୍ବରୁ, କିଛି ଲୋକ ସମ୍ପୂର୍ଣ୍ଣ କେୱାଇସି ବିନା କ୍ରେଡିଟ୍ କାର୍ଡ ବ୍ୟବହାର କରି ସେମାନଙ୍କ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରୁଥିଲେ। ଏହି ଆପ୍ ତୁରନ୍ତ ଟଙ୍କା ଟ୍ରାନ୍ସଫର କରି ରିୱାର୍ଡ ପଏଣ୍ଟ କିମ୍ବା କ୍ୟାସବ୍ୟାକ୍ ଆପଣଙ୍କ ନିକଟକୁ ପଠାଇଦେଉଥିଲା। ଆର୍‌ବିଆଇ କୁଏହି ବ୍ୟବସ୍ଥାକୁ ଅନୁପଯୁକ୍ତ ହୃଦ୍‌ବୋଧ ହେଉଥିଲା କାରଣ ଏଥିରେ ଘରମାଲିକଙ୍କ ସମ୍ପୂର୍ଣ୍ଣ କେୱାଇସି ପାଳନ କରାଯାଉ ନ ଥିଲା। ଫିନ୍‌ଟେକ୍‌ କମ୍ପାନୀଗୁଡ଼ିକ ଏକ ବଜାର ଭାବରେ କାର୍ଯ୍ୟ କରୁଥିଲେ, ଯାହାକୁ ଆର୍‌ବିଆଇ ବେଆଇନ ବୋଲି ବିବେଚନା କରିଥିଲା। ଏହି ସେବା ବର୍ତ୍ତମାନ ବନ୍ଦ ହୋଇଯାଇଛି ଏବଂ ଫିନ୍‌ଟେକ୍‌କମ୍ପାନୀଗୁଡ଼ିକୁ କଠୋର ନିୟମ ପାଳନ କରିବାକୁ ପଡିବ। ଏପରି ଅପବ୍ୟବହାରକୁ ରୋକିବା ପାଇଁ ଏହି ସୁବିଧା ମଧ୍ୟ ବନ୍ଦ କରାଯାଇଛି। ନୂତନ ନିୟମ ଲାଗୁ କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ କ୍ରେଡିଟ୍ କାର୍ଡ ଭଡା ପେମେଣ୍ଟ ଉପରେ କଟକଣା କଡ଼ାକଡ଼ି କରିବା ଆରମ୍ଭ କରିଦେଇଥିଲେ। ୨୦୨୪ ଜୁନ୍‌ରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ କାର୍ଡ ସହିତ ଭଡା ପେମେଣ୍ଟ ପାଇଁ ୧% ଅତିରିକ୍ତ ଶୁଳ୍କ ପ୍ରଚଳନ କରିଥିଲା, ଯାହାର ସର୍ବାଧିକ ସୀମା ୩୦୦୦ ଟଙ୍କା ଥିଲା। ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏସ୍‌ବିିଆଇ  କାର୍ଡଗୁଡ଼ିକ ଏପରି ପେମେଣ୍ଟ ପାଇଁ ପୁରସ୍କାର ପଏଣ୍ଟ ବନ୍ଦ ।
ଭଡାଟିଆମାନେ ଆଉ ଫୋନ୍‌ ପେ’,  ପେଟିଏମ୍‌ ଇତ୍ୟାଦି ଫିନଟେକ୍ ଆପ୍ସରେ କ୍ରେଡିଟ୍ କାର୍ଡ ବ୍ୟବହାର କରି ଭଡା ଦେଇ ନ ପାରିଲେ ଏହା ବ୍ୟାଙ୍କଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବ। କାରଣ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏଥିରେ ବ୍ୟାଙ୍କର ଶୁଳ୍କ ବାବଦ ଆୟ ହ୍ରାସ ପାଇପାରେ। ଏସ୍‌ବିିଆଇ  କାର୍ଡ ଭଳି କମ୍ପାନୀଗୁଡ଼ିକର ସେୟାର ପିଛା ଆୟ (ଇପିଏସ୍‌) ଉପରେ ମଧ୍ୟ ଚାପ ପଡ଼ିପାରେ। ଏହା ଫିନଟେକ୍ କମ୍ପାନୀଗୁଡ଼ିକ ପାଇଁ ଏକ ବଡ଼ ଝଟ୍‌କା ଭାବେ ବିବେଚନା କରାଯାଇପାରେ। କାରଣ ଭଡା ଦେୟ ସାମ୍ପ୍ରତିକ ବର୍ଷଗୁଡ଼ିକରେ ସେମାନଙ୍କ ପ୍ଲାଟଫର୍ମରେ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସେଗମେଣ୍ଟ ହୋଇଛି। ସେମାନଙ୍କୁ ବର୍ତ୍ତମାନ ନୂତନ ପ୍ରସ୍ତାବ ଏବଂ ବ୍ୟବସାୟ ମଡେଲ ଖୋଜିବାକୁ ପଡିବ।
ଭଡାଟିଆମାନେ ଆଉ କ୍ରେଡିଟ୍ କାର୍ଡ ବ୍ୟବହାର କରି ଭଡା ଦେଇ ନ ପାରିଲେ, ଭଡା ଦେବା ପାଇଁ ସେମାନଙ୍କୁ ୟୁପିଆଇ, ବ୍ୟାଙ୍କ ସ୍ଥାନାନ୍ତର (ନେଫ୍ଟ, ଆର୍‌ଟିଜିଏସ୍‌, ଆଇଏମ୍‌ପିଏସ୍‌), ଚେକ୍ କିମ୍ବା ସ୍ୱୟଂଚାଳିତ ପେମେଣ୍ଟ ବ୍ୟବହାର କରିବାକୁ ପଡିବ। ଏହାର ଅର୍ଥ ହେଉଛି ଭଡା ତୁରନ୍ତ ଦେବାକୁ ପଡିବ। କ୍ରେଡିଟ୍ କାର୍ଡ ପରି ପରେ ଦେୟ କରିବାର କୌଣସି ବିକଳ୍ପ ରହିବ ନାହିଁ। ଏହାସହିତ, ସେମାନେ ଆଉ ପୁରସ୍କାର ବା ରିୱାର୍ଡ  ପଏଣ୍ଟ, କ୍ୟାସବ୍ୟାକ୍ କିମ୍ବା ସୁଧହୀନ ଅବଧି ପରି କ୍ରେଡିଟ୍ କାର୍ଡ ସୁବିଧା ଉପଭୋଗ କରିବେନାହିଁ।
ନୂଆଦିଲ୍ଲୀ : କେନ୍ଦ୍ରୀୟ ବଜେଟ ୨୦୨୫ରେ ପ୍ରତିଶ୍ରୁତି ଅନୁଯାୟୀ ଛୋଟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ନିମନ୍ତେ କେନ୍ଦ୍ର ସରକାର କ୍ଷୁଦ୍ର ଉଦ୍ୟୋଗ ପାଇଁ ୫ଲକ୍ଷ ଟଙ୍କା ସୀମା ଥିବା କ୍ରେଡିଟ୍ କାର୍ଡ ଜାରି କରିବେ। ଚଳିତ ୨୦୨୫-୨୬ ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏ ସମ୍ପର୍କରେ ଘୋଷଣା କରିଥିଲେ।  ଏପ୍ରିଲରୁ ଛୋଟ ଉଦ୍ୟୋଗୀମାନଙ୍କୁ ୫ ଲକ୍ଷ ଟଙ୍କା ସୀମା ସହିତ କ୍ରେଡିଟ୍ କାର୍ଡ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ଏହି ସୁବିଧା ସମ୍ଭାବ୍ୟ ଭାବରେ ଆଗାମୀ କିଛି ବର୍ଷ ମଧ୍ୟରେ ସୂକ୍ଷ୍ମ-ଉଦ୍ୟୋଗଗୁଡ଼ିକୁ ଅତିରିକ୍ତ ୩୦ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରିବ, ଯାହା ବ୍ୟବସାୟ ବିସ୍ତାର ପାଇଁ ଅନ୍ୟାନ୍ୟ ଋଣ ବିକଳ୍ପଗୁଡ଼ିକୁ ପୂରଣ କରିବ।
କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଏହି ଯୋଜନାରୁ ଲାଭ ପାଇବା ଏବଂ କ୍ରେଡିଟ୍ କାର୍ଡ ହାସଲ କରିବା ପାଇଁ ପଞ୍ଜୀକରଣ କରିବାକୁ ପଡିବ। ୫ ଲକ୍ଷ ଟଙ୍କା ସୀମା ଥିବା କ୍ରେଡିଟ୍ କାର୍ଡ ଛୋଟ ବ୍ୟବସାୟୀଙ୍କୁ ଏବଂ କ୍ଷୁଦ୍ର ଉଦ୍ୟୋଗ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଉପଲବ୍ଧ ହେବ। ତଥାପି, ଏହି ବ୍ୟବସାୟ ମାଲିକମାନଙ୍କୁ ସେମାନଙ୍କର UPI କାରବାର, ବ୍ୟାଙ୍କ ଷ୍ଟେଟମେଣ୍ଟ ଏବଂ ବ୍ୟବସାୟିକ ଅବସ୍ଥାର ମୂଲ୍ୟାଙ୍କନ ପରେ କ୍ରେଡିଟ୍ କାର୍ଡ ପ୍ରଦାନ କରାଯିବ। କାର୍ଡର ବୈଧତା ଅବଧି ଏକ ବର୍ଷ ରହିବ। କେବଳ ୧୦-୧୫ ଲକ୍ଷ ଟଙ୍କା ମଧ୍ୟରେ ବାର୍ଷିକ ଟର୍ଣ୍ଣଓଭର ଥିବା ବ୍ୟକ୍ତିମାନେ ସରକାରଙ୍କ ଏହି କ୍ରେଡିଟ୍ କାର୍ଡ ପାଇଁ ଯୋଗ୍ୟ ହେବେ। ପ୍ରଥମ ବର୍ଷ ଏହି ଯୋଜନାରେ ୧୦ ଲକ୍ଷ କାର୍ଡ ଜାରି କରାଯିବ। ଏଥି ପାଇଁ ସରକାର ଅଣୁ ଓ ଲଘୁ ଉଦ୍ୟମ ନିମନ୍ତେ କ୍ରେଡିଟ ଗ୍ୟାରେଣ୍ଟି କଭରକୁ ୫ କୋଟିରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
ବ୍ୟବସାୟୀଙ୍କ ପାଇଁ ପଞ୍ଜୀକରଣ ପ୍ରକ୍ରିୟା
ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି କ୍ରେଡିଟ୍ କାର୍ଡ ପାଇବା ପାଇଁ, ଦେଶବ୍ୟାପୀ ଛୋଟ ବ୍ୟବସାୟୀମାନଙ୍କୁ ଉଦ୍ୟମ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ। ପରବର୍ତ୍ତୀ ସମୟରେ, ସେମାନେ MSME କ୍ରେଡିଟ୍ କାର୍ଡ ପାଇପାରିବେ।
ସର୍ବ ପ୍ରଥମେ ଉଦ୍ୟୋମ ପୋର୍ଟଲ – msme.gov.inକୁ ଭିଜିଟ୍‌ କରନ୍ତୁ।
ଏଠାରେ ଆପଣଙ୍କୁ ସେକ୍ସନ କ୍ୟୁଇକ୍‌ ଲିଙ୍କସ୍‌ ଉପରେ କ୍ଲିକ୍‌ କରିବାକୁ ହେବ।
ଏହାପରେ ଆପଣଙ୍କୁ Udyam Registrationରେ କ୍ଲିକ୍‌ କରି ରେଜିଷ୍ଟ୍ରେସନ କରିବାକୁ ହେବ।
ଏଠାରେ ଆପଣଙ୍କୁ ବିସ୍ତାର ଭାବେ ରେଜିଷ୍ଟ୍ରେସନ ପାଇଁ ଜରୁରୀ ଡକ୍ୟୁମେଣ୍ଟ ଓ ଏଲିଜିବିଲିଟି ବିଷୟରେ ସୂଚନା ବି ମିଳିଯିବ। ଏହି ହିସାବରେ ରେଜିଷ୍ଟ୍ରେସନ କରାଇ ପାରିବେ। ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ କରିବା ପାଇଁ ପରବର୍ତ୍ତୀ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ। ଏହାପରେ ଆପଣ ଯୋଗ୍ୟ ହୋଇଥିଲେ ଆପଣଙ୍କୁ ସରକାରଙ୍କ ଏହି ୫ ଲକ୍ଷ ସୀମା ଥିବା କ୍ରେଡିଟ୍ କାର୍ଡ ମିଳିବ।
ଅକ୍ଟୋବରରୁ ଡେବିଟ୍ ଓ କ୍ରେଡିଟ୍ କାର୍ଡ ପୋର୍ଟେବିଲିଟି, ଗ୍ରାହକଙ୍କୁ ମିଳିବ ନିଜ ପସନ୍ଦର ନେଟ୍‌ୱର୍କ ଚୟନ ସୁବିଧା
ନୂଆଦିଲ୍ଲୀ: ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ବ୍ୟବହାରକୁ ନେଇ ଆଗାମୀ ଦିନରେ ଗ୍ରାହକମାନଙ୍କୁ ଆଉ ଏକ ବଡ଼ ସୁବିଧା ମିଳିବ। ମୋବାଇଲ୍ ଫୋନ୍ ଉପଭୋକ୍ତାମାନେ ଯେଭଳି ନିଜ ନମ୍ବରକୁ ନ ବଦଳାଇ ଅପରେଟର ବଦଳାଇପାରୁଛନ୍ତି ଡେବିଟ୍ ଓ କ୍ରେଡିଟ୍ କାର୍ଡ କ୍ଷେତ୍ରରେ ମଧ୍ୟ ସେମାନଙ୍କୁ ସେଭଳି ସୁବିଧା ମିଳିପାରିବ। ଏଥିପାଇଁ ଆଗାମୀ ଅକ୍ଟୋବର ମାସରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କାର୍ଡ ପୋର୍ଟେବିଲିଟି ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଦ୍ବାରା ଗ୍ରାହମାନଙ୍କ ପାଇଁ ନିଜ ପସନ୍ଦର ସଂସ୍ଥା ଚୟନ କରିବାର ସ୍ବାଧୀନତା ରହିବ। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ ତାହା ଉପରେ ମତାମତ ଲୋଡାଯାଇଛି।
ବର୍ତ୍ତମାନ ରୁପେ କାର୍ଡ ସମେତ ଭିସା ଏବଂ ମାଷ୍ଟରକାର୍ଡ ନେଟୱର୍କକୁ ନେଇ ଡେବିଟ୍, କ୍ରେଡିଟ୍ ଓ ପ୍ରିପେଡ୍ କାର୍ଡ ବ୍ୟବହାର କରାଯାଉଛି। କିନ୍ତୁ ପୋର୍ଟେବିଲିଟଇ ବ୍ୟବସ୍ଥା ଆରମ୍ଭ ହେବା ପରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ନେଟୱର୍କ ଚୟନ କରିପାରିବେ। ଏବେ କୌଣସି ବ୍ୟାଙ୍କ କିମ୍ବା ଅର୍ଥଲଗାଣକାରୀ ସଂସ୍ଥା ଗ୍ରାହକମାନଙ୍କୁ ଯେଉଁ ନେଟୱର୍କର ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଦେଇଥାଆନ୍ତି ତାହାକୁ ଗ୍ରାହକମାନେ ବ୍ୟବହାର କରିବାକୁ ବାଧ୍ୟ ହୋଇଥାଆନ୍ତି। କିନ୍ତୁ ନୂଆ ବ୍ୟବସ୍ଥାରେ ସେମାନେ ସ୍ବାଧୀନ ଭାବେ ନିଜର ନେଟୱର୍କ ଚୟନ କରିବାକୁ ସୁବିଧା ପାଇପାରିବେ।ଏନେଇ ରିଜର୍ଭ ବ୍ୟାଙ୍କ ଜାରି କରିଥିବା ବିଜ୍ଞପ୍ତିକୁ ନେଇ ଉପଭୋକ୍ତାମାନେ ଅଗଷ୍ଟ ୪ ତାରିଖ ସୁଦ୍ଧା ସୁଦ୍ଧା ନିଜ ମତାମତ ଦେଇପାରିବେ ବୋଲି କୁହାଯାଇଛି।
ଭାରତରେ ଆପ୍‌ଲ ଆଣିବ ନିଜସ୍ବ କ୍ରେଡିଟ୍ କାର୍ଡ
ନୂଆଦିଲ୍ଲୀ : ଟେକ୍ କମ୍ପାନୀ ଆପଲ୍ ଖୁବ୍ ଶୀଘ୍ର ଭାରତରେ ଏହାର ପ୍ରଥମ କ୍ରେଡିଟ୍ କାର୍ଡ ‘ଆପଲ୍ କାର୍ଡ’ର ଶୁଭାରମ୍ଭ କରିବ। କମ୍ପାନୀ ଭାରତରେ ଏହାର କ୍ରେଡିଟ୍ କାର୍ଡ ପ୍ରବର୍ତ୍ତନ ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସହ ସହଭାଗୀ ହେବାକୁ ଯୋଜନା କରୁଛି। ଏହା କମ୍ପାନୀର ସହ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ହେବ। ତେବେ ଏ ପର୍ଯ୍ୟନ୍ତ ଆପଲ୍ କିମ୍ବା ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଦ୍ୱାରା କୌଣସି ସରକାରୀ ସୂଚନା ଦିଆଯାଇନାହିଁ।
ରିପୋର୍ଟ ଅନୁଯାୟୀ, ଆପଲ୍ ସିଇଓ ଟିମ୍ କୁକ୍ ଏପ୍ରିଲରେ ଭାରତ ଗସ୍ତ କରିବା ସମୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସିଇଓ ତଥା ଏମଡି ଶଶିଧର ଜଗଦୀଶନଙ୍କୁ ଭେଟିଥିଲେ। ଯୁକ୍ତରାଷ୍ଟ୍ରରେ, କମ୍ପାନୀ ବିଳମ୍ବରେ ଦେୟ ଦେବା ପାଇଁ କାର୍ଡଧାରୀଙ୍କଠାରୁ ବିଳମ୍ବ ଚାର୍ଜ ଆଦାୟ କରେନାହିଁ। କୁହାଯାଉଛି ଯେ ଭାରତରେ ମଧ୍ୟ କମ୍ପାନୀ ବିଳମ୍ବିତ ଦେୟ ପାଇଁ ଚାର୍ଜ ଆଦାୟ କରିବନାହିଁ।
ଆର୍‌ବିଆଇ ରିପୋର୍ଟ: କରୋନା ମହାମାରୀ ପରେ ବଢ଼ିଛି ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡର ବ୍ୟବହାର
ନୂଆଦିଲ୍ଲୀ: ଶପିଂରୁ ଆରମ୍ଭ କରି ବୁଲିବା ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପାଇଁ ଲୋକେ ବିଭିନ୍ନ ପ୍ରକାରରେ ଅର୍ଥ ପେମେଣ୍ଟ କରିଥାନ୍ତି। ନିକଟରେ ପ୍ରକାଶିତ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଡାଟା ଅନୁସାରେ ଭାରତରେ ଲୋକମାନଙ୍କର ପେମେଣ୍ଟ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହି ତଥ୍ୟକୁ ଦେଖିଲେ ଜଣାପଡୁଛି ଯେ, ଗତ କିଛିବର୍ଷ ବା କରୋନା ମହାମାରୀ ପରେ ଦେଶରେ କ୍ରେଡିଟ୍ କାର୍ଡର ବ୍ୟବହାର ଦ୍ରୁତଗତିରେ ବଢିଥିବା ବେଳେ ଡେବିଟ କାର୍ଡ ବ୍ୟବହାର ହ୍ରାସ ପାଇଛି। ଏହାର ଅର୍ଥ ହେଉଛି କରୋନା ମହାମାରୀ ପରେ ଦେଶରେ କାର୍ଡ ବ୍ୟବହାରରେ ବଡ଼ ପରିବର୍ତ୍ତନ ଆସିଛି।
ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ଆର୍ଥିକବର୍ଷ ୨୦୨୦-୨୧ ସମୟରେ କ୍ରେଡିଟ କାର୍ଡରେ ୬,୩୦,୪୧୪ କୋଟି ଟଙ୍କା ପେମେଣ୍ଟ ହୋଇଥିଲା। ଏବେ ଚଳିତ ଆର୍ଥିକବର୍ଷରେ ୨୦୨୩ ପୁର୍ବରୁ ଅର୍ଥାତ୍ ୨୦୨୨ ଏପ୍ରିଲରୁ ୨୦୨୨ ଡିସେମ୍ବର ପର୍ଯ୍ୟନ୍ତ ଏହା ବଢି ୧୦,୪୯,୦୬୫ କୋଟିରେ ପହଞ୍ଚିଥିଲା। ସେହିପରି ସମାନ ସମୟରେ ଡେବିଟ କାର୍ଡ ପେମେଣ୍ଟ ୬.୬୧,୩୮୫ କୋଟିରୁ ହ୍ରାସ ପାଇ ୫,୬୧,୪୫୦ କୋଟିକୁ ହ୍ରାସ ପାଇଥିଲା। ଅନ୍ୟ ଏକ ପ୍ରମୁଖ ସଙ୍କେତ ଯାହା ଡେବିଟ୍ କାର୍ଡ ଅପେକ୍ଷା କ୍ରେଡିଟ୍ କାର୍ଡର ବ୍ୟବହାର ଅଧିକ ଦର୍ଶାଇଛି, ତାହା ହେଉଛି ଡିସେମ୍ବର ମାସର ପେମେଣ୍ଟ ସମ୍ପର୍କିତ ରିପୋର୍ଟ। ଏହି ସମୟରେ କ୍ରେଡିଟ୍ କାର୍ଡ ପେମେଣ୍ଟରେ ୯୫ ପ୍ରତିଶତ ବୃଦ୍ଧି ଘଟିଛି – ଡିସେମ୍ବର ୨୦୧୯ ରେ ୬୫,୭୩୬ କୋଟି ଟଙ୍କା, ଡିସେମ୍ବର ୨୦୨୦ ରେ ୧,୨୬,୫୨୪ କୋଟିରେ ପହଞ୍ଚିଛି ବୋଲି ଆରବିଆଇ ତଥ୍ୟରେ ଦର୍ଶାଯାଇଛି। ଏହି ସମୟରେ ଡେବିଟ୍ କାର୍ଡ ମାଧ୍ୟମରେ ପେମେଣ୍ଟ ୩୦% ହ୍ରାସ ପାଇଛି। ଡିସେମ୍ବର ୨୦୧୯ରେ ୮୩,୯୫୩ କୋଟିରୁ ଡିସେମ୍ବର ୨୦୨୨ ରେ ୫୮,୬୨୫ କୋଟି ଟଙ୍କାକୁ ଖସିଆସିଛି।
କ୍ରେଡିଟ୍‌ କାର୍ଡ ଜରିଆରେ ସପିଂ କରିବା ଏବେ ସହଜ ହୋଇଛି। ଯଦି ମାସ ଶେଷରେ ଅର୍ଥ ଅଭାବ ରହୁଛି, ତେବେ ଖୋଜାପଡ଼ୁଛି କ୍ରେଡିଟ୍‌ କାର୍ଡ। ଏମିତି ଅନେକ ଅଛନ୍ତି, ଯେଉଁମାନଙ୍କର କ୍ରେଡିଟ୍‌ କାର୍ଡରୁ ଖର୍ଚ୍ଚ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଛି। ଏହି ଖର୍ଚ୍ଚ ପରିମାଣ ଯଦି ସମୟ ପୂର୍ବରୁ ଭରା ନ ଯାଏ, କ୍ରେଡିଟ୍‌ କାର୍ଡ ବ୍ୟବହାରକାରୀଙ୍କୁ ବଡ଼ ଆକାରରେ ଜରିମାନା ଦେବାକୁ ପଡ଼େ। ଏଥିପାଇଁ ସଚେତନ ରହିବା ଉଚିତ।
କ୍ରେଡିଟ୍‌ କାର୍ଡରେ ପେମେଣ୍ଟ କରିବା ପାଇଁ ୪୦ରୁ ୫୦ ଦିନ ସମୟ ମିଳେ। ଏହି ସମୟ ପୂର୍ବରୁ ବିଲ୍‌ ଜମା କରନ୍ତୁ। ଏମିତି ବି କେହି କେହି ସେଭିଂ ଆକାଉଣ୍ଟ ଏବଂ କ୍ରେଡିଟ୍‌ କାର୍ଡ ଗୋଟିଏ ବ୍ୟାଙ୍କରୁ ନେଇଥାନ୍ତି। ଏଥିପାଇଁ ସାବଧାନ ରୁହନ୍ତୁ। କ୍ରେଡିଟ୍‌ କାର୍ଡର ପେମେଣ୍ଟ
୬ ମାସ ଯାଏଁ ଲଗାତାର ଜମା ନ କରିଥିଲେ, ବ୍ୟାଙ୍କ ଆକାଉଣ୍ଟ ବ୍ଲକ୍‌ ହେବା ଭୟ ଥାଏ। ଏହାଦ୍ବାରା ନା ବ୍ୟାଙ୍କରୁ ଅର୍ଥ ଉଠାଇ ପାରିବେ। ନା କାହା ପାଖକୁ ଟଙ୍କା ପଠାଇ ପାରିବେ।
କ୍ରେଡିଟ୍‌ କାର୍ଡରେ ଶପିଂ କରିବାର ମନୋବୃତ୍ତିକୁ ବଦଳାଇଦିଅନ୍ତୁ। ଏହାଦ୍ବାରା କରଜ ବୃଦ୍ଧି ହେବାର ସମ୍ଭାବନା ଅଧିକ । ଏମିତିବି କ୍ରେଡିଟ୍‌ କାର୍ଡ ଶପିଂ ଯୋଗୁଁ ଆପଣଙ୍କ ଗୋପନୀୟ ତଥ୍ୟ ଅନ୍ୟମାନଙ୍କୁ ମିଳିପାରିଥାଏ।
ନୂଆବର୍ଷରୁ ନୂଆ ନିୟମ: କ୍ରେଡିଟ୍‌ କାର୍ଡ, ବ୍ୟାଙ୍କ ଲକର, ଜିଏସ୍‌ଟି କ୍ଷେତ୍ରରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
ନୂଆଦିଲ୍ଲୀ: ୨୦୨୨ ଶେଷ ହେବାକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ୨୦୨୩ଠାରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିୟମ ବଦଳିବାକୁ ଯାଉଛି। ଏଥିରେ କ୍ରେଡିଟ୍ କାର୍ଡ, ବ୍ୟାଙ୍କ ଲକର, ଜିଏସ୍‌ଟି ଇ-ଇନ୍‌ଭଏସ୍, ପେଟ୍ରୋଲ-ଡିଜେଲ ଏବଂ ଏଲପିଜି ମୂଲ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଅନ୍ତର୍ଭୁକ୍ତ।
ଲକରରେ ଥିବା ସାମଗ୍ରୀର କ୍ଷତି ପାଇଁ ବ୍ୟାଙ୍କ ଦାୟୀ
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କ ଲକର ସହ ଜଡିତ ନୂତନ ନିର୍ଦ୍ଦେଶନାମା ଜାରି କରିଛି। ଏହି ନିୟମଗୁଡିକ ଆସନ୍ତା ଜାନୁୟାରୀ ପହିଲାଠାରୁ କାର୍ଯ୍ୟକାରୀ ହେବ। ଏହି ନିୟମ ଲାଗୁ ହେବା ପରେ ବ୍ୟାଙ୍କଗୁଡ଼ିକ ଲକର ପ୍ରସଙ୍ଗରେ ଗ୍ରାହକଙ୍କ ସହିତ ଆଉ ଇଚ୍ଛାଧୀନ କାର୍ଯ୍ୟ କରିବାକୁ ସମର୍ଥ ହେବେ ନାହିଁ। ଏହି ନିୟମାବଳୀ କାର୍ଯ୍ୟକାରୀ ହେବା ପରେ, ଯଦି ବ୍ୟାଙ୍କ ଲକରରେ ରଖାଯାଇଥିବା ସାମଗ୍ରୀର କୌଣସି କ୍ଷତି ହୁଏ, ତେବେ ଏଥିପାଇଁ ବ୍ୟାଙ୍କ ଦାୟୀ। ବ୍ୟାଙ୍କ ଏବଂ ଗ୍ରାହକଙ୍କ ମଧ୍ୟରେ ଏ ନେଇ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହେବ। ଏହା ୩୧ ଡିସେମ୍ବର ପର୍ଯ୍ୟନ୍ତ ବୈଧ୍ୟ ରହିବ। ଏହାଫଳରେ ବ୍ୟାଙ୍କଗୁଡ଼ିକୁ ଏମ୍‌ଏମ୍‌ଏସ୍‌ ଏବଂ ଅନ୍ୟାନ୍ୟ ଉପାୟ ମାଧ୍ୟମରେ ଗ୍ରାହକଙ୍କୁ ଲକର ସମ୍ବନ୍ଧୀୟ ନିୟମର ପରିବର୍ତ୍ତନ ବିଷୟରେ ସମସ୍ତ ସୂଚନା ଦେବାକୁ ପଡିବ।
ପେଟ୍ରୋଲ-ଡିଜେଲ ଏବଂ ଏଲପିଜିର ନୂଆ ଦର
ପ୍ରତ୍ୟେକ ମାସର ଆରମ୍ଭ ସହିତ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ନୂଆ ଦର ସ୍ଥିର କରିଥାନ୍ତି। ପେଟ୍ରୋଲ ଏବଂ ଡିଜେଲ ଦେଶରେ ଦୀର୍ଘ ମାସ ହେବ ସ୍ଥିର ରହିଛି। ଏଭଳି ପରିସ୍ଥିତିରେ ବର୍ଷର ଶେଷ ଦିନରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ନୂଆ ମୂଲ୍ୟ ସ୍ଥିର କରିବେ। ଏହି ନୂଆ ଦର ଜାନୁଆରୀ ପହିଲା ସକାଳୁ ସ୍ପଷ୍ଟ ହୋଇଯିବ। ପେଟ୍ରୋଲ ଏବଂ ଡିଜେଲ ସହିତ ଘରୋଇ ଏବଂ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ ମଧ୍ୟ ଘୋଷଣା କରାଯାଇପାରେ। ପେଟ୍ରୋଲ ଏବଂ ଡିଜେଲ ସହିତ ଗାଡିରେ ବ୍ୟବହୃତ ସିଏନ୍‌ଜି ଏବଂ ଘରୋଇ ରୋଷେଇ ଘରେ ବ୍ୟବହୃତ ପିଏନ୍‌ଜି ଗ୍ୟାସର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇପାରେ।
କ୍ରେଡିଟ୍ କାର୍ଡ ପୁରସ୍କାର ପଏଣ୍ଟ ସହିତ ଜଡିତ ନିୟମ ପରିବର୍ତ୍ତନ ହେବ
ନୂଆବର୍ଷରୁ କ୍ରେଡିଟ୍ କାର୍ଡ ବ୍ୟବହାର ସମ୍ପର୍କିତ ନିୟମ ପରିବର୍ତ୍ତନ ହେବ। ଏହି ପରିବର୍ତ୍ତନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଦେୟ ଉପରେ ଅର୍ଜନ ହୋଇଥିବା ପୁରସ୍କାର ପଏଣ୍ଟ ସହିତ ଜଡିତ। ନୂତନ ବର୍ଷ ଆରମ୍ଭରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏହାର କ୍ରେଡିଟ୍ କାର୍ଡ ଦେୟ ଉପରେ ପ୍ରାପ୍ତ ପୁରସ୍କାର ପଏଣ୍ଟରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏଭଳି ପରିସ୍ଥିତିରେ ଗ୍ରାହକମାନଙ୍କୁ ୩୧ ଡିସେମ୍ବର ପୂର୍ବରୁ ସେମାନଙ୍କର କ୍ରେଡିଟ କାର୍ଡରେ ଅବଶିଷ୍ଟ ସମସ୍ତ ପୁରସ୍କାର ପଏଣ୍ଟ ଦେବାକୁ ପରାମର୍ଶ ଦିଆଯାଇଛି।
ଜିଏସ୍‌ଟି ଇ-ଇନଭଏସ୍ ସହିତ ଜଡିତ ନିୟମ ବଦଳିପାରେ
ନୂତନ ବର୍ଷରେ ଜିଏସ୍‌ଟି ଇ-ଇନଭଏସ୍ ଏବଂ ଇଲେକ୍ଟ୍ରୋନିକ୍ ବିଲ୍ ସହିତ ଜଡିତ ନିୟମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ଜିଏସ୍‌ଟି ଇ-ଇନଭଏସ୍ ପାଇଁ କାରବାର ସୀମା ୨୦ କୋଟିରୁ ୫ କୋଟି ଟଙ୍କାକୁ ହ୍ରାସ କରାଯାଇଛି। ଜିଏସ୍‌ଟି ନିୟମରେଏହି ପରିବର୍ତ୍ତନଗୁଡିକ ଜାନୁଆରୀ ୨୦୨୩ ଜାନୁଆରୀ ପହିଲାଠାରୁ ଲାଗୁ ହେବ। ଏପରି ପରିସ୍ଥିତିରେ ଯେଉଁ ବ୍ୟବସାୟୀମାନଙ୍କର କାରବାର ୫ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ଇଲେକ୍ଟ୍ରୋନିକ୍ ବିଲ୍ ସୃଷ୍ଟି କରିବା ଆବଶ୍ୟକ ହେବ।
ଗାଡ଼ି କିଣିବା ମହଙ୍ଗା ହେବ
ନୂଆବର୍ଷଠାରୁ ନୂତନ ଗାଡ଼ି କିଣିବା ମହଙ୍ଗା ହୋଇପାରେ। ଏମ୍‌ଜି ମୋଟର, ମାରୁତି ସୁଜୁକି, ହ୍ୟୁଣ୍ଡାଇ ମୋଟର୍ସ, ହୋଣ୍ଡା, ଟାଟା ମୋଟର୍ସ, ରେନୋ, ଅଡି ଏବଂ ମର୍ସିଡିଜ୍-ବେଞ୍ଜ୍ ସହିତ ପ୍ରମୁଖ ଅଟୋମୋବାଇଲ୍ କମ୍ପାନୀଗୁଡିକ ୨୦୨୩ରୁ ସେମାନଙ୍କ ଗାଡିର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଟାଟା ମୋଟର୍ସ କହିଛି ଯେ ଏହା ଜାନୁୟାରୀ ୨ରୁ ଏହାର ବାଣିଜ୍ୟିକ ଯାନ ମୂଲ୍ୟ ବୃଦ୍ଧି କରିବ। ହୋଣ୍ଡା ମଧ୍ୟ ଏହାର କାର ମୂଲ୍ୟ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି କହିଛି। ଏଭଳି ପରିସ୍ଥିତିରେ, ଯଦି ଆପଣ ନୂଆବର୍ଷରେ ଏକ ନୂଆ ଗାଡି କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହା ବର୍ତ୍ତମାନର ଗାଡି ମୂଲ୍ୟ ଅପେକ୍ଷା ଆପଣଙ୍କ ପାଇଁ ମହଙ୍ଗା ହୋଇପାରେ।
ଖୁବଶୀଘ୍ର ୟୁପିଆଇ ପେମେଣ୍ଟ ସହ ଯୋଡି ହେବ କ୍ରେଡିଟ୍ କାର୍ଡ
ନୂଆଦିଲ୍ଲୀ: ଅନଲାଇନ ଟ୍ରାଞ୍ଜାକ୍ସନ କରୁଥିବ ଉପଭୋକ୍ତା ପାଉଁ ଖୁସି ଖବର। ଖୁବ ଶୀଘ୍ର କ୍ରେଡିଟ୍ କାର୍ଡକୁ ମଧ୍ୟ  ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ( UPI ) ସହିତ ଲିଙ୍କ୍ କରାଯିବ।  ଏହା ଅନଲାଇନ ଟ୍ରାଞ୍ଜାକ୍ସନ କାରବାରକୁ ଅଧିକ ସହଜ କରିବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବୁଧବାର ଏହା ଘୋଷଣା କରିଛି। ପ୍ରାରମ୍ଭିକ ପର୍ଯ୍ଯାୟରେ ରୁପେ କ୍ରେଡିଟ କାର୍ଡରୁ ଆରମ୍ଭ ହେବ। ବର୍ତ୍ତମାନ UPI ଉପଭୋକ୍ତାମାନେ କେବଳ ଡେବିଟ୍ କାର୍ଡ ଏବଂ ସଞ୍ଚୟ / ସାମ୍ପ୍ରତିକ ଆକାଉଣ୍ଟ୍ ଯୋଡି କାରବାରର ସୁବିଧା ପାଉଥିଲେ।  କ୍ରେଡିଟ୍ କାର୍ଡକୁ UPI ସହିତ ଲିଙ୍କ୍ କରିବାକୁ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ ( NPCI ) କୁ ଏହା ସମ୍ବନ୍ଧୀୟ ନିର୍ଦ୍ଦେଶନାମା ଦିଆଯିବ।
UPI ଏବଂ ରୁପେ କାର୍ଡ ବ୍ୟତୀତ ବିକଳ୍ପ ମାଧ୍ୟମରେ କରାଯାଇଥିବା ପ୍ରତ୍ୟେକ କାରବାର ପାଇଁ ବ୍ୟବସାୟୀଙ୍କୁ କାରବାର ପରିମାଣର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଦେବାକୁ ପଡିବ। ଜାନୁଆରୀ ୧ ତାରିଖ ୨୦୨୦ରେ, UPI ଏବଂ RuPay ମାଧ୍ୟମରେ ହେଉଥିବା କାରବାର ଉପରେ ମର୍ଚ୍ଯାଣ୍ଟ ଡିସ୍କାଉଣ୍ଟ ହାର (MDR) ଶୂନକୁ ହ୍ରାସ କରାଯାଇଥିଲା। ଏହାର ଅର୍ଥ ହେଉଛି ଟ୍ରାଞ୍ଜାକ୍ସନ ଉପର ଉପରେ କୌଣସି ଶୁଳ୍କ ଆଦାୟ କରାଯାଏ ନାହିଁ।  ଏହି କାରଣରୁ ସାରା ଦେଶରେ ବ୍ୟବସାୟୀମାନେ UPI ପେମେଣ୍ଟକୁ ସହଜରେ ଗ୍ରହଣ କରିଥିଲେ।
କ୍ରେଡିଟ୍ କାର୍ଡ ସହିତ UPI କାରବାର ଉପରେ ଦେୟ ଦବାକୁ ପଡ଼ିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆରବିଆଇର ଏହି ନୂତନ ଘୋଷଣା ପରେ କ୍ରେଡିଟ୍ କାର୍ଡ ସହିତ ସଂଯୁକ୍ତ UPI କାରବାର ପାଇଁ ମର୍ଚାଣ୍ଟ ରିହାତି ମୂଲ୍ୟ (MDR) କିପରି ପ୍ରଯୁଜ୍ୟ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହାର କାରଣ ହେଉଛି କ୍ରେଡିଟ୍ କାର୍ଡ କାରବାର ଉପରେ ସର୍ବାଧିକ MDR ଆଦାୟ କରାଯାଏ। ଏହା ୨ରୁ ୩ ପ୍ରତିଶତ ପାଖାପାଖି ଟ୍ରାଞ୍ଜାକ୍ସନ ଫି ନେଇଥାଏ। ଏଭଳି ପରିସ୍ଥିତିରେ ବ୍ୟାଙ୍କଗୁଡିକ UPI ସଂଯୁକ୍ତ କ୍ରେଡିଟ କାର୍ଡ ମାଧ୍ୟମରେ ହୋଇଥିବା କାରବାର ଉପରେ MDR ଛାଡ କରିବାକୁ ପଡିବ କି ନାହିଁ ତାହା ଉପରେ ସ୍ପଷ୍ଟତାର ଆବଶ୍ୟକତା ରହିଛି।