cancer prevention pogram - The Sakala

କର୍କଟ ନିରାକରଣ ଅଭିଯାନରେ ସାମିଲ ହେବେ ମହିଳା ଏସ୍‍ଏଚ୍‍ଜି
ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନ କରିଥିବା ମହିଳା ସ୍ୱୟଂ ସହାୟଗ ଗୋଷ୍ଠୀ (ଏସ୍‍ଏଚ୍‍ଜି) ସଦସ୍ୟମାନେ ଏଣିକି କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ହେବେ। କର୍କଟ ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଡାକ୍ତରଖାନାରେ ଚିକିତ୍ସା ପର୍ଯ୍ୟନ୍ତ ସବୁଠି ରୋଗୀ ଏବଂ ସମ୍ପର୍କୀୟଙ୍କୁ ସହାୟତା ଦେବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ସେମାନେ କିପରି କାର୍ଯ୍ୟ କରିବେ ତାହାର ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ମିଶନ୍‍ ଶକ୍ତି ବିଭାଗକୁ କୁହାଯାଇଛି। ରାଜ୍ୟରେ କର୍କଟ ରୋଗ ଚିକିତ୍ସା ସମ୍ପର୍କିତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାଯାଇଛି।

ସୂଚନା ଅନୁସାରେ ପ୍ରତି ଜିଲ୍ଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିୟୋଜିତ କରାଯିବ। ସେମାନେ କର୍କଟ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବେ। ଲକ୍ଷଣ ଯୁକ୍ତ ଲୋକଙ୍କୁ ନିକଟସ୍ଥ ଡାକ୍ତରଖାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ମେଡିକାଲ କଲେଜ ପର୍ଯ୍ୟନ୍ତ ସାଙ୍ଗରେ ଧରି ଯିବେ। ସେଠାରେ ସନ୍ଦିଗ୍ଧଙ୍କ କର୍କଟ ପରୀକ୍ଷା, ଚିହ୍ନଟ ହୋଇଥିବା ରୋଗୀଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ନେବାରେ ସହାୟତା ଦେବେ। କର୍କଟ ଚିହ୍ନଟ ହୋଇଥିବା ରୋଗୀ ସୁସ୍ଥ ହେବା ପର୍ଯ୍ୟନ୍ତ ଏସ୍‍ଏଚ୍‍ଜି ସଦସ୍ୟମାନେ ସେମାନଙ୍କୁ ସହାୟତା ପ୍ରଦାନ କରିବେ। ଚଳିତ ମାସ ଶେଷ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବା ପରେ ସ୍ୱାସ୍ଥ୍ୟ ବିଭାଗ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

କର୍କଟ ସମ୍ପର୍କରେ ସଚେତନତାର ଘୋର ଅଭାବ ରହିଛି। ବିଶେଷକରି ପ୍ରାଥମିକ ଲକ୍ଷଣ ଚିହ୍ନଟ କରିବା ଜରୁରୀ। ଏପରିସ୍ଥଳେ ପ୍ରଶିକ୍ଷିତ ଏସ୍‍ଏଚ୍‍ଜି ସଦସ୍ୟମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବେ। ଏହା ଅତ୍ୟନ୍ତ ଜରୁରୀ କାରଣ ପ୍ରାଥମିକ ସ୍ତରରେ ଚିହ୍ନଟ ହେଉଥିବା କର୍କଟ ରୋଗୀ ଉପଯୁକ୍ତ ଚିକିତ୍ସା ପାଇଁ ଶୀଘ୍ର ଆରୋଗ୍ୟଲାଭ କରିବେ। ଯଦି କାହାର କର୍କଟ ଲକ୍ଷଣ ଥିବ ତା ହେଲେ ସଦସ୍ୟାମାନେ ତାଙ୍କ ପରବର୍ତ୍ତି ପଦକ୍ଷେପ ନେବାରେ ସହଯୋଗ କରିବେ। ଆମ ଦେଶରେ ସ୍ତନ ଓ ସର୍ଭିକାଲ କର୍କଟ ରୋଗ ଅଧିକ ସଂଖ୍ୟାରେ ଦେଖା ଦେଉଥିବା ବେଳେ ମୁଖ ଗହ୍ୱର, ଫୁସ୍‍ଫୁସ୍‍ କର୍କଟ ରୋଗୀ ସଂଖ୍ୟା ମଧ୍ୟ କିଛି କମ୍‍ ନାହିଁ। ଏସ୍‍ଏଚ୍‍ଜି ସଦସ୍ୟମାନେ ନିଜ ଅଞ୍ଚଳର ମହିଳାମାନଙ୍କ ମଧ୍ୟରେ ସ୍ତନ ଓ ସର୍ଭିକାଲ କ୍ୟାନସର ସମ୍ପର୍କରେ ସଚେନତା ସୃଷ୍ଟି କରିବେ। ସାଧାରଣତଃ ସାମାଜିକ ଅପବାଦ ଭୟରେ ଅଧିକାଂଶ ମହିଳା କର୍କଟ ସମ୍ପର୍କରେ ମୁହଁ ଖୋଲନ୍ତି ନାହିଁ। ତେଣୁ ସେମାନଙ୍କୁ ସଚେତନ କରିବା ଏକାନ୍ତ ଆବଶ୍ୟକ।

ଅପରପକ୍ଷେ କର୍କଟ ରୋଗର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋ ଥେରାପି ଦିଆଯାଉ ଥିବା ବେଳେ ମେଡିକାଲ କଲେଜରେ କେମୋ ଏବଂ ରେଡିଓ ଥେରାପି ଦିଆଯାଉଛି। ଏହି ସେବା ପାଇବାରେ ରୋଗୀ ସମସ୍ୟା ଭୋଗୁଥିବା ଅଭିଯୋଗ ହୋଇଆସୁଛି। ଏପରିସ୍ଥଳେ ରୋଗୀଙ୍କ ସହିତ ଉପସ୍ଥିତ ରହି ସେମାନଙ୍କ ମନୋବଳ ବୃଦ୍ଧି କରିବାରେ ଏସ୍‍ଏଚ୍‍ଜି ସଦସ୍ୟାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ରାଜ୍ୟରେ କର୍କଟ ଚିକିତ୍ସା ପାଇଁ ରାଜ୍ୟ ସରକାର ଆସନ୍ତା ୫ ବର୍ଷ ଭିତରେ ୬୦୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ବେଳେ ସମସ୍ତ ମେଡିକାଲ କଲେଜରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସ୍ଥିର କରିଛନ୍ତି। ପୁରୁଣା ମେଡିକାଲ କଲେଜ ବ୍ୟତିତ ନୂଆ ମେଡିକାଲ କଲେଜରେ କର୍କଟ ୱିଙ୍ଗ୍‍ ଖୋଲିବା ପାଇଁ କାମ ଆରମ୍ଭ ହୋଇଛି। ସେହିପରି ଅତ୍ୟାଧିନିକ ରେଡିଓ ଥେରାପି ମେସିନ୍‍ କ୍ରୟ କରିବା ପାଇଁ ମଧ୍ୟ ବରାଦ ଦିଆଯାଇଛି। ଏଥିସହ ରେଡିଓ ଥେରାପିଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏପରିସ୍ଥଳେ ମହିଳା ସ୍ୱୟଂ ସହାୟଗ ଗୋଷ୍ଠୀଙ୍କ ଭାଗିଦାରୀ ରାଜ୍ୟ ସରକାରଙ୍କ କର୍କଟ ଦମନ ଅଭିଯାନକୁ ଅଧିକ ଶାଣୀତ କରିବ ବୋଲି କୁହାଯାଉଛି।