Odia Actor Anubhav Mohanty - The Sakala

ସୋସିଆଲ ମିଡିଆରେ ବର୍ଷାଙ୍କୁ ଅନୁଭବଙ୍କ ପ୍ରଶ୍ନ: ବିବାହ ବିଫଳ ହୋଇଥିଲେ ବି, ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ?
ଭୁବନେଶ୍ବର: ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଭିତରେ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଛନ୍ତି ଅନୁଭବ ମହାନ୍ତି । ବିବାହ ପରେ ବିଦାୟ ବେଳର ଫୋଟୋ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।

ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ସେ ତାଙ୍କୁ ହୃଦୟରୁ ବହୁତ ଭଲ ପାଆନ୍ତି । ଯେକୌଣସି କାରଣରୁ ବିବାହ ବିଫଳ ହୋଇଥିଲେ ବି, ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିପାରିବେ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି । ଏହି ବିଚ୍ଛେଦ ଏତେ ତିକ୍ତତା ହେଉ ବୋଲି ସେ କେବେ ଚାହିଁ ନାହାନ୍ତି ବୋଲି ଲେଖିଛନ୍ତି । ବିଚ୍ଛେଦ ତ ନିଶ୍ଚିତ ହେବ, ହେଲେ କାହିଁକି ସମ୍ମାନର ସହ ନହେବ ବୋଲି ସେ ପୋଷ୍ଟ କରିଛନ୍ତି।

Isn’t she your childhood friend #ShomaChakraborty !?

— Anubhav Mohanty (@AnubhavMohanty_) October 6, 2023

ଖବର ଅନୁଯାୟୀ, କିଛି ଦିନ ତଳେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ ପରିବାର ଅଦାଲତ । ୨୦୨୦ରେ ଦିଲ୍ଲୀ ପଟିୟାଲା କୋର୍ଟରେ ଛାଡ଼ପତ୍ର ମାମଲା କରିଥିଲେ ସାଂସଦ । ମାମଲା କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ବର୍ଷା ଆବେଦନ କରିବା ପରେ ହାଇକୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ପରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରଥିଲେ ପଟିୟାଲା କୋର୍ଟ ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶାଶୂଘର ଛାଡିଲେ ବର୍ଷା, ଘରେ ପ୍ରବେଶ ପାଇଁ ପୁଲିସ ସହାୟତା ମାଗିଲେ ଅନୁଭବ
କଟକ : କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବା ପାଇଁ ଗତ ଅଗଷ୍ଟ ୩୦ ତାରିଖରେ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲା ଜଜ୍‌ଙ୍କ କୋର୍ଟ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୂ ଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି।

ବର୍ଷା ନିଜ ଘରକୁ ଚାଲିଯାଇଥିବା ବେଳେ ପୁଲିସ୍ ଉପସ୍ଥିତିରେ ପରିବାର ସହ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଆବେଦନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ଷାଙ୍କ ବିକଳ୍ପ ରହଣୀ ବାବଦକୁ ଅନୁଭବ ମହାନ୍ତି ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ। ଏହି ଟଙ୍କା ସେ ପ୍ରତିମାସର ୧୦ ତାରିଖ ବା ତା’ପୂର୍ବରୁ ଦେବେ।

ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । ତେବେ କୋର୍ଟରେ ଚାଲିଥିବା ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦରେ ଅନୁଭବଙ୍କୁ ବଡ ଆଶ୍ବସ୍ତି ମିଳିଛି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ତୁରନ୍ତ ଛାଡନ୍ତୁ ।

ସୂଚନାଯୋଗ୍ୟ, ଏବେ କଟକ ପରିବାର ଅଦାଲତରେ ମାମଲାର ବିଚାର ଚାଲିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ବି ତାହା ବିଫଳ ହୋଇଛି। ଏହାସହ ମଧ୍ୟସ୍ଥତା ନକରି ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଫ୍ୟାମିଲ କୋର୍ଟଙ୍କୁ ନିବେଦନ କରିଛନ୍ତି ଅନୁଭବ। ସେପଟେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ସହଯୋଗ କରିବେ ବୋଲି କହିଛନ୍ତି ବର୍ଷା।

ଅନୁଭବଙ୍କ ଆଉ ଏକ ଭିଡିଓ : କହିଲେ- ‘ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି, ମୁଁ ବି ବଞ୍ଚିବାକୁ ଚାହେଁ’
ଭୁବନେଶ୍ବର : ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମରିବାକୁ ଆଉ ଡରାଅନି। ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ ’। ଆଜି ପୁଣି ସୋସିଆଲ୍‌ ମିଡିଆରେ ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଆଜି ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ଯାହାକୁ ୩ ଘଣ୍ଟା ମଧ୍ୟରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଆଜି ସକାଳୁ ଅନୁଭବ ମହାନ୍ତିଙ୍କ ୟୁଟ୍ୟୁବ୍‌ ପେଜ୍‌ରେ ଅପଲୋଡ ହୋଇଥିବା ଏହି ଭିଡିଓରେ ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେବା ସହ ନିଜ ଜୀବନର ଶେଷ ଇଚ୍ଛା କହିଛନ୍ତି। ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୁରଣ ହେବ। ଏହାପରେ ମୁଁ ଆଉ କିଛି କହି ପାରିବିନି। କାରଣ ମୋ ପାଟି ସିଲ୍‌ ହୋଇ ଯାଇଛି । ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟଦୋୟ ହେବ ବୋଲି ଅନୁଭବ କହିଛନ୍ତି। ତେବେ ଏହି ଭିଡିଓରେ ଅନୁଭବ ଏପରି ଭାବେ ନିଜ ଅସହାୟତା ପ୍ରକାଶ କରିଥିଲେ ମଧ୍ୟ କାହାରି ନାଁ ନେଇ ନାହାନ୍ତି।

ଭିଡିଓରେ ଅନୁଭୁବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସଂପର୍କରେ କହିଛନ୍ତି । ଏହି ସମୟରେ ସେ ପରିବାର ସହ ବିତାଇଥିବା ଖୁସିର ମୁହୁର୍ତ୍ତ ସମ୍ପର୍କରେ ଜଣାଇଛନ୍ତି । ଏପିରିକି ତାଙ୍କ ରୁମ୍‌ରେ ଲାଗିଥିବା କିଛି ଫଟୋ ଫ୍ରେମ୍‌ ମଧ୍ୟ ଦେଖାଇଥିଲେ । ଭିଡିଓରେ କାହାର ଇମୋସନ ସହ ନଖେଳିବାକୁ ଅନୁରୋଧ କରିଛନ୍ତି ଅନୁଭବ । ମୁଁ ବୋହୁତ ବୋଝ ନେଲିଣି । ଆଇନ ଉପରେ ମୋର ଯଥେଷ୍ଟ ଭରସା ଅଛି । ଆଇନକୁ ମୁଁ ବିଶ୍ବାସ କରେ। ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଇଚ୍ଛା ପୁରଣ ହେଉ। ଏହାପରେ ମୁଁ ଆଉ କିଛି କହିବାକୁ ଚାହୁଁନି। ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟଦୋୟ ହେବ। ହୁଏତ କାଳେ ମୋ ଶେଷ ପୂର୍ବରୁ ସୂର୍ଯ୍ୟଦୋୟ ମୁଁ ଦେଖିବି।’ ‘ଜୀବନରେ ମୁଁ ଏତିକି ଶିଖିଲି ଯେତେବେଳେ ନିଜ ରକ୍ତ ସାଥ୍‌ ଦିଏ ନାହିଁ, ତାକୁ ଧରିକି କାନ୍ଦିବା ଉଚିତ୍‌ ନୁହେଁ। ଏଭଳି କଠିନ ସମୟରେ ନିଜ ରକ୍ତ ନହୋଇ ମଧ୍ୟ ଯେଉଁମାନେ ସାଥ୍‌ ଦିଅନ୍ତି ତାଙ୍କୁ ମଲା ପର୍ଯ୍ୟନ୍ତ ଭୁଲିବା କଥା ନୁହେଁ’ ବୋଲି ଅନୁଭବ କହିଛନ୍ତି।

ତେବେ ଗତକାଲି ଫେସବୁକ୍‌ରେ ଅନୁଭବ ଏକ ପୋଷ୍ଟ କରିଥିଲେ। ସେଥିରେ ଏକ ତାଙ୍କ ନାଁରେ ମିଥ୍ୟା ଖବର ଏବଂ ଭିଡିଓ ଅପଲୋଡ୍ କରୁଥିବା ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ଅନୁଭବ ଟାର୍ଗେଟ କରିଥିଲେ।  ରବିବାର ରାତି ପ୍ରାୟ ୯ଟା ବେଳେ ସାଂସଦ ଅନୁଭବ ମହାନ୍ତି ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ କିଛି ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ଷା ଓ ତାଙ୍କ ସମ୍ପର୍କକୁ ନେଇ ଯେଉଁ ପ୍ରକାରର ଖବର ପ୍ରସାରଣ କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅନୁଭବ ଦାବି କରିବା ସହ ସେ ଏହି ମାମଲାରେ କୋର୍ଟ ଯିବେ ବୋଲି ମଧ୍ୟ ଧମକ ଦେଇଥିଲେ।  ଅନୁଭବ  ଫେସବୁକ୍‌ରେ ଲେଖିଥିଲେ ଯେ  ‘କୋର୍ଟଙ୍କ ନିର୍ଦ୍ଦେଶ ପାଇଁ ମୁଁ ନିରବ ଅଛ, କିନ୍ତୁ କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲ ଯାହା ପାଇଲେ ତାହା ଲେଖୁଛନ୍ତି ଓ କହୁଛନ୍ତି। ଭିତ୍ତିହୀନ, ଅର୍ଥହୀନ ଓ ମିଥ୍ୟା ଖବର ପ୍ରସାରଣ ପାଇଁ ମୁଁ ସେମାନଙ୍କୁ ଚେତାବନୀ ଦେଉଛି । ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଦ୍ୱାରାସ୍ଥ ହେବି। ମିଥ୍ୟା ଖବର ପ୍ରସାରଣ କରି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ। ମୁଁ ଆରମ୍ଭରୁ ହିଁ ସ୍ପଷ୍ଟ କରିସାରିଛି। ତାହା କେବେ ହେବ ନାହିଁ। ତେଣୁ ମିଥ୍ୟ ଖବର ପ୍ରଚାର ବନ୍ଦ କରନ୍ତୁ।’

ସୂଚନାଯୋଗ୍ୟ ବର୍ଷାଙ୍କ ବିରୋଧରେ ଅନୁଭବ ବ୍ୟାକ୍‌ ଟୁ ବ୍ୟାକ୍‌ ୩ଟି ଭିଡ଼ିଓ ସୋଶାଲ ମିଡ଼ିଆରେ ଛାଡ଼ିଥିଲେ। ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ କରିବା ସହ ମାନହାନୀ ହେଉଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ଦୁଇ ଜଣଙ୍କୁ ସୋଶାଲ ମିଡିଆରେ ଟିପ୍ପଣୀ ନ କରିବାକୁ ତାଗିଦ୍ କରିଥିଲେ । କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିର୍ଦ୍ଦେଶ ପରେ ଅନୁଭବ ଆଉ ବର୍ଷାଙ୍କୁ ଟାର୍ଗେଟ କରି ଭିଡିଓ କରୁନଥିଲେ ମଧ୍ୟ ଅନ୍ୟ ପ୍ରସଙ୍ଗ ନେଇ ଭିଡିଓ କରୁଛନ୍ତି।