Electricity Problem - The Sakala

କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ସ୍କୁଲରେ ଡିଇଓଙ୍କ ଅଚାନକ ଚଢ଼ଉ! ପଦାକୁ ଆସିଲା ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା, କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଦୀପକ କୁମାର ପାଢ଼ୀ ଅଚାନକ ପରିଦର୍ଶନ କରିଛନ୍ତି। ଏହି ସରପ୍ରାଇଜ୍ ଭିଜିଟ୍ ସମୟରେ ବିଭିନ୍ନ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଓ ଅନିୟମିତତା ପଦାକୁ ଆସିଥିବା ଜଣାପଡ଼ିଛି।

ପାନୀୟ ଜଳ ଓ ଶୌଚାଳୟ ସମସ୍ୟା:

ବ୍ଲକର ଅନେକ ସ୍କୁଲରେ ପିଇବା ପାଣି ଏବଂ ଉପଯୁକ୍ତ ଶୌଚାଳୟ ସୁବିଧା ନଥିବା ଦେଖିବାକୁ ମିଳିଛି। ଗୁରୁବାଇ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ ଅପରିଷ୍କାର ରହିବା ସହ ପାଣିର ବ୍ୟବସ୍ଥା ନଥିବା ଦେଖି ଡିଇଓ ପ୍ରଧାନଶିକ୍ଷକଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି।

୧୫ ଦିନ ହେଲା ବିଦ୍ୟୁତ୍ ସେବା ବିଚ୍ଛିନ୍ନ:

ଜହ୍ନିକୁଦା ବିଦ୍ୟାଳୟରେ ଦୀର୍ଘ ୧୫ ଦିନ ହେଲା ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ଥିଲେ ମଧ୍ୟ ଏହାର ସମାଧାନ ପାଇଁ କାହାରି ଦୃଷ୍ଟି ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଶିକ୍ଷକ ଉପସ୍ଥାନ ଓ ମଧ୍ୟାହ୍ନ ଭୋଜନରେ ଅନିୟମିତତା:

କେତେକ ବିଦ୍ୟାଳୟରେ ଶିକ୍ଷକମାନେ ନିର୍ଦ୍ଧାରିତ ସମୟରେ ସ୍କୁଲକୁ ଆସୁନଥିବା ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦେବାରେ ବିଳମ୍ବ ହେଉଥିବା ନେଇ ମଧ୍ୟ ସୂଚନା ମିଳିଛି।

କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ:

ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା, ପାନୀୟ ଜଳ, ଶୌଚାଳୟ ଏବଂ ବିଦ୍ୟୁତ୍ ସେବା ଯୋଗାଇବାରେ ଅବହେଳା କଲେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟଗୁଡ଼ିକରେ ମୌଳିକ ସୁବିଧା ସୁନିଶ୍ଚିତ କରିବା ସହ ଶିକ୍ଷାଦାନ ବ୍ୟବସ୍ଥାରେ ଶୃଙ୍ଖଳା ଆଣିବା ଉପରେ ଡିଇଓ ଗୁରୁତ୍ୱାରୋପ କରିଛନ୍ତି।

ପ୍ରତିବାଦର ନୂଆ ତରିକା: ବିଦ୍ୟୁତ୍‌ କାଟ୍‌ ଏବଂ ଲୋ-ଭୋଲ୍‌ଟେଜ୍ ସମସ୍ୟା ପାଇଁ ବିଦ୍ୟୁତ୍‌ କାର୍ଯ୍ୟାଳୟରେ କରୁଛନ୍ତି ମସଲାବଟା, ମୋବାଇଲ ଚାର୍ଜ
ଖରାଦିନେ ସାଧାରଣତଃ ବିଦ୍ୟୁତ୍ ସମସ୍ୟା ଦେଖା ଦେଇଥାଏ। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌, ଲୋ-ଭୋଲ୍‌ଟେଜ୍ ସମସ୍ୟା ଆଦି ଲାଗି ରୁହେ। ଏହି ସମସ୍ୟା ଗୋଟିଏ ଗାଁର କିମ୍ବା ସହରର ନୁହେଁ, ସମଗ୍ର ଦେଶରେ ଏହା ଏକ ସାଧାରଣ କଥା। ତେବେ ଲୋକମାନେ ଏସବୁ ପାଇଁ ବିଦ୍ୟୁତ୍‌ ବିଭାଗକୁ ଦାୟୀ କରନ୍ତି। କେହି କେହି ନିଜର କ୍ରୋଧକୁ ସୋସିଆଲ୍‌ ମିଡିଆରେ ମଧ୍ୟ ପୋଷ୍ଟ କରନ୍ତି। କିନ୍ତୁ କର୍ଣ୍ଣାଟକର ଜଣେ ବ୍ୟକ୍ତି ବିଦ୍ୟୁତ୍‌ ବିଭାଗର କାର୍ଯ୍ୟାଳୟରେ ମସଲା ବାଟନ୍ତି ଓ ଫୋନ୍‌ ଚାର୍ଜ କରନ୍ତି। ଶିବମୋଗା ଜିଲ୍ଲା ମାଙ୍ଗୋଟେ ଗ୍ରାମରେ ରହୁଥିବା ଏମ୍‌. ହନୁମାନଥାପ୍ପା ନାମକ ଜନୈକ ବ୍ୟକ୍ତି ପ୍ରତିଦିନ ଗ୍ରାଇଣ୍ଡର ଓ ମୋବାଇଲ୍ ଫୋନ୍ ଧରି ନିକଟସ୍ଥ ମାଙ୍ଗାଲୋର ବିଦ୍ୟୁତ୍ ଯୋଗାଣ କମ୍ପାନି ଲିମିଟେଡ୍ କାର୍ଯ୍ୟାଳୟରେ ପହଞ୍ଚନ୍ତି। ହନୁମାନଥାପ୍ପାଙ୍କ ବିଦ୍ୟୁତ୍‌ ସହିତ ଜଡ଼ିତ ସମସ୍ତ କାର୍ଯ୍ୟ ସେଠାରେ ଶେଷ କରି ଘରକୁ ଫେରନ୍ତି। ଏପରିକି ଏହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ତାଙ୍କୁ ବେଳେବେଳେ ଘରେ ଛାଡ଼ି ଦିଅନ୍ତି। ତେବେ ଏଥିପାଇଁ ହନୁମାନଥାପ୍ପାଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ କୌଣସି ଅଧିକାରୀ ପ୍ରଶ୍ନ କରନ୍ତି ନାହିଁ। ଏହି ଅଜବ ମାମଲା ପ୍ରାୟ ୧୦ ମାସ ପୂର୍ବେ ଆରମ୍ଭ ହୋଇଥିଲା।

ଏଠାରେ ପ୍ରକାଶ ଥାଉ କି, ହନୁମାନଥାପ୍ପାଙ୍କ ଘରେ ମାତ୍ର ତିନିରୁ ଚାରି ଘଣ୍ଟା ପାଇଁ ବିଦ୍ୟୁତ୍ ରୁହେ। ଏଥିପାଇଁ ସେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଫଳରେ, ସେ ବିଦ୍ୟୁତ୍‌ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଜ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଏଥିରେ ଉକ୍ତ ଅଧିକାରୀ ଜଣଙ୍କ ବିରକ୍ତ ହୋଇ ଅଫିସ୍‌କୁ ଆସି ନିଜର ସମସ୍ତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ତେବେ, ହନୁମାନଥାପ୍ପା ଉକ୍ତ ଅଧିକାରୀଙ୍କ କଥାକୁ ଗମ୍ଭୀରତାର ସହ ନେଇଗଲେ, ଏବଂ ତା’ ପରଠାରୁ ସେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ମସଲା ବାଟିବାଠାରୁ ଆରମ୍ଭ କରି ମୋବାଇଲ୍‌ ଚାର୍ଜ ମଧ୍ୟ କରନ୍ତି।