ballistic missile - The Sakala

ଭାରତ ପକ୍ଷରୁ 'ଅଗ୍ନି-୪' ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ୪୦୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା
ଭାରତ ଗୁରୁବାର ଦିନ ଓଡ଼ିଶା ଉପକୂଳବର୍ତ୍ତୀ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟି (ଆଇଟିଆର) ରୁ ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର (ଏମ୍‌ଆର୍‌ବିଏମ୍‌) ଅଗ୍ନି-୪ ର ସଫଳ ପରୀକ୍ଷଣ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଉତକ୍ଷେପଣ ସମୟରେ କ୍ଷେପଣାସ୍ତ୍ରଟି ଏହାର ସମସ୍ତ ବୈଷୟିକ ଏବଂ ପରିଚାଳନାଗତ ମାପଦଣ୍ଡକୁ ସଫଳତାର ସହ ପୂରଣ କରିଛି।

ପରମାଣୁ ଅସ୍ତ୍ର ବହନ କରିବାକୁ ସକ୍ଷମ ଏହି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ରଟି ୪,୦୦୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ଏହି ପରୀକ୍ଷଣ ଭାରତର ଆଣବିକ କମାଣ୍ଡ ଅଥରିଟି ଅଧୀନରେ ଥିବା ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡ (ଏସଏଫସି) ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିଲା। ଭାରତର ସାମରିକ ପ୍ରତିରୋଧ କ୍ଷମତା ବୃଦ୍ଧି ତଥା ରଣନୀତିକ ପ୍ରସ୍ତୁତି ନିଶ୍ଚିତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ୨୦ ମିଟର ଲମ୍ବର ଏହି କ୍ଷେପଣାସ୍ତ୍ର ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନ ବହନ କରି ଏକ ରୋଡ୍-ମୋବାଇଲ୍ ଲଞ୍ଚରରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ।

ପ୍ରତିରକ୍ଷା ମନ୍ତ୍ରୀଙ୍କ ଶୁଭେଚ୍ଛା ଓ ପୂର୍ବ ପରୀକ୍ଷଣ

ଏହି ଐତିହାସିକ ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଏବଂ ଷ୍ଟ୍ରାଟେଜିକ୍ ଫୋର୍ସେସ୍ କମାଣ୍ଡକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଦେଶର ସୁରକ୍ଷାକୁ ମଜବୁତ କରିବା ଦିଗରେ ଭାରତର ଯେଉଁ ପ୍ରତିଶ୍ରୁତିବଦ୍ଧତା ରହିଛି, ତାହା ଏହି ମିଶନ୍ ମାଧ୍ୟମରେ ପୁନର୍ବାର ପ୍ରମାଣିତ ହୋଇଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୬ ସେପ୍ଟେମ୍ବର ୨୦୨୪ ରେ ମଧ୍ୟ ଚାନ୍ଦିପୁର ଆଇଟିଆରରୁ ଅଗ୍ନି-୪ ର ସଫଳ ପରୀକ୍ଷଣ କରାଯାଇଥିଲା। ବର୍ତ୍ତମାନର ଏହି ନିୟମିତ ୟୁଜର୍ ଟ୍ରାଏଲ୍ (ବ୍ୟବହାରକାରୀ ପରୀକ୍ଷଣ) ଦେଶର ସାମରିକ ପ୍ରତିରୋଧ ବ୍ୟବସ୍ଥାର ବିଶ୍ୱସନୀୟତାକୁ ଆହୁରି ସୁଦୃଢ଼ କରିଛି।

ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି ଉତ୍ତର କୋରିଆ
ପ୍ୟୋଙ୍ଗୟାଙ୍ଗ: ଆଜି ଉତ୍ତର କୋରିଆ ତା’ର ପୂର୍ବତଟ ସମୁଦ୍ର ମଧ୍ୟକୁ ଗୋଟାଏ ଅଜ୍ଞାତ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆର ‘ଜଏଣ୍ଟ୍‌ ଚିଫ୍‌ସ୍‌ ଅଫ୍‌ ଷ୍ଟାଫ୍‌’ ଜାରି କରିଥିବା ବିବୃତିରେ କହିଛନ୍ତି। ଦକ୍ଷିଣ କୋରିଆ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆା ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ ବୁଧବାର ସକାଳେ ପୁଣି ଥରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ ଘୋଷଣା କରିଛନ୍ତି ଏହା ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ।

ଆମେରିକୀୟ ଗୁପ୍ତଚର ବିମାନ ତା’ର ଆକାଶ ସୀମାରେ ଅନୁପ୍ରବେଶ କରିଥିବା ଅଭିଯୋଗବାର କିଛି ଦିନ ପରେ ଉତ୍ତର କୋରିଆ ଆଜି ଏହି କ୍ଷେପଣାସ୍ତ୍ର ନି‌କ୍ଷେପ କରିଛି। ସେହିପରି, ନିକଟ ଅତୀତରେ ଆମେରିକାର ଗୋଟାଏ ଆଣବିକ ଶକ୍ତି ଚାଳିତ ‘କ୍ରୁଜ୍‌ କ୍ଷେପଣାସ୍ତ୍ର’ ବାହୀ ବୁଡ଼ାଜାହାଜର ଦକ୍ଷିଣକୋରିଆ ଆଗମନକୁ ମଧ୍ୟ ଉତ୍ତର କୋରିଆ ତୀବ୍ର ନିନ୍ଦା କରିଥିଲା।

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ସଫଳ ପରୀକ୍ଷଣ
ବାଲେଶ୍ୱର: ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ଉତକ୍ଷେପଣ କେନ୍ଦ୍ର -୩ (ଏଲସି-୩)ରୁ ବୁଧବାର ସନ୍ଧ୍ୟା ୭ଟା୩୦ମିନିଟରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ -୨ର ସଫଳ ପରୀକ୍ଷଣ ହେଇଥିବା ଜାଣିବାକୁ ମିଳିଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଏହି କ୍ଷେପଣାସ୍ତ୍ରକୁ ବୁଧବାର ଦିନ ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ ମିଜାଇଲ ପୃଥିବୀ-୨ର ଲକ୍ଷ୍ୟଭେଦ କ୍ଷମତା ୨୫୦ରୁ ୩୦୦ କିଲୋମିଟର। ଏଥିରେ ୧ ହଜାର କେଜି ପର୍ଯ୍ଯନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ। ଏହାର ଲମ୍ବ ୮.୫୬ ମିଟର।ଆଜିର ପରୀକ୍ଷଣ ବେଳେ ଆଇଟିଆରର ବରିଷ୍ଠ ବୈଜ୍ଞାନିକ, ଇଂଜିନିୟର ଓ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୪ ମିଜାଇଲ୍‌ର ରାତ୍ରୀକାଳୀନ ଉତ୍‌କ୍ଷେପଣ
ବାଲେଶ୍ବର: ଅବଦୁଲ କଲାମ ଦ୍ବୀପରୁ ପରୀକ୍ଷା ହେଲା ମଧ୍ଯମ ଦୂରଗାମୀ ବାଲେଷ୍ଟିକ ମିସାଇଲ ଅଗ୍ନି-୪। ଅଗ୍ନି ୪ ମିଜାଇଲ୍‌ର ରାତ୍ରୀକାଳୀନ ଉତ୍‌କ୍ଷେପଣ ସଫଳତାର ସହ ହୋଇଥିବା ସୂଚନା ଦେଇଛି DRDO। ଅବଦୁଲ କଲାମ ଦ୍ୱୀପରୁ ୭ଟା ୪୫ରେ ରାତ୍ରୀକାଳୀନ ଉତ୍‌କ୍ଷେପଣ କରାଯାଇଥିଲା। ୪ ହଜାର କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ଥିବା ଅଗ୍ନି-୪ରେ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରିହେବ।

A successful training launch of an Intermediate-Range Ballistic Missile, Agni-4, was carried out at approximately 1930 hours today from APJ Abdul Kalam Island, Odisha. The launch validated all operational parameters as also the reliability of the system: Defence Ministry pic.twitter.com/bcwOs2KkXU

— ANI (@ANI) June 6, 2022

ଆନ୍ତଃମହାଦେଶୀୟ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି ୪ର ଲମ୍ବ ୨୦ ମିଟର ଏବଂ ଏହା  ୧ ଟନ୍ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହା ୩୫୦୦ରୁ ୪୦୦୦ କିମି ଯାଏଁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଆଜିର ପରୀକ୍ଷଣ ସମସ୍ତ ପାରାମିଟର ସଫଳତାର ସହ ଅତିକ୍ରମ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ ଅଗ୍ନି ଭାରତର ସ୍ୱଦେଶୀ କ୍ଷପଣାସ୍ତ୍ର । ଏହି ସିରିଜରେ ବିଭିନ୍ନ ରେଂଜର ମିଶାଇଲ ରହିଛି । ୧୯୮୯ ମସିହାରେ ରାଜୀବ ଗାନ୍ଧୀଙ୍କ ଅମଳରେ ଅଗ୍ନିର ପ୍ରଥମ ପରୀକ୍ଷଣ ହୋଇଥିଲା ।