barabati fight - The Sakala
ବାରବାଟୀ ଟି-୨୦: ଚମକିଲେ ଭୁବନେଶ୍ବର, ଜିତିଲା ଦକ୍ଷିଣ ଆଫ୍ରିକା
କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଇଥିଲା। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଥିଲା। ୬ ୱିକେଟ ହରାଇ ୧୮.୨ ଓଭରରେ ମ୍ଯାଚକୁ ଦକ୍ଷିଣ ଆଫ୍ରିକା ଜିତି ନେଇଥିଲା। ଫଳରେ ସିରିଜରେ ୦-୨ରେ ଟିମ୍ ଇଣ୍ଡିଆପଛୁଆ ରହିଛି।
ଦକ୍ଷିଣ ଆଫ୍ରିକା  ପକ୍ଷରୁ ତେମ୍ବା ବାଭୁମା ଓ ରିଜା ହେଣ୍ଡରିସ୍କ ଓପନିଂ କରିଥିଲେ। ରିଜା ହେଣ୍ଡରିସ୍କ  ୩ ବଲରେ ୪ ରନ କରି ଆଉଟ ହୋଇଥିଲେ।  ପରେ ଡ୍ୱେନ ପ୍ରିଟୋରିୟସ ୫ ବଲରେ ୪ ରନ କରି ଆଉଟ ହୋଇଥିଲେ। ଫର୍ମରେ ଥିବା ରାସି ଭାନ ଡର ଡସେନ ୭ ବଲରେ ୧ ରନ କରି ଆଉଟ ହୋଇଥିଲେ। ଅଧିନାୟକ ତେମ୍ବା ବାଭୁମା ୩୦ ବଲରେ ୩୫ ରନ କରି ଆଉଟ ହୋଇଥିଲେ।  ହେନରିକ କ୍ଲାସେନ ଓ ଡେଭିଡ୍ ମିଲର ଶେଷ ପର୍ଯ୍ଯନ୍ତ ପାରିକୁ ସମ୍ଭାଳିଥିଲେ। ହେନରିକ କ୍ଲାସେନ ୪୬ ବଲରେ ୮୧ ରନ କରି ଆଉଟ ହୋଇଥିଲେ। ଡେଭିଡ୍ ମିଲର ୧୫ ବଲରେ ୧୮ ରନ କରି ଅପରାଜିତ ରହିଥିଲେ।
ଭାରତ ପକ୍ଷରୁ ଭୁବନେଶ୍ବର କୁମାର ଘାତକ ବୋଲିଂ ୪ଟି ୱିକେଟ ନେଇଥିଲେ। ହେଲେ ଅନ୍ଯ କୌଣସି ବୋଲରଙ୍କୁ ସେଭଳି  ସଫଳତା ମଳି ନ ଥିଲା।  ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ବାରବାଟୀ ଟି-୨୦: ଦକ୍ଷିଣ ଆଫ୍ରିକାକୁ ୧୪୯ ରନର ଟାର୍ଗେଟ ଦେଲା ଭାରତ
କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ଵିତୀୟ ମୁକାବିଲା ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯଉଛି। ଏହି ମଇଦାନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା  ମୁହାଁମୁହିଁ  ହୋଇଛନ୍ତି। ଟସ୍ ଜିତି ଦକ୍ଷିଣ ଆଫ୍ରିକାର ଫିଲ୍ଡିଂ ନିଷ୍ପତ୍ତି ନେଇ ଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରିଥିଲା । ଭାରତ ପ୍ରଥମେ ବ୍ଯାଟିଂ କରି ୧୪୮ ରନ କରିଥିଲା। ଦକ୍ଷିଣ ଆଫ୍ରିକାକୁ ଏହି ମ୍ଯାଚକୁ ଜିତିବାକୁ ହେଲେ ୧୪୯ ରନର ଆବଶ୍ଯକତା ରହିଛି।
ଭାରତ ପକ୍ଷରୁ ଇଶାନ କିଷନ ଓ ଋତୁରାଜ ଗାଏକୱାଡ ଓପନିଂ କରିଥିଲେ। ଋତୁରାଜ ଗାଏକୱାଡ ୪ ବଲରେ ୧ ରନ କରି ଆଉଟ ହୋଇଥିଲେ। ଫର୍ମରେଥିବା ଇଶାନ କିଷନ ୨୧ ବଲରେ ୩୪ ରନ କରି ଆଉଟ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ଅଧିନାୟକ ଋଷଭ ପନ୍ତ ନିରାଶ କରିଥିଲେ। ୭ ବଲରେ ୫ରନ କରି ପନ୍ତ ଆଉଟ ହୋଇଥିଲେ। ଶ୍ରେୟସ ଆୟର ୩୫ ବଲରେ ୪୦ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଅକ୍ଷର ପଟେଲ ଓ ଦିନେଶ କାର୍ତ୍ତିକ ସମ୍ଭଳିଥିଲେ। ଅକ୍ଷର ପଟେଲ ୧୧ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ପରେ ହର୍ଷଲ ପଟେଲ୍‌ ଓ ଦିନେଶ କାର୍ତ୍ତିକ ପାରିକୁ ସମ୍ଭାଳିଥିଲେ। ହର୍ଷଲ ପଟେଲ୍‌ ୯ ବଲରେ ୧୨ ରନ କରି ଅପରାଜିତ ରହିଥିବା ବେଳେ ଦିନେଶ କାର୍ତ୍ତିକ ୨୧ ବଲରେ ୩୦ ରନ କରି ଅପରାଜିତ ରହିଥିଲେ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଅନରିଚ ନର୍ତ୍ତୋଜେ ୨ଟି ୱିକେଟ ନେଇଥିବା ବେଳେ କାଗିସୋ ରାବଡା, ୱେନ ପାର୍ନେଲ, ଡ୍ୱେନ ପ୍ରିଟୋରିୟସ ଓ କେଶବ ମହାରାଜ ପକ୍ଷରୁ ଗୋଟିଏ ଲେଖାଏଁ ୱିକେଟ ନେଇଥିଲା।
ବାରବାଟୀ ଟି-୨୦: ଘଣ୍ଟି ବଜାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉତ୍ସାହର ସହ ଆରମ୍ଭ ହେଲା ଖେଳ
ଭୁବନେଶ୍ବର: ବାରବାଟୀରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।। ଦର୍ଶକଙ୍କ ଭିଡରେ ଭରି ରହିଛି ପୁରା ଷ୍ଟାଡିୟମ । ଆଉ ଚାରିଆଡେ ରୋମାଞ୍ଚକର ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଭିତରେ ଭରିରହିଛି ଉତ୍ସାହ ଓ ଉତ୍କଣ୍ଠା । ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଭାରତ ଟିମ୍ ପ୍ରଥମେ ବ୍ୟାଟିଂ କରୁଛି। ଅତ୍ୟନ୍ତ ଉତ୍ସାହର ସହ ଆରମ୍ଭ ହୋଇଛି ଖେଳ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଟି-ଟ୍ବେଣ୍ଟି ବ୍ୟାଟେଲ ।
ମୁଖ୍ଯମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
ଭୁବନେଶ୍ବର: ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।  ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସୌରଭ। ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ ଦେଖିବାକୁ ଆସିଥିବା ବେଳେ ଗାଙ୍ଗୁଲି ନବୀନଙ୍କୁ ଭେଟିଛନ୍ତି । ଉଭୟ ମଧ୍ୟ ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବେ। ତେବେ ଏହା ପୂର୍ବରୁ ଉଭୟ ପରସ୍ପରକୁ ସାକ୍ଷାତ କରିଛନ୍ତି । ସୌରଭ ଗାଙ୍ଗୁଲିଙ୍କୁ ଓଡ଼ିଶା ଲେଖାଥିବା ଜର୍ସି ଉପହାର ଦେଇଛନ୍ତି ନବୀନ ପଟ୍ଟନାୟକ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ।
It was a pleasure meeting @BCCI president @SGanguly99 who is in #Odisha for the #INDvsSA #T20 match to be held at the Barabati Stadium, #Cuttack.
Looking forward to witness a thrilling match of #Cricket. pic.twitter.com/37YhvKpGRv
— Naveen Patnaik (@Naveen_Odisha) June 12, 2022
ସୂଚନା ଅନୁଯାୟୀ, ଆଜି ବାରବାଟୀରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ମ୍ୟାଚକୁ ଘଣ୍ଟି ବଜାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଆଜି ବାରବାଟୀ ଫାଇଟ୍‌ : ବିଜୟ ସହ ୫ଟିକିଆ ସିରିଜ୍‌ରେ କମ୍ ବ୍ୟାକ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
କଟକ : ଦୀର୍ଘ ଅଢ଼େଇ ବର୍ଷ ପରେ ବାରବାଟୀକୁ ‌ଫେରିଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା। ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ ବି ନୂଆ ରୂପରେ ସଜେଇ ହୋଇଛି। ସଂଧ୍ୟାରେ ବାରବାଟୀ ଷ୍ଟାଡିୟମରେ ହେବ ମହା ମୁକାବିଲା। ମ୍ୟାଚ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପିଚ୍ ରେଡି, ଗ୍ରାଉଣ୍ଡ ଓ ଷ୍ଟାଡିୟମ ବି ତୟାର। ଗତକାଲି ଉଭୟ ଦଳ ବାରବାଟୀରେ ନେଟ୍ ପ୍ରାକ୍ଟିସ୍ କରିଥିଲେ । ପ୍ରଥମ ଟି-୨୦ ଭାରତ ହାରି ଥିବାରୁ କଟକରେ କମ୍ ବ୍ୟାକ୍ ପାଇଁ ଦଳ ଜୋରଦାର ଅଭ୍ୟାସ କରିଛି । ବାରବାଟୀ ବ୍ୟାଟଲକୁ ନେଇ କ୍ରିକେଟପ୍ରେମୀଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ବାରବାଟୀରେ ଭଲ୍ ସ୍କୋର ସହ ବିଗ୍ ଫାଇଟ୍ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ ।
ସିରିଜ୍‌ର ପ୍ରଥମ ମ୍ୟାଚ୍ ଭାରତ ହାରିଥିଲା। ବାରବାଟୀରେ ମ୍ୟାଚ୍ ଜିତି ଦଳ ସିରିଜ୍‌କୁ ସମାନ ସ୍ଥିତିକୁ ଆଣିବାକୁ ଲକ୍ଷ୍ୟ ରଖିଛି। ଗତକାଲି ବାରବାଟୀରେ ଅଭ୍ୟାସ କରିବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର କୁମାର ମଧ୍ୟ ଏହି କଥା କହିଥିଲେ। ସେ କହିଥିଲେ ଯେ ପ୍ରଥମ ମ୍ୟାଚ୍‌ରେ ଦଳ ଭଲ ବୋଲିଂ କରି ନଥିବାରୁ ହାରିଲା। ଏଥର ବ୍ୟାଟିଂ ସହ ଭଲ ବୋଲିଂ କରି ଦଳ ବିଜୟ ଧାରାକୁ ଫେରିବ ଓ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିବ।
ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ତା’ର ବିଜୟ ଅଭିଯାନକୁ ଜାରି ରଖିବାକୁ ପ୍ରୟାସ କରିବ। ତେଣୁ ବାରବାଟୀରେ ଆଜି ଦୁଇ ଦଳ ଭିତରେ ଦମ୍‌ଦାର ଟକ୍କର ହେବ ବୋଲି ଆଶା କରୁଛନ୍ତି କ୍ରିକେଟ୍ ପ୍ରେମୀ। ଗତକାଲି ଦୁଇ ଦଳର ଖେଳାଳି ବାରବାଟୀ ଯାଇ ପଡ଼ିଆରେ ବେଶ୍ କିଛି ସମୟ ଅଭ୍ୟାସ କରିଥିଲେ।
ଏହି ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ପ୍ରାଧାନ୍ୟ ଭରା ବିଜୟ ହାସଲ କରିଥିବାରୁ ଋଷଭ ପନ୍ତ୍‌ଙ୍କ ଦଳକୁ ତୁରନ୍ତ ପ୍ରତ୍ୟାବର୍ତ୍ତନ କରିବାର ଆବଶ୍ୟକତା ରହିଛି। ପ୍ରମୁଖ ତଥା ବରିଷ୍ଠ ଖେଳାଳିଙ୍କ ବିନା ଏହି ଶୃଙ୍ଖଳା ଖେଳୁଥିବାରୁ ଯୁବ ଖେଳାଳିଙ୍କ ଉପରେ ଭାରତର ଭାଗ୍ୟ ନିର୍ଭର କରୁଛି। ତଥାପି ଅଧିନାୟକ ଋଷଭ ପନ୍ତ୍‌ଙ୍କ ସହ ହାର୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟର, ଈଶାନ କିଶନ, ଦୀନେଶ କାର୍ତ୍ତିକ, ୟୁଝବେନ୍ଦ୍ର ଚହଲଙ୍କ ଭଳି ବରିଷ୍ଠଙ୍କ ଉପରେ ଘରୋଇ ଦଳର ଆଶା ଭରସା ରହିଛି।
ସେପେଟ ଆଇପିଏଲ୍‌ରେ ନିଜର ଦ୍ରୁତ ବୋଲିଂ ଲାଗି ଚର୍ଚ୍ଚାରେ ରହିଥିବା ଉମ୍ରାନ ମଲିକଙ୍କ ଲାଗି ବାରବାଟୀ ଭାଗ୍ୟଶାଳୀ ହେବାକୁ ଯାଉଛି। ଆଜି ଦ୍ୱିତୀୟ ମ୍ୟାଚରେ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ବିଶେଷ କରି ପ୍ରଥମ ଟି-୨୦ରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ଅଭେସ ଖାନଙ୍କୁ ଦଳରୁ ବାଦ୍‍ ଦିଆଯିବାର ସମ୍ଭାବନା ରହିଛି। ତାଙ୍କ ସ୍ଥାନରେ ଉମ୍ରାନଙ୍କୁ ସୁଯୋଗ ମିଳିପାରେ। ଯଦି ସେ ଏଠାରେ ଖେଳନ୍ତି ତେବେ ବାରବାଟୀ ତାଙ୍କ ଲାଗି ଲକି ଗ୍ରାଉଣ୍ଡ ହେବ। କାହିଁକି ନା ଉମ୍ରାନଙ୍କର ଏହା ପଦାର୍ପଣ ଅନ୍ତର୍ଜାତୀୟ ମ୍ୟାଚ୍‍ ହେବ। ଆଇପିଏଲ୍‍ରେ ନିଜର କମାଲ ଦେଖାଇ ସାରିଥିବା ଏହି ଡାହାଣହାତୀ ବୋଲରଙ୍କ ଉପରେ ସମସ୍ତଙ୍କ ନଜର ରହିଛି।
ଦିଲ୍ଲୀରେ ଭାରତ ୨୧୧ ରନ୍ କରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଜବରଦସ୍ତ ବ୍ୟାଟିଂ କରି ଅନାୟାସରେ ଏହାକୁ ଅତିକ୍ରମ କରିଥିବାରୁ ଭାରତ ଉପରେ ଚାପ ରହିଛି। ବିଶେଷ କରି ବୋଲିଂ ଓ ଫିଲ୍ଡିଂରେ ଭାରତୀୟ ଖେଳାଳିଙ୍କୁ ଶୃଙ୍ଖଳିତ ପ୍ରଦର୍ଶନ କରିବାର ଆବଶ୍ୟକତା ପଡ଼ିଛି। ଦିଲ୍ଲୀରେ ଜଣଙ୍କୁ ଛାଡ଼ି (ଅଭେସ୍‌ ଖାନ୍‌) ସମସ୍ତ ଭାରତୀୟ ବୋଲର ଓଭର ପିଛା ୧୦ରୁ ଊର୍ଧ୍ବ ହାରରେ ରନ୍ ବ୍ୟୟ କରିଥିଲେ। ରାସି ଭାନ୍ ଡର୍ ‌ଡସେନ୍‌ଙ୍କ କ୍ୟାଚ୍‌କୁ ଶ୍ରେୟସ ଆୟର ହାତଛଡ଼ା କରିବା ମ୍ୟାଚ୍‌କୁ ଏକତରଫା କରିଦେଇଥିଲା। ଏହି ଦୃଷ୍ଟିରୁ ବ୍ୟାଟରଙ୍କ ତୁଳନାରେ ବୋଲରଙ୍କ ଉପରେ ଅଧିକ ଚାପ ରହିବ। ଦିଲ୍ଲୀ ଭଳି ଫ୍ଲାଟ ବ୍ୟାଟିଂ ପିଚ୍‌ କିନ୍ତୁ ବାରବାଟୀରେ ମିଳିବ ନାହିଁ ବୋଲି ବିଶ୍ବାସ କରାଯାଉଛି।
ଅନ୍ୟପକ୍ଷରେ ସତେଜ ଶାରୀରିକ ଓ ମାନସିକ ଦୃଢ଼ତାରେ ଆସିଥିବା ଦକ୍ଷିଣ ଆଫ୍ରିକା ଦଳ ସହ ଆଇପିଏଲ୍‌-୧୫ର ସଫଳ ତାରକା ଡେଭିଡ୍‌ ମିଲରଙ୍କ ଯୋଗଦାନ ଭ୍ରମଣକାରୀ ଦଳକୁ ଘରଠୁ ଦୂରରେ ରହି ଘରୋଇ ପରିବେଶରେ ଖେଳିବାର ଅନୁଭବ ଦେଇଛି। ଭାରତ ମାଟିରେ କେବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିନଥିବା ଏହି ଦଳ ଏବେ ୨-୦ରେ ଆଗୁଆ ହେବା ଲକ୍ଷ୍ୟରେ ରହିଛି। ତେମ୍ବା ବଭୂମାଙ୍କ ଦଳର ମନୋବଳ ମଧ୍ୟ ଆକାଶଛୁଆଁ ରହିଛି। ବ୍ୟାଟିଂରେ କ୍ବିଣ୍ଟିନ୍ ଡି’କକ୍‌, ତେମ୍ବା ବଭୂମା, ରାସି ଭାନ୍‌ ‌ଡର୍‌ ଦସେନ୍‌, ଡେଭିଡ୍ ମିଲରଙ୍କ ଉପସ୍ଥିତି ମଧ୍ୟ ଏହି ଦଳକୁ ଏକ ବ୍ୟାଟିଂ ଶକ୍ତିରେ ପରିଣତ କରିଛି। ରିଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେଁଙ୍କ ଭଳି ଖେଳାଳିଙ୍କୁ ବି ବାହାରେ ବସିବାକୁ ପଡ଼ିଛି। ବୋଲିଂରେ ମଧ୍ୟ କାଗିସୋ ରବାଦା, ଅନରିକ୍‌ ନର୍ଖିୟା, ଡ୍ବାନ୍ ପ୍ରିଟୋରିୟସ, କେଶବ ମହାରାଜ, ତାବ୍ରାଇଜ ସାମସୀଙ୍କୁ ନେଇ ବଭୂମାଙ୍କ ଦଳ ସନ୍ତୁଳିତ ରହିଛି।
୨୦୧୫ ପରାଜୟର ପ୍ରତିଶୋଧ ସୁଯୋଗ
ଦୀର୍ଘ ୭ ବର୍ଷ ପରେ ଭାରତ ନିକଟରେ ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି। ଯଦି ରବିବାର ମ୍ୟାଚରେ ଭାରତ ବିଜୟୀ ହୁଏ ତେବେ ୭ ବର୍ଷ ପରେ ବାରବାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ପ୍ରତିଶୋଧ ନେବ। ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ବାରବାଟୀରେ ଅନୁଷ୍ଠିତ ଟି-୨୦ରେ ସାମ୍ନାସାମ୍ନି ହୋଇଥିଲେ। ଏହାଥିଲା ବାରବାଟୀରେ ପ୍ରଥମ ଟ-୨୦ ଅର୍ନ୍ତଜାତୀୟ ମ୍ୟାଚ୍‍। ଏଥିରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍‍ରେ ବିଜୟୀ ହୋଇଥିଲା। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧିନ ଭାରତ ପ୍ରଥମେ ବ୍ୟାଟିଂ କରି ଦୟନୀୟ ପ୍ରଦର୍ଶନ କରି ମାତ୍ର ୯୨ ରନରେ ଅଲ୍‍ଆଉଟ୍‍ ହୋଇଯାଇଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ୱିକେଟ୍‍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା।
କଟକ : ଐତିହାସିକ ବାରବାଟୀ ଷ୍ଟାଡିୟମକୁ ଅଢ଼େଇ ବର୍ଷ ପରେ ଆସିଛି ଅନ୍ତର୍ଜାତୀୟ ମ୍ୟାଚ୍‍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି। ଟିକେଟ ବିକ୍ରି ସମୟରେ ଯେଉଁଭଳି ଭିଡ ଦେଖିବାକୁ ମିଳିଥିଲା ତାହା ଦର୍ଶାଉଛି ଯେ ବାରବାଟୀରେ ଖଚାଖଚ ଦର୍ଶକ ରହିବେ । ବହୁ ଦର୍ଶକଙ୍କ ଆଗମନ ହେବାକୁ ଥିବାରୁ କମିଶନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଅପରାହ୍ନ ୩ଟାରୁ ସମସ୍ତ ଗେଟ୍ ଖୋଲାଯିବ। ଦର୍ଶକମାନେ ଯେଭଳି ବିନା ଭିଡ଼ରେ ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ, ସେହି ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଇଥିବା ଡିସିପି ପିନାକ୍ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରବାଟୀରେ ମ୍ୟାଚ୍ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ଡିସିପି ଦାୟିତ୍ବରେ ରହିବେ। ତାଙ୍କ ସହିତ ୭ ଜଣ ଅତିରିକ୍ତ ଏଡିସିପି, ୩୨ ଏସିପି, ୪୫ ଇନ୍‌ସ୍ପେକ୍ଟର, ୨୭୦ ଏସଆଇ, ୧୧୩ ଟ୍ରାଫିକ, ୬୨ ପ୍ଲାଟୁନ୍ ଫୋର୍ସ, ୪୩ ମହିଳା କନଷ୍ଟେବଳ, ୧୭୦ ହୋମଗାର୍ଡ ନିୟୋଜିତ ହେବେ। ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନରହିବ, ସେ ଦିଗରେ ଦୃଢ ପଦକ୍ଷେପ ନିଆଯିବ ‌ବୋଲି ଡିସିପି ସୂଚନା ଦେଇଛନ୍ତି।
କଟକ ବାହାର ଦର୍ଶକ କେଉଁବାଟେ ଷ୍ଟାଡିୟମକୁ ଆସିବେ?
କଟକକୁ ଭୁବନେଶ୍ବର କିମ୍ବା ଜଗତପୁର ପଟୁ କେହି ଆସୁଥିଲେ ଜାତୀୟ ରାଜପଥରେ ଶିଖରପୁର ଦେଇ ଗୁରୁଦ୍ବାରା-ଯୋବ୍ରା- ମାତାମଠ-ଗଡ଼ଗଡ଼ିଆ ମନ୍ଦିର-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ଷ୍ଟାଡିୟମକୁ ପ୍ରବେଶ କରିବେ। ସେଠୁ ବାରବାଟୀର ବିଭିନ୍ନ ଗେଟ୍‌ରେ ଷ୍ଟାଡିୟମ୍‌କୁ ଟିକେଟ୍‌ରେ ଉଲ୍ଲେଖ ଥିବା ଗ୍ୟାଲେରି ଅନୁଯାୟୀ ପ୍ରବେଶ କରିବେ। ସେହିଭଳି ପଟିଆ ପଟୁ ଆସିଲେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୂଳିଆ-ବେଲଭ୍ୟୁ-ସତୀଚଉରା-ଚହଟା-କ୍ୟାଣ୍ଟନମେଣ୍ଟ-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ପ୍ରବେଶ କରିବେ।
କେଉଁଠି କିଏ କରିବେ ଗାଡି ପାର୍କିଂ
୧. ତଳ ବାଲିଯାତ୍ରା ପଡ଼ିଆରେ ସର୍ବସାଧାରଣଙ୍କ ପାଇଁ ସିଏମ୍‌ସି ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।
୨. ଉପର ବାଲିଯାତ୍ରା ପଡ଼ିଆରେ ଜରୁରିକାଳୀନ ସେବା ଯୋଗାଉଥିବା ସରକାରୀ ସଂସ୍ଥାର ଅଧିକାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେମିତିକି ଅଗ୍ନିଶମ, ପୁଲିସ, ଆମ୍ବୁଲାନ୍ସ ଭଳି ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀ ଗାଡ଼ି ପାର୍କିଂ କରିବେ।
୩. ଗେଟ୍ ନଂ ୧ରେ ପ୍ରବେଶ କଲା ପରେ କ୍ରିକେଟ୍ ଏକାଡେମିରେ ଓସିଏ ସଦସ୍ୟଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି।
୪. ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା ରହିଛି।
୫. ୧୪ ନଂ ଗେଟ୍‌ରେ ପ୍ରବେଶ କରି ସେଣ୍ଟ ଜାଭିଅର ସ୍କୁଲ ପରିସରରେ ବିସିସିଆଇର ଅଧିକାରୀ, ମ୍ୟାଚ୍ ରେଫରି, ଅମ୍ପେୟାର, ଓସିଏ ଅଧିକାରୀ ଓ ଅତିଥିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
୬. ହର୍ସ ଗେଟ୍ ସାମନାରେ ବିଚାରପତି ଏବଂ ଟିଭି କ୍ରିଉଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
କେଉଁ ଗାଡି ପାଇଁ କେତେ ପାର୍କିଂ ଫି
ତଳ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଯାନ ଅନୁଯାୟୀ ଚାରି ପ୍ରକାର ମୂଲ୍ୟ ସ୍ଥିର ହୋଇଛି। ଚାରି ଚକିଆ ଗାଡ଼ି ପାଇଁ ୫୦ ଟଙ୍କା, ତିନି ଚକିଆ ଗାଡ଼ି ପାଇଁ ୩୦ ଟଙ୍କା, ଦୁଇ ଚକିଆ ଗାଡ଼ି ପାଇଁ ୨୦ ଟଙ୍କା, ବାଇସାଇକେଲ୍ ପାଇଁ ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ସକାଳ ୮ଟାରୁ ରାତି ୧୧ଟା ଯାଏ ପାର୍କିଂ ଖୋଲା ରହିବ। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଯଦି ପାର୍କିଂ ଦାୟିତ୍ବରେ ଥିବା ବ୍ୟକ୍ତି ନିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଟ୍ରାଫିକ୍ ପୁଲିସ ଓ ସିଏମ୍‌ସିର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ।
କେଉଁ ଷ୍ଟାଣ୍ଡକୁ କେଉଁ ବାଟେ ଯିବେ
ଓସିଏ ବକ୍ସ, ନ୍ୟୁ ପ୍ୟାଭିଲିୟନ୍‍, ପୁରୁଣା ପ୍ୟାଭିଲିୟନ୍‍: ଗେଟ୍‍ ନମ୍ବର ୧ ( ୱାଇଏମ୍‍ସିଏ ସାମ୍ନା)
ଗ୍ୟାଲେରୀ ନଂ ୫: ଗେଟ୍‍ ନମ୍ବର ୨ (ଆର୍ମି ରିକ୍ରୁଟିଂ ଅଫିସ)
ଗ୍ୟାଲେରୀ ନଂ ୭ ଓ ସ୍ପେସାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ଏ: ଗେଟ୍‍ ନମ୍ବର ୩ (ବାରବାଟୀ ପ୍ୟାଲେସ୍‍ ପାର୍ଶ୍ବ)
ଗ୍ୟାଲେରୀ ନଂ ୬: ଗେଟ୍‍ ନମ୍ବର ୪(ଆଦିତ୍ୟ କ୍ୟାଣ୍ଟିନ)
ସ୍ପେଶାଲ୍‍ ଏନ୍‍କ୍ଲୋଜର୍‍ ବ୍ଲକ ବି: ଗେଟ୍‍ ନମ୍ବର ୫( ହର୍ସ ଗେଟ୍‍ ପାର୍ଶ୍ବ)
କର୍ପୋରେଟ୍‍ ବକ୍ସ, ଅଲିମ୍ପିକ୍‍ ବକ୍ସ ଏ: ଗେଟ୍‍ ନମ୍ବର ୬( ହର୍ସ ଗେଟ୍‍ ପାର୍ଶ୍ବ)
ଟିଭି କ୍ରିଉ: ଗେଟ୍‍ ନମ୍ବର ୭( ହର୍ସ ଗେଟ ପାର୍ଶ୍ବ)
କର୍ପୋରେଟ ବକ୍ସ ଓ ଅଲିମ୍ପିକ ବକ୍ସ ବି: ଗେଟ ନଂ ୮
ଗ୍ୟାଲେରୀ ନଂ ୧: ଗେଟ୍‍ ନମ୍ବର ୯
ଗ୍ୟାଲେରୀ ନଂ ୨: ଗେଟ୍‍ ନମ୍ବର ୧୦
ଏସି ବକ୍ସ(ଗ୍ୟାଲେରୀ ୨), କ୍ଲବ୍‍ ହାଉସ୍‍, ଏମ୍‍ଜିଏମ୍‍ ବକ୍ସ: ଗେଟ ନମ୍ବର ୧୧
ଗ୍ୟାଲେରୀ ନଂ ୩: ଗେଟ ନମ୍ବର ୧୨
ଗ୍ୟାଲେରୀ ନଂ ୪: ଗେଟ୍‍ ନମ୍ବର ୧୩
Basic idea about entry gates and parking arrangement at Barabati Stadium for 2nd T20 international Cricket Match between #INDvSA. pic.twitter.com/TSWnf88vq9
— DCP CUTTACK (@dcp_cuttack) June 11, 2022
ଷ୍ଟାଡିୟମ୍ ଭିତରକୁ ଯାଉଥିବା ଦର୍ଶକଙ୍କ ଉପରେ କଟକଣା
ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବାକୁ ଥିବା କ୍ରୀଡ଼ାପ୍ରେମୀଙ୍କ ଉପରେ ଲାଗିଛି ଅନେକ କଟକଣା।ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ଦର୍ଶକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ସୁରକ୍ଷା ଜନିତ କାରଣରୁ ବ୍ୟାଗ, ବ୍ରିଫକେସ, ପେଜର, ରେଡିଓ, ଡିଜିଟାଲ ଡାଏରି, ଲ୍ୟାପଟପ, ଟେପ ରେକର୍ଡର, ବାଇନା କୁଲର, ରିମୋଟ କଂଟ୍ରୋଲ ଡିଭାଇସ୍, ମ୍ୟୁଜିକାଲ ଇନଷ୍ଟ୍ରୁମେଂଟ, ଭିଡିଓ କ୍ୟାମେରା, ହେଲମେଟ, ଡିଜିଟାଲ କ୍ୟାମେରା, ଫୋଟକା ବାଣ, ଥର୍ମୋଫ୍ଲାକ୍ସ, ଜଗ, ଛତା, ବିଡ଼ି, ସିଗାରେଟ, ଦିଆସିଲି, ଲାଇଟର, ମିରର, ସିଜର, କାଚ ବସ୍ତୁ, ଛୁରି, ମାରଣାସ୍ତ୍ର, ତରଳ ଖାଦ୍ୟ, ଫଳ, ପାଣି ବୋତଲ, ପାଣି ପାଉଚ, ପଲିଥିନ୍ ଆଣିବାକୁ ଓସିଏ ଓ ପୁଲିସ୍ ପକ୍ଷରୁ ମନା କରାଯାଇଛି । ଦର୍ଶକମାନଙ୍କୁ ଗ୍ୟାଲେରିରେ ପାନୀୟ ଜଳ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ଷ୍ଟାଡିୟମ୍‌ରେ ଦର୍ଶକଙ୍କୁ ଏହିସବୁ ସୁବିଧା ମିଳିବ
ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଦର୍ଶକ ଟଙ୍କା ଦେଇ ଖାଦ୍ୟ, ପାଣି କିଣି ପାରିବେ। ଷ୍ଟାଡିୟମ ଭିତରେ ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି। ଦର୍ଶକ ଖେଳ ସମୟରେ ଷ୍ଟାଡିୟମ ବାହାରକୁ ଆସି ପୁଣି ଭିତରକୁ ଯିବାର ଅନୁମତି ନଥିବାରୁ ଓସିଏ ପକ୍ଷରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି।
ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ସୌରଭ ଗାଙ୍ଗୁଲି
ଭୁବନେଶ୍ବର : ଦୀର୍ଘ ଅଢ଼େଇ ବର୍ଷ ବ୍ୟବଧ୍ୟାନ ପରେ ପୁଣି ବାରବାଟୀରେ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍। ଆଜି ସଂଧ୍ୟା ୭ଟାରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍। ଚଳିତ ୫ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳିବାକୁ ସେମାନେ ଏଠାରେ ପଡ଼ିଆକୁ ଓହ୍ଲାଇବେ। ଏହି ମ୍ୟାଚ୍‌କୁ ନେଇ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି।
ତେବେ ଆଜିର ମ୍ୟାଚକୁ ଦେଖିବାକୁ ବହୁ ଭିଭିଆଇପିଙ୍କ ଭିଡ ହେବ ବାରବାଟୀ ଷ୍ଟାଡିୟମରେ । ଆଜିର ମ୍ୟାଚକୁ ଉପଭୋଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମତେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ । ଏଥି ସହିତ ପୂର୍ବତନ ଭାରତୀୟ କ୍ରିକେଟର ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ଆଜିର ମ୍ୟାଚ ଦେଖିବାକୁ କଟକ ଆସୁଛନ୍ତି। ଓସିଏ ପକ୍ଷରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ବାରବାଟୀ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା। ଓସିଏର ନିମନ୍ତ୍ରଣ ରଖି ମ୍ୟାଚ ଦେଖିବାକୁ ସୌରଭ ଆସିବେ। ବାରବାଟୀ ମ୍ୟାଚ ଦେଖିବାକୁ ଆସୁଥିବା ସୌରଭ ଗାଙ୍ଗୁଲି ଅବରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ବାରବାଟୀ ମ୍ୟାଚ ପାଇଁ ଅପରାହ୍ନ ୨ ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଭୁବନେଶ୍ୱର ପହଁଚିବା ପରେ ଅପରାହ୍ନ ୫ ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ ସୌରଭ ଗାଙ୍ଗୁଲି।
ଅନ୍ୟପଟେ ବାରବାଟୀ ମ୍ୟାଚ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟାବସ୍ଥା ଗ୍ରହଣ କରାଯାଇଛି। ବାରବାଟୀ ମୁକାବିଲା ପାଇଁ ୬୨ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ୩ ଡିସିପି, ୭ ଅତିରିକ୍ତ ଡିସିପି, ୩୨ ଜଣ ଏସିପି, ୪୫ ଜଣ ଇନ୍ସପେକ୍ଟର ଓ ୨୭୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରାଙ୍କର ଅଧିକାରୀଙ୍କ ଉପରେ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ରହିଛି। ଏଥିସହ ୧୧୩ ଜଣ ଟ୍ରାଫିକ ପୁଲିସ, ୪୩ ଜଣ ମହିଳା କନଷ୍ଟେବଲ୍ ଓ ୧୭୦ ଜଣ ହୋମଗାର୍ଡ ମଧ୍ୟ ରହିବେ। ମ୍ୟାଚ୍ ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କଟକ ଡିସିପି କହିଛନ୍ତି। ଗାଡ଼ି ପାର୍କିଂ ପାଇଁ ବାଲିଯାତ୍ରା ପଡ଼ିଆରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୁପର ସଣ୍ଡେରେ ଆଜି ବାରବାଟୀ ମହାଲଢେଇ: ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ମୁହାମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା
କଟକ: ସୁପର ସଣ୍ଡେରେ ଆଜି ବାରବାଟୀ ଷ୍ଟାଡିୟମରେ ହେବ ସୁପର ଫାଇଟ୍ । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଆଜି ମୁହାମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା । ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଟି-୨୦ ମ୍ୟାଚ ଖେଳାଯିବ । ପ୍ରତୀକ୍ଷାର ସମୟ ଯେତିକି ସରି ସରି ଆସୁଛି, କ୍ରିକେଟ୍‌ପ୍ରେମୀଙ୍କ ମହଲରେ ଉତ୍କଣ୍ଠା ସେତିକି ବଢ଼ି ବଢ଼ି ଚାଲିଛି । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରହିଛି ଟିମ୍ ଇଣ୍ଡିଆ । ଗତକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଦୁଇ ଦେଶର ଖେଳାଳି ।
ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ୱିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ସେହିପରି ଆଜିର ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ପେସର ଭୁବନେଶ୍ୱର କୁମାର । ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଓ୍ବେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ସାତ ବର୍ଷ ତଳେ ଭାରତ ଏହି ପିଚରେ ଦକ୍ଷିଣ ଆଫ୍ରିକା ବିରୋଧରେ ପରାଜୟ ହୋଇଥିଲା । ଆଉ ଆଜି ସମାନ ପିଚରେ ଭାରତ ଦକ୍ଷିଣ ଆଫ୍ରିକା ପାଖରୁ ଆଜି ପ୍ରତିଶୋଧ ନେବ ବୋଲି ଭାରତୀୟ କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ମ୍ୟାଚ ପାଇଁ ଦିନ ୩ଟାରୁ ଷ୍ଟାଡିୟମରେ ପ୍ରବେଶ କରିପାରିବେ ଦର୍ଶକ । ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯାଇଥିଲା । ଆଉ ଭାରତୀୟ ଟିମ୍ ପରାଜୟ ବରଣ କରିଥିଲା । ଆଜି ଦ୍ୱିତୀୟ ମ୍ୟାଚ ବାରବାଟୀରେ ଖେଳାଯିବ । ଏହି ପିଚରେ ଦୁଇ ଦଳ ମଧ୍ୟରେ ଗୋଟିଏ ଭଲ ମ୍ୟାଚ ଖେଳାଯିବ ବୋଲି ସମସ୍ତ କ୍ରୀଡାପ୍ରେମୀ ଆଶା ରଖିଛନ୍ତି ।
ବାରବାଟୀରେ କ୍ରିକେଟ କ୍ରେଜ୍‌ ଦେଖି ବିସିସିଆଇ ତାଜୁବ୍‌ : ନେଟ୍ସ ପ୍ରାକ୍ଟିସ୍‌ରେ ବି ଗ୍ୟାଲେରୀ ଫୁଲ୍ ଦେଖି କରିଛି ଏପରି ଟ୍ବିଟ୍‌
କଟକ : ରାତି ପାହିଲେ ବାରବାଟୀ ଲଢେଇ। ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‍ ପାଇଁ ବାରବାଟୀ ଷ୍ଟାଡିୟମ ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ବିଭିନ୍ନ ଗ୍ୟାଲେରୀରେ ସିଟ ନମ୍ବର ଲେଖାହୋଇ ସାରିଛି, ସ୍ପେସାଲ ଏନକ୍ଲୋଜରରେ ଧାଡ଼ିକି ଧାଡ଼ି ଚେୟାର ପକା ସରିଲାଣି। ପ୍ରସାରଣକାରୀ ସଂସ୍ଥା ପକ୍ଷରୁ ସ୍ପାଇଡର କ୍ୟାମେରା ବନ୍ଧା ସରିଛି। ଅନ୍ୟ କ୍ୟାମେରାମ୍ୟାନ ମାନେ ଆସି ମଧ୍ୟ ନିଜ ନିଜ ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି। ରବିବାର ମୁକାବିଲା ପାଇଁ ଷ୍ଟାଡିୟମ ଭିତର ଚମକୁଛି।
ଏହାରି ମଧ୍ୟରେ ଆଜି ଷ୍ଟାଡିୟମରେ ଜୋରଦାର ପ୍ରସ୍ତୁତି କରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଖେଳାଳିମାନେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ନେଟ୍ ପ୍ରାକ୍ଟିସ୍ କରିଛନ୍ତି । କଡା଼ ସୁରକ୍ଷା ଭିତରେ ସ୍ୱତନ୍ତ୍ର ବସ୍ ଯୋଗେ ଭୁବନେଶ୍ୱରରୁ ବାରବାଟୀ ଯାଇ ଅଭ୍ୟାସ କରିଛନ୍ତି ଦୁଇ ଦେଶର ଖେଳାଳି । ପ୍ରଥମେ ଦକ୍ଷିଣ ଆଫ୍ରିକାର ଖେଳାଳି ଅପରାହ୍ଣ ଗୋଟାଏରୁ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ । ପଡିଆରେ ୨ ଘଣ୍ଟା ଧରି ଅଭ୍ୟାସ କରିଥିଲା ଦକ୍ଷିଣ ଆଫ୍ରିକା ଟିମ୍ ।
🔊 Sound 🔛
Some cracking hits from the Captain and Vice-captain get the crowd going. 👌 👌#TeamIndia | #INDvSA | @RishabhPant17 | @hardikpandya7 | @Paytm pic.twitter.com/JoRKKzwvpJ
— BCCI (@BCCI) June 11, 2022
ଏହାପରେ ଅପରାହ୍ନ ୫ଟାରେ ଅଭ୍ୟାସ ପାଇଁ ଟିମ୍ ଇଣ୍ଡିଆ ଷ୍ଟାଡିୟମକୁ ଓହ୍ଲାଇଥିଲା, ଆଉ ଜୋରଦାର ଅଭ୍ୟାସ କରିଥିଲେ ଭାରତୀୟ ଖେଳାଳି । ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଦ୍ୱିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଖେଳାଳି ।
Match day feels on a non-match day. 👌 👌
A packed stadium here in Cuttack to watch #TeamIndia train. 💪#INDvSA | @Paytm pic.twitter.com/lLYwx06Jk3
— BCCI (@BCCI) June 11, 2022
କଟକର ବାରବାଟୀ ଷ୍ଟାଡିୟମକୁ ପାଖାପାଖି ଦୁଇ ବର୍ଷ ପରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଥିବାରୁ ଯୁବଗୋଷ୍ଠୀଙ୍କ ଭିତରେ ଉତ୍ସାହ ଓ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଚା’ ଦୋକାନର ଖଟିଠାରୁ ନେଇ ସରକାରୀ ଦପ୍ତର ଯାଏଁ, ଏବେ ସବୁଠି ବାରବାଟୀ ମ୍ୟାଚ୍‍କୁ ନେଇ ଚାଲିଛି ଆଲୋଚନା। ମ୍ୟାଚ୍‌ ପାଇଁ ଐତିହାସିକ ସହର କଟକରେ କ୍ରିକେଟର କ୍ରେଜରେ ଭରି ଉଠିଛି। ଏପରି ହୋଇଛି ଯେ କଟକର କ୍ରିକେଟ କ୍ରେଜ୍‌ ଦେଖି ବିସିସିଆଇ ମଧ୍ୟ ତାଜୁବ ହୋଇଯାଇଛି। ଆଜି ସନ୍ଧ୍ୟାରେ ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳ ଅଭ୍ୟାସ କରୁଥିବା ସମୟରେ ଷ୍ଟାଡିୟମ ଗ୍ୟାଲେରୀରେ ଖଚାଖଚ୍‌ ଭିଡ ଲାଗିଥିଲା। ଦୁଇ ଦଳର ଅଭ୍ୟାସ ସାଧାରଣ ଦର୍ଶକ ଦେଖିବାପାଇଁ ଷ୍ଟାଡିୟମର ଗ୍ୟାଲେରୀ ନଂ-୬ରେ ବ୍ୟବସ୍ଥା କରାଯାଇଥିଲା। ଆଉ ଏହାର ଫୁଲ୍‌ ଫାଇଦା ଉଠାଇଥିଲେ ଦର୍ଶକ। ଅଭ୍ୟାସ ମ୍ୟାଚରେ ମଧ୍ୟ ଷ୍ଟାଡିୟମରେ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବିସିସିଆଇ ଏକ ମଜାଳିଆ ଟ୍ବିଟ କରିଛି । କଟକ ଷ୍ଟାଡିୟମରେ ଅଭ୍ୟାସ ସମୟରେ ମ୍ୟାଚର ଅନୁଭବ, ଷ୍ଟାଡିୟମ ପ୍ୟାକ୍ ବୋଲି ଟ୍ବିଟ କରିଛି ବିସିସିଆଇ।
ବାରବାଟୀ ମ୍ୟାଚ୍‌ ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା : ଜାଣନ୍ତୁ ଷ୍ଟାଡିୟମ ଭିତରକୁ କ’ଣ ନେବେ, କ’ଣ ନେବେନି
କଟକ :  ରାତି ପାହିଲେ ବାରବାଟୀ ମୁକାବିଲା। କ୍ରିକେଟ ଜଗତର ଦୁଇ ଶକ୍ତିଶାଳୀ ଦଳ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚଳିତ ଟି-୨୦ ସିରିଜ୍‍ର ଦ୍ୱିତୀୟ ମ୍ୟାଚ୍‍ ଖେଳାଯିବ। ଏଥି ନିମନ୍ତେ ଷ୍ଟାଡିୟମ ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି।  ଦୁଇ ଦଳ ଖେଳାଳି ଗତକାଲି ଭୁବନେଶ୍ୱରରେ ପହଞ୍ଚି ଥିବା ବେଳେ ଆଜି କଟକ ଯାଇ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଦୁଇ ଦେଶର ଖେଳାଳି।  ଆଜି ପ୍ରଥମେ ଦିନ ୧ଟା ସମୟରେ ଦକ୍ଷିଣଆଫ୍ରିକା ଦଳ ପ୍ରଥମେ ଭୁବନେଶ୍ବରରୁ କଟକ ଆସି ଅଭ୍ୟାସ କରି ଫେରିଥିଲେ। ତେବେ ଏହାପରେ ସନ୍ଧ୍ୟା ୫ଟାରେ ଋଷଭ ପନ୍ତ୍‍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ କରିଛନ୍ତି। ତେବେ ଦୁଇ ଦଳର ଅଭ୍ୟାସ ସାଧାରଣ ଦର୍ଶକ ଦେଖିବାପାଇଁ ଷ୍ଟାଡିୟମର ଗ୍ୟାଲେରୀ ନଂ-୬ରେ ବ୍ୟବସ୍ଥା କରାଯାଇଛି।
ଅନ୍ୟପଟେ ବାରବାଟୀ ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମ୍ୟାଚ ପାଇଁ ନିୟୋଜିତ ହେବେ ମୋଟ୍ ୬୨ ପ୍ଲାଟୁନ ପୁଲିସ ଫୋର୍ସ । ସୁରକ୍ଷା ବ୍ୟବସ୍ଥାରେ ୩ ଜଣ ଡିସିପି, ୭ ଜଣ ଅତିରିକ୍ତ ଡିସିପି , ୩୨ ଜଣ ଏସିପି, ୪୫ ଜଣ ଇନସ୍ପେକ୍ଟର ରାଙ୍କର ଅଫିସର,୨୭୦ ଜଣ ସବଇନସ୍ପେକ୍ଟର ରାଙ୍କର ଅଫିସର, ୧୧୩ ଜଣ ଟ୍ରାଫିକ ପର୍ସୋନେଲ, ୪୩ ଜଣ ମହିଳା କନଷ୍ଟେବଲ, ୧୭୦ ଜଣ ହୋମଗାର୍ଡ ନିୟୋଜିତ ହେବେ ।
ତେବେ ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପୂର୍ବରୁ ଆଜି ପ୍ରେସ ମିଟ୍ କରିଛନ୍ତି କଟକ ଡିସିପି ପିନାକ ମିଶ୍ର । ମ୍ୟାଚ ପାଇଁ ଅପରାହ୍ମ ୩ଟାରୁ ବାରବାଟୀ ଷ୍ଟାଡିୟମ ଗେଟ୍ ଖୋଲିବ । ମ୍ୟାଚ ଦେଖିବାକୁ ଆସିଥିବା ଦର୍ଶକ ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରିବେ। ତେବେ ମ୍ୟାଚ୍‌ ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ପାଇଁ କଡା କଟକଣା ମଧ୍ୟ କରାଯାଇଛି। ଦର୍ଶକମାନଙ୍କୁ ଭଲ ଭାବେ ଚେକିଂ କରି ଷ୍ଟାଡିୟମ ଭିତରକୁ ଛଡାଯିବ। ତେବେ ଦର୍ଶକମାନଙ୍କ ପାଇଁ ବିଭିନ୍ନ କଟକଣା ଜାରି କରାଯାଇଛି।
ଦର୍ଶକମାନଙ୍କ କଣ ରହିଛି କଟକଣା
ଷ୍ଟାଡିୟମ ଭିତରକୁ ପାଣି ବୋତଲ ଓ ବାହାର ଖାଦ୍ୟ ନେଇପାରିବେ ନାହିଁ । ଏହା ସହ ଦିଆସିଲ, ହେଲମେଟ୍, ବ୍ୟାଗ୍ ମଧ୍ୟ ଷ୍ଟାଡିୟମ ଭିତରକୁ ନେବା ପାଇଁ ଅନୁମତି ନାହିଁ । ସେହିପରି ଖୁଚୁରା ପଇସା ନଆଣିବାକୁ ମଧ୍ୟ କୁହାଯାଇଛି । ଅନ୍ୟପକ୍ଷରେ ଟିକେଟରେ ନୋ ମାସ୍କ, ନୋ ଏଣ୍ଟ୍ରି ଲେଖା ଅଛି । ତେଣୁ ସମସ୍ତେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଷ୍ଟାଡିୟମରେ ମୁତୟନ ପୁଲିସ ମଧ୍ୟ ମାସ୍କ୍ ପିନ୍ଧିବେ । ତେବେ ଶୃଙ୍ଖଳିତ ଭାବେ ମ୍ୟାଚ ଦେଖିବାକୁ ଦର୍ଶକଙ୍କୁ ପରାମର୍ଶ ଦେଇଛନ୍ତି କଟକ ଡିସିପି। ଅପରାହ୍ନ ୩ଟାରୁ ଦର୍ଶକଙ୍କ ପାଇଁ ଖୋଲିବ ଷ୍ଟାଡିୟମ ଗେଟ୍ । ଦର୍ଶକ କେବଳ ମୋବାଇଲ ଫୋନ୍, ଚଷମା ନେଇ ଭିତରକୁ ଯାଇପାରିବେ ।
ଅନ୍ୟପଟେ ଖେଳ ଦେଖିବାକୁ ବାରବାଟୀ ଷ୍ଟାଡିୟମକୁ ଆସୁଥିବା ଦର୍ଶକଙ୍କ ପାଇଁ ଅଂଶୁଘାତ ସତର୍କତା ଜାରି କରିଛନ୍ତି ସରକାର । ଷ୍ଟାଡିୟମ ଶୃଙ୍ଖଳିତ ଭାବେ ଧାଡ଼ିରେ ପ୍ରବେଶ କରିବାକୁ, ସାଙ୍ଗରେ ରୁମାଲ, ଗାମୁଛା ନେବାକୁ, ଧଳା ଓ ହାଲକା ରଙ୍ଗର ଢ଼ିଲା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପ୍ରଚୁର ପରିମାଣରେ ପାଣି ପିଇବାକୁ କୁହାଯାଇଛି । ଏଥସହ କୌଣସି ପ୍ରକାର ନିଶା ଦ୍ରବ୍ୟ ସେବନ ନକରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର ।
ବାରବାଟୀକୁ ମ୍ୟାଚ୍‌ ଦେଖିବାକୁ ଆସୁଛନ୍ତି କି? ତେବେ ଜାଣି ନିଅନ୍ତୁ କ’ଣ ରହିଛି ନିୟମ, ନହେଲେ ମିଳିବନି ଏଣ୍ଟ୍ରି
କଟକ : ଆଉ ମାତ୍ର ୪୮ ଘଣ୍ଟା ପରେ ବାରବାଟୀ ଟକ୍କର। ଏଥି ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକାର ଖେଳାଳି। ଆଉ ବହୁ ପ୍ରତିକ୍ଷୀତ ବାରବାଟୀ ଟି-୨୦ ମ୍ୟାଚ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍‌ ପୁଲିସ। ମ୍ୟାଚ ପାଇଁ ୬୨ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ବାରବାଟୀ ଷ୍ଟାଡିୟମରେ ସୁରକ୍ଷା ଯାଞ୍ଚ ପରେ ପୁଲିସ କମିସନର ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ମ୍ୟାଚର ସୁରକ୍ଷା ପାଇଁ ୪ ଡିସିପି, ୭ ଅତିରିକ୍ତ ଡିସିପି, ୨ ଶହ ଅଫିସର ଦାୟିତ୍ୱରେ ରହିବେ। ସ୍ପେଶାଲ ଟାକ୍ଟିକାଲ ଟିମ୍ ସହ ୪ କୁଇକ୍ ଆକ୍ସନ ଟିମ୍ ମଧ୍ୟ ମୁତୟନ ହେବେ। ଦର୍ଶକମାନଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି କମିସନରଟେ ପୁଲିସ ପକ୍ଷରୁ କୁହାଯାଇଛି।
ତେବେ ରବିବାର ବାରବାଟୀକୁ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ମଧ୍ୟ କେତେକ ନିୟମ କରାଯାଇଛି। ଚଳିତ ଥର ବାରବାଟୀ ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ। ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ । ତେଣୁ ଏସବୁକୁ ସୁବ୍ୟବସ୍ଥିତ କରାଯିବାକୁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରଯାଇଛି। ତେବେ ମ୍ୟାଚ ଦେଖିବାକୁ ଆସୁଥିବା ଦର୍ଶକମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏତେ ପରିମାଣରେ ଲୋକ ଏକାଠି ହେଉଥିବାରୁ ସମସ୍ତ ଦର୍ଶକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ନୋ ମାସ୍କ ନୋ ଏଣ୍ଟ୍ରି ବ୍ୟବସ୍ଥା କରାଯାଇଛି। ସେହିପରି କୌଣସି ଦର୍ଶକ କିଛି ଖାଦ୍ୟପଦାର୍ଥ ନେଇ ପାରିବେ ନାହିଁ। ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ ଆଣିପାରିବେନି ଦର୍ଶକ । ସେହିପରି କଏନ୍‌ ଟଙ୍କା ମଧ୍ୟ ଷ୍ଟାଡିୟମ ଭିତରକୁ ବାରଣ କରାଯାଇଛି।
ଅନ୍ୟପଟେ ଦର୍ଶକମାନଙ୍କ ପାଇଁ ଷ୍ଟାଡିୟମ ଭିତରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଖେଳ ଦେଖିବା ବେଳେ କିମ୍ବା ଷ୍ଟାଡିୟମରେ ପ୍ରବେଶ କିମ୍ବା ପ୍ରସ୍ଥାନ କରିବା ସମୟରେ କୌଣସି ବିଶୃଙ୍ଖଳା ନକରିବାକୁ କମିଶନରେଟ୍‌ ପୁଲିସ ପକ୍ଷରୁ ଦର୍ଶକଙ୍କୁ ଅନୁରୋଧ କରାଯାଇଛି। ଯଦି କୌଣସି ଦର୍ଶନ ବିଶୃଙ୍ଖଳା କଲେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ସୁରକ୍ଷା ବ୍ୟବସ୍ଥାର ତଦାରଖ କରି କହିଛନ୍ତି ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ । ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ।ସମସ୍ତ ସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରାଯାଇଛି । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୁଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ । କାହାର କେଉଁ ଡ୍ୟୁଟି ସେ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯାଇଛି । ଦର୍ଶକଙ୍କ ଆଗରେ କୌଣସି ପୁଲିସ ଠିଆ ହୋଇପାରିବେନି ।
ଅନ୍ୟପଟେ ମ୍ୟାଚ ପାଇଁ କଟକରେ ପ୍ରବଳ ଭିଡ ହେବ ଏଥିପାଇଁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ କର୍ମଚାରୀଙ୍କୁ ଦାୟିତ୍ୱ ବାଣ୍ଟି ଦିଆଯାଇଛି । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । କଟକରେ କଟକ ଡିସିପିଙ୍କ ସମେତ ଅନ୍ୟ ୩ ଜଣ ଡିସିପି ନିୟୋଜିତ ହେଉଥିବାବେଳେ ଜଣ ଅତିରିକ୍ତ ଡିସିପି ଦାୟିତ୍ବ ତୁଲାଇବେ ।ଏହା ସହିତ ୨୩ ଜଣ ଏସିପି, ୪୧ଜଣ ଇନ୍ସପେକ୍ଟର ଓ ସୁବେଦର, ୨୭୦ ଜଣ ଏସଆଇ ଓ ଏଏସଆଇ, ୨୦୦ କନେଷ୍ଟବଳ, ୨୫ ଟ୍ରାଫିକ ହାବିଲଦାର ଓ ୬୦ ଜଣ ଟ୍ରାଫିକ କନେଷ୍ଟବଳ ମୁତୟନ ହେବେ ।
ବାରବାଟୀ ମ୍ୟାଚ୍‌ ପାଇଁ ‘ମୋ ବସ୍‌’ର ସ୍ବତନ୍ତ୍ର ବ୍ୟବସ୍ଥା, ଏହି ଦୁଇ ରୁଟ୍‌ରେ ରାତି ୧୧ ଯାଏ ଚାଲିବ ବସ୍‌
ଭୁବନେଶ୍ବର : ଆସନ୍ତା ରବିବାର ବାରବାଟୀରେ ଟିମ୍‌ ଇଣ୍ଡିଆ-ଦକ୍ଷିଣ ଆଫ୍ରିକା ଟକ୍କର। ପାଖାପାଖି ଦୁଇ ବର୍ଷ ପରେ ବାରବାଟୀକୁ ମ୍ୟାଚ ମିଳିଥିବାରୁ ସାରା ରାଜ୍ୟରେ କ୍ରିକେଟ ଫିଭର ଦେଖାଦେଇଛି। ମ୍ୟାଚକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଆଉ ୪୮ ଘଣ୍ଟା ପରେ ଦର୍ଶକଙ୍କ କୋଳାହୋଳରେ କମ୍ଫିବ ବାରବାଟୀ ଷ୍ଟାଡିୟମ । ଏନେଇ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ପାଇଁ ସ୍ୱତନ୍ତ୍ର ମୋ ବସ୍ ସେବା। ଏନେଇ ମାଷ୍ଟରକ୍ୟାଣ୍ଟିନ୍‌ରୁ ଭାୟା ରସୁଲଗଡ଼ ଏବଂ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ପଟିଆ ରୋଡ଼୍ ଦେଇ କଟକ ବାରବାଟୀ ଷ୍ଟାଡ଼ିୟମ୍ ଯାଏ ଆପଣ ମୋ ବସ୍‌ରେ ଯାତ୍ରା କରିପାରିବେ ।#MoBusForBetterYou pic.twitter.com/oC38EgTwkL
— Capital Region Urban Transport (@CRUT_BBSR) June 10, 2022
ତେବେ ମ୍ୟାଚ୍ ନେଇ ଦର୍ଶକଙ୍କ ଯିବା ଆସିବା ନିମନ୍ତେ ସ୍ୱତନ୍ତ୍ର ‘ମୋ ବସ୍’ ସେବା ଯୋଗାଇ ଦିଆଯିବ । ଭୁବନେଶ୍ୱରରୁ ବାରବାଟୀକୁ ଦୁଇଟି ରୁଟରେ ସ୍ୱତନ୍ତ୍ର ମୋ ବସ୍ ଚାଲିବ । ପ୍ରଥମ ରୁଟରେ ବସ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ ଦେଇ ବାରବାଟୀ ଷ୍ଟାଡିୟମ ଯିବ । ଦ୍ୱିତୀୟ ରୁଟରେ ବରମୁଣ୍ଡା ବସଷ୍ଟାଣ୍ଡରୁ ଭାୟା ପଟିଆ ଦେଇ ବାରବାଟୀ ଷ୍ଟାଡିୟମ ଯିବ ମୋ ବସ୍ । ଏହି ସ୍ୱତନ୍ତ୍ର ବସର ଭଡା ୪୦ ଟଙ୍କା ରଖାଯାଇଛି । ଏନେଇ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି।
ମ୍ୟାଚ୍ ସନ୍ଧ୍ୟା ୭ଟାରୁ ୧୧ଟା ମଧ୍ୟରେ ଖେଳାଯିବ। ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନରୁ ମଧ୍ୟାହ୍ନ ୧୨ଟା୩୦ ରୁ ଷ୍ଟାଡିୟମ ପର୍ଯ୍ୟନ୍ତ ସ୍ଵତନ୍ତ୍ର ମୋ ବସ୍ ଉପରୋକ୍ତ ଦୁଇଟି ରୁଟ୍‌ରେ ଚଳାଚଳ କରିବ। ସେହିପରି ମ୍ୟାଚ୍ ସରିବା ପରେ ରାତି ୧୧ଟା ୩୦ରୁ ଦର୍ଶକଙ୍କୁ ନେଇ ମୋ ବସ୍ ଷ୍ଟାଡିୟମରୁ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ମାଷ୍ଟର କ୍ୟାଣ୍ଟିନ ଅଭିମୁଖେ ଯାତ୍ରା କରିବ।