5T school transformation - The Sakala
ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଛନ୍ତି ସର୍ବାଧିକ ପିଲା, ଟ୍ୱିଟ୍‌ କରି ଖୁସି ବ୍ୟକ୍ତ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ସ୍କୁଲ ପ୍ରତି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ ସବୁଠୁ ଅଧିକ। ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ପିଲା ସରକାରୀ ସ୍କୁଲରେ ପାଠ ପଢ଼ନ୍ତି। ଏପରିକି ରାଜ୍ୟର ସରକାରୀ ସ୍କୁଲରେ ୬-୧୪ ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ହାର ଅନ୍ୟ ରାଜ୍ୟଗୁଡ଼ିକଠାରୁ ଅଧିକ। ସାରା ଦେଶରେ ଏହି ବୟସ ବର୍ଗର ୬୬.୮% ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପାଠ ପଢ଼ୁଥିବାବେଳେ ଓଡ଼ିଶାରେ ୮୮.୬% ପିଲା ସରକାରୀ ସ୍କୁଲରେ ଶିକ୍ଷାଗ୍ରହଣ କରୁଛନ୍ତି। ଅନୁରୂପ ଭାବରେ ବିଭିନ୍ନ ବର୍ଗରେ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଉକ୍ରର୍ଷ ପ୍ରଦର୍ଶନ କରିଥିବା ନିକଟରେ ପ୍ରକାଶିତ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ (ଅସର)ରେ ପ୍ରକାଶିତ ହୋଇଛି ।
Glad to share that #Odisha has excelled in Govt School Education in Rural Areas during 2024 as per the Annual Status of Education Report (ASER) 2024. The nationwide survey on children schooling and learning in rural India, facilitated by Pratham NGO has hailed Odisha for… pic.twitter.com/ic7sWW55pK
— Naveen Patnaik (@Naveen_Odisha) January 30, 2025
ବିଭିନ୍ନ ବର୍ଗରେ ଜାତୀୟ ହାର ତୁଳନାରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ‘ଏକ୍ସ’ ହ୍ୟାଣ୍ଡେଲ୍‌ରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି। ‘୫-ଟି’ ଉପକ୍ରମରେ ଓଡ଼ିଶାର ବିଦ୍ୟାଳୟ ରୂୁପାନ୍ତରଣକୁ ନିରନ୍ତର ଭାବେ ଧ୍ୟାନ ଦିଆଯାଇଛି; ଫଳରେ ଦେଶର ଶିକ୍ଷା ବ୍ୟବସ୍ଥା ତୁଳନାରେ ଓଡ଼ିଶା ଉକ୍ରୃଷ୍ଟ ପ୍ରଦର୍ଶନ କରିପାରିଛି ବୋଲି ନବୀନ କହିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଦ୍ୟାଳୟ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ନବୀନ ସରକାର ୫-ଟି ଉପକ୍ରମରେ ଶିକ୍ଷାର ରୂପାନ୍ତରୀକରଣ ଆରମ୍ଭ କରିଥିଲେ। ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ବିଭିନ୍ନ ପଦକ୍ଷେପ ନିଆ ଯାଇଥିଲା। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ ହୋଇଥିଲା। ଏପରିକି ଉଚ୍ଚ ବିଦ୍ୟାଳୟରେ ୪ଟି କ୍ଳବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡ଼ାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ ପାଇଁ ପଥ ଉନ୍ମୁକ୍ତ କରିଥିଲା। ଯାହାର ପ୍ରତିଫଳନ ଅସର ରିପୋର୍ଟରେ ଦେଖାଯାଇଥିବା ଶିକ୍ଷାବିତମାନେ ମତବ୍ୟକ୍ତ କରିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଉକ୍ରୃଷ୍ଟ ପାଇଁ ‘୫-ଟି’ ଏକ ଉତ୍ତମ ମଡେଲ ବୋଲି ମଧ୍ୟ ସେମାନେ କହିଛନ୍ତି।
ରାଜ୍ୟରେ ବଦଳୁଛି ଶିକ୍ଷା ବ୍ୟବସ୍ଥା, ୫-ଟି ରୂପାନ୍ତରଣ ପରେ ବିଦ୍ୟାଳୟରେ ଉନ୍ନତ ହେଉଛି ଶୈକ୍ଷିକ ବାତାବରଣ
ଭୁବନେଶ୍ୱର(ବିଶ୍ୱଜିତ୍ ଗାଇଗରିଆ): ‘୫-ଟି’ ଉପକ୍ରମରେ ଚାଲିଥିବା ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ସରିଛି। ସବୁଠି ବିଦ୍ୟାଳୟ ପରିବେଶ ସବୁଜ ଓ ସୁନ୍ଦର ହୋଇଛି। ସବୁଆଡ଼େ ପରିବର୍ତ୍ତନର ରଙ୍ଗିନ୍ ସ୍ପର୍ଶ ପାଇଛି। ବିଦ୍ୟାଳୟ ହତା ପାର୍କ ବା ଘରୋଇ ବିଦ୍ୟାଳୟ ଭ୍ରମ ସୃଷ୍ଟି କରୁଛି। ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସମସ୍ତଙ୍କୁ ଆକର୍ଷିତ କରୁଛି। ପାରମ୍ପରିକ ପଦ୍ଧତିରୁ ଆଧୁନିକ ପଦ୍ଧତିରେ ଶିକ୍ଷାଦାନ କରାଯାଉଛି। ଶିକ୍ଷା ସହ ଶାରୀରିକ ଅଭିବୃଦ୍ଧି ପାଇଁ ଆକାଂକ୍ଷୀ ପାଠ୍ୟକ୍ରମ ଆରମ୍ଭ ହୋଇଛି। ଏହି ସମସ୍ତ ରୂପାନ୍ତରଣ ପାଠ ପ୍ରତି ଛାତ୍ରଛାତ୍ରୀଙ୍କ ରୁଚିକୁ ଅପ୍ରତ୍ୟାଶିତ ଭାବେ ବୃଦ୍ଧି କରିଛି। ଶୈକ୍ଷିକ ମାନବୃଦ୍ଧି ପାଇଁ ରୂପାନ୍ତରଣ ସହ ନିଯୁକ୍ତି ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ନିଜ ବିଦ୍ୟାଳୟ ସହ ଯୋଡ଼ିଛି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଶିଖର ପହଞ୍ଚାଇବା ପାଇଁ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପରି ଶିକ୍ଷା ପ୍ରୋତ୍ସାହନ ଯୋଜନା ସାମିଲ କରାଯାଇଛି।
ଆକର୍ଷିତ କରୁଛି ଅତ୍ୟାଧୁନିକ ବ୍ୟବସ୍ଥା
୨୦୧୭ ମସିହା ଶିଶୁ ଦିବସରୁ ଉଦ୍ଘୋଷିତ ଏହି ରୂପାନ୍ତରଣ କାର୍ଯ୍ୟକ୍ରମ ସରିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତଥା ‘୫-ଟି’ ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାମ ଶେଷ ହୋଇଛି। ଫଳରେ ରାଜ୍ୟରେ ବଦଳୁଛି ଶିକ୍ଷା ବ୍ୟବସ୍ଥା। ବଦଳିଛି ବିଦ୍ୟାଳୟ କାୟାକଳ୍ପ। ଉନ୍ନତ ହେଉଛି ଶୈକ୍ଷିକ ବାତାବରଣ। ବହି ବଦଳରେ ଇ-କଣ୍ଟେଣ୍ଟ ଏବଂ କଳାପଟା ବଦଳରେ ପ୍ରୋଜେକ୍ଟର୍ ବ୍ୟବହାର କରୁଛନ୍ତି। ଉନ୍ନତ ଭିତ୍ତିଭୂମି ସାଙ୍ଗକୁ ଶୈକ୍ଷିକ ମାନ ବୃଦ୍ଧି କରିବାକୁ ସରକାର ମଧ୍ୟ ସଂକଳ୍ପବଦ୍ଧ। ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାରେ ଶିକ୍ଷା ପ୍ରଦାନ ପାଇଁ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ସରକାରୀ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରେ ପଢ଼଼ିବା ସାଙ୍ଗକୁ ରୋବଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ବ୍ୟବସ୍ଥା କରିଛନ୍ତି। ‘୫-ଟି’ ଉପକ୍ରମରେ ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ମୋଟ ଚାରୋଟି ପର୍ଯ୍ୟାୟରେ ସମସ୍ତ ୮୬୮୧ ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ହୋଇଛି। ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍, ସାଇନ୍ସଲ୍ୟାବ୍ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ସମୁଦାୟ ୧୬,୯୨୦ ଟି ସ୍ମାର୍ଟ ଶ୍ରେଣୀଗୃହ କରାଯାଇଛି। ସେହିପରି ୭୯୨୦ଟି ଇ-ପାଠାଗାର, ୭୮୬୩ ଟି ବିଜ୍ଞାନ ପ୍ରୟୋଗଶାଳା ମଧ୍ୟ ପ୍ରସ୍ତୁତ ହୋଇଛି। ବିଭିନ୍ନ କର୍ପୋରେଟ ସଂସ୍ଥା, ଜିଲ୍ଲା ଖଣିଜ ପାଣ୍ଠି, ରାଜ୍ୟ ସରକାରଙ୍କ ସହାୟତା ରାଶି ଏବଂ ଓମ୍ବାଡ୍ସ ସହଯୋଗରେ ମୋଟ୍ ୪ଟି ପର୍ଯ୍ୟାୟରେ ୪,୩୫୨ କୋଟି ଟଙ୍କା ବ୍ୟୟରେ ୮,୬୮୧ଟି ବିଦ୍ୟାଳୟର ରୂପାନ୍ତରଣ କରାଯାଇଛି। ବିଦ୍ୟାଳୟର ବିକାଶ ପାଇଁ ‘ମୋ ସ୍କୁଲ ଯୋଜନା’ ରେ ଆସୁଥିବା ପାଣ୍ଠି ସହ ରାଜ୍ୟ ସରକାର ଦୁଇଗୁଣା ଅର୍ଥ ମିଶାଇ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି।
ମାଆ କରିବେ ରକ୍ଷଣାବେକ୍ଷଣ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ‘୫-ଟି’ ବିଦ୍ୟାଳୟ ଲୋକାର୍ପଣ କାର୍ଯ୍ୟକ୍ରମ ଯାଜପୁରରେ ଶେଷ ହୋଇଛି। ବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଦୀର୍ଘସ୍ଥାୟୀ କରିବା ପାଇଁ ସମସ୍ତ ରୂପାନ୍ତରିତ ବିଦ୍ୟାଳୟରେ ସୁରକ୍ଷା ଓ ରକ୍ଷଣାବେକ୍ଷଣକୁ ମଧ୍ୟ ଗୁରୁତ୍ଵ ଦିଆଯାଇଛି। ସ୍ଵୟଂ ସହାୟକ ଗୋଷ୍ଠୀର ମାଆମାନେ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରିବେ। ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୩ ଜଣଙ୍କୁ ଏଥିପାଇଁ ନିୟୋଜିତ କରାଯାଉଛି। ବିଦ୍ୟାଳୟର ପୁଷ୍ପ ଉଦ୍ୟାନ, ଫଳ ଉଦ୍ୟାନ ସମେତ ପରିଷ୍କାର ରଖିବା ଦାୟିତ୍ଵ ନିର୍ବାହ କରିବେ। ଏହାସହ ଆନୁସାଙ୍ଗିକ କାର୍ଯ୍ୟ କରି ବିଦ୍ୟାଳୟକୁ ଶ୍ରେଷ୍ଠ କରିବେ। ବର୍ତ୍ତମାନ ସୁଦ୍ଧା ୫,୫୮୯ଟି ଗୋଷ୍ଠୀ ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ପାଇଁ କାର୍ଯ୍ୟ କରୁଛନ୍ତି।
ବିଦ୍ୟାଳୟ ଡାକୁଛି ଆ’
ଯେଉଁ ବିଦ୍ୟାଳୟ ଜୀବନର ମୂଳଦୂଆ ଗଢ଼ିଥିଲା, ଆଜି ସେହି ବିଦ୍ୟାଳୟ ହାତଠାରି ଡାକୁଛି ଆ’। ନିଜର ଅବଦାନ ଦେଇ ପରବର୍ତ୍ତୀ ପିଢ଼ିକୁ ଶିଖରରେ ପହଞ୍ଚାଇବାକୁ ଦେଉଛି ଆହ୍ଵାନ। ସରକାରଙ୍କ ‘ମୋ ସ୍କୁଲ୍’ ଯୋଜନା ଏହାକୁ ତ୍ୱରାନ୍ୱିତ କରୁଛି। ପୁରାତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୂତ୍ରଧର ସାଜିଛି ‘ମୋ ସ୍କୁଲ୍’। ଆର୍ଥିକ, ମାନସିକ ଓ ବୌଦ୍ଧିକ ସହାୟତା ଦେଇ ବିଦ୍ୟାଳୟ ବିକାଶର ବିନ୍ଧାଣି ସାଜୁଛନ୍ତି ପୁରାତନ ଛାତ୍ରଛାତ୍ରୀ। ଫଳରେ କେଉଁଠି ଶିକ୍ଷାନୁଷ୍ଠାନ ପରିସର ପାର୍କର ଭ୍ରମ ସୃଷ୍ଟି କରୁଛି ଆଉ କେଉଁଠି ଇ-ଲାଇବ୍ରେରୀ ଓ ଆଇସିଟି ଲ୍ୟାବ୍ ପିଲାଙ୍କ ପାଠପଢ଼଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଏହି ଯୋଜନାରେ ଅଦ୍ୟାବଧି ୩୦ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ସମ୍ପର୍କ, ଅବଦାନ, ଉତ୍ସବ, ସୃଷ୍ଟି ଓ ସହଯୋଗ ପରି ପାଞ୍ଚଟି କ୍ଷେତ୍ରକୁ ଆଧାର କରି କାର୍ଯ୍ୟକ୍ରମ ଜାରି ରହିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା, କଳା, ସଂସ୍କୃତି ସହିତ ବିଜ୍ଞାନ ପ୍ରତି ଆଗ୍ରହ ଜନ୍ମାଇବା ପାଇଁ ମଧ୍ୟ ପୁରାତନ ଛାତ୍ରଛାତ୍ରୀମାନେ ସାମିଲ ହୋଇଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା, କ୍ରୀଡ଼ା, ନୃତ୍ୟ ସହ ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ସହାୟତା କରୁଛନ୍ତି । ସେହି ଅର୍ଥର ଦୁଇଗୁଣ ଅଧିକ ଅର୍ଥ ସରକାର ଦେଉଛନ୍ତି। ତହିଁରେ ଶ୍ରେଣୀ ଗୃହ ଉନ୍ନତି କରଣ, ପୃଥକ ଶୌଚାଳୟ, ଅଡିଟୋରିୟମ ଆଦିର ନିର୍ମାଣ କରାଯାଉଛି। ଏବେ ସୁଦ୍ଧା ୭ଲକ୍ଷ ୯୩ ହଜାର ୯୪୦ ଜଣ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ବିଭିନ୍ନ ଉପକରଣ ପ୍ରଦାନ କରିଥିବା ବେଳେ ୧୪ ଲକ୍ଷ ୩୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସେବା ଯୋଗାଇଛନ୍ତି। ସେହିପରି ୮ ଲକ୍ଷ ୨୮ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।
ବଢ଼ୁଛି ଅଭିଭାବକଙ୍କ ଆଗ୍ରହ
ରୂପାନ୍ତରଣ ପରେ ସରକାରୀ ବିଦ୍ୟାଳୟରେ ଉନ୍ନତମାନର ଶିକ୍ଷାଦାନ ସହ ଅଭିଜ୍ଞ ଶିକ୍ଷକ ନିଯୁକ୍ତି, ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଆଦି ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ପିଲାମାନଙ୍କୁ ବହି ବଦଳରେ ଏଣିକି ଇ-କଣ୍ଟେଣ୍ଟ ଓ ସ୍ମାର୍ଟ କ୍ଲାସରୁମର ପ୍ରୋଜେକ୍ଟରରେ ପାଠ ପଢ଼଼ାଯାଉଛି। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମଧ୍ୟ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ୨୦୨୨ରୁ ୨୦୨୪ ମସିହା ମଧ୍ୟରେ ପ୍ରାୟ ୩୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ଦକ୍ଷତା ବିକାଶ କରାଯାଇଛି। ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ଖାଲି ମାଧ୍ୟମିକ ବିଦ୍ୟାଳୟ ନୁହେଁ, ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ମଧ୍ୟ ନବକଳେବର କରାଯାଉଛି। ସୌନ୍ଦର୍ଯ୍ୟକରଣ ସହ ଶ୍ରେଣୀ ଗୃହରେ ଅତ୍ୟାଧୁନିକ ଶିକ୍ଷାଦାନ ବ୍ୟବସ୍ଥା ଅଭିଭାବକଙ୍କ ଆସ୍ଥା ଜିଣିଛି। ଏଣୁ ଘରୋଇ ବିଦ୍ୟାଳୟ ଠାରୁ ମୁହଁ ଫେରାଇ ଅଭିଭାବକମାନେ କ୍ରମାଗତ ଭାବେ ସରକାରୀ ବିଦ୍ୟାଳୟରେ ପିଲାଙ୍କ ନାମ ଲେଖାଉଛନ୍ତି। ୨୦୨୧-୨୨ ଓ ୨୦୨୨-୨୦୨୩ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟରେ ନାମଲେଖା ବଢ଼ିଥିବା ବିଧାନସଭା ତଥ୍ୟରୁ ସ୍ପଷ୍ଟ ହୋଇଛି।
ବ୍ୟକ୍ତିତ୍ୱ ବିକାଶ ପାଇଁ ଆକାଂକ୍ଷୀ
ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ଆକାଂକ୍ଷୀ ପାଠ୍ୟକ୍ରମର ଆରମ୍ଭ କରାଯାଇଛି। ଶିକ୍ଷାର୍ଥୀଙ୍କ ସାମର୍ଥ୍ୟ ବିକାଶ ପାଇଁ ୪ ଟି ସ୍ୱତନ୍ତ୍ର କ୍ଲବ ଜିଜ୍ଞାସା, ସାହିତ୍ୟ ସୃଜନୀ, କୁଶଳୀ ଓ କ୍ରୀଡ଼ାଙ୍ଗନ ଗଠନ କରାଯାଇଛି। ଏହି କ୍ଲବ୍ ମାଧ୍ୟମରେ ସେମାନଙ୍କୁ କୋଡ଼ିଂ, ପୁସ୍ତକ ସମୀକ୍ଷା, କ୍ରୀଡ଼ା, କଳା, କୌଶଳ ବିକାଶ ନେତୃତ୍ୱ ନେବାର ଦକ୍ଷତା ଏବଂ ବିଜ୍ଞାନଭିତ୍ତିକ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଇଛି।
ଶିକ୍ଷା ପାଇଁ ପ୍ରୋତ୍ସାହନ
ଶିକ୍ଷାକ୍ଷେତ୍ରରେ ଓଡ଼ିଶାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଉନ୍ନତ ଶିକ୍ଷା ଭିତ୍ତିଭୂମି ଗଢ଼ିବା ପାଇଁ ପ୍ରଥମଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଥିବା ବିଭିନ୍ନ ବର୍ଗ ଓ ଗୋଷ୍ଠୀଙ୍କୁ ପୁରସ୍କୃତ କରାଯାଇଛି। ରାଜ୍ୟସ୍ତରରେ ୧୯ ହଜାର ୪୬୭ଟି ପୁରସ୍କାର ବାବଦରେ ୩୨ କୋଟି ୧୭ ଲକ୍ଷ ୨୯ ହଜାର ଟଙ୍କା, ଜିଲ୍ଲାସ୍ତରରେ ୪,୬୮୦ଟି ପୁରସ୍କାର ପାଇଁ ୨୪ କୋଟି ୫୮ ଲକ୍ଷ ୫୦ ହଜାର ଟଙ୍କା, ବ୍ଲକ୍‌ସ୍ତରରେ ୩୪, ୮୫୪ଟି ପୁରସ୍କାର ବାବଦକୁ ୫୯ କୋଟି ୯୭ ଲକ୍ଷ ୪୦ ହଜାର ଟଙ୍କା, ମହାନଗରନିଗମ ସ୍ତରରେ ୫୦ଟି ଓ ଉପଖଣ୍ଡ ସ୍ତରରେ ୫୮ଟି ପୁରସ୍କାର ପାଇଁ ୧୧ ଲକ୍ଷ ୬୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯାଇଛି।
ଏସ୍‌ସି-ଏସ୍‌ଟି ଆବାସିକ ବିଦ୍ୟାଳୟର ନୂଆରୂପ
ସବୁବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ଅନୁସୂଚିତ ଜନଜାତି(ଏସ୍‌ସି) ଏବଂ ଅନୁସୂଚିତ ଜାତି(ଏସ୍‌ଟି) ବହୁଳ ଅଞ୍ଚଳଗୁଡ଼ିକର ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ରାଜଧାନୀର ଆବାସିକ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି। ଏସ୍‌ଟି ଓ ଏସ୍‌ସି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ସେମାନଙ୍କ ଶାରୀରିକ ବିକାଶ(ପୁଷ୍ଟିସାଧନ)କୁ ଗୁରୁତ୍ୱ ଦିଆଯିବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଆବାସିକ ସ୍କୁଲଗୁଡ଼ିକର ୨୪ ଘଣ୍ଟିଆ ଆମୋଦପ୍ରମୋଦ ବ୍ୟବସ୍ଥା ପ୍ରଦାନ କରାଯାଉଛି। ଏସ୍‌ସି-ଏସ୍‌ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ପୂର୍ତ୍ତ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାବେଳେ ସ୍କୁଲଗୁଡ଼ିକରେ ସାଂସ୍କୃତିକ ମଞ୍ଚ, ମୁକ୍ତାକାଶ ରଙ୍ଗମଞ୍ଚ, ସକାଳ ପ୍ରାର୍ଥନା ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ବୈଠକ ହେବା ଭଳି ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି। ଆଦିବାସୀ ପିଲାଟିଏ ନିଜ ବାପାମାଆଙ୍କ ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିବାରୁ ମାନସିକସ୍ତରରେ ଯେପରି ପିଲାଟି ସକାରାତ୍ମକ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ପ୍ରତି ଭିତ୍ତିଭୂମିରେ ନିରାପତ୍ତା, ନିରବଚ୍ଛିନ୍ନ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳ ଆଲୋକ, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଉଛି।
ପୋଷ୍ୟ ବିଦ୍ୟାଳୟ ଉନ୍ନତିକରଣ ପାଇଁ ପ୍ରତିଜ୍ଞା
ପୁରାତନ ଛାତ୍ରଛାତ୍ରୀ ତଥା ପ୍ରମୁଖ ବ୍ୟକ୍ତିମାନେ ବିଭିନ୍ନ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି। ନିଜେ ପଢି଼ଥିବା ବିଦ୍ୟାଳୟ ବା ଭାବାବେଗ ଜଡ଼ିତ ଥିବା ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରତିଜ୍ଞା କରୁଛନ୍ତି। ବିଦ୍ୟାଳୟର ଶୈକ୍ଷିକ ଓ ଭିତ୍ତିଭୂମି ସୁଦୃଢୀକରଣ ପାଇଁ ପ୍ରୟାସ କରୁଛନ୍ତି। ଅଦ୍ୟାବଧି ଏହି କାର୍ଯ୍ୟକ୍ରମରେ ୧୧୩୮ ଜଣ ମେଣ୍ଟର ୧୩୧୫ଟି ବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି।
ପ୍ରେରଣା ଦେଉଛନ୍ତି ପୁରୁଖା
ଲକ୍ଷ୍ୟ ହାସଲ ପାଇଁ ଛାତ୍ରଛାତ୍ରୀଙ୍କୁ ମାନସିକ ସ୍ତରରେ ଦୃଢ଼ କରଯାଉଛି। ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତି ନିଜର ଅଭିଜ୍ଞତା, ସଂଘର୍ଷ ଓ ଜୀବନ ଯାତ୍ରା ସମ୍ପର୍କରେ ଅବଗତ କରୁଛନ୍ତି। ଉଜ୍ଜଳ ଭବିଷ୍ୟତ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଉଛନ୍ତି। ପାଠ ସହ ଆନୁସଙ୍ଗିକ ବିଷୟରେ ଅବଗତ କରାଉଛନ୍ତି। ବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ୟୁ-ଟ୍ୟୁବରେ ପ୍ରସାରିତ ହେଉଛି। ମାସକୁ ୨ ଥର ଛାତ୍ରଛାତ୍ରୀଙ୍କୁ ପୁରୁଖାମାନେ ପ୍ରେରଣା ଦେଉଛନ୍ତି।
5T ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଚତୁର୍ଥ ଦିନ: ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: 5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର  ଆଦି ୬ଟି ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ   ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି,  ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି  ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ। ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୭୭ଟି ସ୍କୁଲ ରୂପାନ୍ତରିତ ହେବ ।
ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ଅବସରରେ ସଂପୃକ୍ତ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ  ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି। ଆଜିର ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ  ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ବାସ ପ୍ରକଟ କରିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି। ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ। ସ୍କୁଲ ରୂପାନ୍ତର ଓଡିଆ  ଜାତିରେ  ନୂଆ  ଜାଗରଣ ର  ମାର୍ଗ  ପ୍ରଶସ୍ତ  କରିଛି  ବୋଲି  ସେ  କହିଥିଲେ ।  ସ୍କୁଲ କଲେଜ ଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ।  ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ।
ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ 5T ର ଗୁରୁତ୍ଵ ବୁଝାଇ ଥିଲେ। ସେ କହିଥିଲେ ଯେ ପିଲାମାନେ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ ନିଶ୍ଚୟ ସଫଳ ହେବେ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ  5T ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି। ଏହା ହେଉଛି ଟେକ୍‌ନୋଲୋଜିର ପ୍ରୟୋଗ। ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି। ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ବଚ୍ଛତାର ସହ କରାଯାଉଛି। ଏହିସବୁର ଉପଯୋଗରେ ତୁମ ସ୍କୁଲ ମାନଙ୍କରେ ଆସିଛି ରୂପାନ୍ତର। ଯାହାକୁ  ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ ।
ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି।
ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ବାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ 5T  ନୀତିର ପ୍ରୟୋଗ କର । ଏହା ତୁମ ମାନଙ୍କ ପାଇଁ  ସଫଳତା ଆଣିଦେବ। ତୁମେ ମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର। ମିଳିମିଶି କାମ କର। ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ବଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ। ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର। ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ। ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ।
କାର୍ଯ୍ୟକ୍ରମରେ ଯୋଗ ଦେଇ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ରାଜ୍ୟର ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତକୁ ନେଇ ଯେଉଁସବୁ ସ୍ବପ୍ନ ଦେଖିଛନ୍ତି, ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ରୂପାନ୍ତରିତ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଶିକ୍ଷା କ୍ଷେତ୍ରରେ ଓ ଭବିଷ୍ୟତ ନିର୍ମାଣ ପାଇଁ ଏହା ସେମାନଙ୍କୁ ସଶକ୍ତ କରିବ । ଏଥିସହିତ ଆହୁରି ମଧ୍ୟ କହିଥିଲେ ଯେ ଏହି ରୂପାନ୍ତରିତ ସ୍କୁଲ ଗୁଡିକ ହେଉଛି ଆପଣମାନଙ୍କ ସମ୍ପତ୍ତି, ରାଜ୍ୟବାସୀଙ୍କ ସମ୍ପତ୍ତି । ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ସମସ୍ତେ ଦାୟିତ୍ବବାନ ହେବାକୁ ସେ ପରାମର୍ଶ ଦେଇଥିଲେ ।
୪ର୍ଥ ପର୍ଯ୍ୟାୟରେ ୫ ଜିଲ୍ଲାର ୩୮୯ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ୫ଟି ଉପକ୍ରମରେ ବଦଳୁଛି ସ୍କୁଲର ଚିତ୍ର। ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ଯୋଗାଇ ଦିଆଯାଉଛି ହାଇଟେକ ସୁବିଧା । ଗୁରୁବାର ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୩୮୯ ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଗୁଡିକ ମଧ୍ୟରେ ରହିଛି ଗଞ୍ଜାମ ଜିଲ୍ଲାର ୧୪୯ ହାଇସ୍କୁଲ, ଝାରସୁଗୁଡ଼ାର ୧୧, ଜଗତସିଂହପୁରର ୫୭, କେନ୍ଦ୍ରାପଡ଼ାର ୧୧୨, ବରଗଡ଼ର ୬୦ ରୂପାନ୍ତରିତ ସ୍କୁଲ। ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବା ପରେ ଦେଖିବାକୁ ମିଳିଛି ଖୁସିର ଲହରୀ ।
ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଉତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନେ ବହି ବଦଳରେ ଇ-କଟେଂଟ ଓ ସ୍ମାର୍ଟ କ୍ଲାସରୁମର ପ୍ରଜେକ୍ଟରରେ ପାଠ ପଢ଼଼ୁଛନ୍ତି। ସେମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେବା ଲାଗି ଆବଶ୍ୟକ ଥିବା ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି।
ସରକାରୀ ସ୍କୁଲ ପ୍ରତି ବଢୁଛି ଆଗ୍ରହ, ଅଭିଭାବକଙ୍କୁ ଆକର୍ଷିତ କରୁଛି ‘୫-ଟି’ ସ୍କୁଲ ରୂପାନ୍ତରଣ
ଭୁବନେଶ୍ୱର: ସରକାରୀ ସ୍କୁଲ ପ୍ରତି ବଢୁଛି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଆକର୍ଷଣ। ଗତ ଦୁଇ ବର୍ଷରେ ଘରୋଇ ବିଦ୍ୟାଳୟ ତୁଳନାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୭୬, ୧୧, ୬୭୧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତନ୍ମଧ୍ୟରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫୧, ୮୩, ୬୬୧ ଥିବାବେଳେ ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଓ ଆନ୍ୟାନ୍ୟ ବିଦ୍ୟାଳୟରେ ଯଥାକ୍ରମେ ୯୩୩୯୦୭ ଜଣ, ୧୪, ୦୪, ୨୨୩ ଜଣ ଓ ୮୮୫୪୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରେ ସରକାରୀ ବିଦ୍ୟାଳୟରେ ସରକାରୀ ବିଦ୍ୟାଳୟରେ ୫୧୬୪୨୮୬ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ଘରୋଇ ଶିକ୍ଷାନୁଷ୍ଠାନରେ ୧୪୦୫୫୫୯ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ଅର୍ଥାତ ଏହି ଦୁଇବର୍ଷରେ ସରକାରୀ ବିଦ୍ୟାଳୟରେ ଅଧିକ ନାମଲେଖା ହୋଇଛି। ସରକାରୀ ବିଦ୍ୟାଳୟରେ ୨୦୨୧-୨୨ ଶିକ୍ଷାବର୍ଷ ତୁଳନାରେ ୨୦୨୨-୨୩ରେ ୧୯୩୭୫ ଅଧିକ ଛାତ୍ରଛାତ୍ରୀ ନାମଲେଖାଇଛନ୍ତି। ସେହିପରି ଘରୋଇ ବିଦ୍ୟାଳୟରେ ୧୦୨୫୬ ଛାତ୍ରଛାତ୍ରୀ କମ୍‌‌ ନାମ ଲେଖାଇଛନ୍ତି। ଏପରିକି କେନ୍ଦ୍ରୀୟ ଅନ୍ୟାନ୍ୟ ବିଦ୍ୟାଳୟଗୁଡିକରେ ମଧ୍ୟ ନାମଲେଖା କମିଛି। ଗଞ୍ଜାମ, ଅନୁଗୁଳ, ବାଲେଶ୍ୱର ପରି ଜିଲ୍ଲାରେ ଘରୋଇ ସ୍କୁଲ ସଂଖ୍ୟା ଅଧିକ ଥିଲେ ମଧ୍ୟ ସରକାରୀ ସ୍କୁଲରେ ନାମଲେଖା ବଢ଼ିଛି।
ବିଧାନସଭାରେ ଶିକ୍ଷା ବିଭାଗ ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁସାରେ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସ୍କୁଲ ଗୁଡ଼ିକୁ ୫-ଟି ଉପକ୍ରମରେ ରୂପାନ୍ତର କରୁଥିବାରୁ ସଫଳତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶିକ୍ଷାର ମାନବୃଦ୍ଧି ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଉଚ୍ଚ ବିଦ୍ୟାଳୟଗୁଡିକର ଭିତିଭୂମି ଓ ଶୈକ୍ଷିକ ବାତାବରଣକୁ ସର୍ବୋକୃଷ୍ଟ କରିବା ପାଇଁ ରୂପାନ୍ତରଣ କରାଯାଉଛି। ସମୁଦାୟ ୮୦୯୯ଟି ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୩ଟି ପର୍ଯ୍ୟାୟରେ ୬୮୮୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ବିଦ୍ୟାଳୟଗୁଡିକର ରୂପାନ୍ତରଣ ପର୍ଯ୍ୟାୟକ୍ରମେ କରାଯାଉଛି। ବିଦ୍ୟାଳୟର ମୌଳିକ ଆବଶ୍ୟକତା ସ୍ୱରୁପ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, ଉନ୍ନତମାନର ବିଜ୍ଞାନାଗାର, ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ, ଖେଳ ପଡ଼ିଆର ଉନ୍ନତିକରଣ ଓ ଶୈକ୍ଷିକ ସମୃଦ୍ଧି ଭଳି ବ୍ୟବସ୍ଥାର ଉନ୍ନତିକରଣ କରାଯାଉଛି। ଉଚ୍ଚ ବିଦ୍ୟାଳୟରେ ୪ଟି ଛାତ୍ରକ୍ଲବ ଯଥା ଜିଜ୍ଞାସା, କୌଶଳୀ, ସାହିତ୍ୟ ସୃଜନୀ ଓ କ୍ରୀଡାଙ୍ଗନ ଗଠନ କରି ମେଧା ଶକ୍ତି ବିକଶିତ କରାଯାଉଛି।
ସରକାରୀ ବିଦ୍ୟାଳୟରେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ଦ୍ୱାରା ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଉଭୟ ଓଡିଆ ଭାଷା ଓ ଗଣିତର ସ୍ୱତନ୍ତ୍ର କାର୍ଯ୍ୟପୁସ୍ତିକା ଓ ଅତିରିକ୍ତ ପଠନ ସାମଗ୍ରୀ ବଣ୍ଟନ କରାଯାଇଛି। ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଶିକ୍ଷକମାନଙ୍କୁ ନିଷ୍ଠା ପ୍ରଶିକ୍ଷଣ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଛି। ଭୁବନେଶ୍ୱର ଓ ରାଉରକେଲାର ୨୦ଟି ବିଦ୍ୟାଳୟରେ ଚଳିତ ବର୍ଷ ଅଲିମ୍ପିକ ମୂଲ୍ୟବୋଧ ସମ୍ପର୍କିତ ଶିକ୍ଷା (ଓଭିଇପି) ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ମାଗଣା ପାଠ୍ୟପୁସ୍ତକ, ପୋଷାକ, ମୋଜା ଓ ଜୋତା ପ୍ରଦାନ କରାଯାଉଛି। ଏଥି ସହିତ ସୃଜନାତ୍ମକ ଜ୍ଞାନର ବିକାଶ ଓ ଅଭିବୃଦ୍ଧି ପାଇଁ ତିନି ଦିନିଆ ଶିଶୁ ମହୋତ୍ସବ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ବିଦ୍ୟାଳୟ ଏବଂ ଅଭିଭାବକଙ୍କ ମଧ୍ୟରେ ଉତ୍ତମ ଯୋଗାଯୋଗ ପାଇଁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ‘ମୋ ଡାଏରୀ’ ପ୍ରଦାନ କରାଯାଉଛି। ପୂର୍ବରୁ ଘରୋଇ ସ୍କୁଲରେ ମିଳୁଥିବା ସୁବିଧା ଏବେ ଘରୋଇ ସ୍କୁଲରେ ମାଗଣାରେ ସରକାର ଯୋଗାଇଦେଉଛନ୍ତି। ଆର୍ଥିକ ସମସ୍ୟାରୁ ମୁକୁଳି ଗୁଣାତ୍ମକ ଶିକ୍ଷା ପାଇପାରୁଥିବାରୁ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ବୃଦ୍ଧି ପାଉଥିବା ଶିକ୍ଷାବିତ ମତ ଦେଇଛନ୍ତି।
ରୂପ ବଦଳାଇଛି ରୂପାନ୍ତରଣ: ସୁଦୃଢ଼ ହେଉଛି ଶୈକ୍ଷିକ ଭିତ୍ତିଭୂମି, ସରକାରୀ ସ୍କୁଲରେ ଉପଲବ୍ଧ ଅତ୍ୟାଧୁନିକ ଶିକ୍ଷା ପରିବେଶ
ଭୁବନେଶ୍ବର ( ଅବିନାଶ ମହାପାତ୍ର): ରାଜ୍ୟର ଶିକ୍ଷାବ୍ୟବସ୍ଥାକୁ ଗୁଣାତ୍ମକ ତଥା ସ୍କୁଲଗୁଡ଼ିକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ଦୃଢ଼ ଶପଥ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ହେଉଛି ଆମୂଳଚୂଳ ପରିବର୍ତ୍ତନ। ‘୫-ଟି’ ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ବଦଳୁଛି ବିଦ୍ୟାଳୟର ଚେହେରା। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ପିଲାଙ୍କୁ ଉନ୍ନତମାନର ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଶିକ୍ଷା ଦେବାଲାଗି ପ୍ରସ୍ତୁତ ହେଉଛି ସୁଦୃଢ଼ ଭିତ୍ତିଭୂମି। ଛାତ୍ରଛାତ୍ରୀ ବହି ଓ କଳାପଟା ବଦଳରେ ଇ-କଣ୍ଟେଣ୍ଟ ଏବଂ ପ୍ରୋଜେକ୍ଟର୍‌‌ରେ ପାଠ ପଢ଼଼ୁଛନ୍ତି। ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସ୍ମାର୍ଟ କ୍ଲାସରେ ପଢ଼଼ିବା ସହିତ ରୋବଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହରଣ କରୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନା ଏବେ ବାସ୍ତବ ରୂପ ନେଇଛି। ‘୫-ଟି’ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍‌‌ ଅଧୀନରେ ରୂପାନ୍ତରିତ ହୋଇଥିବା ପ୍ରଥମ ପର୍ଯ୍ୟାୟର ୧୦୭୫ଟି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିବାବେଳେ ଏଥିରେ ଭୁବନେଶ୍ୱରର ୧୬ଟି ସ୍କୁଲ ସାମିଲ୍‌‌ ହୋଇଥିଲା। ସେହିପରି ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ଆଉ ପ୍ରାୟ ୨୩ ସ୍କୁଲ ସାମିଲ କରାଯାଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ଭୁବନେଶ୍ୱରର ୧୨ଟି ସ୍କୁଲ ଚିହ୍ନଟ କରାଯାଇଛି। ସରକାରୀ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‌‌ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି। ମୋ ସ୍କୁଲର ବିକାଶ ପାଇଁ ଆସୁଥିବା ‘ସିଏସ୍‌‌ଆର’ ପାଣ୍ଠି ସହ ରାଜ୍ୟ ସରକାର ଦୁଇଗୁଣା ଅର୍ଥ ମିଶାଇ ସ୍କୁଲଗୁଡ଼ିକର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରୁଛନ୍ତି। ରାଜ୍ୟ ସରକାରଙ୍କ ‘୫-ଟି’ ଅଧୀନରେ ଏହି ରୂପାନ୍ତରଣ ପ୍ରକ୍ରିୟା ତ୍ୱରାନ୍ୱିତ ହେଉଥିବାବେଳେ ‘୫-ଟି’ ସଚିବ ଏହାର ତଦାରଖ କରୁଛନ୍ତି।
ସୁଦୃଢ଼ ହେଉଛି ଶୈକ୍ଷିକ ଭିତ୍ତିଭୂମି
ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମିନିଙ୍କ ମିଳିତ ସହଭାଗିତାରେ ବଦଳୁଛି ବିଦ୍ୟାଳୟର ଚେହେରା। ପୁରାତନ ଛାତ୍ରଛାତ୍ରୀ ନେଇଛନ୍ତି ରାଜଧାନୀର ପୁରାତନ ଶିକ୍ଷାନୁଷ୍ଠାନର ବିକାଶ ଦାୟିତ୍ୱ। ରାଜ୍ୟର ସରକାରୀ ସ୍କୁଲଗୁଡ଼ିକର ଚିତ୍ର ମୋ ସ୍କୁଲ ଯୋଜନା ବଦଳାଇ ଥିବାବେଳେ ମୋ କଲେଜ ଯୋଜନାରେ କଲେଜଗୁଡ଼ିକର ନବକଳେବର କରାଯାଉଛି। ଏହି ଯୋଜନା ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ମଧ୍ୟ ସଂଗଠିତ କରିଛି। ଫଳରେ କେଉଁଠି ଶିକ୍ଷାନୁଷ୍ଠାନ ହତା ପାର୍କର ଭ୍ରମ ସୃଷ୍ଟି କରୁଛି ଆଉ କେଉଁଠି ଇ-ଲାଇବ୍ରେରୀ ଓ ଆଇସିଟି ଲ୍ୟାବ୍‌‌ ପିଲାଙ୍କ ପାଠପଢ଼଼ା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି। ସର୍ବୋପରି ସରକାରୀ ସ୍କୁଲ ଓ କଲେଜଗୁଡ଼ିକର ବିକାଶ ସାଙ୍ଗକୁ ଶିକ୍ଷାର ମାନବୃଦ୍ଧି କରିବାରେ ଏହି ଯୋଜନା ଅବିଶ୍ରାନ୍ତ ପ୍ରକ୍ରିୟା ଜାରି ରଖିଛି। ୨୦୧୭ ନଭେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା ‘ମୋ ସ୍କୁଲ୍‌’ ଯୋଜନା। ପୁରାତନ ଛାତ୍ରଛାତ୍ରୀଙ୍କୁ ସ୍କୁଲ ସହିତ ସମ୍ମିଳିତ କରିବା ଏବଂ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ବିକାଶର ଧାରାକୁ ବଜାୟ ରଖିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସରକାରୀ ସ୍କୁଲଗୁଡ଼ିକରୁ ଅଭିଭାବକ ହରାଉଥିବା ଆସ୍ଥାକୁ ବଜାୟ ରଖିବା ଓ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଂଗଠିତ କରିବା ଥିଲା ଏହି ଯୋଜନାର ଉଦ୍ଦେଶ୍ୟ। ତେବେ ବିଗତ କିଛିଦିନ ମଧ୍ୟରେ ଏହି ଯୋଜନା ବେଶ ସଫଳତା ଲାଭକରିଛି। ‘ମୋ ସ୍କୁଲ୍‌’ ଯୋଜନାରେ ରାଜଧାନୀର ପ୍ରାୟ ୨ଶହ ସରକାରୀ ସ୍କୁଲ ସାମିଲ୍‌‌ ହୋଇଥିବାବେଳେ ୨୦ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହୋଇଛନ୍ତି। ଉପାନ୍ତରୁ ଉପକୂଳ ସମସ୍ତ ସ୍କୁଲର ଚିତ୍ର ବଦଳିବା ପ୍ରକ୍ରିୟା ଜାରି ରହିଛି।
ସରକାରୀ ସ୍କୁଲରେ ଅତ୍ୟାଧୁନିକ ଶିକ୍ଷା ପରିବେଶ
ଘରୋଇ ସ୍କୁଲ ସହ ସମକକ୍ଷ ଏବେ ସରକାରୀ ଶିକ୍ଷାନୁଷ୍ଠାନ। ମୋ ସ୍କୁଲ ଓ ରୂପାନ୍ତରଣ ଯୋଜନାରେ ସୁଦୃଢ଼ ହେଉଛି ଭିତ୍ତିଭୂମି। ସ୍କୁଲରେ ଉନ୍ନତମାନର ଶିକ୍ଷାଦାନ ସହ ଅଭିଜ୍ଞ ଶିକ୍ଷକ ନିଯୁକ୍ତି, ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଆଦି ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକ ଉପକରଣ ସହିତ ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‌‌ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନଙ୍କୁ ବହି ବଦଳରେ ଏଣିକି ଇ-କଣ୍ଟେଣ୍ଟ ଓ ସ୍ମାର୍ଟ କ୍ଲାସରୁମର ପ୍ରୋଜେକ୍ଟରରେ ପାଠ ପଢ଼଼ାଯାଉଛି। ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ଦକ୍ଷ ମଧ୍ୟ କରାଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି। ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ଖାଲି ମାଧ୍ୟମିକ ବିଦ୍ୟାଳୟ ନୁହଁ, ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ମଧ୍ୟ ନବକଳେବର କରାଯାଉଛି।
୫୩ ବର୍ଷର ପ୍ରଜ୍ଞାପୀଠ, ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟ
ଲକ୍ଷ୍ମୀସାଗର ଅଞ୍ଚଳର ଏକ ପ୍ରମୁଖ ତଥା ଶିକ୍ଷାନୁଷ୍ଠାନଭାବେ ପରିଚିତ ଲକ୍ଷ୍ମୀସାଗର ମ୍ୟୁନିସିପାଲିଟି ହାଇସ୍କୁଲ। ୧୯୬୯ ମସିହାରେ ଏହା ପ୍ରତିଷ୍ଠା ହୋଇଥିବା ବେଳେ ୫୩ ବର୍ଷ ମଧ୍ୟରେ ବିଦ୍ୟାଳୟରୁ ଶିକ୍ଷା ଆହରଣ କରି ଅନେକ ଛାତ୍ରଛାତ୍ରୀ ଆଜି ଉଚ୍ଚ ପଦସ୍ଥ ଅଧିକାରୀ ହୋଇପାରିଛନ୍ତି। ଏହି ଖ୍ୟାତନାମା ଶିକ୍ଷାନୁଷ୍ଠାନ ପାଞ୍ଚ ଦଶନ୍ଧି ଧରି ଅନେକ ମଣିଷ ତିଆରି କରିଥିବାବେଳେ ବହୁ ଘାତ ପ୍ରତିଘାତ ସହିଛି। ଅର୍ଦ୍ଧ ଶତକର ଅଧ୍ୟାୟ ଅତିକ୍ରମ କରିଥିବା ଏହି ସ୍ୱର୍ଣ୍ଣିମ ଶିକ୍ଷାନୁଷ୍ଠାନ ସ୍କୁଲ ରୂପାନ୍ତରଣରେ ସାମିଲ୍‌‌ ହେବା ପରେ ଏହାର ଗରିମାମୟ ଅଧ୍ୟାୟ ଆହୁରି ଉଜ୍ଜୀବିତ ହୋଇଛି।
ଷାଠିଏ ଦଶକର କଥା। ଲକ୍ଷ୍ମୀସାଗର ଅଞ୍ଚଳରେ ବିଦ୍ୟାଳୟ ଟିଏ ନ ଥିଲା। ପାଠ ପଢ଼଼ିବା ପାଇଁ ଲକ୍ଷ୍ମୀସାଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଅନ୍ୟୁନ ୪/୫ କିମି ବାଟ ଯିବାକୁ ପଡ଼ୁଥିଲା। ସ୍ଥାନୀୟ ଅଞ୍ଚଳବାସୀ ଗାଁରେ ବିଦ୍ୟାଳୟଟିଏ ଖୋଲିବା ପାଇଁ ସୁଦର୍ଶନ ପ୍ରଧାନଙ୍କ ନେତୃତ୍ୱରେ ଗାଁରେ ସ୍କୁଲ ତିଆରି କରିବା ପାଇଁ ନିଷ୍ପତ୍ତି ନେଲେ। ବହୁ ଘାତ ପ୍ରତିଘାତ ପରେ ୧୯୬୯ ମସିହାରେ ଲକ୍ଷ୍ମୀସାଗରରେ ପ୍ରତିଷ୍ଠା ହେଲା ବିଦ୍ୟାଳୟ। ପରବର୍ତ୍ତୀ ସମୟରେ ସରକାରୀ ଅନୁମୋଦନ ମଧ୍ୟ ମିଳିଲା। ମାତ୍ର ହାତ ଗଣତି କେତେକ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଲକ୍ଷ୍ମୀସାଗର ବିଦ୍ୟାଳୟ ଆଜି ଭୁବନେଶ୍ୱର ସହରର ଏକ ପ୍ରଖ୍ୟାତ ମଣିଷ ତିଆରି କାରଖାନାଭାବେ ଖ୍ୟାତି ଅର୍ଜନ କରିଛି। ପ୍ରଜ୍ଞାପୀଠକୁ ୫୩ ବର୍ଷ ଛୁଇଁଥିବାବେଳେ ନିକଟରେ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଛି। ତେବେ ପାଞ୍ଚ ଦଶନ୍ଧି ଧରି ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଲାଭ କରି ଅନେକ ଛାତ୍ରଛାତ୍ରୀ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି। ଅନେକ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରୁ ଶିକ୍ଷା ଆହରଣ କରି ସମାଜରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛନ୍ତି। ତେବେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ୮ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନରତ। ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୪୫ ପ୍ରତିଶତ ହୋଇଥିବାବେଳେ ଅବଶିଷ୍ଟାଂଶ ଛାତ୍ର। ତେବେ ଉନ୍ନତ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ପାରିପାର୍ଶ୍ବିକ ପରିବେଶ ଓ ଶୈକ୍ଷିକ ବାତାବରଣ ସେମାନଙ୍କୁ ଆକୃଷ୍ଟ କରୁଥିବା ବିଦ୍ୟାଳୟ କିଛି ଛାତ୍ରଛାତ୍ରୀ କହିଛନ୍ତି। ପାଠପଢ଼଼ା ସହିତ ଖେଳକୁଦ ଓ ଅନ୍ୟାନ୍ୟ କ୍ଷେତ୍ରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ବର୍ତ୍ତମାନ ସ୍ଥିତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଅନେକ ଘରୋଇ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲେ ମଧ୍ୟ ଏହି ଅନୁଷ୍ଠାନ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି। ସାମ୍ପ୍ରତିକ ସ୍ଥିତିରେ ଅଧିକାଂଶ ଅଭିଭାବକ ଘରୋଇ ଶିକ୍ଷାନୁଷ୍ଠାନ ମୁହାଁ ହୋଇଥିଲେ ବି ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଉନ୍ନତ ଶିକ୍ଷା ପଦ୍ଧତି ପାଇଁ ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ହ୍ରାସ ଘଟିନି ଓ ନିଜର ସ୍ୱତନ୍ତ୍ର ପରିଚିତି ବଜାୟ ରଖିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ବେହେରା କହିଛନ୍ତି। ‘୫-ଟି’ ରୂପାନ୍ତରଣରେ ସ୍କୁଲର କାୟାକଳ୍ପ ବଦଳିବା ପରେ ଛାତ୍ରଛାତ୍ରୀଙ୍କ ନାମଲେଖା ହାରବଢ଼଼ିଛି। ନାମଲେଖା ହାର ସହିତ ପିଲାଙ୍କ ଉପସ୍ଥାନ ମଧ୍ୟ ବୃଦ୍ଧି ହୋଇଥିବା ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି।
ଡାକ୍ତରୀ ଓ ଇଞ୍ଜିନିୟରିଂ ପାଇଁ ପ୍ରଶିକ୍ଷଣ
ସରକାରୀ ସ୍କୁଲର ଭିତ୍ତିଭୂମି ସୁଦୃଢ଼ୀକରଣ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅଭିବନ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ଡାକ୍ତରୀ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶର ସିଟ୍‌‌ ସଂରକ୍ଷିତ ରହିଛି। ସଂରକ୍ଷିତ ସରକାରୀ ଇଞ୍ଜିନିୟରିଂ ଓ ମେଡିକାଲ୍‌‌ ସିଟ୍‌‌ରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ପାଠ ପଢ଼଼ିବେ। ସରକାରୀ ସ୍କୁଲର ୧୫ ପ୍ରତିଶତ ଛାତ୍ରଛାତ୍ରୀ ୨୦୨୧-୨୨ ଶିକ୍ଷା ବର୍ଷରେ ସରକାରୀ ମେଡିକାଲ୍‌‌ କଲେଜରେ ନାମ ମଧ୍ୟ ଲେଖାଇଥିବାବେଳେ ୨୦୨୨-୨୩ ଶିକ୍ଷାବର୍ଷରୁ ଏହା ଇଞ୍ଜିନିୟରିଂ ସ୍ତରରେ ଆରମ୍ଭ ହୋଇଛି। ଖାଲି ସିଟ୍‌‌ ସଂରକ୍ଷିତ କରି ଚୁପ୍‌‌ ବସିନାହାନ୍ତି ରାଜ୍ୟ ସରକାର। ପିଲାଙ୍କୁ ନିଟ୍‌‌ ଓ ଜେଇଇ ପ୍ରଶିକ୍ଷଣ ପାଇଁ ବ୍ୟବସ୍ଥା ମଧ୍ୟ କରଛନ୍ତି। ଦକ୍ଷତା ଭିତ୍ତିରେ ଏକାଦଶ ଶ୍ରେଣୀରୁ ଆଦର୍ଶ ବିଦ୍ୟାଳୟର ପିଲାଙ୍କୁ ଚୟନ କରାଯାଇ ମାଗଣା ନିଟ୍‌‌ ଓ ଜେଇଇ ପ୍ରଶିକ୍ଷଣ ଦିଆଯାଉଛି। ପ୍ରତିବର୍ଷ ଏକହଜାର ଛାତ୍ରଛାତ୍ରୀ ଅନ୍ଧାରୁଆସ୍ଥିତ ଆଇକନିକ୍‌‌ ଆଦର୍ଶ ବିଦ୍ୟାଳୟରେ ଏହି ପ୍ରଶିକ୍ଷଣ ନେବାର ବ୍ୟବସ୍ଥା ରହିଛି। ମେଧା ଭିତ୍ତିରେ ଏମାନଙ୍କୁ ଚୟନ କରିବା ଲାଗି ବ୍ୟବସ୍ଥା ମଧ୍ୟ ହୋଇଛି। ରାଜ୍ୟ ସରକାରଙ୍କ ଏହି ଯୋଜନା ସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ପିଲାଙ୍କୁ ଆକୃଷ୍ଟ ମଧ୍ୟ କରିଛି। ମୋ ସ୍କୁଲ ପକ୍ଷରୁ ସରକାରୀ ସ୍କୁଲ ପିଲାଙ୍କ ଇଂରାଜୀ ଦକ୍ଷତାବୃଦ୍ଧି ପାଇଁ ସ୍ପୋକନ୍‌‌ ଇଂରାଜୀ ଶିକ୍ଷା ପାଇଁ ଗୁରୁତ୍ୱ ଦିଆଯାଉଛି।
ରୂପାନ୍ତରଣରେ ଏସ୍‌ସିଏସ୍‌‌ଟି ଆବାସିକ ବିଦ୍ୟାଳୟ
ସବୁବର୍ଗର ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ରାଜ୍ୟର ଅନୁସୂଚିତ ଜନଜାତି(ଏସଟି) ଏବଂ ଅନୁସୂଚିତ ଜାତି(ଏସ୍‌‌ସି) ବହୁଳ ଅଞ୍ଚଳ ଗୁଡ଼ିକର ସ୍କୁଲ ରୂପାନ୍ତରଣ କାର୍ଯ୍ୟ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏହି କ୍ରମରେ ରାଜଧାନୀର ଆବାସିକ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣ କରାଯାଉଛି। ଏସଟି ଓ ଏସସି ବର୍ଗର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ବିକାଶ ସହ ସେମାନଙ୍କ ଶାରୀରିକ ବିକାଶ(ପୁଷ୍ଟିସାଧନ)କୁ ଗୁରୁତ୍ୱ ଦିଆଯିବା ଲାଗି ବ୍ୟବସ୍ଥା ହୋଇଥିବା ବେଳେ ଆବାସିକ ସ୍କୁଲଗୁଡ଼ିକର ୨୪ ଘଣ୍ଟିଆ ଆମୋଦ-ପ୍ରମୋଦ ବ୍ୟବସ୍ଥା ପ୍ରଦାନ କରାଯାଉଛି। ଏସ୍‌ସିଏସ୍‌ଟି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ, ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ ଓ ପାନୀୟ ଜଳ, ପୂର୍ତ୍ତ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ସହଯୋଗରେ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବାବେଳେ ସ୍କୁଲଗୁଡ଼ିକରେ ସାଂସ୍କୃତିକ ମଞ୍ଚ, ମୁକ୍ତାକାଶ ରଙ୍ଗମଞ୍ଚ, ସକାଳ ପ୍ରାର୍ଥନା ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ବୈଠକ ହେବା ଭଳି ଭିତ୍ତିଭୂମି ନିର୍ମାଣକୁ ପ୍ରାଥମିକତା ଦିଆଯାଇଛି। ଆଦିବାସୀ ପିଲାଟିଏ ନିଜ ବାପାମାଆଙ୍କ ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିବାରୁ ମାନସିକ ସ୍ତରରେ ଯେପରି ପିଲାଟି ସକାରାତ୍ମକ ରହିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ପ୍ରତି ଭିତ୍ତିଭୂମିରେ ନିରାପତ୍ତା, ନିରବଚ୍ଛିନ୍ନ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳ ଆଲୋକ, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା କରାଯାଉଛି।
ସ୍ମାର୍ଟସିଟି ପିଲାଙ୍କୁ ଅଲିମ୍ପିକ୍ସ ପ୍ରେରଣା
ଅଲମ୍ପିକ୍ସ କଣ? ଏଥିରେ କେଉଁ କେଉଁ ବିଭାଗର ଖେଳ ଅନ୍ତର୍ଭୁକ୍ତ? ଏଥିପାଇଁ ପ୍ରସ୍ତୁତି କିପରି କରାଯାଏ? ଏ ସମ୍ପର୍କରେ ଜ୍ଞାନ ସ୍କୁଲ ପାଠ୍ୟକ୍ରମରୁ ପିଲାମାନେ ପାଇବେ। କେବଳ ପାଠ୍ୟକ୍ରମଭିତ୍ତିକ ଶିକ୍ଷା ନୁହେଁ; ବିଭିନ୍ନ ଖେଳକୁଦରେ ମଧ୍ୟ ଦକ୍ଷ ହେବେ ଛାତ୍ରଛାତ୍ରୀ। ତୃଣମୂଳ ସ୍ତରରୁ ପିଲାମାନେ ଅଲିମ୍ପିକ୍ସ ପ୍ରସ୍ତୁତି ସମ୍ପର୍କିତ ଜ୍ଞାନ ଆହରଣ କରିବେ। ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ ମଧ୍ୟ ହେବେ। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ବିଦ୍ୟାଳୟରେ ଓଭିଇପି ଆରମ୍ଭ ହୋଇଛି। ରାଜ୍ୟ ସରକାର ପାଇଲଟ୍‌‌ ପ୍ରକଳ୍ପ ଭାବେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲରେ ଓଭିଇପି(ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ) ଆରମ୍ଭ କରିଛନ୍ତି। ଅଲମ୍ପିକ୍ସ ସହିତ ଏସିଆନ୍‌‌ ଗେମ୍‌‌, ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ଆଦି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସ୍କୁଲ ସ୍ତରରୁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି। ତୃଣମୂଳ ସ୍ତରରୁ ସ୍କୁଲର ପିଲାଙ୍କୁ ଅଲିମ୍ପିକ୍ସ ବାବଦରେ ଜ୍ଞାନ ଦେବା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ପାଇଲଟ୍‌‌ ପ୍ରକଳ୍ପ ଭାବେ ‘ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ପାଇଁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ଏବଂ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମହାନଗର ନିଗମର ୨୭ଟି ସ୍କୁଲରେ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ହକିର କ୍ରେଜ୍‌‌କୁ ବଢ଼଼ାଇବା ପାଇଁ ସରକାରୀ ସ୍କୁଲ ସ୍ତରରେ ‘ମୋ ସ୍କୁଲ ହକି କ୍ଲବ୍‌’ ପ୍ରତିଷ୍ଠା ସହ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି।
ବିକାଶର ମଙ୍ଗ ଧରିଛନ୍ତି ଆଲୁମ୍‌ନି
ପୁରାତନ ଛାତ୍ରଛାତ୍ରୀ ନେଇଛନ୍ତି ସରକାରୀ ଶିକ୍ଷାନୁଷ୍ଠାନର ବିକାଶ ଦାୟିତ୍ୱ। ମିଳିତ ସହଭାଗିତାରେ ବଦଳୁଛି ସ୍କୁଲ ଓ କଲେଜର ଚେହେରା। ସରକାରୀ ସ୍କୁଲଗୁଡ଼ିକର ଚିତ୍ର ମୋ ସ୍କୁଲ ଯୋଜନା ବଦଳାଇ ଥିବାବେଳେ ଏଥିରେ ବିକାଶର ସାରଥି ଭାବେ ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମିନିମାନେ ଗୁରୁଦାୟିତ୍ୱ ବହନ କରୁଛନ୍ତି। ଏହି ଯୋଜନା ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିକୁ ମଧ୍ୟ ସଂଗଠିତ କରିଛି। ତେବେ ମୋ ସ୍କୁଲ ସହିତ ଭୁବନେଶ୍ୱରର ୨୭୮ଟି ସ୍କୁଲ ସାମିଲ୍‌‌ ହୋଇଥିବାବେଳେ ପ୍ରାୟ ୨୦ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଏଥିସହ ଯୋଡ଼ି ହୋଇଛନ୍ତି। ସ୍କୁଲର ବିକାଶ ପାଇଁ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ ପାଣ୍ଠିକୁ ୧୪୭କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି ‘୫-ଟି’ ସ୍କୁଲ ରୂପାନ୍ତରଣ ଯୋଜନାରେ ଦୁଇ ପର୍ଯ୍ୟାୟର ୩୦ରୁ ଅଧିକ ବିଦ୍ୟାଳୟର ନବକଳେବର ସରିଥିବାବେଳେ ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୦ଟି ସ୍କୁଲର ରୂପାନ୍ତରଣ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି।
ସାତ ଦଶନ୍ଧିର ମଣିଷ ତିଆରି କାରଖାନା, ୟୁନିଟ୍‌‌ ୩ ରାଜଧାନୀ ଉଚ୍ଚ ବିଦ୍ୟାଳୟ
ୟୁନିଟ୍‌‌ ୩ ରାଜଧାନୀ ଉଚ୍ଚବିଦ୍ୟାଳୟ ତଥା କ୍ୟାପିଟାଲ୍‌‌ ହାଇସ୍କୁଲ୍‌‌। ରାଜଧାନୀର ଦ୍ୱିତୀୟ ସର୍ବପୁରାତନ ବିଦ୍ୟାଳୟ। ୭୩ ବର୍ଷର ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ବହୁ ଛାତ୍ରଛାତ୍ରୀ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖାତି ଅର୍ଜନ କରିଛନ୍ତି। ୭ ଦଶନ୍ଧି ଧରି ଏହି ପ୍ର୍ରଜ୍ଞାପୀଠ ନିଜର ସ୍ୱତନ୍ତ୍ର ସ୍ଥାନ ମଧ୍ୟ ଜାତୀୟସ୍ତରରେ ବଜାୟ ରଖିଛି। ଭୁବନେଶ୍ୱରକୁ ଓଡ଼ିଶାର ରାଜଧାନୀର ମାନ୍ୟତା ଦେବା ପରେ ସରକାରଙ୍କ ଦ୍ୱାରା ୧୯୫୧ ମସିହା ଜୁଲାଇ ୧୬ ତାରିଖରେ କ୍ୟାପିଟାଲ୍‌‌ ହାଇସ୍କୁଲ ପ୍ରତିଷ୍ଠା କରାଯାଇଥିଲା। ଗଣେଶ ଚନ୍ଦ୍ର ମିଶ୍ର ଏହି ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ୨୦୧୨ ମସିହାରେ ଏହି ପ୍ରଜ୍ଞାପୀଠ ୬୦ ବର୍ଷ ପୂରଣ କରିଥିବାବେଳେ ଏହାର ସ୍ମୃତି ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଡାକ ଟିକଟ ଉନ୍ମୋଚନ କରାଯାଇଥିଲା। ତେବେ ଏହି ମଣିଷ ତିଆରି କାରଖାନା ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଉତ୍ପାଦନ କରିବାର ଏକ ସମୃଦ୍ଧ ଇତିହାସ ରଖିଛି। ଯେଉଁମାନେ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ଭାବରେ ସେବା କରୁଛନ୍ତି ଏବଂ ଆମ ରାଜ୍ୟ ତଥା ଆମ ଦେଶ ପାଇଁ ଗର୍ବ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ଆଲୁମିନି ହେଉଛନ୍ତି ଡକ୍ଟର ପ୍ରଦ୍ୟୁତ୍‌‌ ରଥ, ଡକ୍ଟର ଜଗନ୍ନାଥ ମହାପାତ୍ର, ପୁଲିସ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ, ସୀତାଂଶୁ କର ପ୍ରମୁଖ। ଯଦିଓ ଏକ ବାଳକ ଉଚ୍ଚ ବିଦ୍ୟାଳୟ ଭାବରେ ଆରମ୍ଭ ହୋଇଥିଲା, କିନ୍ତୁ ଏହା ଠିକ୍‌‌ ସମୟରେ ଏକ ସହ-ଶିକ୍ଷା ବିଦ୍ୟାଳୟରେ ପରିଣତ ହେଲା। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୧୪ ଶହ ଛାତ୍ରଛାତ୍ରୀ ଅଧ୍ୟୟନରତ। ୧୫ ଏକର ଏବଂ ୫୩୯ ଡେସିମଲ ଜମିରେ ବ୍ୟାପିଥିବା ଏହି ବିଦ୍ୟାଳୟ ଏହାର ସମୃଦ୍ଧ ଇତିହାସରେ ଗର୍ବ ଜାରିରଖିଛି ଏବଂ ମାନଦଣ୍ଡ ସୃଷ୍ଟି କରିବାରେ ଲାଗିଛି।
ସେହିପରି ଆଲୁମିନିଙ୍କ ସହାୟତାରେ ବିଦ୍ୟାଳୟର ୨୭ଟି ବିଭିନ୍ନ ପ୍ରକଳ୍ପର ବିକାଶ କରାଯାଇଛି। ଏହା ସହ ‘୫-ଟି’ ରୂପାନ୍ତରଣ ଯୋଜନା ମଧ୍ୟ ବିଦ୍ୟାଳୟରେ ଉନ୍ନତମାନର ଶ୍ରେଣୀଗୃହ, ସ୍ମାର୍ଟ ଲାଇବ୍ରେରୀ, ଉତ୍ତମ ଖେଳପଡ଼ିଆ ଆଦି ଉପଲବ୍ଧ କରାଯାଇଛି। ମୋ ସ୍କୁଲ ଯୋଜନା ଅଧୀନରେ ପୁରାତନ ଛାତ୍ରଛାତ୍ରୀ ପ୍ରାୟ ୩୯ଲକ୍ଷ ୬୮ ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରାଜ୍ୟ ସରକାର ଏହା ସହ ଦୁଇଗୁଣା ଅର୍ଥରାଶି ମିଶାଇ ପାଖାପାଖି ୮୦ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି।
ହାଇସ୍କୁଲ ରୂପାନ୍ତରଣର ତୃତୀୟ ପର୍ଯ୍ୟାୟ: ବଦଳିବ ୨୧୫୯ ସ୍କୁଲ ଚେହେରା
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ବିଦ୍ୟାଳୟଗୁଡ଼ିକର ଲୋକାର୍ପଣ ଜୁନ୍‍ ମାସରେ ଶେଷ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ଟି ବିଦ୍ୟାଳୟର ରୂପାନ୍ତରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏନେଇ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ଓ ଡିଇଓଙ୍କ ସହିତ ଆଲୋଚନା ମଧ୍ୟ ହୋଇଛି। ବିଶେଷତଃ ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳର ସ୍କୁଲକୁ ଏହି ପର୍ଯ୍ୟାୟରେ ସାମିଲ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।
ପ୍ରଥମ ଦୁଇ ପର୍ଯ୍ୟାୟରେ ପାଖାପାଖି ୪ ହଜାର ସ୍କୁଲ ରୂପାନ୍ତରଣ ଶେଷ ହୋଇଥିବାବେଳେ ସରକାରୀ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‍ ଭଳି ଉନ୍ନତ ମାନର ଶିକ୍ଷଣୀୟ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି। ୨୦୨୪ ସୁଦ୍ଧା ରାଜ୍ୟର ୮ ହଜାର ସ୍କୁଲର ରୂପାନ୍ତରଣ କରିବା ନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି। ବିଗତ ଦୁଇ ପର୍ଯ୍ୟାୟରେ ନିର୍ଦ୍ଧାରିତ ଲକ୍ଷ୍ୟର ୫୦ ପ୍ରତିଶତ ରୂପାନ୍ତରଣ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟରେ ଆଉ ୨୫ ପ୍ରତିଶତକୁ ସାମିଲ୍‍ କରାଯାଇଛି। ତୃତୀୟ ପ୍ରତିଶତ ରୂପାନ୍ତରଣ ଶେଷ ହେବା ପରେ ଲକ୍ଷ୍ୟ ଅନୁଯାୟୀ ୭୫% ସ୍କୁଲର ରୂପାନ୍ତରଣ ଶେଷ ହେବ।
ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଉତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନେ ବହି ବଦଳରେ ଇ-କଟେଂଟ ଓ ସ୍ମାର୍ଟ କ୍ଲାସରୁମର ପ୍ରଜେକ୍ଟରରେ ପାଠ ପଢ଼଼ୁଛନ୍ତି। ସେମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦେବା ଲାଗି ଆବଶ୍ୟକ ଥିବା ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି।
ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତ୍ୟାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ତୃତୀୟ ପର୍ଯ୍ୟାୟରେ ୨୧୫୯ ସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ସାରିବା ପାଇଁ ବିଭାଗର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟର ୧୦୭୬ ସ୍କୁଲର ନବୀକରଣ ଓ ଲୋକାର୍ପଣ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୨ ହଜାର ୯୦୮ଟି ସ୍କୁଲକୁ ଲୋକାର୍ପଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରୟା ଆରମ୍ଭ ହୋଇଥିବାବେଳେ ଏଥିରେ ୨୧୫୯ଟି ସ୍କୁଲ ସାମିଲ୍‍ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଖୁବଶୀଘ୍ର ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରୟା ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ଥିବା ୧୧୮ଟି ସ୍କୁଲକୁ ତୃତୀୟ ପର୍ଯ୍ୟାୟ ଲୋକାର୍ପଣରେ ସାମିଲ କରାଯିବ। ଆବଶିଷ୍ଟ ସ୍କୁଲଗୁଡ଼ିକୁ ଆସନ୍ତା ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ଶେଷ ପାଇଁ ବିଭାଗ ଲକ୍ଷ୍ୟ ରଖିଛି।
‘୫-ଟି’ ହାଇସ୍କୁଲ ରୂପାନ୍ତରଣ : ତୃତୀୟ ପର୍ଯ୍ୟାୟରେ ସାମିଲ୍‍ ହେବ ଆଉ ୨ ହଜାର ସ୍କୁଲ
ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ‘୫-ଟି’ ହାଇସ୍କୁଲ ରୂପାନ୍ତରଣରେ ସାମିଲ ହୋଇଥିବା ବିଦ୍ୟାଳୟରଗୁଡ଼ିକର ଲୋକାର୍ପଣ ପ୍ରକ୍ରିୟା ଶେଷ ହୋଇଛି। ୬ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୨ ହଜାର ୯୦୮ଟି ସ୍କୁଲକୁ ଲୋକାର୍ପଣ କରିଛନ୍ତି। ତେବେ ତୃତୀୟ ପର୍ଯ୍ୟାୟ ପାଇଁ ସ୍କୁଲ ଚିହ୍ନଟ ପ୍ରକ୍ରୟା ଆରମ୍ଭ ହୋଇଥିବାବେଳେ ଏଥିରେ ୨ ହଜାର ସ୍କୁଲ ସାମିଲ୍‍ ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଖୁବଶୀଘ୍ର ସ୍କୁଲଗୁଡ଼ିକର ରୂପାନ୍ତରଣ ପ୍ରକ୍ରୟା ଆରମ୍ଭ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ବଳକା ଥିବା ୧୧୮ଟି ସ୍କୁଲକୁ ତୃତୀୟ ପର୍ଯ୍ୟାୟ ଲୋକାର୍ପଣରେ ସାମିଲ କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ବିଭାଗ ଲକ୍ଷ୍ୟ ରଖିଛି।
ସରକାରୀ ହାଇସ୍କୁଲ ଗୁଡ଼ିକରେ ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ, ସାଇନ୍ସଲ୍ୟାବ୍‍ ଭଳି ଉନ୍ନତ ମାନର ଶୈକ୍ଷିକ ଭିତ୍ତିଭୂମି ଉପଲବ୍ଧ କରାଯାଉଛି। ରୂପାନ୍ତରଣ ଯୋଜନାରେ ସରକାରୀ ସ୍କୁଲଗୁଡ଼ିକର ନବଜାଗରଣ ହେଉଛି। ପ୍ରାଥମିକ ପର୍ଯ୍ୟାୟରେ ୧ ହଜାର ୭୬ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨,୯୦୮ ସ୍କୁଲକୁ ଲୋକାର୍ପଣ କରାଯାଇଥିବାବେଳେ ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟର ୮ ହଜାର ସ୍କୁଲର ରୂପ ରୂପାନ୍ତରିତ କରିବା ନେଇ ସରକାରୀ ସ୍ତରରେ ଯୋଜନା ପ୍ରସ୍ତୁତ ହୋଇଛି। ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିରୁ ପ୍ରଥମ ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟତଃ ପୁରାତନ ଛାତ୍ରଛାତ୍ରୀ ତଥା ଆଲୁମିନି(ପୁରାତନ ଛାତ୍ରଛାତ୍ରୀ)ଙ୍କ ସହଯୋଗିତା, ଏସଏମସି ସଦସ୍ୟ ଓ ଜନସାଧାରଣଙ୍କ ସହଭାରିତା, ସ୍ଥାନୀୟ ଜନପ୍ରତିନିଧିଙ୍କ ସହଯୋଗ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ତଥା ପରୀକ୍ଷା ଫଳ ଆଧାରରେ ସ୍କୁଲ ଚୟନ କରାଯାଉଛି।
ରୂପାନ୍ତରଣ ଯୋଜନାରେ ଉନ୍ନତ ମାନର ଶିକ୍ଷାଦାନ ସହିତ ଅଭିଜ୍ଞ ଶିକ୍ଷକ, ଅତ୍ୟାଧୁନିକ ଶିକ୍ଷଣୀୟ ଉପକରଣ ଯୋଗାଇ ଦିଆଯାଉଛି। ବିଶେଷତଃ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ସହିତ ଉତମ ଶୈକ୍ଷିକ ବାତାବାରଣ ଉପରେ ଧ୍ୟାନ ଦିଆଯାଉଛି। ଉନ୍ନତ ମାନର ଶ୍ରେଣୀ ଗୃହ, ଖେଳ ପଡ଼ିଆ ସହିତ ଖେଳ ସାମଗ୍ରୀ, ସ୍ମାର୍ଟ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍‍ ଆଦି ସ୍କୁଲଗୁଡ଼ିକରେ ଯୋଗାଇ ଦିଆଯାଉଛି। ପିଲାମାନେ ବହି ବଦଳରେ ଏଣିକି ଇ-କଟେଂଟ ଓ ସ୍ମାର୍ଟ କ୍ଲାସରୁମର ପ୍ରଜେକ୍ଟରରେ ସେମାନଙ୍କୁ ଶିକ୍ଷାଦାନ ଦେବା ଲାଗି ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ଏଥିପାଇଁ ଶିକ୍ଷକମାନଙ୍କୁ ମଧ୍ୟ ଦକ୍ଷ କରାଯାଉଛି। ବିଭାଗ ପକ୍ଷରୁ ସ୍କୁଲ ଶିକ୍ଷକମାନଙ୍କୁ ସ୍କୁଲ ପରିଚାଳନା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଅତ୍ୟାଧୁନିକ ଯନ୍ତ୍ରାଂଶ ସାହାଯ୍ୟରେ ସେମାନେ କିପରି ଶିକ୍ଷାଦାନ କରିବେ ସେନେଇ ପ୍ରଶିକ୍ଷଣ ନେଉଛନ୍ତି।
ଅପରପକ୍ଷେ ସ୍ମାର୍ଟ ସ୍କୁଲରେ ପଢ଼଼ିବା ପାଇଁ ପିଲାମାନଙ୍କ ମଧ୍ୟରେ ପୂର୍ବ ଅପେକ୍ଷା ଆଗ୍ରହ ବଢ଼଼ୁଛି। ଘରୋଇ ସ୍କୁଲ ଭଳି ସୁସଜ୍ଜିତ ଓ ଅତଥାଧୁନିକ ଶ୍ରେଣୀ ଗୃହ, ପାଠାଗାର ଆଦି ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରୁଛି। ସ୍କୁଲଗୁଡ଼ିକର କେବଳ ଭିତ୍ତିଭୂମି ଉନ୍ନତିକରଣ ନୁହଁ, ସମ୍ପୃକ୍ତ ସ୍କୁଲଗୁଡ଼ିକରେ ଖାଲ ପଦ ପୂରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରକୁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ବିଭାଗ ପକ୍ଷରୁ କୁହାଯାଇଛି। ପର୍ଯ୍ୟାୟ କ୍ରମେ ରାଜ୍ୟର ଅବଶିଷ୍ଟ ହାଇସ୍କୁଲ ଓ ପ୍ରାଥମିକ ସ୍କୁଲ ଗୁଡ଼ିକର ମଧ୍ୟ ରୂପାନ୍ତରଣ କରାଯିବ ବୋଲି ଗଣଶିକ୍ଷା ବିଭାଗ କହିଛି।