Chilika Lake - The Sakala

ଚିଲିକା ନଳବଣରେ ଭୟାବହ ଅଗ୍ନିକାଣ୍ଡ: ୬ ଦିନ ହେଲା ଜଳୁଛି ନିଆଁ, ବିଦେଶାଗତ ପକ୍ଷୀଙ୍କ ଜୀବନ ସଙ୍କଟରେ
ପୁରୀ ଜିଲ୍ଲା ଅନ୍ତର୍ଗତ ଦୟା ଓ ଭାର୍ଗବୀ ନଦୀର ଚିଲିକା ସଙ୍ଗମ ସ୍ଥଳରେ ଥିବା ପ୍ରସିଦ୍ଧ ପକ୍ଷୀ ଅଭୟାରଣ୍ୟ ନଳବଣରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଆଜିକୁ ୬ ଦିନ ଧରି ଏଠାରେ ନିଆଁ ଲାଗି ରହିଥିବା ବେଳେ ଏହାକୁ ଆୟତ୍ତ କରିବା ସମ୍ଭବ ହୋଇପାରିନାହିଁ। ଫଳରେ ଏଠାରେ ଆଶ୍ରୟ ନେଇଥିବା ଲକ୍ଷାଧିକ ବିଦେଶାଗତ ପକ୍ଷୀଙ୍କ ଜୀବନ ଏବେ ବିପଦରେ ପଡ଼ିଛି।

ଅଗ୍ନିଶମ ବାହିନୀର ଉଦ୍ୟମ ଜାରି

ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ପ୍ରୟାସ ଜାରି ରହିଛି। ମିଳିଥିବା ସୂଚନା ଅନୁଯାୟୀ, କଣାସରୁ ୬ ଜଣିଆ ଏବଂ ଟାଙ୍ଗୀରୁ ୮ ଜଣିଆ ଅଗ୍ନିଶମ ଟିମ୍‌ ନିଆଁ ଲିଭାଇବା କାର୍ଯ୍ୟରେ ଦିନରାତି ନିୟୋଜିତ ଅଛନ୍ତି। ଅନବରତ ଉଦ୍ୟମ ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ରୂପେ ଲିଭିନାହିଁ, ଯାହା ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି।

ପକ୍ଷୀ ଶିକାର ପାଇଁ ନିଆଁ ଲଗାଯାଇଥିବା ସନ୍ଦେହ

ଶୀତଦିନେ ନଳବଣକୁ ବହୁ ସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ତେବେ ପକ୍ଷୀ ଶିକାର କରିବା ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ଉଦ୍ଦେଶ୍ୟମୂଳକ ଭାବେ ଏଭଳି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ଚିଲିକା ମଝିରେ ଥିବା ପ୍ରାୟ ୨ କିଲୋମିଟର ପରିବ୍ୟାପ୍ତ ଏହି ନଳବଣ ଅନେକ ପକ୍ଷୀ ତଥା ଜୀବଜନ୍ତୁଙ୍କ ପାଇଁ ଏକ ନିରାପଦ ବାସସ୍ଥାନ ହୋଇଆସିଛି। ଏହି ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ସେଠାକାର ଜୈବବିବିଧତା ପ୍ରତି ଗୁରୁତର ବିପଦ ସୃଷ୍ଟି ହୋଇଛି।

ମଝି ଚିଲିକାରେ ବାଟବଣା ହେଲା ସରକାରୀ ଭସାପୋଲ: ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଉଦ୍ଧାର
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅଞ୍ଚଳରେ ଲାଗିରହିଥିବା କାଳବୈଶାଖୀ ପ୍ରଭାବରେ ଏକ ବଡ଼ ଅଘଟଣ ଘଟିଯାଇଛି। ସନ୍ଧ୍ୟା ସମୟରେ ସାତପଡ଼ା ଘାଟରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ଏକ ସରକାରୀ ଭସାପୋଲ ଦିଗହରା ହୋଇ ମଝି ଚିଲିକାରେ ବାଟବଣା ହୋଇଯାଇଥିଲା। ଫଳରେ ଏଥିରେ ଥିବା ୫୦ରୁ ଅଧିକ ଯାତ୍ରୀ ଏବଂ ବହୁ ଯାନବାହନ ଦୀର୍ଘ ସମୟ ଧରି ପାଣିରେ ଫସି ରହିଥିଲେ।

କାଳବୈଶାଖୀ ଯୋଗୁଁ ବିଗିଡ଼ିଲା ସ୍ଥିତି

ଗତ କିଛି ଦିନ ହେବ ସ୍ଥାନୀୟ ଅଞ୍ଚଳରେ ପାଗ ଖରାପ ରହିଛି। ଭସାପୋଲଟି ଯାତ୍ରା କରୁଥିବା ସମୟରେ ହଠାତ୍ ପବନ ଓ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। କାଳବୈଶାଖୀ ଜନିତ ଅନ୍ଧକାର କାରଣରୁ ଭସାପୋଲର ଚାଳକ ଦିଗ ନିର୍ଣ୍ଣୟ କରିବାରେ ବିଫଳ ହୋଇଥିଲେ। ନିଜର ଗନ୍ତବ୍ୟସ୍ଥଳକୁ ଯାଇନପାରି ଏହି ଭସାପୋଲଟି ମଇଁଷା ବ୍ରହ୍ମପୁର ଗାଁ ନିକଟରେ ଅଟକି ରହିଥିଲା। ସୂଚନା ଅନୁଯାୟୀ, ଏହି ଭସାପୋଲରେ ଯାତ୍ରୀଙ୍କ ସମେତ ୫ଟି କାର୍ ଏବଂ ୧୦ଟି ବାଇକ୍ ମଧ୍ୟ ରହିଥିଲା। ଚତୁର୍ଦ୍ଦିଗରେ ଘନ ଅନ୍ଧକାର ଓ ପାଣି ଘେରି ରହିଥିବାରୁ ଯାତ୍ରୀମାନେ ଅତ୍ୟନ୍ତ ଭୟଭୀତ ହୋଇ ମୋବାଇଲ୍ ଫୋନ୍ ଯୋଗେ ପ୍ରଶାସନକୁ ଉଦ୍ଧାର ପାଇଁ ନିବେଦନ କରିଥିଲେ।

ପୋଲିସ ଓ ପ୍ରଶାସନର ତ୍ୱରିତ ପଦକ୍ଷେପ

ଖବର ପାଇବା ମାତ୍ରେ କୃଷ୍ଣପ୍ରସାଦ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ପାଣିପାଗ ଖରାପ ଏବଂ ରାତିର ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ପ୍ରାରମ୍ଭିକ ବାଧା ଉପୁଜିଥିଲେ ମଧ୍ୟ ବିପର୍ଯ୍ୟୟ ପରିଚାଳନା ଟିମ୍ ସହାୟତାରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଥିଲା। ବିଳମ୍ବିତ ରାତିରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ଯାତ୍ରୀ ଏବଂ ମୋଟରସାଇକେଲ୍ ଗୁଡ଼ିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରବର୍ତ୍ତୀ ସମୟରେ, ଅର୍ଥାତ୍ ଆଜି ସକାଳେ ଭସାପୋଲଟିକୁ ଜହ୍ନିକୁଦା ପେଣ୍ଠ ଜେଟି ନିକଟକୁ ଅଣାଯାଇ ସେଥିରେ ଥିବା କାର୍ ଗୁଡ଼ିକୁ ମଧ୍ୟ ସୁରକ୍ଷିତ ଭାବେ କୂଳକୁ ଅଣାଯାଇଛି।

ଚିଲିକା ବକ୍ଷରେ ବେଆଇନ ପାର୍କିଂ ନିର୍ମାଣ: ଜୀବିକା ହରାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ମତ୍ସ୍ୟଜୀବୀ
ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବ୍ରହ୍ମଗିରି ତହସିଲ ଅଞ୍ଚଳରେ ଚିଲିକା ହ୍ରଦର ସୁରକ୍ଷାକୁ ନେଇ ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ହୋଇଛି ଯେ, ବେଆଇନ ଭାବେ ଚିଲିକା ଜଳରାଶିକୁ ପୋତି ସେଠାରେ ପାର୍କିଂ ସ୍ଥଳ ନିର୍ମାଣ କରାଯାଉଛି। ଏଭଳି ବେଆଇନ କାର୍ଯ୍ୟ ସତ୍ତ୍ୱେ ବ୍ରହ୍ମଗିରି ତହସିଲଦାର ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (CDA) ନୀରବଦ୍ରଷ୍ଟା ସାଜିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସ୍ଥାନୀୟ ବାସିନ୍ଦା ଏବଂ ମତ୍ସ୍ୟଜୀବୀମାନଙ୍କ କହିବା ଅନୁଯାୟୀ, ଚିଲିକାର ପ୍ରାକୃତିକ ପରିବେଶକୁ ନଷ୍ଟ କରି ମାଟି ପୋତି ପାର୍କିଂ ତିଆରି କରିବା ଦ୍ୱାରା ଏହାର କୁପ୍ରଭାବ ଜୈବବିବିଧତା ଉପରେ ପଡୁଛି। ଏହା ଫଳରେ ମାଛ ଉତ୍ପାଦନ ହ୍ରାସ ପାଉଥିବାରୁ ଏହା ଉପରେ ନିର୍ଭରଶୀଳ ଶତାଧିକ ମତ୍ସ୍ୟଜୀବୀ ପରିବାର ଏବେ ଜୀବିକା ହରାଇବାକୁ ବସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ପେଟ ପୋଷିବା ପାଇଁ ଅନେକ ମତ୍ସ୍ୟଜୀବୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ପଳାୟନ କରୁଛନ୍ତି।

ପରିବେଶ ସୁରକ୍ଷା ଆଇନ ଏବଂ ଚିଲିକା ସୁରକ୍ଷା ନିୟମାବଳୀର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏନେଇ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଓ ସଚେତନ ନାଗରିକମାନେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି। ତୁରନ୍ତ ଏହି ବେଆଇନ ନିର୍ମାଣ ବନ୍ଦ କରିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ମା’ କାଳିଜାଈଙ୍କ ପୀଠରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼; ଚଳଚଞ୍ଚଳ ହେଲା ଚିଲିକା
ପୁରୀ ଜିଲ୍ଲା ଅନ୍ତର୍ଗତ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମା’ କାଳିଜାଈଙ୍କ ପୀଠରେ ବଡ଼ଦିନ ଛୁଟି ପାଇଁ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁଙ୍କ ଆଗମନ ଯୋଗୁଁ ଚିଲିକାର ପରିବେଶ ବେଶ୍ ଚଳଚଞ୍ଚଳ ହୋଇଉଠିଛି। ସକାଳଠାରୁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ଧାଡ଼ି ବାନ୍ଧି ମା’ଙ୍କ ଦର୍ଶନ କରିବା ସହ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିଛନ୍ତି।

ପର୍ଯ୍ୟଟକମାନେ ମା’ କାଳିଜାଈଙ୍କ ଦର୍ଶନ ସହିତ ଚିଲିକାର ନୀଳ ଜଳରାଶିରେ ନୌକାବିହାର, ବିଦେଶାଗତ ପକ୍ଷୀ ଓ ଡଲଫିନ ଦେଖିବାର ମଜା ନେଇଥିଲେ। ପର୍ଯ୍ୟଟକଙ୍କ ଯାତାୟାତ ପାଇଁ ଗଙ୍ଗାଧରପୁରର ବାବା ଗାଦିଶ୍ୱର ଦେବ ମୋଟର ବୋଟ ଆସୋସିଏସନ, ମିର୍ଜାପୁର ନୌବିହାର ଆସୋସିଏସନ, ଗବକୁଣ୍ଡ ଇକୋ ଟୁରିଜିମ୍ ଏବଂ ସାତପଡ଼ା ଆଦି ସ୍ଥାନରୁ ବ୍ୟାପକ ଡଙ୍ଗା ଓ ଲଞ୍ଚର ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ପୀଠକୁ ଆସିଥିବା ସୂଚନା ମିଳିଛି।

ଭିଡ଼କୁ ନିୟନ୍ତ୍ରଣ କରିବା ଓ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରର ମାର୍ଫତଦାର ତଥା ପାରିକୁଦ ରାଜା ସନ୍ତୋଷ ଚନ୍ଦ୍ର ଦେଓଙ୍କ ନିର୍ଦ୍ଦେଶରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କୃଷ୍ଣପ୍ରସାଦ ପୋଲିସ ଉପଖଣ୍ଡ ଅଧିକାରୀ ଭାବଗ୍ରାହୀ ରାଉତ ଏବଂ ତହସିଲଦାର ବିକାଶ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଅରଖକୁଦା ସାମୁଦ୍ରିକ ଥାନା ଓ ସାତପଡ଼ା ପୋଲିସ ପକ୍ଷରୁ ମଧ୍ୟ କଡ଼ା ନଜର ରଖାଯାଇଛି। ତେବେ କିଛି ଡଙ୍ଗା ଚାଳକ ନିୟମ ଉଲ୍ଲଙ୍ଘନ କରି ବିନା ଲାଇଫ୍ ଜାକେଟରେ ଯାତ୍ରୀ ପରିବହନ କରୁଥିବା ଦେଖିବାକୁ ମିଳିଥିବାରୁ, ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶାସନ ଅଧିକ କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଆଗକୁ ପ୍ରସିଦ୍ଧ ମକର ମେଳା ଥିବାରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ରାଜ୍ୟରେ ଜାନୁଆରୀ ୬ରୁ ଆରମ୍ଭ ହେବ ପକ୍ଷୀ ଗଣନା....
ଭୁବନେଶ୍ୱର: ରାଜ୍ୟରେ ଏବେ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଜାନୁଆରୀ ୬ ତାରିଖରୁ ରାଜ୍ୟରେ ପକ୍ଷୀ ଗଣନା ଆରମ୍ଭ ହେବ। ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି। ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ।

ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ପକ୍ଷୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଉଭୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ପକ୍ଷୀମାନଙ୍କ ସଂରକ୍ଷଣ ଏବଂ ପର୍ଯ୍ୟଟନର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି। ବିଭିନ୍ନ ସ୍ଥାନରେ ଆଧୁନିକ ୱାଚ୍ ଟାୱାର ଏବଂ ଏନକ୍ଲୋଜର ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟଟକମାନେ ସୁବିଧାରେ ପକ୍ଷୀ ଦେଖିପାରିବେ। ଅନ୍ୟପକ୍ଷରେ, ପକ୍ଷୀ ଶିକାର ରୋକିବା ପାଇଁ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ। ଶିକାରୀମାନଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ରାଜ୍ୟସଭାରେ ଚିଲିକା ପ୍ରସଙ୍ଗ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର: ଚିଲିକାରେ ବେଆଇନ ଭାବେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ। ମାଛ ଧରା ଓ ବେଆଇନ ଚିଙ୍ଗୁଡି ଘେରାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ସେ କହିଛନ୍ତି ଯେ, ଚିଲିକାରେ ଖାରି ଓ ମଧୁର ପାଣିର ସମିଶ୍ରଣ ଥିବାରୁ ବିଭିନ୍ନ ପ୍ରଜାତିର ମାଛ ଉତ୍ପାଦନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ । ଖଇଙ୍ଗା, ଚିଙ୍ଗୁଡ଼ି, କଙ୍କଡା, ଏହାର ଜୈବ ବିବିଧତାକୁ ବଜାୟ ରଖିଥାନ୍ତି। କିନ୍ତୁ ଚିଲିକାରେ ବେଆଇନ ମାଛଧରା ଯୋଗୁ ଚିଲିକାର ଜୈବ ବିବିଧତା ନଷ୍ଟ ହେବାକୁ ନେଇ ସଂସଦରେ ଉଦବେଗ ପ୍ରକାଶ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। କେବଳ ସ୍ଥାନୀୟ ମତ୍ସ୍ୟଜୀବୀ ନୁହନ୍ତି, କିଛି ବାହାର ମତ୍ସ୍ୟଜୀବୀ ଚିଲିକାରୁ ବେଆଇନ ଭାବେ ମାଛ ଧରୁଛନ୍ତି। ବଡ ମାଛ ଓ ଚିଙ୍ଗୁଡି ଯାଅଁଳ ମାରିଦିଆଯାଉଛି । ଯାହା ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ପ୍ରଭାବିତ ହେଉଛି। ମାଛ ମାରିବା ଦ୍ୱାରା ଚିଲିକା ଜଳ ଦୂଷିତ ହେବା ସହ ପରିବେଶ ସନ୍ତୁଳନ ବିଗୁଡୁଛି । ଏହା ସହ ଚିଲିକାର ବିଶ୍ୱ ପ୍ରସିଦ୍ଧ ସୁସ୍ୱାଦୁ ଖଙ୍ଗା ମାଛ ଏବେ ବିଲୁପ୍ତ ହେବାକୁ ବସିଲାଣି, ତେଣୁ ଭବିଷ୍ୟତ ପାଇଁ ବେଆଇନ ଚିଙ୍ଗୁଡି ଘେରିକୁ ବନ୍ଦ କରିବା ସହ ବିଭାଗୀୟ ମନ୍ତ୍ରାଳୟ ସଂରକ୍ଷଣ ନୀତି ଲାଗୁ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତଥା ବୈଚିତ୍ରମୟ ଜୈବ ବିବିଧତାର ବିରଳ ଭଣ୍ଡାର ମରାଳମାଳିନୀ ନୀଳାମ୍ବୁ ଚିଲିକା
ଚିଲିକା(ରଞ୍ଜିତ୍‌‌ ସାମନ୍ତରାୟ ଓ ଶିବଶଙ୍କର ପଣ୍ଡା): ପ୍ରକୃତିର ଗନ୍ତାଘର ନୈସର୍ଗିକ ସୌନ୍ଦର୍ଯ୍ୟର ଅପସରା ଭୁବନ, ଅନବଦ୍ୟ ସୃଷ୍ଟି ଏବଂ ଚମତ୍କାରିତାର ଏକ ଶ୍ରେଷ୍ଠ ନିଦର୍ଶନ ହେଉଛି ପକ୍ଷୀତୀର୍ଥ ମରାଳମାଳିନୀ ନୀଳାମ୍ବୁ ଚିଲିକା। ଯାହା ଏସିଆ ମହାଦେଶର ସର୍ବବୃହତ୍‌ ଲବଣ ହ୍ରଦର ମାନ୍ୟତା ପାଇଛି। ଚିଲିକାର ମନୋରମ ପ୍ରାକୃତିକ ଦୃଶ୍ୟରାଜି ସମେତ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

କାହା ପାଇଁ ଚିଲିକା ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ତ ଆଉ କାହା ପାଇଁ ବୈଚିତ୍ରମୟ ଜୈବ ବିବିଧତାର ଏକ ବିରଳ ଭଣ୍ଡାର। ଏହାର ସବୁଜିମା, କୂଳ କୂଳ ନାଦର ଢେଉ, ରଙ୍ଗ ବେରଙ୍ଗ ପକ୍ଷୀଙ୍କର କାକଳୀ, ଡଲ୍‌‌ଫିନର ଡେଣା ହଲା ଜଳକ୍ରୀଡ଼ା, ମାଛ ଚିଙ୍ଗୁଡ଼ି ଓ ଙ୍କଙ୍କଡ଼ାର ଭଣ୍ଡାର ସହ ଉତ୍କଳ ବିଳାସମୟୀ ନୀଳମ୍ବୁ ଚିଲିକା ମା’ ଲକ୍ଷୀଙ୍କର ଏକ ବରଦାନ। ଜଳଚର ଜୀବଜନ୍ତୁ ପକ୍ଷୀଙ୍କର ଗୁଞ୍ଜରଣ ସହ ଡେଣା ହଲା କିଚିରି ମିଚିରି ଶବ୍ଦରେ ବିଚରଣ, ନୀଳ ଜଳରାଶିର ଢେଉ, ନାଉରିଆ ପୁଅର ତଲେଇ ଠିଆକରି ଓ କାତମାରି ଡ଼ଙ୍ଗା ବାହିନେବା ଏବଂ ଭାସମାନ ଗୁଳ୍ମ ପ୍ରଭୃତିର ସୌନ୍ଦର୍ଯ୍ୟ ଯେତିକି ଆକର୍ଷଣୀୟ ମାନବୀୟ କଳ୍ପନାକୁ ଆନ୍ଦୋଳିତ ଏବଂ ଇନ୍ଦ୍ରୀୟାନୁଭୂତିକୁ ଉନ୍ମାଦିତ କରିବାର ଭୂମିକା ସେତିକି ଅନନ୍ୟ। କେବଳ ସେତିକି ନୁହେଁ, ଉପକୂଳବର୍ତ୍ତୀ ଗ୍ରାମର ହଜାର ହଜାର ପରିବାର ଲୋକେ ପେଟପାଟଣା ପାଇଁ ଚିଲିକା ଉପରେ ନିର୍ଭର କରିଆସୁଛନ୍ତି।

ଚିଲିକାରେ ଲୁଣି ପାଣି ସହ ବିଭିନ୍ନ ପ୍ରଜାତିର ଗୁଳ୍ମ ଜାତୀୟ ଉଦ୍ଭିଦ ଓ ହରିତ୍‌‌ଶୈବାଳ ବହୁ ପରିମାଣରେ ଥିବାରୁ ଏଠାରେ ପ୍ରାୟ ୨୨୩ ପ୍ରକାରର ମାଛ ଦେଖାଯାଆନ୍ତି। କିନ୍ତୁ ୧୯୮୦ ମସିହାରୁ ଏଠାରେ ଆରମ୍ଭ ହୋଇଥିଲା ଚିଙ୍ଗୁଡ଼ିଚାଷ। ଯାହାକି ପରବର୍ତ୍ତୀ ସମୟରେ ଚିଲିକାର ଶାନ୍ତ ବାତାବରଣକୁ ଅଶାନ୍ତ କରିଦେଇଛି ବୋଲି କୁହନ୍ତି ମତ୍ସ୍ୟଜୀବୀ ଗଣେଶ ଭୂୟାଁ। ଡଙ୍ଗା ଅଛି, ଜାଲ ଅଛି ମାତ୍ର ମିଳୁଥିବା ମାଛର ପରିମାଣ ପୂର୍ବାପେକ୍ଷା ଅତିକମ୍‌‌ ବୋଲି ସେ କୁହନ୍ତି। ମିଳିଥିବା ସୂଚନା ଅନୁଯାୟୀ ଚିଲିକା ଉପରେ ପ୍ରାୟ ୧୩୨ଟି ଗ୍ରାମର ୧୨ହଜାର ୩ଶହରୁ ଅଧିକ ମତ୍ସ୍ୟଜୀବୀ ପରିବାର ନିର୍ଭର କରି ମାଛ ମାରି ଜୀବିକା ନିର୍ବାହ କରି ଆସୁଛନ୍ତି। ପୂର୍ବରୁ ମତ୍ସ୍ୟଜୀବୀମାନଙ୍କୁ ସହାୟତା କରିବାକୁ ପ୍ରାୟ ୬୬ଟି ସମବାୟ ସମିତି ଗଠନ କରାଯାଇଥିବା ବେଳେ ୧୨ଟି ଜେଟି ମଧ୍ୟ ନିର୍ମାଣ ହୋଇଥିଲା। ଏବେ କିନ୍ତୁ ଚିଲିକାର ମୁହାଣ ପୋତି ହୋଇଯିବାରୁ ସମୁଦ୍ରରୁ ମାଛ ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ମତ୍ସ୍ୟ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି।

ବିଦେଶୀ ପକ୍ଷୀଙ୍କ ଭୂସ୍ୱର୍ଗ

ସେହିପରି ଶୀତ ପଡ଼ିବା ମାତ୍ରେ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ଼ ହୋଇଥାଏ। ଚିଲିକାରେ ମନୋରମ ଦୃଶ୍ୟ ସହ ବିଭିନ୍ନ ରଙ୍ଗବେରଙ୍ଗ ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌‌ ଆକୃଷ୍ଟ କରିଥାଏ। ବିଶେଷକରି ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡ଼ିରେ ଲକ୍ଷ ଲକ୍ଷ ପକ୍ଷୀଙ୍କ ସମାଗମ ହେଉଥିବାରୁ ଏହାକୁ ପକ୍ଷୀଙ୍କ ଭୂସ୍ୱର୍ଗ ବୋଲି କୁହାଯାଏ। ଫଳରେ ଏହି ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ମଙ୍ଗଳାଯୋଡ଼ିରୁ ଚିଲିକାର ନୀଳ ଜଳରାଶି, ପ୍ରକୃତିର ନୈସର୍ଗିକ ଦୃଶ୍ୟପଟ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରୁଛି। ଏଥିସହିତ ପକ୍ଷୀଙ୍କ ସମାହାର ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ନୀଳ ଜଳରାଶିରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ଦେଶବିଶେଷର ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କ୍ୟାମେରା ଲେନ୍ସରେ ପକ୍ଷୀଙ୍କ ଉଡ଼ନ୍ତା ଦୃଶ୍ୟ ହେଉ କି ନଳବଣ, ରାଜଦଳରେ ଖାଦ୍ୟ ଅନ୍ୱେଷଣ କରୁଥିବା ପକ୍ଷୀଙ୍କ ଫଟୋ ଉଠାଇବା ପାଇଁ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରିଆସୁଛି। ଗତ ଶୀତଋତୁରେ ଚିଲିକାକୁ ୧୧ ଲକ୍ଷ ୩୧ହଜାର ୯୨୯ପକ୍ଷୀଙ୍କ ସମାଗମ ହୋଇଥିଲା। ତନ୍ମଧ୍ୟରେ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ହଜାର ୪୯ଟି ବିଦେଶାଗତ ପକ୍ଷୀ, ସ୍ଥାନୀୟ ଅଞ୍ଚଳର ୭୯ପ୍ରଜାତିର ୩୮ହଜାର ୮୮୦ଟି ପକ୍ଷୀ ରହିଥିଲେ। ପକ୍ଷୀଙ୍କ ସୁରକ୍ଷା ପାଇଁ ଏହି ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମୁଖ୍ୟତଃ ଖୋର୍ଦ୍ଧାର ମଙ୍ଗଳାଯୋଡ଼ି, ଭୁଷଣ୍ଡପୁର, ବାଲିପାଟପୁର, ଦେଏପୁର, ଢୋଲପୁର, ବରୁଣପଡ଼ା, ହାଲିସିଙ୍ଗ, ଅଭିମାନପୁର, ସୁନ୍ଦରପୁର, ନଇରୀ, ସୋରଣ ପ୍ରଭୃତି ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରାଯାଉଛି।

ଡଲ୍‌ଫିନଙ୍କ ଭୂସ୍ବର୍ଗ

୨୦୨୪ ଜାନୁଆରୀ ଡଲଫିନ୍ ଗଣନା ମୁତାବକ ସମଗ୍ର ଚିଲିକା ହ୍ରଦ ମଧ୍ୟରେ ମୋଟ ୧୭୩ଟି ଡଲଫିନ୍ ଦେଖିବାକୁ ମିଳିଥିଲା ବେଳେ ସେଥି ମଧ୍ୟରେ ଇରାୱାଡି ପ୍ରଜାତିର ଡଲଫିନ୍ ୧୫୪ଟି ଏବଂ ୧୯ଟି ବଟଲ୍ ନୋଜ ପ୍ରଜାତିର ଡଲଫିନ ରହିଛନ୍ତି। ସେଥÒମଧ୍ୟରୁ ଚିଲିକା ଜଳରାଶିର ସାତପଡା ଅଞ୍ଚଳରେ ରହିଛନ୍ତି ମୋଟ ୨୨ଟି ଡଲ୍ଫିନ। ସେମାନେ ବିଭିନ୍ନ ସମୟରେ ଜଳକ୍ରୀଡ଼ା କରିବାର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଆସୁଛି। ପକ୍ଷୀ ଅଭୟାରଣ୍ୟ ନଳବଣ ହୋଇ ଥିବା ବେଳେ ଡଲଫିନ୍ ଅଭୟାରଣ୍ୟ ଭାବେ ସାତପଡ଼ା ବୁଝାଯାଇଥାଏ। ଡଲ୍ଫିନର ଜଳକ୍ରୀଡ଼ା ଦେଖିବାକୁ ବର୍ଷସାରା ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ପୀଠ ଓ ପର୍ଯ୍ୟଟନ

ଅନ୍ୟପକ୍ଷରେ ଚିଲିକା ମଧ୍ୟରେ ରହିଛି ଚଢ଼େଇହଗା ପାହାଡ଼ ଓ ମା’କାଳିଯାଈଙ୍କ ମନ୍ଦିର ଆଉ ପାହାଡ଼। ଦିନତମାମ ଚିଲିକାର ଜଳରାଶି ଉପରେ ଘୂରିବୁଲିବା ପରେ ସୂର୍ଯ୍ୟାସ୍ତ ହେଲେ ପକ୍ଷୀମାନେ ଏହି ପାହାଡ଼ ଦୁଇଟିରେ ଆଶ୍ରୟ ନେଇଥାନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟମୟୀ ଚିଲିକାର ଚର୍ତୁଃପାର୍ଶ୍ବରେ ରହିଛି ବହୁ ପର୍ଯ୍ୟଟନସ୍ଥଳୀ ଓ ମଧ୍ୟଭାଗରେ ରହିଛି ପାରିକୁଦ ଗଡ଼। ଚିଲିକା ହ୍ରଦ ମଧ୍ୟରେ ମା’କାଳିଯାଈ ମନ୍ଦିର, ପକ୍ଷୀତୀର୍ଥ ନଳବଣ, ଡଲ୍‌‌ଫିନଙ୍କ ବିଚରଣ ସ୍ଥଳ ସାତପଡ଼ା, ସମୁଦ୍ର ଓ ଚିଲିକାର ମିଶ୍ରଣସ୍ଥଳ ସମୁଦ୍ର ମୁହାଣ ରାଜହଂସ ତଥା ସି-ମାଉଥ୍‌‌, ଚିଲିକା ତଟବର୍ତ୍ତୀ ଅଞ୍ଚଳ ବୋଟ୍‌‌ ଡାଇଭିଙ୍ଗ୍‌‌ ବଡ଼କୂଳ ପାନ୍ଥନିବାସ, ନିକଟବର୍ତ୍ତୀ ପର୍ଯ୍ୟଟନ କ୍ଷେତ୍ର ମା’ନାରାୟଣୀ ପୀଠ, ଶାଳିଆ ଡ୍ୟାମ୍‌‌, ମା’ ଭଗବତୀ ପୀଠ, ଜଙ୍ଗଲ ମଧ୍ୟରେ ଅବସ୍ଥିତା ମା’ ବୀରଜାଈ ପୀଠ, ମା’ ମାଳ ତାରିଣୀ ପୀଠ, ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣଶିଖରୀ ଓ ଏସିଆର ସର୍ବବୃହତମ ଶାଳ ସାଗୁଆନ ଜଙ୍ଗଲ ବରବରା ଅଜି ପର୍ଯ୍ୟଟନସ୍ଥଳ, ଯେଉଁଠାରେ ବର୍ଷତମାମ ପର୍ଯ୍ୟଟକଙ୍କର ବଣଭୋଜିର ଆସର ଜମେ।

କମୁଛି ଜଳାୟତନ

ପ୍ରାୟ ୪୦ବର୍ଷ ତଳେ ଚିଲିକାର ଆୟତନ ଥିଲା ୨୪୫୦ବର୍ଗ କିଲୋମିଟର। ପରେ ଖୋର୍ଦ୍ଧା, ପୁରୀ ଏବଂ ଗଞ୍ଜାମ ଜିଲ୍ଲାରେ ୧୧୬୬ବର୍ଗ କିଲୋମିଟର ଇଲକାରେ ପରିବ୍ୟାପ୍ତ ରହିଥିଲା। କ୍ରମେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଚିଲିକା ଏକହଜାର କିଲୋମିଟର ମଧ୍ୟରେ ସୀମିତ ରହିଥିବା ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାର ୭୪.୩୩ ବର୍ଗ କିଲୋମିଟର, ଖୋର୍ଦ୍ଧା ଜିଲ୍ଲାର ୭୨.୯୯ ବର୍ଗ କିଲୋମିଟର ଏବଂ ପୁରୀ ଜିଲ୍ଲାର ୮୮୪.୫୬ ବର୍ଗ କିଲୋମିଟର ପର୍ଯ୍ୟନ୍ତ ବ୍ୟାପ୍ତ ଚିଲିକାରେ ଛୋଟବଡ଼ ୫୨ଟି ନଦୀ ନାଳ ମିଶିଛି। ଖରାଦିନେ ଚିଲିକାରେ ଜଳଧାରଣ କ୍ଷମତା କମୁଥିବା ବେଳେ ବର୍ଷା ଋତୁରେ ପାଣି ଆସିଲେ ଏହା ପରିସୀମା ବୃଦ୍ଧି ପାଉଛି। ଖରାଦିନେ ଏହା ପ୍ରାୟ ୯ଶହ ବର୍ଗ କିଲୋମିଟର ଏବଂ ବର୍ଷା ଦିନେ ପ୍ରାୟ ୧୧ଶହ ବର୍ଗ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥାଏ। ମୁଖ୍ୟ ସମସ୍ୟା ହେଉଛି ବର୍ଷା ଦିନେ ଚିଲିକାରେ ମିଶିଥିବା ନଦୀଗୁଡ଼ିକରେ ମାଟିଗୋଡ଼ି, ବାଲି କାଦୁଅ ଆସି ଧୀରେ ଧୀରେ ପୋତି ହେବାକୁ ବସିଲାଣି। ପ୍ଲାଷ୍ଟିକ୍‌‌, ପଲିଥିନ ବର୍ଜ୍ୟବସ୍ତୁ ନଦୀ ନାଳରୁ ଯାଇ ଚିଲିକାରେ ମିଶୁଛି। ଏହା ଦ୍ୱାରା ଜଳଚର ଜୀବଙ୍କ ଉପରେ ପ୍ରଭାବ ପଡୁଛି। ସେହିଭଳି ଚିଲିକାର ପ୍ରାୟ ୧୫୦ବର୍ଗ କିଲୋମିଟର ଇଲାକାରେ ନଳଘାସ ପରିପୂର୍ଣ୍ଣ ହୋଇ ରହିଛି। ପୁରୀ ଜିଲ୍ଲାର ବରକୁଦଠାରୁ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ କୁମଣ୍ଡପାଟଣା, ସୋରଣ, ଭୂଷଣ୍ଡପୁର ପ୍ରଭୃତି ଉପକୂଳ ପର୍ଯ୍ୟନ୍ତ ନଳଘାସ ପୂର୍ଣ୍ଣ ହୋଇରହିଛି। ଗତ ୧୯୯୯ ମହାବାତ୍ୟା ଠାରୁ ବର୍ତ୍ତମାନ ମଧ୍ୟରେ ସରୁ ବାଉଁଶ ଚିଲିକାର ବିଭିନ୍ନ ଅଞ୍ଚଳକୁ ମାଡ଼ିଗଲାଣି।

ଘେରି ପାଇଁ ଘୋର ଚିନ୍ତା

ଚିଲିକାର ଅନ୍ୟତମ ସମସ୍ୟା ହେଉଛି ଚିଙ୍ଗୁଡ଼ି ଘେରି। ଚିଲିକାରେ ଜାଲ ଓ ବାଉଁଶ ବିଛାଇ ବେଆଇନ ଭାବେ ରହିଥିବା ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୩ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି, ଚିଲିକା ବ୍ଲକ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ, ବ୍ରହ୍ମଗିରି ଏବଂ ଗଞ୍ଜାମ ଜିଲ୍ଲା ଉପକୂଳବର୍ତ୍ତୀ ଅଞ୍ଚଳରୁ ଘେରି ଉଚ୍ଛେଦ ଜାରିରହିଛି। ଯେତିକି ଉଚ୍ଛେଦ ହେଉଛି ପୁଣି ଧୀରେ ଧୀରେ ବଢ଼଼ିଚାଲିଛି। ବେଆଇନ ଘେରି ଯୋଗୁଁ ଚିଲିକା ଅବରୋଧ ସହ ଏଥିରେ ବ୍ୟବହୃତ ରାସାୟନିକ ପଦାର୍ଥ ପରିବେଶ ପାଇଁ ବିପଦ ସୃଷ୍ଟି କରୁଛି। ଚିଲିକାରେ ଘେରି ଉଚ୍ଛେଦ ସହ ଉପକୂଳବର୍ତ୍ତୀ ଇଲାକାରେ ରହିଥିବା ମାଟିର ଘେରି (ମାଟିବନ୍ଧ) କରି ଚିଙ୍ଗୁଡ଼ି ଚାଷ ଚାଲିଛି। ଏହି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଟାଙ୍ଗି ବ୍ଲକ ଭୁଷଣ୍ଡପୁର ଅଞ୍ଚଳରେ ଦୀର୍ଘଦିନ ରହିଥିବା ଏକର ଏକର ମାଟିବନ୍ଧକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜେସିବି ସାହାର୍ଯ୍ୟରେ ନଷ୍ଟ କରାଯାଇଛି। ସେହିପରି ଚିଲିକାରେ ୩ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକାରେ ପାଟ୍ରୋଲିଂ ମଧ୍ୟ କରାଯାଉଛି। ଚିଲିକାର ପରିବେଶ ସୁଧାରିବା ପାଇଁ ପ୍ରୟାସ ଜାରିରହିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା, ଡଙ୍ଗାରେ ଥିଲେ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ
ଚିଲିକା: ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଫସିଲା ଡଙ୍ଗା । ଫଳରେ ଡଙ୍ଗାରେ ଥିବା ୨୦ରୁ ଅଧିକ ଶ୍ରଦ୍ଧାଳୁ ଚିଲିକା ମଝିରେ ଫସିଯାଇଛନ୍ତି । ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫଶିଥିବା ଜଣାପଡିଛି । ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ଗଡ଼ରୁ ଆଜି ପବିତ୍ର ମକର ଯାତ୍ରା ପାଇଁ ହେଉଥିବା ଯଜ୍ଞ ଦେଖିବାକୁ ଓ ମା’ କାଳିଜାଇଙ୍କ ଦର୍ଶନ ପାଇଁ ଯାତ୍ରୀମାନେ ଯାଉଥିବା ସୂଚନା । ଚିଲିକାରେ ଅତ୍ୟଧିକ ଘନ କୁହୁଡି ପାଇଁ ଡଙ୍ଗାଟି ଦିଗହରା ହୋଇ ଫସିଛି ।

ଆଜିଠୁ ଚିଲିକାରେ ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ଚାଲିବ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଚିଲିକା: ଆଜିଠୁ ଚିଲିକାରେ ବୁଲିବ ବହୁ ପ୍ରତିକ୍ଷୀତ ଓଡ଼ିଶାର ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ୍ ’ଗରୁଡ଼’ । ସକାଳ ୯ଟା ୩୦ରେ ଭର୍ଚୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦଘାଟନ ସମୟରେ ଉପସ୍ଥିତ ରହିବେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବନୀ କୁମାର ପାତ୍ର । ଗରୁଡ଼ ବୋଟରେ ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରିଯାପନ ବ୍ୟବସ୍ଥା ଇତ୍ୟାଦିର ମଜା ନେଇପାରିବେ ପର୍ଯ୍ୟଟକ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି ।

ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ଫୁଟ୍, ଓସାର ୨୨ଫୁଟ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ଅଛି । ୩୦ ଜଣ ଲୋକ ଏକାଠି ହୋଇପାରିବେ । ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ହାଇ ଟି, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟରେ ଥିବା ପ୍ରାଇଭେଟ୍ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍ ରହିଛି । ଦୁଇଟି ସୁଟ୍ ରୁମରେ ନୀଳାମ୍ବୁ ଚିଲାକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ । ତା’ ସାଙ୍ଗକୁ କିଙ୍ଗ୍ ସାଇଜ୍ ବେଡ୍, ବସିବା ଲାଗି ରାଜକୀୟ ସୋଫାର ମଧ୍ୟ ବ୍ୟବସ୍ଥା କରାଯାଇଛି ।