mo bus in mohasivaratri - The Sakala

ମହାଶିବରାତ୍ରୀର ମଧ୍ୟରାତ୍ର ଯାଏଁ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଗଡିବ ‘ମୋ ବସ୍‌’
ଭୁବନେଶ୍ବର : ଆସନ୍ତାକାଲି ମହାଶିବରାତ୍ରୀ। ମହାଶିବରାତ୍ରୀରେ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ବ୍ୟାକୁଳ ହେଉଥିବା ବେଳେ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ପବିତ୍ର ଜାଗରକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ମୋ ବସ୍ ସେବାକୁ ସମ୍ପ୍ରସାରିତ କରିଛନ୍ତି । ୩୨ ନମ୍ବର ରୁଟ୍ (ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର) ବସ୍ ଚଳାଚଳ ସମୟ ବଢ଼ାଇ ଦିଆଯାଇଛି । ଜାଗର ପାଇଁ ଗୁରୁବାର ମଧ୍ୟ ରାତି ଯାଏ ମୋ ବସ୍ ଚାଲିବ ବୋଲି କ୍ରୁଟ୍ ସୂଚନା ଦେଇଛି ।

ସକାଳ ୬ଟା ୪୫ରେ ବରମୁଣ୍ଡାରୁ ପ୍ରତି ୧୫ ମିନିଟରେ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗୋଟିଏ ଲେଖାଏଁ ବସ୍ ଛାଡ଼ିବ । ରାତି ୧୦ଟା ୫୦ରେ ବରମୁଣ୍ଡାରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗଡ଼ିବ ଶେଷ ବସ୍ । ସେହିଭଳି ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ପଟକୁ ପ୍ରଥମ ବସ୍ ୭ଟା ୪୦ରେ ଛାଡ଼ିବ । ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଗୋଟିଏ ଲେଖା ବସ୍ ବରମୁଣ୍ଡା ଯିବ । ଲିଙ୍ଗରାଜ ମନ୍ଦିରରୁ ରାତି ୧୨ଟାରେ ବରମୁଣ୍ଡା ଯିବା ଲାଗି ଶେଷ ବସ୍ ଛାଡ଼ିବ ବୋଲି ମୋ ବସ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୋ ବସ୍ ଚଳାଚଳ ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବାର ଦର୍ଶନ କରି ସୁବିଧାରେ ଫେରିପାରିବେ । ଏହି ରୁଟ୍‌ରେ ୮ଟି ବସ୍ ଚଳାଚଳ କରିବ ।