dhana tu feria - The Sakala

ଫେରିଆସିଲେ ରାହୁଲଙ୍କ ‘ଧନ’, ଦେଖୁ ଦେଖୁ କୁଣ୍ଢାଇ ଧରି ଖୁସିରେ ଆତ୍ମହରା ହୋଇଗଲେ ସ୍ୱାମୀ
ଭୁବନେଶ୍ବର : ଗତ କିଛି ଦିନ ତଳେ ସୋସିଆଲ୍ ମିଡିଆରେ ଜଣେ ଯୁବକଙ୍କ ଭିଡିଓ ବେଶ ଭାଇରାଲ୍ ହୋଇଥିଲା । ଭିଡିଓରେ ଜଣେ ଯୁବକ କାନ୍ଦି କାନ୍ଦି କହୁଥିଲେ ‘ତୁ କଉଠି ଅଛୁ ଫେରିଆ… ମୁଁ ତୋ ବିନା ବଞ୍ଚିପାରିବି ନାହିଁ। ସ୍ତ୍ରୀ ଫେରାର୍‌ ପରେ ଏମିତି ବାହୁନି ବାହୁନି କାନ୍ଦୁ୍‌ଥିଲେ ସ୍ୱାମୀ। ପରୀକ୍ଷା ଦେବାକୁ ପତ୍ନୀକୁ କଲେଜ୍‌ରେ ଛାଡ଼ି ଆସିଥିଲେ ସ୍ୱାମୀ। ହେଲେ ଆଉ ପରୀକ୍ଷା ସରିବା ପରେ ଅନ୍ୟ ଏକ କାର୍ ବସି ସ୍ତ୍ରୀ ଚାଲିଯାଇଥିବା ଜାଣି ବାହୁନି କାନ୍ଦୁଥିଲେ। କେତେବେଳେ ପତ୍ନୀର ପିନ୍ଧା ଶାଢ଼ିକୁ ଦେଖି କାନ୍ଦୁଥିଲେ ତ କେତେବେଳେ  ମୋବାଇଲ୍‌ରେ ସ୍ତ୍ରୀର ଫଟୋ ଦେଖି ଝୁରି ହେଉଥିଲେ । ପୁଣି କେତେବେଳେ ପତ୍ନୀ ବ୍ୟବହାର କରୁଥିବା କଲେଜ ବେଗ୍ ଓ ମେକଅପ୍ ବାକ୍ସକୁ ଦେଖି ରାହା ଧରି କାନ୍ଦୁଥିଲେ ସ୍ବାମୀ । ଏହି ଭିଡିଓ ଗତ ୪ ରୁ ୫ ଦିନ ହେବ ବେଶ ଭାଇରାଲ ହେଉଥିବା ବେଳେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା।

ଭଦ୍ରକ ଜିଲ୍ଲା ଧୁଷୁରିର ଏହି ଘଟଣାକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିରହିଥିବା ବେଳେ ଆଜି ଏହି ଘଟଣାରେ ଏକ ନୂଆ ଟ୍ବିଷ୍ଟ ଆସିଛି। କଲେଜରୁ ଅନ୍ୟ ଏକ କାର୍ ବସି ଫେରାର ହୋଇଯାଇଥିବା ସ୍ତ୍ରୀ (ଧନ) ଏବେ ପୁଣି ସ୍ୱାମୀଙ୍କ ପାଖକୁ ଫେରି ଆସିଛନ୍ତି । ସ୍ତ୍ରୀକୁ ହରାଇ କାନ୍ଦି କାନ୍ଦି ଗଡ଼ିଯାଉଥିବା ସ୍ୱାମୀର ପ୍ରେମ ଶେଷରେ ଜିତିଯାଇଛି । ସାବିତ୍ରୀ ବ୍ରତ ପରଦିନ ଫେରାର ହୋଇଥିବା ସ୍ତ୍ରୀକୁ ଖୋଜି ପାଇଛନ୍ତି ଯୁବକ । ଅନ୍ୟ ଜଣେ ପୁରୁଷଙ୍କୁ ବିବାହ ପୂର୍ବରୁ ପତ୍ନୀଙ୍କୁ ଫିଲ୍ମ ଷ୍ଟାଇଲ୍‌ରେ ଉଦ୍ଧାର କରିଛନ୍ତି ସ୍ୱାମୀ । ଆଉ ଖୋଜି ପାଇବା ପରର ଦୃଶ୍ୟ ଦେଖିଲେ ସମସ୍ତଙ୍କ ହୃଦୟ ତରଳିଯିବ । ସ୍ତ୍ରୀ ଫେରାର ହେବା ପରେ ଯେମିତ କାନ୍ଦୁଥିଲେ, ସେମିତି ପାଇବା ପରେ ବିକଳ ହୋଇ କାନ୍ଦୁଛନ୍ତି । ତେବେ ସ୍ୱାମୀର ଝଲକ୍‌ ଦେଖିବା ପରେ ଧାଇଁ ଆସି କୁଣ୍ଢାଇ ଧରିଥିଲେ ସ୍ତ୍ରୀ । ଆଉ ତାପରେ ବାଇକ୍‌ରେ ବସି ପଳାଇଲେ ସ୍ୱାମୀଙ୍କ ସହ ।

ସୂଚନାଅନୁସାରେ  ଭଦ୍ରକ ଧୂସୁରି ଅଞ୍ଚଳର ଦେବବ୍ରତ ଗୋଛାୟତଙ୍କ ପୁଅ ରାହୁଲ। ବ୍ରାହ୍ମଣୀପାଳ ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ। ଘର ଲୋକ ତାଙ୍କ ଭଲପାଇବାକୁ କାଳେ ସ୍ୱୀକୃତି ନଦେବେ ସେଇ ଭୟରେ ଉଭୟ ମନରାଜିରେ କାହାକୁ କିଛି ନଜଣାଇ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ଉଭୟ ପରିବାର ସେମାନଙ୍କୁ ଖୋଜିଖୋଜି କରିଥିଲେ ବି ସେମାନଙ୍କର ପତା ମିଳିନଥିଲା। ତେବେ କିଛିଦିନ ବିତିବା ପରେ ପୁଅ ଓ ଝିଅର ସନ୍ଧାନ ପାଇଥିଲେ ରାହୁଲଙ୍କ ପରିବାର ଲୋକେ। ଉଭୟଙ୍କୁ ବୁଝାଇସୁଝାଇ ପୁରୀର ନୃସିଂହ ନାଥ ମନ୍ଦିରରେ ବିବାହ କରାଇଥିଲେ। ବିବାହ ପରେ ୬ ମାସ ଭଲ ଚାଲିଲା। ଶ୍ୱଶୁର ଘରେ ରହି ଘରର ସୁନା ବୋହୂ ହେଲେ ହରପ୍ରିୟା।

ପରେ ପାଠପଢ଼ା ଜାରି ରଖିବା ପାଇଁ ଜିଦ୍ ଧରିବାରୁ ଏଥିରେ ବାଧା ଦେଇ ନଥିଲା ରାହୁଲ ଓ ତାଙ୍କ ପରିବାର ଲୋକେ। ପରିବାର ଲୋକଙ୍କ ଅନୁମତି କ୍ରମେ ପାଠ ପଢ଼ିଲେ ହରପ୍ରିୟା। ନିକଟସ୍ଥ ଏକ କଲେଜ୍‌ରେ +୩ରେ ଆଡମିସନ କଲେ। କିଛିଦିନ ରାହୁଲ ତାଙ୍କୁ ସ୍କୁଟିରେ କଲେଜ୍ ନେବାଆଣିବା କରିବା ପରେ ନିଜେ ନିଜେ ବସ୍‌ରେ ଯିବା ଆସିବା କରିଥିଲେ ହରପ୍ରିୟା। ଶେଷରେ ପରୀକ୍ଷା ଦେବା ପାଇଁ ସ୍ୱାମୀଙ୍କ ସ୍କୁଟିରେ ବସି କଲେଜ୍ ଯାଇଥିଲେ ହରପ୍ରିୟା। ଆଉ ପରୀକ୍ଷା ସରିବା ପରେ କଲେଜ ଗେଟ୍ ସାମ୍ନାରେ ଲାଗିଥିବା ଏକ ଧଳା ରଙ୍ଗର କାର୍‌ରେ ବସି କୁଆଡ଼େ ଚାଲିଗଲେ। ସ୍ୱାମୀ ରାହୁଲ କାର୍‌ର ପିଛା କରି ଅନେକ ବାଟ ଯିବା ପରେ ଶେଷରେ ନିରାଶ ଘରକୁ ଫେରିଥିଲେ। ସେବେଠାରୁ ହରପ୍ରିୟାଙ୍କୁ ମନେ ପକାଇ ବାହୁନି ବାହୁନି କାନ୍ଦୁଥିଲେ ସ୍ବାମୀ ରାହୁଲ ଗୋଚ୍ଛାୟତ। ସେ ମାନସିକ ସ୍ତରରେ ଭଙ୍ଗିପଡ଼ିଥିଲେ।

ହେଲେ ଶେଷରେ ଆଜି ରାହୁଲଙ୍କ ପ୍ରେମ ଜିତି ଯାଇଛି। ରାହୁଲଙ୍କ ପାଖକୁ ଫେରିଆସିଛନ୍ତି ହରପ୍ରିୟା। ହରପ୍ରିୟାର ମାମୁଁ ମାଇଁ ଆଜି ତାକୁ ଅଣ୍ଡରାଇ ଜଗନ୍ନାଥ ମନ୍ଦିରରେ ଅନ୍ୟତ୍ର ବିବାହ ପାଇଁ ଆଣିଥିବା ବେଳେ ତାଙ୍କ ଧନକୁ ସେଠୁ ଉଦ୍ଧାର କରିଛନ୍ତି ରାହୁଲ। ହରପ୍ରିୟାର ମାମୁଁ ମାଇଁ ରବିବାର ହରପ୍ରିୟାଙ୍କୁ ବ୍ରାହ୍ମଣିପାଳ ଗ୍ରାମସ୍ଥିତ ତାଙ୍କ ବାପଘରକୁ ନେଇଥିଲେ। ସେଠାରେ ଏକ ସିକ୍ରେଟ ସିମ ବ୍ୟବହାର କରି ହରପ୍ରିୟା ମେସେଜ ମାଧ୍ୟମରେ ନିଜ ସ୍ଥିତି ବିଷୟରେ ସ୍ୱାମୀ ରାହୁଲଙ୍କୁ ଜଣାଇଥିଲେ। ହରପ୍ରିୟାଙ୍କ କହିବା ଅନୁସାରେ, ସୋମବାର ଘରୁ ଆଣି ସାହାଡାର ଅଣ୍ଡରାଇସ୍ଥିତ ଜଗନ୍ନାଥ ମନ୍ଦିରରେ ତାଙ୍କୁ ଜାତି ମିଶାଯାଉଥିଲା। ଏହି ସମୟରେ ରାହୁଲ ସେଠାରେ ପହଞ୍ଚିଯାଇଥିଲେ। ପରିବାର ଲୋକ ହରପ୍ରିୟାଙ୍କୁ ରାହୁଲ ସହ ନ ମିଶିବାକୁ ତାଗିଦ କରିଥିଲେ। କିନ୍ତୁ ହରପ୍ରିୟା କାହା କଥା ନଶୁଣି ମାମୁଁ ମାଇଁଙ୍କ ହାତକୁ ଛାଟିଦେଇ ରାହୁଲଙ୍କ ପାଖକୁ ଦୌଡି ଆସିଥିଲେ ଏବଂ ରାହୁଲଙ୍କୁ କୁଣ୍ଢାଇ ଧରି କାନ୍ଦିଥିଲେ। ପୁର୍ବରୁ ପ୍ରସ୍ତୁତ ଥିବା ସ୍ବାମୀ ନିଜ ସ୍ତ୍ରୀକୁ ଫିଲ୍ମ ଷ୍ଟାଇଲରେ ଘଟଣା ସ୍ଥଳରୁ ବାଇକରେ ନେଇ ପଳାଇ ଯାଇଛନ୍ତି। ନିଜ ଧନକୁ ପାଇବା ପରେ ମୋ ପ୍ରେମକୁ ଫେରି ପାଇ ବୋହୁତ ଖୁସି । ମୋର ଆଉ କିଛି ଦରକାର ନାହିଁ…ମୋ ଧନ ମୋ ପାଖକୁ ଫେରିଆସିଛି ଏଇଟା ମୋ ପାଇଁ ବହୁତ ଖୁସି ବୋଲି କହିଛନ୍ତି ସ୍ବାମୀ ରାହୁଲ ଗୋଛୟତ।

ଅନ୍ୟପଟେ ହରପ୍ରିୟା କଲେଜରୁ ଅନ୍ୟ ଏକ କାର୍ ବସି ଫେରାର ଘଟଣାର ସତ ତାଙ୍କ ସ୍ବାମୀ ରାହୁଲ ଆଗରେ କହିଛନ୍ତି। ସେ ଫେରାର ହୋଇନଥିଲେ ବଂର ତାଙ୍କୁ ଅପହରଣ କରାଯାଇଥିଲା। ହରପ୍ରିୟାକୁ ଆଉ କେହି ନୁହଁ ତାଙ୍କ ମାମୁଁ ଓ ମାଇଁ ଅପହରଣ କରି ନେଇଥିଲେ। ଆଉ ହରପ୍ରିୟାଙ୍କ ଇଚ୍ଛା ବିରୁଦ୍ଧରେ ଏକ ମନ୍ଦିରରେ ବିବାହ କରୁଥିଲେ।