Rajya Sabha Candidate - The Sakala

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଭରିଲେ ଦୁଇ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ କୁମାର । ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେହିପରି ସ୍ଵାଧୀନ ପ୍ରାର୍ଥୀ ଭାବେ ବରିଷ୍ଠ ନେତା ଦିଲ୍ଲୀପ ରାୟ ନାମାଙ୍କନ ଭରିଛନ୍ତି।

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଥିବାରୁ ସକାଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ କମନ କ୍ୟାଣ୍ଡିଡେଟ୍‌ ଡ. ଦତ୍ତେଶ୍ୱର ହୋତା ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଆଉ ଏବେ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ରାଜ୍ୟସଭା ୪ର୍ଥ ଆସନ ପାଇଁ ବିଜେଡି ଓ କଂଗ୍ରେସ ସମର୍ଥନରେ ଡ. ଦତ୍ତେଶ୍ୱର ହୋତା ନିର୍ବାଚନ ଲଢୁଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟଙ୍କୁ ବିଜେପି ସମର୍ଥନ ଦେବ ବୋଲି ସୂଚନା ମିଳିଛି । ତେବେ ନାମାଙ୍କନ ଦାଖଲ ପରେ ୨୦୦୨ ପରି ଜିତାପଟ ହାସଲ କରିବି ବୋଲି କହିଛନ୍ତି ଦିଲ୍ଲୀପ ।

Rajya Sabha Election: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ: ସଂତୃପ୍ତ ମିଶ୍ର ଏବଂ ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ମିଳିଲା ଟିକେଟ୍‌
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସଂତୃପ୍ତ ମିଶ୍ର ଓ ଡ଼ଃ ଦତେଶ୍ୱର ହୋତା ହୋଇଛନ୍ତି ବିଜେଡି ରାଜ୍ୟସଭା ପ୍ରାର୍ଥୀ । ନବୀନଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଅଛନ୍ତି ସଂତୃପ୍ତ ମିଶ୍ର । ଗତ ସାଧାରଣ ନିର୍ବାଚନରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ହୋଇଥିଲେ ସଂତୃପ । ସେହିପରି ଡାକ୍ତର ଦତେଶ୍ୱର ହୋତା ଓଡ଼ିଆ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟ କରିଛନ୍ତି । ୟୁରୋଲୋଜି ବିଭାଗରେ କ୍ୟାପିଟାଲ ହସ୍ପିଟାଲରେ ଥିଲେ । ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବାର ନିୟୋଜିତ ଥିବା ଡାକ୍ତର ଟିମର ମୁଖ୍ୟ ଥିଲେ ଡାକ୍ତର ଦତେଶ୍ୱର ହୋତା ।

୨୦୨୩ ମାର୍ଚ୍ଚରେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସେ ନୂତନ ଭାବେ ପ୍ରତିଷ୍ଠିତ OUHSର କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି।

ବିଜେପିର ରାଜ୍ୟସଭା ପ୍ରାର୍ଥୀ ଦ୍ୱନ୍ଦ୍ୱ; ନାମାଙ୍କନ ପ୍ରତ୍ୟାହାର କରିବେ ଜଗନ୍ନାଥ !
ଭୁବନେଶ୍ୱର: ବିଜେପିର ରାଜ୍ୟସଭା ନାମାଙ୍କନ ଦ୍ୱନ୍ଦ୍ୱରେ ଲାଗିଛି ବିରାମ। ଦିନକ ତଳେ ଅନୁଷ୍ଠିତ ବିଜେପିର କୋର କମିଟି ବୈଠକରେ ଏ ସଂକ୍ରାନ୍ତରେ ଯାବତୀୟ ବାଦାନୁବାଦ ପରେ ଜଗନ୍ନାଥ ପ୍ରଧାନଙ୍କୁ ନାମାଙ୍କନ ପ୍ରତ୍ୟାହାର କରିବାକୁ ରାଜ୍ୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ଦଳୀୟ ପ୍ରାର୍ଥୀ ରୂପେ ମମତାଙ୍କ ନାମାଙ୍କନ ପରେ ଜଗନ୍ନାଥ ପ୍ରଧାନ ନାମାଙ୍କନ କେବଳ ହଟଚମଟ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ବାହାରେ ଦଳର ନେତାମାନେ ଟିପ୍ପଣୀ ଦେଉଥିଲେ ହେଁ ଏହା ପଛରେ ଆହୁରି ଅନେକ ଅସ୍ପଷ୍ଟ କାହାଣୀ, ଦଳୀୟ ଅନ୍ତର୍ବିବାଦ ଓ ଗୋଷ୍ଠୀ କନ୍ଦଳ ଥିବା ସୂଚନା ମିଳିଛି।

ଗତ ୨୨ ତାରିଖରେ ଓଡ଼ିଶାରେ ଖାଲି ପଡ଼ିଥିବା ଏକମାତ୍ର ଆସନ ପାଇଁ ୨ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜେପି ଟିକଟରୁ ପୂର୍ବତନ ସାଂସଦ ମମତା ମହାନ୍ତ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ବିଜେପିର ୯ବିଧାୟକ ଓ ଜଣେ ମନ୍ତ୍ରୀଙ୍କର ପ୍ରସ୍ତାବରେ ସ୍ୱାଧୀନ ଭାବେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ନାମାଙ୍କନ ଭରିଛନ୍ତି। ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ତେଣୁ ଆସନ୍ତାକାଲି ଜଗନ୍ନାଥ ନାମାଙ୍କନପତ୍ର ପ୍ରତ୍ୟାହାର କରିବା ଆପାତତଃ ସ୍ପଷ୍ଟ ହୋଇ ଯାଇଛି।

ମମତା ମହାନ୍ତଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ୨୦ ମାସିଆ ରାଜ୍ୟସଭା ଆସନ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଶାୟୀ ଥିଲେ। ରାଜ୍ୟସଭା ଆସନ ସହ ରାଜ୍ୟ ସଭାପତି ପଦ ରଖିବାକୁ ତାଙ୍କର ଇଚ୍ଛାକୁ ଦଳ ଗ୍ରହଣ କରି ନ ଥିଲା। ଏଥିପାଇଁ ଅନ୍ୟ କିଛି ନାମ ବିଚାର ପରିସରକୁ ଆସିଥିଲେ ହେଁ ଶେଷରେ ମମତାଙ୍କ ନାମରେ ଦଳର ଶୀର୍ଷ କମିଟି ମୋହର ମାରିଥିଲା।

ମମତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ପ୍ରମୁଖ ପ୍ରସ୍ତାବକ ରହିଥିବା ବେଳେ ଜଗନ୍ନାଥଙ୍କ ପାଇଁ ଜଣେ ମନ୍ତ୍ରୀଙ୍କ ସମେତ ୯ ଜଣ ବିଜେପି ବିଧାୟକ ପ୍ରସ୍ତାବକ ରହିଥିଲେ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ସମାନ ସମୟରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ସମାନ ବିଜେପିର ବିଧାୟକମାନେ କିପରି ସମର୍ଥନ କଲେ, ସେନେଇ ପ୍ରଶ୍ନ ଉଠିଛି। ନିଜର ପ୍ରାର୍ଥିତ୍ୱ ନେଇ ଜଗନ୍ନାଥ ସିଧାସଳଖ କିଛି କହିବାକୁ ମନା କରି ଦେଇଥିବା ବେଳେ ଏହା ପଛରେ ଦଳୀୟ କନ୍ଦଳ କିମ୍ବା ଅନ୍ୟ କିଛି କାରଣ ଥିବା ନେଇ ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି।

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି
ଭୁବନେଶ୍ୱର: ବିନା ଦ୍ୱିଧାରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେଡି ତରଫରୁ ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ ।

ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି ରାଜ୍ୟସଭା । ରିଟର୍ଣ୍ଣିଂ ଅଫିସର ନିରଞ୍ଜନଙ୍କୁ ଦେଇଛନ୍ତି ସାର୍ଟିଫିକେଟ । ଫଳରେ ଆଜିଠାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଆଗରୁ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହିପରି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଥିଲେ ।