Sitalsasthi - The Sakala

ଶୀତଳଷଷ୍ଠୀ ଯାତ୍ରା ଲାଗି ଉତ୍ସବମୁଖର ସମ୍ବଲପୁର, ଆଜି ହେବ ଦେବଦମ୍ପତିଙ୍କ ବିବାହ
ସମ୍ବଲପୁର: ବୁଧବାର ମାହେନ୍ଦ୍ର ବେଳାରେ ହେବ ଦେବଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀଙ୍କ ବିବାହ। ବିବାହ ପୂର୍ବର ସମସ୍ତ ମାଙ୍ଗଳିକ କାର୍ଯ୍ୟ ଶେଷ ହୋଇଛି। ସମଗ୍ର ସହର ଏବେ ଉତ୍ସବ ମୁଖର। ସାଜସଜ୍ଜାରେ ନବଧୂ ପରି ସଜେଇ ହୋଇଛି ସମ୍ବଲପୁର ସହର। ରାଜ୍ୟ ଓ ରାଜ୍ୟ ବାହାରୁ ଆସିସାରିଲେଣି ବିଭିନ୍ନ ସାଂସ୍କୃତିକ ଦଳ। ଅପେକ୍ଷା ମହାଦେବଙ୍କ ବିବାହ ବରଯାତ୍ରୀ ଓ ଶୋଭାଯାତ୍ରାରେ ସାମିଲ ହେବାର ମାଙ୍ଗଳିକ ମୁହୂର୍ତ୍ତକୁ।

ଆସନ୍ତାକାଲି ଦେବଦେବ ମହାଦେବ ବର ବେଶରେ ମାତା ପାର୍ବତୀଙ୍କୁ ସମ୍ପୂର୍ଣ୍ଣ ଲୋକାଚାର ରୀତିନୀତିରେ ବିବାହ ପାଇଁ ବରଯାତ୍ରୀ ସହ ବାହାରିବେ। ଏହି ଲୌକିକ ବିବାହରେ ଯୋଗ ଦେବାକୁ ସହରର ବିଭିନ୍ନ ଦେବାଦେବୀଙ୍କୁ ବିଭିନ୍ନ ଶୈବପୀଠରୁ ଦେବ ନିମନ୍ତ୍ରଣ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁସାରେ ଗତ ରବିବାର ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ବିବାହ ପାଇଁ ନୃସିଂହ ନିଉତା ସମ୍ପନ୍ନ ହୋଇଥିବା ବେଳେ ଏଠାରେ ବିବାହରେ ସାକ୍ଷୀ ରହିବା ପାଇଁ ସ୍ୱୟଂ ସାକ୍ଷୀଗୋପିନାଥ ମଧ୍ୟ ଆସି ସାରିଛନ୍ତି। ଆଜି ଅନ୍ୟ ଶୈବପୀଠ ଗୁଡ଼ିକର ହନୁମାନ ଗୁଆଗୁଣ୍ଡା, ହନୁମାନ ନିଉତା ତଥା ଶ୍ରୀକୃଷ୍ଣ ନିଉତା ସମ୍ପନ୍ନ ହୋଇଛି। ଝାଡ଼ୁଆପଡ଼ା ଶ୍ରୀଲୋକନାଥ ବାବାଙ୍କ ବିବାହ ପାଇଁ ବୀର ହନୁମାନ ଗୁଆଗୁଣ୍ଡା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ସାଲିଆବଗିଚାର ରାମେଶ୍ୱର ବାବାଙ୍କ ବିବାହ ପାଇଁ ହନୁମାନ ନିଉତା ତଥା ସରରର ଅନ୍ୟତମ ପ୍ରମୁଖ ଶୈବପୀଠ ସାମିଆଗୁଡ଼ିର ସୋମନାଥ ବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଶ୍ରୀକୃଷ୍ଣ ନିଉତା କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ରୌପ୍ୟ ପରାତରେ ଗୁଆଗୁଣ୍ଡା (ନିଉତା) ସାମଗ୍ରୀ ଧରି ସହର ବିଭିନ୍ନ ଦେବାଦେବୀଙ୍କୁ ଦେବ ବିବାହ ପାଇଁ ବିଭିନ୍ନ ଶୈବପୀଠ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

ଜମିଲା ଦେବ ବିବାହ, କେଦାରଗୌରୀ ମନ୍ଦିରରେ ମହାପ୍ରଭୁ ଲିଙ୍ଗରାଜ; ଆଜି ମାତା ପାର୍ବତୀଙ୍କୁ କରିବେ ବିବାହ
ଭୁବନେଶ୍ୱର: ବହୁ ବାଦବିବାଦ ପରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ। ସଜ ମଙ୍ଗଳକୃତ୍ୟକୁ ସଜ ବାହା। ପ୍ରଶାସନର ଚେଷ୍ଟା ଫଳରେ ଜାରି ରହିଲା ପରମ୍ପରା। ପଡ଼ିଲା ଦେବଦମ୍ପତିଙ୍କ ହାତଗଣ୍ଠି। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଛନ୍ତି । ଆଜି ବିବାହ ଉତ୍ସବ ସରିବା ପରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରକୁ ଫେରିବେ ମହାପ୍ରଭୁ ଲିଙ୍ଗରାଜ ।

୨୦୧୫ ମସିହାରୁ ଲାଗି ରହିଥିବା ବିବାଦ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବହୁ ବିଳମ୍ବରେ ବିବାହ ନିଷ୍ପତ୍ତି ହୋଇଥିଲା। ଶନିବାର ଶ୍ରୀଲିଙ୍ଗରାଜଙ୍କର ସଜ ମଙ୍ଗଳକୃତ୍ୟ ସମ୍ପନ୍ନ କରାଯିବାପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଶୁକ୍ରବାର ଲିଙ୍ଗରାଜଙ୍କର ମଙ୍ଗଳ କୃତ୍ୟ ହେବାକୁ ଥିବାବେଳେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗ କାରଣରୁ ସେଥିରେ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସଦସ୍ୟ ଓ ଭୁବନେଶ୍ୱର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ମଲିଆ ଓ ଖୁଣ୍ଟିଆ ସେବାୟତ ପ୍ରତିନିଧିଙ୍କୁ ନେଇ ବୈଠକ ହୋଇଥିଲା।

୨୦୧୫ ମସିହାରୁ ଲିଙ୍ଗରାଜଙ୍କ ବିବାହରେ ଯୋଗ ଦେଉନଥିବା କପିଳେଶ୍ୱର ବାବାଙ୍କୁ ଲିଙ୍ଗରାଜ ମନ୍ଦିରକୁ ଆଣିବା ପାଇଁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ବୈଠକରେ କପିଳେଶ୍ୱରଙ୍କ ଆଗମନ ନେଇ ବିବାଦ ଲାଗିରହିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜିଦ୍‍ରେ ଅଟଳ ରହିଲେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଶିବବିବାହ ପାଇଁ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୧୦ଟା ପରେ କପିଳନାଥ ବିଜେ କରିଥିଲେ। ଏହାପରେ ବଡ଼ସିଂହାର, ପଞ୍ଚବକ୍ର ବିଜେ, ପୁଷ୍ପାଞ୍ଜଳି ଓ ପହୁଡ଼ ନୀତିକାନ୍ତି କରାଯାଇଥିଲା। ଏଥିପାଇଁ ମନ୍ଦିର ମଧ୍ୟରେ ବରଯାତ୍ରୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଥିଲା। ବିଳମ୍ବିତ ରାତିରେ ଶୋଭାଯାତ୍ରାରେ ବରାନୁଗମନ କରିଥିଲେ। ରୀତିନୀତି ଅନୁଯାୟୀ କେଦାରଗୌରୀ ମନ୍ଦିରରେ ରାତି ୧୨ଟାରୁ ଭୋର ପର୍ଯ୍ୟନ୍ତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସେହିପରି ଶୀତଳଷଷ୍ଠୀ ଫେରନ୍ତା ରୋଷଣୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ଆଜି ବାଜା, ବାଣ, ରୋଷଣୀ ସହିତ ପ୍ରତ୍ୟାବର୍ତ୍ତନ କରିବେ ଦମ୍ପତି। ସକାଳ ମଙ୍ଗଳ ଆଳତୀ, ଅବକାଶ ଆଦି ନୀତିକାନ୍ତି କରାଯିବାପରେ ସନ୍ଧ୍ୟାରେ ନୀତିକାନ୍ତି କରାଯିବ। ରାତି ୯ଟାରେ କେଦାର ଗୌରୀ ମନ୍ଦିରରୁ ବିଜେ କରିବେ ଶ୍ରୀଜୀଉ। ଏଥିପାଇଁ ଶୀତଳ ଷଷ୍ଠୀରେ ପାରମ୍ପରିକ ଲୋକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥିଲା। ଦୁଇ ସେବାୟତ ନିଯୋଗଙ୍କ ଅଭିଯୋଗକୁ ଆସନ୍ତା ୧୭ତାରିଖରେ ସମାଧାନ କରାଯିବ ବୋଲି ବ୍ରାହ୍ମଣ ନିଯୋଗ ବିରଞ୍ଚିନାରାୟଣ ପତି ସୂଚନା ଦେଇଛନ୍ତି। ଏଥିରେ ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଯୋଗ ଦେଇଥିଲେ।