Mahashivratri - The Sakala
ଆଜି ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରୀ: ଜାଗର ପାଳନ ପାଇଁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ । ମହାଦେବଙ୍କ ମହାରାଧନାର ପର୍ବ । ଦେବାଦି ଦେବ ମହାଦେବଙ୍କ ଭକ୍ତଙ୍କ ପାଇଁ ଆଜି ବିଶେଷ ଦିନ। ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ମହାଶିବରାତ୍ରୀ ପାଇଁ ମାଟିରୁ ଆକାଶ ସବୁଠି ଶିବମୟ, ହର ହର ମହାଦେବ ନାରାରେ ପ୍ରକମ୍ପିତ ହେୁଛି ଲିଙ୍ଗରାଜରୁ ଲୋକନାଥ ଓ ଧବଳେଶ୍ବରରୁ କପିଳାସ ପୀଠ। ମହାଶିବରାତ୍ରୀ ପାଇଁ ସଜେଇ ହୋଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସଠିକ ସମୟରେ ସମସ୍ତ ନୀତି ସମ୍ପାଦନ ଓ ମହାଦୀପ ଉଠିବା ନେଇ ନୀତିନିର୍ଘଣ୍ଟ ଧାର୍ୟ୍ୟ ହୋଇଛି । ରାତି ୧୦ଟାରେ ମହାଦୀପ ଉଠିବା ପାଇଁ ସହମତି ହୋଇଛି ।
ଜାଗର ପାଇଁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଛି । ମନ୍ଦିର ମୁଖ୍ୟ ଫାଟକ ଠାରୁ ଆରମ୍ଭ ହୋଇ ବହୁତ ଦୂର ପର୍ଯ୍ୟନ୍ତ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ଯେପରି ପୁରୀର ଶ୍ରୀଲୋକନାଥ ପୀଠ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୁଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।
ରାତି ପାହିଲେ ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର: ରାତି ପାହିଲେ ଜାଗର। ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି । ଏହାସହ ମନ୍ଦିର ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହୋଇଛି ୧୨ଟି ପାର୍କିଂସ୍ଥଳୀ । ଭକ୍ତଙ୍କ ପହଞ୍ଚିବା ଲାଗି ସ୍ୱତନ୍ତ୍ର ବସସେବା, ଶୃଙ୍ଖଳିତ ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ, ବିଶୁଦ୍ଧ ପିଇବା ପାଣି, ଜରୁରି କାଳିନ ମେଡିକାଲ ଓ ଅଗ୍ନିଶମ ସେବା, ସ୍ନାନ ଶୌଚ ପାଇଁ ଶୌଚାଳୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଭଜନ ଜଣାଣ, ପ୍ରବଚନ ସାଙ୍ଗକୁ ସମସ୍ତ ଜରୁରି ସୂଚନା ପ୍ରଦାନ, ସୁରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ପୁଲିସ ମୁତୟନ ସହ ସିସି କ୍ୟାମେରା ବ୍ୟବସ୍ଥା କରାଯିବ । ତେଣୁ ଏଥିର ସୁରକ୍ଷିତ, ଶୃଙ୍ଖଳିତ ଓ ନୀତି ନିର୍ଘଣ୍ଟରେ ସମସ୍ତ କାର୍ଯ୍ୟ ହେବ ବୋଲି ପ୍ରଶାସନଠାରୁ ଶ୍ରଦ୍ଧାଳୁଙ୍କ ପର୍ଯ୍ୟନ୍ତ ସମସ୍ତେ ଆଶାବାଦୀ ଅଛନ୍ତି ।
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ନୀତି ନିର୍ଘଣ୍ଟରେ ସାମନ୍ୟ ପରିବର୍ତ୍ତନ ହୋଇଛି । ପରିବର୍ତ୍ତିତ ନୀତି ନିର୍ଘଣ୍ଟ ମୁତାବକ ମହାଶିବରାତ୍ରୀରେ ମହାଦୀପ ରାତି ୧୦ଟାରେ ଉଠିବା ପରେ ଚାରି ପ୍ରହର ପୂଜା, ହରିହର ଭେଟ, ବଡ଼ସିଂହାର ଓ ପହୁଡ ସୋମବାର ଭୋର ସାଢେ ୫ଟାରେ ସମ୍ପନ୍ନ ହେବ । ଏ ନେଇ ସ୍ୱତନ୍ତ୍ର ବିଜ୍ଞପ୍ତି ମନ୍ଦିର ପ୍ରଶାସନ ଜାରି କରିଛନ୍ତି ।
ଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ଟ୍ରାଫିକ୍‌ କଟକଣା ଜାରି, ପାର୍କିଂ ପାଇଁ ୧୨ ସ୍ଥାନ ଚିହ୍ନଟ
ଭୁବନେଶ୍ୱର: ଆସନ୍ତାକାଲି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦେଇଛି କମିସନରେଟ୍‌ ପୁଲିସ। ଶୃଙ୍ଖଳିତ ଟ୍ରାଫିକ୍‌ ପରିଚାଳନା ଲାଗି ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଗାଡ଼ି ରଖିବା ପାଇଁ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି। ଅନୁରୂପ ଭାବେ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ପରିମାଣର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମନ୍ଦିରକୁ ପୂରା ସିସିଟିଭିରେ ଛାଉଣୀ ସହ ସିସିଟିଭି ମନିଟରିଂ ଲାଗି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।
କେଉଁବାଟେ ଯିବେ….
ରଥ ରୋଡ୍‌ ଏବଂ ପୁନାମା ଗେଟ୍‌ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଦୁଇ ଓ ଚାରିଚକିଆ ଯାନବାହନ ବଢେ଼ଇବାଙ୍କଠାରୁ ଆଗକୁ ନ ଯାଇ ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ। ସେହି ସମୟରେ ରଥ ରୋଡ୍‌ ଦେଇ କୌଣସି ପ୍ରକାରର ଭାରୀଯାନ ଚଳାଚଳ କରିପାରିବେ ନାହିଁ।
କେଦାରଗୌରୀ ମନ୍ଦିର ପଟୁ ଓ ସାନିଟାରିୟମ୍‌ ଛକ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଯାନବାହନଗୁଡ଼ିକ କୋଟିତୀର୍ଥ ଗଳି ଦେଇ କଚେରି ପିଣ୍ଡି ରାସ୍ତାରେ ଯାଇ ତରଙ୍ଗ କ୍ଲବ୍‌ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ। ଏଥିନିମନ୍ତେ କୋଟି ତୀର୍ଥ ଗଳିଠାରୁ ସିଦ୍ଧିମଣ୍ଡପ ଗଳି ପର୍ଯ୍ୟନ୍ତ ରାସ୍ତାକୁ ଯାନବାହନ ଚଳାଚଳ ନିମନ୍ତେ ୱାନ୍‌ ୱେ କରାଯାଇଛି।
ସାମନ୍ତରାପୁର ଛକ ପଟୁ ଆସୁଥିବା ଯାନବାହନଗୁଡ଼ିକ ଶ୍ରୀରାମ ନଗର ଓ ସବ୍‌ଷ୍ଟେସନ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ଉତ୍ତର ପାଶ୍ୱର୍ରେ ଏବଂ ତରଙ୍ଗ କ୍ଲବ୍‌ ପଛପଟେ ଥିବା ଖାଲି ସ୍ଥାନରେ ଗାଡ଼ି ରଖିପାରିବେ।
କେଉଟ ସାହି ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଯାନବାହନ ସବ୍‌ଷ୍ଟେସନ୍‌ ଛକ ଦେଇ ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସ ପାର୍କିଂ/ଅନନ୍ତ ବାସୁଦେବ ମନ୍ଦିର ପାର୍କିଂରେ ଗାଡ଼ି ରଖିପାରିବେ।
ତାରା ସୁନ୍ଦରୀ ରାସ୍ତାରେ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ବଢେ଼ଇବାଙ୍କ ଛକ ପରେ ଆଗକୁ ଯିବାକୁ ଦିଆଯିବନାହିଁ। ସେମାନେ ମ୍ୟୁନିସିପାଲିଟି ହସ୍ପିଟାଲ୍‌ କିମ୍ବା ବି.ଏମ୍‌. ହାଇସ୍କୁଲ ପଡ଼ିଆରେ ଗାଡ଼ି ପାର୍କିଂ କରିପାରିବେ।
ରାମକୃଷ୍ଣ ମଠ ଦେଇ ମାଉସୀ ମା’ ଛକ ପଟୁ/କଳ୍ପନା ସାନିଟାରିୟମ୍‌ ଛକ ପର୍ଯ୍ୟନ୍ତ ଯିବାକୁ ଦିଆଯିବ ଏବଂ ଷ୍ଟାଣ୍ଡରେ ପାର୍କିଂ କରିପାରିବେ। ଛକ ପଟୁ ଆସୁଥିବା ସମସ୍ତ ବସ୍‌/ଭାରୀଯାନ/ କାର୍‌ଗୁଡ଼ିକ ସେମାନେ ସାନିଟାରିୟମ୍‌ ଛକ ପାଖରେ ଥିବା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ପାର୍କିଂ କରିପାରିବେ।
ଆମନ୍ତ୍ରିତ ଅତିଥି ଓ ସରକାରୀ କର୍ମଚାରୀଙ୍କ ଯାନବାହନ ରଥ ରୋଡ୍‌ରେ ଆସି ବଢେ଼ଇବାଙ୍କ ଛକଠାରୁ ମ୍ୟୁନିସପାଲିଟି ହସ୍ପିଟାଲ୍‌ ରାସ୍ତା ଦେଇ ନିର୍ଦ୍ଧାରିତ ହୋଇଥିବା ପାର୍କିଂ ସ୍ଥାନକୁ ଯାଇପାରିବେ।
କେଉଁଠି କିଏ ପାର୍କିଂ କରିବେ
ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସରେ ଚାରିଚକିଆ ଯାନ ପାର୍କିଂ କରିବେ।
ବିଏମ୍‌ସି ନ୍ୟୁ ମାର୍କେଟ୍‌ କମ୍ପ୍ଲେକ୍ସର ଉତ୍ତର ପାଶ୍ୱର୍ରେ କାର୍‌ ଓ ଚାରିଚକିଆ ପାର୍କିଂ କରିବେ।
ସାନିଟାରିୟମ୍‌ ଛକ ପାଖରେ ଥିବା ନୂଆ ବସ୍‌ଷ୍ଟାଣ୍ଡ୍‌ରେ ବସ୍‌ ଓ କାର୍‌ ପାର୍କିଂ କରିବେ।
କୋଟିତୀର୍ଥ ଲେନ୍‌ଠାରୁ କଚେରି ପିଣ୍ଡି ଛକ (ତରଙ୍ଗ କ୍ଲବ୍‌ ପଛପଟ)ରେ ଦୁଇଚକିଆ ଯାନବାହନ ପାର୍କିଂ କରିବେ।
ବିଏମ୍‌ସି ହସ୍ପିଟାଲର ଉତ୍ତର ପାଶ୍ୱର୍ରେ ଏବଂ ପାପନାଶିନୀ ପୋଖରୀ ପାଖ ଓ ବିଏମ୍‌ସି ହାଇସ୍କୁଲ ଉତ୍ତର ପାଶ୍ୱର୍ରେ ସରକାରୀ ଯାନବାହନ ପାର୍କିଂ କରିବେ।
ଲିଙ୍ଗରାଜ ମନ୍ଦିରର ଦକ୍ଷିଣ ଗେଟ୍‌ ସାମ୍‌ନା ପଟେ ଭିଆଇପି ପାର୍କିଂ କରିବେ।
ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାରି ଓ ଦୁଇଚକିଆ ଯାନ ପାର୍କିଂ କରିବେ।
ଲିଙ୍ଗରାଜ ହାଟର ସାମ୍‌ନା ପାର୍ଶ୍ବ ଓବିଭ୍ୟାନ୍‌ ଓ ପଶ୍ଚିମପଟେ ମିଡିଆର ଦୁଇ ଓ ଚାରି ଚକିଆ ଯାନ ପାର୍କିଂ କରିବେ।
ଲିଙ୍ଗରାଜ ମନ୍ଦିର ଦକ୍ଷିଣ ପଟେ ଡ୍ୟୁଟି ନିମନ୍ତେ ନିୟୋଜିତ ସରକାରୀ ଯାନ ପାର୍କିଂ ଓ ଦକ୍ଷିଣ-ପୂର୍ବ କୋଣରେ ସେବାୟତ ଓ କଳାକାରମାନେ ପାର୍କିଂ କରିବେ।
ଶିବ ପରମାତ୍ମା ପରଂବ୍ରହ୍ମ । ଯେମିତି ବ୍ରତ ମଧ୍ୟରେ ଶ୍ରେଷ୍ଠ ଷୋଳ ସୋମବାର ବ୍ରତ, ମନ୍ତ୍ର ମଧ୍ୟରେ ଶ୍ରେଷ୍ଠ ମହାମୃତ୍ୟୁଞ୍ଜୟ ମନ୍ତ୍ର, ସେମିତି ରାତ୍ରୀ ମଧ୍ୟରେ ଶ୍ରେଷ୍ଠ ରାତ୍ରୀ ମହାଶିବରାତ୍ରୀ। ଶିବ ଓ ଶକ୍ତି ପରମ୍ପରାର ଏକ ମହାନ ପର୍ବ ହେଉଛି ମହାଶିବରାତ୍ରୀ । ଭାରତୀୟ ଧାର୍ମିକ ସଂସ୍କୃତିରେ ଏହି ପର୍ବର ଏକ ବିଶେଷ ମହତ୍ତ୍ୱ ରହିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ତିଥ୍ୟରେ ଏହା ପାଳନ କରାଯାଏ । ଏହିଦିନ ଦେଶର ପ୍ରାୟ ସବୁ ପ୍ରାନ୍ତରେ ଭକ୍ତମାନେ ଉପବାସ ପାଳନ କରି ମହାଦେବଙ୍କ କୃପା ଲାଭ କରିଥାନ୍ତି । ମହାଶିବରାତ୍ରୀ ଅବସରରେ ଓଡ଼ିଶାର ପ୍ରତ୍ୟେକ ଶୈବପୀଠ ଏବଂ ଭାରତର ଦ୍ବାଦଶ ଜ୍ୟୋତିର୍ଲିଙ୍ଗଙ୍କଠାରେ ବିଶେଷ ଆଳତି ଓ ଭୋଗ ଲାଗି କରାଯାଏ। ଶିବରାତ୍ରୀଦିନ ବ୍ରତଧାରୀମାନେ ଉପବାସ ରହନ୍ତି ଓ ସନ୍ଧ୍ୟାରେ ଶିବ ମନ୍ଦିର ଯାଇ ଅଖଣ୍ଡ ଦୀପ ଜାଳି ସାରା ଉଜାଗର କରିବାର ରହିଛି।
ତେଣୁ ଏହାକୁ ଜାଗର ଓଷା ବା ଜାଗର ବ୍ରତ ମଧ୍ୟ କୁହାଯାଏ ଶିବରାତ୍ରୀ ପୂଜାକୁ ଚାରୋଟି ପ୍ରହରରେ ସମ୍ପନ୍ନ କରାଯାଇଥାଏ। ପ୍ରଥମ ପ୍ରହର ସମୟରେ ଶିବଲିଙ୍ଗକୁ ଦୁଗ୍ଧରେ, ଦ୍ୱିତୀୟ ପ୍ରହର ପରବର୍ତ୍ତୀ ସମୟରେ ଦହିରେ, ତୃତୀୟ ପ୍ରହର ଘୋର ରାତ୍ର ସମୟରେ ମହୁରେ ଚତୁର୍ଥ ପ୍ରହରରେ ଘୃତରେ ଅଭିଷେକ କରାଯାଏ। ଏହି ରାତ୍ରୀର ଶେଷ ପ୍ରହର ସମୟରେ ମନ୍ଦିରର ଚୂଡ଼ାଦେଶକୁ ମହାଦୀପ ଉଠାଯାଏ। ତାହାକୁ କରି ଭକ୍ତମାନେ ଆତ୍ମତୃପ୍ତି କରିଥାନ୍ତି କେବଳ ଏହି ଗୋଟିଏ ଦିନ ଭଗବାନ ଶିବଙ୍କୁ କେତକୀଫୁଲରେ ଶିବରାତ୍ରି ଅର୍ଥାତ୍ ଶିବଙ୍କ ରାତ୍ରୀ ପୌରାଣିକ କଥା ଅନୁସାରେ, ଏହି ଦିନ ଶିବ ଓ ପାର୍ବତୀଙ୍କ ବିବାହ ହୋଇଥିଲା । ଆଉ କିଛି ପୌରାଣିକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ବାରା ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ସୃଷ୍ଟିର ସମସ୍ତ ପ୍ରାଣୀଙ୍କ ଜୀବନରକ୍ଷା କରିଥିଲେ ଦେବ ଦେବ ମହାଦେବ । କିନ୍ତୁ ବିଷର ଜ୍ଵାଳାରେ ସେ ମୂର୍ଚ୍ଛା ଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ବ୍ରହ୍ମା, ବିଷ୍ଣୁ ଆଦି ଦେବଗଣ ନିଶି ଦିବସ ଉଜାଗର ରହି ତାଙ୍କ ମସ୍ତକରେ ଚନ୍ଦନ କର୍ପୂର ଆଦି ବିଭିନ୍ନ ଶୀତଳକାର ସାମଗ୍ରୀ ତଥା ଜଳଲାଗି କରିବାରୁ ମହାଦେବଙ୍କର ପୁନଶ୍ଚ ଚେତା ଫେରିଆସିଥିଲା ।
ବିଷ୍ଣୁ ଉକ୍ତ ଦିନଟି ସମ୍ପର୍କରେ ପ୍ରଜାପିତା ବ୍ରହ୍ମାଙ୍କୁ ପଚାରିବାରୁ ବ୍ରହ୍ମା ଏହି ଦିବସଟିକୁ ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ବୋଲି କହିଥିଲେ। ସେହିଦିନ ଅନୁଯାୟୀ, ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି। ଆଉ କେତେକ ପୌରାଣିକ ମତବାଦ ଅନୁସାରେ, ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିବ ‘ଲିଙ୍ଗ’ ଭାବରେ ଆବିର୍ଭୂତ ହୋଇଥିବାରୁ ଏହାକୁ ମହାଶିବରାତ୍ରୀ ଭାବରେ ପାଳନ କରାଯାଏ । ଶିବରାତ୍ରୀ ସମ୍ପର୍କିତ ଆଉ ଏକ ପୌରାଣିକ ଖବର ମହାଭାରତ ସହିତ ଜଡ଼ିତ। ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ମହାଶିବରାତ୍ରୀ ପାଳନ ସମ୍ପର୍କରେ କହିଥିଲେ। ସୁସ୍ଵର ନାମରେ ଜଣେ ଶିକାରୀ, ବଣରେ ବୁଲୁବୁଲୁ ସନ୍ଧ୍ୟା ହୋଇଗଲା। ସେ ନିଜ ଘରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ବେଲଗଛ ଉପରକୁ ଚଢ଼ିଗଲେ। ରାତି ସାରା ଉଜାଗର ରହି ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଭାବି ଲୁହ ଝରାଇବାକୁ ଲାଗିଲେ। ତାଙ୍କ ଅଜାଣତରେ ସେହି ଲୁହ ଓ ବିଲ୍ଵ ପତ୍ର ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡ଼ୁଥିଲା। କିଛି ବର୍ଷ ପରେ ତାଙ୍କର ମୃତ୍ୟୁ ହେବାରୁ ତାଙ୍କର ଶିବଲୋକ ପ୍ରାପ୍ତ ହେଲା। ସେଦିନ ଥିଲା ଶିବରାତ୍ରୀ। ଅଜ୍ଞାତରେ ହେଲେ ମଧ୍ୟ ସେ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଲୋକ ପ୍ରାପ୍ତିର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ। ତେଣୁ ଶିବରାତ୍ରୀ ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ନିଷ୍ଠାର ସହିତ ଶିବରାତ୍ରୀ ଉପବାସ ଓ ଅଖଣ୍ଡଦୀପ ପ୍ରଜ୍ବଳନ କଲେ ଜୀବନର ଜୀବନର ସମସ୍ତ ପାପତାପ ଦୂର ହୋଇଥାଏ ବିଶ୍ଵାସ ରହିଛି। ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ଫୁଲ, ଫଳ ଅର୍ପଣ କରିବା ସହ ଉଜାଗର ରହିଥାନ୍ତି। ପରଦିନ ପ୍ରଭାତରୁ ସାନ୍ନ କରି ଶିବ ଦର୍ଶନ ଓ ଶିବ ପାଦୋଦନ ସେବନ ପରେ ଶିବରାତ୍ର ବ୍ରତ ସମାପନ ହୋଇଥାଏ।
ଶିବର ଅର୍ଥ ‘କଲ୍ୟାଣକାରୀ’ ବା ‘ଶୁଭକାରୀ’। ଯଜୁର୍ବେଦରେ ଶିବଙ୍କୁ କୁହାଯାଇଛି ‘ଶାନ୍ତିଦାତା’। ‘ଶି’ର ଅର୍ଥ ‘ପାପକୁ ନାଶ କରିବା’ ଓ ‘ବ’ର ଅର୍ଥ ‘ଦାତା’। ତେବେ ମହାଦେବଙ୍କର ସବୁଠୁ ବଡ଼ ଉତ୍ସବ ହେଉଛି ‘ମହାଶିବରାତ୍ରୀ।’ ଏହିଦିନ ଶିବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଏ। ଅନ୍ୟପଟେ ଶିବରାତ୍ରୀ ଓ ମହାଶିବରାତ୍ରୀ ଭିନ୍ନ ଭିନ୍ନ ମାସ ଓ ଦିନରେ ପଡ଼ିଥାଏ। ତେବେ ଅନେକ ଏକଥା ଜାଣନ୍ତି ନାହିଁ ‘ଶିବରାତ୍ରୀ’ ଓ ‘ମହାଶିବରାତ୍ରୀ’ ମଧ୍ୟରେ ପାର୍ଥକ୍ୟ କ’ଣ? ହିନ୍ଦୁ ପୁରାଣ ଶାସ୍ତ୍ରରେ ଭଗବାନ ଭୋଳାଶଙ୍କରଙ୍କ ମହିମା ସମ୍ପର୍କରେ ରହିଛି ଅନେକ ବର୍ଣ୍ଣନା । ଶିବଙ୍କ ମହିମା ଓ ଶିବରାତ୍ରୀର ତାତ୍ପର୍ଯ୍ୟକୁ ନେଇ ଏହି ଉପସ୍ଥାପନା।
ବର୍ଷକୁ ବାରଟି ଶିବରାତ୍ରୀ
ଶିବରାତ୍ରୀ ପ୍ରତିମାସରେ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ପଡ଼ିଥାଏ । ଏହି ପ୍ରକାରେ ବର୍ଷକୁ ପଡ଼ିଥାଏ ୧୨ଟି ଶିବରାତ୍ରୀ । ଶିବରାତ୍ରୀ ‘ବୋଧୋତ୍ସବ’ ନାଁରେ ପରିଚିତ। ଏହା ଏମିତି ଏକ ଉତ୍ସବ, ଯେଉଁଥିରେ ଜ୍ଞାତ ହୁଏ, ଆମେମାନେ ଶିବଙ୍କ ଅଂଶ ଓ ତାଙ୍କ ସଂରକ୍ଷଣରେ ରହିଛୁ। କୁହାଯାଏ, ସୃଷ୍ଟି ପ୍ରାରମ୍ଭରେ ଉକ୍ତ ଦିନ ଅଧରାତିରେ ଭଗବାନ ଶିବ ନିରାକାରରୁ ସାକାର ରୂପ ବା ବ୍ରହ୍ମାରୁ ରୁଦ୍ର ରୂପରେ ଅବତରଣ କରିଥିଲେ।
ବର୍ଷକରେ ଥରେ ମହାଶିବରାତ୍ରୀ
ଫାଲ୍‌ଗୁନ କୃଷ୍ଣ ଚତୁର୍ଦ୍ଦଶୀରେ ପଡ଼ିଥାଏ ମହାଶିବରାତ୍ରୀ। ଏହା ବର୍ଷକୁ ଥରେ ପଡ଼ିଥାଏ। ଭୋଳାନାଥଙ୍କ ଭକ୍ତମାନେ ଏହି ଦିନକୁ ବେଶ୍ ଶ୍ରଦ୍ଧା ଓ ଭକ୍ତିରେ ପାଳନ କରନ୍ତି। ଏହି ଦିନ ଭକ୍ତମାନେ ରାତିରେ ଉଜାଗର ରହି ଦୀପ ପ୍ରଜ୍ବଳନ କରୁଥିବାରୁ ଏହାକୁ ‘ଜାଗର’ ବୋଲି କୁହାଯାଏ |
ଶିବଲିଙ୍ଗ ଧାରଣ
ଧର୍ମଗ୍ରନ୍ଥ ଅନୁଯାୟୀ ଫାଲ୍‌ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଭଗବାନ ଭୋଳାନାଥ ଶିବଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ। କୁହାଯାଏ, ସୃଷ୍ଟି ପ୍ରାରମ୍ଭରେ ଭଗବାନ ବିଷ୍ଣୁ ଓ ବ୍ରହ୍ମାଙ୍କ ମଧ୍ୟରେ ଶ୍ରେଷ୍ଠତାକୁ ନେଇ ଝଗଡ଼ା ହୋଇଥିଲା । ଦୁହିଁଙ୍କ ବିବାଦ ଚାଲୁଥିବା ବେଳେ ଏକ ବିଶାଳ ଅଗ୍ନି ସ୍ତମ୍ଭ କୋଟି ସୂର୍ଯ୍ୟଙ୍କ ଚମକରେ ପ୍ରକଟ ହୋଇଥିଲେ । ଏହାକୁ ଦେଖି ଚକିତ ହୋଇଥିଲେ ବ୍ରହ୍ମା ଓ ବିଷ୍ଣୁ । ଏହି ଅଗ୍ନିସ୍ତମ୍ଭରେ ଶିବ ପ୍ରଥମଥର ପାଇଁ ଶିବଲିଙ୍ଗ ରୂପରେ ଦର୍ଶନ ଦେଇଥିଲେ।
ଶିବରାତ୍ରୀ ବ୍ରତ ପ୍ରାରମ୍ଭ
ତ୍ରୟୋଦଶୀରୁ ହିଁ ମହାଶିବରାତ୍ରୀ ବ୍ରତ ପ୍ରାରମ୍ଭ ହୋଇଥାଏ। ଆଉ ବ୍ରତଧାରା ଏହି ଦିନରୁ ସାନ୍ତ୍ରିକ ଖାଦ୍ୟ ଆହରଣ କରନ୍ତି । ଅନେକେ ଏହି ଦିନରୁ ବ୍ରତ ବି ରଖନ୍ତି। ଏହା ପରେ ଚତୁର୍ଦ୍ଦଶୀ ତିଥିରେ ପୂଜା ସହ ବ୍ରତ ରଖିବା ସଂକଳ୍ପ କରାଯାଏ । ଏହିଦିନ ଶିବଙ୍କୁ ଭାଇ, ଦୁଦୁରା, କ୍ଷୀର, ଆଖୁ, ଚନ୍ଦନ ଅର୍ପଣ କରାଯାଏ। ଅନ୍ୟପଟେ ମାତା ପାର୍ବତୀଙ୍କୁ ଅର୍ପଣ କରାଯାଏ ଶାଢ଼ି, ଶଙ୍ଖା, ସିନ୍ଦୂର। ଉପବାସ ଦିନ ଭକ୍ତମାନେ ଫଳାହାର କରିପାରିବେ, କିନ୍ତୁ ଲୁଣ ଖାଇବା ମନା। କେହି କେହି ନିର୍ଜଳା ମଧ୍ୟ ରହିଥାନ୍ତି । ମହାଦୀପ ସଂଦର୍ଶନ ପରେ ବ୍ରତ ଭାଙ୍ଗିଥାନ୍ତି।
ବ୍ରତ ବିଧି
ଶିବରାତ୍ରୀ ଦିନ ଚାରି ପହର ଯାକ ପୂଜା କରାଯାଏ । ପ୍ରତି ପହର ପୂଜାରେ ‘ଓଁ ନମ୍ ଶିବାୟ’ ପଞ୍ଚାକ୍ଷରୀ ମନ୍ତ୍ର ଉଚ୍ଚାରଣ କରି ଜପ ଜାରି ରଖିବା ଉଚିତ । ଯଦି ଏହି ଜପ ଶିବ ମନ୍ଦିରରେ ସମ୍ଭବ ନ ହୁଏ ଘରର ପୂର୍ବ ଦିଶାର ଶାନ୍ତ ପରିବେଶରେ କରାଯାଇପାରିବ।
ବ୍ରତରୁ ଲାଭ
ଶିବରାତ୍ରୀ ବ୍ରତ ଖୁବ୍ ପ୍ରଭାବଶାଳୀ । ବିଶେଷକରି ଅବିବାହିତାଙ୍କ ଲାଗି ଏହା ଅତି ଗୁରୁତ୍ବ ବହନ କରେ। କୁହାଯାଏ ଯେଉଁ କନ୍ୟାମାନେ ଶିବରାତ୍ରୀ ଉପବାସ କରନ୍ତି, ସେମାନଙ୍କୁ ବ୍ରତର ଶୁଭଫଳ ଶୀଘ୍ର ମିଳିଥାଏ । ଅର୍ଥାତ୍ ସେମାନଙ୍କ ବିବାହ ଶୀଘ୍ର ହୁଏ। ବ୍ରତ ରଖୁଥିବା ବିବାହିତା ମହିଳାଙ୍କୁ ସୌଭାଗ୍ୟ ପ୍ରାପ୍ତି ହୁଏ ଓ ସେମାନଙ୍କ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଏ ।
ଶିବଙ୍କ ନାମକରଣ
ସାଧାରଣତଃ ଶିବଙ୍କ ନାଁ ଶଙ୍କର ସହ ଯୋଡ଼ା ଯାଏ। ତେବେ ଲୋକମାନେ ହିଁ କହିଥାନ୍ତି ଶିବ, ଶଙ୍କର, ଭୋଳାନାଥ। ଅଜାଣତରେ ଅଧିକାଂଶ ଶିବ ଓ ଶଙ୍କରଙ୍କୁ ଗୋଟିଏ ସତ୍ତାର ଦୁଇଟି ନାଁ କହନ୍ତି। ଅସଲରେ କିନ୍ତୁ ଦୁହିଁଙ୍କ ପ୍ରତିମା ଓ ଆକୃତି ଭିନ୍ନ ଭିନ୍ନ। ଶଙ୍କରଙ୍କୁ ସର୍ବଦା ତପସ୍ବୀ ରୂପରେ ଦର୍ଶାଯାଇଥାଏ। ଶିବ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବର ନାମରେ ତିନି ସୂକ୍ଷ୍ମ ଦେବତାଙ୍କ ସଂରଚନା କରିଥିଲେ। ଏହିପ୍ରକାରେ ଶିବ ବ୍ରହ୍ମାଣ୍ଡର ରଚୟିତା ଏବଂ ଶଙ୍କର ତାଙ୍କର ହିଁ ରଚନା। ଏଥିପାଇଁ ଭଗବାନ ଶିବଙ୍କୁ ‘ମହାଦେବ’ ବୋଲି କୁହାଯାଏ।
ପାରସ୍ପରିକତାର ପ୍ରତୀକ ଅର୍ଦ୍ଧନାରୀଶ୍ୱର
ମହାଦେବଙ୍କୁ ଅର୍ଦ୍ଧନାରୀଶ୍ବର ମଧ୍ୟ କୁହାଯାଏ। ଏହାର ଅର୍ଥ ନୁହେଁ ଯେ, ଶିବ ଅଧା ପୁରୁଷ ବା ତାଙ୍କଠାରେ ସମ୍ପୂର୍ଣ୍ଣତା ନାହିଁ । ତେବେ ଶିବ ଅର୍ଦ୍ଧ ସ୍ବରୂପ ହେଲେ ମଧ୍ୟ ସମ୍ପୂର୍ଣ I ସେ ସ୍ତ୍ରୀ-ପୁରୁଷ, ଶିବ ଓ ଶକ୍ତିର ହିଁ ସ୍ବରୂପ । ତାଙ୍କରି ଦ୍ବାରା ହିଁ ସଂସାର ସଂଚାଳିତ ଓ ସନ୍ତୁଳିତ ହୋଇଥାଏ । ଦୁହେଁ ଦୁହିଁଙ୍କ ପୂରକ । ନାରୀ ପ୍ରକୃତି ଓ ନର ପୁରୁଷ । ପ୍ରକୃତି ବିନା ପୁରୁଷ ସତ୍ତାହୀନ ଓ ପୁରୁଷ ବିନା ପ୍ରକୃତିର ଅସ୍ତିତ୍ବ ନାହିଁ I ଅର୍ଦ୍ଧନାରାଷ୍ଟ୍ରର ଶିବ ମଧ୍ୟ ଏହି ପାରସ୍ପରିକତାର ପ୍ରତୀକ ।
ଶିବ ଓ ଶିକାରୀ
ଶିବ ପୁରାଣରେ ଜଣେ ଶିକାରୀ କଥା ବର୍ଣ୍ଣିତ ଅଛି | ଥରେ ଜଙ୍ଗଲରେ ଶିକାର କରିବା ସମୟରେ ତା’ର ବିଳମ୍ବ ହୋଇଗଲା । ସେଇଠୁ ସେ ଏକ ବେଲ ବୃକ୍ଷରେ ରାତି କାଟିବା ପାଇଁ ନିଷ୍ପତି ନେଲା। ଜଙ୍ଗଲୀ ଜୀବଜନ୍ତୁଙ୍କଠାରୁ ରକ୍ଷା ପାଇବା ପାଇଁ ଉଜାଗର ରହିବାକୁ ଚିନ୍ତା କଲା । ସେଥିପାଇଁ ସେ ଏକ ଉପାୟ ପାଞ୍ଚିଲା | ସେ ତମାମ ରାତି ଗୋଟିଏ ଗୋଟିଏ ବେଲ ପତ୍ର ତଳେ ପକାଇଲା। ବେଲ ବୃକ୍ଷ ତଳେ ଥିଲା ଏକ ଶିବଳିଙ୍ଗ । ଶିବଲିଙ୍ଗ ଉପରେ ପ୍ରିୟ ପତ୍ର ଅର୍ପଣ ହେବା ଦେଖି ଶିବ ପ୍ରସନ୍ନ ହେଲେ। ଅବଶ୍ୟ ଶିକାରୀ ଏଭଳି ଏକ ଶୁଭ କାମ କରିଥିବା ନେଇ ଅଜ୍ଞ ଥିଲା I ଶିକାରୀକୁ ଶିବ ଦର୍ଶନ ଦେଲେ ଓ ମନସ୍କାମନା ପୂରଣ ନେଇ ତାକୁ ବର ପ୍ରଦାନ କଲେ । ଏହି କଥାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଶିବ କେତେ ସହଜରେ ପ୍ରସନ୍ନ ହୋଇଯାଆନ୍ତି । ସେଥିପାଇଁ ତାଙ୍କ ନାମ ‘ଆଶୁତୋଷ’ । ଏହିଭଳି ଏକାଧିକ କଥା ଶିବ ପୁରାଣରେ ରହିଛି ।
ଆଜି ପବିତ୍ର ମହାଶିବରାତ୍ରି: ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ
ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରି । ମହାଦେବଙ୍କ ମହାରାଧନାର ପର୍ବ ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଭୁବନେଶ୍ବରରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ମହାଶିବରାତ୍ରି ଉପଲକ୍ଷେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିଛି ପୋଲିସ । ୪ଟି ସିଫ୍ଟରେ ସମ୍ପୂର୍ଣ୍ଣ ସ୍ଥାନ ଜଗିଛନ୍ତି ପୋଲିସ । ସୁରକ୍ଷା ଦାୟିତ୍ବରେ ୫ ଜଣ ଏଡିସିପି, ୧୪ ଜଣ ଏସିପି, ୨୧ ଜଣ ଆଇଆଇସି, ୮୪ ଜଣ ଏସଆଇ, ୯୩ ଏଏସଆଇ ମୁତୟନ ରହିଛନ୍ତି । ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି । ଓଡ୍ରାଫ,ଅଗ୍ନିଶମ ଅଧିକାରୀ ବି ମୁତୟନ ରହିଛନ୍ତି । ସବୁଠି ସିସିଟିଭି ଲାଗିବା ସହ ସାଧା ପୋଷାକରେ ପୋଲିସ ମୁତୟନ ରହିଛନ୍ତି ।
ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।
ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର ଆରାଧ୍ୟ ଦେବତା ବାବା ଶ୍ରୀ କଖାରୁଆ ବୈଦନାଥଙ୍କ ମନ୍ଦିରରେ ଭୋର ୪ଟାରେ ଉଠିବ ମହାଦୀପ
ବାରିପଦା: ଉତ୍ତର ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମାଣତ୍ରୀର ଆରାଧ୍ୟ ଦେବତା ବାବା ଶ୍ରୀ କଖାରୁଆ ବୈଦନାଥଙ୍କ ମନ୍ଦିରରେ ଶିବରାତ୍ରି ପାଳନ ପାଇଁ ପ୍ରସ୍ତୁତି ଶେଷ ହୋଇଛି । ଭକ୍ତମାନେ କିପରି ଦିଅଁ ଦର୍ଶନ, ପୂଜା, ଦଣ୍ଡବତ ପଡ଼ିବା ଓ ଦୀପ ଜାଳିବା ଶାନ୍ତି ଶୃଙ୍ଖଳାର ସହିତ କରିପାରିବେ ସେଥି ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୃଙ୍ଖଳିତ ଭାବରେ ପୂଜା ଓ ଦିଅଁ ଦର୍ଶନ ବ୍ୟବସ୍ଥା କରାଯାଇଛି ।
ମନ୍ଦିରର ନୀତିନିର୍ଘଣ୍ଟ ସମ୍ପର୍କରେ ପରିଚ୍ଛା ପ୍ରଦୀପ ପଣ୍ଡାଙ୍କ ସୂଚନା ଅନୁଯାୟୀ ଶୁକ୍ରବାର ଭୋର ୪ଟାରେ ଦିଅଁଙ୍କ ପହଡ଼ ଭଙ୍ଗା ପରେ ଚଳିତଥର ନୂତନ ଭାବରେ ମନ୍ଦିର ପରିସରରେ ଏକବିଶାଳ ଘିଅ ଦୀପ ପ୍ରଜ୍ଜଳନ ପରେ କଖାରୁଆ ବୈଦନାଥ ମହଦେବଙ୍କର ପାଲିଙ୍କି ଶୋଭାଯାତ୍ରା ଗ୍ରାମ ଓ ବଜାର ପରିକ୍ରମା କରିବ । ୪ଟା ୩୦ମିନିଟରେ ବାଲ୍ୟ ଭୋଗଲାଗି ଓ ସାଧାରଣ ଦର୍ଶନ, ସାଧାରଣ ପୂଜାଲାଗି ୫ଟାରୁ ଚାଲୁ ରହିବ । ଅପରାହ୍ଣ ୩ଟାରେ ପର୍ବାଣୀର ବିଶେଷ ଭୋଗଲାଗି ସାଙ୍ଗକୁ ସନ୍ଧ୍ୟାରେ ଆଳତୀ, ରାତି ୧୧ଟାରେ ସାଧାରଣ ଦର୍ଶନ ବନ୍ଦ ସାଙ୍ଗକୁ ସରକାରୀ ଖଟଣୀ ଓ ବିଶେଷ ପୂଜା ଆରମ୍ଭ ହୋଇ ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ସହସ୍ର କୁମ୍ଭାଭିଷେକ, ୨ଟାରେ ଶତଫଳ ଅର୍ପଣ, ୩ଟାରେ ଶୃଙ୍ଗାରବେଶ ସଜାଣୀ, ୩ଟାରୁ ୪ଟା ରେ ନଗର କୀର୍ତ୍ତନ ସାଙ୍ଗକୁ ଭୋର ୪ଟା ପରେ ମହାଦୀପ ଉଠିବ । ଶନିବାର ଭୋର ୫ଟାରୁ ପୂର୍ବାହ୍ଣ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ମହାଦେବଙ୍କ ସୁନାବେଶ ଦର୍ଶନ ଚାଲୁ ରହିବ । ବ୍ରତୀ ମାନେ ନିଶୁଳ୍କ ଦୀପ ଜାଳିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଧର୍ମଜାଗରଣ ସମିତି ପକ୍ଷରୁ ୨୪ଘଣ୍ଟା ନିରବଚ୍ଛିନ୍ନ ‘ଓଁ ନମଃ ଶିବାୟ’ ଜପ ପୂର୍ବବର୍ଷ ଭଳି ଆୟୋଜିତ ହେବ ।
୮ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଦୁଇଟି ବଡ ଯାତ୍ରାପାର୍ଟି ନାଟକ ପରିବେଷଣ କରିବ ବୋଲି ଜଣାପଡ଼ିଛି । ମେଳାରେ ଜୁଆ, ମଦକାରବାର ଓ ଅସାମାଜିକ କାର୍ଯ୍ୟାକଳାପ ରୋକାଯିବା ପାଇଁ ଜଣେ ମାଜିଷ୍ଟ୍ରେଟ ଓ ଡିଏସପିଙ୍କ ସହିତ ୨ପ୍ଲାଟୁନ ପୁଲିସ ଫୋର୍ସ ଓ ଅଫିସର ମୁତୟନ କରାଯାଇଛି । ମେଳା ପାଇଁ ଏକ ଅସ୍ଥାୟୀ ଫାଣ୍ଡି ସ୍ଥାପନ କରାଯାଇଛି ବୋଲି ବେତନଟୀ ଏସଡ଼ିପିଓ ସୁର୍ଦଶନ ଦାଶ କହିଛନ୍ତି । ପୁଲିସ୍‍ ପକ୍ଷରୁ ଶାନ୍ତିଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯିବାକୁ ଥିବା ବେଳେ ଭିଡ଼କୁ ନିୟନ୍ତ୍ରଣ ପାଇଁ ବୈଶିଙ୍ଗା-ବଡ଼ସାହି ରାସ୍ତାର ମାଣତ୍ରୀ ଇନ୍ଦିରା ଛକ ଓ ବୈଶିଙ୍ଗା-ଉଦଳା ରାସ୍ତାର ଚମ୍ପାଲାଞ୍ଜି ଛକପାଖରୁ ମେଳାକୁ ଯାନବାହାନ ନିଷେଧ କରାଯାଇଛି । ସେହିପରି ବଡ଼ସାହି ଅଗ୍ନିଶମ ବାହିନୀ ପକ୍ଷରୁ ଏକ ଦଳ ମୁତୟନ ହୋଇଛନ୍ତି । ତତସହିତ ପଞ୍ଚାୟତ, ସ୍ୱାସ୍ଥ୍ୟବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସାହାଯ୍ୟ/ସୂଚନା କେନ୍ଦ୍ର ଖୋଲାଯାଇଛି । ମେଳା ପଟ୍ଟାଦାର ଅଶ୍ୱନୀ ବେହେରାଙ୍କ ସୂଚନା ଅନୁଯାୟୀ ଚଳିତ ମେଳାରେ ସ୍ଥାନ ଆବଣ୍ଟନର ସୁବ୍ୟବସ୍ଥା ପାଇଁ ରେକର୍ଡ଼ ସଂଖ୍ୟକ ସର୍ବାଧିକ ୧୧୬୧ଟି ଦୋକାନୀ ସେମାନଙ୍କର ପସରା ମେଲାଇଛନ୍ତି । ତତସହିତ ଉଠା ଓ ବୁଲା ଦୋକାନୀ ବିକ୍ରୟ ସାମଗ୍ରୀ ସହିତ ମେଳାକୁ ଆସୁଛନ୍ତି ବୋଲି କହିଛନ୍ତି ।
ଆସନ୍ତାକାଲି ଜାଗର: ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ଶୈବପୀଠ
ଭୁବନେଶ୍ୱର: ଦିନକ ପରେ ପବିତ୍ର ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର। ଶୈବପୀଠଗୁଡ଼ିକରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା କରାଯିବା ସହ ମନ୍ଦିରକୁ ସାଜସଜ୍ଜା କରାଯାଉଛି। ଏହାସହିତ ଏକାମ୍ରକ୍ଷେତ୍ରରେ ଥିବା ବ୍ରହ୍ମେଶ୍ୱର ମନ୍ଦିର, ମେଘେଶ୍ୱର ମନ୍ଦିର ଓ ଜଳେଶ୍ୱର ମନ୍ଦିରରେ ସଫାସୁତରା କରାଯାଇ ପ୍ରସ୍ତୁତି ଶେଷ ହୋଇଛି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ମନ୍ଦିର ସଫାସୁତୁରାଠାରୁ ଆରମ୍ଭ କରି ଚୁନ ଲଗା କାମ କରାଯାଇଛି। ଏଥର ବି ଶିବରାତ୍ରିରେ ଝଲସିବ ଏକାମ୍ର କ୍ଷେତ୍ର। ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ମନ୍ଦିରରେ ରଙ୍ଗ ଦିଆଯିବା କାମ ଶେଷ ହୋଇସାରିଲାଣି। ଦିନକ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ଚର୍ତୁପାର୍ଶ୍ବରେ ଥିବା ଉତ୍ତର ଦ୍ୱାର, ଦକ୍ଷିଣ ଦ୍ୱାର, ପୂର୍ବ ଦ୍ୱାର, ସାହାଣୀ ମଣ୍ଡପ ଏବଂ ସିଂହଦ୍ୱାର ସବୁକୁ ମନ୍ଦିର ପ୍ରଶାସନ ପକ୍ଷରୁ ସଫା କରାଯାଇ ରଙ୍ଗ ଦିଆଯାଇଛି।
ଭକ୍ତମାନେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ଦେଖିବା ସହ ମହାପ୍ରଭୁଙ୍କ ଦର୍ଶନ କରିବେ। ଏଥିପାଇଁ ଲିଙ୍ଗରାଜ ମନ୍ଦିର, କେଦାରଗୌରୀ ମନ୍ଦିର, ଚିନ୍ତାମଣିଶ୍ୱର ମନ୍ଦିର, ଜିଜିପି କଲୋନୀସ୍ଥିତ ନୀଳକଣ୍ଠେଶ୍ୱର ମନ୍ଦିର, ନିଳାଦ୍ରୀବିହାରସ୍ଥିତ ଈଶାନେଶ୍ୱର, ଚନ୍ଦ୍ରଶେଖରପୁରସ୍ଥିତ ଶିବମନ୍ଦିର ଆଦି ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ମନ୍ଦିର ସବୁକୁ ଆଲୋକ ଓ ଫୁଲମାଳରେ ସଜାଯାଇଛି। ଅନେକ ଶୈବ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବାପରେ ରାଜଧାନୀର ବିଭିନ୍ନ ଛୋଟବଡ଼ ଶୈବପୀଠରେ ମହାଦୀପ ଉଠିବ।
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରି ଉଦ୍ଦେଶ୍ୟରେ ଭୋର୍‌‌ ୩ଟାରୁ ୩ଟା ୩୦ ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ହେବ। ଏହାପରେ ଭୋର୍‌‌ ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଭକ୍ତ ଦର୍ଶନ କରିଥିଲେ। ୧୧.୩୦ମିନିଟ୍‌‌ରୁ ୧୨ଟା ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ। ଅପରାହ୍ନ ସାଢ଼େ ୨ଟାରୁ ଭୁବନେଶ୍ୱରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗ ମଣ୍ଡପ, ଅପରାହ୍ଣ ୪ଟା ୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀରକିଶୋର ବଲ୍ଲଭ, ଦ୍ୱିପହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ପଡ଼ିବ। ସନ୍ଧ୍ୟା ୭ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା ନୀତି ସମ୍ପନ୍ନ ହେବ। ସନ୍ଧ୍ୟା ସାଢ଼େ ୭ଟାରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ୮ଟା ୧୦ରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼଼ା ପରିକ୍ରମା କରାଯିବ। ୮ଟା ୫୫ ମିନିଟ୍‌‌ରେ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ କରାଯାଇ ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି।
ମହାଶିବରାତ୍ରୀର ମଧ୍ୟରାତ୍ର ଯାଏଁ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଗଡିବ ‘ମୋ ବସ୍‌’
ଭୁବନେଶ୍ବର : ଆସନ୍ତାକାଲି ମହାଶିବରାତ୍ରୀ। ମହାଶିବରାତ୍ରୀରେ ଭକ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ବ୍ୟାକୁଳ ହେଉଥିବା ବେଳେ କ୍ରୁଟ୍ ପକ୍ଷରୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ପବିତ୍ର ଜାଗରକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ମୋ ବସ୍ ସେବାକୁ ସମ୍ପ୍ରସାରିତ କରିଛନ୍ତି । ୩୨ ନମ୍ବର ରୁଟ୍ (ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଲିଙ୍ଗରାଜ ମନ୍ଦିର) ବସ୍ ଚଳାଚଳ ସମୟ ବଢ଼ାଇ ଦିଆଯାଇଛି । ଜାଗର ପାଇଁ ଗୁରୁବାର ମଧ୍ୟ ରାତି ଯାଏ ମୋ ବସ୍ ଚାଲିବ ବୋଲି କ୍ରୁଟ୍ ସୂଚନା ଦେଇଛି ।
ସକାଳ ୬ଟା ୪୫ରେ ବରମୁଣ୍ଡାରୁ ପ୍ରତି ୧୫ ମିନିଟରେ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗୋଟିଏ ଲେଖାଏଁ ବସ୍ ଛାଡ଼ିବ । ରାତି ୧୦ଟା ୫୦ରେ ବରମୁଣ୍ଡାରୁ ଲିଙ୍ଗରାଜ ମନ୍ଦିର ଅଭିମୁଖେ ଗଡ଼ିବ ଶେଷ ବସ୍ । ସେହିଭଳି ଲିଙ୍ଗରାଜ ମନ୍ଦିରରୁ ବରମୁଣ୍ଡା ପଟକୁ ପ୍ରଥମ ବସ୍ ୭ଟା ୪୦ରେ ଛାଡ଼ିବ । ପ୍ରତି ୧୫ ମିନିଟ୍ ବ୍ୟବଧାନରେ ଗୋଟିଏ ଲେଖା ବସ୍ ବରମୁଣ୍ଡା ଯିବ । ଲିଙ୍ଗରାଜ ମନ୍ଦିରରୁ ରାତି ୧୨ଟାରେ ବରମୁଣ୍ଡା ଯିବା ଲାଗି ଶେଷ ବସ୍ ଛାଡ଼ିବ ବୋଲି ମୋ ବସ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମୋ ବସ୍ ଚଳାଚଳ ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବାର ଦର୍ଶନ କରି ସୁବିଧାରେ ଫେରିପାରିବେ । ଏହି ରୁଟ୍‌ରେ ୮ଟି ବସ୍ ଚଳାଚଳ କରିବ ।