Heart Attack Symptoms - The Sakala
ପୂର୍ବରୁ ପଚାଶ ବର୍ଷରୁ ଅଧିକ ବୟସ୍କଙ୍କୁ ହୃଦ୍‌ଘାତ ହେଉଥିଲା। ହେଲେ ଏବେ ତିରିଶ ବର୍ଷ ତଥା ଏହାଠୁ କମ୍ ବୟସର ପିଲା ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ହୃଦ୍‌ଘାତଠାରୁ ଏବେ ଘାତକ ପାଲଟିଛି ନୀରବ ହୃଦ୍‌ଘାତ। ଶରୀରରେ କୌଣସି ଲକ୍ଷଣ ଯଥା- ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟା ଜନିତ ସମସ୍ୟା ନଥାଇ ହୃଦ୍‌ଘାତ ହେଉଥିବାରୁ ଏହାକୁ ନୀରବ ହୃଦ୍‌ଘାତ କୁହାଯାଇଥାଏ। ଏକ ଅଧ୍ୟୟନ ମୁତାବକ ପ୍ରାୟ ୫୦ ପ୍ରତିଶତରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ନୀରବ ହୃଦ୍‌ଘାତ ହୋଇଥାଏ। ଏଥିରେ ଦେଖାଯାଉଥିବା ହାଲୁକା ସଙ୍କେତକୁ ଅଣଦେଖା ନ କରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରି।
କାହିଁକି ହୁଏ ହୃଦ୍‌ଘାତ
ନୀରବ ହୃଦ୍‌ଘାତକୁ ସାଇଲେଣ୍ଟ ଇସ୍କେମିୟା କୁହାଯାଏ। ହୃଦ୍‌ଘାତରେ ଛାତିରେ ଯନ୍ତ୍ରଣା, ଶ୍ବାସକ୍ରିୟାରେ ସମସ୍ୟା, ଝାଳ ବୋହିବା ଆଦି ଲକ୍ଷଣ ଦେଖାଯାଏ। ହେଲେ ନୀରବ ହୃଦ୍‌ଘାତରେ ଲକ୍ଷଣ ନ ଥାଇ କରୋନାରି ଧମନୀରେ ୩୦ରୁ ୪୦ % ପ୍ଲାକ୍‌ ରକ୍ତଜମାଟ ବାନ୍ଧିଯାଏ। ହୃତ୍‌ପିଣ୍ଡର ମାଂସପେଶୀକୁ ଅମ୍ଳଜାନ ଏବଂ ରକ୍ତ ପହଞ୍ଚାଇବା ବିଳମ୍ବ ଯୋଗୁଁ ନୀରବ ହୃତ୍‌ଘାତ ହୁଏ। ହୃତ୍‌ପିଣ୍ଡ ଅଚଳ ହୋଇଥାଏ। ସେହିପରି କୋଲେଷ୍ଟ୍ରଲ୍‌ ସ୍ତର ସାମାନ୍ୟ ଥାଇ ନୀରବ ହୃଦ୍‌ଘାତ ହୁଏ। ବୟସ୍କ, ଅଧÒକ ଚିନ୍ତା କରିବା, ଅତ୍ୟଧÒକ ବ୍ୟାୟାମ ବା କଠିନ ପରିଶ୍ରମ ନ କରିବା, ମଧୁମେହ, ମୋଟାପା, ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ, ନିଶା ତଥା ଧୂମ୍ରପାନ ସେବନ ଦ୍ବାରା ନୀରବ ହୃଦ୍‌ଘାତ ହୋଇଥାଏ।
ଲକ୍ଷଣ
ଅନ୍ୟାନ୍ୟ ରୋଗ ଥାଇ ମଧ୍ୟ ନୀରବ ହୃଦ୍‌ଘାତ ହୋଇଥାଏ। କାମ କରି ଥକ୍କାପଣ ଅନୁଭବ କରିବା, ଛାତିରେ ସାମାନ୍ୟ ଯନ୍ତ୍ରଣା, ଛାତି ଓ ପେଟ ଜଳାପୋଡ଼ା, ଡିହାଇଡ୍ରେସନ୍‌, ବଦହଜମୀ, ନିଃଶ୍ବାସ ନେବାରେ ସମସ୍ୟା,ଶରୀର ଯନ୍ତ୍ରଣା ହେବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ମୁଣ୍ଡବିନ୍ଧା, ଶରୀରରୁ ଅଧÒକ ଝାଳ ବୋହିବା, ଆଦି ନୀରବ ହୃଦ୍‌ଘାତର ଲକ୍ଷଣ। ମହିଳାଙ୍କଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଯାଇଥାଏ।
ପ୍ରଭାବିତ ବର୍ଗ
ମଧୁମେହ କିମ୍ବା ବୟସ୍କ ଲୋକଙ୍କୁ ନୀରବ ହୃଦ୍‌ଘାତ ଭୟ ଅଧିକ ଥାଏ। ଅଧିକ ଲୋକ ବଦହଜମୀ ବା ଅମ୍ଳଜନିତ ସମସ୍ୟାକୁ ଅଣଦେଖା କରିଦିଅନ୍ତି। ଏହା ହିଁ ନୀରବ ହୃଦ୍‌ଘାତର ଲକ୍ଷଣ।
ଆଧୁନିକ ଖାଦ୍ୟାଭ୍ୟାସ ଦାୟୀ
ସମ୍ପ୍ରତି ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟାଭ୍ୟାସରେ ପରିବର୍ତ୍ତନ, ତଥା ଅଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ନୀରବ ହୃଦ୍‌ଘାତ ଜନିତ ସମସ୍ୟା ବୃଦ୍ଧି ପାଉଛି। ତେଣୁ ତେଲ
ମସଲା, ଜଙ୍କ୍‌ଫୁଡ୍‌ ଓ ମାଛ-ମାଂସ ଠାରୁ ଦୂରେଇ ରୁହନ୍ତୁ। ଅନ୍ୟପଟେ ସୁସ୍ଥ-ସବଳ ଶରୀର ବନାଇବା ଚକ୍କରରେ ଏବେ ସମସ୍ତେ ଜିମ୍‌ ଯାଉଛନ୍ତି। ତେବେ ଅଧିକରୁ ଅଧିକ ପରିଶ୍ରମ କରିବା
ସମୟରେ ଜିମ୍‌ରେ ମଧ୍ୟ ନୀରବ ହୃଦ୍‌ଘାତ ଅନେକଙ୍କ ଚିନ୍ତା ବଢ଼ାଇଛି। ସେମାନଙ୍କ ହୃଦ୍‌ଜନିତ ସମସ୍ୟା ସହ ହାତ ମାଂସପେଶୀରେ ସମସ୍ୟା ଥିଲେ, ଜିମ୍‌ରେ ଅଧିକ ନୀରବ ହୃଦ୍‌ଘାତ ମାମଲା ଦେଖିବାକୁ ମିଳିଥାଏ।
ମାନସିକ ଅବସାଦ ବି କାରଣ
ମାଇଗ୍ରେନ୍‌ ତଥା ମୁଣ୍ଡବ୍ୟଥା ଯୋଗୁଁ ଯୁବପିଢ଼ିଙ୍କ ଠାରେ ନୀରବ ହୃଦ୍‌ଘାତ ଦେଖାଯାଉଛି। ଆମେରିକା ହାର୍ଟ ଆସୋସିଏସନ (ଏଏଚ୍‌ଏ) ରିପୋର୍ଟ ଅନୁସାରେ ୩୫ ବର୍ଷରୁ କମ୍‌ ବୟସ୍କଙ୍କ ପାଇଁ ମାଇଗ୍ରେନ୍‌ ହୃଦ୍‌ଘାତର ସଙ୍କେତ ଦେଇଥାଏ। ମୁଣ୍ଡବିନ୍ଧା ବିଭିନ୍ନ ବର୍ଗର ଲୋକଙ୍କ ଠାରେ ଦେଖାଯାଉଥÒବାବେଳେ ଏଥିପାଇଁ ସଚେତନ ସହ ଚିନ୍ତାମୁକ୍ତ ରହିବା ଜରୁରି।
ଚିକିତ୍ସା ବିକଳ୍ପ
ନିୟମିତ ରକ୍ତଚାପ, ଶର୍କରା ଏବଂ କୋଲେଷ୍ଟ୍ରଲ ଚେକ୍‌ଅପ୍‌ କରାନ୍ତୁ। ଖାଦ୍ୟ ହଜମ ନ ହେବା କିମ୍ବା ଅମ୍ଳ ଯୋଗୁଁ ଛାତିରେ ଯନ୍ତ୍ରଣା ହେଉଥିଲେ, ହୃଦ୍‌ ସମ୍ବନ୍ଧୀୟ ସମସ୍ୟା ଥିଲେ ଡାକ୍ତରଙ୍କୁ ଯୋଗାଯୋଗ କରନ୍ତୁ। ଡାଏଟ୍‌ରେ ପୌଷ୍ଟିକ ଖାଦ୍ୟ ସାମିଲ କରିପାରିେବ। ରକ୍ତଚାପ ପୀଡ଼ିତ ନିୟମିତ ରକ୍ତଚାପ ପରୀକ୍ଷା କରି ଔଷଧ ସେବନ କରନ୍ତୁ। ଡାକ୍ତରଙ୍କ ପରାମର୍ଶରେ ଇଲୋକ୍ଟ୍ରୋକାର୍ଡିଓଗ୍ରାମ୍‌ ଏବଂ ଇକୋକାର୍ଡିଓଗ୍ରାମ୍‌ ଟେଷ୍ଟ କରି ନୀରବ ହୃଦ୍‌ଘାତକୁ ଚିହ୍ନଟ କରିପାରିେବ। ହୃତ୍‌ପିଣ୍ଡର ସ୍ଥିତିକୁ ଅନୁଧ୍ୟାନ କରି ଆବଶ୍ୟକ ସ୍ଥଳେ ଏଞ୍ଜିୟୋପ୍ଲାଷ୍ଟି, ହୃତପିଣ୍ଡ ପ୍ରତ୍ୟାରୋପଣ, ବାଇପାସ୍‌ ସର୍ଜରୀ ଆଦି ଚିକିତ୍ସା କରିବାକୁ ହୁଏ। ନିଦ ପୂରା କରନ୍ତୁ। ଶାରୀରିକ ପରିଶ୍ରମ ସହ ନିଶା ଓ ଧୂମ୍ରପାନ ଠାରୁ ଦୂରେଇ ରୁହନ୍ତୁ।
କମ୍‌ ବୟସରେ କାହିଁକି ହେଉଛି ହୃଦ୍‌ଘାତ, ଜାଣନ୍ତୁ ଏନେଇ କ‘ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
ଭୁବନେଶ୍ବର : ଜଣାଶୁଣା ଗାୟକ କୃଷ୍ଣକୁମାର କୁନ୍ନଥ ଓରଫ୍‌ କେକେ ଗତ ମଙ୍ଗଳବାର ରାତିରେ କୋଲକାତାରେ ଏକ ଲାଇଭ୍‌ ଶୋ’ରେ ପର୍ଫମ୍‌ କରୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସୁସ୍ଥ ଜୀବନଚର୍ଯ୍ୟାକୁ ଜୀବନର ମନ୍ତ୍ର କରିଥିବା କେକେଙ୍କୁ ହଠାତ୍‌ କାହିଁକି ହୃଦ୍‌ଘାତ ହେଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
କେବଳ କେକେ ନୁହଁନ୍ତି, ଅତୀତରେ ଇନ୍ଦ୍ର କୁମାର, ସିଦ୍ଧାର୍ଥ ଶୁକ୍ଳା ଭଳି ବହୁତ କମ୍ ବୟସର ସେଲିବ୍ରିଟି ମଧ୍ୟ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ଦେଶରେ ଏହି ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ, କେବଳ ୨୦୧୬ ମସିହାରେ ଭାରତରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିବା ୪୫% ଲୋକଙ୍କର ବୟସ ୪୦-୬୯ ବର୍ଷ ମଧ୍ୟରେ ଥିଲା। ତେଣୁ ବିଶେଷଜ୍ଞମାନେ ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା ଓ ସୁସ୍ଥ ଜୀବନଶୈଳୀକୁ ଗୁରୁତ୍ବ ଦେଉଛନ୍ତି। ଏଭଳି ପରିସ୍ଥିତିରେ ହୃଦ୍‌ଘାତର କାରଣ ଜାଣିବା ନିହାତି ଜରୁରୀ।
ହୃଦ୍‌ଘାତର କାରଣ
ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗୀଙ୍କୁ ହୃଦ୍‌ଘାତ ହେବା ଆଶଙ୍କା ଅଧିକ ଥାଏ।
ହୃତ୍‌ପିଣ୍ଡ ମାଂସପେଶୀକୁ ରକ୍ତ ପ୍ରବାହ ଅବରୋଧ ହେଲେ ହୃଦ୍‌ଘାତ ହୁଏ।
୪୫ ବର୍ଷରୁ ଅଧିକ ବୟସ୍କ ପୁରୁଷ ଏବଂ ୫୫ ବର୍ଷରୁ ଅଧିକ ମହିଳାଙ୍କଠାରେ ସାଧାରଣତଃ ହୃଦ୍‌ଘାତର ଆଶଙ୍କା ଅଧିକ।
ଏହା ଏକ ବଂଶାନୁକ୍ରମିକ ରୋଗ ମଧ୍ୟ। ପରିବାରର ଯଦି କେହି ଏହି ରୋଗରେ ପୀଡ଼ିତ, ତେବେ ଅନ୍ୟମାନଙ୍କୁ ହୃଦ୍‌ଘାତ ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଥାଏ।
ମାନସିକ ଚାପ ଓ ଅବସାଦ ହୃଦ୍‌ଘାତର ମୁଖ୍ୟ କାରଣ।
ଆବଶ୍ୟକ ପରିମାଣରେ ନିଦ ନ ହେଲେ ମଧ୍ୟ ହୃଦ୍‌ଘାତର ଆଶଙ୍କା ଦେଖା ଦେଇଥାଏ। ବିଶେଷଜ୍ଞଙ୍କ କହିବାନୁସାରେ, ଦିନକୁ ୭ ରୁ ୮ ଘଣ୍ଟା ଶୋଇବା ନିତାନ୍ତ ଜରୁରି।
ତମାଖୁ ସେବନ ଓ ଧୂମ୍ରପାନ କରିବା ଦ୍ବାରା ହୃଦ୍‌ଘାତ ହେବାର ଆଶଙ୍କା ବଢ଼ି ଯାଇଥାଏ। ଏପରିକି ଯେଉଁମାନେ ଦୀର୍ଘ ସମୟ ଧରି ଧୂମ୍ରପାନ କରୁଥିବା ଲୋକଙ୍କ ପାଖରେ ରୁହନ୍ତି, ସେମାନଙ୍କୁ ମଧ୍ୟ ହୃଦ୍‌ଘାତ ହୋଇପାରେ।
ମେଦବହୁଳତା ହୃଦ୍‌ଘାତର ଜନନୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅତ୍ୟଧିକ ମେଦ କାରଣରୁ ଧମନୀରେ ରକ୍ତ ପ୍ରବାହ ସୂଚାରୁରୂପେ ହୋଇପାରେ ନାହିଁ, ତେଣୁ ହୃଦ୍‌ଘାତ ହୋଇଥାଏ।
ଦୀର୍ଘଦିନ ଧରି ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ଘୃଦ୍‌ଘାତ ହେବାର ଆଶଙ୍କା ଅଧିକ। ଉଚ୍ଚ ରକ୍ତଚାପ ଯୋଗୁଁ ଧମନୀ ପ୍ରଭାବିତ ହୋଇଥାଏ, ଫଳରେ ହୃତ୍‌ପିଣ୍ଡକୁ ଆବଶ୍ୟକ ଅମ୍ଳଜାନ ମିଳେ ନାହିଁ, ଫଳରେ ହୃଦ୍‌ଘାତ ହୋଇଥାଏ।
ଅନିୟମିତ ଜୀବନଶୈଳୀ, ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟଗ୍ରହଣ, ମଦ୍ୟପାନ, ବ୍ୟାୟାମର ଅଭାବ, ଶାରୀରିକ ପରିଶ୍ରମ ନ କରିବା ମଧ୍ୟ ହୃଦ୍‌ଘାତର ପ୍ରମୁଖ କାରଣ।
ହୃଦ୍‌ଘାତର ଲକ୍ଷଣ
ଶ୍ବାସ ରୁନ୍ଧି ହେବା ଭଳି ଲାଗିବା
ପ୍ରଚୁର ଝାଳ ବୋହିବା
ବାନ୍ତି ଲାଗିବା ଆଦି ହୃଦ୍‌ଘାତର ଲକ୍ଷଣ
ଛାତିରେ ଯନ୍ତ୍ରଣା, ଚଲାବୁଲା କଲାବେଳେ ହାଲିଆ ଲାଗିବା
ମୁଣ୍ଡବୁଲାଇବା କିମ୍ବା ବିନ୍ଧିବା
ବାମ କାନ୍ଧ ଓ ବେକରେ ଯନ୍ତ୍ରଣା ହେବା
କଥା କହିବା ଓ ବୁଝିବାରେ ସମସ୍ୟା
ଏହି ସବୁ ହୃଦ୍‌ଘାତର ଲକ୍ଷଣ ଅଟେ। ଏସବୁ ଲକ୍ଷଣ ଦେଖା ଯାଉଥିଲେ, ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।
କ’ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ
ପୂର୍ବରୁ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ହୃଦ୍‌ଘାତ ହେଉଥିଲା। କିନ୍ତୁ ଆଜିକାଲି ୪୦ ରୁ ୫୦ ବର୍ଷ ବୟସର ଲୋକଙ୍କୁ ଅଧିକ ହୃଦ୍‌ଘାତ ହେଉଛି। ଜୀବନଶୈଳୀରେ ପରିବର୍ତ୍ତନ, ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟସେବନ, ମାନସିକ ଅବସାଦ, ମଦ୍ୟପାନ, ତମାଖୁ ସେବନ ଆଦି ହୃଦ୍‌ଘାତର ମୁଖ୍ୟକାରଣ।
ଯୁବଗୋଷ୍ଠୀ କର୍ମକ୍ଷେତ୍ରରେ ଅଳ୍ପ ସମୟ ମଧ୍ୟରେ କମ୍‌ ପରିଶ୍ରମ କରି ସଫଳତାର ଶୀର୍ଷକୁ ଛୁଇଁବାକୁ ଇଚ୍ଛା କରୁଛନ୍ତି। ଯେଉଁଥିପାଇଁ ସେମାନେ ଅଧିକ ମାନସିକ ଅବସାଦ ଓ ଚାପର ଶୀକାର ହେଉଛନ୍ତି। ବିଶେଷ କରି ଗ୍ଲାମର ଜଗତର ସେଲିବ୍ରିଟିମାନେ ଅଧିକ ମାନସିକ ଚାପରେ ରହୁଛନ୍ତି। କାରଣ ଦିନକୁ ଦିନ ପ୍ରତିଯୋଗିତା ବଢ଼ିବାରେ ଲାଗିଛି। ଫଳରେ ମାନସିକ ଚାପ ସୃଷ୍ଟି ହେଉଛି। ଅତ୍ୟଧିକ ଚାପ କାରଣରୁ ଧମନୀରେ ଜମା ହୋଇଥିବା ଚର୍ବି ଫାଟିଯାଏ, ଫଳରେ ହୃଦ୍‌ଘାତ ହୋଇଥାଏ। ତେବେ ହୃଦ୍‌ଘାତରୁ ରକ୍ଷା ପାଇବାକୁ ହେଲେ ପ୍ରଥମେ ଚର୍ବି ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ। ଏଥିସହ ରେଡ୍‌ମିଟ୍‌, ଛଣାଛଣି ଖାଦ୍ୟ, ଅଣ୍ଡାର କେଶର ଆଦି ଖାଇବା ଅନୁଚିତ୍‌। ଉନ୍ନତମାନର ଖାଇବା ତେଲ ବ୍ୟବହାର କରିବା ସହ ଦିନକୁ ପ୍ରାୟ ଅଧଘଣ୍ଟା ବ୍ୟାୟମ କଲେ ହୃଦ୍‌ଘାତ ଆଶଙ୍କାକୁ ଏଡ଼ାଇ ହେବ।
(ଡା. ପ୍ରଶାନ୍ତ କୁମାର ସାହୁ, ନିର୍ଦ୍ଦେଶକ, ହୃଦ୍‌ରୋଗ ବିଶେଷଜ୍ଞ, ଆପୋଲୋ)