matric - The Sakala

ମାଟ୍ରିକ୍‌ ଫର୍ମ ପୂରଣ ଅବଧି ନଭେମ୍ବର ୨୮ ଯାଏଁ ବୃଦ୍ଧି..
କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ଫର୍ମ ପୂରଣ ଅବଧିକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ବୋର୍ଡ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି। ​ପୂର୍ବରୁ ଫର୍ମ ପୂରଣର ଶେଷ ତାରିଖ ନଭେମ୍ବର ୨୨କୁ ଧାର୍ଯ୍ୟ କରାଯାଇଥିଲା। ବର୍ତ୍ତମାନ ଏହାକୁ ନଭେମ୍ବର ୨୮ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟଗୁଡ଼ିକର ସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବର୍ଦ୍ଧିତ ସମୟସୀମା ମଧ୍ୟରେ ସମସ୍ତ ବିଦ୍ୟାଳୟକୁ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଫର୍ମ ପୂରଣ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସରିଲା ମାଟ୍ରିକ ଖାତା ଦେଖା, ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶନକୁ ଗୁରୁତ୍ବ
ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ମାଟ୍ରିକ ସମେଟିଭ୍-୨, ମଧ୍ୟମା ଓ ଓପନ ସ୍କୁଲ ସାର୍ଟିଫିକେଟର ପରୀକ୍ଷା ଖାତା ମୂଲ୍ୟାୟନ ଶେଷ ହୋଇଛି । ଏଥର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ସାରା ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଖାତା ଦେଖା କାମରେ ୧୩ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହୋଇଥିଲେ । ଖାତା ଦେଖା ସରିବା ପରେ ଏଣିକି ଟାବଲେସନ ଉପରେ ଧ୍ୟାନ ଦିଆଯିବ। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ଭଲରେ ଖାତା ଦେଖା ସରିଛି। ତେଣୁ ନିର୍ଦ୍ଧାରିତ ସମୟ କିମ୍ବା ପରେପରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ସମସ୍ତ ଚେଷ୍ଟା କରାଯାଉଛି । ଏଥି ସହିତ ଯେଉଁ ସେଟ ପ୍ରଶ୍ନ ପତ୍ରରେ ତ୍ରୁଟି ଦେଖାଦେଇଥିଲା ସେ ଛାତ୍ରଛାତ୍ରୀଙ୍କୁ ବୋର୍ଡର ନିୟମ ଅନୁଯାୟୀ ମାର୍କ ପ୍ରଦାନ କରାଯିବ। ସେ ପିଲାମାନଙ୍କର କିଛି ବି ସମସ୍ୟା ହେବନି । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି।

ଏଥର ରାଜ୍ୟର ୩୨୧୮ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୨୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ପର୍ଯ୍ଯନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ବଡ ଖବର : ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ପରୀକ୍ଷାଫଳ
ଭୁବନେଶ୍ବର : ମାଟ୍ରିକ ପରୀକ୍ଷାର୍ଥୀ ପାଇଁ ବଡ ଖବର । ମାଟ୍ରିକ ପରୀକ୍ଷାଫଳକୁ ନେଇ ପରୀକ୍ଷାର୍ଥୀ ଓ ଅଭିଭାବକ ଉତ୍କଣ୍ଠିତ ରହିଥିବା ବେଳେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଚଳିତ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମାଟ୍ରିକ ଖାତାଦେଖା ଯଥା ସମୟରେ ସରିଛି। ଏଣୁ ଜୁନ୍ ମାସ ଶେଷ ସପ୍ତାହ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ କରାଯିବାକୁ ସମସ୍ତ ପ୍ରକାରର ପ୍ରଚେଷ୍ଟା ଚାଲିଛି।

ଚଳିତବର୍ଷ ୫ ଲକ୍ଷ ୨୮ ହଜାର ପିଲା ମାଟ୍ରିକ ପରୀକ୍ଷା ଦେଇଥିଲେ । ରାଜ୍ୟରେ ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଦୁଇ ସପ୍ତାହରେ ଖାତାଦେଖା ସରିଛି । ପରୀକ୍ଷାର୍ଥୀଙ୍କ ମାର୍କ ଅନଲାଇନରେ ଅପଲୋଡ କରାଯାଉଥିବା ବେଳେ, SOSC ଓ ମଧ୍ୟମା ପରୀକ୍ଷାର୍ଥୀଙ୍କ ମାର୍କ ଅଫଲାଇନ ମୋଡରେ ରେକର୍ଡ କରାଯାଇଛି ।

କରୋନା ମହାମାରୀ ଯୋଗୁ ୨ ବର୍ଷ ପରେ ଏଥର ଅଫଲାଇନ୍‌ ପରୀକ୍ଷା ଦେଇଛନ୍ତି ମାଟ୍ରିକ ଛାତ୍ରଛାତ୍ରୀ । ଚଳିତ ବର୍ଷ ୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ ତାରିଖ ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମେ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ ମୂଲ୍ୟାୟନ କେନ୍ଦ୍ରରୁ ବୋର୍ଡ ନିଯୁକ୍ତ ମେକର ଓ ଚେକର୍ଙ୍କ ଦ୍ବାରା ସିଧାସଳଖ ଛାତ୍ରଛାତ୍ରୀଙ୍କ ମାର୍କ ଅପ୍ଲୋଡ୍ ବ୍ୟବସ୍ଥା କରାଯାଇଥିଲା। ଏହାଦ୍ବାରା ପରୀକ୍ଷାଫଳ ପ୍ରକାଶନ ପ୍ରକ୍ରିୟା ସହଜ ଓ ସରଳ ହେବ ବୋଲି ସୂଚନା ମିଳିଛି। ରାଜ୍ୟ ମଧ୍ୟରେ ସବ୍ଜେକ୍ଟିଭ୍ ପେପର ମୂଲ୍ୟାୟନ ଚାଲିଥିବାବେଳେ ଏକକାଳୀନ ରାଜ୍ୟ ବାହାରେ ଅବ୍ଜେକ୍ଟିଭ୍ ଖାତା(ଓଏମ୍ଆର୍ ଉତ୍ତରଫର୍ଦ୍ଦ) ମୂଲ୍ୟାୟନ ଚାଲିଛି। ତାହା ମଧ୍ୟ ସରିଯାଇଥିବା ଜଣାପଡ଼ିଛି। ଫଳରେ ପ୍ରକ୍ରିୟା ସଂପୂର୍ଣ୍ଣ ହେବା ପାଇଁ ଆଉ ପାଖାପାଖି ଦୁଇ ସପ୍ତାହ ସମୟ ଲାଗିବ। ଜୁନ୍ ଶେଷ ସପ୍ତାହରେ ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ କରିବାକୁ ବୋର୍ଡ ପକ୍ଷରୁ ଯୋଜନା ଚାଲିଥିବା ବେଳେ ଫଳାଫଳକୁ ତ୍ରୁଟିଶୂନ୍ୟ କରିବା ପାଇଁ ବୋର୍ଡ ଉଦ୍ୟମ ଜାରି ରଖିଛି।