Lord Lingaraj Temple - The Sakala

ପୁଣି ଉପାସରେ ମହାପ୍ରଭୁ ଲିଙ୍ଗରାଜ, ସେବାୟତଙ୍କ ବିବାଦ ଯୋଗୁ ଗତକାଲିଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି
ଭୁବନେଶ୍ୱର: ମକର ସଂକ୍ରାନ୍ତିରେ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦ ଯୋଗୁ ଗତକାଲିଠୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମକର ସଂକ୍ରାନ୍ତି ଅବସରରେ ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଉଭୟ ବ୍ରାହ୍ମଣ ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ବିବାଦରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଓ ନୀତି ବନ୍ଦ ରହିଥିଲା। ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି। ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ। ଯେପର୍ଯ୍ୟନ୍ତ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ।

ବିଗତ କିଛି ବର୍ଷ ହେବ ବିବାଦ ଚାଲିଥିଲା । ଏହାକୁ ନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା ବଡ଼ୁ ନିଯୋଗ । ଦେବୋତ୍ତର ବିଭାଗକୁ ଏହି ବିବାଦର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଏଯାଏଁ ଏହାର ସମାଧାନ ହୋଇପାରିଲା ନାହିଁ । ଏଣୁ ଗତକାଲି ସନ୍ଧ୍ୟା ଧୂପ ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତି ବନ୍ଦ ରହିଛି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନୀତି ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ବାରମ୍ବାର ପ୍ରଭୁ ଲିଙ୍ଗରାଜ ଉପବାସରେ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ।

ପୁଣି ଭାଇରାଲ ହେଲା ଲିଙ୍ଗରାଜ ବେଢାର ଫଟୋ
ଭୁବନେଶ୍ବର: ପୁଣି ଭାଇରାଲ ହେଲା ଲିଙ୍ଗରାଜ ମନ୍ଦିର ବେଢା । କଡା ସୁରକ୍ଷା ସତ୍ତ୍ୱେ ମନ୍ଦିର ବେଢାର ଫଟୋ ଭାଇରାଲ ହୋଇଛି । ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ । ଏହି ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦର୍ଶନ କରିବା ସହ ମନ୍ଦିର ବେଢା ଭିତରେ ଫଟୋ ଉଠାଇଥିଲେ । ସୁସ୍ମିତାଙ୍କ ଫଟୋ ଉଠାଇଥିବା ସେବାୟତ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରିଛନ୍ତି । ତାଙ୍କର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ଶିଳ୍ପା ସେଟ୍ଟୀଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏପରିକି କିଛି ରାଜନେତାଙ୍କ ଫଟୋ ବେଢ଼ା ଭିତରେ ଭାଇରାଲ ହେବା ପରେ ମନ୍ଦିର ସୁରକ୍ଷା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ସାଢ଼େ ୩ଟା ସୁଦ୍ଧା ଗଡ଼ିବ ରଥ
ଭୁବନେଶ୍ୱର : ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରଥଯାତ୍ରା। ଏ ନେଇ ନେତ୍ରୋତ୍ସବ ଅର୍ଥାତ୍‌‌ ମଙ୍ଗଳବାର ରଥ ପ୍ରତିଷ୍ଠା ନୀତି ଶେଷ ହେବା ପରେ ଆଜି ବୁଧବାର ପ୍ରାତଃରୁ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ ଅପରାହ୍ଣ ୩ଟା ସୁଦ୍ଧା ରଥଟଣା ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ସେବାୟତମାନେ ଶୃଙ୍ଖଳିତ ଢଙ୍ଗରେ ସମସ୍ତ ନୀତିକାନ୍ତି କରିଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ରଥଦାଣ୍ଡରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବେ। ବର୍ଷକୁ ଥରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଲିଙ୍ଗରାଜ ମନ୍ଦିରରୁ ମାଉସୀ ମା’ ମନ୍ଦିରକୁ ଆସୁଛନ୍ତି ମହାପ୍ରଭୁ।

ଗତକାଲି ରାତ୍ର ୯ଟା ସୁଦ୍ଧା ରଥ ନିର୍ମାଣ କାର୍ଯ ଶେଷ କରି ମହାରଣା ଓ ରୂପକାର ସେବାୟତମାନେ ରଥକୁ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ସନ୍ଧ୍ୟା ଧୂପ ପରେ ମହାପ୍ରଭୁଙ୍କ ରଥଯାତ୍ରା ନୀତିକାନ୍ତି ଆରମ୍ଭ ହୋଇଥିଲା। ପ୍ରଥମେ ମରିଚିକୁଣ୍ଡରୁ ପାଣି ଆସି ରଥ ପ୍ରତିଷ୍ଠା ମଣ୍ଡପରେ ରହିଥିଲା। ମଣ୍ଡପରେ ପାଣି ରଖାଯିବା ପରେ ପୁରୀରୁ ଆସିଥିବା ରାଜଗୁରୁ, କୁଳ ପୁରୋହିତ ବୃନ୍ଦାବନ ଦାଶ ଓ କ୍ଷେତ୍ରବାସୀ ନିଯୋଗର ସେବାୟତମାନେ ରଥ ପ୍ରତିଷ୍ଠା କରିଥିଲେ। ରଥ ପ୍ରତିଷ୍ଠା କାମ ଶେଷ କରିବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆଜି ସକା, ୫ଟାରୁ ଆରମ୍ଭ ହୋଇଛି। ପ୍ରଥମେ ମଙ୍ଗଳଆଳତି ଓ ଅବକାଶ ନୀତି ଶେଷ କରି ପଛକୁ ପଛ ଅନ୍ୟାନ୍ୟ ନୀତିକାନ୍ତି କରାଯାଇଥିଲା। ତେବେ ଭୋଗମଣ୍ଡପ ସରିବା ପରେ ଯାତ୍ରା ପୂଜା କରି ପହଣ୍ଡି ନୀତି ଆରମ୍ଭ ହେବ।

ମହାପ୍ରଭୁ ରଥାରୂଢ଼ ହେବା ପରେ ଅପରାହ୍ଣ ୧ଟା ୩୦ରେ ଚକ ପୂଜା, ଚାରି ଦ୍ୱାର ପୂଜା, ନେତ ପୂଜା, ଅଶ୍ୱ ପୂଜା ଓ ବ୍ରହ୍ମ ପୂଜା ଆଦି ନୀତି କରାଯିବ। ଅପରାହ୍ଣ ୩ଟା ସୁଦ୍ଧା ରଥ ଉପର ନୀତି ଶେଷ କରି ୩ଟାରୁ ସାଢ଼େ ୩ଟା ମଧ୍ୟରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ ମହାପ୍ରଭୁ ଲିଙ୍ଗରାଜ ରାମେଶ୍ୱର ମନ୍ଦିର ଅଧିଷ୍ଠିତ ହେବେ। ମହାପ୍ରଭୁଙ୍କର ଏହି ଯାତ୍ରା ୫ ଦିନିଆ ହୋଇଥାଏ।

ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ୍‌ ପୁଲିସ ଫୋର୍ସ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହାକୁ ଶାନ୍ତିଶୃଙ୍ଖଳା ସହ ସମାପନ କରିବାକୁ ଅଣ୍ଟାଭିଡ଼ିଛି କମିସନରେଟ୍‌‌ ପୁଲିସ। ଏଥର ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ଆଉ ସୁରକ୍ଷା ଦାୟିତ୍ୱରେ ୧୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିରେ ୨ଜଣ ଅତିରିକ୍ତ ଡିସିପି, ୬ଜଣ ଏସିପି, ୧୨ଜଣ ଇନ୍ସପେକ୍ଟର, ଏଏସ୍‌‌ଆଇ/ଏସ୍‌‌ଆଇ ୫୦ଜଣ, ହାବିଲଦାର/କନଷ୍ଟେବଳ ୧୧ଜଣ, ୩୧ଜଣ ମହିଳା ପୁଲିସ, ୮୫ଜଣ ହୋମଗାର୍ଡ ଏବଂ ୨୨ଜଣ ଏପିଆର୍‌‌ ପୁଲିସଙ୍କୁ ମୁତୟନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସେହିପରି ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। କଣ୍ଟ୍ରୋଲ ରୁମ୍‌‌ରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ। ସେଭଳି ରଥ ଉପରକୁ ଚଢ଼ିଥିବା ସମସ୍ତ ସେବାୟତଙ୍କୁ ପରିଚୟପତ୍ର ଦିଆଯାଇଛି। ଉକ୍ତ ପରିଚୟପତ୍ର ଆଧାରରେ ରଥ ଉପରକୁ ସେବାୟତ ଚଢ଼ିବାକୁ ଅନୁମତି ମିଳିବ। ସେଭଳି ପକେଟ୍‌‌ମରା ଓ ଲୁଟେରାଙ୍କ ଉପରେ ନଜର ରଖିବା ଲାଗି ସାଦା ପୋଷାକରେ ପୁଲିସଙ୍କ ମୁତୟନ କରାଯାଇଛି। ଅନ୍ୟପକ୍ଷରେ ଶୃଙ୍ଖଳତା ରଥଟଣା ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ନିୟନ୍ତ୍ରଣ କକ୍ଷରୁ ସିସିଟିଭି ଅପରେଟ୍‌‌ କରାଯିବା ସହ ବନ୍ଧୁକଧାରୀ ପୁଲିସ ଉପସ୍ଥିତ ରହିବେ।

ସରିଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ: ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି
ଭୁବନେଶ୍ୱର: ସରିଛି ମହାପ୍ରଭୁ ଲିଙ୍ଗରାଜଙ୍କ ବିବାହ। ମନ୍ଦିରରେ ପ୍ରବେଶ କରିଛନ୍ତି ଦେବ ଦମ୍ପତି । ସୁସଜ୍ଜିତ ବିମାନରେ ମହାପ୍ରଭୁ ଲିଙ୍ଗରାଜ ଓ ମା ପାର୍ବତୀ ବିରାଟ ପଟୁଆରରେରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦେବ ଦମ୍ପତି ନଗର ପରିକ୍ରମା କରିବା ସହ ଶୀତଳ ଷଷ୍ଠୀ କମିଟି ପକ୍ଷରୁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ବାଦ୍ୟ ଯନ୍ତ୍ର ସହ ପାରମ୍ପରିକ ତୂରୀ, ଶଙ୍ଖ, ଧୋଲକି ବ୍ୟବସ୍ଥା କରାଯାଇଥିଲା । ହୁଳହୁଳିରେ ପ୍ରକମ୍ପିତ ହୋଇପଡିଥିଲା ପୂରା ପରିବେଶ । ପାଖାପାଖି ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଯାତ୍ରାରେ ସାମିଲ୍ ହୋଇ ମହାପଭୁ ଲିଙ୍ଗରାଜ ଓ ମାଆ ପାର୍ବତୀଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ ।

ଜମିଲା ଦେବ ବିବାହ, କେଦାରଗୌରୀ ମନ୍ଦିରରେ ମହାପ୍ରଭୁ ଲିଙ୍ଗରାଜ; ଆଜି ମାତା ପାର୍ବତୀଙ୍କୁ କରିବେ ବିବାହ
ଭୁବନେଶ୍ୱର: ବହୁ ବାଦବିବାଦ ପରେ ସମ୍ପନ୍ନ ହେଲା ଦେବଦମ୍ପତିଙ୍କ ବିବାହ। ସଜ ମଙ୍ଗଳକୃତ୍ୟକୁ ସଜ ବାହା। ପ୍ରଶାସନର ଚେଷ୍ଟା ଫଳରେ ଜାରି ରହିଲା ପରମ୍ପରା। ପଡ଼ିଲା ଦେବଦମ୍ପତିଙ୍କ ହାତଗଣ୍ଠି। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଛନ୍ତି । ଆଜି ବିବାହ ଉତ୍ସବ ସରିବା ପରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରକୁ ଫେରିବେ ମହାପ୍ରଭୁ ଲିଙ୍ଗରାଜ ।

୨୦୧୫ ମସିହାରୁ ଲାଗି ରହିଥିବା ବିବାଦ ନେଇ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବହୁ ବିଳମ୍ବରେ ବିବାହ ନିଷ୍ପତ୍ତି ହୋଇଥିଲା। ଶନିବାର ଶ୍ରୀଲିଙ୍ଗରାଜଙ୍କର ସଜ ମଙ୍ଗଳକୃତ୍ୟ ସମ୍ପନ୍ନ କରାଯିବାପରେ ବିବାହ ରୀତିନୀତି ଆରମ୍ଭ ହୋଇଥିଲା। ଶୁକ୍ରବାର ଲିଙ୍ଗରାଜଙ୍କର ମଙ୍ଗଳ କୃତ୍ୟ ହେବାକୁ ଥିବାବେଳେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗ କାରଣରୁ ସେଥିରେ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ସଦସ୍ୟ ଓ ଭୁବନେଶ୍ୱର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ମଲିଆ ଓ ଖୁଣ୍ଟିଆ ସେବାୟତ ପ୍ରତିନିଧିଙ୍କୁ ନେଇ ବୈଠକ ହୋଇଥିଲା।

୨୦୧୫ ମସିହାରୁ ଲିଙ୍ଗରାଜଙ୍କ ବିବାହରେ ଯୋଗ ଦେଉନଥିବା କପିଳେଶ୍ୱର ବାବାଙ୍କୁ ଲିଙ୍ଗରାଜ ମନ୍ଦିରକୁ ଆଣିବା ପାଇଁ ରାଜି ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗଙ୍କ ବୈଠକରେ କପିଳେଶ୍ୱରଙ୍କ ଆଗମନ ନେଇ ବିବାଦ ଲାଗିରହିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଜିଦ୍‍ରେ ଅଟଳ ରହିଲେ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ହସ୍ତକ୍ଷେପ ପରେ ଶେଷରେ ଶ୍ରୀଲିଙ୍ଗରାଜଙ୍କ ଶିବବିବାହ ପାଇଁ ନୀତିକାନ୍ତି ଆରମ୍ଭ ହୋଇଥିଲା। ରାତି ୧୦ଟା ପରେ କପିଳନାଥ ବିଜେ କରିଥିଲେ। ଏହାପରେ ବଡ଼ସିଂହାର, ପଞ୍ଚବକ୍ର ବିଜେ, ପୁଷ୍ପାଞ୍ଜଳି ଓ ପହୁଡ଼ ନୀତିକାନ୍ତି କରାଯାଇଥିଲା। ଏଥିପାଇଁ ମନ୍ଦିର ମଧ୍ୟରେ ବରଯାତ୍ରୀଙ୍କ ପାଇଁ ଭୋଜିର ବ୍ୟବସ୍ଥା କରାଯାଇଥିଲା। ବିଳମ୍ବିତ ରାତିରେ ଶୋଭାଯାତ୍ରାରେ ବରାନୁଗମନ କରିଥିଲେ। ରୀତିନୀତି ଅନୁଯାୟୀ କେଦାରଗୌରୀ ମନ୍ଦିରରେ ରାତି ୧୨ଟାରୁ ଭୋର ପର୍ଯ୍ୟନ୍ତ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ସେହିପରି ଶୀତଳଷଷ୍ଠୀ ଫେରନ୍ତା ରୋଷଣୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ହୋଇଛି। ଆଜି ବାଜା, ବାଣ, ରୋଷଣୀ ସହିତ ପ୍ରତ୍ୟାବର୍ତ୍ତନ କରିବେ ଦମ୍ପତି। ସକାଳ ମଙ୍ଗଳ ଆଳତୀ, ଅବକାଶ ଆଦି ନୀତିକାନ୍ତି କରାଯିବାପରେ ସନ୍ଧ୍ୟାରେ ନୀତିକାନ୍ତି କରାଯିବ। ରାତି ୯ଟାରେ କେଦାର ଗୌରୀ ମନ୍ଦିରରୁ ବିଜେ କରିବେ ଶ୍ରୀଜୀଉ। ଏଥିପାଇଁ ଶୀତଳ ଷଷ୍ଠୀରେ ପାରମ୍ପରିକ ଲୋକ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥିଲା। ଦୁଇ ସେବାୟତ ନିଯୋଗଙ୍କ ଅଭିଯୋଗକୁ ଆସନ୍ତା ୧୭ତାରିଖରେ ସମାଧାନ କରାଯିବ ବୋଲି ବ୍ରାହ୍ମଣ ନିଯୋଗ ବିରଞ୍ଚିନାରାୟଣ ପତି ସୂଚନା ଦେଇଛନ୍ତି। ଏଥିରେ ପୂଜା ପଣ୍ଡା ଓ ବ୍ରାହ୍ମଣ ନିଯୋଗ ଯୋଗ ଦେଇଥିଲେ।

ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ, ବନ୍ଦ ହେଲା ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ
ଭୁବନେଶ୍ୱର: ବନ୍ଦ ହେଲା ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳକୃତ୍ୟ ନୀତି। ଶିବ ବିବାହର ପୂର୍ବଦିନ ହେବାକୁ ଥିବା ମଙ୍ଗଳକୃତ୍ୟକୁ ବନ୍ଦ କରିଦିଆଯାଇଛି। ନୀତି ବିଭ୍ରାଟ ଯୋଗୁଁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ ଓ ଶୀତଳଷଷ୍ଠୀ ଉତ୍ସବ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ଦିଅଁଙ୍କ ମଙ୍ଗଳକୃତ୍ୟ ହୋଇପାରିଲା ନାହିଁ। ଠାକୁରାଣୀଙ୍କ ଦ୍ୱିପହର ଧୂପ ପରେ ମଙ୍ଗଳ କୃତ୍ୟ ନୀତି ହୋଇଥାଆନ୍ତା। ସନ୍ଧ୍ୟା ୬ଟା ୪୫ ମିନିଟ୍‍ରେ ହେବାକୁ ଥିବା ମଙ୍ଗଳକୃତ୍ୟ ନୀତି ହେବାପରେ ଶଙ୍କୁଡ଼ି ଭୋଗ ଲାଗିବା ନୀତି ହୋଇଥାନ୍ତା। ଏହାପରେ ବିବାହ ଲାଗି ଅଷ୍ଟଚଣ୍ଡୀମାନଙ୍କୁ ମହାପ୍ରସାଦ ଦ୍ୱାରା ନିମନ୍ତ୍ରଣ କରାଯାଇଥାନ୍ତା। ତେବେ ଦୁଇ ସେବାୟତ ନିଯୋଗଙ୍କ ଅସହଯୋଗ ଯୋଗୁଁ ଦିଅଁଙ୍କ ଯାନିଯାତ୍ରାରେ ବିଶୃଙ୍ଖଳା ପରିଲିକ୍ଷିତ ହୋଇଥିଲା। ତେଣୁ ହେବାକୁ ଥିବା ଦେବଦମ୍ପତିଙ୍କର ବିବାହକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦୁଇ ସେବାୟତ ନିଯୋଗଙ୍କ ସହ ମନ୍ଦିର ପ୍ରଶାସନର ଆଲୋଚନା ପରେ କୌଣସି ନିଷ୍କର୍ସ ବାହାରିପାରେ ବୋଲି ସୂଚନା ମିଳିଛି।

ଗତ ମଙ୍ଗଳବାର ପ୍ରସ୍ତୁତି ବୈଠକରେ ଅସନ୍ତୋଷ ପ୍ରକାଶ କରି ଯୋଗ ଦେଇ ନ ଥିଲେ। ପରମ୍ପରା ରକ୍ଷା କରାଯିବା ପରେ ଯାନିଯାତ୍ରା ହେବା ପାଇଁ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ଦାବି କରିଥିବା ଅଭିଯୋଗ କରିଛନ୍ତି। ବିଭିନ୍ନ ଦାବିକୁ ପାଳନ କରାଯାଇ ନଥିବାରୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସହଯୋଗ କରିବେ ନାହିଁ ବୋଲି ବ୍ରାହ୍ମଣ ନିଯୋଗର ବିରଞ୍ଚି ନାରାୟଣ ପତି କହିଛନ୍ତି। ସେପଟେ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟିରୁ ଟ୍ରଷ୍ଟି ଅବନୀ କାନ୍ତ ପଟ୍ଟନାୟକ ଇସ୍ତଫା ଦେଇଥିବା ସୂଚନା ମିଳିଛି। କୌଣସି ଅପ୍ରତ୍ୟାସିତ ଘଟଣା ଯୋଗୁଁ ଇସ୍ତଫା ଦେଇଥିବା ସୂଚନା ମିଳିଛି।

ଆଜି ବିଭିନ୍ନ ନିଯୋଗ ଓ ସେବାୟତଙ୍କ ଦାବି ଓ ବିବାଦ ତୁଟାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭୁବନେଶ୍ୱର ଉପ ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ଖୁଣ୍ଟିଆ ଓ ମାଲିଆ ସେବାୟତଙ୍କ ସହ ଆଲୋଚନା ସମୟ ଚୂଡାନ୍ତ ହୋଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୧ ଟାରେ ବୈଠକ ବସିଛି । ସେପଟେ ଲିଙ୍ଗରାଜ ମନ୍ଦିରର ଉଭୟ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ କର୍ମକର୍ତାଙ୍କ ସହ ପୃଥକ ଭାବେ ଆଲୋଚନା କରିବେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ୱାଇଁ। ଉଭୟ ବୈଠକ ଉପରେ ନିର୍ଭର କରୁଛି ଦେଵ ଦମ୍ପତ୍ତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା । ସେପଟେ କେଦାରଗୌରୀ ମନ୍ଦିରରେ ଶିବପାର୍ବତୀଙ୍କ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଜାରି ରହିଛି । ଲିଙ୍ଗରାଜଙ୍କ ଆଗମନ ଓ ମା ଗୌରୀଙ୍କ ବିବାହ ସମ୍ପନ୍ନ ପାଇଁ କନ୍ୟାପକ୍ଷ ଆଶାବାଦୀ ଅଛନ୍ତି ।