Shree Ganesh - The Sakala
ତ୍ରିନେତ୍ର ଗଣେଶ ମନ୍ଦିର; ଯେଉଁଠି ଚିଠି ଓ ନିମନ୍ତ୍ରଣ ପତ୍ର ପଠାଇ ଶ୍ରଦ୍ଧାଳୁମାନେ ଜଣାନ୍ତି ନିଜର ଦୁଃଖ
ଭଗବାନ ଶ୍ରୀଗଣେଶ। ଭକ୍ତଙ୍କ ବିଘ୍ନ ଦୂର କରନ୍ତି ବୋଲି ସେ ବିଘ୍ନହର୍ତ୍ତା। ତେବେ ସାରାଦେଶରେ ବିଭିନ୍ନ ସ୍ଥାନରେ ଭଗବାନ ଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ। ପ୍ରତି ମନ୍ଦିରର କିଛି ନା କିଛି ଭିନ୍ନ କାହାଣୀ ଓ ବିଶେଷତ୍ୱ ରହିଛି। ସମସ୍ତ ମନ୍ଦିରଠୁ ସମ୍ପୂର୍ଣ୍ଣ ଭିନ୍ନ ହେଉଛି, ରାଜସ୍ଥାନସ୍ଥିତ ତ୍ରିନେତ୍ର ଗଣେଶ ମନ୍ଦିର। ଏହି ମନ୍ଦିର ସାୱାଇ ମାଧପୁରରୁ ୧୨ କି.ମି ଦୂରରେ ରହିଛି। ମନ୍ଦିରର ବିଶେଷତ୍ୱ ହେଉଛି ଯେ , ଦେଶ ବ୍ୟାପି ଶ୍ରଦ୍ଧାଳୁ ଏଠାକୁ ଚିଠି ଓ ନିମନ୍ତ୍ରଣ ପତ୍ର ପଠାଇଥାନ୍ତି। ପ୍ରତିଦିନ ଡାକ ଜରିଆରେ ଶହ ଶହ ଚିଠି ଏଠାକୁ ଆସେ। ସମସ୍ତ ଚିଠିରେ ତ୍ରିନେତ୍ର ଗଣେଶଙ୍କ ଠିକଣା ଲେଖା ହୋଇଥାଏ। ହିନ୍ଦୀ ଓ ଇଂରାଜୀର ପତ୍ରଗୁଡ଼ିକ ମନ୍ଦିରର ପୁଜାରୀ ଭଗବାନଙ୍କ ସାମ୍ନାରେ ପଢ଼ିଥା’ନ୍ତି। ଅନ୍ୟ କୌଣସି ଭାଷାରେ ହେଲେ ପୂଜାରୀ କେବଳ ଭଗବାନଙ୍କ ସମ୍ମୁଖରେ ଏହାକୁ ରଖିଦିଅନ୍ତି।
ଭଗବାନ ତ୍ରିନେତ୍ର ଗଣେଶଙ୍କୁ ବାହାଘର ନିମନ୍ତ୍ରଣ ପତ୍ର ପଠାଇଲେ ସମସ୍ତ କାର୍ଯ୍ୟ ବିଘ୍ନ ବିନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏଠାକାର ଆଖପାଖ ଅଞ୍ଚଳରେ କାହାରି ବାହାଘର ହେଲେ ପ୍ରଥମ ନିମନ୍ତ୍ରଣ ପତ୍ର ଭଗବାନ ତ୍ରିନେତ୍ର ଗଣେଶଙ୍କ ନିକଟକୁ ଆସିଥାଏ। ସମଗ୍ର ବିଶ୍ୱରେ ଏହା ହେଉଛି ଏକମାତ୍ର ଗଣେଶ ମନ୍ଦିର, ଯେଉଁଠି ଶ୍ରୀଗଣେଶଙ୍କ ତିନୋଟି ନେତ୍ର ଅଛି। ଏଠାରେ ଭଗବାନ ଗଣେଶ ପୂରା ପରିବାର ଅର୍ଥାତ୍‌ ଦୁଇ ପତ୍ନୀ ରିଦ୍ଧି ଓ ସିଦ୍ଧି ଏବଂ ଦୁଇ ପୁତ୍ର ଶୁଭ ଓ ଲାଭଙ୍କ ସହ ବିରାଜମାନ କରିଛନ୍ତି। ଭଗବାନ ଗଣେଶଙ୍କ ବାହନ ମୂଷିକ ମଧ୍ୟ ଏଠାରେ ବିରାଜମାନ କରିଛନ୍ତି। ଗଣେଶ ଚତୁର୍ଥୀ ଦିନ ଏଠାରେ ବିଶେଷ ପୂଜାର ଆୟୋଜନ କରାଯାଇଥାଏ। ଭଗବାନ ଗଣେଶଙ୍କ ତୃତୀୟ ନେତ୍ରକୁ ଜ୍ଞାନର ପ୍ରତୀକ ଭାବରେ ବିବେଚନା କରାଯାଏ। ଏହି ମନ୍ଦିରଟି ୧୪୭୯ ଫୁଟ ଉଚ୍ଚରେ ଆରାବଳୀ ଏବଂ ବିନ୍ଧ୍ୟାଚଳ ପର୍ବତରେ ଅବସ୍ଥିତ। ତ୍ରିଲୋଚନ ଗଣେଶଙ୍କୁ ଦର୍ଶନ କରିବାକୁ ହେଲେ, ଅନେକ ଶିଡ଼ି ଚଢ଼ିବାକୁ ପଡ଼ିଥାଏ।
ଯେ କୌଣସି ଶୁଭକାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରାଯାଏ। କୁହାଯାଏ ଯେ, ଗଣେଶଙ୍କ ପୂଜା କରିବା ଦ୍ୱାରା ବଡ଼ବଡ଼ ସଙ୍କଟ ଦୂର ହୁଏ। ତେଣୁ ଶ୍ରୀଗଣେଶଙ୍କୁ ବିଘ୍ନ ବିନାଶକ ବୋଲି କୁହାଯାଏ। ତେଣୁ ତାଙ୍କ ପୂଜାରେ କିଛି ତ୍ରୁଟି ରହିବା ଉଚିତ ନୁହେଁ। ନଚେତ୍‌ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ପୂଜା ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦେବା ଜରୁରି।
ଅରୁଆ ଚାଉଳ ବା ଅକ୍ଷତକୁ ସୁଖ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। ତେଣୁ ଶ୍ରୀଗଣେଶଙ୍କ ପୂଜାରେ ଭାଙ୍ଗି ଯାଇଥିବା ଅକ୍ଷତକୁ ବ୍ୟବହାର କରନ୍ତୁ ନାହିଁ।
ଶ୍ରୀଗଣେଶଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ।
ଶ୍ରୀଗଣେଶଙ୍କ ପୂଜାରେ ଲାଲ୍‌ ସିନ୍ଦୂର ଓ ଲାଲ୍‌ ରଙ୍ଗର ଫୁଲ ବ୍ୟବହାର କରାଯାଏ। ଶ୍ରୀଗଣେଶଙ୍କୁ ଦୂବ ଅର୍ପଣ କରିବା ଦ୍ବାରା ମନସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ।
ଶୁଖିଯାଇଥିବା କିମ୍ବା ବାସି ଫୁଲ ଅର୍ପଣ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ପରିବାରରେ ଦରିଦ୍ରତା ଆସିଥାଏ।
ଏକ ପୌରାଣିକ କଥା ଅନୁଯାୟୀ, ଚନ୍ଦ୍ର ଏକଦା ଶ୍ରୀଗଣେଶଙ୍କ ଉପହାସ କରିଥିଲେ। ତେଣୁ ଗଣେଶ ଚନ୍ଦ୍ରଙ୍କୁ ଅଭିଶାପ ଦେଇଥିଲେ। ଧଳାଫୁଲର ସମ୍ପର୍କ ଚନ୍ଦ୍ର ସହିତ ଥିବାରୁ ଶ୍ରୀଗଣେଶଙ୍କ ପୂଜାରେ ଧଳାଫୁଲ ବ୍ୟବହାର କରନ୍ତୁ ନାହିଁ। ଏହା ସହିତ ଧଳା ବସ୍ତ୍ର କିମ୍ବା କୌଣସି ଧଳା ରଙ୍ଗର ପୂଜାଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ।