heat waves continue in odisha - The Sakala

ବଢୁଛି ତାତି: ରାଜ୍ୟରେ ସକାଳୁ ୩୪ ଡିଗ୍ରୀ ଟପିଲାଣି ତାପମାତ୍ରା…
ଭୁବନେଶ୍ୱର: ମାତ୍ର କେଇ ଦିନର ଆଶ୍ୱସ୍ତି ପରେ ପୁଣି ରାଜ୍ୟକୁ ଫେରିଛି ତାତି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଆର୍ଦ୍ରତା ପରିମାଣ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ବାଲେଶ୍ୱର ଓ  ପୁରୀର ତାପମାତ୍ରା ୩୪ ଡିଗ୍ରୀ ପାର କରିଛି। ବାଲେଶ୍ୱରର ତାପମାତ୍ରା ୩୪.୮ ଡିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ପୁରୀର ତପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପର, ଭୁବନେଶ୍ୱର ଓ ଚାନ୍ଦବାଲିରେ ତାପମାତ୍ରା ୩୩.୪ ଡିଗ୍ରୀ ରେକର୍ଡ କରାଯାଇଛି।  ପାରାଦୀପରେ ୩୨.୮ ଡିଗ୍ରୀ ଓ  ଗୋପାଳପୁର ୩୨.୨ ଡିଗ୍ରୀ ରେକର୍ଡ କରାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତା ୫ ଦିନ ଯାଏଁ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢିବାକୁ ଥିବା ବେଳେ ୧୦ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ। ତେଣୁ ଆସନ୍ତା ୮ ଦିନ ପର୍ଯ୍ୟନ୍ତ ଏଭଳି ତାତି ଓ ଗୁଳୁଗୁଳି ଜାରି ରହିବାର ଆଶଙ୍କା ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ହେବାର ସମ୍ଭାବନାକୁ ଆଖିରେ ରଖି ପାଣିପାଗ କେନ୍ଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ପୁରୀ, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ ଓ ଗଜପତି ସାଙ୍ଗକୁ କଟକ ଓ ଖୋର୍ଦ୍ଧା ଆଦି ଜିଲ୍ଲାକୁ ସତର୍କ ରହିବା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଏହିସବୁ ଜିଲ୍ଲାର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୧ଡିଗ୍ରୀ ପର୍ଯନ୍ତ ଛୁଇଁପାରେ ବୋଲି କୁହାଯାଇଛି।

ଜଳୁଛି ପଶ୍ଚିମ ଓଡ଼ିଶା : ୧୬ ଯାଏ ତାତିରୁ ମୁକ୍ତି ନାହିଁ
ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଥିବା ତାତି ଓ ଗୁଳୁଗୁଳି ଜାରି ରହିବ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ମିଳିବାର ସମ୍ଭାବନା କ୍ଷୀଣ ରହିଛି। ମୌସୁମୀ ବର୍ଷାର ଆଗମନ ପୂର୍ବରୁ ସୂର୍ଯ୍ୟଙ୍କ ପ୍ରଖର କିରଣ ପଡ଼ୁଥିବା ବେଳେ କାଳବୈଶାଖୀ ଜନିତ ବର୍ଷାର ଅଭାବ ମଧ୍ୟ ତାପମାତ୍ରା ବୃଦ୍ଧିରେ ସହାୟକ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଛି।

ଟିଟଲାଗଡ଼଼ରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିବା ବେଳେ ବଲାଙ୍ଗୀର ୪୪.୯, ବୌଦ୍ଧ ୪୪.୫, ସମ୍ୱଲପୁର ରେ ୪୪.୪, ସୋନପୁର ୪୪.୩ ଏବଂ ଝାରସୁଗୁଡ଼ାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆଇଏମଡିର ସ୍ୱୟଞ୍ଚାଳିତ ପାଣିପାଗ ସଂସ୍ଥାର ‘ଏଡବ୍ଲୁଏସ୍‍’ ୱେବସାଇଟର ତଥ୍ୟ ଅନୁଯାୟୀ ଅମ୍ବାଭୋନା (ବରଗଡ଼଼) ତାପମାତ୍ରା ୪୫.୧ ଛୁଇଁଥିବା ବେଳେ ବୁର୍ଲାରେ ୪୫.୭ ଓ ହେମଗିରି(ସୁନ୍ଦରଗଡ଼) ୪୫.୭ ଡିଗ୍ରୀ ତାପମାତ୍ରା ଛୁଇଁଛି। ଅନ୍ୟପଟେ ତାପମାତ୍ରା ଉପରମୁହାଁ ହୋଇଥିଲେ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ଗ୍ରୀଷ୍ମ ପ୍ରବାହ (ହିଟ୍‍ ୱେଭ୍‍) ଆଲର୍ଟ ଜାରି କରାଯାଉନାହିଁ। ତାପମାତ୍ରା ୪୫ ଡିଗ୍ରୀ ଛୁଇଁବାର ସମ୍ଭାବନା ସୃଷ୍ଟି ହେଲେ ଏଥିପାଇଁ ହିଟି ୱେଭ୍‍ ଆଲର୍ଟ ଜାରି କରାଯାଏ। ଏହି ଆଧାରରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ଆବଶ୍ୟକୀୟ ପଦକ୍ଷେପ ନେଇଥାନ୍ତି ମାତ୍ରା ରାଜ୍ୟବାସୀ ତାତି ଓ ଗୁଳୁଗିଳିରେ ଶିଝୁଥିବା ବେଳେ ପାଣିପାଗ ବିଭାଗ ଗ୍ରୀଷ୍ମ ପ୍ରବାହ ଆଲର୍ଟ ଜାରି କରୁ ନ ଥିବାରୁ ବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ଏହି ତାତି ଜାରି ରହିବା ନେଇ ଆଇଏମଡିର ବିସ୍ତାରିତ ପରିସର ଆକଳନରୁ ଜଣାପଡ଼ିଛି। ଏଥିରେ ୧୬ ତାରିଖ ପର୍ଯ୍ୟନ୍ତ ତାତିରୁ ନିସ୍ତାର ନ ନଥିବା ଜଣାପଡ଼ଛି। ଯାହାକି ମୌସୁମୀର ଆଗମନକୁ ଅନିଶ୍ଚିତତା ଦର୍ଶାଇଛି। ଓଡ଼ିଶାରେ ମୌସୁମୀ ବର୍ଷା ହେଲେ ତାପମାତ୍ରା ହ୍ରାସ ହୋଇଥାଏ। ହେଲେ ୧୬ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବାର ସମ୍ଭବନା ନ ଥିବାରୁ ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ଦେଖାଦେଇଛି।

ଏହା ବ୍ୟତୀତ ମୌସୁମୀ କେରଳ ଛୁଇଁବାର ୧୦-୧୨ ଦିନ ମଧ୍ୟରେ ଏହା ଓଡ଼ିଶା ଛୁଇଁଥାଏ। ଏହି କ୍ରମରେ ୧୨ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବା ନେଇ ରାଜ୍ୟବାସୀ ଆଶା ରଖିଛନ୍ତି। ମାତ୍ର ମୌସୁମୀ କେରଳ ଛୁଇଁବା ପାଇଁ ଆଇଏମଡି ଧାର୍ଯ୍ୟ କରିଥିବା ମାନଦଣ୍ଡ ପୂରଣ ହୋଇ ନ ଥିବା ନେଇ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ଅଭିଯୋଗ କରିଛି। ସମସ୍ତ ମାନଦଣ୍ଡ ପୂରଣ ହେଉ ନ ଥିବା ସତ୍ତ୍ବେ ମୌସୁମୀ କେରଳ ଛୁଇଁଛି ବୋଲି ତରବରିଆ ଭାବେ ଆଇଏମଡି ଘୋଷଣା କରିଛି ବୋଲି ବିଭାଗ କହିଛି। ସ୍କାଏମେଟ୍‍ର ଅଭିଯୋଗ ଓ ଓଡ଼ିଶାରେ ତାପମାତ୍ରା ହ୍ରାସ ନ ହେବା ଆଦି ମୌସୁମୀ ସ୍ଥିତିକୁ ଅନିଶ୍ଚିତତାକୁ ଟାଣି ନେଇଛି।