Vote Counting - The Sakala

ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର; ଛାଲିଛି ଭୋଟ ଗଣତି, ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗରେ କଂଗ୍ରେସ
ନୂଆଦିଲ୍ଲୀ: ଛାଲିଛି ଭୋଟ ଗଣତି । ହରିୟାଣା ଓ ଜମ୍ମୁ କାଶ୍ମୀରରେ କିଏ ଗଢ଼ିବ ସରକାର । ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଦୁଇ ରାଜ୍ୟରେ କଂଗ୍ରେସ ଆଗୁଆ ଥିବାବେଳେ ପଛରେ ପଡିଯାଇଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୁପେନ୍ଦ୍ର ସିଂହ ହୁଡ୍ଡା ଆଗରେ । ହରିୟାଣାରେ ପ୍ରାରମ୍ଭିକ ଟ୍ରେଣ୍ଡରେ କଂଗ୍ରେସ ଆଗୁଆ ।

କଡ଼ା ସୁରକ୍ଷାରେ ଆରମ୍ଭ ହୋଇଛି ଭୋଟ ଗଣତି । ସକାଳ ୮ଟାରୁ ଉଭୟ ରାଜ୍ୟରେ ଆରମ୍ଭ ହୋଇଛି କାଉଣ୍ଟିଂ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେଉଥିବାବେଳେ ପରେ ଇଭିଏମ ଗଣତି ଆରମ୍ଭ କରାଯିବ । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁକଶ୍ମୀରରେ ନିର୍ବାଚନ ହେଉଥିବା ବେଳେ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବା ବେଳେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏଗଜିଟ୍ ପୋଲରେ କଂଗ୍ରେସ ସରକାର ଗଢିବା ନେଇ ଆକଳନ କରାଯାଇଛି।

ସେପଟେ ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ନ୍ୟାସନାଲ କନ୍ ଫରେନ୍ସ ମେଣ୍ଟ ଆଗରେ ରହିବା ନେଇ ଏଗଜିଟ୍ ପୋଲରେ ଆକଳନ କରାଯାଇଛି । ଜମ୍ମୁ କଶ୍ମୀରର ୯୦ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୬ ଥିବାବେଳେ ମେହବୁବା ମୁଫତିଙ୍କ ପିଡିପି କିଙ୍ଗମେକର ହେବ ବୋଲି ଆକଳନ କରାଯାଉଛି । ତେବେ ଏଗଜିଟ୍ ପୋଲ କେତେ ଏକଜାକ୍ଟ ହେବ ଗଣତି ଓ ଫଳାଫଳ ପରେ ଜଣାପଡ଼ିବ । ଅକ୍ଟୋବର ୫ ତାରିଖରେ ହରିୟାଣାରେ ଗୋଟିଏ ପର୍ୟ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା । ଜମ୍ମୁ-କଶ୍ମୀରରେ ସେପ୍ଟେମ୍ବର ୧୮, ସେପଟେମ୍ବର ୨୫ ଓ ଅକ୍ଟୋବର ୧ରେ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା ।

ଆଉ କିଛି ସମୟ ପରେ ଭୋଟ୍ ଗଣତି, କାହା ସପକ୍ଷରେ ଯିବ ଜନାଦେଶ; ରାଜ୍ୟରେ ୭୦ଟି କେନ୍ଦ୍ରରେ ଭୋଟ୍ ଗଣତି
ଭୁବନେଶ୍ୱର: ସବୁ ପ୍ରତୀକ୍ଷାର ହେବ ଅବସାନ । କିଏ ଗଢ଼ିବ ସରକାର ? ସବୁ ପ୍ରଶ୍ନର ଆଜି ମିଳିବ ଉତ୍ତର । ଆଜି ସାଧାରଣ ନିର୍ବାଚନର ଭୋଟ୍ ଗଣତି । ଜନତା ଜନାର୍ଦ୍ଦନ କାହାକୁ ଜିତାଇଛନ୍ତି ତାହା ଆଜି ଜଣାପଡ଼ିବ । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବାକୁ ଥିବାବେଳେ, ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି ଆରମ୍ଭ ହେବ । ଏହାପରେ ପରେ ଇଭିଏମ୍ ଗଣତି ଆରମ୍ଭ ହେବ, ଆଉ ଟ୍ରେଣ୍ଡ ସାମ୍ନାକୁ ଆସିବ । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଚାରିଟି ପର୍ଯ୍ୟାୟରେ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ। ମଧ୍ୟାହ୍ନ ସୁଦ୍ଧା ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି।

ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ । ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ।

ଏଥର ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ। ମେ’ ୧୩, ମେ’ ୨୦, ମେ’ ୨୫ ଓ ଜୁନ୍ ପହିଲାରେ ହୋଇଥିଲା ଭୋଟ୍ ଗ୍ରହଣ। ରାଜ୍ୟରେ ସାମଗ୍ରିକ ମତଦାନ ହାର ୭୪ ଦଶମିକ ୪୪ ପ୍ରତିଶତ ରହିଛି, ଯାହା କି ୨୦୧୯ ନିର୍ବାଚନ ତୁଳନାରେ ଅଧିକ ।

ଭୋଟ୍ ଗଣତି ପାଇଁ ସାରା ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା, କାଉଣ୍ଟିଙ୍ଗ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା
ଭୁବନେଶ୍ୱର: ଆସନ୍ତାକାଲି ଭୋଟ୍ ଗଣତି ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ରାଜ୍ୟବ୍ୟାପୀ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଣ୍ଟିଂ କେନ୍ଦ୍ରରେ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଷ୍ଟ୍ରଙ୍ଗରୁମରେ ସିଏପିଏଫ୍ ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ଜିଲ୍ଲା ପୋଲିସ ମୁତୟନ ହେବେ । ୧୧୫ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ ।

ଏହାସହ ୨୧୮ ପ୍ଲାଟୁନ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବେ । ସେହିପରି ଷ୍ଟ୍ରଙ୍ଗ ରୁମକୁ କେବଳ ପାସ ଥିବା କର୍ମଚାରୀ ଭିତରକୁ ଯାଇ ପାରିବେ । ଗଣମାଧ୍ୟମ ପାଇଁ ମଧ୍ୟ ପାସ ବ୍ୟବସ୍ଥା କରାଯାଇଛି । କାଉଣ୍ଟିଂ ସେଣ୍ଟରକୁ ମୋବାଇଲ ନେବା ଉପରେ କଟକଣା ରହିଛି । କେବଳ ଯେଉଁ ଅଧିକାରୀଙ୍କୁ ଅନୁମତି ଦିଆଯାଇଛି ସେମାନେ ହିଁ ମୋବାଇଲ ଫୋନ ନେଇପାରିବେ । ଜିତିବା ପରେ ବିଜୟ ଉତ୍ସବ ରାଲି କରିବାକୁ ପୋଲିସର ଅନୁମତି ନେବା ଆବଶ୍ୟକ ରହିଛି । ନିର୍ବାଚନ ପରବର୍ତ୍ତୀ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ।

କାଲି ଭୋଟ୍ ଗଣତି, ରାଜ୍ୟରେ ୭୦ଟି କେନ୍ଦ୍ରରେ ହେବ ମତଗଣନା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର: ଆସନ୍ତାକାଲି ଆସିବ ୨୦୨୪ ନିର୍ବାଚନର ଫଳାଫଳ । ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନର ଆସନ୍ତାକାଲି ଭୋଟ୍ ଗଣତି । ୭୦ଟି କେନ୍ଦ୍ରରେ ମତ ଗଣନା ହେବାକୁ ଥିବାବେଳେ କଡ଼ା ସୁରକ୍ଷା ମଧ୍ୟରେ ଗଣତି ହେବ ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । କାଲି ଜଣାପଡିଯିବ କେଉଁ ଦଳକୁ ଏଥର ଯାଇଛି ଜନାଦେଶ । ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି। ତା’ ପୂର୍ବରୁ ଭୋଟ୍ ଗଣତି ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ରାଜ୍ୟରେ ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି ହେବ । ବାକି ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡରୁ କମ୍ ରହିବ । ଭୋଟ୍ ଗଣତି ତଦାରଖ ପାଇଁ ଭାରତୀୟ ନିର୍ବାଚନ କମିଶନ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

ରାଜ୍ୟରେ ଏଥର ନିର୍ବାଚନରେ ମତଦାନ ହାର ନେଇ ସିଇଓ ସୂଚନା ଦେଇଛନ୍ତି। ୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି । ୨୦୧୯ରେ ୭୩.୦୯ ପ୍ରତିଶତ ମତଦାନ ହୋଇଥିଲା। ଏଥର ମତଦାନ ହାର ୭୪.୪୪ ପ୍ରତିଶତ ରହିଛି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ପ୍ରତିଶତ ଅଧିକ ବୋଲି ସେ କହିଛନ୍ତି। ଏଥର ୭୩.୩୭ ପ୍ରତିଶତ ପୁରୁଷ ଓ ୭୫.୫୫ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି । ଏଥର ନିର୍ବାଚନରେ ରାଜ୍ୟରେ ପ୍ରାୟ ୨.୫ କୋଟି ଭୋଟର ମତଦାନ କରିଛନ୍ତି ବୋଲି ସିଇଓ ସୂଚନା ଦେଇଛନ୍ତି।

ଆଜି ଆସିବ ୪ ରାଜ୍ୟର ନିର୍ବାଚନ ଫଳାଫଳ: କିଏ ଗଢ଼ିବ ସରକାର ? କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ ଗଣତି
ନୂଆଦିଲ୍ଲୀ: ଆଜି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ। କଡ଼ା ସୁରକ୍ଷା ଭିତରେ ଆରମ୍ଭ ହୋଇଛି ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟର ଗଣନ କରାଯାଉଛି । ତା’ପରେ ଇଭିଏମ୍‌ ମେସିନରୁ ଗଣତି ଆରମ୍ଭ ହେବ । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନର ରେଜଲ୍ଟ ଆସିବ । ଦେଶରେ ସାଧାରଣ ନିର୍ବାଚନକୁ ଆଉ ମାତ୍ର ୬ ମାସରୁ କମ୍ ସମୟ ରହିଛି । ଏଭଳି ସ୍ଥିତିରେ ଏହି ଚାରି ରାଜ୍ୟର ବିଧାନସଭା ନିର୍ବାଚନକୁ ସେମିଫାଇନାଲ ଭାବେ ବିବେଚନା କରାଯାଉଛି । ତେଣୁ ଏହି ୪ ରାଜ୍ୟର ଫଳାଫଳ ଉପରେ ଦେଶର ନଜର ରହିଛି ।

ତେବେ ଏହି ୪ ରାଜ୍ୟରେ କେଉଁ ଦଳ ଗଢ଼ିବେ ସରକାର । ଆଉ ମାତ୍ର କିଛି ସମୟକୁ ଅପେକ୍ଷା । ଭୋଟ ଗଣତି ଆରମ୍ଭ ହେବା ସହ ଜଣାପଡ଼ିଯିବ କେଉଁ ଦଳକୁ ଭରସା କରିଛନ୍ତି ଜନତା । ଅଧିକାଂଶ ଏକଜିଟ୍ ପୋଲ୍ (ନିର୍ବାଚନ ପରବର୍ତ୍ତୀ ସର୍ଭେ) ମଧ୍ୟପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଫେରିବ ବୋଲି ଆକଳନ କରିଛନ୍ତି । ରାଜସ୍ଥାନରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ତେଲେଙ୍ଗାନା ଓ ଛତିଶଗଡରେ କଂଗ୍ରେସ ବାଜିମାତ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମଧ୍ୟପ୍ରଦେଶର ୨୩୦ଟି ଆସନ, ଛତିଶଗଡରେ ୯୦, ତେଲେଙ୍ଗାନାରେ ୧୧୯ ଏବଂ ରାଜସ୍ଥାନରେ ୧୯୯ଟି ଆସନ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ। ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ କାରଣରୁ ରାଜସ୍ଥାନର ଏକ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା।

ଭୋଟ୍ ଗଣତି ପାଇଁ ତିନି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେବଳ ବୈଧ ପାସ୍ ଥିବା ଲୋକଙ୍କୁ ଗଣତି କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ମେ ମାସରେ କର୍ଣ୍ଣାଟକରେ ବିଜେପିକୁ କ୍ଷମତାରୁ ହଟାଇବା ପରେ କଂଗ୍ରେସର ନଜର ମଧ୍ୟପ୍ରଦେଶ ଏବଂ ତେଲେଙ୍ଗାନା ଉପରେ ରହିଛି । ଏହାଛଡ଼ା ଦଳ ରାଜସ୍ଥାନ ଏବଂ ଛତିଶଗଡରେ କ୍ଷମତା ବଜାୟ ରଖିବାକୁ ଆଶା ରଖିଛି।

କାହାର ହେବ ବ୍ରଜରାଜନଗର; ଆଜି ଆସିବ ଜନାଦେଶ, ଆରମ୍ଭ ହେଲା କାଉଣ୍ଟିଂ
ବ୍ରଜରାଜନଗର: କିଏ ହେବ ବ୍ରଜରାଜନଗରର ନୂଆ ବିଧାୟକ । କାହାକୁ ବିଧାୟକ ରୂପେ ବାଛିଛନ୍ତି ଜନତା । ଆଜି ଆସିବ ଜନାଦେଶ । ଆଉ କିଛି ସମୟରେ ଆସିବ ପ୍ରାରମ୍ଭିକ ଚିତ୍ର । ଖୋଲିବ ଇଭିଏମ ଗଣାହେବ ଭୋଟ । ରାଜ୍ୟର ବହୁ ଚର୍ଚ୍ଚିତ ଓ ହଟ୍ ସିଟ୍‌ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟିଂ। ପ୍ରଥମ ପର୍ଯ୍ୟାୟରେ ପୋଷ୍ଟାଲ ବାଲାଟ୍ ଗଣତି କରାଯାଉଛି । ଏହାପରେ ଖୋଲିବ ଇଭିଏମ୍ । ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ଗଣତି କେନ୍ଦ୍ର ହୋଇଛି । ମୋଟ୍ ୧୪ଟି ଟେବୁଲରେ ୨୦ଟି ରାଉଣ୍ଡରେ ଗଣତି ହେଉଛି ।

୨୭୯ଟି ବୁଥ୍ ଥିବାରୁ ୨୦ ରାଉଣ୍ଡରେ ଗଣତି ଶେଷ ହେବ ବୋଲି ଜଣାପଡ଼ିଛି । ପ୍ରତି ଟେବୁଲରେ ରହିବେ ୪ଜଣ କାଉଣ୍ଟିଂ ଅଫିସର । ପ୍ରତି ରାଉଣ୍ଡର ଫଳାଫଳ ମାଇକ ଯୋଗେ ଘୋଷଣା କରାଯିବ। ଗଣତି ଏଜେଣ୍ଟମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଭୋଟ୍ ଗଣତି କେନ୍ଦ୍ରରେ ମିଡିଆ ସେଣ୍ଟର ମଧ୍ୟ କରାଯାଇଛି । ଏଠାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଗଣତି ନେଇ ତଥ୍ୟ ପାଇପାରିବେ । ଭୋଟଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗଣତି କେନ୍ଦ୍ରରେ କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ସଶସ୍ତ୍ର ପୋଲିସ ବାହିନୀ ସହ ଓଡ଼ିଶା ପୋଲିସର ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ୟାପକ ପ୍ରସ୍ତୁତି କରିଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ବ୍ୟବସ୍ଥା ପାଇଁ ଗୋଟିଏ ପ୍ଲାଟୁନ ସିଆରପିଏଫ ବ୍ୟତୀତ ଓଡିଶା ପୋଲିସର ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୨ ଜଣ ଅତିରିକ୍ତ ଏସପି, ୪ ଜଣ ଡିଏସପି ଏବଂ ୫ ଜଣ ଇନସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିଛନ୍ତି ।

ସେପଟେ ଗଣତି ପୂର୍ବରୁ ବିଜୟ ନେଇ ସବୁ ଦଳର ପ୍ରାର୍ଥୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ବିପୁଳ ଭୋଟରେ ବିଜୟୀ ବୋଲି ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ଦ୍ବିତୀୟ ତୃତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ଲଢୁଛନ୍ତି ବୋଲି କହିଛି ।