Naveen Patnaik completes 25 year in politics - The Sakala

ରାଜନୀତିରେ ନବୀନଙ୍କ ୨୫ ବର୍ଷ : ଆହ୍ବାନ ଅନେକ, ଯାତ୍ରା ଅବିଶ୍ରାନ୍ତ
ଭୁବନେଶ୍ବର : ନବୀନ ପଟ୍ଟନାୟକ ବର୍ତ୍ତମାନ ଦେଶର ଜଣେ ପରିଚିତ ଚେହେରା। ୨୫ ବର୍ଷ ତଳେ ରାଜନୀତିରେ ନବାଗତ ଭାବେ ଉଭା ହୋଇଥିବା ନବୀନ ଭାରତବର୍ଷର ଜଣେ ଅପ୍ରତିଦ୍ବନ୍ଦ୍ବୀ ରାଜନେତା ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ସକ୍ଷମ ହୋଇଛନ୍ତି। ରାଜନୀତିରେ କୁଶଳ ରଣନୀତି, ଅଭିଜ୍ଞତା ଓ ପ୍ରଶାସନିକ ଦକ୍ଷତା ତାଙ୍କୁ ଜାତୀୟସ୍ତରରେ ଜଣେ ପରିପକ୍ବ ରାଜନେତାର ମାନ୍ୟତା ଦେଇଛି।

ଗୋଟିଏ ଜାତିର ଆଦର ଲଭିବାର ବାରମ୍ବାରତାରେ ସେ ଅପରାଜେୟ। ନିବଦ୍ଧ ଲକ୍ଷ୍ୟ ଓ ତାହାକୁ ଏକନିଷ୍ଠ ରୂପେ କାର୍ଯ୍ୟକାରୀ କରାଇ ସାଢ଼େ ୪ କୋଟି ଓଡ଼ିଆଙ୍କ ଏଇ ବିଶାଳ ପରିବାରକୁ ପ୍ରଗତି ପଥରେ ଆଗେଇ ନେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ସେ ଅହରହ ପ୍ରୟାସରତ। ତାଙ୍କ ଦୂରଦୃଷ୍ଟି ଓଡ଼ିଶାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତଥା ଅନ୍ୟ ଉପରେ ନିର୍ଭରଶୀଳ ଏବଂ ବିକାଶ ଦୃଷ୍ଟିରୁ ପଛୁଆ ଭାବେ ପରିଗଣିତ ରାଜ୍ୟରୁ ଦେଶର ନେତୃତ୍ବ ନେବା ଭଳି ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି। ଯେଉଁ ଓଡ଼ିଶା ଦିନେ ଅନ୍ୟର ସହାୟତାକୁ ଚାହିଁ ରହୁଥିଲା, ସେହି ରାଜ୍ୟ ଆଜି ଅନ୍ୟକୁ ବିପତ୍ତି ସମୟରେ ସହାୟତା ଦେଇ କେବଳ ଯେ ନିଜ ନେତୃତ୍ବର ପରାକାଷ୍ଠାକୁ ପ୍ରମାଣିତ କରିଛି ତା ନୁହେଁ, ଏ ଦେଶର ସାମଗ୍ରିକ ବିକାଶରେ ନିଜ ଉତ୍ତରଦାୟିତ୍ବକୁ ଯଥାର୍ଥରେ ପ୍ରତିପାଦିତ କରିଛି। ଆଉ ଏସବୁ ପଛରେ ରହିଛନ୍ତି ସେହି ଭିଜନାରୀ ମ୍ୟାନ୍ ଅଫ୍ ମିଶନ୍, ବିକଶିତ ଓଡ଼ିଶାର ବିନ୍ଧାଣୀ, ସବୁରି ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୭ ଏପ୍ରିଲ ୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା। ଏହାପରେ ନାବଗତ ଭାବେ ରାଜନୀତିକୁ ଆସିଥିବା ନବୀନ ଆସିକାରୁ ଉପନିର୍ବାଚନରେ ଜିତିଥିଲେ। ୧୯୯୭ ଜୁନ୍ ୧ରେ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ ନବୀନ। ରାଜନୀତିରେ ପାଦ ଥାପିବା ପରେ କେବେ ପରାଜୟ ଦେଖିନାହାନ୍ତି ନବୀନ। ରାଜନୀତିକୁ ଆସି ନବୀନଙ୍କ ଲୋକସେବାକୁ ଇତିମଧ୍ୟରେ ୨୫ ବର୍ଷ ପୂରିଛି। ୨ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହେବା ପରେ ଓଡ଼ିଶା ଶାସନ ଭାର ସମ୍ଭାଳିଥିଲେ। କ୍ରମାଗତ ଭାବେ ୫ଥର ରାଜ୍ୟବାସୀ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ବାଛିଛନ୍ତି ।

୧୯୯୭ରେ ଜନପ୍ରିୟ ନେତା ବିଜୁବାବୁଙ୍କ ବିୟୋଗ ପରେ ରାଜ୍ୟ ରାଜନୀତିରେ ଏକ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଥିଲା। ରାଜ୍ୟ କଂଗ୍ରେସର ଗୋଷ୍ଠୀକନ୍ଦଳ ଓ ବିଜେପିର ଦୁର୍ବଳ ସ୍ଥିତି ବିଜୁବାବୁଙ୍କ ନାମରେ ବିଜେଡି ଭଳି ଏକ ଆଞ୍ଚଳିକ ଦଳ ଗଠନର ସୁଯୋଗ ସୃଷ୍ଟି କରିଥିଲା। ବିଜୁ ଆଦର୍ଶରେ ଅନୁପ୍ରାଣିତ ରାଜନେତାମାନେ ଦଳ ଗଠନ ନିଷ୍ପତ୍ତି ନେଇଥିଲେ। ବିଜୁଙ୍କ ବିଚାରଧାରା, ଭାବମୂର୍ତ୍ତି ଓ ଲୋକଙ୍କ ସଦ୍ଦିଚ୍ଛା ଏବଂ ଭଲପାଇବାକୁ ପାଥେୟ କରି ଦଳ ପ୍ରତ୍ୟକ୍ଷ ରାଜନୀତିରେ ଜନ ସମର୍ଥନ ହାସଲ ପାଇଁ ନିଷ୍ପତ୍ତି ନେଇଥିଲା। ଏହାର ନେତୃତ୍ବ ପାଇଁ ବିଜୁଙ୍କ ଦାୟାଦ ଭାବେ ନବୀନଙ୍କୁ ସେମାନେ ଦଳର ସଭାପତି ଆସନରେ ବସାଇଥିଲେ। ଏକ ଭିନ୍ନ ପରିସ୍ଥିତି କ୍ରମେ ବାଧ୍ୟ ବାଧକତାରେ ଲେଖକରୁ ରାଜନୀତିରେ ପାଦ ଥାପିଥିବା ନବୀନ ୧୯୯୭ ପରଠାରୁ ନିରବଚ୍ଛିନ୍ନ ଭାବେ ଦୀର୍ଘ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ପିତା ବିଜୁ ପଟ୍ଟନାୟକଙ୍କ ରାଜନୈତିକ ବିଚାରଧାରାକୁ ବଜାୟ ରଖିଛନ୍ତି।

ପିତାଙ୍କ ଦେହାନ୍ତ ପରେ ଆସ୍କା ଲୋକସଭା ଆସନରୁ ଉପ ନିର୍ବାଚନରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ଶାସନ କ୍ଷମତାର ଅଳିନ୍ଦରେ ପ୍ରବେଶ କରିଥିଲେ। ନବ ଗଠିତ ଆଞ୍ଚଳିକ ଦଳ ବିଜେଡିର ସଭାପତି ପଦ ସହ କେନ୍ଦ୍ରମନ୍ତ୍ରୀରୁ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟକରି ନବୀନ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛନ୍ତି। ପ୍ରତିକୂଳ ପରିସ୍ଥିତି ମଧ୍ୟରେ ସମସ୍ତ ଆହ୍ବାନକୁ ଧୈର୍ଯ୍ୟର ସହ ମୁକାବିଲା କରି ପାରିବା ତାଙ୍କୁ ସଫଳତା ଆଣିଦେବାରେ ସହାୟକ ହୋଇଛି। ଗୋଟିଏ ପଟେ ଶାସନ ଭାର ଅନ୍ୟପଟେ ଦଳୀୟ ଦାୟିତ୍ବ ରାଜନୈତିକ ଅନଭିଜ୍ଞତାରୁ ପରିପକ୍ବତା ପ୍ରଦାନ କରିଛି। ତାଙ୍କର କାର୍ଯ୍ୟଶୈଳୀ, ନିଷ୍ପତ୍ତି ଓ ଯୋଜନା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ମାର୍ଜିତ ବ୍ୟବହାର, କଥା କମ କାମରେ ବିଶ୍ବାସ ଓ ପ୍ରଶାସନରେ କଠୋର ଆଭିମୁଖ୍ୟ ତାଙ୍କୁ ଅଧିକ ଲୋକପ୍ରିୟ କରିଛି। ପଞ୍ଚମଥର ପାଇଁ ରାଜ୍ୟର ଶାସନ ଭାର ସମ୍ଭାଳିବା ସହ ରାଜନୈତିକ ଯାତ୍ରା ପଥରେ ପ୍ରତିଥର ଅଭୂତପୂର୍ବ ଜନ ସମର୍ଥନ ସହ ସେ ଅପରାଜେୟ ରାଜନେତା ଭାବେ ନିଜକୁ ଅଧିକ ସଶକ୍ତ କରି ପାରିଛନ୍ତି।

୧୯୯୯ ମହାବାତ୍ୟା ପରବର୍ତ୍ତୀ ସବୁଠାରୁ ବଡ଼ ଦୁର୍ଦ୍ଦିନରୁ ଓଡ଼ିଶାକୁ ଉଦ୍ଧାର କରି ନବନିର୍ମାଣର କାରିଗରୀ ସହ ନବୀନ ପଟ୍ଟନାୟକ ରାଜ୍ୟକୁ ବିକାଶର ଏକ ନୂଆ ଯୁଗରେ ଆଣି ପହଞ୍ଚାଇ ପାରିଛନ୍ତି। ୨୦୦୦ ମସିହାରୁ ନବୀନ ପଟ୍ଟନାୟକ ଓଡ଼ିଶାର ବିକାଶ ଓ ରୂପାନ୍ତରଣର ନେତୃତ୍ବ ନେଇ ଆସୁଛନ୍ତି। ସେ ଯେ ଦେଶର ସବୁଠାରୁ ସଫଳ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଏଥିରେ କୌଣସି ଦ୍ବିମତ ନାହିଁ। ଏହା ପଛରେ ରହିଛି ତାଙ୍କ ସ୍ବଚ୍ଛ ନିର୍ମଳ ଭାବମୂର୍ତ୍ତି, ସରଳ ଜୀବନ ଓ ଦୁର୍ନୀତିର ଲେଶମାତ୍ର ଛାଇ ନଥିବା ସବୁଠାରୁ ପାରଦର୍ଶୀ ସରକାର।

ସାମାଜିକ- ଆର୍ଥିକ ବିକାଶର ଜଣେ ଦୃଢ଼ ପ୍ରବର୍ତ୍ତକ ଓ ପଥପ୍ରଦର୍ଶକ, ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଓ ବିକାଶ ଆଧାରିତ ନୀତି ଓଡ଼ିଶାକୁ ଦାରିଦ୍ର୍ୟର ଶୃଙ୍ଖଳରୁ ମୁକ୍ତ କରି ଦେଶର ଏକ ଦ୍ରୁତ ବିକାଶଶୀଳ ଚମକପ୍ରଦ ରାଜ୍ୟରେ ପରିଣତ କରାଇ ପାରିଛି। ଜନସମୂହ ପ୍ରତି ତାଙ୍କର ନିଷ୍ଠାପର ଭାବେ ସେବା କରିବାର ଆଭିମୁଖ୍ୟ ଫଳରେ ସେ ସମସ୍ତ ଓଡ଼ିଆଙ୍କ ହୃଦୟ ଜିଣିବାରେ କେବଳ ଯେ ସମର୍ଥ ହୋଇଛନ୍ତି ତାହାନୁହେଁ, ବରଂ ଏଥିସହ ସେମାନଙ୍କ ଚିର, ବିପୁଳ ସମର୍ଥନ ଓ ସ୍ନେହ ଶ୍ରଦ୍ଧା ହାସଲ କରି ଆସିଛନ୍ତି।

ପ୍ରାୟ ଦୁଇ ଦଶନ୍ଧି କାଳ ରାଜ୍ୟକୁ ଶାସନ କରି ଆସିଥିବା, ୫ ଥରର ଏହି ମୁଖ୍ୟମନ୍ତ୍ରୀ କିନ୍ତୁ ଅତି ସରଳ, ଲୋ-ପ୍ରୋଫାଇଲ ସର୍ବସାଧାରଣ ଜୀବନ ଜୀଇଁବାରେ ବିଶ୍ବାସ ରଖନ୍ତି। ସୁଟ୍‌ବୁଟ୍ ନୁହେଁ କି ଦାମୀ ପୋଷାକ ନୁହେଁ, ସାଦାସିଧା ଧଳା କୁର୍ତ୍ତା ପାଇଜାମା ଓ ହଳେ ଚପଲ ତାଙ୍କ ପରିଧାନ। କିନ୍ତୁ ସେ ବେଶ୍ ମଜବୁତ ଆତ୍ମବିଶ୍ବାସୀ ଓ ବିପୁଳ ଲୋକପ୍ରିୟତା ଠାରୁ ଅଧିକ ବିଶାଳ ପରିବ୍ୟାପ୍ତ ତାଙ୍କ ଜୀବନ। ମତଦାତାଙ୍କ ଲଗାତର ସମର୍ଥନ ଓ ଭୋଟ ବିଜୟ ତାଙ୍କୁ କେବଳ ଅଧିକ ବିନମ୍ର ଓ ସେବାଭିମୁଖୀ କରିଛି।