National Herald case - The Sakala

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରଙ୍କୁ ବଡ଼ ଆଶ୍ବସ୍ତି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ । ଇଡି ଡାର୍ଜସିଟ୍‌ ଉପରେ ବିଚାର କରିବାକୁ ମନା କଲେ କୋର୍ଟ । ମଙ୍ଗଳବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ କୌଣସି ମାମଲାର ବିଚାର ପାଇଁ ପ୍ରଥମେ ଏଫଆଇଆର (FIR) ରହିବା ବାଧ୍ୟତାମୂଳକ। କିନ୍ତୁ ଏହି କ୍ଷେତ୍ରରେ କୌଣସି ଏଫଆଇଆର ନଥିବାରୁ ଏହା ଆଇନଗତ ଭାବେ ଗ୍ରହଣୀୟ ନୁହେଁ। ବିଚାରପତି କହିଛନ୍ତି ଯେ କେବଳ ଜଣେ ବ୍ୟକ୍ତିବିଶେଷଙ୍କ ଅଭିଯୋଗ ଆଧାରରେ PMLA ମାମଲା ଚାଲିପାରିବ ନାହିଁ।

ଯଦିଓ କୋର୍ଟ ବର୍ତ୍ତମାନ ପାଇଁ ଇଡିର ଅଭିଯୋଗକୁ ଖାରଜ କରିଛନ୍ତି, ତଥାପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଜାରି ରଖିପାରେ ବୋଲି ଅନୁମାନ କରାଯାଉଛି। କାରଣ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ନିକଟରେ ଏହି ମାମଲାରେ ଏକ ନୂତନ ଏଫଆଇଆର ପଞ୍ଜିକରଣ କରିଛି। କୋର୍ଟ କହିଛନ୍ତି ଯେ ଯେହେତୁ EOWର ତଦନ୍ତ ପ୍ରକ୍ରିୟା ଜାରି ରହିଛି, ତେଣୁ ବର୍ତ୍ତମାନ ସମୟରେ ଇଡିର ଯୁକ୍ତି ଉପରେ ରାୟ ଦେବା ଏକ ଅପରିପକ୍ୱ ନିଷ୍ପତ୍ତି ହେବ।

ଇଡି ଅଭିଯୋଗ କରିଥିଲା ଯେ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ (ଯେଉଁଥିରେ ସୋନିଆ ଏବଂ ରାହୁଲଙ୍କର ୭୬% ଅଂଶଧନ ରହିଛି) ମାଧ୍ୟମରେ ନ୍ୟାସନାଲ ହେରାଲ୍ଡର ପ୍ରକାଶକ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ (AJL)ର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି। ତେବେ କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ଦର୍ଶାଇଥିଲେ ଯେ ଏହି ମାମଲାରେ କୌଣସି ଅର୍ଥ କିମ୍ବା ସମ୍ପତ୍ତିର ହେରଫେର ହୋଇନାହିଁ, କେବଳ କମ୍ପାନୀର ମାଲିକାନା ପରିବର୍ତ୍ତନ ହୋଇଛି। କଂଗ୍ରେସ ଏହି ମାମଲାକୁ ବାରମ୍ବାର "ରାଜନୈତିକ ପ୍ରତିଶୋଧ" ବୋଲି କହିଆସୁଛି।

ନ୍ୟାସନାଲ ହେରାଲ୍ଡ ମାମଲାର ଚାର୍ଜସିଟ୍‌ ପରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗତକାଲି ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଇଡି ପ୍ରଥମ ଓ ଦ୍ବିତୀୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏହାବ୍ୟତୀତ କଂଗ୍ରେସର ଦରିଆପାରି ସାଂଗଠନିକ ମୁଖ୍ୟ ସାମ୍ ପିଟ୍ରୋଡା ଏବଂ ସୁମନ ଦୁବେଙ୍କୁ ମଧ୍ୟ ଇଡି ଅଭିଯୁକ୍ତ ଭାବେ ଦର୍ଶାଇଛି। ଗତ ୯ ତାରିଖରେ ଦିଲ୍ଲୀସ୍ଥିତ ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସ୍ବତନ୍ତ୍ର ବିଚାରପତି ଜଷ୍ଟିସ୍ ବିଶାଳ ଗୋଗନେ ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

ସେପଟେ ଏହି ପ୍ରସଙ୍ଗକୁ ନେଇ ଆଜି ଦେଶବ୍ୟାପୀ ପ୍ରତିବାଦକୁ ଓହ୍ଲାଇବ କଂଗ୍ରେସ । କେନ୍ଦ୍ରୀୟ ଇଡି ଅଫିସ, ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ଇଡି ଅଫିସ ଆଗରେ ପ୍ରତିବାଦ କରିବ କଂଗ୍ରେସ । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ଇଡ଼ି ଅଫିସ ଘେରାଉ କରାଯିବା ସହ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏନେଇ ଦଳର ସମସ୍ତ ନେତୃବୃନ୍ଦଙ୍କ ସମେତ ଜିଲ୍ଲା କମିଟି ଓ କର୍ମୀଙ୍କୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ୍ । ବର୍ତ୍ତମାନ ଦେଶରେ ଦୁର୍ନୀତି ଓ ଭଷ୍ଟ୍ରାଚାର ବିରୋଧରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ତ୍ରୀବ ହେଉଛି, ଏହି ସ୍ୱରକୁ ଚାପିବାକୁ କେନ୍ଦ୍ରର ମୋଦୀ ସରକାର ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାକୁ ଅସ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଗତ ୧୧ ତାରିଖରେ ଇଡିନ୍ୟାସନାଲ ହେରାଲ୍ଡ ଅର୍ଥ ହେରଫେର ମାମଲା ସହ ଜଡ଼ିତ ଏବଂ ପୂର୍ବରୁ ଜବତ କରାଯାଇଥିବା ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ (ଏଜେଏଲ)ର ସମ୍ପତ୍ତିଗୁଡିକୁ ଇଡି ନିଜ ଦଖଲକୁ ନେବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା। ଏଥିପାଇଁ ଇଡି ପକ୍ଷରୁ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ଏହିକ୍ରମରେ ସୋନିଆ ଏବଂ ରାହୁଲଙ୍କ ଅଧୀନରେ ରହିଥିବା ସମ୍ପତ୍ତି ବ୍ୟତୀତ ଏଜେଏଲ୍‌ର ଯେଉଁସବୁ ସମ୍ପତ୍ତି ଦିଲ୍ଲୀ, ମୁମ୍ବାଇ ଓ ଲକ୍ଷ୍ନୌରେ ରହିଛି ତାହାକୁ ନିଜ ଦଖଲକୁ ନେବା ଲାଗି ଇଡି ପକ୍ଷରୁ ଏହିସବୁ ସହରର ପ୍ରପର୍ଟି ରେଜିଷ୍ଟ୍ରାରଙ୍କୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯିବା ପୂର୍ବରୁ ୯ ତାରିଖରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ ଯେ, ଏଜେଏଲ କମ୍ପାନୀ ଦ୍ବାରା ନ୍ୟାସନାଲ ହେରାଲ୍ଡ ଖବର କାଗଜ ପ୍ରକାଶନ କରାଯାଉଥିଲା ବେଳେ ସୋନିଆ ଏବଂ ରାହୁଲଙ୍କ ଅଂଶୀଦାରରେ ରହିଥିବା ୟଙ୍ଗ ଇଣ୍ଡିଆ ଲିଃ( ୱାଇଆଇଏଲ) ଏହି କମ୍ପାନୀକୁ ମାତ୍ର ୫୦ ଲକ୍ଷ ଟଙ୍କା ବିନିମୟରେ ଅକ୍ତିଆର କରିଥିବା ଅଭିଯୋଗ ହୋଇଥିଲା। ଏଜେଏଲର ୨୦୦୦ କୋଟିର ସମ୍ପତ୍ତିକୁ ୟଙ୍ଗ ଇଣ୍ଡିଆ ଲି. ମାତ୍ର ୫୦ ଲକ୍ଷ ଟଙ୍କାରେ କିଣାଯାଇଥିବାରୁ ଏଥିରେ ପ୍ରବଳ ଘୋଟାଲା କରାଯାଇଛି ବୋଲି ଅଭିଯୋଗ କରି ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ପ୍ରଥମେ ଅଭିଯୋଗ ଆଣି ମାମଲା ରୁଜୁ କରିଥିଲେ। ସୋନିଆ , ରାହୁଲ ଗାନ୍ଧୀ ଏବଂ ସେମାନଙ୍କ ସହଯୋଗୀମାନେ ମାତ୍ର ୫୦ଲକ୍ଷ ଟଙ୍କା ବିନିମୟରେ ଏଜେଏଲର ୨ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ହଡପ କରିନେଇଥିବା ଅଭିଯୋଗ କରିଥିଲେ। ଏହାପରେ ଏହି ମାମଲାକୁ ନେଇ ଇଡି ଯାଞ୍ଚ କରିବା ପରେ ଏଜେଏଲ ସମ୍ପତ୍ତିକୁ ଉପଯୋଗ କରାଯାଇ ୯୮୮ କୋଟି ଟଙ୍କାର କଳା କାରବାର କରାଯାଇଥିବା ଜଣାପଡ଼ିଥିଲା। ପରେ ପରେ ଇଡି ୨୦ ନଭେମ୍ବର ୨୦୨୩ରେ ଏଜେଏଲର ସମ୍ପତ୍ତି ଆଟାଚ୍ କରିଥିଲା। ଜବତ ସମ୍ପତ୍ତିର ପରିମାଣ ପ୍ରାୟ ୭୫୧ କୋଟି ଟଙ୍କା ହେବ ବୋଲି କୁହାଯାଇଥିଲା। ତେବେ ଏଥିମଧ୍ୟରୁ ୬୬୧ କୋଟି ଟଙ୍କାର ସମ୍ପତ୍ତି ନିଜ ଆୟତ୍ତକୁ ନେବା ପାଇଁ ଇଡି ଗତ ୧୧ ତାରିଖରେ ପ୍ରକ୍ରିୟା ଆରମ୍ଭ କରିଥିଲା।

ଦୁଇ ଦିନ ହେଲା ୧୮ ଘଣ୍ଟା ଜେରା ପରେ ଆଜି ପୁଣି ଇଡିରେ ହାଜର ହେବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ନ୍ୟାଶନାଲ ହେରାଲଡ ମନିଲଣ୍ଡରିଂ ମାମଲାରେ ଛନ୍ଦି ହୋଇଥିବା ରାହୁଲ୍ ଗାନ୍ଧୀଙ୍କ ପାଇଁ ଅଡ଼ୁଆ ବଢ଼ି ଯାଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କ୍ରମାଗତ ତୃତୀୟ ଦିନ ଲାଗି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେ। ଗତକାଲି ନ୍ୟାସନାଲ ହେରାଲଡ ଦୁର୍ନୀତି ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କ୍ରମାଗତ ଦ୍ବିତୀୟ ଦିନ ପାଇଁ ଜେରା କରିଥିଲା। ଏ ପର୍ଯ୍ୟନ୍ତ ରାହୁଲଙ୍କୁ ପ୍ରାୟ ୧୮ ଘଣ୍ଟା ହେଲା ଜେରା କରାଗଲାଣି। ଇଡିର ପ୍ରଶ୍ନ ବାଣରେ ରାହୁଲ ଘାଇଲା ହୋଇଯାଉଥିବା କୁହାଯାଉଛି।

ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଏଥିରେ ତାଙ୍କୁ ପ୍ରାୟ ୪୦ଟି ପ୍ରଶ୍ନ ପଚରା ଯାଇଥିଲା। ଏହାକୁ ନେଇ ସେ ଇଡି ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ଯେତେ ପ୍ରଶ୍ନ ପଚାରିବାର ଅଛି ଆଜି ପଚାରନ୍ତୁ, ବାରମ୍ବାର ଡାକି କରି ନୁହେଁ ବୋଲି କହିଥିଲେ। ଏଥିରେ କର୍ମୀ ଚିନ୍ତିତ ହେଉଛନ୍ତି। ବାହାର ଦେଖନ୍ତୁ କଣ ଚାଲିଛି। ମଧ୍ୟାହ୍ନ ଭୋଜନ ବିରତିରେ ରାହୁଲ ତୋଗଲକ ରୋଡ ସ୍ଥିନ ନିଜ ବଙ୍ଗଳାକୁ ଯାଇଥିଲେ। ଏହା ପରେ ପୁଣି ଜେରା ଆରମ୍ଭ ହୋଇଥିଲା। ବୁଧବାର ପୁନଃ ଉପସ୍ଥିତ ହେବା ଇଡି ରାହୁଲଙ୍କୁ କହିଛି। ସେ ସୋମବାର ମଧ୍ୟାହ୍ନ ଭୋଜନ ବିରତରିରେ ନିଜ ମାଆ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଗଙ୍ଗାରାମ ହସ୍ପିଟାଲକୁ ଯାଇଥିଲେ। ଗତ କାଲି ତାଙ୍କୁ ପ୍ରାୟ ୯ ଘଣ୍ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା।

ତେବେ ଗତକାଲି ଜେରା ପରେ ରାହୁଲ ଗାନ୍ଧି ବିଳମ୍ବିତ ରାତିରେ ମା’ ସୋନିଆ ଗାନ୍ଧିଙ୍କୁ ହସପିଟାଲରେ ଭେଟିଛନ୍ତି। କୋଭିଡ୍‌ ଜଟିଳତାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ସୋନିଆ ଗାନ୍ଧିଙ୍କୁ ଗିତକାଲି ରାତି ୧୧ଟା ୩୦ରେ ରାହୁଲ ଗାନ୍ଧି ଭେଟିଛନ୍ତି। ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ସୋନିଆ ଗାନ୍ଧି ଚିକିତ୍ସିତ ହେଉଥିବା ସାର ଗଙ୍ଗାରାମ ହସପିଟାଲକୁ ଯାଇଥିଲେ। ଦିଲ୍ଲୀରେ ଇଡି ମୁଖ୍ୟାଳୟରେ ରାହୁଲଙ୍କୁ ଜେରା ପରେ ଦୁହେଁ ଭାଇ ଭଉଣୀ ହିସପିଟାଲ ଅଭିମୁଖେ ଯାଇଥିଲେ। ସେଠାରେ ତାଙ୍କ ମାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକ୍ରାନ୍ତରେ ବୁଝିଥିଲେ। କୋଭିଡ୍‌ ସହ ଜଡ଼ିତ ରୋଗରେ ପୀଡ଼ିତ ହୋଇ ସୋନିଆ ଗାନ୍ଧି ରବିବାର ହସପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।

ଏହା ପୂର୍ବରୁ ରାହୁଲ ମଙ୍ଗଳବାର କର୍ମୀଙ୍କ ଗହଣରେ ବିକ୍ଷୋଭ ପ୍ରଦର୍ଶନକରି ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଥିଲେ। ରାହୁଲଙ୍କୁ ଛାଡିବା ପରେ ପ୍ରିୟଙ୍କା ସେଠାରୁ ଚାଲିଯାଇଥିଲେ। ହଙ୍ଗାମା ଯୋଗୁଁ ଇଡି କାର୍ଯ୍ୟାଳୟ ବାହାରେ ଧାରା ୧୪୪ ଲାଗୁ କରିଦିଆଯାଇଛି। ରାହୁଲଙ୍କ ସହ ପଦଯାତ୍ରା କରି ଯାଉଥିବା କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲାଙ୍କୁ ପୁଲିସ ଭିଡି ଭିଡି ଭ୍ୟାନରେ ବସାଇଥିଲା। ପଦଯାତ୍ରାରେ ସାମିଲ ଅନ୍ୟ ଲୋକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ବିକ୍ଷୋଭ ପ୍ରଦର୍ଶନ ସମୟରେ ଆଘାତ ଲାଗିଛି ବୋଲି ସୂର୍ଯେୱାଲା ଅଭିଯୋଗ କରିଛନ୍ତି। ପି. ଚିଦମ୍ବରମ ମଧ୍ୟ ଆହତ ହୋଇଛନ୍ତି। କଂଗ୍ରେସ କାର୍ଯ୍ୟାଳୟ ବାହାରେ ଲାଗିଥିବା ବାରିକେଡରେ ଅଟକାଯିବାରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଦିଲ୍ଲୀ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆପଣ ରୋକିପାରିବେ ନାହିଁ ବୋଲି ସେ କହିଥିଲେ। ଏହା ସତ୍ତ୍ବେ ପୁଲିସ ତାଙ୍କୁ ଯିବାକୁ ଦେଇନଥିଲା। ଏହା ପୂର୍ବରୁ ରାହୁଲ ପ୍ରିୟଙ୍କାଙ୍କ ସହ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ଥିଲେ। ଏଠାରେ ଅନେକ ନେତାଙ୍କ ସହ ଆଲୋଚନା କରିଥିଲେ ଏବଂ ରଣନୀତି ପ୍ରସ୍ତୁତ କରି ଇଡି କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ବାରିକେଡରେ ଅଟକା ଯିବାରୁ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ହଙ୍ଗାମା କରିଥିଲେ। ସେ ପୁଲିସ କର୍ମଚାରୀଙ୍କୁ ଧକ୍କା ମାରିବା ସହ ଜୋରରେ ଚିଲାଇ ଗୁଳି କରିବାକୁ କହିଥିଲେ। ପୁଲିସ ତାଙ୍କୁ ଗିରଫ କରି ଭ୍ୟାନରେ ବସାଇଥିଲା। ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ସୂର୍ଯେୱାଲା, ହରିଶ ରାୱତ, କେସି ବେଣୁଗୋପାଳ, ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗୋଇ, ଦୀପେନ୍ଦ୍ର ସିଂହ ହୁଡ୍ଡା, ରଞ୍ଜିତ ରଞ୍ଜନଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରାଯାଇ ବଦ୍ରପୁର ଥାନା ନିଆଯାଇଛି। ବିଳମ୍ବିତ ରାତିରେ ସେମାନଙ୍କୁ ଛାଡି ଦିଆଯାଇଥିଲା। ବିକ୍ଷୋଭ ପ୍ରଦର୍ଶନକୁ ନେଇ କଂଗ୍ରେସକୁ ବିଜେପି ତାତ୍ସଲ୍ୟ କରିଛି। ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଗାନ୍ଧୀ ପରିବାର ନିଜକୁ ଦେଶର ପ୍ରଥମ ପରିବାର ଭାବୁଛି। ରାହୁଲ ନିଜକୁ ରାଜକୁମାର ଭାବୁଛନ୍ତି। ଦେଶରେ କେହି ରାଜା କି ରାଜକୁମାର ନାହାନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ନିଜକୁ ପ୍ରଧାନସେବକ କହୁଛନ୍ତି। ସୋନିଆ-ରାହୁଲ ପ୍ରଥମେ ଦୁର୍ନୀତି କରିଥିଲେ ଆଉ ଏବେ ଡ୍ରାମା କରୁଛନ୍ତି।

ବଢିଲା ଗାନ୍ଧୀ ପରିବାର ପାଇଁ ଅଡୁଆ, ନ୍ୟାସନାଲ ହେରାଲ୍ଡ ମନିଲଣ୍ଡ୍ରିଂ ମାମଲାରେ ସୋନିଆ ଓ ରାହୁଲଙ୍କୁ ଇଡିର ସମନ୍‌
ନୂଆଦିଲ୍ଲୀ : ପୁଣି ଅଡୁଆରେ ପଡିଛି ଭାରତୀୟ ଜାତୀୟ କଂଗ୍ରେସ। ଜାତୀୟସ୍ତରରେ ଜଣେ ଜଣେ ବଡ ନେତା ଦଳ ଛାଡୁଥିବା ବେଳେ ଚିସ୍ତାଗ୍ରସ୍ତ ଥିବା ହାଇକମାଣ୍ଡକୁ ଆଉ ଗୋଟିଏ ଝଟକା ଲାଗିଛି। ସୋନିଆ ଗାନ୍ଧୀ ଓ ତାଙ୍କ ସାଂସଦ ପୁତ୍ର ରାହୁଲ ଗାନ୍ଧୀଙ୍କ ନିକଟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି ।ଅର୍ଥ ହେରଫେର୍‌ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ନୋଟିସ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ସୋନିଆଙ୍କ ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମଧ୍ୟ ନୋଟିସ ଜାରି କରିଛି ଇଡ। ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ଇଡି ସମନ ପଠାଇଛି। ୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ମାମଲାକୁ ପୁଣି ଥରେ ଖୋଲା ଯାଇଛି। ଏହି ମାମଲାରେ ରାହୁଲ ଓ ସୋନିଆ ତଥା ମା’ ପୁଅଙ୍କୁ ପଚରାଉଚରା କରିବା ପାଇଁ ଜୁନ୍‌ ୮ ତାରିଖରେ ଇଡି କାର୍ୟ୍ୟକାଳରେ ହାଜର ହେବାକୁ କୁହାଯାଇଛି।

୨୦୧୫ରୁ ବନ୍ଦ ପଡିଥିବା ଏହି ପୁରୁଣା ନ୍ୟାସନାଲ ହେରାଲ୍ଡ ମନିଲଣ୍ଡ୍ରିଂ ମାମଲା ପୁଣିଥରେ ଖୋଲା ଯିବା ସହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏବଂ ତାଙ୍କ ସାଂସଦ ପୁତ୍ର ରାହୁଲ ଗାନ୍ଧୀଙ୍କୁ ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡିର ନୋଟିସ ଜାରି ପରେ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ମୁଖପାତ୍ର ରଣଦୀପ ସୂର୍ଯ୍ୟୱାଲା ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ସରକାର ପ୍ରତିଶୋଧ ପରାୟଣ ହୋଇ ଅନ୍ଧ ପାଲଟି ଯାଇଥିବା ସେ କହିଛନ୍ତି।ସେ ଆହୁରି କହିଛନ୍ତି, ‘ଅର୍ଥ ହେରଫେର କିମ୍ବା ଟଙ୍କା ବିନିମୟର କୌଣସି ପ୍ରମାଣ ନାହିଁ। ନ୍ୟାସନାଲ ହେରାଲ୍ଡ ମାମଲାରେ କେବଳ ଇକ୍ୱିଟିରେ ରୂପାନ୍ତର କିମ୍ବା ଋଣ ଅଛି। ଆମେ ଭୟଭୀତ ହେବୁ ନାହିଁ କି ନଇଁବୁ ନାହିଁ। ଦୃଢ଼ ଭାବରେ ଲଢ଼େଇ କରିବୁ ବୋଲି କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ତଥା ବରିଷ୍ଠ ଆଡ୍‌ଭୋକେଟ୍‌ ଅଭିଷେକ ମନୁ ସିଙ୍ଗୱି କହିଛନ୍ତି, ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତା’ର ନିୟନ୍ତ୍ରଣାଧୀନ ତଦନ୍ତକାରୀ ଏଜେନ୍‌ସିମାନଙ୍କୁ ବ୍ୟବହାର କରୁଛି। ‘ନ୍ୟାସ୍‌ନାଲ୍‌ ହେରାଲଡ୍‌’ର ଇତିହାସ ସ୍ବାଧୀନତା ସମୟର।ସେ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀ, ଫାରୁକ୍‌ ଅବ୍ଦୁଲ୍ଲାଙ୍କ ଭଳି ସମସ୍ତ ବିରୋଧୀ ନେତାମାନେ କେନ୍ଦ୍ରୀୟ ଏଜେନ୍‌ସିଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି। ଲୋନ୍‌ ବା ଋଣକୁ ‘ଇକ୍ବିଟି’ରେ ପରିଣିତ କରି ସମସ୍ତ କମ୍ପାନି ବାଲାନ୍‌ସିଟ୍‌ ପ୍ରସ୍ତୁତ କରିନ୍ତି।୨୦୧୫ରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲା ବନ୍ଦ କରିଥିଲା। କିନ୍ତୁ, ସରକାର ଏହି ପଦକ୍ଷେପକୁ ନାପସନ୍ଦ କରି ସମ୍ପୃକ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କୁ ହଟାଇ ଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତ କରି ମାମାଲକୁ ପୁଣି ଚାଲୁ କଲେ। ମୁଦ୍ରାସ୍ଫିତି ଏବଂ ବଢ଼ି ଚାଲିଥିବା ଅନ୍ୟାନ୍ୟ ସମସ୍ୟା ଉପରେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଏଭଳି କରୁଛନ୍ତି ବୋଲି ସାଙ୍ଗ୍‌ୱି କହିଛନ୍ତି।

ତେବେ ଆଜି ଇଡି ନ୍ୟାସନାଲ ହେରାଲ୍ଡ ମନିଲଣ୍ଡ୍ରିଂ ମାମଲାରେ ସୋନିଆ ଓ ରାହୁଲଙ୍କୁ ସମନ୍‌ ଜାରି କରିବା ପରେ ରାଜନୈତିକ ମାହୋଲ ଗରମ ହୋଇଛି। ଏହି ମାମଲା କଣ ଏବଂ କପରି ସୋନିଆ ଓ ରାହୁଲଙ୍କ ସମ୍ପୃକ୍ତି ରହିଛି ତାହା ଜାଣିବାପାଇଁ ସମସ୍ତେ ଚାହୁଁଛନ୍ତି। ତେବେ ମାମଲାଟି ହେଉଛି ଏପରି –

ନ୍ୟାସନାଲ ହେରାଲ୍ଡ ହେଉଛି ୧୯୪୨ ମସିହାର ଏକ ଖବର କାଜଗ କମ୍ପାନୀ। ଏହାର ମାଲିକାନା ଆସୋସିଏଟ୍ସ ଜର୍ଣ୍ଣାଲ ଲିମିଟେଡ ପାଖରେ ଥିଲା । ଫେବୃଆରୀ ୨୬, ୨୦୧୧ ରେ କଂଗ୍ରେସ ଏହାକୁ ୯୦ କୋଟି ଟଙ୍କା ଋଣ ଦେଇ ଏହାର ଦାୟିତ୍ୱ ଗ୍ରହଣ କରିଥିଲା । ଏହାର ଅର୍ଥ ହେଉଛି ଦଳ ଏହାକୁ ୯୦ କୋଟି ଟଙ୍କା ଋଣ ଦେଇଥିଲା । ଏହାପରେ ୫ ଲକ୍ଷ ଟଙ୍କା ବିନିଯୋଗ କରି ୟଙ୍ଗ ଇଣ୍ଡିଆ ନାମରେ ଏକ କମ୍ପାନୀ ଗଠନ କରାଗଲା । ଏହି କମ୍ପାନୀରେ ସୋନିଆ ଓ ରାହୁଲ ଗାନ୍ଧୀଙ୍କର ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଛି । ଅବଶିଷ୍ଠ ୨୪ ପ୍ରତିଶତ ଅଂଶଧନ କଂଗ୍ରେସ ନେତା ମୋତିଲାଲ ଭୋରା ଓ ଓସ୍କାର ଫର୍ଣ୍ଣାଡିଜଙ୍କ ପାଖରେ ରହିଛି ।

ଏହାପରେ ଟିଏଜେଏଲର ୧୦-୧୦ ଟଙ୍କାର ୯ କୋଟି ସେୟାର ‘ୟଙ୍ଗ ଇଣ୍ଡିଆନ’ କୁ ଦିଆଯାଇଥିଲା । ଏହି ସେୟାର ବଦଳରେ ୟଙ୍ଗ ଇଣ୍ଡିଆନ କଂଗ୍ରେସ ତରଫରୁ ଆସୋସିଏଟ ଜର୍ଣ୍ଣାଲସ ଲିମିଟେଡକୁ ଦେଇଥିବା ଋଣ କଂଗ୍ରେସକୁ ପରିଶୋଧ କରିବାକୁ ଚୁକ୍ତି କରାଯାଇଥିଲା । ଏହି କ୍ରମରେ ୯ କୋଟି ସେୟାର କିଣି ୟଙ୍ଗ ଇଣ୍ଡିଆନ ଏହି କମ୍ପାନୀର ୯୯ ପ୍ରତିଶତ ସେୟାର ହାସଲ କରିଥିଲା । ଏହାପରେ ଅଚନକ କଂଗ୍ରେସ ତରଫରୁ ଆସୋସିଏଟ ଜର୍ଣ୍ଣାଲସ ମାଧ୍ୟମରେ ୟଙ୍ଗ ଇଣ୍ଡିଆନ୍ସକୁ ଦେଇଥିବା ୯୦ କୋଟି ଟଙ୍କାର ଋଣ ଛାଡ କରାଯାଇଥିଲା । ଅର୍ଥାତ ବିନା ଟଙ୍କାରେ ୟଙ୍ଗ ଇଣ୍ଡିଆନ୍ସ ଟିଏଜେଏଲର ମାଲିକାନା ହାତେଇ ପାରିଥିଲା । ଏନେଇ ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଅଭିଯୋଗ ଆଣିଥିଲେ କି ଏ ସବୁକିଛି ଦିଲ୍ଲୀର ବାହାଦୁର ଶାହା ଜଫର ମାର୍ଗରେ ଥିବା ୧୬ ଶହ କୋଟି ଟଙ୍କାର ହେରାଲ୍ଡର ହାଉସକୁ ଦଖଲ କରିବାକୁ ଯୋଜନା ହୋଇଥିଲା । ଏନେଇ ସୁବ୍ରମଣ୍ୟମ ସ୍ୱାମୀ ତାଙ୍କ ଆବେଦନରେ ଲେଖିଥିଲେ କି ଏକ ଷଡଯନ୍ତ୍ର ମାଧ୍ୟମରେ ଟିଜିଏଲର ସମସ୍ତ ସମ୍ପତ୍ତି ୟଙ୍ଗ ଇଣ୍ଡିଆନ୍ସ ନାମରେ କରାଯାଇଛି ।