bbsr aiims - The Sakala
ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ
ଭୁବନେଶ୍ଵର: ଆୟୁଷ୍ମାନ ଭବ ଅଭିଯାନ ଅନ୍ତର୍ଗତ ସ୍ବଚ୍ଛତା ହି ସେବା କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଡେରାସ ଡ୍ୟାମରେ ଏମ୍ସ ଭୁବନେଶ୍ଵର ପକ୍ଷରୁ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏମ୍ସ ଭୁବନେଶ୍ଵର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସଙ୍କ ନେତୃତ୍ୱରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଆଜି ସକାଳ ୧୦ରେ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିଲେ। ଦେଶର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସ୍ଵଚ୍ଛତା ହି ସେବା କାର୍ଯ୍ୟକ୍ରମକୁ ସାକାର ରୂପ ଦେବାକୁ ଏମ୍ସ ପକ୍ଷରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ପରିଚ୍ଛନ୍ନତା କାର୍ଯ୍ୟକ୍ରମ ହାତକୁ ନିଆଯିବା ସହିତ ଆହୁରି ଅନେକ ସ୍ଵଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି
। ଆଜି ଅନୁଷ୍ଠିତ ଏକ ଘଣ୍ଟା ଶ୍ରମଦାନ ସ୍ୱରୂପ ଛାତ୍ରଛାତ୍ରୀ, ଅଧ୍ୟାପକ ଏବଂ କର୍ମଚାରୀମାନେ ବ୍ୟାପକ ସଫେଇ କରିବା ସହିତ ସ୍ବଚ୍ଛତା ଅଭିଯାନ ନିମନ୍ତେ ଶପଥ ନେଇଥିଲେ। ଏଥିସହିତ ସ୍ଥାନୀୟ ଅଧିବାସୀଙ୍କ ସହିତ ମିଶି ସମସ୍ତ ପର୍ଯ୍ୟଟକମାନଙ୍କୁ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ପ୍ରେରିତ କରୁଥିଲେ।
ମେଡିକାଲ ଅଧୀକ୍ଷକ ଡ ଦିଲ୍ଲୀପ କୁମାର ପରିଡ଼ା, ଡ ଜେ ଏସ ପିଲ୍ଲାଇ, ଡ ପ୍ରଭାସ ରଂଜନ ତ୍ରିପାଠୀ, ଡ ମନୋଜ କୁମାର ମହାନ୍ତି, ଡ ସୌଭାଗ୍ୟ କୁମାର ଜେନା, ଡ ଅଶୋକ କୁମାର ଜେନା, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀଙ୍କ ସମେତ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ, କର୍ମଚାରୀ ସାମିଲ ଥିଲେ।
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଆଜି ସକାଳେ “ଅଙ୍ଗ ଦାନ ସଚେତନତା” ନିମନ୍ତେ ଏକ ବିଶାଳ ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହି ୱାକାଥନରେ ହକି ଇଣ୍ଡିଆ ଅଧ୍ୟକ୍ଷ ତଥା ବିଶିଷ୍ଟ ହକି ତାରକା ଦିଲ୍ଲୀପ ତିର୍କୀ ଯୋଗଦେଇଥିଲେ। ୱାକାଥନକୁ ଶୁଭାରମ୍ଭ କରିବା ସହିତ ଅଙ୍ଗ ଦାନ ଭଳି ମହତ କାର୍ଯ୍ୟ ନିମନ୍ତେ ଏମ୍ସ ପ୍ରୟାସ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ। ଅଙ୍ଗ ଦାନ ବର୍ତ୍ତମାନ ସମୟର ବିରାଟ ଆବଶ୍ୟକତା ଏବଂ ଏନେଇ ରହିଥିବା ନାନା ଅନ୍ଧବିଶ୍ୱାସ କୁ ଦୂର କରିବାରେ ଏମ୍ସ ଭୁବନେଶ୍ବର ଛାତ୍ରଛତ୍ରୀ କାର୍ଯ୍ୟ କରିବେ ବୋଲି ଶ୍ରୀ ତିର୍କୀ ଆହ୍ୱାନ କରିଥଲେ। ଏହି ୱାକାଥନ୍ ରେ ପ୍ରାୟ ଏକ ହଜାର ରୁ ଅଧିକ ମେଡିକାଲ୍ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା, ଏମ୍ସ କର୍ମଚାରୀ ଅଂଶ୍ରହଣ କରିଥିଲେ।
ଏହି ୱାକାଥନରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ, ମେଡିକାଲ୍ ଅଧୀକ୍ଷକ ପ୍ରଫେସର ଏସ୍ ଏନ ମହାନ୍ତି, ଡିନ୍ ଡକ୍ଟର ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ଡ. ପ୍ରଭାସ ରଂଜନ ତ୍ରିପାଠୀ, ଡ. ସଞ୍ଜୟ ଗିରି, ଡିଡିଏ ରଶ୍ମି ରଂଜନ ସେଠୀ, ନର୍ସିଂ କଲେଜ ଅଧ୍ୟକ୍ଷା ଆଶା ପି ସେଟ୍ଟି, ଡ. ପ୍ରଶାନ୍ତ ନାୟକ, ଡ. ସୁବ୍ରତ ସାହୁ, ଡ. ହେମନ୍ତ ନାୟକଙ୍କ ସମେତ ଅନେକ ଅଧ୍ୟାପକ ଅଧ୍ୟାପିକା, ସରକାରୀ କ୍ଷେତ୍ରରେ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ଆରମ୍ଭ କରିଥିବା ପ୍ରଫେସର ଭିନିଏନ୍ଦ୍ର ପାମେଚା ପ୍ରମୁଖ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏମ୍ସ ଭୁବନେଶ୍ୱର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ସହକାରୀ ପ୍ରଫେସର ତଥା କାର୍ଯ୍ୟକ୍ରମ ସଂଗଠନ ସମ୍ପାଦକ ଡକ୍ଟର ବ୍ରହ୍ମଦତ୍ତ ପଟ୍ଟନାୟକ ୱାକାଥନ୍ ର ସଫଳତା ନିମନ୍ତେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ,  ଏମ୍ସ ଭୁବନେଶ୍ୱରରେ ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ପକ୍ଷରୁ ଗତକାଲି ଆୟୋଜିତ “ଅଙ୍ଗ ଦାନ ସଚେତନତା” କର୍ମଶାଳା ଏବଂ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ଯ୍ୟକ୍ରମରେ ଜାତୀୟ ଖ୍ୟାତିସମ୍ପନ୍ନ ବିଶେଷଜ୍ଞମାନେ ଯୋଗଦେଇ ଅଙ୍ଗ ଦାନ ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଉପଯୁକ୍ତ ଦାତା ତଥା ପ୍ରାପ୍ତକର୍ତ୍ତା ବାଛିବା, ଅଙ୍ଗ ଆବଣ୍ଟନ, ଦୁଃଖରେ ଥିବା ପରିବାରକୁ ପରାମର୍ଶ ଏବଂ ବ୍ୟାପକ ଗୁଣାତ୍ମକ କ୍ଲିନିକାଲ୍ ଯତ୍ନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ସମସ୍ୟା ଘେରରେ ଭୁବନେଶ୍ବର ଏମ୍‌ସ, ଖାଲି ପଡିଛି ୧୫୦୦ ପଦବୀ
ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ୱର ହେଉଛି ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ। ଏହା ଉପରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। କିନ୍ତୁ ଏହି ଖ୍ୟାତନାମା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଏବେ କର୍ମଚାରୀ ମରୁଡ଼ି ସହିତ ସଂଘର୍ଷ କରୁଛି। ଏହା ଏବେକାର କଥା ନୁହେଁ। ବରଂ ବର୍ଷ ବର୍ଷ ଧରି ଏମ୍ସରେ ହଜାର ହଜାର ପଦବୀ ଖାଲି ରହିଥିଲେ ସୁଦ୍ଧା ଏହାକୁ ପୂରଣ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦୃଷ୍ଟି ଦେଉ ନାହାନ୍ତି। ଏମ୍‌ସ ଭୁବନେଶ୍ୱରରେ ଏବେ ବିଭିନ୍ନ ବିଭାଗରେ ୧୪୯୩ଟି ପଦବୀ ଖାଲି ଅଛି। ଉଭୟ ଶିକ୍ଷକ ଏବଂ ଅଣ ଶିକ୍ଷକ ବର୍ଗରେ ଏହି ସଂଖ୍ୟକ ପଦବୀରେ ନିଯୁକ୍ତି ମିଳିନାହିଁ। ସୂଚନା ଅଧିକାର କର୍ମୀ ଶ୍ରୀ ଅଖଣ୍ଡ ସୂଚନା ଅଧିକାର ବଳରେ ଏହି ତଥ୍ୟ ହାସଲ କରିଛନ୍ତି।
ଏମ୍‌ସ ପକ୍ଷରୁ ଦିଆଯାଇଥିବା ତଥ୍ୟରେ କୁହାଯାଇଛି ଯେ ୨୦୨୨, ଏପ୍ରିଲ ୩୦ ତାରିଖ ସୁଦ୍ଧା ମଞ୍ଜୁରୀପ୍ରାପ୍ତ ୩୦୫ ଶିକ୍ଷକ ପଦବୀରୁ ୭୯ ପଦବୀ ଖାଲି ଅଛି। ସେହିପରି ମଞ୍ଜୁରୀପ୍ରାପ୍ତ ୩୮୭୬ ଅଣ ଶିକ୍ଷକ ପଦବୀରୁ ମୋଯ ୧୪୧୪ ପଦବୀ ଖାଲି ଅଛି। ଅଣ ଶିକ୍ଷକ ବର୍ଗରେ ସିନିୟର୍‍ ରେସିଡେଣ୍ଟ, ଜୁନିଅର ରେସିଡେଣ୍ଟ, ରେଗୁଲାର, ଡେପୁଟେସନ୍‍, ଠିକା ଏବଂ ଆଉଟସୋର୍ସିଂ କର୍ମଚାରୀ ଅନ୍ତର୍ଭୁକ୍ତ। ଏମ୍ସ ପକ୍ଷରୁ ଦିଆଯାଇ ଥିବା ଉତ୍ତରରେ କୁହାଯାଇଛି ଯେ ପିଜି ପାଠ୍ୟକ୍ରମ ପାଇଁ ନିୟମିତ ବ୍ୟବଧାନରେ ସିନିୟର ରେସିଡେଣ୍ଟ ଏବଂ ଜୁନିଅର ରେସିଡେଣ୍ଟ ବର୍ଗରେ ମୁକ୍ତ ବିଜ୍ଞାପନ ମାଧ୍ୟମରେ ଦୁଇ ଥର ପୂରଣ କରାଯାଇଥାଏ। ତେବେ ଅନ୍ୟ ଅଣ ଶିକ୍ଷକ ବର୍ଗରେ ନିୟମିତ ପଦ ପଦୋନ୍ନତି ଭିତ୍ତିରେ ପୂରଣ କରାଯାଏ। ତେବେ ଉପଯୁକ୍ତ ଅଧିକାରୀଙ୍କ ଅଭାବରେ ଏହି ପଦବ ଗୁଡ଼ିକ ପୂରଣ ହୋଇପାରି ନାହିଁ।
ସର୍ବ ଭାରତୀୟ ପ୍ରବେଶିକା ପରୀକ୍ଷା ଜରିଆରେ ସିଧାସଳଖ ନିଯୁକ୍ତି କୋଟା ପୂରଣ କରାଯାଇଥାଏ ବୋଲି କୁହାଯାଇଛି। ସୂଚନା ଅଧିକାରୀ କର୍ମୀ ଶ୍ରୀ ଅଖଣ୍ଡ କହିଛନ୍ତି ଯେ ରାଜ୍ୟର ଏକ ପ୍ରମୁକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଉପରେ ଲକ୍ଷାଧିକ ରୋଗୀ ନିର୍ଭର କରୁଛନ୍ତି। ପ୍ରତି ଦିନ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ସେବା ପାଇବା ଆଶାରେ ଏମ୍‌ସ ଭୁବନେଶ୍ୱରକୁ ଆସୁଛନ୍ତି। ତେବେ ସେଠାରେ ମୌଳିକ ଭିତ୍ତିଭୂମିର ଅଭାବ ରହିଥିବା ବେଳେ ଏତେ ସଂଖ୍ୟକ କର୍ମଚାରୀ ଅଭାବ ଅତ୍ୟନ୍ତ ଚିନ୍ତାର ବିଷୟ। ଏତିକି ନୁହେଁ ୨୦୨୦ ଜୁଲାଇ ମାସରେ ଏମ୍ସ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟରୁ ଜଣାପଡ଼ିଥିଲା ଯେ ସେତେବେଳେ ମଧ୍ୟ ଏଠାରେ ୧୯୭୮ ପଦବୀ ଖାଲି ପଡ଼ିଥିଲା। ୧୧୪ ଶିକ୍ଷକ ଏବଂ ଅଣ ଶିକ୍ଷକ ବର୍ଗରେ ୧୮୬୪ ପଦବୀ ଖାଲି ଥିଲା। ଏଥିରୁ ଜଣା ପଡୁଛି ବର୍ଷ ବର୍ଷ ଧରି ଜରୁରୀ ପଦବୀ ଖାଲି ରହୁଥିଲେ ସୁଦ୍ଧା ପୂରଣ ପାଇଁ ପଦକ୍ଷେପ ନିଆଯାଉ ନାହିଁ। ଏ ଦିଗ ପ୍ରତି କେନ୍ଦ୍ର ସରକାର ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଶ୍ରୀ ଅଖଣ୍ଡ କହିଛନ୍ତି।