aiims bbsr - The Sakala

ଭୁବନେଶ୍ବର ଏମ୍ସରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ
ଭୁବନେଶ୍ଵର: ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ଜଣେ ରୋଗୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତକ ୭୦ ବର୍ଷୀୟ ଜଣେ ବୃଦ୍ଧ ହୋଇଥିବା ଜ​‌ଣାପଡିଛି। ମୃତକଙ୍କ ଘର ଯାଜପୁର ଜିଲ୍ଲା ଅଟଳପୁର ଗାଁରେ।

ମିଳିଥିବା ସୂଚନା ଅନୁସାରେ, ଉକ୍ତ ବୃଦ୍ଧଙ୍କୁ ଡିସେମ୍ବର ୫ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ୱୟ, ନିଶ୍ଚିତ ମୃତ୍ୟୁ ମୁଖରୁ ଯବାନଙ୍କୁ ବଞ୍ଚାଇଲେ ଏମ୍‌ସ ଭୁବନେଶ୍ୱର ଡାକ୍ତର
ଭୁବନେଶ୍ୱର: ଚିକିତ୍ସା ବିଜ୍ଞାନ ଏବଂ କାର୍ଯ୍ୟଦକ୍ଷତାର ଅପୂର୍ବ ସମନ୍ବୟ ସହିତ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଉନ୍ନତ ଏକ୍ସଟ୍ରାକୋର୍‌ପୋରାଲ୍ କାର୍ଡିଓ-ପୁଲମୋନାରୀ ରେସୁସିଟେସନ୍‌ (ଇ-ସିପିଆର୍‌) ମାଧ୍ୟମରେ ଜଣେ ୨୪ ବର୍ଷ ବୟସ୍କ ଆର୍ମୀ ଯବାନଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିଛନ୍ତି। ନୟାଗଡ଼ ରଣପୁର ଅଞ୍ଚଳରୁ ଆସିଥିବା ଏହି ଯୁବକଙ୍କର ହୃଦୟ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା। ମାତ୍ର ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛି। ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା ଏମ୍‌ସର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି।

ଏମ୍‌ସ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା କରିଛନ୍ତି। ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି। ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜଟିଳ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ଥିବା ଉପରୋକ୍ତ ଯୁବକଙ୍କୁ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା। ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ। ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହୃଦୟ କାର୍ଯ୍ୟ କରିନଥିଲା। ଏପରି ଅବସ୍ଥାରେ ସାଧାରଣତଃ ଦୁଇଟି ନିଷ୍ପତି ନିଆଯାଇଥାଏ। ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା। ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ନିମନ୍ତେ ନିରନ୍ତର ଉଦ୍ୟମ କରିଥିଲେ। ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରାୟ ୮୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ। ତେବେ ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହୃଦୟ କାର୍ଯ୍ୟ ଆରମ୍ଭ କରିଥିଲା। ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା, ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା। ଦଳଗତ ଭାବେ ଉଲ୍ଲେଖନୀୟ ପାରଦର୍ଶୀତା, ସମନ୍ୱୟ ଏବଂ ଉତ୍ସର୍ଗୀକୃତ ପ୍ରଦର୍ଶନ ମାଧ୍ୟମରେ ଏପରି ଏକ ଜଟିଳ କାର୍ଯ୍ୟ ସମ୍ପାଦନ କରି ଜଣେ ଯବାନଙ୍କ ଜୀବନ ବଞ୍ଚାଇବା ଏକ ଅନନ୍ୟ ସଫଳତା।

ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମା। ଏମ୍‌ସ ଡାକ୍ତରମାନଙ୍କର ଦକ୍ଷତା, କରୁଣା ଏବଂ ନିଷ୍ଠାକୁ ଆମ ପରିବାର ସବୁଦିନ ମନେରଖିବ ବୋଲି ଯବାନଙ୍କ ମା ପ୍ରକାଶ କରିଛନ୍ତି।

ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା ଏବଂ ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ। ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି। ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ ବୋଲି ଡ. ଶ୍ରୀକାନ୍ତ ବେହେରା ମତ ପ୍ରକାଶ କରିଛନ୍ତି।

ଏହି ପ୍ରକ୍ରିୟାରେ ଡ. କ୍ରିଷ୍ଣମୋହନ ଗୁଲା, ଡ. ସନ୍ଦୀପ କୁମାର ପଣ୍ଡା, ଡ. ସିଦ୍ଧାର୍ଥ ସାଠିଆ, ଡ. ସଙ୍ଗୀତା ସାହୁ, ଡ. ମାନସ ପାଣିଗ୍ରାହୀ, ଏମ୍‌ସିଆଇ ଏବଂ ନର୍ସିଂ ଅଧିକାରୀଙ୍କ ଭଳି ସ୍ବାସ୍ଥ୍ୟସେବା ପ୍ରଦାନକାରୀ ପ୍ରମୁଖ ସାମିଲ ଥିଲେ।

ଏହି ଅଭିନବ ସଫଳତା ପାଇଁ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ଅନୁପମ ଦେ, ଡ. ରଶ୍ମିରଞ୍ଜନ ମହାନ୍ତି, ଡ. ଦେବାନନ୍ଦ ସାହୁ ପ୍ରମୁଖ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।

ଭୁବନେଶ୍ବର ଏମ୍‌‌ସରେ ୧୩୮୪ ପଦ ଖାଲି, ଚିକିତ୍ସା ଆଶାରେ ଆସୁଥିବା ରୋଗୀଙ୍କୁ ହେବାକୁ ପଡ଼ୁଛି ନିରାଶ
ଭୁବନେଶ୍ୱର: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱରକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ହେଲେ ଏଠାରେ ଆବଶ୍ୟକ ଡାକ୍ତର, କର୍ମଚାରୀ ଓ ଚିକିତ୍ସା ଉପକରଣ ନ ମିଳିବାରୁ ଉତ୍ତମ ଚିକିତ୍ସା ଆଶାରେ ଆସୁଥିବା ରୋଗୀମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଫ୍ୟାକଲ୍ଟି ଓ ନନ୍‌‌ ଫ୍ୟାକଲ୍ଟି ମିଶାଇ ଭୁବନେଶ୍ୱର ଏମ୍‌‌ସରେ ୧୩୮୪ ପଦବୀ ଖାଲି ପଡ଼ିଛି। ଖୋଦ କେନ୍ଦ୍ର ସରକାର ଏହାକୁ ସ୍ୱୀକାର କରିଛନ୍ତି। ରାଜ୍ୟସଭା ସାଂସଦ ରାମଜୀ ଲାଲ୍‌‌ ସୁମନଙ୍କ ପ୍ରଶ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଭୁବନେଶ୍ୱର ଏମ୍ସରେ କର୍ମଚାରୀ ଓ ଡାକ୍ତରଙ୍କ ଅଭାବ ଥିବା ରାଜ୍ୟସଭାରେ ସୂଚନା ଦେଇଛନ୍ତି।

କେବଳ ସେତିକି ନୁହେଁ; ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୩୭ ଜଣ ଡାକ୍ତର ଏମ୍ସ ଭୁବନେଶ୍ୱର ଛାଡ଼ିଥିବା ମଧ୍ୟ ସେ କହିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌‌ସ) ଭୁବନେଶ୍ୱର ପୂର୍ବ ଭାରତର ଏକ ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଛତିଶଗଡ଼଼, ଆନ୍ଧ୍ର, ତେଲେଙ୍ଗାନା ଆଦି ରାଜ୍ୟର ଲୋକମାନେ ଏହା ଉପରେ ନିର୍ଭର କରୁଛନ୍ତି। ପ୍ରତ୍ୟେକ ଦିନ ଏମ୍‌‌ସ ଓପିଡ଼ିକୁ ପ୍ରାୟ ୩୫୦୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି।

ଏମ୍‌‌ସରେ ପ୍ରାୟ ୯୮୩ଟି ଶଯ୍ୟାର ବ୍ୟବସ୍ଥା ରହିଛି। ବର୍ହିବିଭାଗରେ ଡାକ୍ତରମାନେ ସୀମିତ ସଂଖ୍ୟକ ରୋଗୀ ଦେଖୁଥିବାରୁ ପ୍ରତ୍ୟେକ ଦିନ ଅନେକ ରୋଗୀ ଡାକ୍ତରଙ୍କ ପରାମର୍ଶ ପାଇବାରୁ ବଞ୍ଚିତ ହେଉଛନ୍ତି। ଡାକ୍ତର ଓ ଅଣ ଡାକ୍ତର ପଦବୀ ଖାଲି ପଡ଼ିବା ଏସବୁ ପଛର ବଡ଼ କାରଣ ହୋଇ ଛିଡ଼ା ହୋଇଛି। ଭୁବନେଶ୍ୱର ଏମ୍ସରେ ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌‌ ପ୍ରଫେସର, ଅତିରିକ୍ତ ପ୍ରଫେସର ଓ ପ୍ରଫେସରଙ୍କୁ ମିଶାଇ ମୋଟ ମଞ୍ଜୁର ପଦ ସଂଖ୍ୟା ୩୧୫।

ମାତ୍ର ଏହାମଧ୍ୟରୁ ୭୨ ଟି ଫ୍ୟାକଲ୍ଟି ପଦ ଖାଲି ପଡ଼ିଛି। ସେହିପରି ଫାର୍ମାସିଷ୍ଟ, ଷ୍ଟାଫ୍‌‌ ନର୍ସ, ଓଟି ଟେକ୍ନିସିଆନ, ପ୍ରଶାସନିକ ପଦବୀ, ରେସିଡେଣ୍ଟ ଡାକ୍ତରଙ୍କୁ ମୋଟ ୩୯୦୪ ନନ୍‌‌ ଫ୍ୟାକଲ୍ଟି ପଦବୀ ମଞ୍ଜୁର ହୋଇଛି, ହେଲେ ମାତ୍ର ୨୫୯୨ ନନ୍‌‌ ଫ୍ୟାକଲ୍ଟି ପଦବୀ ପୂରଣ ହୋଇଛି। ଆହୁରି ୧୩୧୨ ନନ୍‌‌ ଫ୍ୟାକଲ୍ଟି ପଦ ଖାଲି ରହିଛି। ଯେଉଁ ସଂଖ୍ୟାରେ ଭୁବନେଶ୍ୱର ଏମ୍ସକୁ ରୋଗୀ ଆସୁଛନ୍ତି ସେହି ଅନୁପାତରେ ସାଧାରଣ ୱାର୍ଡ, ଆଇସିୟୁ ଓ କ୍ୟାବିନରେ ଶଯ୍ୟା ନଥିବାରୁ ବଡ ସମସ୍ୟା ସୃଷ୍ଟି ହେଉଛି।

ବିନା ଅସ୍ତ୍ରୋପଚାରରେ ବାହାରିଲା ଛୁଞ୍ଚି, ନୂଆ ଜୀବନ ଦେଲା ଭୁବନେଶ୍ୱର ଏମ୍ସ
ଭୁବନେଶ୍ୱର: ଏକ ଉଲ୍ଲେଖନୀୟ ତଥା ଅଭିନବ ପ୍ରୟାସ ସ୍ବରୂପ ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ ସଫଳତାର ସହିତ ୯ ବର୍ଷୀୟ ବାଳକର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଅସାବଧାନତାବଶତଃ ଗିଳିଦେଇଥିବା ଏକ ସିଲେଇ ଛୁଞ୍ଚିଟି ନାବାଳକଙ୍କର ବାମପାର୍ଶ୍ବ ଫୁସ୍‌ଫୁସ୍‌ର ନିମ୍ନଭାଗରେ ଲାଗିଯାଇଥିଲା। ଏପରି ପରିସ୍ଥିତିରେ ଉକ୍ତ ତୀକ୍ଷ୍‌ଣ ସାମଗ୍ରୀକୁ ବାହାରି କରିବାକୁ ଜଟିଳ ଅସ୍ତ୍ରୋପଚାରର ଆବଶ୍ୟକତା ଜରୁରୀ ଥିଲା। ମାତ୍ର ଏମ୍‌ସ ଶିଶୁ ବିଭାଗର ଏକ ଚିକିତ୍ସକ ଦଳ ରାଜ୍ୟରେ ପ୍ରଥମ କରି ବିନା ଅସ୍ତ୍ରୋପଚାରରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଫୁସଫୁସରୁ ଉକ୍ତ ସିଲେଇ ଛୁଞ୍ଚି ବାହାରି କରି ରେକର୍ଡ କରିଛନ୍ତି।

ପଶ୍ଚିମବଙ୍ଗରୁ ଆସିଥିବା ଏହି ନାବାଳକଜଣଙ୍କ ଅନ୍ୟମନସ୍କ ଭାବେ ପ୍ରାୟ ୪ସେମି ଲମ୍ବର ଉକ୍ତ ସିଲେଇ ଛୁଞ୍ଚିକୁ ଗିଳିଦେଇଥିଲେ। ଯାହାକି ଫୁସ୍‌ଫସ୍‌ରେ ଲାଗିଥିଲା। ତେବେ ଗିଳିବାର ଦୁଇ ଦିନ ପରେ ଉକ୍ତ ନାବାଳକଙ୍କୁ ଏମ୍‌ସ ଭୁବନେଶ୍ୱରକୁ ଅଣାଯାଇଥିଲା।

ଶିଶୁ ବିଭାଗକୁ ଆସିବା ପରେ ନାବାଳକଙ୍କ ଏପରି ଗୁରୁତର ସ୍ଥିତି ଦେଖି ଏହାକୁ ବିନା ଅସ୍ତ୍ରୋପଚାରରେ ବାହାର କରିବାକୁ ଡାକ୍ତରୀ ଦଳ ନିଷ୍ପତି ନେଇଥିଲେ। କାରଣ ଫୁସ୍‌ଫୁସ୍‌ରେ ଛୁଞ୍ଚିର ଅବସ୍ଥିତି ଯେପରି ଥିଲା, ଏପରି ସ୍ଥଳେ ଜଟିଳ ଅସ୍ତ୍ରୋପଚାର ସାହାଯ୍ୟ ଜରୁରୀ ଥିଲା। ସ୍ଥଳବିଶେଷରେ ଫୁସ୍‌ଫୁସ୍‌ର କିଛି ଅଂଶକୁ ମଧ୍ୟ କଢ଼ାଯିବା ଆବଶ୍ୟକ ପଡ଼ିବାର ଯଥେଷ୍ଟ ଆଶଙ୍କା ଥିଲା। ତେଣୁ ଶିଶୁ ବିଶେଷଜ୍ଞ ଡ. ରଶ୍ମି ରଂଜନ ଦାସ, ଡ. କ୍ରିଷ୍ଣ ଏମ୍‌ ଗୁଲ୍ଲା, ଡ. କେତନ ଏବଂ ଡ. ରାମକୃଷ୍ଣଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ ବିନା ନିରାପଦରେ ବ୍ରୋଙ୍କୋସ୍କୋପିକ୍ ପଦ୍ଧତିରେ ଛୁଞ୍ଚିକୁ ବାହାର କରିବାରେ ସଫଳତା ହାସଲ କରିଥିଲେ। ଏହି ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ସମୟ ନେଇଥିଲା।

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏମ୍‌ସର ଚିକିତ୍ସକଙ୍କ ଏପରି ଉତ୍ସର୍ଗୀକୃତ ମନୋଭାବକୁ ଅଭିନନ୍ଦନ ଜଣାଇବା ସହିତ ଏପରି ବିପଦପୂର୍ଣ୍ଣ କାମକୁ ସଫଳତାର ସହିତ ସମ୍ପନ୍ନ କରିଥିବା ଜୀବନ ରକ୍ଷା ପ୍ରକ୍ରିୟାକୁ ପ୍ରଶଂସା କରିଛନ୍ତି। ଏମ୍‌ସ ସର୍ବଦା ଜନସାଧାରଣଙ୍କ ଜୀବନ ରକ୍ଷା ନିମିତ୍ତ ପ୍ରତିବଦ୍ଧ ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି।

ଏପରି ଜଟିଳ ସ୍ଥିତିରେ ଅସ୍ତ୍ରୋପଚାର ନାବାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଆନ୍ତା। ମାତ୍ର ଏମ୍‌ସ ପକ୍ଷରୁ ଏପରି ଅଭିନବ ଉପାୟରେ କରାଯାଇଥିବା ପ୍ରକ୍ରିୟା ବେଶ୍ ଲାଭଦାୟୀ ହୋଇପାରିଥିବା ଡ. ରଶ୍ମୀ ରଂଜନ ଦାସ ପ୍ରକାଶ କରିଛନ୍ତି। ଚାରି ଦିନ ପରେ ଉକ୍ତ ନାବାଳକଙ୍କୁ ହସ୍‌ପିଟାଲରୁ ଡିସ୍‌ଚାର୍ଯ କରାଯାଇଥିଲା। ବର୍ତ୍ତମାନ ସେ ସୁସ୍ଥ ଥିବା ସହିତ ସାଧାରଣ ଜୀବନଯାପନ କରୁଥିବା ଡ. ଦାସ ସୂଚନା ଦେଇଛନ୍ତି। ଏହି ଅଭିନବ ପ୍ରଣାଳୀ, ଏମ୍‌ସ ଭୁବନେଶ୍ୱରରେ ଉପଲବ୍ଧ। ସମଗ୍ର ଭାରତରେ କେବଳ କିଛି ସ୍ବାସ୍ଥ୍ୟପ୍ରତିଷ୍ଠାନରେ ଏପରି ତୀକ୍ଷ୍ଣ ସାମଗ୍ରୀକୁ ବ୍ରୋଙ୍କୋସ୍କୋପି ମାଧ୍ୟମରେ ବାହାର କରିବାର ବ୍ୟବସ୍ଥା ରହିଥିବା ପ୍ରକାଶ।

ଡ. କ୍ରିଷ୍ଣ ଏମ ଗୁଲା ସୂଚନା ଦେଇଛନ୍ତି ଯେ ଏମ୍‌ସ ଭୁବନେଶ୍ୱରରେ ଏକ ଉତ୍ସର୍ଗୀକୃତ ପେଡିଆଟ୍ରିକ୍ ପୁଲମୋନୋଲୋଜି ଏବଂ ଆଇସିୟୁ ଦଳ କାର୍ଯ୍ୟ କରୁଛି। ଏକ ମାସର ନବଜାତକ ଶିଶୁଙ୍କଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ବ୍ରୋଙ୍କୋସ୍କୋପିକ୍ ପଦ୍ଧତି ମାଧ୍ୟମରେ ଗୋଟିଏ ସ୍ଥାନରେ ସାମଗ୍ରୀକ ଶିଶୁ ଚିକିତ୍ସା ସୁବିଧା ରାଜ୍ୟରେ ଅନ୍ୟ କେଉଁଠି ଉପଲବ୍ଧ ନାହିଁ।

୨୦୨୧ ମସିହାରୁ ଏମ୍‌ସରେ ଏକ ଶିଶୁ ବ୍ରୋଙ୍କୋସ୍କୋପିକ୍ ସୁବିଧା ସହିତ ଶିଶୁ ବିଭାଗ, ନିଦାନ ଏବଂ ଚିକିତ୍ସା ପ୍ରଣାଳୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ ଭାବରେ କାର୍ଯ୍ୟ ଜାରି ରହିଛି। ଏହି ସୁବିଧା ଜରୁରୀ ସମୟରେ ଶରୀର ଭିତରକୁ ଚାଲିଯାଇଥିବା ବାହ୍ୟ ତୀକ୍ଷ୍ଣ ବସ୍ତୁକୁ ଅପସାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶ୍ବାସକ୍ରିୟା ରୋଗ ସହ ଜଡିତ ଶିଶୁ ରୋଗ ପାଇଁ ମଧ୍ୟ ଏହା ବେଶ ଉପାଦେୟ ହୋଇପାରିଛି।

ଶିଶୁ ଚିକିତ୍ସା, ଶିଶୁ ସର୍ଜରୀ, ଇଏନ୍‌ଟି ଏବଂ ରେଡିଓଲୋଜି ବିଶେଷଜ୍ଞଙ୍କ ମିଳିତ ପ୍ରୟାସ ସ୍ବରୂପ ଏପରି ସଫଳ ପ୍ରୟାସର ନିରନ୍ତରତା ଏମ୍‌ସର ରୋଗୀସେବା ପ୍ରତି ନିଷ୍ଠା ଏବଂ ଅଙ୍ଗୀକାରବଦ୍ଧତାକୁ ଦର୍ଶାଉଛି।

ଭୁବନେଶ୍ୱର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ
ଭୁବନେଶ୍ୱର: ଡ୍ରୋନ୍ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ। ଭୁବନେଶ୍ୱରଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ ହୋଇଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍‌ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ । ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି । ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା ।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ନେଇ ଏମ୍‌ସ ଭୁବନେଶ୍ୱର ଓ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟରେ ପ୍ରଥମ କରି ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ଗତକାଲି ହୋଇଥିବା ଏହି ବୁଝାମଣା ଫଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାର ସମ୍ମୀଶ୍ରଣ ଘଟିବ। ଏହା ସ୍ୱାସ୍ଥ୍ୟସେବାକୁ ଏକ ନୂତନ ଦିଶା ଦେବା ସହିତ ବିଭିନ୍ନ କ୍ଷେତ୍ରରେ ଗବେଷଣା ଓ ପାଠ୍ୟକ୍ରମକୁ ପ୍ରୋତ୍ସାହିତ କରିବ। ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ କରମାଲକର ଏହି ଏମଓୟୁ ସ୍ୱାକ୍ଷର କରିଛନ୍ତି।

ସାଧାରଣଲୋକଙ୍କ ହିତ ପାଇଁ ଉଭୟ ଅନୁଷ୍ଠାନ ରୋଗର ତ୍ବରିତ ଚିହ୍ନଟ, ଶୀଘ୍ର ନିରାକରଣ, କୃତ୍ରିମ ବୁଦ୍ଧିମତାର ପ୍ରୟୋଗ ଏବଂ ତଥ୍ୟର ବିଶ୍ଳେଷଣ, ଜୈବ ପ୍ରାଦ୍ୟୋଗିକ ଜ୍ଞାନକୌଶଳ, ରୋଗର ପୂର୍ବାନୁମାନ କୌଶଳ ସୃଷ୍ଟି, ଡିଜିଟାଲ ସ୍ୱାସ୍ଥ୍ୟ, ଚିକିତ୍ସା କ୍ଷେତ୍ର ନିମନ୍ତେ ବିଭିନ୍ନ ଉପକରଣର ବିକାଶ ଏବଂ ଏହି କ୍ଷେତ୍ରରେ ଉନ୍ନତ ଗବେଷଣା ନିମନ୍ତେ ସହଯୋଗ କରିବାକୁ ସହମତ ହୋଇଛନ୍ତି।

ରାଜ୍ୟରେ ପ୍ରଥମ କରି ହୋଇଥିବା ଏପରି ପ୍ରୟାସ ଜନସ୍ୱାସ୍ଥ୍ୟ ଏବଂ ରୋଗୀ ଚିକିତ୍ସା କ୍ଷେତ୍ରରେ ରହିଥିବା ବିଭିନ୍ନ ଆହ୍ବାନଗୁଡ଼ିକର ସମାଧାନ ପାଇଁ ନୂତନ ମାର୍ଗ ପ୍ରସ୍ତୁତ କରିବ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ରୋଗର ନିରାକରଣ ଏବଂ ଚିକିତ୍ସାରେ ବେଶ ସହାୟକ ହେବବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ଏହି ବୁଝାମଣା ଫଳରେ ବିଭିନ୍ନ ରୋଗର ଚିହ୍ନଟ, ଚିକିତ୍ସାଉପକରଣ, ଆପ୍, ପରିଧାନଯୋଗ୍ୟ ସେନ୍ସର ବିକାଶ, ପ୍ରତିଛବିଭିତ୍ତିକ ନିରାକରଣ(ଇମେଜିଂ) ଆଦି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ପ୍ରୟୋଗକୁ ସୁଦୃଢ଼ କରିବ। ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ଏପରି ବୁଝାମଣାକୁ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ ସର୍ବଦା ଉତ୍ସାହିତ କରିଥାଆନ୍ତି। ସଫତଳାର ସହିତ ଏହି ଏମଓୟୁ ସ୍ବାକ୍ଷରିତ ହେବାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ତେଣୁ ଉଭୟ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡ. ବିଶ୍ବାସ।

ଏପରି ନିଆରା ବୁଝାମଣାରେ ଖୁସି ପ୍ରକଟ କରିବା ସହିତ ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ଶ୍ରୀପଦ୍ କରମଲକର କହିଛନ୍ତି ଯେ ଆଇଆଇଟି ଭୁବନେଶ୍ୱର ଏବଂ ଏମ୍‌ସ ସାମୂହିକ ଭାବେ ସମ୍ଭାବ୍ୟ ପାରସ୍ପରିକ ଭାଗିଦାରୀ ଉପରେ ଦୃଷ୍ଟି ରଖିଛନ୍ତି। ଏହି ଦୁଇଟି ଅନୁଷ୍ଠାନ ମଧ୍ୟରେ ହୋଇଥିବା ବୁଝାମଣା ରାଜ୍ୟ ତଥା ସମଗ୍ର ଦେଶରେ ସାମାଜିକ ପ୍ରଭାବ ବୃଦ୍ଧି କରିବ। ଜନହିତକର କାର୍ଯ୍ୟ ପାଇଁ ଏହି ପ୍ରୟାସ ବେଶ ସଫଳ ହେବ। ଏପରି ଏମଓୟୁକୁ ଉତ୍ସାହିତ କରିଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରୀ କରମଲକର। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏପରି ଜ୍ଞାନକୌଶଳର ପ୍ରୟୋଗ ଠୋସ୍ ଫଳାଫଳ ଆଣିବା ନେଇ ଶତପ୍ରତିଶତ ପ୍ରୟାସ କରାଯିବ ବୋଲି କହିଛନ୍ତି ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ।

ଅସ୍ଥିଶଲ୍ୟ, ରେଡିଓଲୋଜି, କର୍କଟ ଭଳି ବିଭିନ୍ନ ବିଭାଗରେ କୃତ୍ରିମ ବୁଦ୍ଧିମତାର ପୟୋଗ ଫଳରେ ବେଳ ଥାଉ ଥାଉ ସ୍ତନ କର୍କଟ ଭଳି ରୋଗକୁ ମଧ୍ୟ ଚିହ୍ନଟ କରାଯାଇପାରିବ। ଯାହାକି ଏହାର ଚିକିତ୍ସାକୁ ସହଜ କରିବ। ସେହିପରି ଉଭୟ ଅନୁଷ୍ଠାନ ଏକ ଉତ୍ସର୍ଗୀକୃତ ଅତ୍ୟାଧୁନିକ ଗବେଷଣାଗାର ବିକାଶ ଉପରେ ଧ୍ୟାନ ଦେବେ। ଏଥିସହିତ “ବାୟୋମେଡିକାଲ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି” ଭଳି ଏକ ଉନ୍ନତ ଅନୁସନ୍ଧାନ କେନ୍ଦ୍ର ସ୍ଥାପନା ସହିତ ବିଭିନ୍ନ ଚିକିତ୍ସା ସାମଗ୍ରୀ ଏବଂ ଉପକରଣ ଉତ୍ପାଦନର ମାର୍ଗ ପ୍ରସ୍ତୁତ ହେବ।

ଡାକ୍ତରୀ ଏବଂ ବୈଷୟିକ ଛାତ୍ରଛାତ୍ରୀଙ୍କ ପାଇଁ ଉଭୟ ଅନୁଷ୍ଠାନ ଏକାଧିକ ସ୍ବଳ୍ପକାଳୀନ ପାଠ୍ୟକ୍ରମ ଆରମ୍ଭ କରିବା ନେଇ ଯୋଜନା ରହିଛି। ଉଭୟ ଅନୁଷ୍ଠାନ ମଧ୍ୟରେ ଅଧ୍ୟାପକ ଏବଂ ଛାତ୍ର ବିନିମୟ କାର୍ଯ୍ୟକ୍ରମ ସହିତ ତାଲିମ ପାଠ୍ୟକ୍ରମର ପ୍ରବର୍ତ୍ତନ ଏହି କ୍ଷେତ୍ରରେ ଉତ୍କର୍ଷ ଆଣିବ। ପ୍ୟାଟେଣ୍ଟିଂ, ଉତ୍ପାଦ ବିକାଶ, ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ଏବଂ ଶିଳ୍ପ ସହଯୋଗ ଆଦି ଦିଗରେ ଉଭୟ ଅନୁଷ୍ଠାନ ପରସ୍ପରକୁ ସହଯୋଗ କରିବେ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚତର ଗବେଷଣା ନିମନ୍ତେ ପ୍ରେରଣା ସୃଷ୍ଟି କରିବ। ଏହା ମଧ୍ୟ ଆମର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ସଫଳ କରିବାରେ ସହଯୋଗ କରିବ।

ଏହି ଅବସରରେ ଏମ୍‌ସ ଭୁବନେଶ୍ୱର ଷ୍ଟାଣ୍ଡିଂ ଏକାଡେମିକ୍ କମିଟିର ଅଧ୍ୟକ୍ଷ ପ୍ରଫେସର ଯୋଗେଶ କେ ଚାୱଲା, ମେଡିକାଲ୍ ଅଧିକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ସହଯୋଗୀ ଡିନ୍‌ (ଅନୁସନ୍ଧାନ) ଡ. ଭାଗିରଥୀ ଦ୍ୱିବେଦୀ, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଭାରପ୍ରାପ୍ତ ଡିଡିଏ ରଶ୍ମୀରଂଜନ ସେଠୀ, ଆଇଆଇଟି ଭୁବନେଶ୍ୱରର ପ୍ରଫେସର ଦିନାକର ପାସ୍‌ଲା, ପି କେ ସାହୁ, ବ୍ରହ୍ମ ଦେଓ ଏବଂ ଟି ଭି ସତ୍ୟମ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଏମ୍ସରେ ସିବିଆଇ ଚଢାଉ, ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ
ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ସିବିଆଇ ରେଡ୍। ଫାର୍ମାସୀ ଷ୍ଟୋର ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ସୂଚନା ପାଇ ଗୁରୁବାର ସିବିଆଇ ଏହି ରେଡ୍ କରିଛି। ଦୁଇଟି ଟିମର ୮ ଜଣ ଅଧିକାରୀ ଆସି ଏହି ରେଡ୍ କରିବା ସହିତ ବିଭିନ୍ନ କାଗଜପତ୍ର ଜବତ କରିଛନ୍ତି।

ସୂଚନା ଅନୁଯାୟୀ, ଚଢ଼ାଉ ବେଳେ ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଭିନ୍ନ ଦସ୍ତାବିଜ ଜବତ କରିବା ସହିତ ବରିଷ୍ଠ ଅଧିକାରୀଙ୍କୁ ପଚରା ଉଚରା କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିଛି। ନିଲାମି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଯେଉଁ ସୂଚନା ରହିଛି ତାର ଏବେ ପ୍ରମାଣ ଖୋଜିବାକୁ ସିବିଆଇ ତନାଘନା କରୁଛି। ପ୍ରାଥମିକ ଭାବେ ସେଭଳି କୌଣସି ସୂଚନା ମିିଳିନଥିବା ଜଣାପଡ଼ିଛି। ହେଲେ ଜବତ ହୋଇଥିବା ଦସ୍ତାବିଜ ଏବଂ ଅନ୍ୟାନ୍ୟ ପ୍ରମାଣପତ୍ରକୁ ଏକାଠି କରି ସିବିଆଇ ଏହି ମାମଲାରେ ଚେର ଖୋଜିବାକୁ ଚେଷ୍ଟା କରୁଛି।

ରୋଗର ପୂର୍ବାନୁମାନ ଓ ତ୍ବରିତ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଉପଯୋଗୀ ସାଜିବ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ
ଭୁବନେଶ୍ୱର: ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ସବୁବେଳେ ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟ ଅଟେ। ତେଣୁ ରୋଗର ତ୍ବରିତ ଚିହ୍ନଟ ତଥା ଡାକ୍ତରୀ ତଥ୍ୟ ବିଶ୍ଳେଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ର ପ୍ରୟୋଗ ସମୟର ବଡ଼ ଆବଶ୍ୟକତା ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର(ଡ) ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି। ତାଇୱାନର ଚାଙ୍ଗ ଗୁଙ୍ଗ ବିଶ୍ୱବିଦ୍ୟାଳୟର ସୂଚନା ଇଞ୍ଜିନିୟରିଂ ବିଭାଗର ପ୍ରଫେସର ତଥା ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ସାହୁଙ୍କ ସହିତ ସାକ୍ଷାତ ପରେ ଏପରି ମତ ରଖିଛନ୍ତି ଡ. ବିଶ୍ବାସ। ରୋଗ ନିରାକରଣ, ଚିକିତ୍ସା ଏବଂ ପରିଚାଳନା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ(ଏଆଇ)ର ବ୍ୟାପକ ବ୍ୟବହାର ନେଇ ଏହି ବିଦେଶୀ ବିଶ୍ବବିଦ୍ୟାଳୟ ସହିତ ଏମ୍‌ସ ଭୁବନେଶ୍ୱର ମିଳିତ ଭାବେ କାର୍ଯ୍ୟ କରିବା ନେଇ ସୂଚନା ଦେଇଛନ୍ତି ଡ. ବିଶ୍ବାସ। ନିକଟ ଭବିଷ୍ୟତରେ ଏନେଇ ତାଇୱାନର ଏହି ସମ୍ମାନଜନକ ବିଶ୍ୱବିଦ୍ୟାଳୟ ସହିତ ଗବେଷଣା ଏବଂ ତାଲିମ କାର୍ଯ୍ୟକ୍ରମ କ୍ଷେତ୍ରରେ ବୁଝାମଣାପତ୍ର ସ୍ବାକ୍ଷର ହେବାର ଯୋଜନା ରହିଥିବା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ସୂଚନା ଦେଇଛନ୍ତି।

ତାଇୱାନର ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ପ୍ରଫେସର ସାହୁ ଗତକାଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ସାକ୍ଷାତ କରିବା ସହିତ ଏହି ଜାତୀୟ ସ୍ବାସ୍ଥ୍ୟପ୍ରତିଷ୍ଠାନର ଅଧ୍ୟାପକ/ଅଧ୍ୟାପିକାଙ୍କୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରୟୋଗ ନେଇ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଯେତେବେଳେ କର୍କଟ କିମ୍ବା ମସ୍ତିଷ୍କାଘାତ/ପକ୍ଷାଘାତ ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ସେତେବେଳେ ବହୁ ପରିମାଣର ଚିତ୍ର ଏବଂ କ୍ଲିନିକାଲ୍ ତଥ୍ୟ ସୃଷ୍ଟି ହୁଏ। ରୋଗର ନିରାକରଣ ପାଇଁ ଡାକ୍ତରମାନେ ହିଷ୍ଟୋପାଥୋଲୋଜିକାଲ୍, ସିଟି, ସିଟିଏ ଏବଂ ଏମ୍‌ଆରଆଇ ଭଳି ବିଭିନ୍ନ ପ୍ରକାରର ଚିତ୍ର ବ୍ୟବହାର କରନ୍ତି। ଉକ୍ତ ପ୍ରତିଛବିଗୁଡ଼ିକ ବିଭିନ୍ନ ଫର୍ମାଟରେ ଗଚ୍ଛିତ ଥାଏ। ଉକ୍ତ ବୈଷୟିକ ଛବିକୁ ଗଭୀର ଭାବେ ଅନୁଧ୍ୟାନ କରି ବିଶ୍ଳେଷଣ କରିବା ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଏକ ଅଂଶ। ଏହି ଉକ୍ତ ଡାକ୍ତରୀ ଚିତ୍ରଗୁଡ଼ିକୁ ବର୍ଗୀକରଣ, ଚିହ୍ନଟ ଏବଂ ବିଭିନ୍ନ ବିଭାଗରେ ବ୍ୟବହାର ପାଇଁ ଚିତ୍ର ତଥ୍ୟର ବିଭିନ୍ନ ଫର୍ମାଟକୁ ବିଶ୍ଳେଷଣ କରିବାରେ ଏଆଇ ମାନବ ମସ୍ତିଷ୍କର କାର୍ଯ୍ୟକୁ ଅନୁକରଣ କରିଥାଏ ବୋଲି ପ୍ରଫେସର ସାହୁ ପ୍ରକାଶ କରିଛନ୍ତି। ଇସ୍କେମିକ୍ ଷ୍ଟ୍ରୋକ୍, ଇଣ୍ଟାକ୍ରାନିଆଲ୍ ଷ୍ଟେନୋସିସ୍, କଲୋରେକ୍ଟାଲ୍ କର୍କଟ ଏବଂ ଫୁସଫୁସ କର୍କଟ ଭଳି ରୋଗୀଙ୍କ ପ୍ରତିଛବି ତଥ୍ୟକୁ ବିଶ୍ଳେଷଣ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ସୂଚନା ଦେଇଛନ୍ତି। ଏନେଇ ଅଧିକ ଗବେଷଣା ପାଇଁ ଏମ୍‌ସ ଭୁବନେଶ୍ୱର ଭଳି ଖ୍ୟାତିସମ୍ପନ୍ନ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ସହିତ ମିଳିତ ଭାବେ କାର୍ଯ୍ୟ କରିବା ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ପାଇଁ ନିଶ୍ଚିତ ପକ୍ଷେ ଏକ ଆନନ୍ଦର ବିଷୟ। ଉନ୍ନତ ରୋଗୀ ସେବା ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା ପରିଚାଳନା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହେବ ବୋଲି ପ୍ରଫେସର ସାହୁ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ତାଇୱାନ୍‌ର ଚାଙ୍ଗ୍‌ ଗୁଙ୍ଗ୍‌ ୟୁନିଭରସିଟି, ଚାଙ୍ଗ୍‌ ଗୁଙ୍ଗ୍‌ ମେମୋରିଆଲ ହସ୍ପିଟାଲ କ୍ଲିନିକାଲ ଏବଂ ମେଡିକାଲ ଚିତ୍ରର ତଥ୍ୟ ବିଶ୍ଳେଷଣ କ୍ଷେତ୍ରରେ ଦୀର୍ଘ ବର୍ଷ ହେବ ନିଷ୍ଠାର ସହିତ ନିରନ୍ତର କାର୍ଯ୍ୟ କରିଆସୁଛି। ଏମ୍‌ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଦିଲ୍ଲୀପ କୁମାର ପରିଡା ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ହାତ ଫେରିପାଇଲେ ଯୁବତୀ, ଏମ୍ସ ଭୁବନେଶ୍ୱରରେ ଯୋଡ଼ା ହେଲା ଅଲଗା ହୋଇଯାଇଥିବା ବାମ ହାତ
ଭୁବନେଶ୍ୱର: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳର ଯୁବତୀ ବର୍ଷା ଦାସ(୨୫) ପୁଣି ଥରେ ସମ୍ପୂର୍ଣ୍ଣ ଛିଡ଼ି ଯାଇଥିବା ନିଜର ବାମ ହାତ ଫେରିପାଇଛନ୍ତି। ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଦ୍ୱାରା ଦୀର୍ଘ ୧୦ ଘଣ୍ଟାର କଠିନ ଅସ୍ତ୍ରୋପଚାର ପରେ ସଫଳତାର ସହିତ ଯୋଡ଼ା ହେଲା ସଂପୂର୍ଣ୍ଣ ଅଲଗା ହୋଇଯାଇଥିବା ବର୍ଷାଙ୍କ ବାମ ହାତ । ଚଳିତ ମାସ ୯ ତାରିଖ ରାତି ପ୍ରାୟ ୯ ଟା ସମୟରେ ଏମ୍ସ ଭୁବନେଶ୍ୱର ଜରୁରୀକାଳୀନ ବିଭାଗକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସିଥିଲେ ଉକ୍ତ ଯୁବତୀ। ହସ୍ପିଟାଲ ଆସିବା ସମୟରେ ତାଙ୍କ ବାମ ହାତ ସମ୍ପୂର୍ଣ୍ଣ ଭାବରେ ଛିଡ଼ି ଯାଇଥିଲା। ଯୁବତୀଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ଧାନ କୁଟା ମେସିନରେ କାମ କରୁଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ସମୟରେ ଅସାବଧାନତାବଶତ ହାତ ପଶିଯିବା ସହିତ ଏହି ଅଘଟଣ ଘଟିଥିଲା। ପରେ ତାଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଛିଡିଯାଇଥିବା ହାତର ଅଂଶକୁ ଏକ କପଡ଼ାରେ ଗୁଡ଼ାଇ ଏକ ବରଫ ଥଳୀରେ ରଖି ଏମ୍ସକୁ ଅଣାଯାଇଥିଲା।

ବର୍ଷାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତୁରନ୍ତ ପ୍ରତିରୋପଣ କରିବାର ଯୋଜନା କରିଥଲେ। ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରିଙ୍କ ନେତୃତ୍ବରେ ଅସ୍ଥିଶଲ୍ୟ ଏବଂ ନିଶ୍ଚେତକ ବିଭାଗର ଡ଼ାକ୍ତରମାନଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଟିମ୍ ଗଠନ କରାଯାଇ ହାତ ପ୍ରତିରୋପଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଦଳରେ ବର୍ନସ୍ ଏବଂ ପ୍ଲାଷ୍ଟିକ ବିଭାଗର ଡ. ଶାନ୍ତନୁ ସୁବା, ଡ. ପ୍ରିୟଙ୍କା ପନ୍ତ, ଡ. ଆକାଂକ୍ଷା ରାଜପୁତ, ଡ. ବିଷ୍ଣୁ ପ୍ରମୁଖ ରହିଥିବା ବେଳେ ଅସ୍ଥିଶଲ୍ୟ ବିଭାଗରୁ ଡ. ନିଖିଲ ଏବଂ ଡ. ମନୋଜ, ନିଶ୍ଚେତକ ବିଭାଗରୁ ଡ. ଜୟନ୍ତ ମିତ୍ର, ଡ. ହୃଷୀକେଶ ଏବଂ ଡ. ଶୈଳଯା ସାମିଲ ଥିଲେ। ନର୍ସିଂ ଅଧିକାରୀ ବାବୁଲାଲ ଏବଂ ଜସୱନ୍ତ ସିଂ ପ୍ରମୁଖ ସହଯୋଗ କରିଥିଲେ।

ପ୍ରଥମେ, ଡାକ୍ତରୀ ଦଳ ଫ୍ରିଜରୁ କଟାଯାଇଥିବା ହାତକୁ ବାହାରକରିବା ସହିତ ବେଞ୍ଚ ଡିସେକସନ କରାଯାଇଥିଲା। ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶୀରା ପ୍ରଶିରାକୁ ଚିହ୍ନଟ କରାଯାଇ ରୋଗୀକୁ ଅସ୍ତ୍ରୋପଚାର ଗୃହକୁ ନିଆଯାଇ ଥିଲା। ଧମନୀ, ଶୀରା ପ୍ରସିରା ଆଦିକୁ ଅତ୍ୟନ୍ତ ସତର୍କତାର ସହିତ ସଂଯୋଗ କରାଯିବା ପରେ ହାଡ଼, ମାଂସପେଶୀ ଆଦି ଯୋଡ଼ା ଯାଇଥିଲା। ପରେ ଶିରା ସହିତ ଧମନୀ ରକ୍ତ ସଞ୍ଚାଳନ ସ୍ଥାପିତ ହୋଇଥିଲା ଏବଂ ତା’ପରେ ଦୁଇଟି ପ୍ରମୁଖ ସ୍ନାୟୁ ଯାହା ମାଂସପେଶୀ ଏବଂ ଚର୍ମ ସହିତ ସଂଯୋଗ କରାଯାଇଥିଲା ବୋଲି ଡାକ୍ତର ସଞ୍ଜୟ ଗିରି ପ୍ରକାଶ କରିଛନ୍ତି।

ସକାଳ ୮ଟା ପର୍ଯ୍ୟନ୍ତ ଅସ୍ତ୍ରୋପଚାର ଚାଲିଥିଲା ଏବଂ ପରେ ରୋଗୀଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଅସ୍ତ୍ରୋପଚାରର ପ୍ରାୟ ଦୁଇ ସପ୍ତାହ ପରେ ବର୍ତ୍ତମାନ ବର୍ଷାଙ୍କର ହାତରେ ରକ୍ତ ସଂଚାଳନ କରୁଛି। ଯାହାକି ବେଶ୍ ଖୁସିର ବିଷୟ ବୋଲି ଡ. ଗିରି ପ୍ରକାଶ କରିଛନ୍ତି। ଆଜି ୱାର୍ଡରେ ଯୁବତୀଙ୍କୁ ସାକ୍ଷାତ କରିଥଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ। ଡାକ୍ତରୀ ଦଳର ସାହସିକ କାର୍ଯ୍ୟ ଏବଂ ଯୁବତୀଙ୍କ ଧର୍ଯ୍ୟକୁ ପ୍ରଶଂସା କରିଥିଲେ ଡ. ବିଶ୍ୱାସ। । ଅନ୍ୟମାନଙ୍କ ମଧ୍ୟରେ ମେଡିକାଲ୍ ଅଧୀକ୍ଷକ ଡ. ଏସ୍ ଏନ ମହାନ୍ତି, ଭାରପ୍ରାପ୍ତ ଡିଡିଏ ରଶ୍ମି ରଂଜନ ସେଠୀ ପ୍ରମୁଖ ମଧ୍ୟ ଡାକ୍ତରମାନଙ୍କୁ ପ୍ରଶଂସା କରିଥିଲେ।

ଧୀରେ ଧୀରେ ଫିଜିଓଥେରାପି ଏବଂ ଅନ୍ୟାନ୍ୟ ଚିକିତ୍ସା ପଦ୍ଧତି ସହାୟତାରେ ପ୍ରାୟ ୩-୪ ମାସ ମଧ୍ୟରେ ଏହି ଆଙ୍ଗୁଠି ସ୍ବାଭାବିକ କାମ କରିବା ଆରମ୍ଭ କରିବ । ଡକ୍ଟର ଗିରିଙ୍କ କହିବା ଅନୁଯାୟୀ ଏପରି ଜଟିଳ ପରିସ୍ଥିତିରେ ପ୍ରଥମ ଛଅ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଏପରି ଘଟଣା ଘଟେ, ସେତେବେଳେ କଟି ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିବା ଅଂଶକୁ ଏକ ଗଜ୍ କନା କିମ୍ବା କପଡାରେ ଗୁଡ଼ାଇବା ସହିତ ଏକ ପଲିଥିନ୍‌ରେ ରଖିବା ଉଚିତ୍‌। ସଙ୍ଗେସଙ୍ଗେ ଉକ୍ତ ପଲିଥିନ୍‌କୁ ଏକ ବରଫ ଚାମ୍ବରରେ ସଠିକ୍ ଭାବରେ ସଂରକ୍ଷିତ କରି ରଖିବା ଉଚିତ୍। ଅଲଗା ହୋଇଯାଇଥିବା ଅଙ୍ଗକୁ ସିଧାସଳଖ ବରଫରେ ରଖାଯିବା ଉଚିତ୍ ନୁହେଁ। ଏହାପରେ ତୁରନ୍ତ ରୋଗୀଙ୍କୁ ହସ୍‌ପିଟାଲ ଆଣିବା ଆବଶ୍ୟକ ବୋଲି ଡ. ଗିରି ମତ ପ୍ରକାଶ କରିଛନ୍ତି।

ଏମ୍ସ ଭୁବନେଶ୍ୱରରେ ଅତ୍ୟାଧୁନିକ ମଲିକୁଲାର ଓ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ କବକ ସଂକ୍ରମଣ ଓ ନିରାକରଣ ନିମନ୍ତେ ଅତ୍ୟାଧୁନିକ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଗବେଷଣା କେନ୍ଦ୍ର ଉଦଘାଟିତ ହୋଯାଇଛି। କବକ ଚିହ୍ନଟ, ଏନେଇ ହେଉଥିବା ସଂକ୍ରମଣ ଏବଂ ଏହାର ନିରାକରଣ ନେଇ ଆଜି ଏମ୍ସ ଭୁବନେଶ୍ବର ରେ ଆରମ୍ଭ ହୋଇଥିବା ଏପରି ଅନୁସନ୍ଧାନକେନ୍ଦ୍ର ପୂର୍ବ ଭାରତରେ ପ୍ରଥମ। ଏନେଇ ଅଧିକ ଗବେଷଣା ପାଇଁ ଏହା ଏକ ରେଫରାଲ୍ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି ଗବେଷକମାନେ ମତ ରଖିଛନ୍ତି।

ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ଉପସ୍ଥିତିରେ ବିଶ୍ୱପ୍ରସିଦ୍ଧ ମେଡିକାଲ ମାଇକୋଲୋଜିଷ୍ଟ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଆଜି ଏମ୍ସ ର ମାଇକ୍ରୋ ବାୟୋଲୋଜି ବିଭାଗରେ ଆଇସିଏମଆର ଆଡଭାନ୍ସଡ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ରିସର୍ଚ୍ଚ ସେଣ୍ଟର ଉଦଘାଟନ କରିଛନ୍ତି।

ଏହି ଅବସରରେ ଏମ୍ସ ଡିନ (ଏକାଡେମିକ୍) ପ୍ରଫେସର ପି ଆର ମହାପାତ୍ର, ମାଇକ୍ରୋ ବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ବୈଜୟନ୍ତୀମାଳା ମିଶ୍ର ଏବଂ ଆଇସିଏମଆର ଵୈଜ୍ଞାନିକ ଡ. ମଧୁଛନ୍ଦା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ କହିଛନ୍ତି ଯେ କୋଭିଡ୍ ଏବଂ ପରବର୍ତ୍ତୀ ସମୟରେ ଅନେକ ମାରାତ୍ମକ ଫଙ୍ଗାଲ୍ ସଂକ୍ରମଣ ସାମ୍ନାକୁ ଆସିଛି। ଏଥିମଧ୍ୟରୁ ମ୍ୟୁକର୍ମାଇକୋସିସ୍ ଏବଂ କ୍ୟାଣ୍ଡିଡା ଆରିସ୍ ପରି କେତେକ ଫଙ୍ଗାଲ

ମେଡିକାଲ୍ ଏବଂ ଅଣ-ମେଡିକାଲ୍ କ୍ଷେତ୍ରରେ ଲକ୍ଷ୍ୟ କରାଯାଇଛି । ପ୍ରଫେସର ଆଶୁତୋଷ ବିଶ୍ୱାସଙ୍କ ମତରେ ନିକଟରେ ଫଙ୍ଗାଲ୍ ସଂକ୍ରମଣର ବ୍ୟାପକତା ବୃଦ୍ଧି ପାଇଛି। ବିଭିନ୍ନ ବ୍ୟବସ୍ଥା ସତ୍ତ୍ୱେ କବକ ସଂକ୍ରମଣର ଚିହ୍ନଟ ଏବଂ ଚିକିତ୍ସା କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ଭଳି ଅନେକ ଅଭାବ ରହିଛି । ଏହାକୁ ପୂରଣ ପାଇଁ ସମଗ୍ର ଭାରତରେ କବକ ପାଇଁ ଉନ୍ନତ ମଲିକୁଲାର ଏବଂ ଡାଇଗ୍ନୋଷ୍ଟିକ୍ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।ପ୍ରଫେସର ଅରୁଣାଲୋକ ଚକ୍ରବର୍ତ୍ତୀ ଏବଂ ଡ. ମଧୁଛନ୍ଦା ଦାସ ଗୁରୁତ୍ୱାରୋପ କରିଛନ୍ତି ଯେ ଉନ୍ନତ ଲାବୋରେଟୋରୀ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ଓଡ଼ିଶାବାସୀଙ୍କ ପାଇଁ ଫଙ୍ଗଲ୍ ସଂକ୍ରମଣ ପାଇଁ ଅତ୍ୟାଧୁନିକ ନିରାକରଣ ଉପଲବ୍ଧ କରାଇବା, ଫଙ୍ଗଲ୍ ସଂକ୍ରମଣର ଚିହ୍ନଟ ତଥା ଚିକିତ୍ସା ପାଇଁ ଓଡ଼ିଆ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କୁ ତାଲିମ ଦେବା ଏବଂ ଫଙ୍ଗଲ୍ ସଂକ୍ରମଣର ନିରାକରଣ ଏବଂ ପରିଚାଳନା ପାଇଁ ପୂର୍ବ ଭାରତର ବିଭିନ୍ନ ମେଡିକାଲ୍ ଡାକ୍ତରଖାନାକୁ ସହଯୋଗ କରିବା।

ଏହି କେନ୍ଦ୍ର ବିଭିନ୍ନ ଫଙ୍ଗଲ୍ ସଂକ୍ରମଣ ରୋଗୀଙ୍କ ପାଇଁ ଏକାଧିକ ସେରୋଲୋଜିକାଲ୍, ମଲିକୁଲାର୍ ଏବଂ ଆଣ୍ଟିଫଙ୍ଗାଲ୍ ସମ୍ବେଦନଶୀଳତା ପରୀକ୍ଷା ସେବା ପ୍ରଦାନ କରି ମେଡିକାଲ୍ ଫଙ୍ଗାଲ୍ ଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବ। ଏଥିସହିତ ଏହି କେନ୍ଦ୍ରରେ ମାଇକ୍ରୋବାୟୋଲୋଜି ଟ୍ରେନିଂ କିମ୍ବା ମାଇକ୍ରୋବାୟୋଲୋଜିଷ୍ଟମାନଙ୍କୁ ଅଭ୍ୟାସ କରୁଥିବା ପର୍ଯ୍ୟବେକ୍ଷକ / ହ୍ୟାଣ୍ଡ-ଅନ୍ ଲାବୋରେଟୋରୀ ତାଲିମ ସୁଯୋଗ ପ୍ରଦାନ କରିବ। କବକ ସଂକ୍ରମଣର ଶିକାର ହୋଇଥିବା ଡାକ୍ତରଖାନାଗୁଡ଼ିକ ଏହି କେନ୍ଦ୍ରରୁ ସହାୟତା ଲୋଡିପାରିବେ ଯାହା ଦ୍ଵାରା ଏହି ସଂକ୍ରମଣ ଏପିସୋଡ୍ ବନ୍ଦ ହେବାର ମୂଳ କାରଣ ଚିହ୍ନଟ କରାଯାଇପାରିବ ଏବଂ ଭବିଷ୍ୟତରେ ଘଟୁଥିବା ଘଟଣାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇପାରିବ।

ଜୀବନ ରକ୍ଷାକାରୀ ସରଳ ସିପିଆର କୌଶଳର ତାଲିମ ସମୟର ବଡ଼ ଆହ୍ବାନ: ଡ. ଆଶୁତୋଷ ବିଶ୍ୱାସ
ଭୁବନେଶ୍ୱର: ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦ୍‌ଘାତ କାରଣରୁ ହୋଇଥାଏ। ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦ୍ ରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି। ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍‌ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି। ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦ୍‌ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। ହୃଦ୍‌ଘାତ ହୃଦରୋଗ ସମେତ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ୍ (ଏଏଚଏ) ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଜାୟ ରଖିବା ନିମନ୍ତେ ହୃଦ୍‌ଘାତର ୨-୩ ମିନିଟ୍ ମଧ୍ୟରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍(ସିପିଆର) ପ୍ରଦାନ ବେଶ ଗୁରୁତ୍ୱପୂର୍ଣ୍ଣ। ତୁରନ୍ତ ଚିକିତ୍ସା ସୁବିଧା କିମ୍ବା ଆମ୍ବୁଲାନ୍ସ ଉପଲବ୍ଧତା ସମୟ ପାଇବା ପାଇଁ ହୃଦ୍‌ଘାତର କିଛି ସମୟ ମଧ୍ୟରେ ଏହି ଜୀବନ ରକ୍ଷାକାରି ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଚିକିତ୍ସା ସେବା ଉପଲବ୍ଧ ନହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ୱପୂର୍ଣ୍ଣ ହୋଇଯାଏ ।

ହୃଦ୍‌ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଦିଆଯାଇଥିବା ସିପିଆରର ଗୁଣବତ୍ତା ଉପରେ ନିର୍ଭର କରେ । ଭାରତରେ ଗୋଷ୍ଠୀଙ୍କୁ ସଠିକ ସିପିଆର ସମ୍ପର୍କରେ ତାଲିମ ପ୍ରଦାନ ବେଶ ମହତ୍ୱପୂର୍ଣ୍ଣ। କାରଣ ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ। ଏପରିସ୍ଥଳେ ହୃଦ୍‌ଘାତଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ବାନ ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏଏଚଏ- ଏମ୍ସ ସହଭାଗୀତାର ସହଆବାହକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି। ଏନେଇ ଏଏଚଏ- ଏମ୍ସ ମିଳିତ ଭାବେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଏକ ଲକ୍ଷରୁ ଅଧିକ କମ୍ୟୁନିଟି ସଦସ୍ୟଙ୍କୁ ତାଲିମ ପ୍ରଦାନ କରିବାନେଇ ଡ. ବିଶ୍ୱାସ ସୂଚନା ଦେଇଛନ୍ତି।

ଏଏଚଏର ସ୍ୱାସ୍ଥ୍ୟ ସେବା ସମାଧାନର ମୁଖ୍ୟ ଜନ୍ ମେନର୍ସ, ଏଏଚ୍‌ଏ-ଏମ୍ସ ସହଭାଗୀତାର ଆବାହକ ତଥା ଏମ୍ସ ମଙ୍ଗଳାଗିରି ସଭାପତି ଡ. ଟି ଏସ ରବି କୁମାର, ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି, ଡିନ(ଗବେଷଣା) ଡ. ବିନୋଦ ପାତ୍ର, ଡିନ(ପରୀକ୍ଷା) ଡ. ମନୋଜ କୁମାର ମହାନ୍ତି, ପ୍ରୋଗ୍ରାମ ଲିଡର ଡ. ପ୍ରିୟମାଧବ ବେହେରା ଏବଂ ଏଏଚଏ ଉପଦେଷ୍ଟା ଦିବ୍ୟ ତ୍ରିଖା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମାଜରେ ସରଳ ସିପିଆର କୌଶଳ ସମ୍ପର୍କରେ ପ୍ରଶିକ୍ଷଣର ଗୁରୁତ୍ୱ ବିଷୟରେ ମତ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ପ୍ରତ୍ୟେକ ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀ କେବଳ ହ୍ୟାଣ୍ଡସ୍-ସିପିଆରରେ ଅତି କମରେ ୭୫ ଜଣଙ୍କୁ ତାଲିମ ଦେବେ। ଏହି ପ୍ରୟାସ ଦ୍ୱାରା ଆଗାମୀ ଦୁଇ ବର୍ଷରେ ଗୋଷ୍ଠୀରେ ଏକ ଲକ୍ଷରୁ ଅଧିକ ସଦସ୍ୟଙ୍କୁ ତାଲିମ ଦିଆଯିବ।

ହୃଦ୍‌ଘାତ ହେତୁ ବଢ଼ୁଥିବା ମୃତ୍ୟୁହାରକୁ କମ୍ କରିବା ଏବଂ ଏନେଇ ହେଉଥିବା ଜଟିଳ ଶାରିରୀକ ଅସୁସ୍ଥତା ହ୍ରାସ କରିବା ଉଦ୍ଦେଶ୍ୟରେ ଏଏଚଏ-ଏମ୍ସ ର ଏପରି ମିଳିତ ଉଦ୍ୟମ ଆଗାମୀ ଦିନରେ ସୁଫଳ ଆଣିବ ବୋଲି ସମସ୍ତେ ଆଶାବ୍ୟକ୍ତ କରିଛନ୍ତି।

ଏହି ଅବସରରେ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅଫିସର ତଥା ଆନାସ୍ଥେସିଆ ବିଭାଗର ଆସୋସିଏଟ୍ ପ୍ରଫେସର ଡ. ଶ୍ରୀତମ୍ ସ୍ବରୂପ ଜେନା ଛାତିକୁ ଉପଯୁକ୍ତ ଢଙ୍ଗରେ କିପରି ସଙ୍କୋଚନ/ଚାପ ଦିଆଯିବ, ମାସ୍କ ଭେଣ୍ଟିଲେସନ୍ ଏବଂ ଏଇଡି (ସ୍ୱୟଂଚାଳିତ ବାହ୍ୟ ଡିଫିବ୍ରିଲେଟର) ର ବ୍ୟବହାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ମାନ୍ନେକୁଇନ୍ ଉପରେ ମୌଳିକ ଜୀବନ ସହାୟତାର କୌଶଳ ପ୍ରଦର୍ଶନ କରି ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ପ୍ରୋଗ୍ରାମ ଅଫିସର ଡ. ପ୍ରଜ୍ଞା ପାରମିତା ଗିରି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଭୁବନେଶ୍ୱର ଏମ୍ସର ୫ ମହଲାରୁ ଡେଇଁ ଜୀବନ ହାରିଲେ ରୋଗୀ
ଭୁବନେଶ୍ବର: ଆଜି ଭୁବନେଶ୍ୱରର ଏମ୍ସରେ ଘଟିଛି ଦୁଃଖଦ ଘଟଣା। ୫ ମହଲାରୁ ଡେଇଁ ଜୀବନ ହାରିଛନ୍ତି ରୋଗୀ । ସ୍ତ୍ରୀଙ୍କ ଆଗରେ ସ୍ବାମୀ ଜୀବନ ହାରିଛନ୍ତି ସ୍ବାମୀ । ଏମ୍ସର ପ୍ଲାଷ୍ଟିକ ସର୍ଜରୀ ଓ୍ବାର୍ଡରେ ଚିକିତ୍ସିତ ହେଉଥିଲେ ପୁରୀ ଅଞ୍ଚଳର ମହେନ୍ଦ୍ର ସ୍ବାଇଁ ।

ସୂଚନା ଅନୁଯାଯୀ, ଆଜି ଅପରାହ୍ନରେ ମହେନ୍ଦ୍ରଙ୍କ ପତ୍ନୀ ସ୍ବାମୀଙ୍କୁ ହୁଇଲ ଚେୟାରରେ ବୁଲାଉଥିବାବେଳେ ହଠାତ୍ ୫ ମହଲାରେ ଥିବା ଝରକା ପଟେ ତଳକୁ ଡେଇଁ ପଡିଥିଲେ ମହେନ୍ଦ୍ର । ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ଜୁଲାଇ ୧୧ ତାରିଖରେ ଏମ୍ସରେ ଭର୍ତ୍ତି ହୋଇଥିଲେ ମହେନ୍ଦ୍ର। ଶୁଣିବାକୁ ମିଳୁଛି ରୋଗର ଯନ୍ତ୍ରଣା ସହ୍ୟକରିନପାରି ମହେନ୍ଦ୍ର ଆତ୍ମହତ୍ୟା କରିଛନ୍ତି ।ଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ମହେନ୍ଦ୍ରଙ୍କ ଘର ପୁରୀ ଜିଲ୍ଲାର ଚନ୍ଦନପୁର ଅଞ୍ଚଳରେ। ଗୋଡରେ ଘା ହୋଇଥିଲା, ପରବର୍ତ୍ତୀ ସମୟରେ ଏହି ଘା ଟ୍ୟୁମରରେ ପରିଣତ ହୋଇଥିଲା । ୨୦ ଦିନ ତଳେ ମହେନ୍ଦ୍ର ଏମସରେ ଭର୍ତ୍ତି ହୋଇଥିବାବେଳେ, ମହେନ୍ଦ୍ର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିଲେ । ଆଜି ହଠାତ ପତ୍ନୀ ହୁଇଲ ଚେୟାରରେ ବୁଲାଉଥିବାବେଳେ ପାଞ୍ଚ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ ମହେନ୍ଦ୍ର।