T20 - The Sakala

ଆଜି ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଡବ୍ଲିନ୍‌‌: ସ୍ଥାନୀୟ ମାଲାହାଇଡ୍‌‌ରେ ଭାରତ ଓ ଘରୋଇ ଆୟର୍ଲାଣ୍ଡ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ରେ ମୁହାଁମୁହିଁ ହେବେ। ପ୍ରଥମ ଟି-୨୦ରେ ଭାରତ ଡିଏଲଏସ୍‌ ପ୍ରଣାଳୀରେ ୨ ରନରେ ବିଜୟୀ ହୋଇ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ତେଣୁ ଦ୍ୱିତୀୟ ମୁକାବିଲା ଜିତି ଭାରତ ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଆୟର୍ଲାଣ୍ଡ ଘରୋଇ ପରିବେଶରୁ ଫାଇଦା ଉଠାଇ ଏହି ମ୍ୟାଚ୍‌‌ ଜିତି ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବ। ଫଳରେ ଏହି ମ୍ୟାଚ୍‌‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିବ।

ଯୁବ ଖେଳାଳିଙ୍କ ନେଇ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌‌ରେ ଜବରଦସ୍ତ ବୋଲିଂ କରିଥିଲା ଓ ପ୍ରତିପକ୍ଷ ଦଳକୁ ବଡ଼ ସ୍କୋର ହାସଲ କରିବାକୁ ସୁଯୋଗ ଦେଇ ନଥିଲା। ବର୍ଷା କାରଣରୁ ମ୍ୟାଚ୍‌‌ ବନ୍ଦ ହେବା ଫଳରେ ଭାରତ ବିଜୟୀ ଘୋଷିତ ହୋଇଥିଲା। ଫଳରେ ଭାରତୀୟ ଯୁବ ବ୍ୟାଟରମାନେ ବ୍ୟାଟିଂ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇ ନଥିଲେ। ଏଥର ପାଗ ଭଲ ରହିଲେ ମଧ୍ୟକ୍ରମ ବ୍ୟାଟରମାନେ ଭଲ ବ୍ୟାଟିଂ କରିବାର ସୁଯୋଗ ପାଇବେ। ଶିବମ୍‌‌ ଦୁବେ, ଋତୁରାଜ ଗାଏକ୍ୱାଡ ଓ ରିଙ୍କୁ ସିଂ ମିଳିଥିବା ସୁଯୋଗର ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ଏହି ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବୋଲିଂରେ ଆଘାତ ସମସ୍ୟାରୁ ମୁକୁଳି ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା ପ୍ରଥମ ଓଭରରେ ୨ ୱିକେଟ ନେଇ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୪ ଓଭର ବୋଲିଂ କରି ସେ ୨୪ ରନ ବ୍ୟୟ କରି ୨ ୱିକେଟ ଅକ୍ତିଆର କରିଥିଲେ। ସେ ମଧ୍ୟ ୯ଟି ଡଟ୍‌‌ ବଲ୍‌‌ ପକାଇଥିଲେ। ଟି-୨୦ ପଦାର୍ପଣ କରିଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ସେ ମିଶି ଭଲ ବୋଲିଂ କରିଥିଲେ। ତାଙ୍କ ଫିଟ୍‌‌ନେସ୍‌‌ ଉପରେ ସମସ୍ତଙ୍କ ନଜର ରହିଛି। ଅଲରାଉଣ୍ଡର ୱାସିଂଟନ ସୁନ୍ଦର ମଧ୍ୟ ଆଘାତ ସମସ୍ୟା ପାଇଁ ଦଳରେ ସ୍ଥାନ ପକ୍କା କରିପାରି ନାହାନ୍ତି। ତେଣୁ ବୋଲିଂରେ ସେ ବୁମ୍‌‌ରାଙ୍କୁ ଉପଯୁକ୍ତ ସହଯୋଗ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିବେ। ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ସେ ନିଜର ଅଲରାଉଣ୍ଡ ଦକ୍ଷତାକୁ ପ୍ରମାଣ କରିବାର ସୁଯୋଗ ପାଇବେ। ଡବ୍ଲିନ୍‌‌ର ମେଘୁଆ ପାଗରେ ଟସ୍‌‌ର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ପ୍ରଥମ ମ୍ୟାଚ୍‌‌ରେ ଭାରତ ଭାଗ୍ୟଶାଳୀ ଥିଲା।

ଅପରପକ୍ଷରେ ଘରୋଇ ଦଳ ବ୍ୟାଟିଂ ଦକ୍ଷତାକୁ ନେଇ ଚିନ୍ତିତ ରହିଛି। ପ୍ରଥମ ଓଭରରେ ୨ ୱିକେଟ ହରାଇ ଆୟର୍ଲାଣ୍ଡ ବ୍ୟାକ୍‌‌ଫୁଟ୍‌‌କୁ ଚାଲିଯାଇଥିଲା। ସାରା ମ୍ୟାଚ୍‌‌ରେ ଆୟର୍ଲାଣ୍ଡ ବ୍ୟାଟରମାନେ ସଂଘର୍ଷ କରିଥିବା ଦେଖାଯାଇଥିଲା। ତେଣୁ ଦ୍ୱିତୀୟ ମ୍ୟାଚ୍‌‌ରେ ଘରୋଇ ଦଳ ଉନ୍ନତ ବ୍ୟାଟିଂ କରିବାକୁ ପ୍ରୟାସ କରିବ। ଅବଶ୍ୟ ବୋଲିଂରେ କ୍ରେଗ ୟଙ୍ଗ କ୍ରମାଗତ ଦୁଇ ୱିକେଟ ନେଇ ଭାରତକୁ ସମସ୍ୟାରେ ପକାଇଥିଲେ। ଭାରତକୁ ହରାଇବାକୁ ହେଲେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ଘରୋଇ ଦଳର ମ୍ୟାନେଜେମେଣ୍ଟ ହୃଦୟଙ୍ଗମ କରିଥିବ। ଆଗକୁ ଏସିଆ କପ୍‌‌ ଓ ବିଶ୍ୱକପ୍‌‌ ଖେଳାଯିବାର କର୍ଯ୍ୟକ୍ରମ ରହିଛି। ତେଣୁ ଏହି ସିରିଜ ବୁମ୍‌‌ରାଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଭାରତକୁ ବିଜୟୀ କରାଇବା ସହ ବୁମ୍‌‌ରା ନିଜର ଫିଟ୍‌‌ନେସ, ଫର୍ମକୁ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ତେଣୁ ବୁମ୍‌‌ରାଙ୍କ ଉପରେ କେବଳ ଚୟନକର୍ତ୍ତା ନୁହଁ ସମସ୍ତଙ୍କ ନଜର ରହିଛି। ଘରୋଇ ଦଳରେ ଆଣ୍ଡ୍ର୍ୟୁ ବଲବିର୍ଣ୍ଣି, ଜୋଶୁଆ ଲିଟଲ, କ୍ରେଗ ୟଙ୍ଗ ଓ ଜର୍ଜ ଡେକରେଲ୍‌‌ଙ୍କ ଭଳି ମ୍ୟାଚ୍‌‌ ୱିନର ରହିଛନ୍ତି। ତେଣୁ ଭାରତ ଆୟର୍ଲାଣ୍ଡକୁ ଆଦୌ ହାଲ୍‌‌କା ଭାବେ ନେବନାହିଁ।

ଭାରତୀୟ ଦଳ : ଯଶପ୍ରୀତ ବୁମ୍‌‌ରା (ଅଧିନାୟକ), ଋତୁରାଜ ଗାଏକ୍ୱାଡ (ଉପ- ଅଧିନାୟକ), ଅର୍ଶଦୀପ ସିଂ, ଆଭେସ ଖାନ, ଶିବମ ଦୁବେ, ଯଶସ୍ୱୀ ଜୟସ୍ୱାଲ, ମୁକେଶ କୁମାର, ପ୍ରସିଦ୍ଧ କ୍ରିଷ୍ଣା, ରବି ବିଷ୍ଣୋଇ, ସଞ୍ଜୁ ସାମସନ, ଶାହବାଜ ଅହମ୍ମଦ, ଜିତେଶ ଶର୍ମା, ରିଙ୍କୁ ସିଂ, ତିଳକ ବର୍ମା ଓ ୱାସିଂଟନ ସୁନ୍ଦର।

ଆୟର୍ଲାଣ୍ଡ ଦଳ: ପଲ ଷ୍ଟିର୍ଲିଂ (ଅଧିନାୟକ), ରସ୍‌‌ ଆଡେର, ମାର୍କ ଆଡେର, ଆଣ୍ଡ୍ରିଉ ବଲବିର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକରେଲ, ଫିଅନ ହାଣ୍ଡ, ଜୋଶୁଆ ଲିଟିଲ, ବେରି ମ୍ୟାକାର୍ଥି, ହାରୀ ଟେକ୍ଟର, ଲୋରକାନ ଟକ୍କର, ଥିସ ଭାନ ଓଏରକମ୍‌‌, ବେନ ହ୍ୱାଇଟ୍‌‌ ଓ କ୍ରେଗ ୟଙ୍ଗ୍‌‌।

ପ୍ରଥମ ଟି-୨୦: ବର୍ଷା ଯୋଗୁଁ ଡିଏଲ୍‌ଏସ୍ ପ୍ରକ୍ରିୟାରେ ଆୟର୍ଲାଣ୍ଡକୁ ୨ ରନ୍‌ରେ ହରାଇଲା ଭାରତ
ଡବଲିନ୍‌‌: ଘରୋଇ ଆୟର୍ଲାଣ୍ଡ ବିପକ୍ଷରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଟି-୨୦ ସିରିଜରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ବର୍ଷା ବାଧାପ୍ରାପ୍ତ ଏହି ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଭାରତ ଡିଏଲ୍‌‌ଏସ୍‌ ପଦ୍ଧତିରେ ୨ ରନରେ ଆୟର୍ଲାଣ୍ଡକୁ ହରାଇ ଦେଇଛି। ଏଥିସହ ୩ ମ୍ୟାଚ୍‌‌ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ୨ୟ ମ୍ୟାଚ୍‌‌ ରବିବାର ଖେଳାଯିବ।

ଏହି ଟି-୨୦ ମ୍ୟାଚ୍‌‌ ମାଧ୍ୟମରେ ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ୍‌‌ ବୁମ୍‌‌ରା ଅନ୍ତର୍ଜାତୀୟ କ୍ରିକେଟ୍‌‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପିଠି ଯନ୍ତ୍ରଣା ଲାଗି ଦୀର୍ଘ ୧୧ ମାସର ବ୍ୟବଧାନ ପରେ କ୍ରିକେଟ୍‌‌କୁ ଫେରିଥିବା ବୁମ୍‌‌ରା ତାଙ୍କ ପ୍ରଥମ ଓଭରରେ ୨ଟି ୱିକେଟ୍‌‌ ନେଇ ବେଶ୍‌‌ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଫଳରେ ଘରୋଇ ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌‌ରେ ୧୩୯ ରନ କରିବାକୁ ସମର୍ଥ ହୋଇପାରିଛି। ଜବାବରେ ୧୪୦ ରନର ଲକ୍ଷ୍ୟକୁ ପିଛା କରିଥିବା ଭାରତ ୬.୫ ଓଭରରେ ୨ ୱିକେଟ୍‌‌ ହରାଇ ୪୭ ରନ ସଂଗ୍ରହ କରିଥିଲା। ଏହାପରେ ବର୍ଷା ଲାଗି ଖେଳ ଆଉ ସମ୍ଭବପର ହୋଇପାରି ନ ଥିଲା। ଏହି ସମୟରେ ଭାରତକୁ ୪୫ ରନ ଆବଶ୍ୟକ ହେଉଥିବାବେଳେ ଭ୍ରମଣକାରୀ ଦଳ ୪୭ ରନ କରିଥିଲା। ତେଣୁ ଡିଏଲ୍‌‌ ପଦ୍ଧତିରେ ଭାରତକୁ ୨ ରନରେ ବିଜୟୀ ଘୋଷିତ କରାଯାଇଥିଲା। ଭାରତ ପକ୍ଷରୁ ଋତୁରାଜ ଗାଏକ୍ୱାଡ ୧୯ ଓ ସଞ୍ଜୁ ସାମସନ ୧ ରନରେ ଅପରାଜିତ ରହିଥିବାବେଳେ ଅନ୍ୟତମ ଓପନର ଯଶସ୍ୱୀ ଜୟସ୍ୱାଲ ୨୪ ଓ ତିଲକ ବର୍ମା ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଛନ୍ତି। ଆୟର୍ଲାଣ୍ଡର କ୍ରେଗ୍‌‌ ୟଙ୍ଗଙ୍କୁ ୨ଟି ଯାକ ୱିକେଟ୍‌‌ ମିଳିଥିଲା।

ସ୍ଥାନୀୟ ଦି ଭିଲେଜ ଗ୍ରାଉଣ୍ଡରେ ଶୁକ୍ରବାର ରାତିରେ ଅନୁଷ୍ଠିତ ଏହି ପ୍ରଥମ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଭାରତୀୟ ଦଳର ଅଧିନାୟକ ବୁମ୍‌‌ରା ଟସ୍‌‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନିଜର ଏହି ନିଷ୍ପତ୍ତିକୁ ବୁମ୍‌‌ରା ପ୍ରଥମ ଓଭରରେ ହିଁ ଯର୍ଥାଥ ପ୍ରତିପାଦନ କରିଥିଲେ। ଆୟର୍ଲାଣ୍ଡ ପାଳିର ପ୍ରଥମ ଓଭରର ୨ୟ ବଲ୍‌‌ରେ ଆଣ୍ଡ୍ରିଉ ବଲ୍‌‌ବିର୍ଣ୍ଣି (୪ ରନ) ଓ ୫ମ ବଲ୍‌‌ରେ ୱିକେଟ୍‌‌ରକ୍ଷକ ଲୋରାନ ଟକର (୦)ଙ୍କୁ ପ୍ୟାଭିଲିୟନ ପଠାଇ ବୁମ୍‌‌ରା ଡବଲ୍‌‌ ଝଟକା ଦେଇଥିଲେ। ଏହାପରେ ହ୍ୟାରୀ ଟେକ୍ଟର (୯ ରନ), ଅଧିନାୟକ ପଲ୍‌‌ ଷ୍ଟର୍ଲିଂ (୧୧) ଓ ଜର୍ଜ ଡର୍କୱେଲ୍‌‌ (୧) ମଧ୍ୟ ସଅଳ ଆଉଟ୍‌‌ ହେବା ଫଳରେ ଆୟର୍ଲାଣ୍ଡ ମାତ୍ର ୩୧ ରନରେ ଏହାର ଅଧା ବ୍ୟାଟର୍‌‌ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଟେକ୍ଟର ପଦାର୍ପଣକାରୀ ପ୍ରସିଦ୍ଧ କ୍ରିଷ୍ଣାଙ୍କ ଶିକାର ବନିଥିବାବେଳେ ରବି ବିଷ୍ଣୋଇଙ୍କ ବଲରେ ଷ୍ଟର୍ଲିଂ ବୋଲ୍ଡ ହୋଇଯାଇଥିଲେ। ଏହାପରେ ଡର୍କୱେଲ ମଧ୍ୟ ପ୍ରସିଦ୍ଧଙ୍କ ୨ୟ ଶିକାର ବନିଥିଲେ। ତେବେ ମଧ୍ୟକ୍ରମରେ କର୍ଟିସ କାମ୍ଫର ଓ ନିମ୍ନଭାଗରେ ବ୍ୟାରୀ ମ୍ୟାକ୍‌‌କାର୍ଥୀଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଆୟର୍ଲାଣ୍ଡ ୨୦ ଓଭରରେ ୭ ୱିକେଟ୍‌‌ ହରାଇ ୧୩୯ ରନର ଏକ ସମ୍ମାନଜନକ ସ୍କୋର କରିପାରିଥିଲା। କାମ୍ଫର ୩୯ ରନ କରିଥିବାବେଳେ ବ୍ୟାରୀ ୩୩ ବଲରୁ ୫୧ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍କ ଆଦାୟର ୧୬, କେଗ୍ର ୟଙ୍ଗ ୧* ରନ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ବୁମ୍‌‌ରା, ପ୍ରସିଦ୍ଧ ଓ ବିଷ୍ଣୋଇ ୨ଟି ଲେଖାଏ ୱିକେଟ୍‌‌ ନେଇଥିଲେ। ଏହି ମ୍ୟାଚ ଜରିଆରେ ଭାରତର ଦୁଇ ଖେଳାଳି ପ୍ରସିଦ୍ଧ କ୍ରିଷ୍ଣା ଓ ରିଙ୍କୁ ସିଂ ଅନ୍ତର୍ଜାତୀୟ ଟି-୨୦ କ୍ୟାରିୟର ଆରମ୍ଭ କରିଛନ୍ତି।

ସଂକ୍ଷିପ୍ତ ସ୍କୋର

ଆୟର୍ଲାଣ୍ଡ ପାଳି: ୧୩୯/୭ (ବ୍ୟାରୀ ମ୍ୟାକ୍‌‌କାର୍ଥୀ- ୫୧*, କାମ୍ଫର- ୩୯, ଷ୍ଟର୍ଲିଂ- ୧୧, ମାର୍କ ଆଦାୟର-୧୬, ବଲବିର୍ଣ୍ଣି- ୪, ବୁମ୍‌‌ରା- ୨/୨୪, ବିଷ୍ଣୋଇ- ୨/୨୩, ପ୍ରସିଦ୍ଧ- ୨/୩୨)।

ଭାରତ ପାଳି: ୪୭/୨, ୬.୫ ଓଭର (ଯଶସ୍ୱୀ ଜୟସ୍ୱାଲ- ୨୪, ଋତୁରାଜ ଗାଏକ୍ୱାଡ- ୧୯*, ତିଲକ ବର୍ମା- ୦, ସଞ୍ଜୁ ସାମସନ- ୧*)।

ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୯ ୱିକେଟରେ ହରାଇଲା ଭାରତ; ଆଜି ଫାଇନାଲ ମୁକାବିଲା
ଲାଉଡରହିଲ: ଟିମ୍ ଇଣ୍ଡିଆର ଦୁଇ ପ୍ରାରମ୍ଭିକ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଓ ଶୁବମାନ ଗିଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌‌କୁ ୯ ୱିକେଟରେ ପରାସ୍ତ କରି ୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌କୁ ୨-୨ରେ ବରାବର ସ୍ଥିତିକୁ ନେଇଆସିଛି। ଏଠାରେ ରବିବାର ଖେଳାଯିବାକୁ ଥିବା ୫ମ ତଥା ଚୂଡାନ୍ତ ଟି-୨୦ରେ ଯେଉଁ ଦଳ ବିଜୟୀ ହେବ, ସେହି ଦଳ ସିରିଜ୍‌‌ କବ୍‌‌ଜା କରିବ।

ଆମେରିକାର ଫ୍ଲୋରିଡାରେ ଶନିବାର ଅନୁଷ୍ଠିତ ଚତୁର୍ଥ ମୁକାବିଲାରେ ସିମରନ୍‌‌ ହେଟମାୟର ୩୯ ବଲ୍‌‌ରେ ୬୧ ଓ ଦିନିକିଆ ଦଳର ଅଧିନାୟକ ସାଇ ହୋପ୍‌‌ ୨୯ ବଲ୍‌‌ରେ ୪୫ ରନ୍‌‌ କରିବା ଫଳରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍‌‌ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୭୮ ରନ୍‌‌ କରିଥିଲା। ଜବାବରେ ଜୟସ୍ୱାଲ ଓ ଗିଲ ପ୍ରଥମ ୱିକେଟ ଭାଗିଦାରୀରେ ୯୪ ବଲ୍‌‌ରୁ ୧୬୫ ରନ୍‌‌ ଉଠାଇବା ଫଳରେ ଭାରତ ୩ ଓଭର ବା ୧୮ବଲ ଓ ୯ଟି ୱିକେଟ ବାକିଥାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଥିଲା। ଫର୍ମକୁ ଫେରିବା ସୂଚନା ଦେଇଥିବା ଗିଲ ୪୭ ବଲ୍‌‌ରେ ୩ ଚୌକା ଓ ୫ ଛକା ସହ ୭୭ ରନ୍‌‌ କରି ୧୬ତମ ଓଭରରେ ଆଉଟ ହୋଇଥିଲେ। କିନ୍ତୁ ଜୀବନର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳୁଥିବା ଜୟସ୍ୱାଲ ୫୧ ବଲ୍‌‌ରେ ୧୧ ଚୌକା ଓ ୩ଛକା ସହାୟତାରେ ୮୪ ରନ୍‌‌ କରି ଶେଷଯାଏ ଅପରାଜିତ ରହିଥିଲେ। ଗିଲଙ୍କ ଆଉଟ ପରେ ତିଳକ ବର୍ମା ୭ ରନ୍‌‌ କରି ଆଉ କୌଣସି କ୍ଷତି ହେବାକୁ ଦେଇ ନଥିଲେ। ଏହି ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ୱେଷ୍ଟଇଣ୍ଡିଜ୍‌‌ ଓ ଏହାର ପରବର୍ତ୍ତୀ ଦୁଇଟି ମ୍ୟାଚ୍‌‌ରେ ଭାରତ ବିଜୟୀ ହୋଇଛି। ଏହି ପଡ଼ିଆରେ ରବିବାର ୫ମ ତଥା ଶେଷ ଟି-୨୦ ମୁକାବିଲା ଖେଳାଯିବ।

୫ ମ୍ୟାଚ୍‌‌ ବିଶିଷ୍ଟ ସିରିଜ୍‌‌ରେ ୨-୧ରେ ଆଗୁଆ ଥିବା ୱେଷ୍ଟଇଣ୍ଡିଜ୍‌‌ ଟସ୍‌‌ ଜିତି ପ୍ରଥମେ ବ୍ୟାଟିଂ ନେବା ପରେ ଜଣଙ୍କ ପରେ ଜଣେ ଖେଳାଳିଙ୍କୁ ହରାଇଥିଲା। ଦଳ ୫୭ ରନ୍‌‌ରେ ୪ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା। କିନ୍ତୁ ପ୍ରଥମଥର ଖେଳୁଥିବା ଦିନିକିଆ ଅଧିନାୟକ ସାଇ ହୋପ୍‌‌ ୨୯ ବଲ୍‌‌ରେ ୩ ଚୌକା ଓ ୨ଛକା ସହ ୪୫ ଓ ହେଟମାୟର ୩୯ବଲ ଖେଳି ୬୧ ରନ୍‌‌ର ଏକ ବଡ଼ ସ୍କୋର କରିବା ଫଳରେ ୱେଷ୍ଟଇଣ୍ଡିଜ୍‌‌ର ସ୍କୋର ସମ୍ମାନଜନକ ହୋଇଥିଲା। ହେଟମାୟର ତାଙ୍କ ଅର୍ଦ୍ଧଶତକୀୟ ପାଳିରେ ୩ଟି ଚୌକା ଓ ୪ଟି ଆକର୍ଷଣୀୟ ଛକା ମାରିଥିଲେ। ଓଡ଼ିଆନ ସ୍ମିଥ ୧୨ ବଲ୍‌‌ରୁ ୧୫ ରନ୍‌‌ କରି ଦଳୀୟ ସ୍କୋରକୁ ୮ ୱିକେଟରେ ୧୭୮ ରନ୍‌‌ରେ ପହଞ୍ଚିପାରିଥିଲା।

ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ୱିକେଟ ନେଇ ୱେଷ୍ଟଇଣ୍ଡିଜ୍‌‌ ପାଳିରେ ବ୍ରେକ୍‌‌ ଦେଇଥିଲେ। ହେଟମାୟରଙ୍କୁ ଆଉଟ କରି ଅର୍ଶଦୀପ ତୃତୀୟ ସଫଳତା ପାଇଥିଲେ। ଏହି ମ୍ୟାଚ୍‌‌ ଲାଗି ଭାରତୀୟ ଦଳ ଅପରିବର୍ତ୍ତିତ ରହିଥିଲାବେଳେ ୱେଷ୍ଟଇଣ୍ଡିଜ୍‌‌ ୩ଟି ପରିବର୍ତ୍ତନ କରିଥିଲା।

ଚତୁର୍ଥ T20: ଭାରତକୁ ୧୭୯ ରନର ଟାର୍ଗେଟ୍ ଦେଲା ଓ୍ୱେଷ୍ଟଇଣ୍ଡିଜ୍
ଫ୍ଲୋରିଡା: ଆଜି ଆମେରିକାର ଫ୍ଲୋରିଡାରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚ୍‌ରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଓ୍ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ହରାଇ ୧୭୮ ରନ ହାସଲ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲ ଭାରତକୁ ୧୭୯ ରନର ଆବଶ୍ୟକତା ରହିଛି ।

ଓ୍ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସିମରନ ହେଟମାୟରଙ୍କ ୬୧ ରନ ଓ ସାଇ ହୋପ୍‌ଙ୍କ ୪୫ ରନର ଲଢୁଆ ଇନିଂସ ବଳରେ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୭୮ ରନ କରିଛି। ଓ୍ୱେଷ୍ଟଇଣ୍ଡିଜର ଦୁଇ ଓପନର କାଇଲ୍ ମେୟର୍ସ ଓ ବ୍ରାଣ୍ଡନ କିଙ୍ଗ୍ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ମେୟର୍ସ ୧୭ ରନ କରିଥିବାବେଳେ କିଙ୍ଗ ୧୯ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ସାଇ ହୋପ୍ ୪୫ରନ କରିଥିଲେ । କିନ୍ତୁ ଦଳରୁ ୨ ମଧ୍ୟକ୍ରମ ବ୍ୟାଟର ନିକୋଲାସ ପୁରନ୍ ଓ ରୋଭମାନ ପାଓ୍ବେଲ ବିଫଳ ହୋଇଥିଲେ । ତେବେ ସିମରନ ହେଟମେୟର ଆଜି ନିଜର ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୯ଟି ବଲରେ ୩ ଚୌକା ଓ ୪ ଛକା ସହ ୬୧ରନ କରିଥିଲେ । ଫଳରେ ଦଳ ଭାରତ ବିପକ୍ଷରେ ୧୭୮ ରନର ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିଥିଲା । ଭାରତ ପକ୍ଷରୁ ଅର୍ସଦୀପ ସିଂ ୩ଟି ଓ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ ।

୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ । ଉଭୟ ମ୍ୟାଚ୍‌ରେ ଉଭୟ ବ୍ୟାଟିଂ ଏବଂ ବୋଲିଂ ଲାଇନ୍‌ଅପ୍‌ ଫେଲ ମାରିଥିଲା । ଯାହାଫଳରେ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସିରିଜ୍‌ରେ ୨-୦ରେ ଆଗରେ ଥିଲା ଘରୋଇ ଟିମ୍‌ । ମାତ୍ର ତୃତୀୟ ମ୍ୟାଚରେ କମବ୍ୟାକ କରିଥିଲା ଭାରତ । ତୃତୀୟ ମ୍ୟାଚ ଜିତି ଭାରତ ୨-୧ ରେ ସିରିଜକୁ ଫେରିଥିଲା । ତେବେ ଆଜିର ମ୍ୟାଚ ଭାରତ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଆଜିର ମ୍ୟାଚ୍ ହାରିଲେ ଭାରତ ସିରିଜ ହାରିବ।

୨୦୧୪ ଆଇପିଏଲ୍‍ ନିଲାମୀରେ ଅଲୋଡ଼ା : ୨୦୨୨ରେ ଚାମ୍ପିଅନ ଅଧିନାୟକ
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବ୍ୟୟବହୁଳ ଫ୍ରାଞ୍ଚାଇଜଭିତ୍ତିକ ଟି-୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ଆଇପିଏଲ୍‍ ପଞ୍ଚଦଶ ସଂସ୍କରଣରେ ଏଥର ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍‍ ହୋଇଛି। ଚଳିତ ସିଜନରେ ପଦାର୍ପଣ କରିଥିବା ଗୁଜରାଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବାଜିମାତ୍‍ କରିନେଇଛି। ଗୋଟିଏ ମଧ୍ୟବିତ୍ତ ପରିବାରରୁ ଆସି ନିଜର ବଳିଷ୍ଠ ନେତୃତ୍ୱ ବଳରେ ଗୁଜରାଟକୁ ପଦାର୍ପଣରେ ଆଇପିଏଲ୍‍ ଚାମ୍ପିଅନ୍‍ କରାଇ ହାର୍ଦ୍ଦିକ ଖବରର ଶିରୋନାମାରେ ରହିଛନ୍ତି। ଭାରତୀୟ କ୍ରିକେଟ୍‍ ତାରକା ହେବା ପୂର୍ବରୁ ପାଣ୍ଡ୍ୟା ବରୋଦାର ଜଣେ ସାଧାରଣ ବାଳକ ଥିଲେ। ଘରୋଇ କ୍ରିକେଟ୍‍ରେ ମଧ୍ୟ ଜଣେ ଅଜଣା ଚେହେରା ଥିଲେ।

ଏପରିକି ୨୦୧୪ ଆଇପିଏଲ୍‍ ଖେଳାଳି ନିଲାମୀରେ ତାଙ୍କ ମୂଳଦର ୧୦ ଲକ୍ଷ ଟଙ୍କା ରହିଥିଲେ ମଧ୍ୟ ତାଙ୍କୁ କୌଣସି ଫ୍ରାଞ୍ଚାଇଜ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ। ତେବେ ଏହାର ଗୋଟିଏ ବର୍ଷ ପରେ ପାଣ୍ଡ୍ୟାଙ୍କ ଭାଗ୍ୟ ଫିଟିଥିଲା। ୨୦୧୫ ନିଲାମୀରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୂଳଦର ୧୦ ଲକ୍ଷ ଟଙ୍କାରେ ଦଳରେ ସାମିଲ କରିଥିଲା। ଏହାପରେ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ପାଣ୍ଡ୍ୟା ମୁମ୍ବାଇ ପକ୍ଷରୁ ପ୍ରତିନିଧିତ୍ୱ କରି ୧୫୩ ଷ୍ଟ୍ରାଇକ ରେଟ୍‍ରେ ୧୪୭୬ ରନ୍‍ ସଂଗ୍ରହ କରିଥିଲେ। ସେହିଭଳି ଏହି ସମୟ ମଧ୍ୟରେ ସେ ଆଇପିଏଲ୍‍ରେ ୪୨ ୱିକେଟ୍‍ ମଧ୍ୟ ଅକ୍ତିଆର କରିସାରିଥିଲେ। ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ରେ ମୁମ୍ବାଇକୁ ଆଇପିଏଲ୍‍ ଚାମ୍ପିଅନ୍‍ କରାଇବାରେ ତାଙ୍କର ଅବଦାନ ମଧ୍ୟ ଅତୁଳନୀୟ ରହିଥିଲା।