Hindol - The Sakala

ଢେଙ୍କାନାଳରେ ଅଭାବନୀୟ ଘଟଣା: ପରସ୍ପରକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ
ଢେଙ୍କାନାଳ: ବିଦ୍ୟୁତ୍‌ ଆଘାତରେ ୨ ଯାଆ ମୃତ । ବର୍ଷା ପବନରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍‌ ତାରରେ ଲାଗି ମୃତ । ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁର ଟାଣଳା ସାହିରେ ଘଟିଛି ଏପରି  ଅଭାବନୀୟ ଘଟଣା । ମଙ୍ଗଳବାର ଭୋର ସମୟରେ ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ଦୁଇ ଯାଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବିଭୂତି ଦେହୁରୀଙ୍କ ପତ୍ନୀ ରଞ୍ଜୁ ଦେହୁରୀ (୪୫) ଏବଂ ଗୌର ଦେହୁରୀଙ୍କ ପତ୍ନୀ ମନୀଷା ଦେହୁରୀ (୪୦)।

ସୂଚନା ଅନୁଯାୟୀ, ସୋମବାର ରାତିରେ ପ୍ରବଳ ପବନ ଓ ବର୍ଷା କାରଣରୁ ଘରକୁ ଯାଇଥିବା ବିଦ୍ୟୁତ୍ ତାର ଛିଣ୍ଡି ରୋଷେଇ ଘର ପାଖରେ ପଡ଼ିଥିଲା। ମଙ୍ଗଳବାର ଭୋର ପ୍ରାୟ ୪:୩୦ ସମୟରେ ମନୀଷା ଦେହୁରୀ ରୋଷେଇ କରିବା ପାଇଁ ଯାଉଥିବା ବେଳେ ଏହି ଛିଣ୍ଡି ପଡ଼ିଥିବା ଜୀବନ୍ତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କର ଚିତ୍କାର ଶୁଣି ତାଙ୍କୁ ଉଦ୍ଧାର କରିବାକୁ ବଡ଼ ଯାଆ ରଞ୍ଜୁ ଦେହୁରୀ ଧାଇଁ ଆସିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ମଧ୍ୟ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ପରସ୍ପରକୁ ବଞ୍ଚାଇବାକୁ ଯାଇ ଉଭୟ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ ବୋଲି ରଞ୍ଜୁଙ୍କ ସ୍ୱାମୀ ବିଭୂତି ଦେହୁରୀ ପ୍ରକାଶ କରିଛନ୍ତି।

ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଖଜୁରିଆକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପରେ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଏହି ମର୍ମନ୍ତୁଦ ଦୁର୍ଘଟଣାର ତଦନ୍ତ କରାଯିବ ବୋଲି ଆଶା କରାଯାଉଛି।

ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍‌, ଦୁଇଟି ଅଧ୍ୟକ୍ଷ ପଦ ହାତେଇଲା ବିଜେଡ଼ି
ବରଗଡ଼/ଢେଙ୍କାନାଳ : ରାଜ୍ୟର ଦୁଇଟି ଏନଏସି ନିର୍ବାଚନରେ ପୁଣିଥରେ ବାଜିମାତ୍‌ କରିଛି ବିଜୁ ଜନତା ଦଳ। ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ହୋଇଥିବା ନିର୍ବାଚନରେ ବିଜେଡି ପ୍ରବଳ ଜନସମର୍ଥନ ପାଇବା ସହ ଦୁଇଟି ଏନଏସିର ଅଧ୍ୟକ୍ଷ ପଦ ହାତେଇଛି।

ବରଗଡ଼  ଅତାବିରା ଏନ୍‌ଏସି ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ ଢେଙ୍କାନାଳ ହିନ୍ଦୋଳ ଏନ୍‌ଏସିର ୧୬ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅଧ୍ୟକ୍ଷ ପଦ ସହ ୧୧ଟି ୱାର୍ଡରେ ବିଜେଡି ଜିତିଥିବା ବେଳେ ୫ଟି ୱାର୍ଡରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ ଗତ ଏପ୍ରିଲ ୩ ତାରିଖରେ ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ଶାନ୍ତିଶୃଙ୍ଖଳାର ସହ ଭୋଟ ହୋଇଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା।  ଅତାବିରା ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡି ପ୍ରାର୍ଥୀ ବନମାଳି ବରିହା ବିଜୟୀ ହୋଇଛନ୍ତି। ସେ ୪୮୨୮ ଖଣ୍ଡ ଭୋଟ୍‌ ବ୍ୟବଧାନରେ ସର୍ବମୋଟ୍‌ ୬୫୬୫ ଖଣ୍ଡ ଭୋଟ୍‌ ପାଇଁ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଦଳର ସବିତା ଭୁଏଙ୍କୁ ମିଳିଛି ୧୭୩୭ ଭୋଟ୍‌ ଏବଂ ବିଜେପିର ଲକ୍ଷ୍ମୀ ବେହେରା ୧୫୩୨ ଖଣ୍ଡ ଭୋଟ୍‌ ପାଇଛନ୍ତି।

ସେହିପରି ଅତାବିରା ୱାର୍ଡ ନମ୍ବର ୧ରେ କଂଗ୍ରେସ ପ୍ରାର୍ଥୀ ଦୀପକ ରାୟ ବିଜୟୀ ହୋଇଥିବା ବେଳେ ୱାର୍ଡ ନମ୍ବର ୨ରେ ବିଜେଡି ପ୍ରାର୍ଥୀ ସିବାନନ୍ଦ ତ୍ରିପାଠୀ, ୱାର୍ଡ ନମ୍ବର ୩ରେ ବିଜେଡି ପ୍ରାର୍ଥୀ ନେପାଳ ପ୍ରଧାନ, ୱାର୍ଡ ନମ୍ବର ୪ରେ ବିଜେଡି ପ୍ରାର୍ଥୀ ସବିତା ମଲ୍ଲିକ, ୱାର୍ଡ ନମ୍ବର ୫ରେ ବିଜେଡି ପ୍ରାର୍ଥୀ ରାଜୀବ କହରା, ୱାର୍ଡ ନମ୍ବର ୬ରେ ବିଜେଡି ପ୍ରାର୍ଥୀ ପ୍ରମିଳା ପ୍ରଧାନ, ୱାର୍ଡ ନମ୍ବର ୭ରେ ବିଜେଡି ପ୍ରାର୍ଥୀ ବିଲୋସ ଜନପୁରୀ, ୱାର୍ଡ ନମ୍ବର ୮ରେ ବିଜେଡି ପ୍ରାର୍ଥୀ ରେଣୁକା ପ୍ରଧାନ, ୱାର୍ଡ ନମ୍ବର ୯ରେ ବିଜେଡି ପ୍ରାର୍ଥୀ ନାରାୟଣ ସାହୁ, ୱାର୍ଡ ନମ୍ବର ୧୦ରେ ବିଜେଡି ପ୍ରାର୍ଥୀ ସୁରେଖା ବାଗ, ୱାର୍ଡ ନମ୍ବର ୧୧ରେ ବିଜେଡି ପ୍ରାର୍ଥୀ ଅନୁସୂୟା ବିଶ୍ୱାଲ ଓ ୱାର୍ଡ ନମ୍ବର ୧୨ରେ ବିଜେଡି ପ୍ରାର୍ଥୀ ଯମୁନା ଭୁଏ ବିଜୟୀ ହୋଇଛନ୍ତି।

ଅନ୍ୟପଟେ ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର କେଶବ ପ୍ରଧାନ ୪୫୪୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ହିନ୍ଦୋଳ ଏନଏସି ଅଧ୍ୟକ୍ଷ ପଦ ପାଇଁ ଲଢୁଥିବା ବିଜେପିର ସୌଭାଗିନୀ ପ୍ରଧାନ ୩୯୨୩ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ରୀତା ପଳେଇଙ୍କୁ୨୧୯ ଖଣ୍ଡ ଭୋଟ ମିଳିଛି। ହିନ୍ଦୋଳ ଏନଏସି ନିର୍ବାଚନରେ ମୋଟ ୧୬ଟି ୱାର୍ଡରୁ ବିଜେଡି ୧୧ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ, ବିଜେପି ୫ ୱାର୍ଡରେ ବିଜୟୀ ହୋଇଛି।

ଭିଜିଲାନ୍ସ ଜାଲରେ ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ
ହିନ୍ଦୋଳ ଉପଖଣ୍ଡ ପୋଲିସ ଅଧିକାରୀ ମଳୟ କୁମାର ନାୟକ କାରନ୍ଦା ଛକରେ ଦୁଃଖବନ୍ଧୁ ସାହୁ ନାମକ ଜଣେ ଖଣି ମାଲିକଙ୍କ ଠାରୁ ଖଣି ଅନୁମତି ଦେବାପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଟକ ଭିଜିଲାନ୍ସ ବିଭାଗ କାବୁ କରି ଗିରଫ କରିଛନ୍ତି ।