Chief Minister of Uttarakhand - The Sakala

ଆଜି ଶପଥ ନେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି
ଡେରାଡୁନ/ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ପୁଷ୍କର ସିଂ ଧାମି । ସେ ରାଜ୍ୟର ୧୧ତମ ଏବଂ ଗତ ୪ ମାସରେ ୪ର୍ଥ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି। ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶନିବାର ବିଜେପି ବିଧାୟକ ଦଳ ବୈଠକର ନିଷ୍ପତ୍ତି କ୍ରମେ ପୁଷ୍କରଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିଭିନ୍ନ ନେତାଙ୍କ ନାମ ଆଲୋଚନାକୁ ଆସିଥିଲେ ହେଁ ଶେଷରେ ପୁଷ୍କରଙ୍କ ନାମରେ ହିଁ ମୋହର ବାଜିଥିଲା।

ହେଲେ ୪୫ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଧାମି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। କାରଣ ଧାମି ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ କେବେ ମନ୍ତ୍ରୀ ପଦ ମଧ୍ୟ ପାଇ ନଥିଲେ। କିନ୍ତୁ ଏବେ ସେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶାସନକ୍ଷମତାର ସର୍ବୋଚ୍ଚ ସ୍ଥାନରେ ଅଥିଷ୍ଠିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସମ୍ପର୍କ ବେଶ ନିବିଡ଼ ବୋଲି କୁହାଯାଉଛି। ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶିୟାରୀଙ୍କ ଓଏସ୍‌ଡି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଶନବିାର ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ୫୭ ଜଣ ବିଧାୟକ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ତେଣୁ ପ୍ରାୟ ୮ ମାସ ଧରି ଧାମି ଏହି ପଦରେ କାମ କାର୍ଯ୍ୟ କରିବାର ଅବସର ପାଇବେ।

ତେବେ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରଙ୍କ ପାଇଁ ବିଭିନ୍ନ ଚ୍ୟାଲେଞ୍ଜ ରହିବ। ଦେବଭୂମି ଉତ୍ତରାଖଣ୍ଡରେ ବିଜେପିର ପ୍ରତିଛବି ସଜାଡିବା ରହିବ ମୁଖ୍ୟ କାମ । ଏମିତିରେ ତୀରଥଙ୍କ ପାଇଁ ରାଜ୍ୟ ସରକାର ସାମ୍ନା କରିଥିବା ନିନ୍ଦାକୁ ପ୍ରଶଂସାରେ ପରିଣତ କରିବା ପାଇଁ ହାଇକମାଣ୍ଡ ପୁଷ୍କରଙ୍କୁ ଦାୟିତ୍ବ ଦେଇଛନ୍ତି । ରାଜ୍ୟ ରାଜନୀତିରେ ଅସ୍ଥିରତା ପାଇଁ ବିରୋଧୀ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ବିଜେପି ପାଇଁ ଚିନ୍ତା ପାଲଟିଛି । ଏହି ବର୍ଷେ ଭିତରେ ଯେମିତି ହେଉ ରାଜ୍ୟବାସୀଙ୍କୁ ନିଜ ଆଡକୁ ଢଳେଇବା ପାଇଁ ପୁଷ୍କର ପ୍ଲାନ କରିବେ।

ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସମୟରେ ସେ ସାଂସଦ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବାର ଥିଲା। କିନ୍ତୁ ମହାମାରୀ କରୋନା ଯୋଗୁ କୌଣସି ଉପ ନିର୍ବାଚନ ଅନୁଷ୍ଠିତ ହୋଇ ପାରିବ ନାହିଁ ବୋଲି ତୀରଥ ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ତୀରଥ ସିଂହ ରାଓ୍ଵତ୍
ଡେରାଡୁନ୍‌ : ‌ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତୀରଥ ସିଂହ ରାଓ୍ଵତ୍। ଗତକାଲି ମୁଖ୍ୟମନ୍ତ୍ରୀ ଥିବା ତ୍ରିଭେନ୍ଦ୍ର ସିଂହ ରାୱତ୍ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିବା ବେଳେ ଆଜି ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ତୀରଥ ସିଂହ ରାଓ୍ଵତ୍‌। ଡେରାଡୁନର ରାଜ ଭବନରେ ତୀରଥ ସିଂ ରାୱତଙ୍କୁ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟା।

ଶପଥ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ଉତ୍ତରଖାଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାଓ୍ଵତ୍। ଏହା ସହ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କୁ ବଡ଼ ଭାଇ ବୋଲି କହିଛନ୍ତି ତୀରଥ ସିଂହ ରାଓ୍ଵତ୍। ଏବେ ରାଜ୍ୟବାସୀଙ୍କ ପାଇଁ ଦିନ ରାତି ଏକ କରି କାମ କରିବେ ଏବଂ ଲୋକଙ୍କ ଭରସା ଜିତିବେ ବୋଲି ନୂଆ ମୁଖ୍ୟମନ୍ତ୍ରୀ କହିଛନ୍ତି।

Congratulations to Shri @TIRATHSRAWAT on taking oath as the Chief Minister of Uttarakhand. He brings with him vast administrative and organisational experience. I am confident under his leadership the state will continue to scale new heights of progress.

— Narendra Modi (@narendramodi) March 10, 2021

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତୀରଥ ସିଂ ରାୱତଙ୍କୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଟ୍ବିଟ୍‌ରେ ଲେଖିଛନ୍ତି‘  ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ତୀରଥ ସିଂ ରାୱତଙ୍କୁ ଅଭିନନ୍ଦନ। ସେ ତାଙ୍କ ସହିତ ବିସ୍ତୃତ ପ୍ରଶାସନିକ ଏବଂ ସାଂଗଠନିକ ଅଭିଜ୍ଞତା ଆଣିଛନ୍ତି। ମୁଁ ନିଶ୍ଚିତ ଯେ ତାଙ୍କ ନେତୃତ୍ୱରେ ରାଜ୍ୟ ପ୍ରଗତିର ନୂତନ ଉଚ୍ଚତା ଛୁଇଁବ’।